୯ ବର୍ଷର ଶିଶୁ ରିୟାନ କାଜି, ୟୁ-ଟ୍ୟୁବରୁ ବାର୍ଷିକ ରୋଜଗାର କରୁଛନ୍ତି ୨୨୧ କୋଟି ଟଙ୍କା । ଜାଣନ୍ତୁ କ’ଣ ରହିଛି ରହସ୍ୟ

କନକ ବ୍ୟୁରୋ : ଏବେ କିଛି ଲୋକଙ୍କ ପାଇଁ ରୋଜଗାରର ମାଧ୍ୟମ ସାଜିଛି ଡିଜିଟାଲ ମିଡିଆ । ବଡ କଥା ହେଉଛି ଏହି ଡିଜିଟାଲ ପ୍ଲାଟଫର୍ମ ମାନଙ୍କରୁ ରୋଜଗାର କରିବାର କୌଣସି ସୀମା ନଥାଏ । କୌଣସି ବୟସର ଲୋକ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ରୋଜଗାର କରିପାରିବ। ପୁଣି ରୋଜଗାର ଉପରେ କୌଣସି ସୀମା ବି ନଥାଏ । ଏହି ଡିଜିଟାଲ ପ୍ଲାଟଫର୍ମ ମଧ୍ୟରେ ବିଶେଷ ରୋଜଗାର ଦେଇଥାଏ ୟୁ-ଟ୍ୟୁବ୍ । ଏହି ୟୁ-ଟ୍ୟୁବରୁ ଜଣେ ୯ ବର୍ଷର ଶିଶୁ ବାର୍ଷିକ ୨୨୧ କୋଟି ଟଙ୍କା ରୋଜଗାର କରୁଛନ୍ତି । କଥାଟି ଆପଣଙ୍କୁ ଅବିଶ୍ୱାସ ଲାଗିଲେ ବି ସତ । ଏଭଳି ଘଟଣା ଦେଖିବାକୁ ମିଳିଛି ଆମେରିକାରେ ।

ସୂଚନା ମୁତାବକ ଆମେରିକାରେ ରହୁଥିବା ଜଣେ ୯ ବର୍ଷର ପିଲା ରିୟାନ କାଜି ୟୁ-ଟ୍ୟୁବରେ ଖେଳନାର ସମୀକ୍ଷା କରିଥା’ନ୍ତି । ଅର୍ଥାତ ଖେଳନାକୁ କିଭଳି ବାକ୍ସରୁ ଖୋଲାଯିବ । ଏହାକୁ କେଉଁ ଉପାୟରେ ଖେଳିଲେ ଖେଳନା ସୁରକ୍ଷିତ ରହିବ , ଏହି ଖେଳନା ମାନଙ୍କରେ କିଭଳି ବ୍ୟାଟେରୀ ପକାଯିବ ଏମିତି ଅନେକ କିଛି ଶିଖାନ୍ତି ରିୟାନ । ଏହାର ଭିଡିଓ ପ୍ରସ୍ତୁତ କରି ସେ ୟୁ-ଟ୍ୟୁବରେ ଅପଲୋଡ କରନ୍ତି । ଆଉ ଏଭଳି ଭିଡିଓ ଅପଲୋଡ କରି ସେ ୟୁ-ଟ୍ୟୁବରୁ ବାର୍ଷିକ ଶହ ଶହ କୋଟି ଟଙ୍କା ରୋଜଗାର କରନ୍ତି । କେବଳ ୨୦୨୦ ମସିହାରେ ସେ ୨୯.୫ ନିୟୂୁତ ଆମେରିକୀୟ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୨୨୧ କୋଟି ଟଙ୍କା ରୋଜଗାର କରିଛନ୍ତି ।

ରିୟାନଙ୍କୁ ଯେତେବେଳେ ୪ ବର୍ଷ ହୋଇଥିଲା ସେତେବେଳୁ ସେ ଏଭଳି ଭିଡିଓ ପ୍ରସ୍ତୁତ କରିବା କାମରେ ଲାଗିପଡିଛନ୍ତି । ତାଙ୍କୁ ଯେତେବେଳେ ୫ ବର୍ଷ ହୋଇଥିଲା ସେ ତାଙ୍କର ପ୍ରଥମ ଭିଡିଓ ୟୁ-ଟ୍ୟୁବରେ ଅପଲୋଡ କରିଥିଲେ । ରିୟାନଙ୍କ ଏଭଳି ଖେଳନା ଉପରେ ସମୀକ୍ଷା ଭିଡିଓ ଲୋକମାନଙ୍କୁ ବେସ୍ ପସନ୍ଦ ଆସିଥିଲା । ଏହାପରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା । ରିୟାନଙ୍କ ଏଭଳି ସମୀକ୍ଷା ଦେଖି ଅନେକ ବଡ ବଡ ଖେଳାନା କମ୍ପାନୀ ତାଙ୍କ ପାଖକୁ ଆସିବାକୁ ଲାଗିଲେ । ସେମାନେ ପରୀକ୍ଷା ସ୍ୱରୂପ ଖେଳନା ଗୁଡିକ ଲକ କରି ରିୟାନଙ୍କୁ ଅନଲକ୍ କରିବାକୁ କହନ୍ତି ।

