କୃଷକ ଆନ୍ଦୋଳନକୁ ନେଇ ପୁଣି କୃଷକ ସଂଗଠନଙ୍କ ନିକଟକୁ ଚିଠି ଲେଖିଲେ ସକରାର । କୃଷକ ସଂଗଠନ କହିଲା ଆଲୋଚନା ପାଇଁ ପ୍ରସ୍ତୁତ , ହେଲେ ଦରକାର ସ୍ଥାୟୀ ସମାଧାନ

କନକ ବ୍ୟୁରେ : ଆଜି କୃଷକ ଆନ୍ଦୋଳନକୁ ପୂୁରିଲା ୨୮ ଦିନ । ଦିଲ୍ଲୀର ବିଯୁକ୍ତ ତାପମାତ୍ରା, ଖୋଲା ସଡକ ଅବ୍ୟବସ୍ଥିତ ଜୀବନ ଭିତରେ ଲକ୍ଷ ଲକ୍ଷ କୃଷକ । ହକ୍ ପାଇଁ ହତାସ ନହୋଇ ଦୃଢତାର ସହିତ ବସି ରହିଛନ୍ତି । ଆଉ ହିଂସା ନୁହେଁ ମଉଜ ମସ୍ତିରେ ସେମାନଙ୍କ ହକ୍ ନେଇ ଘରକୁ ଫେରିବେ ବୋଲି ଜିଦରେ ଅଟଳ ଅଛନ୍ତି । ଏହାରି ମଧ୍ୟରେ ୨୮ ଦିନ ବିତି ଯାଇଛି । ଏନେଇ ସରକାର ଓ କୃଷକଙ୍କ ମଧ୍ୟରେ ୫ ଥର ଆଲୋଚନା ହୋଇଛି । ହେଲେ ସବୁଥର ଆଲୋଚନା ଫେଲ୍ ହୋଇଛି ।

ଅନ୍ୟପଟେ ଏବେ ଏମାନଙ୍କର ଜିଦ୍ ଆଗରେ ସରକାର ମୁଣ୍ଡ ନୁଅାଁଇବାକୁ ବାଧ୍ୟ ହେବେ ବୋଲି ଅନୁମାନ କରାଯାଉଛି । ବିଜେପି ଦ୍ୱାରା ଆୟୋଜନ କରାଯାଉଥିବା କୃଷକ ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରୀୟ ମନ୍ତ୍ରୀ ଓ କୃଷି ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ହାତଯୋଡି କୃଷକଙ୍କୁ ନୂଆ ବିଲକୁ ଗ୍ରହଣ କରିନେବାକୁ ଅନୁରୋଧ କରୁଛନ୍ତି ।

ଏହାରି ମଧ୍ୟରେ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା କୃଷକ ମାନଙ୍କୁ ଆଲୋଚନା ଲାଗି ପୁଣି ଥରେ ସରକାର ଚିଠି ଲେଖିଛନ୍ତି । କେନ୍ଦ୍ର କୃଷି ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିବେକ ଅଗ୍ରୱାଲ ଆନ୍ଦୋଳନ ଚଳାଇଥିବା ୪୦ ଟି କୃଷକ ସଂଗଠନର ନେତାଙ୍କୁ ଆଲୋଚନାରେ ସାମିଲ ହେବାକୁ ପତ୍ର ଲେଖିଛନ୍ତି । ସେ ତାଙ୍କ ପତ୍ରରେ ଲେଖିଛନ୍ତି କି ସରକାରଙ୍କ ପୂର୍ବ ସଂଶୋଧନ ପ୍ରସ୍ତାବ ଆଧାରରେ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରାଯାଉ । ଅନ୍ୟପଟେ ସରକାରଙ୍କ ଚିଠି ଉପରେ କୃଷକ ନେତା ମାନେ କହିଛନ୍ତି କି ସେମାନେ ଆଲୋଚନା ପାଇଁ ପ୍ରସ୍ତୁତ, ମାତ୍ର ସରକାର ସେମାନଙ୍କ ଦାବିର ସ୍ଥାୟୀ ସମାଧାନ କରିବା ଦରକାର । ଏନେଇ ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ କହିଛନ୍ତି କି ସରକାର ଯେଉଁ ଚିଠି ଏବେ ଲେଖିଛନ୍ତି ସେଥିରେ ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା ପାଇଁ କୁହାଯାଇଛି । ହେଲେ ଆନ୍ଦୋଳନରତ ଚାଷୀ ମାନେ ସେମାନଙ୍କ ଦାବି ଉପରେ ସରକାରଙ୍କ ଠାରୁ ସ୍ଥାୟୀ ସମାଧାନ ଚାହୁଁଛନ୍ତି ।

