ଦେଶର ୩ କୋଟି ମହିଳା ବନିବେ ଲକ୍ଷପତି ଦିଦି । ସ୍ୱୟଂ ସହାୟକ ମହିଳାଙ୍କୁ ଦିଆଯିବ ଡ୍ରୋନ ଉଡାଇବା ଟ୍ରେନିଙ୍ଗ : ମହିଳାଙ୍କ ପାଇଁ ସୀତାରମଣଙ୍କ ବଡ ଘୋଷଣା

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ୍ ୨୦୨୪ ଆଗତ କରିଛନ୍ତି । ଏହି କ୍ରମରେ ସେ ସରକାରଙ୍କ ୧୦ ବର୍ଷର ଉପଲବ୍ଧିକୁ ବଖାଣିଛନ୍ତି । ଆଗାମୀ ୫ ବର୍ଷରେ ଦେଶରେ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ ବୋଲି ଘୋଷଣା କରିଛନ୍ତି ସୀତାରମଣ । ୨୦୨୩ ସ୍ୱାଧୀନତା ଦିବସ ଅବସରରେ ଏହି ଯୋଜନା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ, ଯେଉଁଥିରେ ଦେଶର ୨ କୋଟି ମହିଳାଙ୍କୁ ଲକ୍ଷପତି ଦିିଦି ବନାଯିବାକୁ ଘୋଷଣା କରିଥିଲେ । ଆଜି ଅର୍ଥମନ୍ତ୍ରୀ ଏହି ଲକ୍ଷ୍ୟକୁ ୩ କୋଟି କରିଛନ୍ତି ।

ଲକ୍ଷପତି ଦିଦି ଯୋଜନାର ଉଦ୍ଦେଶ୍ୟ ହେଉଛି , ଦାରିଦ୍ର୍ୟ ଦୂରୀକରଣ ଏବଂ ଅର୍ଥନୈତିକ ସଶକ୍ତୀକରଣ । ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯିବ ଯାହା ଦ୍ୱାରା ସେମାନେ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିପାରିବେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ଏହି ଯୋଜନା କାର୍ୟ୍ୟକାରୀ କରାଯିବ । ଲକ୍ଷପତି ଦିଦି ଲକ୍ଷ୍ୟ ପୂରଣ ପାଇଁ ମହିଳାମାନଙ୍କୁ ଅନେକ ପ୍ରକାର ପ୍ରଶିକ୍ଷଣ ଦିଆଯିବ । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ଡ୍ରୋନ୍ ଯୋଗାଇ ଦିଆଯିବ ଏବଂ ସେମାନଙ୍କୁ ଡ୍ରୋନ୍ ପରିଚାଳନା ଓ ମରାମତି ପାଇଁ ପ୍ରଶିକ୍ଷଣ ଦିଆଯିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

ଗତବର୍ଷ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍ କମିଟି ଲକ୍ଷପତି ଦିଦି ଯୋଜନାରେ ୧୨୬୧ କୋଟି ଟଙ୍କା ଖର୍ଚ୍ଚ କରି ୧୫ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଡ୍ରୋନ୍ ଯୋଗାଇଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ୨୦୨୪-୨୫ ଓ ୨୫-୨୬ ଆର୍ଥିକ ବର୍ଷରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୪,୫୦୦ ଡ୍ରୋନ୍ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

The post ଦେଶର ୩ କୋଟି ମହିଳା ବନିବେ ଲକ୍ଷପତି ଦିଦି । ସ୍ୱୟଂ ସହାୟକ ମହିଳାଙ୍କୁ ଦିଆଯିବ ଡ୍ରୋନ ଉଡାଇବା ଟ୍ରେନିଙ୍ଗ : ମହିଳାଙ୍କ ପାଇଁ ସୀତାରମଣଙ୍କ ବଡ ଘୋଷଣା first appeared on Kanak News.

from Kanak News
via <a href="https://ifttt.com/?

