ନୂଆ ଗ୍ରାହକଙ୍କ ପାଇଁ ବିଏସଏନଏଲ ଆଣିଲା ୪୭ ଟଙ୍କିଆ ପ୍ଲାନ । ଡାଟା ସହ ପାଆନ୍ତୁ ଅସୀମିତ କଲିଂ ସୁବିଧା

କନକ ବ୍ୟୁରୋ : ଜିଓ, ଭୋଡାଫୋନ୍ ଓ ଭାରତୀ ଏୟାରଟେଲକୁ ଟକ୍କର ଦେବାକୁ ଭାରତ ସଂଚାର ଲିମିଟେଡ (ବିଏସଏନଏଲ) ଶନିବାର ଦିନ ଦେଶର ସବୁଠାରୁ ଶସ୍ତା ପ୍ଲାନର ଶୁଭାରମ୍ଭ କରିଛି । କମ୍ପାନୀ ପକ୍ଷରୁ ଆରମ୍ଭ ହୋଇଥିବା ଏହି ୪୭ ଟଙ୍କିଆ ପ୍ଲାନରେ ଆପଣ ଅସୀମିତ ଭଏସ୍ କଲିଂ (ବିଏସଏନଏଲ ରୁ ବିଏସଏନଏଲ) , ଡାଟା ଓ ଏସଏମଏସ ଭଳି ସୁବିଧା ରହିଛି ।

କହିରଖୁ କି ଦେଶରେ ମୋବାଇଲ ସେବା ପ୍ରଦାନ କରୁଥିବା ଅନ୍ୟ କମ୍ପାନୀ ମାନଙ୍କର ଶସ୍ତା ପ୍ଳାନ ଠାରୁ ବିଏସଏନଏଲର ଏହି ପ୍ଲାନ ଆହୁରି ଶସ୍ତା ରହିଛି । ହେଲେ ଏହି ପ୍ଲାନ ପାଇଁ କମ୍ପାନୀ ତରଫରୁ କିଛି ସର୍ତ୍ତାବଳୀ ଲାଗୁ କରାଯାଇଛି । ଯେଉଁମାନେ ନୂଆ ଗ୍ରାହକ ହୋଇଥିବେ ଓ ପ୍ରଥମଥର ପାଇଁ ରିଚାର୍ଜ କରୁଥିବେ ସେହିମାନେ ହିଁ କେବଳ ଏହି ପ୍ଲାନରୁ ଲାଭ ଉଠାଇ ପାରିବେ । ଅନ୍ୟ କମ୍ପାନୀ ମାନଙ୍କ ଠାରୁ ବିଏସଏନଏଲର ଏହି ପ୍ଲାନ ସବୁଠାରୁ ଶସ୍ତା । ପୂର୍ବରୁ ଭାରତୀ ଏୟାରଟେଲ ଓ ଭୋଡାଫୋନ ଆଇଡିଆର ଫାଷ୍ଟ ରିଚାର୍ଜ ୯୭ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଜିଓ ସିମର ପ୍ରାଇମ ସବକ୍ରିପସନ୍ ପାଇବା ପାଇଁ ଆପଣଙ୍କୁ ୯୯ ଟଙ୍କା ଦେବାକୁ ପଡୁଥିଲା ।

ବିଏସଏନଏଲର ଏହି ୪୭ ଟଙ୍କିଆ ଫାଷ୍ଟ ରିଚାର୍ଜ ପ୍ଲାନରେ ଗ୍ରାହକ ମାନେ ବିଏସଏନଏଲ ରୁ ବିଏସଏନଲକୁ ଅସୀମିତ କଲିଂ ସୁବିଧା ସହ ରୋମିଂ ସୁବିଧା ପାଇପାରିବେ । ଏହା ସହ ୨୮ ଦିନର ବୈଧତା ସହ ୧୪ ଜିବି ଡାଟା ବି କମ୍ପାନୀ ପକ୍ଷରୁ ଦିଆଯାଉଛି । ଅନ୍ୟପଟେ ଏହି ପ୍ଲାନ ରିଚାର୍ଜ କରିଥିବା ଗ୍ରାହକ ଦୈନିକ ୧୦୦ ଏସଏମଏସ ମଧ୍ୟ କରିପାରିବେ । ଫାଷ୍ଟ ରିଚାର୍ଜ ୪୭ କୁ ପ୍ରୋତ୍ସାହନମୂଳକ ଭାବେ ମାର୍ଚ୍ଚ ୩୧, ୨୦୨୧ ପର୍ଯ୍ୟନ୍ତ ରଖା ଯାଇଛି । ଏହି ପ୍ଲାନ ବର୍ତ୍ତମାନ ଚେନ୍ନାଇ ଓ ତାମିଲନାଡୁ ଟେଲିକମ ସର୍କଲରେ ନୂତନ ଗ୍ରାହକ ପାଇଁ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

from Kanak News
via <a href="https://ifttt.com/?