କେବଳ ଯେ ୟୁ-ଟ୍ୟୁବରୁ ରିୟାନ ଏତେ ଟଙ୍କା କମାଇ ପାରିଛନ୍ତି ତାହା ନୁହେଁ । ବିଭିନ୍ନ ନାମି ଦାମି ଖେଳନା କମ୍ପାନୀ ମାନେ ସେମାନଙ୍କ ଖେଳନାର ସମୀକ୍ଷା ନିମନ୍ତେ ରିୟାନଙ୍କ ସହାୟତା ନେଇଥା’ନ୍ତି ଓ ଏହା ବାବଦରେ ରିୟାନଙ୍କୁ ବଡ ରକମର ଅର୍ଥ ପ୍ରଦାନ କରିଥା’ନ୍ତି । ନିକଟରେ ରିୟାନ ନିକଲେଡିୟନ ସହ ଏକ ଟିଭି ସିରିଜ୍ ପାଇଁ ଚୁକ୍ତି କରିଛନ୍ତି । ଏହାସହ ଆଜି ପର୍ଯ୍ୟନ୍ତ ସେ ଅପଲୋଡ କରିଥିବା ଭିଡିଓ ମଧ୍ୟରେ ହ୍ୟୁଜ୍ ଏଗ୍ସ ନାମକ ଏକ ଖେଳନା ସଂକ୍ରାନ୍ତ ଭିଡିଓକୁ ୨ ବିଲିୟନ ଲୋକ ଦେଖି ସାରିଲେଣି । ୟୁ-ଟ୍ୟୁବ୍ ଇତିହାସରେ ସବୁଠାରୁ ଅଧିକ ଥର ଦେଖା ଯାଇଥିବା ୬୦ ଟି  ଭିଡିଓ ମଧ୍ୟରୁ ଏହି ଭିଡିଓଟି ଅନ୍ୟତମ ।

from Kanak News
via <a href="https://ifttt.com/?

ମଣ୍ଡିରୁ ଉଠିଲା ନାହିଁ ଧାନ । ମଣ୍ଡି କର୍ମଚାରୀ ମାନଙ୍କୁ ତାଲା ମାରିଲେ ଚାଷୀ ।

କନକ ବ୍ୟୁରୋ : ଧାନ ନଉଠିବାରୁ ମଣ୍ଡି କର୍ମଚାରୀ ମାନଙ୍କୁ ତାଲା ମାରିଲେ ଚାଷୀ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡର ବିଭିନ୍ନ ମଣ୍ଡିରେ ଚାଷୀ ମାନଙ୍କ ଧାନ ସବୁ ପଡି ରହିଛି । ମଣ୍ଡିରେ ଧାନ ରଖି ଚାଷୀ ବିକ୍ରି ପାଇଁ ଅପେକ୍ଷା କରିଥିବା ବେଳେ ମଣ୍ଡିରୁ ଧାନ ଉଠୁନାହିଁ । ଅନ୍ୟବର୍ଷ ଭଳି ଏ ବର୍ଷ ବି ସମସ୍ୟା ଦେଖାଦେବାରୁ ମଣ୍ଡି କର୍ତୃପକ୍ଷଙ୍କୁ ତାଲା ପକାଇ ଦେଇଥିଲେ ଅସନ୍ତୁଷ୍ଟ ଚାଷୀ ।

ମଣ୍ଡିରୁ ଉଠିଲା ନାହିଁ ଧାନ । ମଣ୍ଡି କର୍ମଚାରୀଙ୍କୁ ଚାଷୀ ପକାଇଲେ ତାଲା । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଂଚଳରୁ । ଧର୍ମଗଡ ଉପଖଣ୍ଡ୍ ଠାରୁ ୪ କିମି ଦୁର ଖଇରପଦର ମଣ୍ଡିରେ ବର୍ଷକୁ ୨ ଥର ଧାନ କିଣା ହୁଏ । ପ୍ରତିବର୍ଷ ଏହି ମଣ୍ଡିରେ ଚାଷୀଙ୍କ ସମସ୍ୟାକୁ ନେଇ ଖବର ପ୍ରସାରଣ ହେବା ପରେ ପ୍ରଶାସନ ପକ୍ଷରୁ ଧାନ କିଣା ହୁଏ । କିନ୍ତୁ ପ୍ରଶାସନ ଏହାର ସ୍ଥାୟୀ ସମାଧାନ କରୁନାହିଁ । ତେଣୁ ବିଗତ ବର୍ଷ ଭଳି ଏବର୍ଷ ବି ସମାନ ସମସ୍ୟାକୁ ନେଇ ତାତି ଉଠିଥିବା ଚାଷୀ ମଣ୍ଡି କର୍ତୃପକ୍ଷଙ୍କୁ ତାଲା ପକାଇ ଦେଇଛନ୍ତି ଚାଷୀ ।

ଖଇରପଦର ମଣ୍ଡିରେ ଖଇରପଦର, ସରଧାପୁର, ଗମ୍ଭାରିଗୁଡାର ଚାଷୀମାନେ ଧାନ ବିକ୍ରି କରନ୍ତି । ନଭେମ୍ବର ୨୩ରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏହି ମଣ୍ଡିରେ ଦଲାଲଙ୍କ ଠାରୁ ଧାନ କିଣା ଯାଉଥିବା ବେଳେ ପ୍ରକୃତ ଚାଷୀଙ୍କୁ ବିଭିନ୍ନ ପ୍ରକାର ଆଳ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି ।

ନିୟନ୍ତ୍ରିତ ବଜାର କମିଟି ତରଫରୁ ମଣ୍ଡିରେ ଚାଷୀଙ୍କୁ ତାରପୋଲିନ, ପାଣି, ଲାଇଟ ଓ ଧାନ ବସ୍ତା ଯୋଗାଇ ଦେବା ପାଇଁ ନିୟମ ରହିଛି । ହେଲେ ଖଇରପଦର ମଣ୍ଡିରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ମଣ୍ଡିରୁ ଧାନ ଚୋରି ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ଚାଷୀ । ସେପଟେ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗକୁ ପ୍ୟାକ୍ସ ଅଧିକାରୀଙ୍କ ମୁଣ୍ଡରେ ଲଦି ନିଜେ ଖସି ଯିବାକୁ ଚେଷ୍ଟା କରିଛନ୍ତି ।

from Kanak News
via <a href="https://ifttt.com/?

