ବନ୍ଧୁକ ମୁନରେ ଲୁଟ୍ : କଟକ ଗୋଡ଼ିବନ୍ଧ କାନାରା ବ୍ୟାଙ୍କରେ ପଶି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ

କନକ ବ୍ୟୁରୋ : ବନ୍ଧୁକ ମୁନରେ ଲୁଟ୍ । କାନପୁର ଥାନା ଅନ୍ତର୍ଗତ ଗୋଡିବନ୍ଧସ୍ଥିତ କାନାରା ବ୍ୟାଙ୍କ ଶାଖା କ୍ୟାସିଅରଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ପୂର୍ବାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ତିନିଜଣ ଏକ ପଲସର ଗାଡ଼ିରେ ଆସି ବ୍ୟାଙ୍କ ଭିତରେ ପଶିଥିଲେ। ଆସିଥିବା ୩ ଜଣ ବ୍ୟକ୍ତି ମୁହଁରେ ମାସ୍କବାନ୍ଧି ବ୍ୟାଙ୍କ ଭିତରକୁ ଯାଇଥିଲେ । ତୁରନ୍ତ କ୍ୟାସିଅରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ନିକଟରେ ଗ୍ରାହକ ଡିପୋଜିଟ ପାଇଁ ଦେଇଥିବା ଦେଢ଼ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ । ଏହି ସମୟରେ କାନପୁର ଥାନାର ଗୃହରକ୍ଷୀ ନିର୍ମଳ ସାହୁ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟାଙ୍କକୁ ଆସିଥିବା ବେଳେ ଏହି ଘଟଣା ଘଟିଥିଲା । ଉକ୍ତ ଯୁବକମାନେ ଟଙ୍କା ନେଇ ଚାଲିଯାଉଥିବା ବେଳେ ସେମାନଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା। ଦୁର୍ବୁତ୍ତମାନେ ଗୃହରକ୍ଷୀ ନିର୍ମଳଙ୍କ ହାତକୁ ଧାରୁଆ ଅସ୍ତ୍ରରେ ଆଘାତ କରି ଚମ୍ପଟ ମାରିଥିଲେ।

ଏ ସମ୍ପର୍କରେ ତୁରନ୍ତ କାନପୁର ଥାନାକୁ ସୂଚନା ଦିଆଯାଇ ଥିଲା । ଖବର ପାଇ କାନପୁର ଥାନା ଅଧିକାରୀ ସସ୍ମିତା ରଣା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ତେବେ ଗତ କିଛିଦିନ ଧରି ଏହି ଥାନା ଅନ୍ତର୍ଗତ ବାଲିଝରୀ ହାଟ ନିକଟରୁ ଜନୈକ ଘରୋଇ ଅର୍ଥ ଲଗାଣ କାରୀ ସଂସ୍ଥାର କର୍ମଚାରୀଙ୍କ ନିକଟରୁ ୭୦ ହଜାର, ନରସିଂହପୁର ଥାନା ଅନ୍ତର୍ଗତ କମଳାଦେଇପୁର ଛକରେ ଥିବା ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କା, ଦୁଇଦିନ ତଳେ ନଖପଡା ନିକଟରୁ ବାଇକ ଚୋରି ଘଟଣାରେ ସମଗ୍ର ନରସିଂହପୁର ଅଞ୍ଚଳରେ ଡକାୟତି ଗ୍ୟାଙ୍ଗ ଛାଇ ରହିଛି । ଏହାକୁ ନେଇ ସାଧାରଣରେ ଭୟର ବାତାବରଣ ଖେଳିଯାଇଛି ।

from Kanak News
via <a href="https://ifttt.com/?

ବଢୁଛି ସଂକ୍ରମଣ… ବଢୁଛି ଚିନ୍ତା । ୫ଟି ରାଜ୍ୟରେ ଅଚାନକ ସଂକ୍ରମଣ ବୃଦ୍ଧି । ୨୭ ଦିନରେ ଦେଶରେ ସର୍ବାଧିକ ସଂକ୍ରମଣ ଚିହ୍ନଟ

ଦେଶରେ ଏବେ ୫ଟି ରାଜ୍ୟରେ ଅଚାନକ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇଛି। କେରଳ, ମହାରାଷ୍ଟ୍ର, ପଂଜାବ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ହଠାତ୍‌ ବଢ଼ିବାରୁ ନୂଆ କଟକଣା ଜାରି ହୋଇଛି। ନଭେମ୍ବର ଏବଂ ଡିସେମ୍ବରରେ ଏସବୁ ରାଜ୍ୟମାନଙ୍କରେ ସଂକ୍ରମଣ କମିବାପରେ ଏବେ ପୁଣି ବଢ଼ିଛି। ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ମାମଲା ଲଗାତାର ବଢ଼ିଚାଲିଛି। ଆଜି ମହାରାଷ୍ଟ୍ରରେ ୬,୧୧୨ ନୂଆ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ଦେଶରେ ଗତ ୨୭ ଦିନ ମଧ୍ୟରେ ଆଜି ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଜାନୁଆରି ୨୩ ପରେ ପ୍ରଥମ ଥର ପାଇଁ ସଂକ୍ରମଣ ମାମଲା ୧୪ ହଜାର ଟପିଯାଇଛି। ଦିନକ ମଧ୍ୟରେ ୧୪,୦୫୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ମୁମ୍ବାଇରେ ଦୈନିକ ସଂକ୍ରମଣ ମାମଲା ୩୭ ପ୍ରତିଶତ ବୃଦ୍ଧି ହୋଇଛି। ଗତକାଲି ମୁମ୍ବାଇରେ ୮୨୩ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଥିଲା । ଡିସେମ୍ବର ପରେ ଏହା ସର୍ବାଧିକ ସଂକ୍ରମଣ। ମୁମ୍ବାଇରେ ସଂକ୍ରମଣ ବଢ଼ିବାରୁ କଟକଣା କଡ଼ାକଡ଼ି କରାଯାଇଛି। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଲୋକେ ନିୟମ ନ ମାନିଲେ ଲକ୍‌ଡାଉନ୍‌ ଫେରିବ ବୋଲି ସରକାର ସତର୍କ କରାଇ ଦେଇଛନ୍ତି।

