‘ବିଜେପି ସହ ମିଶି କାମ କରୁଛନ୍ତି ରାଜ୍ୟପାଳ’ । ଫ୍ଲୋର ଟେଷ୍ଟ ନିର୍ଦ୍ଦେଶ ପରେ ବର୍ଷିଲେ ସଂଜୟ ରାଉତ ।

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଜଟିଳ ହୋଇ ଚାଲିଥିବା ବେଳେ ଉଦ୍ଧବ ଠାକ୍‌ରେ ଗୋଷ୍ଠୀର ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ରାଜ୍ୟପାଳ ବିଜେପି ସହିତ ମିଶି କାମ କରୁଛନ୍ତି। ‘ଫ୍ଲୋର୍‌ ଟେଷ୍ଟ୍‌’ ବା ସଂଖ୍ୟାଗରିଷ୍ଠାତା ପ୍ରତିପାଦନ ନିମନ୍ତେ ‌ସେ ଦେଇଥିବା ଆଦେଶ ବେଆଇନ ଅଟେ।
ସେ କହିଛନ୍ତି, ‘ଫ୍ଲୋର୍‌ ଟେଷ୍ଟ୍‌’ ଆଇନସମ୍ମତ ନୁହେଁ। ୧୬ଜଣ ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟତା ମାମଲା ଏବେ ବି ସୁପ୍ରିମ୍‌ କୋର୍ଟରେ ବିଚାରାଧୀନ ରହିଛି। ଏଭଳି ପରିସ୍ଥିତିରେ କେମିତି ‘ଫ୍ଲୋର୍‌ ଟେଷ୍ଟ୍‌’ କରାଯାଇ ପାରିବ? ଗତ ୨ ଦିନ ହେବ ଆମ ଫାଇଲ୍‌ ସବୁ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କ ପାଖରେ ପଡ଼ିରହିଛି। ସେ ସେ ସବୁ ଉପରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। କିନ୍ତୁ, ଏହି ମାମଲା, ସେ ରାଫେଲ୍‌ ଜେଟ୍‌ଠାରୁ ଅଧିକ ଦ୍ରୁତ ବେଗରେ ପଦକ୍ଷେପ ଗ୍ରହଣ କରିପକାଇଲେ’।

‘ଭାରତୀୟ ଜନତା ପାର୍ଟି’ ଏବଂ ରାଜ୍ୟପାଳ ଭାରତର ସମ୍ବିଧାନ ସହିତ ଖେଳୁଛନ୍ତି ବୋଲି ସେ ଦୋଷାରୋପ କରିଛନ୍ତି। ଏ କଥାର ବିଚାର ପାଇଁ ଆମେ ସୁପ୍ରିମକୋର୍ଟରେ ଆବେଦନ କରିବୁ। ବିଧାୟକମାନେ ପର୍ୟ୍ୟଟନ ବିନୋଦନରେ ଯାଇଛନ୍ତି। ସେମାନେ ଗୋଆ ଯାଆନ୍ତୁ। ସେମାନେ ଫେରିବା ପରେ ମାମଲା ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏହା ପରେ ପରେ, ଶିବସେନାର ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଘୱି ‘ଫ୍ଲୋର୍‌ ଟେଷ୍ଟ୍‌’ କରାଇବା ପାଇଁ ରାଜ୍ୟପାଳ ଦେଇଥିବା ଡାକରାକୁ ଚାଲେଞ୍ଜ୍‌ କରି ସୁପ୍ରିମ୍‌ କୋର୍ଟରେ ଆବେଦନ କରିଛନ୍ତି। ଜରୁରୀଭିତ୍ତିରେ ଆଜି ମାମଲାର ଶୁଣାଣି କରିବା ଲାଗି ନିବେଦନ କରି ସେ ଲେଖିଛନ୍ତି, ଦୟାକରି ଆଜି ଏ ମାମଲାର ଶୁଣାଣି କରନ୍ତୁ ନଚେତ ସବୁ ପରିଶ୍ରମ ବୃଥା ହେବ।

The post ‘ବିଜେପି ସହ ମିଶି କାମ କରୁଛନ୍ତି ରାଜ୍ୟପାଳ’ । ଫ୍ଲୋର ଟେଷ୍ଟ ନିର୍ଦ୍ଦେଶ ପରେ ବର୍ଷିଲେ ସଂଜୟ ରାଉତ । first appeared on Kanak News.

from Kanak News
via <a href="https://ifttt.com/?

