ରାଜ୍ୟପାଳ ରଘୁବର ଦାସଙ୍କ ଅନୁରୋଧ । ଘରେ ନୁହେଁ ଅଙ୍ଗନୱାଡି କେନ୍ଦ୍ରରେ ପିଲାଙ୍କ ଜନ୍ମଦିନ ପାଳନ କର ।

କନକ ବ୍ୟୁରୋ : ଅଙ୍ଗନୱାଡି କେନ୍ଦ୍ରରେ ପିଲାଙ୍କ ଜନ୍ମଦିନ ପାଳନ କର । ନୟାଗଡ ଗସ୍ତ ଅବସରରେ ଲେଙ୍କୁଡିପଡା ଗାଁର ମହିଳାମାନଙ୍କୁ ଏଭଳି ଅନୁରୋଧ କରିିଛନ୍ତି ରାଜ୍ୟପାଳ ରଘୁବର ଦାସ । ଲେଙ୍କୁଡିପଡା ଗାଁର ଅଙ୍ଗନୱାଡି କେନ୍ଦ୍ର ବୁଲି ଦେଖିବା ସହ ଗାଁର ମହିଳାଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ରାଜ୍ୟପାଳ ଛୋଟ ପିଲାଙ୍କ ଜନ୍ମଦିନ ଅଙ୍ଗନୱାଡି କେନ୍ଦ୍ରରେ ପାଳନ କରିବାକୁ ମହିଳାମାନଙ୍କୁ ଅନୁରୋଧ କରିଥିଲେ । ଘରେ ଜନ୍ମଦିନରେ କରୁଥିବା ଖର୍ଚ୍ଚ ଅଙ୍ଗନୱାଡିରେContinue reading “ରାଜ୍ୟପାଳ ରଘୁବର ଦାସଙ୍କ ଅନୁରୋଧ । ଘରେ ନୁହେଁ ଅଙ୍ଗନୱାଡି କେନ୍ଦ୍ରରେ ପିଲାଙ୍କ ଜନ୍ମଦିନ ପାଳନ କର ।”

ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ଦିଲ୍ଲୀରୁ ଡାକରା । ସାଧାରଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ଅତିଥି ଭାବେ ହେବେ ସାମିଲ ।

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ଅତିଥି ହେବେ ପିଏମ ଆବାସ ହିତାଧିକାରୀ । ଏଥିପାଇଁ ଦିଲ୍ଲୀରୁ ଡାକରା ଆସିଛି । ସାଧାରଣତନ୍ତ୍ର ଦିବସ ଅବସରରେ ସ୍ୱତନ୍ତ୍ର ଅତଥି ଭାବେ କର୍ତବ୍ୟ ପଥରେ ସାମିଲ ହେବେ । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ଆସନ୍ତା ୨୫ ତାରିଖ ସକାଳ ସୁ୍ଦ୍ଧା ପିଏମ ଆବାସ ହିତାଧିକାରୀଙ୍କୁ ନେଇ ନୋଡାଲ ଅଫିସର ଦିଲ୍ଲୀ ପହଞ୍ଚିବାକୁ ଚିଠିରେ କୁହାଯାଇଛି । ୨୫ ତାରିଖରେContinue reading “ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ଦିଲ୍ଲୀରୁ ଡାକରା । ସାଧାରଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ଅତିଥି ଭାବେ ହେବେ ସାମିଲ ।”

ଜୟପୁରରେ ଭାଲୁ ଆତଙ୍କ । ଗାଁ ଗାଁ ବୁଲି ସଚେତନ କଲା ବନବିଭାଗ, ରାତିରେ ଏକାକୀ ଘରୁ ନ ବାହାରିବାକୁ ପରାମର୍ଶ ।