ମହାରାଷ୍ଟ୍ର ପରି କେରଳରେ ମଧ୍ୟ ସଂକ୍ରମଣ ବଢ଼ୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ୪୫୦୫ ମାମଲା ଚିହ୍ନଟ ହୋଇଛି। ଦେଶର ମୋଟ୍‌ ସକ୍ରିୟ ମାମଲାରୁ ୮୫ ପ୍ରତିଶତ ମାମଲା କେବଳ ମହାରାଷ୍ଟ୍ର ଏବଂ କେରଳରେ ରହିଛି। ଅନ୍ୟପକ୍ଷେ ଉପରୋକ୍ତ ୫ ରାଜ୍ୟରେ ୭୮ ପ୍ରତିଶତ ନୂଆ କରୋନା ମୃତ୍ୟୁ ହେଉଥିବା ଜଣାପଡ଼ିଛି। ଗତ ୭ ଦିନରେ ଛତିଶଗଡ଼ ଏବଂ ପଂଜାବରେ ସଂକ୍ରମଣ ବଢ଼ିଛି। ବିଗତ ୨୪ ଘଣ୍ଟା‌ ମଧ୍ୟରେ ପଂଜାବରେ ୩୮୩ ଏବଂ ମଧ୍ୟପ୍ରଦେଶରେ ୨୯୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଫେବ୍ରୁଆରି ୧୩ ପରଠାରୁ ମଧ୍ୟପ୍ରଦେଶରେ ସଂକ୍ରମଣ ବୃଦ୍ଧି ପାଇଚାଲିଛି। ଦେଶରେ ବର୍ତ୍ତମାନ ସକ୍ରିୟ ମାମଲା ମୋଟ୍‌ ପଜିଟିଭ୍‌ ମାମଲାର ୧.୩୦ ପ୍ରତିଶତ। ମୋଟ୍‌ ସକ୍ରିୟ ମାମଲା ଏବେ ୧,୪୩,୧୨୭ ରହିଛି। ଅନ୍ୟପକ୍ଷେ ଦେଶରେ ୬୫୬୯ ଜଣଙ୍କ ଠାରେ ରୁପାନ୍ତରିତ କରୋନା ପ୍ରଜାତି ଦେଖିବାକୁ ମିଳିଛି। ସଂକ୍ରମଣ ବଢ଼ିବା ସହ ବିଭିନ୍ନ ଜିଲ୍ଲାମାନଙ୍କରେ କଟକଣା କଡ଼ାକଡ଼ି କରାଯାଇଛି।

ନୂଆଦିଲ୍ଲୀ : ୩୪ ଦିନ ମଧ୍ୟରେ ଭାରତ ୧ କୋଟିରୁ ଅଧିକ ହିତାଧିକାରୀଙ୍କୁ ଟିକା‌ ଡୋଜ୍‌ ଦେଇଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଭାରତ ସ୍ବାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର କର୍ମୀମାନଙ୍କୁ ୧ କୋଟିରୁ ଅଧିକ ଟିକା ଡୋଜ୍‌ ଦେଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆମେରିକା ପରେ ବିଶ୍ବରେ ଦ୍ବିତୀୟ ରାଷ୍ଟ୍ର ଭାବେ ଭାରତ ସର୍ବାଧିକ ଟିକା ଡୋଜ୍‌ ଦେଇଛି। ସେହିପରି ଦୈନିକ ଟିକାକରଣ ସେସନ୍‌କୁ ଭାରତ ବୃଦ୍ଧି କରିଛି। ଏବେ ଭାରତରେ ଦୈନିକ ଟିକାକରଣ ସେସନ୍‌ ହାରାହାରି ୧୦ ହଜାର ଥିବାବେଳେ ଏହାକୁ ୪୦,୦୦୦-୫୦,୦୦୦କୁ ବୃଦ୍ଧି କରିବାପାଇଁ ଯୋଜନା ହୋଇଛି। ଭାରତ ୧.୦୪ କୋଟି ଟିକାକରଣ ପାଇଁ ୩୪ ଦିନ ନେଇଛି। ଶୁକ୍ରବାର ସୁଦ୍ଧା ୭,୫୬,୯୪୨ ଜଣଙ୍କୁ କୋଭିଡ୍‌ ଟିକାର ଦ୍ବିତୀୟ ମାତ୍ରା ଦିଆଯାଇଥିବା ଜଣାପଡ଼ିଛି।

from Kanak News
via <a href="https://ifttt.com/?