ଗଞ୍ଜାମରେ ଜବରଦଖଲ ଉଚ୍ଛେଦ । ତହସିଲଦାର ଓ ଆଇନଜୀବୀ ମୁହାଁମୁହିଁ , ଭିଡିଓ ଭାଇରାଲ୍

କନକ ବ୍ୟୁରୋ : ଗଞ୍ଜାମରେ ତହସିଲଦାର ଓ ଆଇନଜୀବୀ ମୁହାଁମୁହିଁ । ତହସିଲଦାର ଅରୁଣ କୁମାର ନାୟକ ଜବରଦଖଲ ଉଚ୍ଛେଦ ପାଇଁ ଜେସିବି ଧରି ବଡ଼ ବଜାରରେ ପହଞ୍ଚିଥିଲେ । ଏହି ଜମି ପାଇଁ କେସ୍ ଲଢୁଥିବା ଆଇନଜୀବୀ ଦିଲ୍ଲିପ କୁମାର ପଟ୍ଟନାୟକ ତହସିଲଦାର ସମୟ ଦେଇନଥିବାରୁ ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।

ପରିସ୍ଥିତି ଏପରି ହୋଇଥିଲା ତହସିଲଦାର ଆଇନଜୀବିଙ୍କୁ ଅସଦ ବ୍ୟବହାର କରିଥିଲେ । ଉତ୍ତେଜନା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ସେଠାରୁ ପଳାଇଯାଇଥିଲେ ତହସିଲଦାର । ଗଞ୍ଜାମ ତହସିଲଦାରଙ୍କ ଏ ଦବଙ୍ଗଗିରି କିଛି ନୂଆ କଥା ନୁହେଁ । ଦୁଇ ମାସ ତଳେ ସିପାକୁଦା ଗାଁର ଜଣେ ଯୁବକଙ୍କୁ ମାଡ ମାରିବା ନେଇ ତହସିଲଦାରଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ, ଯାହା ଏବେ ବିଚାରଧୀନ ଅଛି ।

ସେହିପରି ଗତବର୍ଷ କରୋନା ସମୟରେ ଜଣେ ପେଟ୍ରୋଲ ଟ୍ୟାଙ୍କ କର୍ମଚାରୀଙ୍କୁ ସର୍ବସାଧାରଣରେ ଉଠବସ୍ କରାଇବା ନେଇ ଭିଡିଓ ଭାଇରାଲ ହୋଇଥିଲା, ଯାହାକୁ ନେଇ ଜିଲ୍ଲାପାଳ ତହସିଲଦାରଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କରିଥିଲେ ଓ ଏଥିପାଇଁ ନେଇ କ୍ଷମା ମାଗିଥିଲେ ତହସିଲଦାର । ସେହିପରି ଗୋଖରକୁଡା, କୁଶପଲୀ ଠାରେ କରୋନା ବେଳେ ତହସିଲଦାର ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏମିତି ଅନେକ ମାମଲାରେ ଛନ୍ଦି ହୋଇ ବିବାଦରେ ଅଛନ୍ତି ତହସିଲଦାର ଅରୁଣ କୁମାର ନାୟକ ।

The post ଗଞ୍ଜାମରେ ଜବରଦଖଲ ଉଚ୍ଛେଦ । ତହସିଲଦାର ଓ ଆଇନଜୀବୀ ମୁହାଁମୁହିଁ , ଭିଡିଓ ଭାଇରାଲ୍ first appeared on Kanak News.

from Kanak News
via <a href="https://ifttt.com/?