କହିରଖୁ କି ଡିସେମ୍ବର ୯ ତାରିଖରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ଆଲୋଚନା ବାତିଲ କରାଯାଇଥିଲା । ଏହାପରେ ଅମିତ୍ ଶାହାଙ୍କ ସହ ହୋଇଥିବା ବୈଠକରେ ସରକାର କୃଷି ଆଇନର ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ । ହେଲେ ସଂଶୋଧନ ପ୍ରସ୍ତାବକୁ କୃଷକ ସଂଗଠନ ମାନେ ଅଗ୍ରାହ୍ୟ କରିବା ସହିତ ଆଲୋଚନାରୁ ଓହରି ଯାଇଥିଲେ । ଏନେଇ କୃଷକ ନେତା ଅଭିମନ୍ୟୁ କୋହର କହିଛନ୍ତି କି ସରକାର ଯେଉଁ ଚିଠି ଲେଖିଛନ୍ତି ସେଥିରେ କିଛି ନୂଆ କଥା ନାହିଁ । କୃଷକ ମାନେ ସମ୍ପୁର୍ଣ୍ଣ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଆନ୍ଦୋଳନ ଚଳାଇଛନ୍ତି । ସେହିଭଳି ଅଲ୍ ଇଣ୍ଡିଆ କିଷାନ ସମିତି ପଞ୍ଜାବର ସହକାରୀ ସଂପାଦକ କାଶ୍ମୀର ସିଂହ କହିଛ୍ତି ଯେ ସରକାର ପୁଣିଥରେ ଆଲୋଚନା ପାଇଁ ଡାକିବାର କୌଣସି ମୂଲ୍ୟ ନାହିଁ । ଅନ୍ୟପଟେ ସରକାରଙ୍କ ଚିଠି ଉପରେ ମଙ୍ଗଳବାର ଦିନ କୃଷକ ସଂଗଠନ ମାନେ ଆଲୋଚନା କରି ନିଷ୍ପତ୍ତି ସରକାରଙ୍କୁ ଜଣାଇଦେବେ ବୋଲି ସେ କହିଛନ୍ତି ।

from Kanak News
via <a href="https://ifttt.com/?

ପରୀ ମୃତ୍ୟୁ ମାମଲାରେ ପୋଖରୀ ଦେବ କି ପ୍ରମାଣ ? ଯଦୁପୁର ଗାଁ ପୋଖରୀରୁ ମଟର ପମ୍ପ ଲଗାଇ ପାଣି ଶୁଖାଉଛି ଏସଆଇଟି

କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ଏସଆଇଟି ଛାନଭିନ ଚଳାଇଛି । ହତ୍ୟାର ଅଧିକ ପ୍ରମାଣ ପାଇଁ ଯେଉଁ ପୋଖରୀ ପାଖରୁ ପରୀର ମୃତ ଦେହ ମିଳିଥିଲା ସେହି ପୋଖରୀକୁ ଶୁଖାଉଛି ଏସଆଇଟି । ପୋଖରୀରୁ ଜଳ ନିଷ୍କାସନ ପକ୍ରିୟା ଆରମ୍ଭ ହୋଇଛି । ମଟର ପମ୍ପ ଲଗାଇ ପୋଖରୀ ମଧ୍ୟରୁ ପାଣି କଢ଼ାଯାଉଛି ।

ପରୀ ମୃତ୍ୟୁ ମାମଲରେ ଏଯାଁଏ ଜଣେ ଅଭିଯୁକ୍ତକୁ ଗିରଫ କରିଯାଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା ନେଇ କହିଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଆଜିଠୁ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଇଛି ଏସଆଇଟି । ରିମାଣ୍ଡ ସମୟରେ ପରୀ ହତ୍ୟା ନେଇ ଅଭିଯୁକ୍ତଠୁ ଅଧିକ ତଥ୍ୟ ଓଗାଳିବାକୁ ଚେଷ୍ଟା କରିବ ଏସଆଇଟି ।

from Kanak News
via <a href="https://ifttt.com/?

ଶ୍ରେଣୀ ଗୃହ ପାଠପଢ଼ା ଓ ଅନଲାଇନ୍ ଶିକ୍ଷାଦାନ ଉଭୟ ରହିବ: ଅଜୟ ବାହାଦୂର ସିଂହ ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ

ରାଜ୍ୟର ଗରିବ ପିଲାମାନଙ୍କ ଡାକ୍ତର ହେବା ସ୍ବପ୍ନ ସାକାର କରୁଛନ୍ତି ଜିନ୍ଦେଗୀ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆଦ୍ୟାନ୍ତ ହାୟର ସେକେଣ୍ଡାରି ସ୍କୁଲର ଅଧ୍ୟକ୍ଷ ଅଜୟ ବାହାଦୂର ସିଂହ। ଶ୍ରେଣୀ ଗୃହ ପାଠପଢ଼ା ଓ ଅନ୍‌ଲାଇନ୍ ଶିକ୍ଷା ଓ କରୋନା ମହାମାରୀର ପ୍ରଭାବ ଆଦି ଅନେକ ବିଷୟରେ ସେ ଯେଉଁ ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି:

ମହାମାରୀ ପରେ ଅନ୍‌ଲାଇନ୍‌ରେ ପାଠପଢ଼ା ବେଶ ଚର୍ଚ୍ଚିତ ହୋଇଛି। ଏ ବିଷୟରେ ଆପଣଙ୍କ ମତ କ’ଣ?

କରୋନା ମହାମାରୀ ବ୍ୟାପିବା ପୂର୍ବରୁ ଅନ୍‌ଲାଇନ୍‌ ପାଠପଢ଼ା କ୍ଷେତ୍ରରେ ଗୋଟିଏ ଦୁଇଟି ସଂସ୍ଥା ସକ୍ରିୟ ଥିଲେ। ମାତ୍ର ମହାମାରୀ ପରେ ସେଭଳି ସଂସ୍ଥା ସଂଖ୍ୟା ବହୁତ ବଢ଼ିଛି। ଅନଲାଇନ୍‌ ଶିକ୍ଷାଦାନ ପାଇଁ ଏହା ବହୁତ ବଡ଼ ସୁଯୋଗ ସୃଷ୍ଟି କରିଛି। ପାଠପଢ଼ା ବନ୍ଦ ହୋଇଯିବା ଭଳି ସ୍ଥିତିରେ ଅନ୍‌ଲାଇନ୍ ମାଧ୍ୟମ ଯୋଗୁଁ ଶିକ୍ଷାଦାନ ଜାରି ରହିଛି। ଯେଉଁମା‌ନେ ପ୍ରଯୁକ୍ତିକୁ ଗ୍ରହଣ କରିବାରେ ସଫଳ ହୋଇଛନ୍ତି ସେମାନେ ପାଠପଢ଼ା ଜାରି ରଖିଛନ୍ତି। ଯେଉଁ ସଂସ୍ଥା ‌ଶ୍ରେଣୀ ଗୃହ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ସେମାନେ ପ୍ରଭାବିତ ହୋଇଛନ୍ତି।

ଅନ୍‌ଲାଇନ୍ ଶିକ୍ଷାର ଭବିଷ୍ୟତ କ’ଣ?