ରାଜ୍ୟରେ ଜାରି ରହିଛି କୋହଲା ପାଗ : ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଆଖପାଖରେ ଘୂର୍ଣ୍ଣିବଳୟ

କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଛି କୋହଲା ପାଗ । ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ରାଜ୍ୟର ୫ଟି ଜିଲ୍ଲାରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆଜି ୯ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସଂଭାବନା ରହିଛି । ଗଜପତି, ଗଂଜାମ ରାୟଗଡା, ପୁରୀ, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର କିଛି ଅଂଚଳରେ ହାଲକାରୁ ମଧ୍ୟମଧରଣ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଭୁବନେଶ୍ୱର ଓ ସଂଲଗ୍ନ ଅଂଚଳରେ ପାଗ ମେଘୁଆ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

from Kanak News
via <a href="https://ifttt.com/?

ଆଜିଠୁ କଡାକଡି ହେବ କରୋନା କଟକଣା । ଭିଡ ଜାଗା ଉପରେ ରହିବ ନଜର, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ।

କନକ ବ୍ୟୁରୋ : ଆଜି ଠାରୁ ରାଜଧାନୀରେ ପୁଣି ଥରେ କଡ଼ାକଡ଼ି ହେବାକୁ ଯାଉଛି କରୋନା କଟକଣା । ମାସ୍କ, ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଛି । ହାଟ, ମଲ୍, ଓ ବିଭିନ୍ନ ଦୋକାନଗୁଡ଼ିକୁ ଟାର୍ଗେଟ କରାଯାଇଛି । ସ୍ୱତନ୍ତ୍ର ଦଳ ଏହି ସବୁ ଭିଡ଼ ଜାଗା ଉପରେ ନଜର ରଖିବ । ଆବଶ୍ୟକ ପଡ଼ିଲେ ମାମଲା ମଧ୍ୟ ରୁଜୁ ହେବ । କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ରାଜ୍ୟକୁ ସଚେତନ କରାଇଛନ୍ତି ସରକାର । ଯଦି ସଚେତନତା ନରହିବ ତେବେ ପୁଣି ଥରେ ରାଜ୍ୟରେ ଲକଡାଉନ ଲାଗୁ ହୋଇପାରେ ବୋଲି କହିଥିଲେ ଡିଏମଇଟି ନିର୍ଦ୍ଦେଶକ ।

ସେପଟେ ଡବଲ ହେଲମେଟ ହେଉ ବା କରୋନା କଟକଣା, ରାଜଧାନୀବାସୀ ବିଭିନ୍ନ କଟକଣାରେ ସହଯୋଗ କରିଛନ୍ତି । ଏଣୁ ଆଗକୁ ଏହି କରୋନା କଟକଣାକୁ ନେଇ ସହଯୋଗ କରନ୍ତୁ ବୋଲି ନିବେଦନ କରିଛନ୍ତି ଡିସିପି ଉମାଶଙ୍କର ଦାଶ । ଲୋକଙ୍କୁ ସଚେତନ କରିବା ପାଇଁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ । ପ୍ରତ୍ୟେକ ଜୋନ୍ ଏସିପିଙ୍କ ଅଧୀନରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ପ୍ରତ୍ୟେକ ଦିନ ୨ଶହ ଚାଲାଣ କରିବାକୁ ଟାର୍ଗେଟ କରାଯାଇଛି ।

from Kanak News
via <a href="https://ifttt.com/?

ପଲିଟେକନିକ୍ ଛାତ୍ରଛାତ୍ରୀଙ୍କ ନୂଆ ଉଦଭାବନ । ତିଆରି କଲେ ବିନା ଇନ୍ଧନ ଚାଳିତ ଘାସ କଟା ମେସିନ୍ । ପେଡେଲ ମାରିଲେ କାଟିବ ଘାସ…

ପେ‌ଟ୍ରୋଲ ନା ଡିଜେଲ ନା ଅନ୍ୟ କୌଣସି ଇନ୍ଧନ। ସିଟ୍‌ରେ ବସି ପେଡେଲ ମାରିଲେ କଟୁଛି ଘାସ, ଅନାବନା ବୁଦା। ସ୍କୁଲ କଲେଜ ହତା ହେଉ ଅବା ଯେ ‌କୌଣସି ସ୍ଥାନରେ ଅନାବନା ଘାସ କାଟିବାରେ ଏହି ମେସିନ୍‌ ତାର କରାମତି ଦେଖାଉଛି। ବିନା ଇନ୍ଧନରେ ଏଭଳି ଏକ ନିଆରା ଘାସ କଟା ମେସିନ୍‌କୁ ପ୍ରସ୍ତୁତ କରିଛନ୍ତି ବାସନ୍ତୀ କଲୋନି ଏସ୍‌.କେ. ଡିଏଭି ପଲିଟେକ୍‌ନିକ୍‌ର ମେକାନିକାଲ୍‌ ଛାତ୍ର। ଜଣେ କି ଦୁଇ ନୁହେଁ ୧୦ ଛାତ୍ରଛାତ୍ରୀ ଏହି ଘାସ କଟା ମେସିନ୍‌କୁ ତିଆରି କରିଛନ୍ତି। ୮ରୁ ୧୦ ଦିନ କଠିନ ପରିଶ୍ରମ କରି ଏହି ମେସିନକୁ ତିଆରି କରିବାରେ ସକ୍ଷମ‌ ହୋଇଛନ୍ତି।

ମେସିନ୍‌ ତିଆରି ବ୍ୟବହାର ହୋଇଛି ଲୁହା ପାଇପ୍‌, ଭଙ୍ଗା ସାଇକେଲରୁ ସଂଗ୍ରହ ପୁରୁଣା ଯନ୍ତ୍ରପାତି। ମେସିନ୍‌ ସମ୍ମୁଖ ଭାଗରେ ଲାଗିଥିବା ବ୍ଲେଡ ଘାସ କାଟି ସଫା କରୁଛି। ସିଟ୍‌ରେ ବସି ପେଡେଲ ମାରିଲେ ମେସିନ୍‌ ଆଗକୁ ଗଢ଼ୁଛି। କିନ୍ତୁ ପଛକୁ ଗଡି ପାରୁ ନାହିଁ। ଏଥି ସକାଶେ ଛାତ୍ରଛାତ୍ରୀମାନେ ସୋଲାର ଲଗାଇ ମେସିନ୍‌କୁ ପଛକୁ ଗଡାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ଆଗାମି ଦିନରେ ନିଶ୍ଚିତ ସଫଳ ହେବେ ବୋଲି କହିଛନ୍ତି ଟିମ୍‌ର ନେତୃତ୍ବ ନେଉଥିବା ଆଶୁତୋଷ ମହାନ୍ତି। ୧୦ ଜଣିଆ ଟିମ୍‌ର ନେତୃତ୍ବ ‌ନେଉଥିବା ଜଣେ ଛାତ୍ର ଜଗଦିଶ ପରିଡା କହିଛନ୍ତି ଆମକୁ କଲେଜ ପକ୍ଷରୁ ଏକ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ମେକାନିକାଲ୍‌ ବିଭାଗର ଏଚ୍‌ଓଡି ରୀନା ରାୟଙ୍କ ତରଫରୁ କୁହାଯାଇଥିଲା। ୧୦ ଜଣ ଛାତ୍ରଛାତ୍ରୀ ଏକାଠି ହୋଇ ବିନା ଇନ୍ଧନରେ ଏଭଳି ମେସିନ୍‌ ତିଆରି କରିବାକୁ ଉଦ୍ୟମ ଆରମ୍ଭ କରିଥିଲୁ। କେବଳ ଘାସ କାଟିବାକୁ ବ୍ଳେଡ କିଣିବାକୁ ପଡିଥିଲା। ଆବଶ୍ୟକ ଅନ୍ୟ ସମସ୍ତ ଜିନିଷ ମୋଟର ଗ୍ୟାରେଜ୍‌ ଓ ସାଇକେଲ ମରାମତି ଦୋକାନରୁ ସଂଗ୍ରହ କରିଥିଲୁ। ଦିନରୁ ସଂଧ୍ୟା ପର୍ଯ୍ୟନ୍ତ ପରିଶ୍ରମ କରି ୧୦ ଦିନ ମେସିନ୍‌କୁ ତିଆରି କରିବାରେ ସକ୍ଷମ ହୋଇଥିଲୁ।

ଏଚ୍‌ଓଡି ଶ୍ରୀମତୀ ରାୟ କହିଛନ୍ତି ସମ୍ପ୍ରତି ପେଟ୍ରୋଲ, ଡିଲେଜ ଦର ହୁ ହୁ ହୋଇ ବଢ଼ି ଚାଲିଛି। ବିନା ଇନ୍ଧନରେ ମନୁଷ୍ୟ ଚାଳିତ ଯନ୍ତ୍ରପାତିର ଚାହିଦା ବଢ଼ୁଥିବାରୁ ଛାତ୍ରଛାତ୍ରୀମାନେ ଏହି ପ୍ରକାର ଘାସ କଟା ସେସିନ୍‌ ନିର୍ମାଣ ମନ ବଳାଇଥିଲେ। ଅନ୍ୟ ଛାତ୍ରଛାତ୍ରୀମାନେ ଏବେ ଏକ ଇ- ସାଇକେଲ ତିଆରି କରୁଛନ୍ତି। ସେପଟେ ଛାତ୍ରଛାତ୍ରୀଙ୍କ ଏଭଳି ଏକ ମେସିନ୍‌ ତିଆରିକୁ ସବୁ ମହଲରୁ ପ୍ରଶଂସା କରାଯାଇଛି।

from Kanak News
via <a href="https://ifttt.com/?

ଦେଶର ସର୍ବପୁରାତନ ଦଳକୁ ଘାରିଛି ପାଣ୍ଠି ଚିନ୍ତା । ନିଜ ଜାହାଜ ନିଜେ ବଂଚାଇବାକୁ ରାଜ୍ୟ ସଂଗଠନକୁ ସନ୍ଦେଶ ଦେଲା କଂଗ୍ରେସ ।

କନକ ବ୍ୟୁରୋ: କଂଗ୍ରେସକୁ ଘାରିଛି ପାଣ୍ଠି ଚିନ୍ତା । ୨୦୧୪ରେ କଂଗ୍ରେସ କ୍ଷମତାରୁ ଯିବା ପରଠାରୁ ଖାଲି ହେବାରେ ଲାଗିଛି ଏହାର ଦଳୀୟ ପାଣ୍ଠି । ସେଥିପାଇଁ ରାଜ୍ୟ ସଂଗଠନ ଗୁଡିକୁ ପାଣ୍ଠି ସଂଗ୍ରହ ପାଇଁ ସନ୍ଦେଶ ଦେଇଛି ଏଆଇସିସି । କୁହାଯାଉଛି, ସର୍ବ ଭାରତୀୟ କଂଗ୍ରେସ କମିଟିର ବୈଠକରେ ସଂଗଠନ ସଂପର୍କରେ ଚର୍ଚ୍ଚା ହେବା ସହ ପାଣ୍ଠି ଯୋଗାଡ଼ ନେଇ ଆଲୋଚନା କରାଯାଇଥିଲା ।