କୁନି ଝିଅର ବଡ ରେକର୍ଡ । ୬ଦିନରେ ୬ଟି ପାହାଡ ଚଢିଲେ ଆରାଧ୍ୟା ଜେନା

କନକ ବ୍ୟୁରୋ : କୁନି ଝିଅର ବଡ଼ ରେକର୍ଡ । ପାହାଡ଼ ଚଢି ରେକର୍ଡ କରିଛନ୍ତି ୯ ବର୍ଷର କୁନି ଝିଅ ଆରାଧ୍ୟା ଜେନା । ମାତ୍ର ୬ଦିନ ଭିତରେ ୬ଟି ପାହାଡ଼ ଚଢି ଭାରତର ସର୍ବକନିଷ୍ଠା ପର୍ବତାରୋହୀ ଭାବେ ନିଜକୁ ନାମିତ କରିଛନ୍ତି ଆରାଧ୍ୟା । ଆରାଧ୍ୟା ହେଉଛନ୍ତି ଓଡ଼ିଶାର ପ୍ରଥମ ପୁରୁଷ ଏଭରେଷ୍ଟ ଆରୋହୀ ଗଣେଶ ଚନ୍ଦ୍ର ଜେନାଙ୍କ ଝିଅ । ଖୁବ୍ କମ୍ ଦିନ ଓ ଏତେ କମ୍ ବୟସରେ ଏଭଳି କୃତିତ୍ୱ ଅର୍ଜନ କରି ଏକ ବିରଳ କୀର୍ତିମାନ କରିଛନ୍ତି ଆରାଧ୍ୟା ।

ଜୁନ୍ ୧୭ରୁ ୨୨ ତାରିଖ ମଧ୍ୟରେ ହିମାଚଳ ପ୍ରଦେଶର ଜିପ୍ସାରୁ ଆରମ୍ଭ କରି ବାରାଳାଚଳ, ଭରତପୁର ବେସ୍ କ୍ୟାମ୍ପ, ୟୁନୁମ୍ ଆଡଭାନ୍ସ କ୍ୟାମ୍ପ, ଲଦାଖର ସର୍ଚୁ ଏବଂ ବାରାଲଥଲାରେ ପର୍ବତ ଆରୋହଣ କରିଥିଲେ ଆରାଧ୍ୟା । ମଙ୍ଗଳବାର ଓଡ଼ିଶା ଫେରିବା ପରେ ଉଭୟ କନ୍ୟା ଓ ପିତାଙ୍କୁ ଭୁବନେଶ୍ୱର ରେଳଷ୍ଟେସନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପିତାଙ୍କ ଏଭେରେଷ୍ଟ ସଫଳତା ତାଙ୍କୁ ପ୍ରେରିତ କରିଥିବାରୁ ଭବିଷ୍ୟତରେ ସେ ଦେଶର ସର୍ବକନିଷ୍ଠା ଏଭେରେଷ୍ଟର ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି

The post କୁନି ଝିଅର ବଡ ରେକର୍ଡ । ୬ଦିନରେ ୬ଟି ପାହାଡ ଚଢିଲେ ଆରାଧ୍ୟା ଜେନା first appeared on Kanak News.

from Kanak News
via <a href="https://ifttt.com/?

ଫ୍ଲୋର ଟେଷ୍ଟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ଉଦ୍ଧବ । ଆଜି ସନ୍ଧ୍ୟା ୫ଟାରେ ଶୁଣାଣି ।

କନକ ବ୍ୟୁରୋ: ମହାରାଷ୍ଟ୍ରରେ ରାଜ୍ୟପାଳ ଭଗତ ସିଂହଙ୍କ ଦ୍ୱାରା ଦିଆଯାଇଥିବା ଫ୍ଲୋର ଟେଷ୍ଟ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ ଦେଇଛନ୍ତି ଉଦ୍ଧବ ଠାକରେ । ଫ୍ଲୋର ଟେଷ୍ଟକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଏହି ଆବେଦନକୁ ଗ୍ରହଣ କରିବା ପରେ ଆଜି ସନ୍ଧ୍ୟା ୫ଟାରେ ଏହାର ଶୁଣାଣିି କରିବାକୁ ଘୋଷଣା କରିଛନ୍ତି ।