କନକ ବ୍ୟୁରୋ : ଖବର ବାଜିଲା ବନବିଭାଗ ଚେତିଲା । ଆତଙ୍କ ଖେଳାଉଥିବା ଗାଁ ଗୁଡ଼ିକରେ ମାଇକ ଯୋଗେ ରାତି ଅଧିଆ ସଚେତନ କରାଇଲେ ବନବିଭାଗ । ଭାଲୁ ଚଳାଚଳ କରୁଥିବା ରାସ୍ତା ଓ ଜଙ୍ଗଲ ସମ୍ମୁଖକୁ ଯାଇ ଭାଲୁକୁ ଠାବ କରିବା ପାଇଁ ଚେଷ୍ଟା କରୁଛି ବନବିଭାଗ । ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସରଞ୍ଜାମ ନେଇ କାଲି ରାତିରେ ଜୟପୁରର ହାଡ଼ିଆ, ସିନ୍ଧି ଗାଁରେ ପଇଁତରା ମାରୁଛନ୍ତି । ଭାଲୁର ଗତିବିଧିକୁ ଠାବContinue reading “ଜୟପୁରରେ ଭାଲୁ ଆତଙ୍କ । ଗାଁ ଗାଁ ବୁଲି ସଚେତନ କଲା ବନବିଭାଗ, ରାତିରେ ଏକାକୀ ଘରୁ ନ ବାହାରିବାକୁ ପରାମର୍ଶ ।”

କୋରାପୁଟ ଜିଲ୍ଲାପାଳଙ୍କ ଜଣଶୁଣାଣିରେ ଉତ୍ତେଜନା । ରାସ୍ତା କାମକୁ ନେଇ ପାଟିତୁଣ୍ଡରେ ସମିତି ସଭ୍ୟଙ୍କୁ ସଭାରୁ ଧକ୍କା ଦେଇ ବାହାର କରିଦେଲେ ପିଏସଓ ।

କନକ ବ୍ୟୁରୋ: ଜନଶୁଣାଣିରେ କଥା କଟାକଟି ପରେ ସମିତି ସଭ୍ୟଙ୍କୁ ପିଏସଓ ଲଗାଇ ସଭାରୁ ବାହାର କରିଦେଲେ ଜିଲ୍ଲାପାଳ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପଞ୍ଜିକୃତ ଅଭିଯୋଗର କାର୍ଯ୍ୟକାରିତା ହେଉନଥିବା ଅଭିଯୋଗ ଆଣିଥିଲେ ଟିକରପଡା ସମିତି ସଭ୍ୟ ଉର୍ଦ୍ଧବ ଅଙ୍ଗେଲ । ଏହାକୁ ନେଇ ସମିିତି ସଭ୍ୟ ଉର୍ଦ୍ଧବ ଓ ଜିଲ୍ଲାପାଳଙ୍କ ମଧ୍ୟରେ କଥା କଟାକଟି ହୋଇ ଉତେଜନା ବଢିଥିଲା । ପରିସ୍ଥିତିContinue reading “କୋରାପୁଟ ଜିଲ୍ଲାପାଳଙ୍କ ଜଣଶୁଣାଣିରେ ଉତ୍ତେଜନା । ରାସ୍ତା କାମକୁ ନେଇ ପାଟିତୁଣ୍ଡରେ ସମିତି ସଭ୍ୟଙ୍କୁ ସଭାରୁ ଧକ୍କା ଦେଇ ବାହାର କରିଦେଲେ ପିଏସଓ ।”

ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ପୈତୃକ ଘର ସମେତ ୭ଟି ଜାଗାରେ ଛାନଭିନ୍ ।

କନକ ବ୍ୟୁରୋ: ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କ ଘରେ ଭିଜିଲାନ୍ସ । ନିଶ୍ଚିତକୋଇଲି ବାଲିଅପଦା ସ୍ଥିତ ଘର ସମେତ ୭ଟି ଜାଗାରେ ଚାଲିଛି ଚଢ଼ାଉ । ୫ଜଣିଆ ଟିମ୍ ଛାନଭିନ କରୁଥିବା ସୂଚନା ରହିଛି । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ସକାଳୁ ସକାଳୁ ରେଡ ଜାରି ରହିଛି । The post ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ପୈତୃକ ଘର ସମେତ ୭ଟି ଜାଗାରେ ଛାନଭିନ୍ । first appearedContinue reading “ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ପୈତୃକ ଘର ସମେତ ୭ଟି ଜାଗାରେ ଛାନଭିନ୍ ।”

ଅନୁୁଗୁଳ ସାତେକୋସିଆରେ ଚାଲିଛି କୁମ୍ଭୀର ଓ ପକ୍ଷୀଗଣନା । ଏଥିପାଇଁ ଜାନୁଆରୀ ୫ର ୧୦ ତାରିଖ ଯାଏଁ ପର୍ଯ୍ୟଟକଙ୍କ ବୋଟିଂ ବନ୍ଦ ।