ଯେଉଁ ବିଷୟରେ ଲୋକମାନେ ଆଦୌ କିଛି ଜାଣିନଥାନ୍ତି ତାହାକୁ ନେଇ ଚିନ୍ତା କରନ୍ତି ନାହିଁ। ଯେହେତୁ ଅନ୍‌ଲାଇନ୍ ଶିକ୍ଷାର ଶକ୍ତି ବିଷୟରେ ଲୋକମାନେ ଅବଗତ ହୋଇଛନ୍ତି ତେଣୁ ଏହାର କିଛି ଅଂଶ ନିଶ୍ଚିତ ରୂପେ ଲୋକମାନଙ୍କ ସହିତ ସବୁଦିନ ରହିବ। ମହାମାରୀର ପ୍ରଭାବ ଶେଷ ହୋଇଯିବା ପରେ ଛାତ୍ରଛାତ୍ରୀମାନେ ପୁଣି ଥରେ ଶ୍ରେଣୀ ଗୃହକୁ ଫେରିଆସିବେ। ଶ୍ରେଣୀ ଗୃହରେ ପାଠପଢ଼ା ବେଳେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ମଧ୍ୟରେ ଯେଉଁ ସମ୍ପର୍କ ସୃଷ୍ଟି ହୁଏ ତାହା ଅନଲାଇନ୍ ପାଠପଢ଼ାରେ ମିଳିବ ନାହିଁ। ଅନ୍‌ଲାଇନ୍ ପାଠପଢ଼ାର ମାନ ବଢ଼ିଲେ ହିଁ ତାହା ପିଲାମାନଙ୍କ ଦ୍ବାରା ଗ୍ରହଣୀୟ ହେବ। ଆଗାମୀ ଦିନରେ ଶ୍ରେଣୀ ଗୃହ ପାଠପଢ଼ା ଓ ଅନ୍‌ଲାଇନ୍ ଶିକ୍ଷାଦାନ ଉଭୟ ରହିବ।

ସରକାରୀ ସ୍କୁଲ୍‌ର ପିଲାମାନଙ୍କ ପାଖରେ କାହିଁକି ଅନ୍‌ଲାଇନ୍ ପାଠପଢ଼ା ସୁଯୋଗ ପହଞ୍ଚି ନାହିଁ?

ମୁଁ ମୋ ଅଭିଜ୍ଞତା କଥା କହିବି। ଆମ ଉପରେ ଚାପ ଅଧିକ ଥିଲା। ତେଣୁ ଅନେକ ବିଷୟ ଚିନ୍ତା କରି ବିଭିନ୍ନ ସମାଧାନର ବାଟ ବାହାର କରିବାକୁ ପଡ଼ିଥିଲା। ମୁଁ ଏକ ଯୁକ୍ତ ଦୁଇ କଲେଜର ମୁଖ୍ୟ ଭାବେ ସବୁ ବର୍ଗର କର୍ମଚାରୀଙ୍କ ସହ ଯୋଡ଼ି ହୋଇ ଅନ୍‌ଲାଇନ୍ ପାଠପଢ଼ାର ବ୍ୟବସ୍ଥା କରିଥିଲି। ‌ସେହି ସମୟରେ ଦିନକୁ ମୋତେ ୧୮-୧୯ ଘଣ୍ଟା ପରିଶ୍ରମ କରିବାକୁ ପଡ଼ିଥିଲା। ପ୍ରତିଦିନ ଛାତ୍ରଛାତ୍ରୀ ଅଭିଭାବକ ବୈଠକ କରାଯାଇଥିଲା। ସେହି ସମାନ ଧରଣର ଉଦ୍ୟମ ପାଇଁ ସାରା ଦେଶରେ ଆମ କେନ୍ଦ୍ର ସର୍ବପ୍ରଥମେ ଲାଇଭ୍ କ୍ଲାସେସ୍‌ ଆରମ୍ଭ କରିଥିଲା। କିନ୍ତୁ ସରକାରୀ ବ୍ୟବସ୍ଥାରେ ବୋଧହୁଏ ସେହିଭଳି ଚାପ ନାହିଁ। ଚାପ ପଡ଼ିଲେ ହିଁ ପରିବର୍ତ୍ତନ ଆସେ।

ପରିବର୍ତ୍ତିତ ପରିସ୍ଥିତିରେ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି କି?

ମୁଁ ଦୀର୍ଘଦିନରୁ ସ୍ମାର୍ଟଫୋନ୍‌ରେ କେବଳ କଲ୍‌ ସୁବିଧାଟି ବ୍ୟବହାର କରୁଥିଲି। ମହାମାରୀ ବ୍ୟାପିବା ପରେ ଜୁମ୍‌ କଲ୍‌ ଜରୁରୀ ହୋଇପଡ଼ିଲା। ସ୍ମାର୍ଟଫୋନ୍‌ରେ କିଭଳି ଅନେକ କାମ କରିବାକୁ ପଡ଼ିବ ତାହା ମୋ ଭଳି ଲୋକ ଶିଖିବାକୁ ବାଧ୍ୟ ହେଲା। ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମନରେ ଅନ୍‌ଲାଇନ୍ କ୍ଲ‌ାସେସ୍‌ର ଅଂଶ ହେବା ପାଇଁ ଜିଜ୍ଞାସା ସୃଷ୍ଟି କରିବାକୁ ପଡ଼ିବ। ଶିଖିବାକୁ ଇଛା କଲେ ବହୁତ କିଛି ସହଜ ହୋଇଯିବ।

ଜିନ୍ଦେଗୀ ଫାଉଣ୍ଡେସନକୁ ନେଇ ଆପଣଙ୍କ କ’ଣ ଯୋଜନା ରହିଛି?