https://platform.twitter.com/widgets.js
ମହାରାଷ୍ଟ୍ର ରାଜ୍ୟପାଳଙ୍କ ଫ୍ଲୋର ଟେଷ୍ଟ ଆଦେଶ ବିରୋଧରେ ଶିବସେନାର ଆବେଦନର ଶୁଣାଣି ଉପରେ ଆଜି ଅପରାହ୍ନ ୫ଟାରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟରୀ ବୁଧବାର ସକାଳେ ଏକ ଲିଖିତ ନିର୍ଦ୍ଦେଶରେ କହିଛନ୍ତି ଯେ ‘ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସ୍ଥା ଭୋଟର ଏକମାତ୍ର ଏଜେଣ୍ଡା ସହିତ ଜୁନ୍ ୩୦ ରେ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯିବ ଏବଂ ଯେକୌଣସି ପରିସ୍ଥିତିରେ ଅପରାହ୍ନ ୫ଟାରେ ଫ୍ଲୋର ଟେଷ୍ଟ ପ୍ରକ୍ରିୟା ଶେଷ ହେବ’। ହେଲେ ଏହାକୁ ଚ୍ୟାଲେଞ୍ଜ କରିଛି ଶିବସେନା । ଦଳର ମୁଖ୍ୟ ସଚେତକ ସୁନୀଲ ପ୍ରଭୁ ତାଙ୍କ ଓକିଲ ଅଭିଷେକ ମନୁ ସିଂଘଭିଙ୍କ ମାଧ୍ୟମରେ ସୁପ୍ରିମକୋର୍ଟରେ ରାଜ୍ୟପାଳଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି। ଉଦ୍ଧବ ସରକାରଙ୍କ ପରାମର୍ଶଦାତା ସିଂଘଭି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଫ୍ଲୋର ଟେଷ୍ଟ ବେଆଇନ କାରଣ ଏଥିରେ ଅଯୋଗ୍ୟତାର ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନେ ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ।

The post ଫ୍ଲୋର ଟେଷ୍ଟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ଉଦ୍ଧବ । ଆଜି ସନ୍ଧ୍ୟା ୫ଟାରେ ଶୁଣାଣି । first appeared on Kanak News.

from Kanak News
via <a href="https://ifttt.com/?

ଉଦୟପୁର ହତ୍ୟା ଘଟଣାରେ ତସଲିମା ନାସରିନଙ୍କ ଟ୍ୱିଟ୍। ‘ଭାରତରେ ହିନ୍ଦୁ ସୁରକ୍ଷିତ ନୁହଁନ୍ତି’

କନକ ବ୍ୟୁରୋ : ରାଜସ୍ଥାନ ଉଦୟପୁରରେ ହୋଇଥିବା ହତ୍ୟା ପରେ ବିବାଦ ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜସ୍ଥାନରେ ଇଣ୍ଟରନେଟବନ୍ଦ ରଖାଯାଇଛି । ତେବେ ଲେଖିକା ତସଲିମା ନାସରିନ ଏହି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି । ସେ ଭାରତରେ ଥିବା ବିଚ୍ଛିନ୍ନତାବାଦୀଙ୍କ ଉପରେ ଆକ୍ରମଣ କରିଛନ୍ତି । ଟ୍ୱିଟ କରି ଲେଖିଛନ୍ତି, ଭାରତରେ ବିଚ୍ଛିନ୍ନତାବାଦୀ ବହୁତ ଭୟଙ୍କର, ଭାରତରେ ବର୍ତ୍ତମାନ ହିନ୍ଦୁ ମଧ୍ୟ ସୁରକ୍ଷିତ ନୁହଁନ୍ତି । ସେହିପରି କଂଗ୍ରେସ ନେତା ଶଶି ଥରୁର ମଧ୍ୟ ମଙ୍ଗଳବାର ଉଦୟପୁର ହତ୍ୟା ଘଟଣାର ନିନ୍ଦା କରି କହିଥିଲେ, ଦୋଷୀଙ୍କୁ ଦଣ୍ଡ ମିଳିବା ଉଚିତ ।

ତସଲିମା ଟ୍ୱିଟରେ ଲେଖିଛନ୍ତି, ଉଦୟପୁରରେ ଟେଲର କହ୍ନେୟାଲାଲଙ୍କୁ ନିର୍ମମ ହତ୍ୟା ରିଆଜ ଏବଂ ଗୌସ କରିଛନ୍ତି । ପରେ ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ପୋଷ୍ଟ କରାଯାଇଛି । ଉଭୟ ଖୁସିରେ ହତ୍ୟା କରିଥିବା ସ୍ୱୀକାର ମଧ୍ୟ କରୁଛନ୍ତି । ସେମାନେ କିଛିବି କରିପାରିବେ । ବିଚ୍ଛିନ୍ନତାବାଦୀ ବର୍ତ୍ତମାନ ଭୟଙ୍କର ହୋଇଯାଇଛନ୍ତି । ଭାରତରେ ବର୍ତ୍ତମାନ ହିନ୍ଦୁ ମଧ୍ୟ ସୁରକ୍ଷିତ ନୁହଁନ୍ତି।

