ସମସ୍ୟା ଘେରରେ ଗାଁ । ଯିବା ଆସିବା କରିବାକୁ ନାହିଁ ରାସ୍ତା । ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷା ସ୍ୱାସ୍ଥ୍ୟ । ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ଲୋକେ

କନକ ବ୍ୟୁରୋ: ସମସ୍ୟା ଘେରରେ କଙ୍କଡାହାଡ଼ ଗଣ୍ଡିଖୋଲ ଗାଁ । ଯିବା ଆସିବା କରିବାକୁ ଭଲ ରାସ୍ତାଟିଏ ନଥିବା ବେଳେ ପିଇବା ପାଣି ବି ମିଳୁନି । ସେହିଭଳି ଗାଁରେ ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷା ସ୍ୱାସ୍ଥ୍ୟ । ଭଲ ରାସ୍ତାନଥିବାରୁ ଗୁରୁତର ଅବସ୍ଥାରେ ରୋଗୀଟିଏକୁ ବି ନେବା ସମ୍ଭବ ହୋଇପାରୁନି । ସମସ୍ୟା ନେଇ ବହୁବାର ଜଣାଯାଇଛି । ହେଲେ ପ୍ରତିଥର ଭଳି ଚଳିତଥର ମଧ୍ୟ ମିଳିଛି ପ୍ରତିଶ୍ରୁତି । ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଗାଁରContinue reading “ସମସ୍ୟା ଘେରରେ ଗାଁ । ଯିବା ଆସିବା କରିବାକୁ ନାହିଁ ରାସ୍ତା । ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷା ସ୍ୱାସ୍ଥ୍ୟ । ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ଲୋକେ”

ମଣିପୁର ଥୌବଲରୁ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ । ୬ହଜାର ୭୧୩ କି.ମି ଯାତ୍ରା ଆରମ୍ଭ କଲେ ରାହୁଲ ।

କନକ ବ୍ୟୁରୋ: ମଣିପୁର ଥୌବଲ ଜିଲ୍ଲାରୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା । ୬ହଜାର ୭୧୩କିଲୋମିଟରର ଯାତ୍ରା ଆରମ୍ଭ କରିଛନ୍ତି ରାହୁଲ ଗାନ୍ଧୀ । ୧୧୦ ଜିଲ୍ଲାର ଶହେ ଲୋକସଭା ଆସନ ଓ ୩୩୭ବିଧାନସଭା ଅଂଚଳ ଦେଇ ଗତି କରିବ ନ୍ୟାୟ ଯାତ୍ରା । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଭାରତ ଯୋଡ଼ ନ୍ୟାୟ ଯାତ୍ରା ୬୭ ଦିନ ଧରି ମାର୍ଚ୍ଚ ୨୦ ଯାଏଁ ଚାଲିବ । ପୂର୍ବରୁ ପଶ୍ଚିମ ଭାରତକୁ ଯାତ୍ରାContinue reading “ମଣିପୁର ଥୌବଲରୁ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ । ୬ହଜାର ୭୧୩ କି.ମି ଯାତ୍ରା ଆରମ୍ଭ କଲେ ରାହୁଲ ।”

କୋଭିଡ୍ ସମୟରେ ୪୦ ହଜାର କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲା ବିଜେପି । ତୃଣମୂଳସ୍ତରରୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଲା ଦଳ

କନକ ବ୍ୟୁରୋ : ପୁଣି ଫେରିଲା କୋଭିଡ୍ ପ୍ରସଙ୍ଗ । କୋଭିଡ୍ ସମୟରେ ରାଜ୍ୟରେ ୪୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ସରକାରଙ୍କ ଲୋକାଲ ଫଣ୍ଡ ଅଡିଟରୁ ଏଭି ତଥ୍ୟ ସାମ୍ନାକୁ ଆସିଛି । ଯେଉଁ ସମୟରେ ରାଜ୍ୟ କରୋନା ବିରୋଧରେ ଲଢ଼େଇ କରୁଥିଲା, ସେତେବେଳେ ରାଜ୍ୟ ସରକାର ଲୁଟ୍ କରୁଥିବା ଅଭିଯୋଗContinue reading “କୋଭିଡ୍ ସମୟରେ ୪୦ ହଜାର କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲା ବିଜେପି । ତୃଣମୂଳସ୍ତରରୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଲା ଦଳ”