ଚର୍ଚ୍ଚାରେ ବରଗଡ଼ର ଭିନ୍ନ ବଣଭୋଜି । ଜରାଶ୍ରମ ବୃଦ୍ଧବୃଦ୍ଧାଙ୍କ ପାଇଁ ମହାନଦୀ କୂଳରେ ବଣଭୋଜିର ଆସର କଲେ ସମାଜସେବୀ ଗୀତା ମିଶ୍ର ।

କନକ ବ୍ୟୁରୋ : ଜରାଶ୍ରମର ଅନ୍ତେବାସୀଙ୍କ ମୁହଁରେ ହସ ଫୁଟାଇଲେ ସମାଜସେବୀ । ମହାନଦୀରେ ନୌବିହାର କରାଇଲେ, ସୁସ୍ୱାଦୁ ଖାଦ୍ୟ ଖୁଆଇଲେ । ସ୍ୱାମୀ, ପୂଅ-ବୋହୂଙ୍କ ଠାରୁ ନିର୍ଯାତିତ ହୋଇ ନିଜ ଘର ଛାଡି ଥିବା ଜରାଶ୍ରମରେ ରହୁଥିବା ବୃଦ୍ଧବୃଦ୍ଧାଙ୍କ ମନ ବୁଝିଲେ ସମାଜସେବୀ ।

ମହାନଦୀ କୂଳରେ ବଣଭୋଜି । ରୋଷେଇ ସାଙ୍ଗକୁ ଖିଆପିଆ ବି ଚାଲିଛି । ଆଉ ମହାନଦୀରେ ନୌକା ବିହାର ବି ହୋଇଛି । ଆପଣ ଭାବୁଥିବା ଏ ସମୟରେ ତ ସମସ୍ତେ ପିକ୍ନିକ୍ କରନ୍ତି, ଏଥିରେ ନୂଆ କଣ । ଏଥିରେ ଯଦିଓ ନୂଆ ନାହିଁ, କିଛି ନିଆରା ଅଛି । ଏ ବଣ ଭୋଜି ଅନ୍ୟ ସବୁ ବଣଭୋଜି ଭଳି ନୁହେଁ । କାରଣ ଏଠି ବଣଭୋଜି କରୁଛନ୍ତି ଘର ଛାଡି ଜରାଶ୍ରମରେ ରହୁଥିବା  ଅନ୍ତେବାସୀ । ଜୀବନର ଅପରାହ୍ଣରେ ପରିବାର ଲୋକଙ୍କ ଠାରୁ ନିର୍ଯାତିତ ହୋଇଥିବା ବୃଦ୍ଧ ବାପା-ମାଆଙ୍କ ପାଇଁ ବଣଭୋଜିର ଆୟୋଜନ  କରିଛନ୍ତି ବରଗଡର ସମାଜସେବୀ ଗୀତା ମିଶ୍ର ଓ ତାଙ୍କ ୪ ସହଯୋଗୀ ।

ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ଗାଁରେ ରହିଛି ପାର୍ବତୀଗିତୀ ଅନାଥ ଆଶ୍ରମ । ଏଠାରେ ୨୦ ଜଣ ଅସହାୟ ବୃଦ୍ଧବୃଦ୍ଧା ରହୁଛନ୍ତି । ସ୍ୱାମୀ-ପୁଅ ବୋହୂଙ୍କ ଠାରୁ ନିର୍ଯାତିତ ହୋଇ ଘର ଛାଡିଥିବା ଏହି ବୟୋଜ୍ୟଷ୍ଠ ବ୍ୟକ୍ତିଙ୍କୁ ଅନାଥ ଆଶ୍ରମରେ ରଖିବା ସହ ଏମାନଙ୍କ ଦେଖାଶୁଣା କରୁଛନ୍ତି ଆଶ୍ରମ ପରିଚାଳକ ଜଳନ୍ଧର ପଟେଲା । ଜଳନ୍ଧରଙ୍କ ଆଶ୍ରମରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ମହାନଦୀ କୂଳ ପଥରସେନୀରେ ବଣଭୋଜିର ଆୟୋଜନ କରିଥିଲେ ମହିଳା ସମଜସେବୀ ।

ପରିବାର ଠାରୁ ଦୂରରେ ରହିବାର ଦୁଃଖକୁ କିଛି କ୍ଷଣ ପାଇଁ ଭୁଲିବାକୁ ଚେଷ୍ଟା କରିଥିଲେ ଅନ୍ତେବାସୀ । ଆଉ ଜୀବନରେ ଅନେକ ଯନ୍ତ୍ରଣାକୁ ସହିଥିବା ବୃଦ୍ଧା ବାପା-ମାଆଙ୍କ ମୁହଁରେ ହସ ଫୁଟାଇବା ପାଇଁ ଉଦ୍ୟେମ କରିଥିଲେ ସମାଜସେବୀ ଗୀତା ମିଶ୍ର ।

from Kanak News
via <a href="https://ifttt.com/?