ପୁଣି ଭାରତକୁ ପ୍ରଶଂସା କଲେ ଜାତିସଂଘର ମହାନିର୍ଦ୍ଦେଶକ । ଶାନ୍ତି ବାହିନୀଙ୍କ ପାଇଁ ଟିକା ପଠାଇଥିବାରୁ ଏଭଳି ପ୍ରଶଂସା ପାଇଲା ଭାରତ

କନକ ବ୍ୟୁରୋ : ଜାତିସଂଘରେ ଭାରତ ଦିନକୁ ଦିନ ନିଜର ସ୍ଥିତି ସଦୃଢ କରିବାରେ ଲାଗିଛି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜାତିସଂଘ ତରଫରୁ ଭିନ୍ନ ଭିନ୍ନ ସମୟରେ ଭାରତ ପ୍ରଶଂସିତ ହେଉଥିବା ଦେଖିବାକୁ ମିଳିଛି ।

ଭାରତ ଜାତିସଂଘର ଶାନ୍ତିବାହିନୀଙ୍କ ପାଇଁ ୨ ଲକ୍ଷ ୨୯ ହଜାରରୁ ଅଧିକ କରେନା ପ୍ରତିଷେଧକ ଟିକା ପଠାଇଛି । ଏନେଇ ସୂଚନା ଦେଇଛନ୍ତି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍ ତିରୁମୂର୍ତ୍ତି । ଏହାକୁ ନେଇ ଜାତିସଂଘର ମହାନିର୍ଦ୍ଦେଶକ ଆଣ୍ଟୋନିଓ ଗ୍ୟୁଟେରେସ୍ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଂକରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାସହ ବିଦେଶୀ ରାଷ୍ଟ୍ରକୁ ଭାରତ ତରଫରୁ କରୋନା ପ୍ରତିଷେଧକ ଟିକା ପଠାଇବା ନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି କି, ଭାରତ ଆଗାମୀ ଦିନରେ ଆଫ୍ରିକାକୁ ୧ କୋଟି ଟିକା ପଠାଇବ । ସେହିପରି ଜାତିସଂଘର ସ୍ୱାସ୍ଥ୍ୟକର୍ମୀ ମାନଙ୍କ ପାଇଁ ୧୦ ଲକ୍ଷ ଟିକା ପଠାଯିବା ନେଇ ଯୋଜନା କରାଯାଉଛି ବୋଲି ସେ କହିଛନ୍ତି    ।
କହିରଖୁ କି କରୋନା ଟିକା ପ୍ରସ୍ତୁତି ଓ ଏହାର ବଣ୍ଟନ କ୍ଷେତ୍ରରେ ସାରା ବିଶ୍ୱରେ ଭାରତ ପ୍ରଥମରେ ରହିଛି । ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ସରକାର ଯେଭଳି ଭାବେ କରୋନା ଭଳି ମହାମାରୀର ମୁକାବିଲା କରିଛନ୍ତି ତାହାକୁ ନେଇ ସାରା ବିଶ୍ୱ ଭାରତକୁ ପ୍ରଶଂସା କରିବାରେ ଲାଗିଛି । ଏହା ସହ ଟିକା ଉତ୍ପାଦନ କ୍ଷେତ୍ରରେ ଭାରତ ଏବେ ଆଗୁଆ ରହିଛି । ଅବିକଶିତ ରାଷ୍ଟ୍ର ମାନଙ୍କୁ ଟିକା ଯୋଗାଣ ପାଇଁ ବି ଭାରତ ପ୍ରତିଶୃତି ଦେଇଛି ।

from Kanak News
via <a href="https://ifttt.com/?

