କନକ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଜଳିବ ବିଶ୍ୱର ସବୁଠୁ ବଡ ଦୀପ । ରାଉରକେଲା ହନୁମାନ ବାଟିକାରେ ଆସନ୍ତା ୨୨ ତାରିଖରେ ଜଳିବ ଏହି ବିରାଟ ଦୀପ । ଏହି ମାଟି ଦୀପ ତିଆରି ପାଇଁ ଦିନ ରାତି ଲାଗି ପଡିଛନ୍ତି କାରିଗର । ସାଢେ ୫ ଫୁଟ୍ ଉଚ୍ଚତା ସାଙ୍ଗକୁ ୨୨ ଫୁଟ ଗୋଲେଇ କାମରେ ଲାଗି ପଡିଛନ୍ତି ସୁଦୂର ବେଙ୍ଗାଲୁରୁ ଆସିଥିବା କାରିଗର । ଏପରିକିContinue reading “ଶ୍ରୀରାମ ଲାଲାଙ୍କ ପାଇଁ ରାଉରକେଲାରେ ତିଆରି ଚାଲିଛି ବିଶାଳ ଦୀପ । ନିଷ୍ଠାର ସହ ତିଆରି କରୁଛନ୍ତି ବେଙ୍ଗାଲୁରୁ କାରିଗର ।”
Category Archives: News
ଶିକ୍ଷକ ନିଯୁକ୍ତି ଓ ଡେପୁଟେସନ ପ୍ରତ୍ୟାହାର ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଶିକ୍ଷକ ଅଭାବରୁ ସିଲାବସ୍ ସରୁନଥିବା ନେଇ ଚିନ୍ତା ।
କନକ ବ୍ୟୁରୋ: ଶିକ୍ଷକଙ୍କ ଡେପୁଟେସନ ପ୍ରତ୍ୟାହାର ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ । ତୁରେକେଲା ବ୍ଲକ ଚଟୁଅନକା ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏପରି ଚିତ୍ର । ତାଲା ପକାଇ ବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲେ ବିଦ୍ୟାଳୟର ଛାତ୍ରଛାତ୍ରୀ । ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀରେ ୩୯୩ ଛାତ୍ରୀଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୧୭ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଡେପୁଟେସନ କରାଯାଇଛି । ଜଣେ ଶିକ୍ଷୟତ୍ରୀ ନୋContinue reading “ଶିକ୍ଷକ ନିଯୁକ୍ତି ଓ ଡେପୁଟେସନ ପ୍ରତ୍ୟାହାର ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଶିକ୍ଷକ ଅଭାବରୁ ସିଲାବସ୍ ସରୁନଥିବା ନେଇ ଚିନ୍ତା ।”
ମତ୍ସ୍ୟଜୀବୀଙ୍କ ଘରେ ଚା’ ପିଇଲେ କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା । ହଳଦି ପାଣିରେ ଗୋଡ ଧୋଇ ପାଛୋଟି ନେଲେ ମହିଳା ।
କନକ ବ୍ୟୁରୋ: ମତ୍ସ୍ୟଜୀବୀଙ୍କ ଘରେ ଚା’ ପିଇଲେ କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ଖରିନାସୀ ଜେଠୀ ଠାରେ ସାଗର ପରିକ୍ରମା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କେନ୍ଦ୍ରମନ୍ତ୍ରୀ ଖରନାସୀ ଗ୍ରାମର ପାରମ୍ପରିକ ମତ୍ସ୍ୟଜୀବୀ ଭବେନ ମଣ୍ଡଳଙ୍କ ଘରେ ପହଞ୍ଚିଥିଲେ । ଘରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ଗୋଡ଼କୁ ହଳଦୀ ପାଣିରେ ଧୋଇ ଫୁଲଚନ୍ଦନ ଲଗାଇ ସ୍ୱାଗତ କରି ଥିଲେ । ପରେ ମନ୍ତ୍ରୀ ଶ୍ରୀରୂପାଲା ମତ୍ସ୍ୟଜିବୀଙ୍କ ଘର ପିଣ୍ଢାରେ ବସି ଚା ପିଇବା ସହିତContinue reading “ମତ୍ସ୍ୟଜୀବୀଙ୍କ ଘରେ ଚା’ ପିଇଲେ କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା । ହଳଦି ପାଣିରେ ଗୋଡ ଧୋଇ ପାଛୋଟି ନେଲେ ମହିଳା ।”
କାଳିଆ ଛାତ୍ର ବୃତ୍ତିର ସୀମା ବୃଦ୍ଧି କଲେ ରାଜ୍ୟ ସରକାର । ଉପକୃତ ହେବେ ଘରୋଇ ଶିକ୍ଷାନୁଷ୍ଠାରେ ପଢ଼ୁଥିବା ପିଲା । ଆଜିଠାରୁ ପୋର୍ଟାଲରେ ଆବେଦନ ।
କନକ ବ୍ୟୁରୋ: ଚଳିତ ବର୍ଷ କାଳିଆ ଛାତ୍ର ବୃତ୍ତିର ସୀମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କେବଳ ସରକାରୀ ଶିକ୍ଷାନୁଷ୍ଠାନ ନୁହେଁ, ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନ ଏବଂ ରାଜ୍ୟ ବାହାରର ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା କାଳିଆ ହିତାଧିକାରୀଙ୍କ ପିଲାମାନଙ୍କୁ କାଳିଆ ଛାତ୍ର ବତ୍ତି ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଛାତ୍ରଛାତ୍ରୀମାନେ କମନ୍ ସ୍କଲାରସିପ୍ ପୋର୍ଟାଲରେ ଅନଲାଇନରେ ଆବେଦନ କରିପାରିବେ । ଅନଲାଇନରେ କାଳିଆContinue reading “କାଳିଆ ଛାତ୍ର ବୃତ୍ତିର ସୀମା ବୃଦ୍ଧି କଲେ ରାଜ୍ୟ ସରକାର । ଉପକୃତ ହେବେ ଘରୋଇ ଶିକ୍ଷାନୁଷ୍ଠାରେ ପଢ଼ୁଥିବା ପିଲା । ଆଜିଠାରୁ ପୋର୍ଟାଲରେ ଆବେଦନ ।”
ପୁରୀ ସରକାରୀ ମହିଳା କଲେଜର ଅଧ୍ୟାପକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । କ୍ଲାସ ରୁମରେ ଛାତ୍ରୀଙ୍କ ସହ ଆପତ୍ତିଜନକ ଆଲୋଚନା କରୁଥିବା ଅଭିଯୋଗ ।
କନକ ବ୍ୟୁରୋ: କ୍ଲାସ ରୁମରେ ପାଠ ପଢ଼ାଇବା ବଦଳରେ ବ୍ୟକ୍ତିଗତ ଓ ଆପତ୍ତିଜନକ ବିଷୟରେ କହୁଛନ୍ତି ଅଧ୍ୟାପକ । ଏପରି ଅଭିଯୋଗ ଆସିଛି ପୁରୀ ସରକାରୀ ମହିଳା କଲେଜର ଇଂରାଜୀ ଅଧ୍ୟାପକଙ୍କ ବିରୋଧରେ । ଅଭିଯୋଗ ଆଣିଛନ୍ତି କଲେଜର ଯୁକ୍ତ ୩ ଛାତ୍ରୀ । ଅଭିଯୋଗ ଅନୁସାରେ, ଇଂରାଜୀ ବିଭାଗର ମୁଖ୍ୟ ପୂର୍ଣ୍ଣଚନ୍ଦ୍ର ସେଠୀ, କ୍ଲାସ ରୁମରେ ପିଲାମାନଙ୍କୁ ନିଜ କ୍ଷମତା, ସ୍ଥିତି, ପରିବାର, କଲେଜ ପ୍ରସଙ୍ଗ ଛଡ଼ା କିଛି ଅନାବଶ୍ୟକ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ।Continue reading “ପୁରୀ ସରକାରୀ ମହିଳା କଲେଜର ଅଧ୍ୟାପକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । କ୍ଲାସ ରୁମରେ ଛାତ୍ରୀଙ୍କ ସହ ଆପତ୍ତିଜନକ ଆଲୋଚନା କରୁଥିବା ଅଭିଯୋଗ ।”