ସମ୍ବଲପୁରରେ ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣା । ରେଳ ବିଭାଗକୁ ଚିଠି ଲେଖି ତଥ୍ୟ ମାଗିଲା ବନ ବିଭାଗ । 

କନକ ବ୍ୟୁରୋ : ହାତୀ ମୃତ୍ୟୁ ଘଟଣାରେ ପ୍ରକୃତ କାରଣ ଜାଣିବା ପାଇଁ ତତ୍ପରତା ପ୍ରକାଶ କରିଛି ବନ ବିଭାଗ । ରେଳ ବିଭାଗକୁ ଚିଠି କରିବା ସହ ବିଭିନ୍ନ ତଥ୍ୟ ମାଗିଛି । ମାସେ ଭିତରେ କେବଳ ଟ୍ରେନ ଧକ୍କାରେ ୨ଟି ହାତୀ ମୃତ୍ୟୁବରଣ କରିଥିବାରୁ ବନ ବିଭାଗ ପାଇଁ ଏହା ଚ୍ୟାଲେଂଜ ରୂପେ ଉଭା ହୋଇଛି ।

ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଇଛି ବନ ବିଭାଗ । ହାତୀ ଚଳାପଥାରେ ଦୁର୍ଘଟଣା ଘଟିଥିବାରି ସବୁ ଦିଗକୁ ତନ୍ନ ତନ୍ନ କରି ଯାଂଚ କରୁଛି ବିଭାଗ । ଘଟଣା ସଂପର୍କରେ ରେଳ ବିଭାଗକୁ ଚିଠି ଲେଖି ଅନେକ ତଥ୍ୟ ମାଗିଛି ବନବିଭାଗ । ସେ ଦିନ ଟ୍ରେନର ବେଗ କେତେ ଥିଲା? ଟ୍ରେନରେ କିଏ ଲୋକୋ ପାଇଲଟ ଥିଲେ? କିଏ ସହଯୋଗୀ ଥିଲେ? ସେମାନଙ୍କ ନାଁ, ମୋବାଇଲ ନମ୍ବର, ଠିକଣା ମାଗିଛି ବନ ବିଭାଗ । ଏସବୁ ତଥ୍ୟ ମିଳିବା ପରେ ରେଂଜ ଅଫିସର ଓ ଏସିଏଫ୍ମାନଙ୍କୁ ସମନ କରି ପଚରାଉଚୁରା କରାଯିବ ବୋଲି ସୂଚନା ମିଳିଛି । ଏହାସହ ଆସନ୍ତା ୨୪ ତାରିଖରେ ରେଳ ବିଭାଗ ଓ ବନବିଭାଗ ଅଧିକାରୀଙ୍କ ଉପସ୍ଥିତରେ ଏକ ଜରୁରୀ ସମନ୍ୱୟ ବୈଠକ ବସିବ ।

ଏବେ ସଦର ରେଂଜରେ ୬ଟି ପଲରେ ୩୨ଟି ହାତୀ ଚଳାଚଳ କରୁଛନ୍ତି । ତେବେ ଦୁର୍ଘଟଣା ସମୟରେ ହାତୀ ଚଲାପଥରେ ଟ୍ରେନର ବେଗ ଘଂଟା ପ୍ରତି ୫୦ କିଲୋମିଟର ଥିଲା ବୋଲି ସମ୍ବଲପୁର ରେଳ ମଣ୍ଡଳ ସୂଚନା ଦେଇଛି । ବାରମ୍ବାର ଟ୍ରେନ ଦୁର୍ଘଟଣାରେ ହାତି ମୃତ୍ୟୁ ଘଟଣା ଓଡିଶାରେ ସାମ୍ନାକୁ ଆସୁଥିଲେ ମଧ୍ୟ ସରକାରୀ ବଡବାବୁଙ୍କ ବୁଦ୍ଧି କେବେ ଉଦୟ ହେବ ତାହାହିଁ ବଡ ପ୍ରଶ୍ନ ।

from Kanak News
via <a href="https://ifttt.com/?

କରୋନା ପରେ କେରଳରେ ବ୍ୟାପିଲା ନୂଆ ଭୂତାଣୁ । ୬ ସଂକ୍ରମିତ, ୧ ମୃତ । ଜଳ, ଖାଦ୍ୟ ଓ ଯୌନ ସଂପର୍କରେ ସାବଧାନତାକୁ ଗୁରୁତ୍ୱ ଦେବାକୁ ପରାମର୍ଶ

କନକ ବ୍ୟୁରୋ : ଯେତେବେଳେ ସାରା ବିଶ୍ୱ କରୋନା ଭୂତାଣୁ ଆତଙ୍କରେ ଆତଙ୍କିତ ହୋଇ ରହିଛି , ସେତେବେଳେ କେରଳରେ ପୁଣି ଏକ ନୂଆ ଭୂତାଣୁ ତା’ର କାୟା ବିସ୍ତାର କରୁଥିବା ଦେଖିବାକୁ ମିଳିଛି । କେରଳର କୋଝିକୋଡ ଠାରେ ଏହି ଭୂତାଣୁ ସଂକ୍ରମଣରେ ଜଣେ ୧୧ ବର୍ଷିୟ ବାଳକର ମୃତ୍ୟୁ ହୋଇଛି । କେରଳରେ ଏହି ଶିଗେଲା ଭୂତାଣୁ ସଂକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଜଣ ଲୋକ ଗମ୍ଭୀର ଭାବେ ଅସୁସ୍ଥ ହୋଇଛନ୍ତି । ଏନେଇ ଶନିବାର ଦିନ ଜଣେ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । କୁହାଯାଉଛି କି କରୋନା ଭଳି ଏହି ଭୂତାଣୁ ଘାତକ ହେବ । କାରଣ ଏହି ଭୂତାଣୁ ବି ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପୁଥିବା ଜଣାପଡିଛି ।