ଗତବର୍ଷ ଜିନ୍ଦେଗୀ ଫାଉଣ୍ଡେସନର ୧୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ। ଚଳିତ ବର୍ଷ ୨୧ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଏବେ ସେମାନଙ୍କୁ ଡିଜିଟାଲ୍ ମାଧ୍ୟମରେ ପାଠପଢ଼ା ହେଉଛି। ସ୍ଥିତିରେ ସୁଧାରକୁ ଅପେକ୍ଷା କରିଛୁ। ଶୀଘ୍ର ସେମାନଙ୍କୁ ପ୍ରତିକୂଳ ପରିସ୍ଥିତିରୁ ବାହାର କରି ନିଜ ପାଖକୁ ଆଣି ପଢ଼ାଇବା ପାଇଁ ଚାହିରହିଛୁ।

ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ବିଷୟରେ ଆପଣଙ୍କ ମତ କ’ଣ?

ଏହି ଅଭିଯାନ ପାଇଁ ଓଡ଼ିଶାରେ ଏବେ ସମସ୍ତେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ଏବଂ ଏକ ବ୍ରାଣ୍ଡ୍‌ ଭାବେ ଉଭା ହେବାକୁ ଚାହୁଛନ୍ତି। ଯେଉଁଭଳି ଭାବେ ସମ୍ବାଦ ଗ୍ରୁପ୍ ଏହି ପୁରସ୍କାର ପ୍ରତି ନିଷ୍ଠା ପ୍ରଦର୍ଶନ କରିଛି ଏବଂ ବ୍ରାଣ୍ଡ୍‌ଗୁଡ଼ିକୁ ଯେଉଁଭଳି ସମ୍ମାନ ପ୍ରଦାନ କରୁଛି ଏବଂ ଯେଉଁମାନଙ୍କ ମାଧ୍ୟମରେ ଏହି ପୁରସ୍କାର ଦେଉଛି ତାହା ଅତ୍ୟନ୍ତ ପ୍ରଶଂସନୀୟ। ଯେଉଁମାନେ ଏହି ପୁରସ୍କାର ପାଇଛନ୍ତି ସେମାନଙ୍କ ମଧ୍ୟରେ ଏକ ଉତ୍ସାହ ଜାଗ୍ରତ ହେଉଛି। ଜୀବନରେ ଦୁଇଟି ଜିନିଷ ବହୁତ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ହେଉଛି ଅର୍ଥ ଏବଂ ଅନ୍ୟଟି ସମ୍ମାନ। ଉଦ୍ୟୋଗୀମାନଙ୍କ ପାଖରେ ଅର୍ଥର ଅଭାବ ନାହିଁ। ଯାହା ଦରକାର ତାହା ହେଉଛି ସମ୍ମାନ। ସମ୍ବାଦର ଏହି ଅଭିଯାନ ସମ୍ମାନ ପ୍ରଦାନ କରୁଛି।

from Kanak News
via <a href="https://ifttt.com/?

କାଲିଠୁ କାଳିଆ ଦର୍ଶନ : ସକାଳ ସାଢେ ୭ଟାରୁ ରାତି ୧୧ଟା ପାଇଁ ସେବାୟତଙ୍କ ପରିବାରକୁ କେବଳ ଦର୍ଶନ ଅନୁମତି

କନକ ବ୍ୟୁରୋ : କାଲିଠୁ ଆରମ୍ଭ ହେବ କାଳିଆ ଦର୍ଶନ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । କାଲିଠୁ ୨୫ ତାରିଖ ଯାଏଁ କେବଳ ସେବାୟତ ପରିବାର ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଦର୍ଶନ ସକାଳ ସାଢେ ୭ଟାରୁ ରାତି ୧୧ଟା ଯାଏଁ ହେବ । ୨୬ ତାରିଖରୁ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ପୁରୀ ସେବାୟତଙ୍କ ସହ ପୁରୀ ବାସୀଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି ।  ଶ୍ରୀମନ୍ଦିରର ୪ଟି ଦ୍ୱାର ମଧ୍ୟରୁ ଯେେକୌଣସି ଦ୍ୱାର ଦେଇ ସେବାୟତ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ।

ଏହି ସମୟରେ ପରିଚୟପତ୍ର ଆଣିବାକୁ  ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପରାମର୍ଶ ଦେଇଛି । ପୁରୀବାସୀଙ୍କୁ  ଦୁଇଦିନ ପୂର୍ବରୁ ପ୍ରତ୍ୟେକ ପରିବାରକୁ ଚିରକୁଟି ଯୋଗାଇଦିଆଯିବ । ବଡଦାଣ୍ଡର ମାର୍କେଟଛକରୁ ବ୍ୟାରିକେଡ ଦେଇ ଭକ୍ତମାନେ ସିଂହଦ୍ୱାର ଯାଏଁ ଯିବେ ।  ଜାନୁଆରୀ ପହିଲା ଓ ୨ ତାରିଖରେ ଦର୍ଶନ ବନ୍ଦ ରହିବ । ପୁଣି ୩ ତାରିଖରୁ ପୁରୀ ବାହାର ଲୋକଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ।

from Kanak News
via <a href="https://ifttt.com/?