ଗ୍ରାମାଞ୍ଚଳରେ ନିର୍ମାଣ ହେବ ୫ କୋଟି ଘର । ୧କୋଟି ପରିବାରକୁ ମାସକୁ ମିଳିବ ୩୦୦ ୟୁନିଟ୍ ମାଗଣା ବିଜୁଳି ।

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଭାଷଣରେ କହିଛନ୍ତି ଯେ, ମୋଦୀ ସରକାର ମଧ୍ୟମ ବର୍ଗଙ୍କୁ ନିଜର ଘର ନିର୍ମାଣ କରିବାକୁ ଏବଂ କିଣିବାକୁ ସାହାଯ୍ୟ କରିବାକୁ ବିଶେଷ ଯୋଜନା ଆରମ୍ଭ ହେବ । ରୁଫଟପ୍ ସୋଲାରାଇଜେସନ୍ ମାଧ୍ୟମରେ ଦେଶର ୧କୋଟିରୁ ଅଧିକ ପରିବାରଙ୍କୁ ମାସିକ ୩୦୦ ୟୁନିଟର ବିଜୁଳି ଶକ୍ତି ମାଗଣାରେ ମିଳିବ । ନିବେଶର ଆବଶ୍ୟକତାକୁ ପୂରଣ କରିବାକୁ ସରକାର ଆର୍ଥିକ କ୍ଷେତ୍ର ପ୍ରସ୍ତୁତ କରିବ । ଫଳରେ ଭାରତ ଅନ୍ୟ ଦେଶମାନଙ୍କ ପାଇଁ ଏକ ଗେମ୍ ଚେଞ୍ଜର ହୋଇପାରିବ ।

ଏହାସହ ନିର୍ମଳା ସୀତାରମଣ କହିଛନ୍ତି ଯେ, କୋଭିଡ୍ କାରଣରୁ ପ୍ରତିବନ୍ଧକ ସତ୍ତେ୍ୱ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଘର ନିର୍ମାଣ କାମ ଜାରି ରହିଛି ଏବଂ ସରକାର ଏବେଯାଏଁ ୩ କୋଟି ଘର ନିର୍ମାଣ କରିବାର ଲକ୍ଷ୍ୟ ପାଖାପାଖି ପହଞ୍ଚିସାରିଛନ୍ତି । ଆସନ୍ତା ୫ ବର୍ଷରୁ ଆହୁରି ୨ କୋଟି ନୂଆ ଘର ନିର୍ମାଣ ହେବ । ଆସନ୍ତା ୫ ବର୍ଷରେ ଦେଶ ଅଭୂତପୂର୍ବ ବିକାଶ କରିବ । ସମସ୍ତଙ୍କ ଆଶା ଓ ଅଙ୍ଗନବାଡି କର୍ମଚାରୀଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି ନିର୍ମଳା ସୀତାରମଣ ।

The post ଗ୍ରାମାଞ୍ଚଳରେ ନିର୍ମାଣ ହେବ ୫ କୋଟି ଘର । ୧କୋଟି ପରିବାରକୁ ମାସକୁ ମିଳିବ ୩୦୦ ୟୁନିଟ୍ ମାଗଣା ବିଜୁଳି । first appeared on Kanak News.

from Kanak News
via <a href="https://ifttt.com/?

ବଜେଟରେ ସରକାରଙ୍କ ଲକ୍ଷ୍ୟ କଣ? ଅର୍ଥମନ୍ତ୍ରୀ କହିଲେ ବଜେଟରେ କାହାକୁ ମିଳିବ ସୁବିଧା?

କନକ ବ୍ୟୁରୋ: ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ । ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ଉପସ୍ଥାପିତ ହୋଇଛି । ଏହି ସମୟରେ ଅର୍ଥମନ୍ତ୍ରୀ ବଜେଟର ଲକ୍ଷ୍ୟ କଣ କହିଛନ୍ତି । ସେ କହିଥିଲେ ସରକାରଙ୍କ ଲକ୍ଷ୍ୟ ରହିଛି ୫ ବର୍ଷରେ ଆଉ ୨ କୋଟି ଘର ନିର୍ମାଣ ହେବ । ମାସକୁ ୩ଶହ ୟୁନିଟ ବିଜୁଳି ମାଗଣା ଯୋଗାଯିବ । ୧ କୋଟି ଘରର ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ । ମିଶନ ଇନ୍ଦ୍ରଧନୁଷରେ ଟିକାକରଣ ଜୋରଦାର ହେବ । ସମସ୍ତଙ୍କୁ ପକ୍କା ଘର ଯୋଗାଇବା ଲକ୍ଷ୍ୟ ବି ରହିଛି । ସରକାରଙ୍କ ଲକ୍ଷ୍ୟ ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ । ଦୁଗ୍ଧ ଉତ୍ପାଦନରେ ମିିଳିବ ପ୍ରତ୍ସାହନ । ପିଏମ ମତ୍ସ୍ୟ ସମ୍ପଦ ଯୋଜନାକୁ ପ୍ରୋତ୍ସାହନ ଲକ୍ଷ୍ୟ । ଲକ୍ଷପତି ଦିଦି ଯୋଜନାରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାର ଲକ୍ଷ୍ୟ । ୧ କୋଟି ମହିଳାଙ୍କି ଲକ୍ଷପତି ଦିଦି କରାଯାଇଛି । ଆଉ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବା ଲକ୍ଷ୍ୟ ରହିଛି । ୩ଟି ରେଳ କରିଡର ଆରମ୍ଭ କରାଯିବ ।