ସିଗେଲୋସିସି ନାମକ ଏହି ସଂକ୍ରମଣ ସିଗେଲା ନାମକ ଏକ ବ୍ୟାକ୍ଟେରିଆ ଦ୍ୱାରା ବ୍ୟାପୁଛି । ଏହି ଭୂତାଣୁ ଡାଇରିଆର ପରବର୍ତ୍ତି ଜିବାଣୁ ବୋଲି କୁହାଯାଉଛି । ଏହି ଭୂତାଣୁ ଦ୍ୱାରା ସବୁଠାରୁ ଅଧିକ ସଂକ୍ରମିତ ହେଉଛନ୍ତି କେରଳର କୋଝିକୋଡ ଠାରେ ଥିବା କୋଣ୍ଟାପରମ୍ବୁ ୱାର୍ଡ । କୋଝିକୋଡ ଜିଲ୍ଲା ଚିକିତ୍ସା ଅଧିକାରୀ କହିଛନ୍ତି କି ନିର୍ଦ୍ଧିଷ୍ଟ ସେହି ଅଞ୍ଚଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୬ ଜଣ ଡଇରିଆ ସଂକ୍ରମିତ ମେଡିକାଲରେ ଆଡମିଶନ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଠାରେ ସିଗେଲା ଭୂତାଣୁ ଚିହ୍ନଟ ହୋଇଛି । ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ଜଣ ଶିଶୁଙ୍କୁ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଏବେ ଜିଲ୍ଲା ଚିକିତ୍ସା ଅଧିକାରୀ ଅନୁସନ୍ଧାନ କରୁଛନ୍ତି କି ସିଗେଲା ସଂକ୍ରମଣରେ ମୃତ୍ୟୁ ହୋଇଥିବା ବାଳକ ସଂପର୍କରେ ଆସିଥିବା ଲୋକମାନେ ସଂକ୍ରମିତ ହୋଇଛନ୍ତି କି ନାହିଁ ।

ଏହି ଭୂତାଣୁ ସଂକ୍ରମଣର ଲକ୍ଷଣ ମଣିଷ ଶରୀରରେ ୭ ଦିନ ପର୍ଯ୍ୟନ୍ତ ରହିପାରେ । ଯାହାର ଚିକିତ୍ସା ଆଣ୍ଟିବାୟୋଟିକ୍ ମେଡିସିନ ଦ୍ୱାରା କରାଯାଉଛି । ଯାହାଦ୍ୱାରା ୭ ଦିନ ପୂର୍ବରୁ ସଂକ୍ରମିତଙ୍କ ଦେହରୁ ଭୂତାଣୁଙ୍କୁ ଶେଷ କରାଯାଇ ପାରୁଛି । ଏନେଇ ଥିବା ଭ୍ୟାକସିନ ପ୍ରୟୋଗ ଦ୍ୱାରା କମ୍ ସଂଖ୍ୟାରେ ଲୋକ ସଂକ୍ରମିତ ହେଉଛନ୍ତି । ଫଳରେ ସିଗେଲା ଭୂତାଣୁକୁ ଆୟତ କରାଯାଇ ପାରିବ ବୋଲି କୁହାଯାଉଛି ।
ଏହି ଭୂତାଣୁର ବ୍ୟାକଟେରିଆ ଦୂଷିତ ଭୋଜନ, ଦୁଷିତ ପାଣି ମାଧ୍ୟମରେ ମଣିଷ ଶରୀରରେ ପ୍ରବେଶ କରିଥାଏ । ସଂକ୍ରମିତ ରୋଗୀଙ୍କ ମଳରୁ ବି ଏହି ଭୂତାଣୁ ଅନ୍ୟକୁ ସଂକ୍ରମିତ କରିଥାଏ । ଅନ୍ୟପଟେ ସଂକ୍ରମିତ ବ୍ୟକ୍ତିଙ୍କ ସହ ଯୌନ ସଂପର୍କ ରଖିବା ଦ୍ୱାରା ବି ଏହି ରୋଗ ବ୍ୟାପି ଥାଏ। ଏହାସହ ସଂକ୍ରମିତ ଲୋକଙ୍କୁ ଛୁଇଁବା ଓ ସଂକ୍ରମିତ ବ୍ୟକ୍ତିଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଭୋଜନ କରିବା ଦ୍ୱାରା ବି ଏହି ରୋଗ ବ୍ୟାପିଥାଏ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

କରୋନା ଭଳି ଏହି ରୋଗରୁ ରକ୍ଷା ପାଇବାକୁ ହେଲେ ସ୍ୱଚ୍ଛତାକୁ ପ୍ରାଥମିକତା ଦେବାକୁ ହେବ । ଯେମିତି କି ବାରମ୍ବାର ହାତ ଧୋଇବା, ଅନ୍ୟ ମାନଙ୍କ ସହିତ ହାତ ନ ମିଳାଇବା ଓ କରମର୍ଦ୍ଦନ ନକରିବା , ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଦୂରତା ରକ୍ଷା କରିବା, ଏହାସହ ଖାଦ୍ୟ ଓ ପାନୀୟର ସ୍ୱଚ୍ଛତା ପ୍ରତି ଦୃଷ୍ଟି ଦେବା , ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଭଳି ଖାଦ୍ୟ ଖାଇବା ଉପରେ ଧ୍ୟାନ ଦେବାକୁ ହେବ । ଏହା ପରେ ଯଦି କିଛି ଲକ୍ଷଣ ଦେଖାଦେବ ତାହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା । ଅନ୍ୟପଟେ ଏହି ଭୂତାଣୁର ଭୟାବହତାକୁ ନଜରରେ ରଖି କେରଳର ସମସ୍ତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସ୍ୱଚ୍ଛତା ଆଣିବା ସହ ଘରୋଇ ପାଣିଟାଙ୍କି ସଫା କରିବାକୁ ପରାମର୍ଶ ଦିଆଯାଇଛି ।

from Kanak News
via <a href="https://ifttt.com/?