୨୪ଘଣ୍ଟାରେ ଜଳେଶପଟା ଆଶ୍ରମ ମୁଖ୍ୟଙ୍କୁ ପୁଣି ହତ୍ୟା ଧମକ : ଆଶ୍ରମକୁ ବୋମା ପକାଇ ଉଡାଇ ଦେବାକୁ ଫୋନରେ ଧମକ

କନକ ବ୍ୟୁରୋ : କନ୍ଧମାଳର ଜିଲ୍ଲା ତୁମୁଡିବନ୍ଧ ଜଳେଶପଟା ଓ ଚକାପାଦ ଆଶ୍ରମର ମୁଖ୍ୟକୁ ହତ୍ୟା ଧମକ । ୨୪ ଘଂଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅଜଣା ନମ୍ବରରୁ ଆସିଲା ଧମକପୂର୍ଣ୍ଣ ଫୋନକଲ୍ । ଆଶ୍ରମକୁ ବୋମା ପକାଇ ଉଡ଼ାଇ ଦେବାକୁ ଫୋନରେ ଧମକ । ସକାଳ ୯ଟା ସମୟରେ ଅଜଣା ନମ୍ବରରୁ ଆସିଥିଲା ଦ୍ୱିତୀୟ ଫୋନ କଲ ।

ଗତକାଲି ଆଶ୍ରମ ଦାୟିତ୍ୱରେ ଥିବା ଜୀବନ ମୁକ୍ତାନନ୍ଦ ପୁରୀ ବାବାଙ୍କୁ ଏଭଳି ଧମକପୂର୍ଣ୍ଣ ଫୋନ କଲ ଆସିଥିଲା । ଆସନ୍ତା ୪ ଦିନ ମଧ୍ୟରେ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା । କୌଣସି ଅଜଣା ଫୋନ କଲରୁ ଏହି ହତ୍ୟା ଧମକ ଆସିବା ପରେ ସଂପୃକ୍ତ ଆଶ୍ରମ ମୁଖ୍ୟ ଥାନାରେ ଏତଲା ଦେଇଛନ୍ତି । ଏତଲା ପରେ ଆଶ୍ରମରେ ସୁରକ୍ଷାକୁ କଡାକାଡି କରିଛନ୍ତି ତୁମୁଡ଼ିବନ୍ଧ ଆଇଆଇସି ।

ଘଟଣାସ୍ଥଳରେ ପହଂଚିଲେ ବୋମା ନିଷ୍କ୍ରିୟକାରୀ ଟିମ୍, ୮ବନ୍ଧୁକ ଧାରୀ ପୋଲିସ ଓ ଜଣେ ଅଫିସର ମୃତୟନ ହୋଇଛନ୍ତି । ପୂର୍ବରୁ ୨୦୦୮ ମସିହା ଅଗଷ୍ଟ ୨୨ ତାରିଖରେ ଆଶ୍ରମରେ ରହୁଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଏଭଳି ଧମକପୂର୍ଣ୍ଣ ଚିଠି ଆସିଥିଲା । ଏହାର ଗୋଟିଏ ଦିନ ପରେ ଦୁର୍ବୃତ ଆଶ୍ରମ ମଧ୍ୟରେ ପଶି ସରସ୍ୱତୀଙ୍କୁ ହତ୍ୟା କରିଥିଲେ । ଏଭଳି ଘଟଣା ପରେ ବିଜେପିର ଏକ ଟିମ୍ ଆଶ୍ରମ ଗସ୍ତ କରିଛନ୍ତି ।

from Kanak News
via <a href="https://ifttt.com/?

ଓପିଟିସିଏଲ ପାୱାର ଗ୍ରୀଡ ସବଷ୍ଟେସନରେ ନିଆଁ : ୧୦ଟି ଦମକଳ ଗାଡି ଦ୍ବାରା ନିଆଁ ଲିଭା କାର୍ଯ୍ୟ ଜାରି

କନକ ବ୍ୟୁରୋ : ଓପିଟିସିଏଲର କଣ୍ଟାବଣିଆ ଗ୍ରୀଡ଼ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳ ୭ଟା ସମୟରେ ଢେଙ୍କାନାଳର କଣ୍ଟାବଣିଆଠାରେ ଥିବା ଗ୍ରୀଡ଼ ସବଷ୍ଟେସନରେ ନିଆଁ ଲାଗିଯାଇଥିଲା । ତେବେ ନିଆଁ ଲାଗିବାର କାରଣ ଜଣାପଡ଼ିନଥିଲେ ବି ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ବାବଦରେ ଜଣାପଡ଼ିନଥିବାବେଳେ ୧୦ଟି ଅଗ୍ନିଶମ ଗାଡି ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି ।

from Kanak News
via <a href="https://ifttt.com/?