https://platform.twitter.com/widgets.js

ତସଲିମା ନାସରିନ ଆଉ ଗୋଟିଏ ଟୁଇଟରେ କହିଛନ୍ତି ଧାର୍ମିକ ଚରମପନ୍ଥୀ ମାନବତା ପାଇଁ ହାନୀକାରକ । ଉଦୟପୁର ଧାନମଣ୍ଡି ଥାନା ଅଞ୍ଚଳରେ ଦୁଇ ବ୍ୟକ୍ତି ଟେଲର କହ୍ନେୟାଲାଲଙ୍କ ମୁ୍ଣ୍ଡକାଟି ହତ୍ୟା କରିଥିଲେ । ସୋସିଆଲ ମିଡିଆରେ ଏହାର ଭିଡିଓ ଅପଲୋଡ କରିଥିଲେ । ସେ ଏଥିରେ କହିଥିଲେ ଇସଲାମର ଅପମାନର ପ୍ରତିଶୋଧ ନେବା ପାଇଁ ସେମାନେ ଏଭଳି କରିଛନ୍ତି । ଏହି ଘଟଣା ପରଠାରୁ ମଙ୍ଗଳବାର ରାତି ୮ଟାରୁ ଉଦୟପୁରର ୭ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶାନ୍ତି ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

The post ଉଦୟପୁର ହତ୍ୟା ଘଟଣାରେ ତସଲିମା ନାସରିନଙ୍କ ଟ୍ୱିଟ୍। ‘ଭାରତରେ ହିନ୍ଦୁ ସୁରକ୍ଷିତ ନୁହଁନ୍ତି’ first appeared on Kanak News.

from Kanak News
via <a href="https://ifttt.com/?

ନବଯୌବନ ଦର୍ଶନ ବେଳେ ପରିମାଣିକ ଟିକେଟ୍ କଳାବଜାରୀ : ୧୦୦ ଟଙ୍କା ଟିକେଟକୁ ୧୫୦ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ

କନକ ବ୍ୟୁରୋ : ଆଉ ଦିନକ ପରେ ରଥଯାତ୍ରା । ଏଥିପାଇଁ ପୁରୀରେ ଭକ୍ତଙ୍କ ଗହଳି ବଢିବାରେ ଲାଗିଛି । ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିବା ବେଳେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଉତ୍କଣ୍ଠା ରହିଛି । ଆଜି ଶ୍ରୀଜିଉଙ୍କ ନବ ଯୌବନ ଦର୍ଶନ କରୁଛନ୍ତି ଭକ୍ତ । ଏହାରି ଭିତରେ ବ୍ଲାକରେ ପାରମାଣିକ ଟିକେଟ ବିକ୍ରି ହେଉଥିବା ଅଭିଯୋଗ ଆସିଛି ।

ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ବାହାରେ ଗୁମାସ୍ତାମାନେ ଟିକେଟ ବ୍ଲାକ କରୁଥିବା ସାଂଘାତିକ ଅଭିଯୋଗ ଉଠିଛି । ଭକ୍ତମାନେ ପଇସା ଦେଇ ସୁବିଧାରେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆଗୁଆ ଟିକେଟ କରିଥାନ୍ତି । ଯାହାକୁ ପାରମାଣିକ ଟିକେଟ ବୋଲି କୁହାଯାଏ । ଏପରିକି ପୋଲିସ ଉପସ୍ଥିତିରେ ଟିକେଟ ବ୍ଲାକ କରାଯାଉଛି । ହେଲେ ଏନେଇ ଅଭିଯୋଗ ହେଇନଥିବା କହିଛନ୍ତି କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ ।

The post ନବଯୌବନ ଦର୍ଶନ ବେଳେ ପରିମାଣିକ ଟିକେଟ୍ କଳାବଜାରୀ : ୧୦୦ ଟଙ୍କା ଟିକେଟକୁ ୧୫୦ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