ମୁମ୍ୱାଇରେ କ୍ରିକେଟର ସୁରେଶ ରାଇନା ଗିରଫ । କୋଭିଡ ନିୟମ ଉଲ୍ଲଘଂନ କରି ପାର୍ଟି କରୁଥିବା ବେଳେ ଧରିଲା ପୋଲିସ । 

କନକ ବ୍ୟୁରୋ : କରୋନା ନିୟମ ଉଲ୍ଲଘଂନ କରି ଗିରଫ ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା । ମହାରାଷ୍ଟ୍ରରେ ବିଳମ୍ବିତ ରାତି ଯାଏଁ ପାର୍ଟି କରୁଥିବାରୁ ପୋଲିସ କ୍ଲବ ଉପରେ ଚଢାଉ କରି ଗିରଫ କରିଥିଲା । ସୁରେଶ ରାଇନାଙ୍କ ସମତେ ଅନ୍ୟ ୩୪ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ କଣ୍ଠଶିଳ୍ପୀ ଗୁରୁ ରାନ୍ଧୱା ଓ ସୁସେନ ଖାନ ମଧ୍ୟ ଅଛନ୍ତି ।

ଗିରଫ ହେବା ପରେ ସମସ୍ତଙ୍କୁ ବେଲ୍୍ ମିଳିଥିବା ସୂଚନା ମିଳିଛି । ମୁମ୍ବାଇ ଏୟାରପୋର୍ଟ ପାଖରେ ଥିବା ଜେଡବ୍ଲୁ ମେରିୟଟ ହୋଟେଲରେ ଥିବା କ୍ଲବରେ ପାର୍ଟି ହେଉଥିଲା । ଏହି ପାର୍ଟିରେ କୋଭିଡ ନିୟମ ଉଲ୍ଲଘଂନ ହେଉଥିବା ଖବର ପାଇ ପୋଲିସ ଚଢାଉ କରିଥିଲା ।

ରେଡ ବେଳେ କିଛି ଲୋକ କ୍ଲବର ପଛ କବାଟ ପଟେ ପଳାଇଥିଲେ । ପରେ ସୁରେଶ ରାଇନାଙ୍କ ସମେତ ୩୪ ଜଣଙ୍କୁ ଗିରଫ କରି ଆଇପିସି ଧାରା ୧୮୮, ୨୬୯ ଓ ୩୪ ଅନୁଯାୟୀ କେସ ଦାୟର କରିଥିଲା ପୋଲିସ ।

from Kanak News
via <a href="https://ifttt.com/?

ବ୍ରିଟେନ୍ ପଜିଟିଭ୍ ଭାରତରେ । ବ୍ରିଟେନରୁ ଆସିଥିବା ୨୬୬ ଯାତ୍ରୀଙ୍କ ମଧ୍ୟରୁ ୫ ପଜିଟିଭ୍ ଚିହ୍ନଟ । ଦିଲ୍ଲୀ ବିମାନ ବନ୍ଦରରେ ଟେଷ୍ଟ ବେଳେ ଜଣାପଡିଲା ।

କନକ ବ୍ୟୁରୋ : ଭାରତରେ ବ୍ରିଟେନର କରୋନା ପଜିଟିଭ୍ । ଦିଲ୍ଲୀ ବିମାନ ବନ୍ଦରରେ ଯାଂଚ ବେଳେ ଡାକ୍ତରୀ ପରୀକ୍ଷାରୁ ଚିହ୍ନଟ ହୋଇଛନ୍ତି ୫ ଜଣ ପଜିଟିଭ୍ । ଏହି ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ଯାତ୍ରୀ ଓ କ୍ରୁ ମେମ୍ବର । ୨୬୬ ଜଣ ଯାତ୍ରୀ ବ୍ରିଟେନରୁ ଆସିଥିଲେ । ନିୟମ ଅନୁସାରେ ସମସ୍ତଙ୍କର ଦିଲ୍ଲୀ ବିମାନବନ୍ଦରରେ କରୋନା ପରୀକ୍ଷା କରାଯିବା ପରେ ୫ ଜଣ ପଜିଟିଭ ଥିବା ଜଣାପଡିଛି ।

ଏବେ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କୁ ନେଇ ଚିନ୍ତା ବଢାଇ ଦେଇଛି । ଗତକାଲି ରାତି ୧୨ଟାରେ ଏୟାର ଇଣ୍ଡିଆ ବିମାନରେ ୨୬୬ ଜଣ ଦିଲ୍ଲୀ ବିମାନବନ୍ଦରରେ ପହଚିଂଥିଲେ । ସେପଟେ ୟୁକେରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏସଓପି ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଗତ ନଭେମ୍ୱର ୨୫ରୁ ୮ ଡିସେମ୍ୱର ମଧ୍ୟରେ ଆସିଥିବା ସମସ୍ତ ଯାତ୍ରୀଙ୍କୁ ଯୋଗାଯୋଗ କରାଯିବ । ସମସ୍ତେ ବ୍ୟକ୍ତିଗତ ଭାବେ ତତ୍ୱାବଧାନରେ ରହିବାକୁ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ବ୍ରିଟେନରେ କରୋନା ସଂକ୍ରମଣର ନୂଆ ରୂପ ଚିହ୍ନଟ ପରେ ଏବେ ଭାରତ ପାଇଁ ବି ଚିନ୍ତା ବଢିଛି ।