ଚୀନ୍ ଖେଳୁଛି ଖେଳ… ଦକ୍ଷିଣ ଚୀନ୍ ସାଗରରେ ସମରାଭ୍ୟାସ କରୁଛି ଚାଇନା । ବାୟୁସେନାକୁ ସଜାଗ୍ ରହିବାକୁ ତାଇୱାନର ନିର୍ଦ୍ଦେଶ

 ବିବାଦୀୟ ଦକ୍ଷିଣ ଚୀନ୍‌ ସାଗର ଅନ୍ତର୍ଗତ ତାଇଓ୍ଵାନ୍‌ ନିୟନ୍ତ୍ରଣାଧୀନ ଦ୍ୱୀପସମୂହ ନିକଟରେ କେତେଗୁଡ଼ିଏ ଚୀନା ଲଢୁଆ ଓ ବୋମା ନିକ୍ଷେପକାରୀ ବିମାନ ସମରାଭ୍ୟାସ ଚଳାଇବାରୁ କ୍ରମାଗତ ଦ୍ୱିତୀୟ ଦିନ ଲାଗି ତାଇଓ୍ଵାନ୍‌ ନିଜର ବାୟୁସେନାକୁ ସଜାଗ ରହିବାକୁ ନିର୍ଦେଶ ଦେଇଥିବା କଥା ତାଇପେଇ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।

ତାଇଓ୍ଵାନ୍‌କୁ ନିଜ ଅଞ୍ଚଳ ବୋଲି ଦାବି କରୁଥିବା ବେଜିଙ୍ଗ୍‌ ଗତ ମାସମାନଙ୍କରେ ତାଇଓ୍ଵାନ୍‌ର ବାୟୁସେନା ଚିହ୍ନିତ ଅଞ୍ଚଳର ଦକ୍ଷିଣପଶ୍ଚିମ ଭାଗ, ବିଶେଷକରି, ପ୍ରାଟାସ୍‌ ଦ୍ୱୀପସମୂହ ନିକଟବର୍ତ୍ତୀ ଅଞ୍ଚଳରେ ବାରମ୍ବାର ଲଢୁଆ ବିମାନ ଉଡ଼ାଣ ଅଭିଯାନ ଚଳାଇଛି।

ଶୁକ୍ରବାର ଦିନ ପ୍ରାଟାସ୍‌ ଦ୍ୱୀପସମୂହ ନିକଟରେ ଚୀନା ବାୟୁସେନାର ୯ଟି ଲଢୁଆ ବିମାନ ଉଡ଼ିଥିବା ବେଳେ ଶନିବାର ଦିନ ୧୧ଟି ଲଢୁଆ ବିମାନ ଉଡ଼ିଥିବା କଥା ତାଇଓ୍ଵାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଏହି ଦ୍ୱୀପସମୂହ ନିକଟରେ ୮ଟି ଲଢୁଆ ବିମାନ, ୨ଟି ଏଚ୍‌-୬ ବୋମାବର୍ଷୀ ବିମାନ ଏବଂ ଗୋଟିଏ ବୁଡ଼ାଜାହାଜ ନିରୋଧୀ ଲଢୁଆ ବିମାନ ଉଡୁଥିବା କଥା ମନ୍ତ୍ରାଳୟ କହିଛି।

ଏଥିରେ ଚୀନ୍‌ର ନୌସେନା ମଧ୍ୟ ସମ୍ପୃକ୍ତ ଥିଲେ ବୋଲି ମନ୍ତ୍ରାଳୟ କହିଥିଲେ ବି, ସେ ସଂକ୍ରାନ୍ତରେ ସବିଶେଷ ବିବରଣୀ ଦେଇନାହିଁ।
ସେ ଅଞ୍ଚଳରୁ ଚାଲିଯିବାକୁ ତାଇଓ୍ଵାନ ବାୟୁସେନା ଚୀନ୍‌ ଲଢୁଆ ବିମାନଗୁଡ଼ିକୁ କହିବା ସହ ସେମାନଙ୍କ ଗତିବିଧି ଲକ୍ଷ କରିବା ଲାଗି ମିସାଇଲ୍‌ ସିଷ୍ଟମ୍‌ ମୁତୟନ କରିଥିବା କଥା ମଧ୍ୟ ମନ୍ତ୍ରାଳୟ କହିଛି।

କିନ୍ତୁ, ଗତ ଦୁଇ ଦିନର କାର୍ଯ୍ୟକଳାପ ସଂକ୍ରାନ୍ତରେ ଚୀନ୍‌ କୌଣସି ମନ୍ତବ୍ୟ ଦେଇନାହିଁ।

from Kanak News
via <a href="https://ifttt.com/?