ଆରବସାଗରରେ ଓଏନସିଜି ହେଲିକପ୍ଟର ଦୁର୍ଘଟଣା : ଓଡିଆ ଯୁବକ ସତ୍ୟମ୍ବଦ ପାତ୍ରଙ୍କ ମୃତ୍ୟୁ

କନକ ବ୍ୟୁରୋ : ଆରବସାଗରରେ ଓଏନସିଜି ହେଲିକପ୍ଟର ଦୁର୍ଘଟଣା ଘଟଣା । ମୃତକଙ୍କ ମଧ୍ୟରେ ଜଣେ ଓଡିଆ ଯୁବକ ରହିଥିବା ଜଣାପଡିଛି । ସେ ହେଉଛନ୍ତି ମାଲକାନଗିରିର ଜିଓଲୋଜିଷ୍ଟ ସତ୍ୟମ୍ବଦ ପାତ୍ର । ତାଙ୍କର ଗତବର୍ଷ ବାବାହ ହୋଇଥିଲା । ମାଲକାନଗିରି ସଦର ମହକୁମାସ୍ଥିତ ଏଆରସିଏସ କାର୍ଯ୍ୟାଳୟରେ ସତ୍ୟମ୍ବଦଙ୍କ ବାପା ସୁରେଶ ମହାପାତ୍ର ଷ୍ଟେନୋ ଭାବେ କାମ କରନ୍ତି। ସତ୍ୟମ୍ବଦ ନିଜର ହାଇସ୍କୁଲ ପାଠ ମାଲକାନଗିରିରେ ସମାପ୍ତ କରିବା ପରେ ଉଚ୍ଚଶିକ୍ଷା ପାଇଁ ମୁମ୍ବାଇକୁ ଯାଇଥିଲେ। ସେଠାରେ ସେ ଭୂତତ୍ୱ ଶିକ୍ଷା ଗ୍ରହଣ କରିବା ପରେ ଓଏନଜିସିରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ ।

ମଙ୍ଗଳବାର ସକାଳେ ବମ୍ବେ ଉପକୂଳରୁ ପ୍ରାୟ ୧୧୧ କିମି  ଦୂରରେ ଆରବ ସାଗରରେ ଖସିପଡ଼ିବା ଯୋଗୁ ଏଥିରେ ଥିବା ୯ ଜଣ ଲୋକଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଓଏନ୍‌ଜିସିର ପବନହଂସ ହେଲିକପ୍ଟରରେ ୨ ଜଣ ବିମାନ କର୍ମଚାରୀ ଓ ୭ ଜଣ ଓଏନ୍‌ଜିସି କର୍ମଚାରୀ ଥିଲେ । ରେସ୍କ୍ୟୁ ଅପରେସନରେ ୩ ଜଣ ଓଏନ୍‌ଜିସି କର୍ମଚାରୀ ଏବଂ ୨ ଜଣ ବିମାନ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇପାରିଥିଲା ଏବଂ ଓଏନ୍‌ଜିସିର ୪ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଯାଇଥିଲା ।

ପୂରା ନୂଆ ସିକୋର୍ସ୍କି ଏସ୍‌୭୬ଡି ହେଲିକପ୍ଟରଟି ପବନହଂସ ଦ୍ବାରା ପରିଚାଳିତ ହେଉଥିଲ‌ା । କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏହାକୁ ଆରବ ସାଗରରେ ଜରୁରୀ ଅବତରଣ କରିବାକୁ ପଡ଼ିଲା । କୋଷ୍ଟଗାର୍ଡ ମହାନିର୍ଦ୍ଦେଶକ ଜେନେରାଲ ବୀରେନ୍ଦ୍ର ପଠାନିଆଙ୍କ କହିବା ଅନୁସାରେ ଉଦ୍ଧାର କାର୍ଯ୍ୟ ପାଇଁ ଡାମନ ବିମାନଘାଟିରୁ ଡୋର୍ନିୟର ବିମାନ ପହଞ୍ଚିଥିଲା । ଏକ ସି କିଙ୍ଗ ହେଲିକପ୍ଟର ମଧ୍ୟ ତାଲିମପ୍ରାପ୍ତ ବୁଡ଼ାଳିମାନଙ୍କ ସହ ଉଦ୍ଧାର କାର୍ଯ୍ୟ ପାଇଁ ପହଞ୍ଚିଥିଲା ।

The post ଆରବସାଗରରେ ଓଏନସିଜି ହେଲିକପ୍ଟର ଦୁର୍ଘଟଣା : ଓଡିଆ ଯୁବକ ସତ୍ୟମ୍ବଦ ପାତ୍ରଙ୍କ ମୃତ୍ୟୁ first appeared on Kanak News.

from Kanak News
via <a href="https://ifttt.com/?