The post ବଜେଟରେ ସରକାରଙ୍କ ଲକ୍ଷ୍ୟ କଣ? ଅର୍ଥମନ୍ତ୍ରୀ କହିଲେ ବଜେଟରେ କାହାକୁ ମିଳିବ ସୁବିଧା? first appeared on Kanak News.

from Kanak News
via <a href="https://ifttt.com/?

ଗରିବ, ମହିଳା, କୃଷକ ଓ ଯୁବପିଢିଙ୍କ ଉପରେ ଗୁରୁତ୍ୱ: ନିର୍ମଳା କହିଲେ, ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶ କରିବା ଲକ୍ଷ୍ୟ

କନକ ବ୍ୟୁରୋ: ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ । ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ଉପସ୍ଥାପିତ ହୋଇଛି । ଏହି ସମୟରେ ସମକାରୀ ଯୋଜନାର ଲାଭ କଥା କହିଛନ୍ତି ଅର୍ଥମନ୍ତ୍ରୀ । ସେ କହିଛନ୍ତି, ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶ କରିବା ଲକ୍ଷ୍ୟ ରହିଛି । ଗରିବ, ମହିଳା, କୃଷକ ଓ ଯୁବପିଢିଙ୍କ ଉପରେ ଦିଆଯିବ ଗୁରୁତ୍ୱ । ଗରିବ କଲ୍ୟାଣ ଦେଶର କଲ୍ୟାଣ । ୨୫ କୋଟି ଲୋକଙ୍କ ଦାରିଦ୍ୟ ଦୂର ହୋଇଛି । ସମସ୍ତଙ୍କୁ ଶସକ୍ତ କରିବାର ପ୍ରୟାସ ଜାରି ରହିଛି । ଗରିବଙ୍କୁ ପାଣି ଘର ଯୋଗାଇ ଦିଆଯାଇଛି । ସମସ୍ତେ ଶସକ୍ତ ହେଲେ ଦେଶ ଆଗକୁ ବଢିବ । ଭ୍ରଷ୍ଟାଚାର ଓ ପରିବାର ବାଦକୁ ହଟାଯାଇଛି । ଦିବ୍ୟାଙ୍ଗଙ୍କୁ ଆତ୍ମନିର୍ଭର କରିବାର ପ୍ରୟାସ ଜାରି ରହିଛି । ଅର୍ଥ ବ୍ୟବସ୍ଥାରେ ସକରାତ୍ମକ ପରିବର୍ତ୍ତନ ଆସିଛି । ଗତ ୧୦ ବର୍ଷରେ ଅର୍ଥ ବ୍ୟବସ୍ଥାରେ ଭଲ ପରିବର୍ତ୍ତନ ହୋଇଛି । ଦେଶର ସବୁ ବର୍ଗର ଲୋକଙ୍କ ବିକାଶ ହେଉଛି । ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁଛି । ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି ।

ସେହିପରି ଆହୁରି କହିଛନ୍ତି, ଯୁବପିଢିଙ୍କୁ ସଶକ୍ତ କରିବା ସରକାରଙ୍କ ପ୍ରାଥମିକତା । ସ୍କିଲ ଇଣ୍ଡିଆ ମିସନରେ ୧.୪ ଯୁବପିଢିଙ୍କୁ ତାଲିମ ଦିଆଯାଉଛି । ୧୧.୮ କୋଟି କୃଷକଙ୍କୁ ସରକାରୀ ସୁବିଧା ମିଳୁଛି । ୪ କୋଟି କୃଷକ ପିଏମ ଫସଲ ଯୋଜନାରେ ଲାଭ ପାଉଛନ୍ତି । ସହିପରି ଶିକ୍ଷା ପାଇଁ ୩୯୦ ନୂଆ ବିଶ୍ୱବିଦ୍ୟାଳୟ ଖୋଲାଯାଇଛି । ୧୦ ବର୍ଷରେ ମହିଳାଙ୍କ ବିକାଶ ଉପରେ ବି ଫୋକସ କରାଯାଇଛି ।

The post ଗରିବ, ମହିଳା, କୃଷକ ଓ ଯୁବପିଢିଙ୍କ ଉପରେ ଗୁରୁତ୍ୱ: ନିର୍ମଳା କହିଲେ, ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶ କରିବା ଲକ୍ଷ୍ୟ first appeared on Kanak News.

from Kanak News
via <a href="https://ifttt.com/?