ବ୍ରାଣ୍ଡସ୍ ଅଫ୍ ଓଡ଼ିଶା.ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍’ର ଚତୁର୍ଥ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ; ଆବେଦନର ଶେଷ ତାରିଖ ଜାନୁଆରି ୬…୧୫ରେ ପୁରସ୍କାର ବିତରଣ ଉତ୍ସବ

କନକ ବ୍ୟୁରୋ: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌’ର ଆୟୋଜନ କରାଯାଉଛି। ଏହାର ଚତୁର୍ଥ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଓଡ଼ିଶାରୁ ଆରମ୍ଭ କରିଥିବା ଏବଂ ଓଡ଼ିଶା ବାହାରେ ପ୍ରସାର ଲାଭ କରିଥିବା ଉଦ୍ୟୋଗ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଶତାଧିକ ଆବେଦନକାରୀଙ୍କ ମଧ୍ୟରୁ ବିଜେତା ନିର୍ଣ୍ଣୟ କରୁଛନ୍ତି ଦେଶର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ସ୍ବନାମଧନ୍ୟ ସ୍ବାଧୀନ ଓ ନିରପେକ୍ଷ ବିଚାରକ। ଏଥିରେ ଓଡ଼ିଶାରୁ ଜନ୍ମ ହୋଇଥିବା ଯେକୌଣସି ସଂସ୍ଥା ଭାଗ ନେଇପାରିବେ ଓ ବିଜେତା ମଧ୍ୟ ହୋଇପାରିବେ। ଆବେଦନ ପାଇଁ ଯୋଗ୍ୟତାର ମାପଦଣ୍ଡ ହେଉଛି ଅତ୍ୟନ୍ତ ସରଳ। ଓଡ଼ିଶାରୁ ଆରମ୍ଭ କରି ଓଡ଼ିଶା ଓ ଓଡ଼ିଶା ବାହାରେ ବ୍ୟବସାୟ କରୁଥିବା ଉଦ୍ୟୋଗଗୁଡ଼ିକ ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ।

ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ ପାଞ୍ଚଟି ବର୍ଗରେ ପ୍ରଦାନ କରାଯିବ। ତାହା ହେଉଛି କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (CSR), ବୃହତ ଉଦ୍ୟୋଗ (LARGE), ମଧ୍ୟମ ଉଦ୍ୟୋଗ (MEDIUM), କ୍ଷୁଦ୍ର ଉଦ୍ୟୋଗ (SMALL) ଓ ଇମର୍ଜିଂ/ଷ୍ଟାର୍ଟଅପ୍ (EMERGINGTART-UP)। ଏହି ପୁରସ୍କାର ଆବେଦନ କରିବା ଲାଗି କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଆବେଦନର ଶେଷ ତାରିଖ ହେଉଛି ୨୦୨୧ ଜାନୁଆରି ୬। ଭୁବନେଶ୍ବରର ହୋଟେଲ୍ ମେ’ଫେୟାର୍ରେ ୨୦୨୧ ଜାନୁଆରି ୧୫ରେ ଆୟୋଜନ କରାଯିବ ପୁରସ୍କାର ବିତରଣ ଉତ୍ସବ। ସେହି ଭବ୍ୟ ଉତ୍ସବରେ ଉପରୋକ୍ତ ପାଞ୍ଚଟି ବର୍ଗରେ ଶ୍ରେଷ୍ଠ ବିବେଚିତ ହୋଇଥିବା ୧୫ ଉଦ୍ୟୋଗକୁ ପୁରସ୍କୃତ କରାଯିବ। ଏସଂପର୍କରେ ଅଧିକ ସୂଚନା ପାଇଁ ସଞ୍ଜୟ ଗୌର (ମୋବାଇଲ୍ ନମ୍ବର ୯୬୫୪୧୩୩୩୦୦) ଏବଂ ଜ୍ଞାନ ରଞ୍ଜନ ମହାନ୍ତି (୯୯୩୮୪୪୩୨୨୪)ଙ୍କ ସହିତ ଯୋଗାଯୋଗ କରାଯାଇପାରିବ। ଆଗ୍ରହୀ ଆବେଦନକାରୀମାନେ www.sambadawards.com ଓ www.sambadawards.in ମଧ୍ୟ ପରିଦର୍ଶନ କରି ସବିଶେଷ ବିବରଣୀ ହାସଲ କରିପାରିବେ।

from Kanak News
via <a href="https://ifttt.com/?

ବିଜେପି ସହିତ ଚାଲିଥିବା ଲଢେଇ ମଧ୍ୟରେ ଶରଦ ପାୱାରଙ୍କ ସହ ମମତାଙ୍କ ଆଲୋଚନା । ତୁରନ୍ତ ହୋଇପାରେ ସବୁ ବିରୋଧୀ ଦଳ ନେତା ମାନଙ୍କ ସହ ବୈଠକ ।