ହୋଟେଲରୁ ୧୭୫ ଗ୍ରାମ ବ୍ରାଉନସୁଗାର ଜବତ, ୨ ଅଟକ : ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୭ଲକ୍ଷ ଟଙ୍କା

କନକ ବ୍ୟୁରୋ : ଆଠଗଡ଼ ଥାନା ରାଧାପତିପୁରସ୍ଥିତ ଏକ ହୋ‌ଟେଲ ଉପରେ ଆଜି ଭୁବନେଶ୍ବରର ସ୍ପେଶାଲ ଟାସ୍କ ଫୋର୍ସ ଟିମ୍‌ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ଏସ୍‌ଟିଏଫ୍‌ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି।ସୂଚନା ଅନୁଯାୟୀ, ଆଠଗଡ଼ ରାଧାପୁରସ୍ଥିତ ଏକ ହୋଟେଲରେ ବ୍ରାଉନସୁଗାର କାରବାର ଚାଲିଥିବା ଖବର ମିଳିବା ପରେ ଭୁବନେଶ୍ବରରୁ ଏସ୍‌ଟିଏଫର ଜଣେ ଇନ୍ସପେକ୍ଟରଙ୍କ ସମେତ ୫ ଜଣିଆ ଦଳ ଗତ ସନ୍ଧ୍ୟାରେ ଚଢ଼ାଉ କରିଥିଲେ। ଉକ୍ତ ହୋଟେଲରୁ ବ୍ରାଉନସୁଗାର ଜବତ କରାଯିବା ସହିତ ହୋଟେଲ ମାଲିକ ଓ ସହଯୋଗୀଙ୍କୁ ଧରି ଥାନାକୁ ଅଣାଯାଇଥିଲା।

ରାତି ପ୍ରାୟ ୧୨ଟା ସୁଦ୍ଧା ଏସ୍‌ଟିଏଫ୍ ଟିମ୍‌ ଥାନାରେ ଉପସ୍ଥିତ ରହି ତଦନ୍ତ ଜାରି ରଖିଥିଲା । ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏ ନେଇ ଥାନାରେ ଅଭିଯୋଗ କରାଯାଇ ନ ଥିବା ଏବଂ ଜବତ ବ୍ରାଉନସୁଗାର ଓ ଅଭିଯୁକ୍ତଙ୍କୁ ହସ୍ତାନ୍ତର କରାଯାଇ ନାହିଁ ବୋଲି ଥାନା ଆଇଆଇସି ଜ୍ଞାନରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ଅପର‌ପକ୍ଷରେ ଏସ୍‌ଟିଏଫ୍‌ ଟିମ୍‌ ୧୭୫ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଥିବା ଏବଂ ଏହାର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବା ବୋଲି କୁହାଯାଉଛି। ‌

from Kanak News
via <a href="https://ifttt.com/?

ନୂଆ ଷ୍ଟ୍ରେନ, ନୂଆ ଚିନ୍ତା : ଭାରତରେ ନୂଆ ଷ୍ଟ୍ରେନ ହୋଇପାରେ ଅଧିକ ସଂକ୍ରାମକ ଓ ବିପଦପୂର୍ଣ୍ଣ

କନକ ବ୍ୟୁରୋ : ଭାରତରେ କରୋନା ନୂଆ ଷ୍ଟ୍ରେନ ଅଧିକ ସଂକ୍ରାମକ ହୋଇପାରେ । କେରଳ ଓ ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ବଢିଥିବା ବେଳେ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ସେ କହିଛନ୍ତି, ଭାରତରେ ନୂଆ ଷ୍ଟ୍ରେନ ଅଧିକ ସଂକ୍ରାମକ ଓ ବିପଦପୂର୍ଣ୍ଣ ହୋଇପାରେ । ନୂଆ ଷ୍ଟ୍ରେନରେ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବା ପରେ ପୁଣି ଆକ୍ରାନ୍ତ ହେବା ସମ୍ଭାବନା ରହିଛି ।