ଆଫଗାନିସ୍ତାନ ସୀମା ନିକଟରେ ଇମ୍ରାନ ଖାନଙ୍କ ଦଳର ପ୍ରାର୍ଥୀ ଗୁଳିକରି ହତ୍ୟା ।  ତିନିଜଣ ଆହତ ।

ନିର୍ବାଚନ ବୈଷୟିକ ଭିତ୍ତିରେ ଇମ୍ରାନ ଖାନଙ୍କ ପାର୍ଟିର  ପାରମ୍ପାରିକ ନିର୍ବାଚନ ପ୍ରତୀକ, କ୍ରିକେଟ୍ ବ୍ୟାଟ୍ ଛଡ଼ାଇ ନିଆଯାଇଛି ଏବଂ ଏହାର ପ୍ରାର୍ଥୀମାନେ ସ୍ୱାଧୀନ ଭାବରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ପିଟିଆଇ ପ୍ରାଦେଶିକ ଅଧ୍ୟକ୍ଷ ଆଟିଫ ଖାନ କହିଛନ୍ତି ଯେ ରେହାନ ଜେବ ଖାନ ଦଳର ଜଣେ ସଦସ୍ୟ ଥିଲେ କିନ୍ତୁ ପାର୍ଟି  ସମର୍ଥନରେ ଏହି ନିର୍ବାଚନମଣ୍ଡଳୀରେ ପିଟିଆଇର ଆଉ ଜଣେ ପ୍ରାର୍ଥୀ ଅଛନ୍ତି।

ଫେବୃଆରୀ ୮ ନିର୍ବାଚନ ପୂର୍ବରୁ ପାକିସ୍ତାନରେ ହିଂସା ଘଟଣା ବୃଦ୍ଧି ପାଇଛି । ଆଫଗାନିସ୍ତାନ ସୀମାରେ ଥିବା ଏକ ଆଦିବାସୀ ଜିଲ୍ଲାରେ ବୁଧବାର ଦିନ ପାକିସ୍ତାନରେ ହେବାକୁ ଥିବା ନିର୍ବାଚନରେ ​​ଏକ ଜାତୀୟ ବିଧାନସଭା ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ପୋଲିସ କହିଛି ।

ଫେବୃଆରୀ ୮ ନିର୍ବାଚନରେ ​​ଜଣେ ସ୍ବାଧୀନ ପ୍ରାର୍ଥୀ ରେହାନ ଜେବ ଖାନ ଯିଏ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳକୁ ସମର୍ଥନ କରୁଥିବା ଦାବି କରିଥିଲେ ଏବଂ ତାଙ୍କର ଚାରିଜଣ ସହଯୋଗୀଙ୍କୁ ବାଜୋର ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଛି ବୋଲି ପୋଲିସ ଅଧିକାରୀ ରସିଦ ଖାନ କହିଛନ୍ତି ।

ସହକର୍ମୀଙ୍କ ଅବସ୍ଥା ଗୁରୁତର

ସେ କହିଛନ୍ତି ଯେ ରେହାନ ଜେବ ଖାନଙ୍କ ସ୍ଥାନୀୟ ଡାକ୍ତରଖାନାରେ ମୃତ୍ୟୁ ଘଟିଛି ଏବଂ ତାଙ୍କ ସହକର୍ମୀଙ୍କ ଅବସ୍ଥା ଗୁରୁତର ରହିଛି । ଏହି ସମୟରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପାର୍ଟି ବୁଧବାର ଦିନ କହିଛି ଯେ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶ୍ରା ଏକ ଦୁର୍ନୀତି ମାମଲାରେ ୧୪ ବର୍ଷ ଜେଲରେ ଅଛନ୍ତି ।