କନକ ବ୍ୟୁରୋ : ମହାରାଷ୍ଟ୍ରର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି କି ସୋମବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ ବିରୋଧୀ ଶାସିତ ରାଜ୍ୟ ସରକାର ମାନଙ୍କୁ କେନ୍ଦ୍ର ସରକାର କିଭଳି ଭାବେ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି ତାହା ଉପରେ ଆଲୋଚନା ହୋଇଛି । ଏନସିପି ର ରାଷ୍ଟ୍ରୀୟ ପ୍ରବକ୍ତା ନୱାବ ମଲ୍ଲିକ୍ କହିଛନ୍ତି କି ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି କି ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପି କିଭଳି ଭାବେ ତାଙ୍କୁ ଟାର୍ଗେଟ୍ କରିଛନ୍ତି । ବିଶେଷ ଭାବେ ଏହି ଆଲୋଚନାରେ ଜେ. ପି ନଡ୍ଡାଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ତିନିଜଣ ବରିଷ୍ଠ ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରଣାଳୟ କିଭଳି ଦିଲ୍ଲୀ ସମନ୍ କରିଛନ୍ତି ତାହା ଉପରେ ଆଲୋଚନା ହୋଇଥିବା କଥା ସେ କହିଛନ୍ତି ।

ନୱାବ ମଲ୍ଲିକ ଆହୁରି କହିଛନ୍ତି କି ଏହି ଚର୍ଚ୍ଚା ବେଳେ ବିଜେପି କିଭଳି ଭାବେ ପଶ୍ଚିମବଙ୍ଗରେ ଅସ୍ଥିିରତା ସୃଷ୍ଟି କରୁଛି । କେନ୍ଦ୍ର ସରକାର ସରକାରୀ ଅଧିକାରୀ ମାନଙ୍କୁ କିଭଳି ନିଜ ଇଚ୍ଛାରେ ଦିଲ୍ଲୀ ଫେରାଇ ନେବାକୁ ଚେଷ୍ଟା କରୁଛି ଓ ରାଜ୍ୟ ମାନଙ୍କ ନିକଟରେ ଥିବା କ୍ଷମତାକୁ କିଭଳି ଉଲଙ୍ଘନ କରୁଛି ତାହା ଉପରେ ବିଷଦ ଆଲୋଚନା ହୋଇଛି ।

ସେ କହିଛନ୍ତି କି ଏନେଇ ମମତା ବାନାର୍ଜୀ ଓ ଶରଦ ପାୱାର ଏନେଇ ରାଷ୍ଟ୍ରୀୟ ନେତା ମାନଙ୍କ ସହିତ ଏକ ବୈଠକ କରିବାର ଯୋଜନା ରହିଛି । ଯଦି ଆବଶ୍ୟକ ପଡିବ ତେବେ ଶ୍ରୀ ପାୱାର ପଶ୍ଚିମବଙ୍ଗ ଗସ୍ତ କରିବେ । ଅନ୍ୟପଟେ ମମତା କହିଛନ୍ତି କି ବିଜେପି ଏକ ଧୋକ୍କାବାଜ ପାର୍ଟି । କ୍ଷମତା ପାଇଁ ସେ କିଛି ବି କରିପାରିବେ । କହିରଖୁ କି ଅମିତ୍ ଶାହାଙ୍କ ଗସ୍ତ ବେଳେ ଟଏମସିର ୩୫ ଜଣ ବିଦ୍ରୋହୀ ଖୋଲା ଖୋଲି ଭାବେ ବିଜେପିରେ ଯୋଗ ଦେବା ପରେ ମମତା ଏଭଳି ବୟାନ ରଖିଛନ୍ତି ।

ଅନ୍ୟପଟେ ଜେପି ନଡ୍ଡାଙ୍କ ଗସ୍ତ ବେଳେ ଦାୟିତ୍ୱରେ ଥିବା ୩ ଜଣ ଆଇପିଏସ୍ ଅଧିକାରୀଙ୍କୁ କାର୍ଯ୍ୟରେ ଅବହେଳା ଦର୍ଶାଇ କେନ୍ଦ୍ର ଗୃହ ବିଭାଗ ସେମାନଙ୍କୁ ଦିଲ୍ଲୀ ଯିବା ପାଇଁ ସମନ କରିଥିବା ବେଳେ ମମତା ସରକାର ସେମାନଙ୍କୁ ଦିଲ୍ଲୀ ଯିବାକୁ ଅନୁମତି ଦେଇ ନାହାନ୍ତି ।

from Kanak News
via <a href="https://ifttt.com/?

ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଏଲଏସି ଉତ୍ତେଜନା ପଛରେ ଥିବା ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ଜେନେରାଲ ଝାଓ ଜୋଙ୍ଗକ୍ୱିଙ୍କ ବଦଳି

କନକ ବ୍ୟୁରୋ: ବୁଝି ହେଉନାହିଁ ଚୀନର ଚାଲ୍ । ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏଲଏସି ଉତେଜନା ପଛରେ ଥିବା ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ଜେନେରାଲ ଝାଓ ଜୋଙ୍ଗକ୍ୱିଙ୍କ ବଦଳି କରିଛନ୍ତି । ପିପୁଲସ ଲିବରେସନ୍ ଆର୍ମିର କ୍ଷମତାଶାଳୀ ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ଜେନେରାଲ ଜାଓ ଜୋଙ୍ଗକ୍ୱିଙ୍କୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବଦଳି କରିଛନ୍ତି । ପୂର୍ବ ଲଦାଖରେ ଇଣ୍ଡିଆ ଚାଇନା ଉତେଜନା ସମୟରେ ପିପୁଲ ଲିବରେସନ୍ ଆର୍ମିର ପଶ୍ଚିମ କମାଣ୍ଡର ଭାବେ ଦାୟିତ୍ୱ ତୁଲାଇଥିଲେ କମାଣ୍ଡର ଜେନେରାଲ ଜାଓ ଜୋଙ୍ଗକ୍ୱି ।