ଉଦୟପୁର କହ୍ନେୟାଲାଲଙ୍କ ହତ୍ୟା ଘଟଣାରେ ମୁହଁ ଖୋଲିଲେ କ୍ରିକେଟର ଇରଫାନ୍ ପଠାନ୍ । କହିଲେ ଏଭଳି କଥା ।

କନକ ବ୍ୟୁରୋ: ରାଜସ୍ଥାନର ଉଦୟପୁରରେ ହୋଇଥିବା ହିନ୍ଦୁ ଟେଲର କହ୍ନେୟାଲାଲଙ୍କ ବିଭିତ୍ସ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଏହି ଘଟଣାକୁ ଖେଳ ଜଗତର କିଛି ବରିଷ୍ଠ ଖେଳାଳି ମଧ୍ୟ ନିନ୍ଦା କରିଛନ୍ତି । ଏହାକୁ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଇରଫାନ୍ ପଠାନ୍ ମଧ୍ୟ ଘୋର ନିନ୍ଦା କରିଛନ୍ତି ।

କହ୍ନେୟାଲାଲଙ୍କ ହତ୍ୟା ଘଟଣାରେ ଟ୍ୱିଟ କରି ଇରଫାନ୍ କହିଛନ୍ତି ଯେ, ‘ ଆପଣ କେଉଁ ଧର୍ମରେ ବିଶ୍ୱାସ କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । କିନ୍ତୁ କୌଣସି ନିର୍ଦ୍ଦୋଷକୁ ହତ୍ୟା କରିବା ବାସ୍ତବରେ ମାନବିକତାର ହତ୍ୟା’ । ଇରଫାନଙ୍କ ଏହି ଟ୍ୱଟକୁ ସମର୍ଥନ ଜଣାଇଛନ୍ତି ହଜାର ହଜାର ୟୁଜର୍ସ । ଆଉ ଜଣେ ୟୁଜର୍ସ ନିଜର ପ୍ରତିକ୍ରିୟା ଦେବାକୁ ଯାଇ କହିଛନ୍ତି ଯେ, ‘ଇରଫାନ୍ ସିଧାସଳଖ ଏହି କଥା ନିଜ ସମ୍ପ୍ରଦାୟକୁ ବୁଝାଇବାକୁ ଚେଷ୍ଟା କରନ୍ତୁ’ ।

ସୂଚନା ମୁତାବକ, ରାଜସ୍ଥାନ ଉଦୟପୁରରେ ଦିନ ଦିପହରରେ ଜଣେ ହିନ୍ଦୁ ଟେଲରଙ୍କୁ ତାଙ୍କ ଦୋକନରେ ପଶି ନିର୍ମମ ଭାବେ ହତ୍ୟା କରିଛନ୍ତି ୩ ଜଣ ସଂଖ୍ୟାଲଘୁ ଯୁବକ । ସେମାନେ ଏହି ହତ୍ୟାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ସହ ଏଥିପାଇଁ ନିଜକୁ ଦାୟୀ ମଧ୍ୟ କରିଛନ୍ତି । ତେବେ ସେମାନଙ୍କୁ ଗିରଫ କରାଯିବା ପରେ ପୁରା ଇଲାକାରେ ୧୪୪ ଧାରା ଲାଗୁ ହେବା ସହ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କୁହାଯାଉଛି ମୃତ କହ୍ନେୟାଲାଲଙ୍କ ୮ ବର୍ଷର ପୁଅ ନୂପୁର ଶର୍ମାଙ୍କ ବିବାଦୀୟ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ତାଙ୍କ ବାପା ଅର୍ଥାତ୍ କହ୍ନେୟାଲାଲଙ୍କୁ ହତ୍ୟା କରାଯାଇଛି ।

The post ଉଦୟପୁର କହ୍ନେୟାଲାଲଙ୍କ ହତ୍ୟା ଘଟଣାରେ ମୁହଁ ଖୋଲିଲେ କ୍ରିକେଟର ଇରଫାନ୍ ପଠାନ୍ । କହିଲେ ଏଭଳି କଥା । first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ : ଦିନକରେ ଆଉ ୧୬୧ ଆକ୍ରାନ୍ତ ଚିହ୍ନଟ, କେବଳ ଖୋର୍ଦ୍ଧାରୁ ୬୦ ପଜିଟିଭ

