ଗତ ବର୍ଷ ଜୁଲାଇ ମାସରେ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଚୋରି ଅଭିଯୋଗରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବିଚ୍ ବଜାରରେ ଜୋତାରେ ପିଟିପିଟି ନିଆଯାଇଥିଲା । ଏହି ମାମଲାରେ ବର୍ତ୍ତମାନ ଜାତୀୟ ମହିଳା ଆୟୋଗ ରାଜ୍ୟ ସରକାରଙ୍କ ଉପରେ ୬ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ପ୍ରତ୍ୟେକ ପୀଡିତା ମହିଳାଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।
ଗତ ବର୍ଷ ଜୁଲାଇରେ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଥିଲା । ଯେଉଁଠାରେ ଜନଗହଳିପୂର୍ଣ୍ଣ ବଜାରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ଅତି ନିର୍ଦୟ ଭାବେ ଜୋତାରେ ମାଡ଼ ମରାଯାଇଥିଲା । ଜାତୀୟ ମାନବାଧିକାର କମିଶନ ଜିଲ୍ଲାର ବାମୋଙ୍ଗୋଲା ଅଞ୍ଚଳରେ ଚୋର ବୋଲି ସନ୍ଦେହରେ ଦୁଇ ମହିଳାଙ୍କୁ ନିର୍ବସ୍ତ୍ର କରି ମାଡ ମାରିବା ଅଭିଯୋଗରେ ରାଜ୍ୟ ଉପରେ ଜୋରିମାନା ଲଗାଇଛନ୍ତି । କ୍ଷତିପୂରଣ ହିସାବରେ ରାଜ୍ୟକୁ ୬ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୁଇ ପୀଡିତା ମହିଳାଙ୍କ ମଧ୍ୟରେ ପ୍ରତ୍ୟେକଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଛ ସପ୍ତାହ ମଧ୍ୟରେ ଏହି ଜରିମାନା ଦେବାକୁ ରାଜ୍ୟ ସରକାରକୁ ନିର୍ଦ୍ଦେଶ ଦିଆଯାଇଛି ।
ଗତ ବର୍ଷ ଜିଲ୍ଲାରେ ଘଟିଥିବା ଏହି ଲଜ୍ଜାଜନକ ଘଟଣାକୁ ପୋଲିସ ପ୍ରଶାସନ ଚାପି ଦେଇଥିଲା । ଏହାକୁ ନେଇ ପୋଲିସର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା । ଯେଉଁଠାରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମରାଯାଇଥିଲା ସେହି ସ୍ଥାନ ନିକଟରେ ଏକ ପୋଲିସ ପୋଷ୍ଟ ମଧ୍ୟ ଥିଲା । ଏହା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ପୋଲିସ ଅଭିଯୁକ୍ତକୁ ଉତ୍ସାହିତ କରିଥିଲା । ଏହି ଲଜ୍ଜାଜନକ ଘଟଣା ବିଷୟରେ ସ୍ଥାନୀୟ ଲୋକ ଜାଣିବା ମାତ୍ରେ ଅପରାଧୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଥିଲେ ।
ମହିଳାମାନଙ୍କୁ ଉଲଗ୍ନ କରି ବଜାରରେ ପ୍ୟାରେଡ୍ କରାଯାଇଥିଲା ।
ଏହି ଘଟଣା ଯେଉଁଠାରେ ଘଟିଥିଲା ସେଠାରେ ପ୍ରତି ମଙ୍ଗଳବାର ଏକ ହାଟ ଅନୁଷ୍ଠିତ ହୋଇଥାଏ । ପକେଟମାର ସନ୍ଦେହରେ ଉକ୍ତ ବଜାରରେ କ୍ରୋଧିତ କିଛି ଜନତା ମହିଳା ଦୁହିଁଙ୍କୁ ଘେରି ଯାଇଥିଲେ । ତାପରେ ଉଭୟ ମହିଳାଙ୍କୁ ଉଲଗ୍ନ କରି ଜୋତା ଏବଂ ଚପଲରେ ଗୁରୁତର ଭାବେ ମାଡ ଦିଆଯାଇଥିଲା।
ବିଜେପି ଏହି ପ୍ରସଙ୍ଗ ଉଠାଇଥିଲା
ଏହା ପରେ ମଧ୍ୟ କ୍ରୋଧିତ ଜନତା ସନ୍ତୁଷ୍ଟ ହୋଇନଥିଲେ, ପୀଡିତା ଦୁଇଜଣ ମହିଳାଙ୍କୁ ଉଲଗ୍ନ କରାଇ ବଜାରରେ ପ୍ୟାରେଡ୍ କରାଯାଇଥିଲା । ଏହି ଲଜ୍ଜାଜନକ ଘଟଣା ପରେ ପୋଲିସ ତୁରନ୍ତ କୌଣସି ପଦକ୍ଷେପ ନେଇନଥିଲା । ସମସ୍ତ ଅଭିଯୁକ୍ତ ବାହାରେ ଖୁଲମଖୁଲା ଭାବରେ ବୁଲୁଥିଲେ । ଏହି ଘଟଣାରେ ବିଜେପି ଜାତୀୟ ମାନବ ଅଧିକାର ଆୟୋଗରେ ମାମଲା ଦାୟର କରିଥିଲା । ଏହାକୁ ଦୃଷ୍ଟିରେ ରଖି ଜାତୀୟ ମାନବାଧିକାର କମିଶନ ବର୍ତ୍ତମାନ କ୍ଷତିପୂରଣ ଦେବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ପୀଡିତାଙ୍କ ମଧ୍ୟରେ ପ୍ରତ୍ୟେକଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ବଣ୍ଟନ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।
The post ବିଚ୍ ବଜାରରେ ୨ ମହିଳାଙ୍କୁ ଉଲଗ୍ନ କରି ଜୋତାରେ ପିଟିବା ମାମଲା : ମମତା ସରକାରଙ୍କୁ ୬ ଲକ୍ଷ ଟଙ୍କା ଜରିମାନା first appeared on Kanak News.
from Kanak News
via <a href="https://ifttt.com/?