ଓୟୋ ରୁମରେ ଯୁବତୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ସାଂଘାତିକ ଅଭିଯୋଗ । ଭଉଣୀ କହିଲେ, ରାସ୍ତାରୁ ଉଠାଇ ନେଇ କରାଯାଇଛି ଦୁଷ୍କର୍ମ

କନକ ବ୍ୟୁରୋ : ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦରଠାରେ ଥିବା ଓୟୋ ରୁମରେ ଯୁବତୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ରାସ୍ତାରୁ ଉଠାଇ ନେଇ ଦୁଷ୍କର୍ମ କରାଯାଇଥିବା ତାଙ୍କ ଭଉଣୀ କହିଛନ୍ତି । ଏକମାତ୍ର ରୋଜଗାରିଆ ଝିଅର ମୃତ୍ୟୁକୁ ନେଇ ଭାଙ୍ଗି ପଡ଼ିଛି ପୂରା ପରିବାର । ବ୍ରହ୍ମପୁର ଉପକଣ୍ଠ ଏକ ଓୟୋ ରୁମରୁ ମିଳିଥିଲା ତାଙ୍କ ମୃତଦେହ । ମୃତ ଯୁବତୀ ଜଣକ ପୁରୀ ଜିଲ୍ଲାର । ପୁରୀର ଏକContinue reading “ଓୟୋ ରୁମରେ ଯୁବତୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ସାଂଘାତିକ ଅଭିଯୋଗ । ଭଉଣୀ କହିଲେ, ରାସ୍ତାରୁ ଉଠାଇ ନେଇ କରାଯାଇଛି ଦୁଷ୍କର୍ମ”

ପେଶା ଅଧ୍ୟାପକ, କିନ୍ତୁ ନିଶା ଠକେଇ: ଭିଜିଲାନ୍ସ ଏସପିର ପରିଚୟ ଦେଇ ବନ୍ଧା ହେଲେ ମୟୂରଭଞ୍ଜ ଜିଲ୍ଲାର ମନୋଜ ମାଝୀ

କନକ ବ୍ୟୁରୋ: ପେଶା ଅଧ୍ୟାପକ । କିନ୍ତୁ ନିଶା ଥିଲା ପରକୁ ଚୂନ ଲଗେଇବା । ଠିକାଦାରଙ୍କୁ ଠକେଇ ଅଭିଯୋଗରେ ଗିରଫ ହେଲେ ଅଧ୍ୟାପକ । ରାଜ୍ୟରେ ବିଭିନ୍ନ ସ୍ଥାନରେ ସକ୍ରିୟ ଭାବେ ଭିଜିଲାନ୍ସ ଚଢାଉ କରିଛି । ଆଉ ଏହାର ଫାଇଦା ନେଇ ନକଲି ଭିଜିଲାନ୍ସ ହୋଇ ଲୋକଙ୍କୁ ଭୂଆଁ ବୁଲାଉଥିଲେ ଅଧ୍ୟାପକ ମନୋଜ ମାଝୀ । ନିଜକୁ ଭିଜିଲାନ୍ସ ଏସପିର ପରିଚୟ ଦେଇ ୭ ଲକ୍ଷ ୭୦ ହଜାର ଟଂକା ଚୁନା ଲଗାଇ ଦେଇଛନ୍ତିContinue reading “ପେଶା ଅଧ୍ୟାପକ, କିନ୍ତୁ ନିଶା ଠକେଇ: ଭିଜିଲାନ୍ସ ଏସପିର ପରିଚୟ ଦେଇ ବନ୍ଧା ହେଲେ ମୟୂରଭଞ୍ଜ ଜିଲ୍ଲାର ମନୋଜ ମାଝୀ”