୨୦୧୪ରେ କଂଗ୍ରେସର ପରାଜୟ ପରେ ଦଳ ବିିଭିନ୍ନ ସମସ୍ୟାର ସମ୍ମୁଖିନ ହୋଇଛି । ଆଉ ଏହାରି ଭିତରେ ପାଣ୍ଠି ଅଭାବ ସବୁ ସମସ୍ୟାକୁ ବଳିଯାଇଛି । କୁହାଯାଇଛି ଏପରି ସମୟରେ ଏସଓଏସ ବା ସେଭ ଇଓର ସିପ ଅର୍ଥାତ ନିଜ ଜାହାଜ ନିଜେ ବଂଚାଅ ବୋଲି ଦଳର ଟପ ନେତା, ରାଜ୍ୟ ସଂଗଠନଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।

ମହାରାଷ୍ଟ୍ର, ଝାଡଖଣ୍ଡ ଓ ପଂଜାବ ନେତାମାନଙ୍କୁ ଅଲଗା ଭାବେ ଭେଟିଥିଲେ ଦଳର ଶୀର୍ଷ ନେତା । କିଛି ସାଂଗଠାନିକ ଅଧିକାରୀଙ୍କ ସହ ରାଜ୍ୟ ସ୍ତରୀୟ ମନ୍ତ୍ରୀ ଏହି ଚର୍ଚାରେ ଭାଗ ନେଇଥିଲେ । ଏଥିରେ ରାଜ୍ୟ ସଂଗଠନ ଗୁଡିକୁ ଦଳର ଆର୍ଥିକ ଭାର ଗ୍ରହଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

ଆଗକୁ କେରଳ, ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ ଓ ପୁଡୁଚେରୀରେ ନିର୍ବାଚନ ରହିଛି । ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର ପାଇଁ ବିପୁଳ ଅର୍ଥ ଆବଶ୍ୟକ ହେବ । ତେଣୁ ଦଳ କ୍ଷମତାରେ ଥିବା ରାଜ୍ୟ ଗୁଡିକୁ ଅଧିକ ପାଣ୍ଠି ଯୋଗାଇଦେବା ପାଇଁ କହିଛି । କଂଗ୍ରେସ ଏବେ ପଂଜାବ, ରାଜସ୍ଥାନ ଓ ଛତିଶଗଡରେ କ୍ଷମତାରେ ରହିଛି । ମହାରାଷ୍ଟ୍ର ଓ ଝାଡଖଣ୍ଡରେ ଭାଗୁଆଳି ସରକାର ଚଳାଇଛି । ୨୦୧୪ରେ ୟୁପିଏ କ୍ଷମତାରୁ ଯିବା ଦିନରୁ ରାଜ୍ୟ ନିର୍ବାଚନରେ ମଧ୍ୟ ଦଳ ପ୍ରଭାବ ହରାଇଛି । କୁହାଯାଇଛି ଏସଓଏସ-ସେଭ ଇଓର ସିପ ଅର୍ଥାତ ନିଜ ଜାହାଜ ନିଜ ବଂଚାଅ ବୋଲି ଦଳର ଟପ ନେତା ରାଜ୍ୟ ସଂଗଠନଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।

from Kanak News
via <a href="https://ifttt.com/?

ଧାନକିଣାରେ ଅନିୟମିତତା ଅଭିଯୋଗ: ୬ ଜଣ ପ୍ୟାକ୍ସ ସଂପାଦକ ଓ ଜଣେ କ୍ଲର୍କ ନିଲମ୍ବିତ । ୩ ଜଣ କାର୍ଯ୍ୟରୁ ବହିଷ୍କୃତ ।

କନକ ବ୍ୟୁରୋ: ପ୍ରାଥମିକ କୃଷି ସମବାୟ ସମିତିରେ ଧାନକିଣାରେ ଅନିୟମିତତା । କାର୍ଯ୍ୟରେ ଗୁରୁତର ଅବହେଳା ଓ ମାର୍ଗଦର୍ଶିକାର ଉଲ୍ଲଂଘନ ଅଭିଯୋଗରେ ବରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନସ୍ଥ ପ୍ୟାକ୍ସର ୬ ଜଣ ସଂପାଦକ ଓ ଜଣେ କ୍ଲର୍କ ନିଲମ୍ବିତ । ତାଙ୍କ ସହିତ ୩ ଜଣ ଭାରପ୍ରାପ୍ତ ଡାଟାଏଣ୍ଟି୍ର ଅପରେଟରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛିା ରାଜ୍ୟ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଦ୍ୱାରା ଅଭିଯୋଗର ତଦନ୍ତ ରିପୋର୍ଟ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛିା

ନିଲମ୍ବିତ ହୋଇଥିବା କର୍ମଚାରୀମାନେ ହେଲେ ଭେଡେନ ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକ ରବୀନ୍ଦ୍ର କୁମାର ଦାଶ, କାନସିଂଘା ପ୍ୟାକ୍ସର ଭାରପ୍ରାପ୍ତ ସଂପାଦକ କାନ୍ତିଲାଲ ଭୋଇ, ଏମ୍.ଶ୍ରୀଗିଡ଼ା ପ୍ୟାକ୍ସର ସଂପାଦକ ନିର୍ମଳ କୁମାର ଜେନା, ରେମୁଣ୍ଡା ପ୍ୟାକ୍ସର ସଂପାଦକ ଶଶିଭୂଷଣ ସାହୁ, ଗାଇସିଲଟ ପ୍ୟାକ୍ସର ଭାରପ୍ରାପ୍ତ ସଂପାଦକ ଘନଶ୍ୟାମ ସାହୁ ଓ କୁମ୍ଭାରୀ ପ୍ୟାକ୍ସର ସଂପାଦକ ଗୌରଚନ୍ଦ୍ର ବୁଧିଆ ।