ସେହିପରି ଭାରତରେ ହର୍ଡଇମ୍ୟୁନିଟି ହୋଇଥିବା ଏକ କଳ୍ପନା ମାତ୍ର ବୋଲି କହିଛନ୍ତି ରଣଦୀପ ଗୁଲେରିଆ । କାରଣ ୮୦ ପ୍ରତିଶତ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହେବା ଜରୁରୀ । ଏହାଛଡା ନୂଆ ଷ୍ଟ୍ରେନ ମଣିଷ ଦେହରେ ବିକଶିତ ଆଂଟିବଡିରୁ ବଂଚିବା ପାଇଁ ରାସ୍ତା ଖୋଜି ନେଉଛନ୍ତି । ତେଣୁ ଭ୍ୟାକ୍ସିନ ଜରିଆରେ ଶରୀରରେ ସୃଷ୍ଟି ହୋଇଥିବା ଆଂଟିବଡି ବା କରୋନା ମୁକ୍ତ ପରେ ଶରୀରରେ ଆଂଟିବଡି ସୃଷ୍ଟି ହୋଇଥିବା ବ୍ୟକ୍ତି ମଧ୍ୟ ନୂଆ ଷ୍ଟ୍ରେନରେ ସଂକ୍ରମିତ ହେବା ଆଶଙ୍କା ରହିଛି । ଏଣୁ କରୋନାକୁ ନେଇ ପୂର୍ବ ଭଳି ସତର୍କତା ରହିବା ଜରୁରୀ ବୋଲି କହିଛନ୍ତି ଗୁଲେରିଆ ।

ସେପଟେ ମହାରାଷ୍ଟ୍ରର କୋଭିଡ ଟାସ୍କଫୋର୍ସ ସଦସ୍ୟ ଡକ୍ଟର ଶଶାଙ୍କ ଜୋଶୀ କହିଛନ୍ତି, ଦେଶରେ ୨୪୦ ନୂଆ ଷ୍ଟ୍ରେନ ଠାବ ହୋଇଛି । ଯାହା ମହାରାଷ୍ଟ୍ରରେ ଅଚାନକ ପଜିଟିଭ ମାମଲା ବଢିବାର ବଡ କାରଣ । ମହାରାଷ୍ଟ୍ର ଛଡା କେରଳ, ମଧ୍ୟପ୍ରଦେଶ, ଛତିଶଗଡ ଓ ପଂଜାବରେ ଅଚାନକ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।  ଏପଟେ ଭାରତ ସରକାର କୋଭିଡ ଟିକା ଦେଇ କରୋନା ଚେନ ଭାଙ୍ଗି ହର୍ଡ ଇମ୍ୟୁନିଟ ବା ସାମୁହିକ ରୋଗ ପ୍ରତିରୋଧ ଶକ୍ତି ବଢାଇବାକୁ ଚେଷ୍ଟା ଚଳାଇଛନ୍ତି । ପ୍ରଥମ ପର୍ଯ୍ୟାୟ ଟିକାକରଣରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ଟିକା ଦେବାକୁ ତାଲିକା କରାଯାଇ ଟିକାକରଣ ଚାଲିଛି । ଏହାପରେ ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ଏକାଧିକ ଗମ୍ଭୀର ରୋଗରେ ଆକ୍ରାନ୍ତ ୨୭ କୋଟି ଲୋକଙ୍କୁ ଟିକାଦିଆଯିବ ।

from Kanak News
via <a href="https://ifttt.com/?

ଘରୁ ଉଠାଇ ଆଣି ଗାଁ ଦାଣ୍ଡରେ ଜ୍ୱାଇଁକୁ ପିଟିଲେ ଶ୍ୱଶୂର ଘର ଲୋକ : ଅଚେତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କଲା ପଟାଙ୍ଗୀ ପୋଲିସ; ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

କନକ ବ୍ୟୁରୋ : ଘରୁ ଉଠେଇ ନେଇ ଗାଁ ଦାଣ୍ଡରେ ଜ୍ୱାଇଁକୁ ବାନ୍ଧି ନିସ୍ତୁକ ପିଟିଲେ ଶ୍ୱଶୂର ଘର ଲୋକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସିମିଳିଗୁଡା ଥାନା ଅଂଚଳର ମାଳିଗୁଂଜା ଗାଁରେ । ଶ୍ୱଶୂର ଘର ଲୋକ ଜ୍ୱାଇଁ ଗାଁ ଦାଣ୍ଡରେ ଗୁଡେଇ ତୁଡେଇ ପିଟୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଚେତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରିଛି ପଟାଙ୍ଗୀ ପୁଲିସ ।

ସୂଚନା ଅନୁସାରେ, ଗତ ୬ ମାସ ତଳେ ମାଳିମରୁଆ ଗାଁର ଲକି ଖରା ମାଳିଗୁଂଜାର ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । କିନ୍ତୁ ବିବାହର କିଛି ଦିନ ପରେ ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେଇ ମାରପିଟ କରୁଥିଲେ ଲକି । ଗତ ଶୁକ୍ରବାର ଶ୍ୱଶୂର ଘରକୁ ଯିବା କହି ସ୍ୱାମୀ ଓ ସ୍ତ୍ରୀ ବାହାରିଥିଲେ । ହେଲେ ଅଧରାସ୍ତାରେ ସ୍ତ୍ରୀକୁ ଅଟକାଇ ମାଡ ମାରି ରାସ୍ତାରେ ଛାଡି ଚାଲିଯାଇଥିଲା ଲକି ଖରା । ଖବର ପାଇ ଝିଅ ଘର ଲୋକେ ରାସ୍ତାରୁ ଝିଅକୁ ଉଦ୍ଧାର କରି ଚିକିତ୍ସା କରିଥିଲେ । ଏହାପରେ ଉତ୍ୟକ୍ତ ହୋଇ ସିମିଳିଗୁଡାରୁ ଜ୍ୱାଇଁଙ୍କୁ ଉଠେଇ ଆଣି ଗାଁ ଦାଣ୍ଡରେ ସମସ୍ତଙ୍କ ସାମ୍ନାରେ ବାନ୍ଧି ମାଡ ମାରିଥିଲେ ।

from Kanak News
via <a href="https://ifttt.com/?

ମଦ ପିଇବାକୁ ଡାକିନେଇ ବିଭତ୍ସ ହତ୍ୟା । ପଥରରେ ଛେଚି ଛେଚି ଯୁବକଙ୍କୁ ମାରିଦେଲେ, ହତ୍ୟାକାରୀଙ୍କୁ ଖୋଜୁଛି ପୋଲିସ

ମଦ ପିଇବାକୁ ଡାକି ନେଇ ଯୁବବକଙ୍କୁ ହତ୍ୟା | କୋରାପୁଟ ଜିଲ୍ଲା ଜୟପୁରର କୁମ୍ଭାର ସାହିରେ ଏଭଳି ଏକ ହତ୍ୟାକାଣ୍ଡ ଘଟିଛି | ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ ଚନ୍ଦ୍ର ପରଜା ହୋଇଥିବାବେଳେ ତାଙ୍କ ଘରର ଜୟପୁରର ମାଳିସାହି ବୋଲି ଜଣାପଡିଛି | ତେବେ ଚନ୍ଦ୍ର ନିଜ ଶ୍ୱଶୁର ଘର ଲାଲଗୁଡାରେ ରହୁଥିଲେ | ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ଚନ୍ଦ୍ର କିଛି ବ୍ୟକ୍ତିଙ୍କ ସହ ମିଶି ମଦ ପିଇବାକୁ ଯାଇଥିଲେ |

ତେବେ ବିଳମ୍ବିତ ରାତି ଯାଏଁ ସେ ଫେରିନଥିଲେ | ଆଜି ସକାଳୁ ତାଙ୍କ ମୃତଦେହ କୁମ୍ଭାରସାହିର ଅଙ୍ଗନବାଡି କେନ୍ଦ୍ର ପାଖରେ ମିଳିଥିବାବେଳେ ପଥରରେ ଛେଚି ତାଙ୍କୁ ହତ୍ୟା କରାଯାଇଛି | ଘଟଣାସ୍ଥଳରୁ ରକ୍ତ ଜୁଡୁବୁଡୁ ପଥର ମିଳିଥିବାବେଳେ ବର୍ତ୍ତମାନ ଘଟଣାସ୍ଥଳରେ ଟାଉନ ଥାନାଧିକାରୀ ବାଲେଶ୍ୱର ଗିଧି ଓ ଏସଡ଼ିପିଓ ଅରୂପ ଅଭିଷେକ ବେହେରା ପହଂଚି ତଦନ୍ତ କରୁଛନ୍ତି |

ଏହି ହତ୍ୟାକାଣ୍ଡ ପଛରେ କେଉଁମାନଙ୍କର ହାତ ରହିଛି ସେନେଇ ପୁଲିସ ଖୋଳତାଡ କରୁଛି | କେଉଁ କେଉଁ ବ୍ୟକ୍ତିଙ୍କର ସହ ଚନ୍ଦ୍ରଙ୍କର ଶତ୍ରୁତା ଥିଲା ସେ ନେଇ ଛାନଭିନ ଚାଲିଛି |

from Kanak News
via <a href="https://ifttt.com/?

ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ଆଉ ୫ ମୃତଦେହ ଉଦ୍ଧାର : ହିମସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା ୬୭ରେ ପହଞ୍ଚିଲା

କନକ ବ୍ୟୁରୋ : ଚମୋଲିରେ ବିଶାଳ ତୁଷାରଖଣ୍ଡ ଧସିବା କାରଣରୁ ଭାଙ୍ଗି ଯାଇଥିବା ତପୋବନ ଜଳଭଣ୍ଡାରର ଭଗ୍ନାବଶେଷ ମଧ୍ୟରୁ ଆଉ ୫ଜଣଙ୍କ ଶବ ଉଦ୍ଧାର କରାଯାଇଥିବା କଥା ଆଜି ଉତ୍ତରାଖଣ୍ଡ ପୁଲିସ ମହାନିର୍ଦେଶକ ଅଶୋକ କୁମାର ସୂଚନା ଦେଇଛନ୍ତି । ଏହାକୁ ମିଶାଇ ତପୋବନ ଜଳଭଣ୍ଡାରର ଭଗ୍ନାଂଶ ମଧ୍ୟରୁ ସମୁଦାୟ ୬୭ଟି ଶବ ଉଦ୍ଧାର କରାଗଲାଣି ।

ଚମୋଲିରେ ପ୍ରବାହିତ ଧଉଳିଗଙ୍ଗା ନଦୀରେ ଗୋଟିଏ ଗଜ ବା ମାପଦଣ୍ଡ ବସାଇବା ଲାଗି ‘ଏନ୍‌ଡିଆର୍‌ଏଫ୍‌’ କର୍ମଚାରୀମାନେ ପର୍ବତର ପାଦଦେଶ ଆଡ଼କୁ ଯାତ୍ରା କରୁଛନ୍ତି। ‘ଏନ୍‌ଡିଆର୍‌ଏଫ୍‌’ର ଡେପୁଟି କମାଣ୍ଡାଣ୍ଟ୍‌ ଆଦିତ୍ୟ ପି. ସିଂହ କହିଛନ୍ତି, ନଦୀରେ ଜଳପତ୍ତନ ବୃଦ୍ଧି ପାଇବାର ସମ୍ଭାବନା ଅଛି । ଏହାର ଗଭୀରତା ଏବଂ ଜଳସ୍ତର ମାପିବା ଲାଗି ଆମେ ଗୋଟାଏ ଗଜ (ମାପଦଣ୍ଡ) ବସାଉଛ। ଚମୋଲିର ଉଚ୍ଚଭାଗରେ ସୃଷ୍ଟି ହୋଇଥିବା ହ୍ରଦର ପୁଙ୍ଖାନୁପୁଙ୍ଖ ସର୍ବେକ୍ଷଣ ପରେ ‘ଆଇଟିବିପି’ ଏବଂ ‘ଡିଆର୍‌ଡିଓ’ ଟିମ୍‌ ଯୋଶୀମଠକୁ ଫେରି ଆସିଛନ୍ତି ।

‘ଏସ୍‌ଡିଆର୍‌ଏଫ୍‌’ ମଧ୍ୟ କହିଛି ଯେ, ସୁଡ଼ଙ୍ଗ ମଧ୍ୟରେ ବିପୁଳ ପରିମାଣର ଭଙ୍ଗାରୁଜା ଅଂଶ ଏବଂ କାଦୁଅ ଜମି ଯାଇଥିବାରୁ ତଲାସ ଓ ଉଦ୍ଧାର ଅଭିଯାନ ଦୀର୍ଘ ଦିନ ଧରି ଚାଲିବ । ଜରୁରୀ ପରିସ୍ଥିତି ସଂକ୍ରାନ୍ତ ସତର୍କ ସୂଚନା ନିମନ୍ତେ ରେନି ଗାଁରେ ଏକ ‘ଓ୍ଵାଟର୍‌ ସେନ୍‌ସର୍‌ ଓ୍ଵାର୍ଣ୍ଣିଂ ସିଷ୍ଟମ୍‌’ ଲଗାଯାଇଛି । ସ୍ମରଣଯୋଗ୍ୟ, ଫେବ୍ରୁଆରି ୭ ତାରିଖ ଦିନ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ତପୋବନ-ରେନି ଅଞ୍ଚଳରେ ପ୍ରକାଣ୍ଡ ବରଫଖଣ୍ଡ ଧସି ପଡ଼ିବାରୁ ଧଉଳିଗଙ୍ଗା ଏବଂ ଅଳକାନନ୍ଦା ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି ଘରଦ୍ୱାର ସବୁ ନଷ୍ଟ କରିବା ସହ ନିକଟବର୍ତ୍ତୀ ଋଷିଗଙ୍ଗା ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ମଧ୍ୟ ନଷ୍ଟ କରିଦେଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started