କନକ ବ୍ୟୁରୋ: ଅନୁଗୋଳର ସାତକୋଶିଆ ଗଣ୍ଡରେ ଚାଲିଛି କୁମ୍ଭୀର ଓ ପକ୍ଷୀଗଣନା । ଏଥିପାଇଁ ସାତକୋଶିଆ, ଆଠମଲ୍ଲିକ, ମହାନଦୀ ବନ୍ୟପ୍ରାଣୀ ଡିବିଜନରେ ୧୪ଟି ଟିମ ବିଭିନ୍ନ ଜାଗାରେ ଡଙ୍ଗାରେ ଯାଇ ପକ୍ଷୀ ଓ କୁମ୍ଭୀର ଗଣନା କରାଯାଉଛି । ଚଳିତ ବର୍ଷ କେବଳ ୧୪ଟି ଦେଶୀ ଡଙ୍ଗା ସାହାଯ୍ୟରେ ଏହି ଗଣନା ଚାଲିଛି । ଗଣନା ନିମନ୍ତେ ଚଳିତମାସ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ସାତକୋଶିଆ ମହାନଦୀ ଗଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବନ୍ଦ କରାଯାଇଛି ।Continue reading “ଅନୁୁଗୁଳ ସାତେକୋସିଆରେ ଚାଲିଛି କୁମ୍ଭୀର ଓ ପକ୍ଷୀଗଣନା । ଏଥିପାଇଁ ଜାନୁଆରୀ ୫ର ୧୦ ତାରିଖ ଯାଏଁ ପର୍ଯ୍ୟଟକଙ୍କ ବୋଟିଂ ବନ୍ଦ ।”

ଆଉ ଏକ ଦାଦନ ଯନ୍ତ୍ରଣା । ପେଟ ପାଇଁ କାମ ଖୋଜିବାକୁ ଯାଇଥିଲେ ଦିବାକର, ଫେରିଲା ଶବ ।

କନକ ବ୍ୟୁରୋ: ପୁଣି ଏକ ଦାଦନ ଯନ୍ତ୍ରଣା । ଦକ୍ଷିଣ ଆଫ୍ରିକାର କଙ୍ଗୋରେ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଦିବାକର କେନ୍ଦ୍ରାପଡ଼ାର ଦିବାକର ଜେନା । ପରିବାର ପ୍ରତିପୋଷଣ ପାଇଁ ୭ମାସ ତଳେ ଦକ୍ଷିଣ ଆଫ୍ରିକାର କଙ୍ଗୋ ଯାଇଥିଲେ ଦିବାକର । ଡିସେମ୍ବର ୧୫ତାରିଖ ଦିନ ଦିବାକର ପରିବାର ସହିତ କଥା ହୋଇଥଲେ । କିନ୍ତୁ ୧୬ତାରିଖ ତାଙ୍କର ଅକାଳ ମୃତ୍ୟୁ ହୋଇଥିବା ଖବର ପହଂଚିଥିଲା । ମୃତ୍ୟୁର ୨୩ ଦିନ ପରେ ଫେରିଛିContinue reading “ଆଉ ଏକ ଦାଦନ ଯନ୍ତ୍ରଣା । ପେଟ ପାଇଁ କାମ ଖୋଜିବାକୁ ଯାଇଥିଲେ ଦିବାକର, ଫେରିଲା ଶବ ।”

ଶେଷ ପର୍ଯ୍ୟାୟରେ ପୁରୀ ପରିକ୍ରମା ପ୍ରକଳ୍ପ କାମ । ୧୧ ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର ହେବ ପ୍ରକଳ୍ପ ଦାୟିତ୍ୱ ।