କୁକୁର ବନ୍ଧ୍ୟାକରଣ ନେଇ ବିଏମସିକୁ ମିଳିଲା ସବୁଜ ସଙ୍କେତ । ବିଏମସିର ଆଦେବନକୁ ଯଥାର୍ଥ କହିଲେ ହାଇକୋର୍ଟ ।
କନକ ବ୍ୟୁରୋ: କୁକୁର ବନ୍ଧ୍ୟାକରଣ ନେଇ ବିଏମସିକୁ ସବୁଜ ସଙ୍କେତ । ଖୁବ ଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ । ହାଇକୋର୍ଟଙ୍କ ରହିତା ଦେଶ ଉଠିବା ପରେ ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି । କୁକୁର ବନ୍ଧ୍ୟାକରଣ ନେଇ ହାଇକୋର୍ଟଙ୍କ ରାହିତାଦେଶ ଥିବା ବେଳେ ଗତ ଜୁଲାଇ ମାସରୁ ବିଏମସି ଅଞ୍ଚଳରେ ବନ୍ଧ୍ୟାକରଣ ବନ୍ଦ ରହିଥିଲା । ବୁଲା କୁକୁରଙ୍କ ଉତ୍ପାତ ନେଇ ସାଧାରଣରେ ଅନେକ ଅଭିଯୋଗ ଆସିବା ପରେ ବିଏମସି ରହିତାଦେଶ ଉଠାଇବାContinue reading “କୁକୁର ବନ୍ଧ୍ୟାକରଣ ନେଇ ବିଏମସିକୁ ମିଳିଲା ସବୁଜ ସଙ୍କେତ । ବିଏମସିର ଆଦେବନକୁ ଯଥାର୍ଥ କହିଲେ ହାଇକୋର୍ଟ ।”
ଭିଜିଲାନ୍ସ ପଞ୍ଝାରେ ଜୟପୁର ଥାନା ଏଏସଆଇ ଅନୀଲ ନାୟକ । ସ୍କୁଟି ମୁକୁଳାଇବା ପାଇଁ ୫ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।
କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଜୟପୁର ଟାଉନ ଥାନା ଏଏସଆଇ ଅନୀଲ କୁମାର ନାୟକ । ସ୍କୁଟି ମୁକୁଳାଇବା ପାଇଁ ସ୍କୁଟି ମାଲିକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରିଲା ପୋଲିସ । ପୁରା ନାଟକୀୟ ମୋଡରେ ପୋଲିସ ବାବୁଙ୍କୁ ଧରିଥିଲା ଭିଜିଲାନ୍ସ । ଗତ ୫ତାରିଖ ରାତିରେ ଜଣେ ବ୍ୟକ୍ତି ଘରକୁ ଫେରିବା ସମୟରେ ପାଟ୍ରୋଲିଂ କରୁଥିବା ଏଏ୍ଆଇ ଅନିଲ ନାୟକଙ୍କୁ ଅଟକାଇଥିଲେ । କାଗଜପତ୍ର ଠିକ୍ ନଥିବା ଦର୍ଶାଇ ୪ହଜାର ଟଙ୍କା ଲାଞ୍ଚ ମାଗିବାContinue reading “ଭିଜିଲାନ୍ସ ପଞ୍ଝାରେ ଜୟପୁର ଥାନା ଏଏସଆଇ ଅନୀଲ ନାୟକ । ସ୍କୁଟି ମୁକୁଳାଇବା ପାଇଁ ୫ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।”
ଦିଲ୍ଲୀକୁ ଟପିଗଲା ଅନୁଗୁଳର ପ୍ରଦୂଷଣ । କଟକ, ଭୁବନେଶ୍ୱରରେ ବି ସ୍ଥିତି ସଂଗୀନ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟକୁ ନେଇ ଚିନ୍ତା ।