ସେହିପରି କାନସିଂଘା ପିପିସିର ଭାରପ୍ରାପ୍ତ ଡାଟାଏଣ୍ଟି୍ର ଅପରେଟର ସନ୍ଦୀପ ସାହୁ, ବୁରୋମୁଣ୍ଡା ପିପିସି ଭାରପ୍ରାପ୍ତ ଡିଇଓ ଲିଲୁ ଭୋଇ ଏବଂ ଚାଣ୍ଟିପାଲି ପିପିସିର ଭାରପ୍ରାପ୍ତ ଡାଟା ଏଣ୍ଟି୍ର ଅପରେଟର ପ୍ରେମାନନ୍ଦ ସାହୁଙ୍କୁ ତାଙ୍କ କାର୍ଯ୍ୟରୁ ବହିଷ୍କାର କରାଯାଇଥିବାବେଳେ ଏମ୍.ଶ୍ରୀଗିଡ଼ା ପ୍ୟାକ୍ସର କ୍ଲର୍କ ତଥା ପର୍ଚେଜ ଅଫିସର ଦିନେଶ କୁମାର ବାରିକଙ୍କୁ ନିଲମ୍ବନ କରାଯାଇଛି ।

from Kanak News
via <a href="https://ifttt.com/?

ଇଂଲଣ୍ଡ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ସୂର୍ଯ୍ୟ କୁମାର, ଇଶାନ କିଷାନ, ତେୱାତିଆଙ୍କୁ ସୁଯୋଗ ।

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ବିସିସିଆଇ ଆଜି ଏହି ଟି-୨୦ ସିରିଜ୍ ପାଇଁ ଦଳ ଘୋଷଣା କରିଛି । ଏହି ଦଳରେ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଦଳକୁ କମବ୍ୟାକ୍ କରିଥିବାବେଳେ ସୂର୍ଯ୍ୟ କୁମାର ଯାଦବ, ରାହୁଲ ତେୱାତିଆ ଓ ଇଶାନ କିଷାନଙ୍କୁ ସ୍ଥାନ ମିଳିଛି ।

https://platform.twitter.com/widgets.js

ମାର୍ଚ୍ଚ ୧୨ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ ଟି-୨୦ ସିରିଜ୍ ଖେଳିବାକୁ ଯାଉଛି । ଏଥିପାଇଁ ବିରାଟ କୋହଲିଙ୍କୁ ନେତୃତ୍ୱ ଭାର ମିଳିଥିବାବେଳେ ରୋହିତ ଉପଅଧିନାୟକ ପଦରେ ରହିଛନ୍ତି । ତେବେ ବିଜୟ ହଜାରେ ଟ୍ରଫିରେ ଚତ୍ମକାର ପ୍ରଦର୍ଶନ ପରେ ଇଶାନ କିଷାନଙ୍କୁ ଦଳରେ ସୁଯୋଗ ମିଳିଛି । ସେହିପରି ଆଇପିଏଲରେ ଆଖିଦୃଶିଆ ପ୍ରଦର୍ଶନ ପରେ ସୂର୍ଯ୍ୟ କୁମାର ଯାଦବଙ୍କୁ ବି ସୁଯୋଗ ମିଳିଛି । ଏହାସହ ହରିୟାଣା ଖେଳାଳି ରାହୁଲ ତେୱାତିଆ ବି ଦଳରେ ସାମିଲ ଅଛନ୍ତି ।

ଭାରତୀୟ ଟି-୨୦ ଦଳ: ବିରାଟ କୋହଲି (ଅଧିନାୟକ),ରୋହିତ ଶର୍ମା, କେଏଲ ରାହୁଲ, ଶିଖର ଧାୱନ, ଶ୍ରେୟାସ ଆୟର, ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷବ ପନ୍ତ, ଇଶାନ କିଷାନ, ୟୁଜବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରାହୁଲ ତେୱତିଆ, ଟି ନଟରାଜନ, ଭୁବନେଶ୍ୱର କୁମାର, ଦିପକ ଚହର , ନବଦୀପ ସାଇନୀ, ସାର୍ଦ୍ଦୁଲ ଠାକୁର

from Kanak News
via <a href="https://ifttt.com/?

ପୁଣି ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ଗତ ୨୭ ଦିନରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୧୪ ହଜାର ପାଖାପାଖି ଆକ୍ରାନ୍ତଙ୍କ ସଂଖ୍ୟା ।

କନକ ବ୍ୟୁରୋ : ଦେଶର ୫ଟି ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ କରୋନର ନୂଆ ନୂଆ ରୂପ ସାମ୍ନାକୁ ଆସିଛି । ମହାରାଷ୍ଟ୍ର, ପଂଜାବ, ମଧ୍ୟପ୍ରଦେଶ, କେରଳ ଓ ଛତିଶଗଡରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ବଢିଯାଇଛି ଚିନ୍ତା ।