କନକ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ଆସନ୍ତା ୧୧ ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ପ୍ରକଳ୍ପ ଦାୟିତ୍ୱ । ଏନେଇ ପ୍ରକଳ୍ପ ଅନ୍ତର୍ଗତ ନିର୍ମାଣ କାର୍ଯ୍ୟ ଗୁଡ଼ିକ ଶେଷ ପର୍ଯ୍ୟାୟରେ ପହଞ୍ଚିିଥିବା ବେଳେ ନିର୍ମାଣ ଅଞ୍ଚଳର ପରିଚ୍ଛନ୍ନତା କାର୍ଯ୍ୟ ଜାରି ରହିଛି । ସେପଟେ ଶ୍ରୀସେତୁର ସଫେଇ କାର୍ଯ୍ୟ ସହ ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳର ମଧ୍ୟ ସଫେଇ କାର୍ଯ୍ୟ ଜାରି ରହିଛି । ଅନ୍ୟପଟେ ବୃହତ୍ ସମଙ୍ଗ ପାର୍କିଂରେContinue reading “ଶେଷ ପର୍ଯ୍ୟାୟରେ ପୁରୀ ପରିକ୍ରମା ପ୍ରକଳ୍ପ କାମ । ୧୧ ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର ହେବ ପ୍ରକଳ୍ପ ଦାୟିତ୍ୱ ।”

JEE , NEET ପାଇଁ ଏଣିକି ଅନଲାଇନରେ ପଢ଼ିବେ ସରକାରୀ କଲେଜ ପିଲା । ଜାଣନ୍ତୁ ଅନଲାଇନ୍ କୋଚିଙ୍ଗ ସମୟ ।

କନକ ବ୍ୟୁରୋ: ଜେଇଇ ଓ ନିଟ୍ ପାଇଁ ଏବେ ଅନଲାଇନରେ ପଢ଼ିବେ ସରକାରୀ କଲେଜର ପିଲା । ଆଉ ଏହି ଅନଲାଇନ୍ କ୍ଲାସ ମଧ୍ୟ ଆରମ୍ଭ ହୋଇଛି । ପ୍ରତିଦିନ ସକାଳ ୮.୩୦ ରୁ ୧୦ ଓ ମଧ୍ୟାହ୍ନ ୨ରୁ ୪ଟା ପର୍ଯ୍ୟନ୍ତ ଏହି କ୍ଲାସ ୨ଟି ପର୍ଯ୍ୟାୟରେ ହେବ । ରବିବାର ଆଉ ସରକାରୀ ଛୁଟିକୁ ଛାଡ଼ିଲେ ସବୁଦିନ ଅନଲାଇନ୍ ବା ଜୁମ୍ରେ ପାଠ ପଢିବେ ବିଦ୍ୟାର୍ଥୀ । ଅନଲାଇନ୍ କ୍ଲାସ ପାଇଁ କୌଣସି ଆବେଦନରContinue reading “JEE , NEET ପାଇଁ ଏଣିକି ଅନଲାଇନରେ ପଢ଼ିବେ ସରକାରୀ କଲେଜ ପିଲା । ଜାଣନ୍ତୁ ଅନଲାଇନ୍ କୋଚିଙ୍ଗ ସମୟ ।”

ହଷ୍ଟେଲରୁ ମିଳିଲା ସପ୍ତମ ଶ୍ରେଣୀ ଛାତ୍ରର ଝୁଲନ୍ତା ମୃତଦେହ । ପୁଅର ମୃତ୍ୟୁ ପାଇଁ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲା ପରିବାର ।

କନକ ବ୍ୟୁରୋ: ରାଉରକେଲା ବିପିୟୁଟି ନିକଟରେ ଥିବା ଏକ ହଷ୍ଟେଲରୁ ଜଣେ ସପ୍ତମ ଶ୍ରେଣୀ ଛାତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ଗୁରୁଣ୍ଡିଆ ବ୍ଲକ ସୋଲ ଟୁକୁଡା ଗାଁର କିଷ୍ଣା କୁଜୁର । ସୋମବାର ହଷ୍ଟେଲର ସମସ୍ତ ଛାତ୍ର ସ୍କୁଲ ଯାଇଥିବା ବେଳେ କ୍ରିଷ୍ଣା ନିଜ ରୁମ୍ରେ ଥିଲେ । କିନ୍ତୁ କିଛି ପରେ ହଠାତ୍ ରୁମରେ କ୍ରିଷ୍ଣାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ପୁଲିସ ଘଟଣା ସ୍ଥଳରେ ପହଂଚିContinue reading “ହଷ୍ଟେଲରୁ ମିଳିଲା ସପ୍ତମ ଶ୍ରେଣୀ ଛାତ୍ରର ଝୁଲନ୍ତା ମୃତଦେହ । ପୁଅର ମୃତ୍ୟୁ ପାଇଁ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲା ପରିବାର ।”

Design a site like this with WordPress.com
Get started