ପ୍ରାର୍ଥୀମାନେ ସ୍ବାଧୀନ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।  

ନିର୍ବାଚନ ବୈଷୟିକ ଭିତ୍ତିରେ ଇମ୍ରାନ ଖାନଙ୍କ ପାର୍ଟିର  ପାରମ୍ପାରିକ ନିର୍ବାଚନ ପ୍ରତୀକ କ୍ରିକେଟ୍ ବ୍ୟାଟ୍ ଛଡ଼ାଇ ନିଆଯାଇଛି ଏବଂ ଏହାର ପ୍ରାର୍ଥୀମାନେ ସ୍ୱାଧୀନ ଭାବରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ପିଟିଆଇ ପ୍ରାଦେଶିକ ଅଧ୍ୟକ୍ଷ ଆଟିଫ ଖାନ କହିଛନ୍ତି ଯେ ରେହାନ ଜେବ ଖାନ ଦଳର ଜଣେ ସଦସ୍ୟ ଥିଲେ କିନ୍ତୁ ପାର୍ଟି ସମର୍ଥନରେ ଏହି ନିର୍ବାଚନମଣ୍ଡଳୀରେ ପିଟିଆଇର ଆଉ ଜଣେ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ଇମ୍ରାନ ଖାନଙ୍କ ଦଳ ସମର୍ଥନ ଦାବି କରିଛି

ବାଲାଟ ପେପରରେ ପାର୍ଟିର ପ୍ରତୀକ ଅନୁପସ୍ଥିତିରେ ଅନେକ ସ୍ୱାଧୀନ ପ୍ରାର୍ଥୀ ଇମ୍ରାନ ଖାନଙ୍କ ଦଳର ସମର୍ଥନ ଅଛି ବୋଲି ମନକୁ ମନ ଦାବି କରୁଛନ୍ତି । ପାର୍ଟି କହିଛି ଯେ ତାଙ୍କ ଦଳ ଉପରେ  ସାମରିକ ସମର୍ଥିତ କଟକଣା ଜାରି କରାଯାଇଛି ଯେଉଁଥିରେ ଶହ ଶହ ସମର୍ଥକ, ଦଳର ସଦସ୍ୟ ଏବଂ ପ୍ରମୁଖ ସହଯୋଗୀ ଗିରଫ ହୋଇଛନ୍ତି । ଦଶନ୍ଧି ଧରି ପାକିସ୍ତାନର ରାଜନୀତିରେ ପ୍ରାଧାନ୍ୟ ବିସ୍ତାର କରିଥିବା ସେନା ଏହି ଅଭିଯୋଗକୁ ଅସ୍ୱୀକାର କରିଛି ।ନିକଟ ଅତୀତରେ ଉତ୍ତର-ପଶ୍ଚିମ ପାକିସ୍ତାନର ଆଦିବାସୀ ଅଞ୍ଚଳରେ ପିଟିଆଇ ସହ ଜଡିତ ଜଣେ ପ୍ରାର୍ଥୀଙ୍କ ଏହା ଦ୍ୱିତୀୟ ହତ୍ୟା । ସେହି ଅଞ୍ଚଳରେ ବୁଧବାର ହୋଇଥିବା ଆକ୍ରମଣ ପାଇଁ କେହି ନିଜକୁ ଦାୟୀ କରିନାହାଁନ୍ତି । ସୀମାର ଉଭୟ ପାର୍ଶ୍ୱରେ ଇସଲାମୀୟ ଆତଙ୍କବାଦୀମାନେ ସକ୍ରିୟ ଅଛନ୍ତି ।

 

 

The post ଆଫଗାନିସ୍ତାନ ସୀମା ନିକଟରେ ଇମ୍ରାନ ଖାନଙ୍କ ଦଳର ପ୍ରାର୍ଥୀ ଗୁଳିକରି ହତ୍ୟା ।  ତିନିଜଣ ଆହତ । first appeared on Kanak News.

from Kanak News
via <a href="https://ifttt.com/?

ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣଙ୍କ ବଜେଟ୍ ଭାଷଣ ଆରମ୍ଭ : ନିର୍ବାଚନୀ ବର୍ଷରେ ବିକାଶ ଯୋଜନାକୁ ଗୁରୁତ୍ୱ ।

କନକ ବ୍ୟୁରୋ: ନୂଆ ସଂସଦରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ ଅଭିଭାଷଣରେ ପ୍ରଥମେ ସୀତାରମଣ କହିଥିଲେ ଯେ, ଦେଶ ଭବିଷ୍ୟ ଆଡକୁ ଦେଖୁଛି, ଯାହା ଆଶାନ୍ୱିତ ରହିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱେ ଆମେ ଆଗକୁ ବଢୁଛେ । ଯେବେ ମୋଦୀ ୨୦୧୪ରେ କାମ ଆରମ୍ଭ କରିଥିଲେ । ତାଙ୍କ ଅଗାରେ ଏକାଧିକ ଚ୍ୟାଲେଞ୍ଜ ଥିଲା । ସେଥିରୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସବୁଠୁ ବଡ ପ୍ରସଙ୍ଗ ଥିଲା ।