୨୭ଦିନ ପରେ ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜାନୁଆରୀ ୨୩ପରଠାରୁ ଆଜି ପୁଣିଥରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ହଜାର ପାଖାପାଖି ପହଂଚିଛି । ଗତ ୨୪ ଘଂଟାରେ ଦେଶରେ ୧୩ହଜାର ୯୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୯ଲକ୍ଷ ୭୭ହଜାର ୩୮୭ରେ ପହଂଚିଛି । ଅନ୍ୟପଟେ ୨୪ଘଂଟାରେ ୧୦୧ଜଣଙ୍କର ଜୀବନ ନେଇଛି କରୋନା ମହାମାରୀ ।  ଦେଶରେ କରୋନା ସଂକ୍ରମଣରେ ମୋଟ୍ ୧ଲକ୍ଷ ୫୬ହଜାର ୨୧୨ଜଣଙ୍କ ମୃତ୍ୟୁ ହୋଇସାରିଛି ।  ସେହିପରି ଏବେ ସୁଦ୍ଧା ମୋଟ ଏକ କୋଟି ୬ଲକ୍ଷ ୭୮ହଜାର ୪୮ଜଣ ସୁସ୍ଥ ହୋଇଛନ୍ତି ।

ମହାରାଷ୍ଟ୍ର, କେରଳ, ପଂଜାବ, ଛତିଶଗଡ ଓ ମଧ୍ୟପ୍ରଦେଶରେ ଦୈନନ୍ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱ।।ସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ମହାରାଷ୍ଟ୍ରରେ ପୁଣି ଉପରମୁହାଁ ହୋଇଛି କରୋନା ଗ୍ରାଫ । ଗତ ୨୪ଘଂଟା ଭିତରେ ମହାରାଷ୍ଟ୍ରରେ ୪୪ଜଣଙ୍କ ମୃତ୍ୟୁ ହେବା ସହ ୬ହଜାର ୧୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କେରଳରେ ୪ହଜାର ୫ଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି ଓ ୧୫ଜଣଙ୍କ ପ୍ରାଣ ନେଇଛି ମହାମାରୀ । ପଂଜାବରେ ୩୮୩ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ମଧ୍ୟପ୍ରଦେଶରେ ୨୯୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦେଶରେ କରୋନା ସଂକ୍ରମଣ କମିବା ଓ ଏହାପରେ କରୋନା ଟିକା ଆସିବା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା । ଏବେ କିନ୍ତୁ ସଂକ୍ରମଣ ବଢିବା ଯୋଗୁଁ ଚିନ୍ତା ବଢିଯାଇଛି । ଫଳରେ ସରକାର ସଚେତନ ରହିବା ସହ କଟକଣା ମାନିବା ଉପରେ ଗୁରୁତ୍ୱ ଦେଉଛନ୍ତି ।

ମହାରାଷ୍ଟ୍ରରେ ବଢୁଥିବା ମାମଲାକୁ ନଜରରେ ରଖି ଅମରାବତୀ ଓ ଅକୋଲାରେ ସପ୍ତାହନ୍ତ ଲକଡାଉନ ଜାରି କରାଯାଇଥିବା ବେଳେ ଯବତମାଳରେ ୧୦ଦିନିଆ ଲକଡାଉନ ଓ ନାଗପୁରରେ କଟକଣା ଜାରି କରାଯାଇଛି । ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବେଳେ ଏବେ ତତ୍ପର ପ୍ରକାଶ କରିଛନ୍ତି କର୍ଣ୍ଣାଟକ ସରକାର । କର୍ଣ୍ଣାଟକୁ ମହାରାଷ୍ଟ୍ରରୁ ଆସୁଥିବା ଯାତ୍ରୀଙ୍କ ପାଇଁ କରୋନା ରିର୍ପୋଟ ବାଧ୍ୟତାମୂଳକ କରାଯାଇଛି ।

ସେପଟେ ଟିକାକରଣରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ୧୯ତାରିଖ ସୁଦ୍ଧା ଦେଶରେ ୧କୋଟି ଲୋକଙ୍କୁ ଟିକାକରଣ କରାଯାଇଛି । ଭାରତରେ ୩୪ଦିନ ମଧ୍ୟରେ ମୋଟ ୧ କୋଟି ୭ଲକ୍ଷ ୧୫ହଜାର ୨୦୪ଜଣଙ୍କୁ ଦିଆ ସରିଛି କରୋନା ଟିକା ।

from Kanak News
via <a href="https://ifttt.com/?

ସାମ୍ନାକୁ ଆସିଲା ଗତବର୍ଷ ଜୁନରେ ଗଲୱାନ ସଂଘର୍ଷର ନୂଆ ଭିଡ଼ିଓ । ଚୀନ ଗଣମାଧ୍ୟମରେ ସଇତାନ୍ ଷଡ଼ଯନ୍ତ୍ରର ସତ ।

କନକ ବ୍ୟୁରୋ : ଭାରତ ଓ ଚୀନ ସେନା ମଧ୍ୟରେ ଗଲୱାନ୍ ସଂଘର୍ଷକୁ ପ୍ରାୟ ୮ମାସ ବିତିଗଲାଣି । ପରସ୍ପରର ସହମତି ଭିତିରେ ପୂର୍ବ ଲଦାଖର ଏଲଏସି ନିକଟରୁ ଦୁଇ ଦେଶର ସେନା ପଛକୁ ହଟୁଛନ୍ତି । ଚୀନ ସେନା ଗଲୱାନ ଛାଡ଼ି ଚାଲିଯାଇଥିବା ବେଳେ ପେଙ୍ଗଙ୍ଗ ହ୍ରଦର ଫିଙ୍ଗର-୮ ପଛକୁ ହଟିଯାଇଛି । ଆଉ ଏହାରି ଭିତରେ ଗଲୱାନ ଗଣ୍ଡଗୋଳର ନୂଆ ଭିଡ଼ିଓ ଜାରି କରି ପୁଣି ପ୍ରୋପାଗଣ୍ଡା ଆରମ୍ଭ କରିଦେଇଛି ଚୀନ ।