କନକ ବ୍ୟୁରୋ: ଚିନ୍ତା ବଢାଉଛି ବାୟୁ ପ୍ରଦୂଷଣ । ଓଡିଶାର ଅନେକ ସ୍ଥାନର ପ୍ରଦୂଷଣର ମାତ୍ରା ରାଜଧାନୀ ଦିଲ୍ଲୀକୁ ଟପିଯାଉଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଅନୁସାରେ, ଦେଶର ୧୬ଟି ସହରର ପ୍ରଦୂଷଣ ମାତ୍ରା ସାଂଘାତିକ ସ୍ଥିତିରେ ରହିଛି । ବଡ଼ କଥା ହେଉଛି ସେଥିମଧ୍ୟରେ ରହିଛି ଓଡ଼ିଶାର ୬ସହର । ଦିଲ୍ଲୀ ତୁଳନାରେ ଅନୁଗୁଳର ପ୍ରଦୂଷଣ ମାତ୍ରା ଅଧିକ ରହିଛି । ଅନୁଗୁଳରେ ବାୟୁପ୍ରଦୂଷଣ ମାତ୍ରା ୩୫୨ ରହିଥିବା ବେଳେ ଦିଲ୍ଲୀରେ ୩୪୫Continue reading “ଦିଲ୍ଲୀକୁ ଟପିଗଲା ଅନୁଗୁଳର ପ୍ରଦୂଷଣ । କଟକ, ଭୁବନେଶ୍ୱରରେ ବି ସ୍ଥିତି ସଂଗୀନ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟକୁ ନେଇ ଚିନ୍ତା ।”
ଆଜି ଲୋକାର୍ପିତ ହେବ ମାଲକାନଗିରି ବିମାନବନ୍ଦର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଉଦଘାଟନ ।
କନକ ବ୍ୟୁରୋ: ଆଜି ଲୋକାର୍ପିତ ହେବ ମାଲକାନଗିରି ବିମାନବନ୍ଦର । ଦିନ ୧୧ଟା ୪୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନୂଆ ବିମାନବନ୍ଦରର ହେବ ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ପହଞ୍ଚିବେ । ୧୬ଶହ ୨୦ ମିଟର ଲମ୍ବ ଓ ୩୦ ମିଟର ଓସାର ହେଉଛି ବିମାନବନ୍ଦରର ରନୱେ । ସେହିପରି ବିମାନ ବନ୍ଦରର ଲମ୍ବ ୩ହଜାର ମିଟର ଓ ଓସାର ୩୧୫ ମିଟର । ୨୦୨୨, ନଭେମ୍ବର ୧Continue reading “ଆଜି ଲୋକାର୍ପିତ ହେବ ମାଲକାନଗିରି ବିମାନବନ୍ଦର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଉଦଘାଟନ ।”
ବିବାହ କରିବେ ଦକ୍ଷିଣଭାରତ ସିନେମାର ହିଟ୍ ଯୋଡି ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଉଭୟଙ୍କ ହୋଇପାରେ ନିର୍ବନ୍ଧ
କନକ ବ୍ୟୁରୋ : ବିବାହ କରିବେ ଦକ୍ଷିଣ ଭାରତ ସିନେମାର ଜଗତର ହିଟ୍ ଯୋଡି ବିଜୟ ଦେବରକୋଣ୍ଡା ଓ ରସ୍ମିକା ମନ୍ଦାନା । ସେମାନଙ୍କ ନିର୍ବନ୍ଧ ନେଇ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଉଭୟ ସେଲିବ୍ରେଟି ଘୋଷଣା କରିବେ ବୋଲି ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ନ୍ୟୁଜ୍ ୧୮ ତେଲୁଗୁ ରିପୋର୍ଟ କରିଛି । କିନ୍ତୁ ଏନେଇ ଉଭୟ ଷ୍ଟାର କୌଣସି ଘୋଷଣା କରିନାହାଁନ୍ତି । ରସ୍ମିକା ଏବଂ ବିଜୟ ‘ଗୀଥା ଗୋବିନ୍ଦମ’ ଏବଂ ‘ଡିୟର କମ୍ରେଡ୍’ ଫିଲ୍ମରେ ଏକାଠିContinue reading “ବିବାହ କରିବେ ଦକ୍ଷିଣଭାରତ ସିନେମାର ହିଟ୍ ଯୋଡି ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଉଭୟଙ୍କ ହୋଇପାରେ ନିର୍ବନ୍ଧ”