ବିଜେପିର ଦୃଢ଼ୋକ୍ତି, ବିଜେଡିର କଟାକ୍ଷ: ନବୀନଙ୍କ ଶପଥ ଗ୍ରହଣ ଉତ୍ସବକୁ ଆସନ୍ତୁ ବୋଲି କହିଲେ ବିଜେଡି ନେତା ନୃସିଂହ ଚରଣ ସାହୁ, ୨୦୨୪ରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ ଓ ଶପଥ ଗ୍ରହଣରେ ଆସିବେ ବୋଲି କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଆସାମ ମୁଖ୍ୟମନ୍ତ୍ରଙ୍କ ଦୃଢ଼ୋକ୍ତିକୁ କଡ଼ା ସମାଲୋଚନା କରିଛି ବିଜେଡି । ହିମନ୍ତ ବିଶ୍ୱଶର୍ମାଙ୍କୁ ପାଲଟା ଶପଥ ଗ୍ରହଣ ପାଇଁ ନିମନ୍ତ୍ରଣ ଦେଇଛି ବିଜେଡି । ୨୦୨୪ରେ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର ଗଠନ କରିବେ ଏବଂ ଶପଥ ଗ୍ରହଣକୁ ଆସିବାକୁ ଯଦି ଆଗ୍ରହ ଅଛି ତେବେ ହିମନ୍ତ ବିଶ୍ୱଶର୍ମା ନବୀନ ପଟ୍ଟନାୟକଙ୍କ ଶପଥ ଗ୍ରହଣ ପାଇଁ ନିମନ୍ତ୍ରଣ ରହିଲା ବୋଲି କହିଛନ୍ତି ବିଜେଡି ବିଧାୟକ ନୃସିଂହ ଚରଣ ସାହୁ । ସମାନ ଢଙ୍ଗରେ ସମାଲୋଚନାContinue reading “ବିଜେପିର ଦୃଢ଼ୋକ୍ତି, ବିଜେଡିର କଟାକ୍ଷ: ନବୀନଙ୍କ ଶପଥ ଗ୍ରହଣ ଉତ୍ସବକୁ ଆସନ୍ତୁ ବୋଲି କହିଲେ ବିଜେଡି ନେତା ନୃସିଂହ ଚରଣ ସାହୁ, ୨୦୨୪ରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ ଓ ଶପଥ ଗ୍ରହଣରେ ଆସିବେ ବୋଲି କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ”

ଲୋୟର ପିଏମଜିରେ ପୁଣି ଗର୍ଜିବେ ଶିକ୍ଷକ: ୩ଦଫା ଦାବିରେ ଜାନୁଆରୀ ୨୯ରୁ ଆନ୍ଦୋଳନ କରିବାକୁ ପ୍ରାଥମିକ ଶିକ୍ଷକ ସଂଘର ଚେତାବନୀ

କନକ ବ୍ୟୁରୋ: ପୁଣି ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ ସଂଘ । ତିନି ଦଫା ଦାବି ନେଇ ଆସନ୍ତା ୨୯ ତାରିଖରୁ ସଂଘ ଆନ୍ଦୋଳନ କରିବ । ଲୋୟର ପିଏମ୍ଜିରେ ଏକାଠି ହେବେ ଲକ୍ଷାଧିକ ଶିକ୍ଷକ । ସଂଘ କହିଛି, ଦାବି ପୂରଣ ନେଇ ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ପ୍ରତିଶ୍ରୁତି ମିଳିଥିଲା । ହେଲେ ଏପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ । ଜାନୁଆରୀ ୨୭ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ସଂଘ ଆନ୍ଦୋଳନ କରିବContinue reading “ଲୋୟର ପିଏମଜିରେ ପୁଣି ଗର୍ଜିବେ ଶିକ୍ଷକ: ୩ଦଫା ଦାବିରେ ଜାନୁଆରୀ ୨୯ରୁ ଆନ୍ଦୋଳନ କରିବାକୁ ପ୍ରାଥମିକ ଶିକ୍ଷକ ସଂଘର ଚେତାବନୀ”

ବେଙ୍ଗାଲୁରୁରେ ଓଡିଆ ନାବାଳିକାଙ୍କୁ ହତ୍ୟା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହେଲେ ଜଗତସିଂହପୁର ବଡ ଗାଁର ୧୪ ବର୍ଷୀୟ ଶୁଭସ୍ମିତା