ଗୋଟିଏ ପଟେ ଚୀନ ସେନା ଓ ଅନ୍ୟ ପଟେ ଭାରତୀୟ ସେନା । ଚୀନ ସେନା ପଟରେ ଶୀତ ପୋଷାକ ପିନ୍ଧିଥିବା ବ୍ୟକ୍ତି ପିଏଲଏର ଜଣେ ବରିଷ୍ଠ ଅଧିକାରୀ । କୁହାଯାଉଛି ନିକଟରେ ଏହି ଅଧିକାରୀଙ୍କୁ ସମ୍ମାନିତ କରିଛି ଚୀନ । କାରଣ ଗତବର୍ଷ ଜୁନରେ ଗଲୱାନ ଗଣ୍ଡଗୋଳ ବେଳେ ଭାରତୀୟ ସେନାକୁ ଅଟକାଇବାର ଦମ୍ଭ ଦେଖାଇଥିଲେ ପିଏଲଏର ଏହି ଅଧିକାରୀ ଜଣକ ।

ଗତବର୍ଷ ଜୁନ୍ ମାସରେ ହୋଇଥିବା ଗଲୱାନ ରକ୍ତାକ୍ତ ସଂଘର୍ଷରେ ଚୀନ୍ର ୪୦ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ଆମେରିକାର ଗୁଇନ୍ଦା ସଂସ୍ଥା କହିଥିଲା । ଏହି ଗଣ୍ଡଗୋଳରେ ଚୀନ୍ର ୩୫ରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇଥିବା କହିଥିଲା ଭାରତ । ଏବେ ୪ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ଚୀନ୍ ସ୍ୱିକାର କରିବା ପରେ ଏହି ସଂଖ୍ୟାକୁ ନେଇ ଏବେବି ସନ୍ଦେହ ରହିଛି ।

ଏବେ ଆପଣଙ୍କ ଟିଭି ସ୍କ୍ରିନରେ ଚୀନ ସମ୍ମାନିତ କରିଥିବା ସୈନିକଙ୍କ ଫଟୋ । ପୂର୍ବ ଲଦାଖର ଗଲୱାନ ଘାଟିରେ ଗତବର୍ଷ ଜୁନରେ ହୋଇଥିବା ଗଣ୍ଡଗୋଳରେ ଚୀନ ସୈନିକଙ୍କ ମୃତ୍ୟୁ ହୋଇଥିବା ନେଇ ଫାଙ୍କି ଆସୁଥିଲା ବେଜିଂ । ହେଲେ ପ୍ରଥମଥର ପାଇଁ ଏହି ସତକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି ଜିନପିଙ୍ଗ ସରକାର । କାରଣ ଗଲୱାନ ସଂଘର୍ଷରେ ମୃତ ସୈନିକଙ୍କୁ ସମ୍ମାନିତ କରିଛି ବେଜିଂ । ଏନେଇ ଚୀନର ଏକ ସ୍ଥାନୀୟ ମିଡିଆ ଖବର ପ୍ରସାରଣ କରିବା ପରେ ସତ ପଦାକୁ ଆସିଛି ।

ପିଏଲଏର ୪ ଜଣ ସୈନିକଙ୍କୁ ମରୋଣତର ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ସଂଘର୍ଷରେ ଗୁରୁତର ଆହତ ହୋଇଥିବା ଜଣେ କର୍ଣ୍ଣେଲ ସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ଚୀନର ସେଂଟ୍ରାଲ ମିଲିିଟାରୀ କମିଶନ ସୂଚନାକୁ ଆଧାର କରି ଏଭଳି ଖବର ପ୍ରକାଶ କରିଥିଲା ଚୀନ ମିଡିଆ ପିପୁଲ୍ସ ଡେଲି । ଏବେ ଚୀନର ଏକାଧିକ ମିଡ଼ିଆରେ ଏହି ଖବର ପ୍ରସାରଣ ହୋଇଛି । ଏପରିକି ଚୀନ ସରକାରଙ୍କ ମୁଖପତ୍ର କୁହାଯାଉଥିବା ଗ୍ଲୋବାଲ ଟାଇମସରେ ମଧ୍ୟ ୪ ସୈନିକଙ୍କୁ ମରଣୋତର ସମ୍ମାନ ପ୍ରଦାନ କରାଯିବାର ଭିଡ଼ିଓ ପ୍ରସାରଣ ହୋଇଛି ।

ଅପରପକ୍ଷରେ ସୀମା ବିବାଦକୁ ନେଇ ଶନିବାର ଦିନ ଭାରତ-ଚୀନ ମଧ୍ୟରେ କମାଣ୍ଡର ସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଦଶମ ପର୍ଯ୍ୟାୟରେ ଦୁଇ ଦେଶ ମଧ୍ୟରେ ବିବାଦର ସମାଧାନ ପାଇଁ ଆଲୋଚନା ହୋଇଛି । ଏଲଏସିରେ ଚୀନ ପଟେ ଥିବା ମଲଡୋଠାରେ ଲହି ଅଲୋଚନା ହୋଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started