ଜନତାଙ୍କୁ ଅଧିକରୁ ଅଧିକ ରୋଜଗାରର ସୁଯୋଗ ଦିଆଯାଇଛି । ୧୦ ବର୍ଷ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି । ଏସବୁକୁ ଆଧାର କରି ଦେଶର ଜନତା ଦ୍ୱିତୀୟ ଥର ପାଇଁ ମୋଦୀ ସରକାରଙ୍କୁ ବାଛିଛି । ତେଣୁ ଲୋକଙ୍କ ବିକାଶ ହେଉଛି ମୋଦୀ ସରକାରଙ୍କ ଲକ୍ଷ୍ୟ । ‘ସମସ୍ତଙ୍କ ସହଯୋଗ, ସମସ୍ତଙ୍କ ବିଶ୍ୱାସ ଓ ସବସ୍ତଙ୍କ ଚେଷ୍ଟାରେ ହିଁ ଦେଶ ଆଗକୁ ବଢୁଛି ।

The post ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣଙ୍କ ବଜେଟ୍ ଭାଷଣ ଆରମ୍ଭ : ନିର୍ବାଚନୀ ବର୍ଷରେ ବିକାଶ ଯୋଜନାକୁ ଗୁରୁତ୍ୱ । first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀରେ କିଲର କାରକୁ ନେଇ ଚା ଞ୍ଚଲ୍ୟ । ଭୁବନେଶ୍ୱର ପଟିଆରେ ସ୍କୁଟିକୁ କାର ୨ କିଲୋମିଟର ଘୋଷାଡି ନେବା ଘଟଣାରେ ଚାଳକ ଅଟକ ।

କନକ ବ୍ୟୁରୋ: ପଟିଆ ରୟାଲିଟି ଛକର କିଲର କାର । ଦୁର୍ଘଟଣା ଘଟାଇ ଫିଲ୍ମ ଷ୍ଟାଇଲରେ ସ୍କୁଟିକୁ ଦୁଇ କିଲୋମିଟରରୁ ଅଧିକ ବାଟ ଯାଏଁ ଭିଡିନେଲା ଏହି କାର । ୟୁପି ନମ୍ବର ଥିବା ଏକ ହୋଣ୍ଡା କାର ଏକ ସ୍କୁଟିକୁ ଘୋଷାଡି ନେଉଥିବାର ଭିଡିଓ ଦେଖିବାକୁ ମିଳିଛି । କାରଟି ୨ଜଣ ବ୍ୟକ୍ତିଙ୍କୁ ଦୁର୍ଘଟଣା ଘଟାଇବା ପରେ ସ୍ପିଡରେ ଏକ ସ୍କୁଟିକୁ ଘୋଷାଡି ନେଇଥିଲା । ବାଟରେ ଉକ୍ତ କାରକୁ ଦେଖି ଲୋକମାନେ ଜୀବନ ବିକଳରେ ରାସ୍ତାରୁ ପାଖେଇ ଯାଇଥିଲେ । ଗାଡିରୁ ନିଆଁ ବାହାରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

The post ରାଜଧାନୀରେ କିଲର କାରକୁ ନେଇ ଚା ଞ୍ଚଲ୍ୟ । ଭୁବନେଶ୍ୱର ପଟିଆରେ ସ୍କୁଟିକୁ କାର ୨ କିଲୋମିଟର ଘୋଷାଡି ନେବା ଘଟଣାରେ ଚାଳକ ଅଟକ । first appeared on Kanak News.

from Kanak News
via <a href="https://ifttt.com/?

ପାତ୍ର ଇଣ୍ଟେରିୟର୍ସରେ ପ୍ରଦର୍ଶିତ ହେଉଛି ୫୦୦ ରୁ ଉର୍ଦ୍ଧ୍ୱ ହୋମ୍ ଏବଂ ଅଫିସ୍ ଫର୍ଣ୍ଣିଚର । ଏକ୍ସଚେଞ୍ଜର ସୁବିଧା ସହିତ ରହିଛି ୬୦% ପର୍ୟ୍ୟନ୍ତ ରିହାତି ।