ତାଙ୍କ ବଦଳରେ ଜେନେରାଲ ଜାଙ୍ଗ ଜୁଡ଼ୋଙ୍ଗଙ୍କୁ ନିଯୁକ୍ତ କରାଯାଇଛି । ଏହି କମାଣ୍ଡର ଜଣଙ୍କ ଭାରତ-ଚୀନ ସୀମା ଉପରେ ନଜର ରଖିବେ । ପୂର୍ବରୁ ଜେନେରାଲ ଜୁଡ଼ୋଙ୍ଗ ଭାରତୀୟ ସୀମାରେ କାମ କରିନାହାନ୍ତି । ସୂଚନା ଅନୁସାରେ ସି ଜିନପିଙ୍ଗ ଜେନେରାଲ ଝାଙ୍ଗଙ୍କ ସମେତ ଚୀନ ସେନା ଏବଂ ସଶସ୍ତ୍ର ପୁଲିସ ବଳର ୪ଜଣ ବରିଷ୍ଠ ଅଧିକାରୀଙ୍କୁ ପଦନ୍ନୋତି ପ୍ରଦାନ କରିଛନ୍ତି ।

from Kanak News
via <a href="https://ifttt.com/?

କଲବଲ କରୁଛି ଦାଦନ ସମସ୍ୟା: ୧୧ ମହିଳା ଓ ୮ ଶିଶୁଙ୍କ ସମେତ ୨୯ ଶ୍ରମିକଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୁଲିସ; ମୁଣ୍ଡପିଛା ୩୬ ହଜାର ଟଙ୍କା ଅଗ୍ରୀମ ଦେଇ ଯାଉଥିଲେ ହାଇଦ୍ରାବାଦ

କନକ ବ୍ୟୁରୋ: ଦାଦନ ଶ୍ରମିକକୁ ଉଦ୍ଧାର କଲା ବଲାଙ୍ଗୀର ବଙ୍ଗୋମୁଣ୍ଡା ପୋଲିସ । ଗତ ୨ ଦିନ ପୂର୍ବରୁ ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲଣ ହେଉଥିବା ଶ୍ରମିକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ୨୯ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ୧୧ଜଣ ମହିଳା, ୧୮ଜଣ ପୁରୁଷ ଓ ୮ଜଣ ଶିଶୁ ଅଛନ୍ତି ।

ଶ୍ରମିକମାନେ ବଙ୍ଗୋମୁଣ୍ଡା ଥାନା ଛତରଙ୍ଗ ଗାଁର ହୋଇଥିବା ବେଳେ ସେମାନେ ମୁଣ୍ଡପିଛା ୩୬ ହଜାର ଟଙ୍କା ଅଗ୍ରୀମ ନେଇ ହାଇଦ୍ର୍ରାବାଦ ଯିବାର ଥିଲା । ଶ୍ରମିକମାନେ ୩ଟି ବୋଲେରୋ, ୨ଟି ଅଟୋରେ ବସି କଂଟାବାଜି ରେଳ ଷ୍ଟେସନରୁ ବାହାରିଥିଲେ । ସେଠୁ ଟ୍ରେନ ଯୋଗେ ହାଇଦ୍ରାବାଦ ଏକ ଇଟା ଭାଟିକୁ ଯିବାର ଥିଲା । ପୋଲିସ ସେମାନଙ୍କୁ ଅଟକ ରଖି ପଚରଉଚରା କଲା ପରେ ସେମାନଙ୍କ ପାଖରେ କୌଣସି କାଗଜପତ୍ର ନଥିବା ଜାଣିବାକୁ ପାଇଛି ।

from Kanak News
via <a href="https://ifttt.com/?

ସାଇବର ଠକେଇର ଶିକାର ହେଲେ ବ୍ୟବସାୟୀ । ଠକଙ୍କୁ ଧରିବାରେ ଫେଲ ମାରିଲା ପୋଲିସ । କାଠ ଯୋଗାଇ ଦେବା ନାଁରେ ଠକେଇର ଶିକାର ହୋଇଥିବା ଅଭିଯୋଗ

କନକ ବ୍ୟୁରୋ: ସାଇବର ଠକେଇର ଶିକାର ହେଲେ ବ୍ୟବସାୟୀ । ଠକମାନଙ୍କୁ ଧରିବାରେ ଫେଲ ମାରିଲା ପୋଲିସ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ବାଙ୍କୋଇ ଗାଁର ହେଉଛନ୍ତି ବ୍ରଜବନ୍ଧୁ ସାହୁ ସାଇବର ଠକେଇର ଶିକାର ହୋଇଛନ୍ତି । ୨୦୧୯ ଅଗଷ୍ଟ ମାସରେ ଟ୍ରେଡ ୟୁନାଇଟେଡ ଲିମିଟେଡ ନାମକ ଏକ ବିଦେଶୀ ୱେବସାଇଟ କାଠ ଯୋଗାଇ ଦେବାର ସୂଚନା ଦେଇଥିଲା । ବ୍ରଜବନ୍ଧୁ ସେହି ସଂସ୍ଥା ସହିତ ନିଜ କାଠ ଗୋଲର ବ୍ୟାଙ୍କ ଖାତା ନମ୍ବର ସହିତ ସମସ୍ତ କାଗଜପତ୍ର ଦେଇ ୧୬ ଲକ୍ଷ ୩୨ ହଜାର ଉକ୍ତ ସଂସ୍ଥାକୁ ପଠାଇଥିଲେ । ବ୍ୟାଙ୍କରୁ ଋଣ ଆଣି ଏହି ଟଙ୍କାକୁ ସେ ପଠାଇଥିଲେ ।

ଚୁକ୍ତି ଅନୁସାରେ ୩୦.୦୮.୨୦୧୯ ତାରିଖରେ କାଠ ଜାହାଜ ପାରାଦୀପ ବନ୍ଦରରେ ଲାଗିବ ବୋଲି ସୂଚନା ଦିଆଯାଇଥିଲା । ମାତ୍ର ସେହି ଦିନ କୌଣସି କାଠ ଆସିନଥିଲା । ସେହି ସଂସ୍ଥା ଜଗବନ୍ଧୁଙ୍କ ଠାରୁ ଠକି ନେଇଥିବା ଜାଣିବାକୁ ପାଇଥିଲେ । ପରେ ଏନେଇ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିନଥିବା କହିଛନ୍ତି ଜଗବନ୍ଧୁ । ୧୫ ଦିନ ଭିତରେ ତାଙ୍କ ସମସ୍ୟାର ସମାଧାନ କରାନଗଲେ ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ।

from Kanak News
via <a href="https://ifttt.com/?