ଗତକାଲି ଭାରତ ସମେତ ଅନେକ ଦେଶ ବ୍ରିଟେନରୁ ବିମାନ ଚଳାଚଳ ବାତିଲ୍ କରିଛନ୍ତି । ଏହାରି ଭିତରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା କହିଛନ୍ତି ବ୍ରିଟେନରେ ଦେଖା ଯାଉଥିବା କରୋନା ୭୦ ପ୍ରତିଶତ ବେଗରେ ବଢ଼ୁଛି , ହେଲେ ସେଠାରେ ସଂକ୍ରମିତ ହୋଇଥିବା ବ୍ୟକ୍ତି କେହି ଗୁରୁତର ହୋଇ ନାହାନ୍ତି । ହେଲେ ସଂକ୍ରମଣ ନେଇ ସତକର୍ତା ଅବଲମ୍ବନ କରିବା ଉଚିତ । ଯଦି ଭାଇରସ ଜଣେ ବ୍ୟକ୍ତି ଠାରୁ ଅନ୍ୟ ଜଣେ ବ୍ୟକ୍ତିକୁ ଜଲଦି ସଂକ୍ରମଣ କରୁଛି ତେବେ ସେ ଯେଉଁଠାକୁ ଯାଉଛନ୍ତି ସେଠାରେ ସଂକ୍ରମଣ ଅଧିକ ବେଗରେ ବଢ଼ିବ ।

from Kanak News
via <a href="https://ifttt.com/?

ବ୍ରିଟେନ୍ ପଜିଟିଭ୍ ଭାରତରେ । ବ୍ରିଟେନରୁ ଆସିଥିବା ୨୬୬ ଯାତ୍ରୀଙ୍କ ମଧ୍ୟରୁ ୫ ପଜିଟିଭ୍ ଚିହ୍ନଟ । ଦିଲ୍ଲୀ ବିମାନ ବନ୍ଦରରେ ଟେଷ୍ଟ ବେଳେ ଜଣାପଡିଲା ।

କନକ ବ୍ୟୁରୋ : ଭାରତରେ ବ୍ରିଟେନର କରୋନା ପଜିଟିଭ୍ । ଦିଲ୍ଲୀ ବିମାନ ବନ୍ଦରରେ ଯାଂଚ ବେଳେ ଡାକ୍ତରୀ ପରୀକ୍ଷାରୁ ଚିହ୍ନଟ ହୋଇଛନ୍ତି ୫ ଜଣ ପଜିଟିଭ୍ । ଏହି ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ଯାତ୍ରୀ ଓ କ୍ରୁ ମେମ୍ବର । ୨୬୬ ଜଣ ଯାତ୍ରୀ ବ୍ରିଟେନରୁ ଆସିଥିଲେ । ନିୟମ ଅନୁସାରେ ସମସ୍ତଙ୍କର ଦିଲ୍ଲୀ ବିମାନବନ୍ଦରରେ କରୋନା ପରୀକ୍ଷା କରାଯିବା ପରେ ୫ ଜଣ ପଜିଟିଭ ଥିବା ଜଣାପଡିଛି ।

ଏବେ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କୁ ନେଇ ଚିନ୍ତା ବଢାଇ ଦେଇଛି । ଗତକାଲି ରାତି ୧୨ଟାରେ ଏୟାର ଇଣ୍ଡିଆ ବିମାନରେ ୨୬୬ ଜଣ ଦିଲ୍ଲୀ ବିମାନବନ୍ଦରରେ ପହଚିଂଥିଲେ । ସେପଟେ ୟୁକେରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏସଓପି ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଗତ ନଭେମ୍ୱର ୨୫ରୁ ୮ ଡିସେମ୍ୱର ମଧ୍ୟରେ ଆସିଥିବା ସମସ୍ତ ଯାତ୍ରୀଙ୍କୁ ଯୋଗାଯୋଗ କରାଯିବ । ସମସ୍ତେ ବ୍ୟକ୍ତିଗତ ଭାବେ ତତ୍ୱାବଧାନରେ ରହିବାକୁ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ବ୍ରିଟେନରେ କରୋନା ସଂକ୍ରମଣର ନୂଆ ରୂପ ଚିହ୍ନଟ ପରେ ଏବେ ଭାରତ ପାଇଁ ବି ଚିନ୍ତା ବଢିଛି ।

ଗତକାଲି ଭାରତ ସମେତ ଅନେକ ଦେଶ ବ୍ରିଟେନରୁ ବିମାନ ଚଳାଚଳ ବାତିଲ୍ କରିଛନ୍ତି । ଏହାରି ଭିତରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା କହିଛନ୍ତି ବ୍ରିଟେନରେ ଦେଖା ଯାଉଥିବା କରୋନା ୭୦ ପ୍ରତିଶତ ବେଗରେ ବଢ଼ୁଛି , ହେଲେ ସେଠାରେ ସଂକ୍ରମିତ ହୋଇଥିବା ବ୍ୟକ୍ତି କେହି ଗୁରୁତର ହୋଇ ନାହାନ୍ତି । ହେଲେ ସଂକ୍ରମଣ ନେଇ ସତକର୍ତା ଅବଲମ୍ବନ କରିବା ଉଚିତ । ଯଦି ଭାଇରସ ଜଣେ ବ୍ୟକ୍ତି ଠାରୁ ଅନ୍ୟ ଜଣେ ବ୍ୟକ୍ତିକୁ ଜଲଦି ସଂକ୍ରମଣ କରୁଛି ତେବେ ସେ ଯେଉଁଠାକୁ ଯାଉଛନ୍ତି ସେଠାରେ ସଂକ୍ରମଣ ଅଧିକ ବେଗରେ ବଢ଼ିବ ।

from Kanak News
via <a href="https://ifttt.com/?