କନକ ବ୍ୟୁରୋ : ରାଜ୍ୟରେ ବଢିଲା ଦୈନିକ କରୋନା ସଂକ୍ରମଣ । ୨୪ଘଣ୍ଟାରେ ୧୬୧ ନୂଆ ସଂକ୍ରମିତ ଚିହ୍ନଟ । ସଙ୍ଗରୋଧରୁ ୯୫ ଓ ସ୍ଥାନୀୟ ଅଞ୍ଚଳରୁ ୬୬ ଚିହ୍ନଟ । ୧୮ବର୍ଷରୁ କମ୍ ବୟସ ବର୍ଗରେ ୨୪ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୦, କଟକରୁ ୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ବାଲେଶ୍ୱରରୁ ୮, ଭଦ୍ରକ, ଜଗତସିଂହପୁର, ଝାରସୁଗୁଡାରୁ ୩ଜଣ ଲେଖାଏଁ, ଯାଜପୁର ୨, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡା, ସମ୍ବଲପୁରରୁ ଜଣେ ଲେଖାଏଁ, ପୁରୀ ଓ ରାଜୟଗଡାରୁ ୫ଜଣ ଲେଖାଏଁ, ସୋନପୁର ୮, ସୁନ୍ଦରଗଡ ୧୩ ଏବଂ ଷ୍ଟେଟପୋଲରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବର୍ତ୍ତମାନ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୨୯ରେ ପହଞ୍ଚିଲା ।

The post ରାଜ୍ୟରେ ବଢୁଛି କରୋନା ସଂକ୍ରମଣ : ଦିନକରେ ଆଉ ୧୬୧ ଆକ୍ରାନ୍ତ ଚିହ୍ନଟ, କେବଳ ଖୋର୍ଦ୍ଧାରୁ ୬୦ ପଜିଟିଭ first appeared on Kanak News.

from Kanak News
via <a href="https://ifttt.com/?

କହ୍ନେୟାଲାଲଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା । ପରିବାରର ଦୁଇଜଣଙ୍କୁ ଚାକିରୀ ସହ ମିଳିବ ୩୧ ଲକ୍ଷ ଟଙ୍କା । ଆଜି ହେବ ପୋଷ୍ଟମର୍ଟମ୍

କନକ ବ୍ୟୁରୋ: ରାଜସ୍ଥାନ ଲେକସିଟି କୁହାଯାଉଥିବା ଉଦୟପୁରରେ ବିଭତ୍ସ ହତ୍ୟାର ଶିକାର ହୋଇଥିବା ଟେଲର କହ୍ନେୟାଲାଲଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । କହ୍ନେୟାଲାଲଙ୍କ ପରିବାରରୁ ଦୁଇ ଜଣଙ୍କୁ ଚାକିରୀ ଦେବା ସହ ୩୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସରକାର ଘୋଷଣା କରିଛନ୍ତି ।

ଏହି ଘଟଣାକୁ ନେଇ ସୃଷ୍ଟି ହୋଇଥିବା ଦଙ୍ଗା ଏବେ ଶାନ୍ତ ରହିଛି । ଆଜି କହ୍ନେୟାଲାଲଙ୍କ ପୋଷ୍ଟମର୍ଟମ କରାଯିବ । ଏହାକୁ ଦୃଷ୍ଟିରେ ରଖି ପୁରା ଇଲାକାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ଇଣ୍ଟରନେଟ୍ ବ୍ୟବସ୍ଥାକୁ ବନ୍ଦ କରାଯାଇଛି । ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ପ୍ରତ୍ୟେକ ଗିତିବିଧି ଉପରେ କଡା ନଜର ରଖିଛନ୍ତି ।

କହ୍ନେୟାଲାଲଙ୍କ ମୃତଦେହ ପୋଷ୍ଟମର୍ଟମ ହେବାକୁ ଥିବାବେଳେ ହତ୍ୟା ଘଟଣାର ଯାଞ୍ଚ କରିବାକୁ ଗଠିତ ଏସଆଇଟି ଟିମ୍ ମଧ୍ୟ ଉଦୟପୁରରେ ପହଞ୍ଚିଛି । ହତ୍ୟା କାଣ୍ଡରେ ସମ୍ପୃକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ । ଯାଞ୍ଚ ପରେ ଏସଆଇଟି ନିଜର ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ ।

The post କହ୍ନେୟାଲାଲଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା । ପରିବାରର ଦୁଇଜଣଙ୍କୁ ଚାକିରୀ ସହ ମିଳିବ ୩୧ ଲକ୍ଷ ଟଙ୍କା । ଆଜି ହେବ ପୋଷ୍ଟମର୍ଟମ୍ first appeared on Kanak News.

from Kanak News
via <a href="https://ifttt.com/?

Create your website with WordPress.com
Get started