କନକ ବ୍ୟୁରୋ : ବେଙ୍ଗାଲୁରୁରେ ଓଡ଼ିଆ ଝିଅକୁ ବୀଭତ୍ସ ହତ୍ୟା । ଜଗତସିଂହପୁର ବଡ଼ବାଗ ଗାଁର ଶୁଭସ୍ମିତା ବେହେରାଙ୍କୁ ହତ୍ୟା କରାଯାଇଛି । ଗତକାଲି ସକାଳୁ ରାସ୍ତା କଡ଼ରୁ ନାବାଳିକାଙ୍କ ମୃତଦେହ ମିଳିଥିଲା । ରାଜନାକୁଂଟେ ଥାନା ପକ୍ଷରୁ ଏଦିଗରେ ତନାଘନା କରାଯାଇ ତିନି ଜଣ ସଂଦିଗ୍ଧଙ୍କୁ ଅଟକ ରଖାଯାଇଛି । ମୃତ୍ୟୁ ଖବର ଜଣାପଡ଼ିବା ପରେ ବଡ଼ବାଘ ଗାଁରେ ଶୋକର ଛାୟା ଖେଳିଯାଇଛି । ଶୁଭସ୍ମିତା ମା’ ସସ୍ମିତାଙ୍କ ସହ କିଛି ମାସ ତଳେ ବେଙ୍ଗାଲୁରୁContinue reading “ବେଙ୍ଗାଲୁରୁରେ ଓଡିଆ ନାବାଳିକାଙ୍କୁ ହତ୍ୟା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହେଲେ ଜଗତସିଂହପୁର ବଡ ଗାଁର ୧୪ ବର୍ଷୀୟ ଶୁଭସ୍ମିତା”

ହସ୍ପିଟାଲ ବେଡରେ ଛଳ ଛଳ ହୋଇ କାନ୍ଦୁଛି ମା’ । କହୁଛି, ପୁଅ ଜନ୍ମ କରି ଭୁଲ୍ ହୋଇଗଲା

କନକ ବ୍ୟୁରୋ : ବୟସ ୭୦ ଟପି ଗଲାଣି । ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବୁଢୀ ମା । ଆଖିରୁ ଲୁହ ଝରି ଆସୁଛି । କୋହଭରା କଣ୍ଠରେ ହସ୍ପିଟାଲ ବେଡରେ ବୁଢୀ ମା କହୁଛନ୍ତି ପୁଅ ଜନ୍ମକରି ବୋଧହୁଏ ଭୁଲ୍ ହୋଇଗଲା । ପୁଅର ମାଡରେ ଛଟପଟ ହେଉଥିବା ମା’ ହସ୍ପିଟାଲ ବେଡରେ ଛଟପଟ ହେଉଛନ୍ତି । ଆଉ କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମା’କୁ ମିଳିଥିବା ବାର୍ଦ୍ଧକ୍ୟContinue reading “ହସ୍ପିଟାଲ ବେଡରେ ଛଳ ଛଳ ହୋଇ କାନ୍ଦୁଛି ମା’ । କହୁଛି, ପୁଅ ଜନ୍ମ କରି ଭୁଲ୍ ହୋଇଗଲା”

ବାଡିରେ ପଡିଛି କୁନି ପିଲାର କଟା ମୁଣ୍ଡ । ଯାଜପୁର ରାଧାନଗର ଗାଁରେ ଚାଂଚଲ୍ୟ, ବଳି ଉଦ୍ଦେଶ୍ୟରେ କେହି ହତ୍ୟା କରିଥିବା ସନ୍ଦେହ

କନକ ବ୍ୟୁରୋ : ଯାଜପୁରରେ ଚାଂଚଲ୍ୟ । ଲକ୍ଷ୍ମୀନଗର ପଂଚାୟତ ରାଧାନଗର ଗାଁରୁ ଶିଶୁର କଟାମୁଣ୍ଡ ଉଦ୍ଧାର କରାଯାଇଛି । ଶିଶୁର ପରିଚୟ ମିଳିପାରିନାହିଁ । ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଜଣେ ଗ୍ରାମବାସୀଙ୍କ ବାଡିରେ ଶିଶୁର କଟାମୁଣ୍ଡ ଦେଖିବାକୁ ମିଳିଥିଲା । ଶିଶୁର ଆଖପାଖରେ କୁକୁର ମଧ୍ୟ ବୁଲୁଥିବା ଦେଖିଥିଲେ ଲୋକେ । ଏନେଇ ଆଜି ସକାଳେ ଯାଜପୁର ରୋଡ୍ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହContinue reading “ବାଡିରେ ପଡିଛି କୁନି ପିଲାର କଟା ମୁଣ୍ଡ । ଯାଜପୁର ରାଧାନଗର ଗାଁରେ ଚାଂଚଲ୍ୟ, ବଳି ଉଦ୍ଦେଶ୍ୟରେ କେହି ହତ୍ୟା କରିଥିବା ସନ୍ଦେହ”

Design a site like this with WordPress.com
Get started