ସ୍କାଇ କିଙ୍ଗ ଠକେଇ ମାମଲା : ୨ ଦିନିଆ ରିମାଣ୍ଡରେ ଯିବେ ଆଇଏଫଏସ ଅଭୟ ପାଠକ; ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା କରିବ ଖାରବେଳ ଥାନା ପୋଲିସ

କନକ ବ୍ୟୁରୋ : ସ୍କାଇ କିଙ୍ଗ ଠକେଇ ମାମଲାରେ ଆଇଏଫଏସ ଅଭୟ ପାଠକଙ୍କୁ ୨ ଦିନିଆ ରିମାଣ୍ଡରେ ନେବ ପୋଲିସ । ଅଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଖାରବେଳନଗର ଥାନା ପୋଲିସର ଖୋର୍ଦ୍ଧା ଏସଡ଼ିଜେଏମ୍ କୋର୍ଟରେ ଆବେଦନ ମଂଜୁର କରିଥିଲେ । କୋର୍ଟ ପକ୍ଷରୁ ଏହି ଆବେଦନକୁ ମଂଜୁରୀ ମିଳିିଛି ।

୬୫ ଲକ୍ଷ ଟଙ୍କା ଠକେଇ ଘଟଣାର ତଥ୍ୟ ପ୍ରମାଣ ଯୋଗାଡ କରିବା ନେଇ ଖାରବେଳନଗର ଥାନା ପୋଲିସ ଅଭୟଙ୍କୁ ପଚରାଉଚରା କରିବ । ପୂର୍ବରୁ ପୁଅ ଆକାଶ ପାଠକକୁ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ପୋଲିସ । ପଚରାଉଚରା ସମୟରେ ବହୁ ତଥ୍ୟ ମିଳିଥିବା କହିଥିଲେ ଡିସିପି ଉମା ଶଙ୍କର ଦାସ ।

from Kanak News
via <a href="https://ifttt.com/?

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ବରିଷ୍ଠ କିରାଣୀ : ଅସିତ ନାୟକଙ୍କ ଡ଼ୁମଡ଼ୁମା ବାସଭବନ ସମେତ ଏକା ସାଙ୍ଗରେ ୫ଟି ସ୍ଥାନରେ ରେଡ଼

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପୂର୍ତ ବିଭାଗର ବରିଷ୍ଠ କିରାଣୀ । ଆୟବର୍ହିଭୁତ ସଂପତି ଠୁଳ ଅଭିଯୋଗରେ ଅସିତ ନାୟକଙ୍କ ଡ଼ୁମଡ଼ୁମା ବାସଭବନ ସମେତ ଏକା ସାଙ୍ଗରେ ୫ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ । । ଭିଜିଲାନ୍ସ ଡୁମ୍‌ଡୁମାରେ ଥିବା ତାଙ୍କ ୩ ମହଲା ବିଶିଷ୍ଟ କୋଠା, ଜଟଣୀର ପ୍ରଧାନ ସାହିରେ ଥିବା ଏକ ଡୁପ୍ଲେକ୍ସ ଓ ଏକ ପ୍ଲଟ୍‌, ଗଞ୍ଜାମ ଜିଲ୍ଲାର ଗୋଳନ୍ଥରାର କଇଥାପାଲିରେ ଥିବା ତାଙ୍କ ପୈତୃକ ଘର, ବ୍ରହ୍ମପୁରରେ ଥିବା ଏକ ଫ୍ଲାଟ୍‌ ଏବଂ ଆର୍‌ବି ଡିଭିଜନ୍‌ରେ ଥିବା ଅଫିସ୍‌ ରୁମ୍‌ରେ ଏହି ଚଢ଼ାଉ କରିଥିବା ସୂଚନା ରହିଛି । ଏହା ସହ କିରାଣୀଙ୍କ ଘରୁ ପୁଳାପୁଳା ସୁନା ମିଳିଛି ।

ଭୁବନେଶ୍ବର ଭିଜିଲାନ୍ସର ସ୍ପେସିଆଲ୍‌ ଜଜ୍‌ଙ୍କ ଦ୍ବାରା ଏକ ସର୍ଚ ୱାରେଣ୍ଟ୍‌ ଜାରି କରାଯାଇଥିଲା।  ଏହି ଚଢ଼ାଉ ପରେ ଏବେ ସୁଦ୍ଧା ୧୦ ଲକ୍ଷ ୬୨ ହଜାର ୬୦୫ ଟଙ୍କା ମିଳି ସାରିଲାଣି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ‌ଯେ ଅସିତ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଗୋଲନ୍ଥରା ଥାନା ଅନ୍ତର୍ଗତ କଇଥାପାଲି ଗ୍ରାମର ମୃତ ଗୋକୁଳାନନ୍ଦ ନାୟକଙ୍କ ପୁଅ।

from Kanak News
via <a href="https://ifttt.com/?

Design a site like this with WordPress.com
Get started