କନକ ବ୍ୟୁରୋ: ବିଭିନ୍ନ ମଡେଲର ଘର ଏବଂ ଅଫିସ୍ ପାଇଁ ଫର୍ଣ୍ଣିଚର ସହିତ ଘର ସଜାଇବା ସାମଗ୍ରୀ (ହୋମ ଡେ଼କର) ପାତ୍ର ଇଲେକ୍ଟ୍ରୋନିକ୍ସ ଗ୍ରୁପ୍ ତରଫରୁ କଟକ ସିଡିଏ ଠାରେ ଖୋଲାଯାଇଥିବା ଏହାର ଏକ୍ସକ୍ଲୁସିଭ ସୋ ରୁମ୍ “ପାତ୍ର ଇଣ୍ଟେରିୟର୍ସ” ରେ ଏବେ ପ୍ରଦର୍ଶିତ ହେଉଛି । ଏହି ସୋରୁମରେ ମିଳୁଛି ବିଭିନ୍ନ ନାମୀ ବ୍ରାଣ୍ଡର ୫୦୦ ପ୍ରକାରରୁ ଉର୍ଦ୍ଧ୍ୱ ଘର ଏବଂ ଅଫିସ୍ ପାଇଁ ଫର୍ଣ୍ଣିଚର ମଡେଲ ।

ଏଠାରେ ଗଡ଼ରେଜ ଇଣ୍ଟେରିଓ ଠାରୁ ଆରମ୍ଭ କରି କର୍ଲ-ଅନ୍, ସ୍ପେସ ଉଡ଼, ଜୁଆରୀ ଏବଂ କସ୍ମୋ ଭଳି ବିଭିନ୍ନ କମ୍ପାନୀର ଲାଟେଷ୍ଟ ଡିଜାଇନ୍ ଓ ମଡେଲ୍ ର ଫର୍ଣ୍ଣିଚର ଓ ହୋମ ପ୍ରଡକ୍ଟସ୍ ରହିଛି । ନୂଆ ବର୍ଷ ଓ ବିବାହ ଋତୁକୁ ଲକ୍ଷ୍ୟ ରଖି “ପାତ୍ର ଇଂଟେରିୟର୍ସ” ତରଫରୁ ଗ୍ରାହାକମାନଙ୍କ ପାଇଁ ଆକର୍ଷଣୀୟ ଅଫର ସବୁ ରହିଛି । ଯେକୌଣସି ଉପକରଣ କିଣିଲେ ସର୍ବାଧିକ ୬୦% ପର୍ୟ୍ୟନ୍ତ ରିହାତିର ବ୍ୟବସ୍ଥା ସହିତ କମ୍ବୋ ଅଫରରେ ମାତ୍ର ୧ ଲକ୍ଷ ଟଙ୍କା ଦେଇ ଆପଣ ନେଇପାରିବେ ବେଡ଼ ସହିତ ଡ୍ରେସିଂ ଟେବୁଲ୍, ସୋଫା ସେଟ, ଆଲମିରା, ତକିଆ, ବେଡ଼ସିଟ ଓ ମ୍ୟାଟ୍ରେସ । ଏସବୁ ଉପକରଣ ନେବା ପାଇଁ ‘ନୋ କଷ୍ଟ ଇଏମଆଇ’ ର ବ୍ୟବସ୍ଥା ଥିବା ବେଳେ ପୁରୁଣା ଫର୍ଣ୍ଣିଚରର ଏକ୍ସଚେଞ୍ଜର ସୁବିଧା ମଧ୍ୟ ରହିଛି । ଅଧିକ ଜାଣିବା ପାଇଁ ଆପଣ ୮୦୯୩୦୨୬୬୭୬ରେ ଯୋଗାଯୋଗ କରିପାରିବେ ।

The post ପାତ୍ର ଇଣ୍ଟେରିୟର୍ସରେ ପ୍ରଦର୍ଶିତ ହେଉଛି ୫୦୦ ରୁ ଉର୍ଦ୍ଧ୍ୱ ହୋମ୍ ଏବଂ ଅଫିସ୍ ଫର୍ଣ୍ଣିଚର । ଏକ୍ସଚେଞ୍ଜର ସୁବିଧା ସହିତ ରହିଛି ୬୦% ପର୍ୟ୍ୟନ୍ତ ରିହାତି । first appeared on Kanak News.

from Kanak News
via <a href="https://ifttt.com/?

ବଜେଟରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ହୋଇପାରେ ବଡ ଘୋଷଣା, ମହଙ୍ଗା ଭତ୍ତା ବୃଦ୍ଧି ନେଇ ଆଶା ।

କନକ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦୀ ସରକାରଙ୍କର ଦ୍ୱିତୀୟ କାର୍ଯ୍ୟକାଳର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରୁଛନ୍ତି । ଏହା ତାଙ୍କର ଷଷ୍ଠ ବିଜେଟ୍ ପରିବେଷଣ । ଆଗକୁ ନିର୍ବାଚନ ଥିବାରୁ ଏହି ବଜେଟରେ ବଡ ଘୋଷଣା ହେବା ନେଇ ସମସ୍ତଙ୍କ ମନରେ ଆଶା ରହିଛି । ବିଶେଷ କରି ଟ୍ୟାକ୍ସରୁ ନେଇ କୃଷକ ଓ ମହିଳାଙ୍କ ପାଇଁ ଏହି ବଜେଟ୍ ଆଶାଜନକ ହେବ ବୋଲି ଆଶା କରାଯାଉଛି । ଏହାସହ କେନ୍ଦ୍ର କର୍ମଚାରୀଙ୍କର ମହଙ୍ଗା ଭତ୍ତା ବଢିବା ନେଇ ସମ୍ଭାବନା ରହିଛି ।

ଆଶା କରାଯାଉଛି ଯେ, ସରକାର ଏହି ବଜେଟରେ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିବେ । ଯଦି ଏପରି ହୁଏ ତେବେ ସପ୍ତମ ବେତନ ଆୟୋଗ ଆଧାରରେ ମହଙ୍ଗା ଭତ୍ତାକୁ ବୃଦ୍ଧି କରି ୫୦ ପ୍ରତିଶତ କରିଦିଆଯିବ । ଏହାର ଅର୍ଥ କେନ୍ଦ୍ରୀୟ କର୍ମଚାରୀଙ୍କ ମାସିକ ଦରମାରେ ବୃଦ୍ଧି ହେବ । ସେହିପରି ଲେବର ବ୍ୟୁରୋ ପକ୍ଷରୁ ଜାରି କରାଯାଇଥିବା ଏଆଇସିପିଆଇ ଇଣ୍ଡେକ୍ସ ଅନୁସାରେ ମଧ୍ୟ ମହଙ୍ଗା ଭତ୍ତା ୫୦ ପ୍ରତିଶତ ହୋଇପାରେ ।

The post ବଜେଟରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ହୋଇପାରେ ବଡ ଘୋଷଣା, ମହଙ୍ଗା ଭତ୍ତା ବୃଦ୍ଧି ନେଇ ଆଶା । first appeared on Kanak News.

from Kanak News
via <a href="https://ifttt.com/?

ହେମନ୍ତ ସୋରେନଙ୍କୁ ୧୫ ଦିନିଆ ରିମାଣ୍ଡରେ ନେବ ଇଡି, କୋର୍ଟରେ ଆଜି ହେବେ ହାଜର

କନକ ବ୍ୟୁରୋ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଗିରଫ ହେବା ପରେ ରାଜ୍ୟରେ ରାଜନୈତିକ ପରିବର୍ତ୍ତନ ଆରମ୍ଭ ହୋଇଛି । ଗୋଟିଏ ପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେମନ୍ତ ସୋରେନଙ୍କୁ କୋର୍ଟରେ ହାଜର କରିବ। ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଚମ୍ପାଇ ସୋରେନ୍ । ବୁଧବାର ରାତିରେ ହେମନ୍ତ ସୋରେନ ରାଜଭବନରେ ପହଞ୍ଚି ଇସ୍ତଫା ପତ୍ର ପ୍ରଦାନ କରିବା ପରେ ଇଡି ତାଙ୍କୁ ଗିରଫ କରିଥିଲା। ଇଡି ହେମନ୍ତ ସୋରେନଙ୍କୁ ୧୫ ଦିନ ରିମାଣ୍ଡରେ ନେଇପାରେ ବୋଲି ସୂଚନା ରହିଛି ।

ହେମନ୍ତ ସୋରେନଙ୍କ ଗିରଫ ହେବା ପରେ ବିରୋଧୀ ଦଳ ଆଇଏନଡିଏ ବ୍ଲକର ଶୀର୍ଷ ନେତା ବୁଧବାର ସନ୍ଧ୍ୟାରେ ବୈଠକ କରି ଉପୁଜିଥିବା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ସୋନିଆ ଗାନ୍ଧୀ, ସିପିଆଇ(ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ଏନସିପି ସୁପ୍ରିମୋ ଶରଦ ପାୱାର ଏବଂ ଡିଏମକେ ନେତା ଟିଆର ବାଲୁ ପ୍ରମୁଖ ଯୋଗ ଦେଇଥିଲେ।

The post ହେମନ୍ତ ସୋରେନଙ୍କୁ ୧୫ ଦିନିଆ ରିମାଣ୍ଡରେ ନେବ ଇଡି, କୋର୍ଟରେ ଆଜି ହେବେ ହାଜର first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started