ସ୍ୱାଭିମାନ ଅଂଚଳରେ ପୁଣି ମାଓବାଦୀଙ୍କ ଆତଙ୍କ: ପୁଲିସ ଇନଫର୍ମର ସନ୍ଦେହରେ ଗୋଟିଏ ପରିବାରକୁ ତଡିଲେ ମାଓବାଦୀ; ପ୍ରଜାକୋର୍ଟରେ ନିଷ୍ପତି ପରେ ଗାଁରୁ ବାସନ୍ଦ

କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳରେ ପୁଣି ଦେଖିବାକୁ ମିଳିଛି ଭୟର ଚିତ୍ର । ପୁଲିସ ଏନକାଂଉଟରରେ ଇନଫର୍ମର ସନ୍ଦେହ କରି ଯନ୍ତ୍ରୀ ପଂଚାୟତ ଅନ୍ତର୍ଗତ ସନ୍ୟାସୀଗୁଡା ଗାଁର ଗୋଟିଏ ପରିବାରକୁ ଗାଁରୁ ତଡିଛନ୍ତି ମାଓବାଦୀ । ମୋନ ଗୋଲରୀଙ୍କ ପରିବାର ନଭେମ୍ବର ୨୬ ତାରିଖ ଦିନ ତୋଟାଗୁଡା ଅନକାଂଉଟର ପାଇଁ ଦାୟୀ ବୋଲି କହିଛନ୍ତି ମାଓ ସଙ୍ଗଠନ । ପ୍ରଜାକୋର୍ଟରେ ନିଷ୍ପତି ପରେ ମୋନ ଗୋଲାରୀଙ୍କୁ ଗାଁରୁ ବାସନ୍ଦ କରାଯାଇଛି । ନିଜ ପରିବାରକୁ ନେଇ ଏହି ପରିବାର ନିକଟସ୍ଥ ପଂଚାୟତରେ ଆଶ୍ରୟ ନେବା ପରେ ଚିତ୍ରକୋଣ୍ଡା ଯାଇଛନ୍ତି ।

ସୂଚନା ମୁତାବକ, ଗତ ଦୁଇଦିନ ତଳେ ସ୍ୱଭିମାନ ଅଂଚଳର ସନ୍ୟାସୀଗୁଡା ଗ୍ରାମରେ ନକ୍ସଲ ପହଞ୍ଚି ପ୍ରଜାକୋର୍ଟ କରିଥିଲେ । ଏହି ଗ୍ରାମର ମନୁ ଗୋଲରିକୁ ପ୍ରଜା କୋର୍ଟରେ ହଜାର ହେବାକୁ କୁହାଯାଇଥିଲା।ପ୍ରଜାକୋର୍ଟରେ ମନୁକୁ ପୁଲିସ ଇନଫର୍ମର ଭାବେ ଦୋଷୀ ସବ୍ୟସ୍ତ କରାଯାଇଥିଲା। ଗତ ନଭେମ୍ବର ମାସ ୨୬ ତାରିଖ ଏବଂ ଡିସେମ୍ବର ୧୩ ତାରିଖରେ ସିଙ୍ଗରାମ ଗ୍ରାମରେ ହୋଇଥିବା ପୁଲିସ ଏନକାଉଣ୍ଟରକୁ ସନ୍ଦେହ କରି ମନୁ ଗଲୋରୀକୁ ନିର୍ୟାତନା ଦେବା ସହ ଗାଁରୁ ତୁରନ୍ତ ଚାଲିଯିବାକୁ ଧମକ ଦିଆଯାଇଥିଲା।

ମନୁ ଓ ତାଙ୍କ ପରିବାର ଗାଁ ଛାଡି ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିଲେ । ପରେ ଡଙ୍ଗାରେ ଆଜି ଚିତ୍ରକୋଣ୍ଡାରେ ପହଞ୍ଚିଛନ୍ତି । ଚିତ୍ରକୋଣ୍ଡା ପୁଲିସ ମନୁ ଓ ତାଙ୍କ ପରିବାରକୁ ଉଦ୍ଧାର କରି ଚିତ୍ରକୋଣ୍ଡାରେ ଆଶ୍ରୟ ଦେଇଛନ୍ତି।ପୁଲିସର ଘନ ଘନ ଚଢ଼ାଉରେ ନକ୍ସଲ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି ।ସ୍ୱାଭିମାନ ଅଂଚଳରେ ନକ୍ସଲକୁ ପଛକୁ ଘୁଞ୍ଚିବାକୁ ବାଧ୍ୟ କରିଛି । ନିଜର ପତିଆରା ଧୀରେ ଧୀରେ କାମୁଥିବାରୁ ନିରୀହ ଲୋକଙ୍କୁ ଟାର୍ଗେଟ କରୁଛି ନକ୍ସଲ।

from Kanak News
via <a href="https://ifttt.com/?

Design a site like this with WordPress.com
Get started