କନକ ବ୍ୟୁରୋ: ପ୍ରଥମେ ବିବାହ ପ୍ରଲୋଭନ ଦେଖାଇ ସର୍ମ୍ପକ ସ୍ଥାପନ କଲେ । ଆଉ ପରେ ମିଠା ମିଠା କଥା ଠକି ନେଲେ ଲକ୍ଷାଧିକ ଟଙ୍କା । ଏମିତି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗର ଯୁବତୀ । ସମ୍ବଲପୁର ଟାଉନ ଥାନା ଅଂଚଳର ରାହୁଲ ରକ୍ଷିତ ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ଠାରୁ ୬୪ ଲକ୍ଷ ଠକି ନେଇଥିବା ଅଭିଯୋଗ ହୋଇଛି । ଏନେଇ ସମ୍ବଲପୁର ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ । ବଢ଼ିଲା ଝିଅକୁContinue reading “ମାଟ୍ରିମୋନୀରୁ ସମ୍ପର୍କ, ଠକେଇରେ ଶେଷ: ୬୪ ଲକ୍ଷ ଠକି ନେଲା ମିଛ ପ୍ରେମିକ!”
Category Archives: News
୨୦୨୪ ନିର୍ବାଚନ ପୂର୍ବରୁ ଆସିଲା ଦେଶର ସବୁଠୁ ବଡ଼ ବୁଥବାହୁଡ଼ା ମତ: କାହାକୁ ବାଛିଲେ ୫ ରାଜ୍ୟର ଜନତା
କନକ ବ୍ୟୁରୋ: ୨୦୨୪ ସାଧରଣ ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଛି ଦେଶର ସବୁଠୁ ବଡ଼ ବୁଥ ବାହୁଡ଼ା ମତ । ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼, ମିଜୋରାମ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଡିସେମ୍ବର ୩ରେ ହେବ ଭୋଟ ଗଣତି । ୨୦୨୪ ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ କୁହାଯାଉଛି । ତେଣୁ ଏହି ନିର୍ବାଚନରେ ଫଳାଫଳ କଣ ହେବ, ଏହା ଉପରେ ରହିଛି ସାରା ଦେଶର ନଜର । ଗଣତି ପୂର୍ବରୁ ଏଗ୍ଜିଟ୍ ପୋଲ୍Continue reading “୨୦୨୪ ନିର୍ବାଚନ ପୂର୍ବରୁ ଆସିଲା ଦେଶର ସବୁଠୁ ବଡ଼ ବୁଥବାହୁଡ଼ା ମତ: କାହାକୁ ବାଛିଲେ ୫ ରାଜ୍ୟର ଜନତା”
ସଂକଳ୍ପ ଯାତ୍ରାରେ ହିତାଧିକାରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ: ଭିଡିଓ କନଫରେନ୍ସରେ ବିକାଶ ଓ ବିଭିନ୍ନ ଯୋଜନାର ସୁବିଧା ନେଇ ଆଲୋଚନା
କନକ ବ୍ୟୁରୋ: ସରକାର ଯୋଜନା କରନ୍ତି, କିନ୍ତୁ ସେହି ଯୋଜନା ଲୋକଙ୍କ ପାଖରେ ପହଁଚୁଛି, କି ନାହିଁ ତାହା ଅନେକ ସମୟରେ ଜଣାପଡେନି । ଲୋକଙ୍କ ପାଖରେ ଯୋଜନାର ଲାଭ ପହଁଚିବାବେଳକୁ ବାଟ ମାରଣା ହୋଇଯାଇଥାଏ ବୋଲି ଅନେକ ସମୟରେ ଅଭିଯୋଗ ହୋଇଥାଏ । ହେଲେ, ଏବେ ସମୟ ବଦଳିବା ସହ , ଲୋକମାନଙ୍କ ପାଖରେ ସରକାରୀ ଯୋଜନା କେତେ ପହଁଚୁଛି, ତାହା ନିଜେ ପଚାରି ବୁଝୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି କ୍ରମରେ ଆଜିContinue reading “ସଂକଳ୍ପ ଯାତ୍ରାରେ ହିତାଧିକାରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ: ଭିଡିଓ କନଫରେନ୍ସରେ ବିକାଶ ଓ ବିଭିନ୍ନ ଯୋଜନାର ସୁବିଧା ନେଇ ଆଲୋଚନା”
ପଡୋଶୀ ଘରେ ଲୁଚି ଥିଲେ ଜେଇ: ଭିଜିଲାନ୍ସ ଚଢଉ ବେଳେ ଛାତ ଡେଇଁ ଚମ୍ପଟ ମାରିଥିଲେ କନିଷ୍ଠ ଯନ୍ତ୍ରୀ
କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଡିଛନ୍ତି ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ । ଭିଜିଲାନ୍ସ ଆସିଥିବା ଜାଣି ଲାଂଚୁଆ ବାବୁ ଛାତରୁ ଡିଆଁ ମାରି ପଡୋଶୀଙ୍କ ଘରେ ଲୁଚିଯାଇଥିଲେ । ଫେରାର ହେବାକୁ ଉଦ୍ୟମ ବି କରିଥିଲେ । ପ୍ରାୟ ୭-୮ ଘଂଟାର ଛକାପଞ୍ଝା ପରେ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀଙ୍କୁ ଧରିଥିଲେ ତଦନ୍ତକାରୀ ଦଳ । ଆଉ ଚଢାଉ ବେଳେ ବାବୁଙ୍କ ବାସଭବନର ସାଜସଜ୍ଜା, ସୌଖୀନ ସାମଗ୍ରୀ, କୋଟି କୋଟିContinue reading “ପଡୋଶୀ ଘରେ ଲୁଚି ଥିଲେ ଜେଇ: ଭିଜିଲାନ୍ସ ଚଢଉ ବେଳେ ଛାତ ଡେଇଁ ଚମ୍ପଟ ମାରିଥିଲେ କନିଷ୍ଠ ଯନ୍ତ୍ରୀ”
ଲାଗିଲା ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର: ପିଲାଙ୍କ ସାଇକେଲରେ କରାଗଲା ବ୍ରାଣ୍ଡିଂ
କନକ ବ୍ୟୁରୋ: ସ୍କୁଲ ପିଲାଙ୍କ ସାଇକେଲର ବ୍ରାଣ୍ଡିଂ କରିଛନ୍ତି ରାଜ୍ୟ ସରକାର । ନବମ ଶ୍ରେଣୀ ପିଲାଙ୍କ ସାଇକେଲରେ ଆଜି ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ର ଷ୍ଟିକର ଲଗାଇ ବ୍ରାଣ୍ଡିଂ କରାଯାଇଛି । ସେହିପରି ‘ଆମେ ପଢ଼ିବୁ ବଢ଼ିବୁ ଶ୍ରେଷ୍ଠ ହେବୁ’ ଷ୍ଟିକର ମଧ୍ୟ ସାଇକେଲରେ ଲଗାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ସେପଟେ ସବୁଜ ରଙ୍ଗର ଷ୍ଟିକରକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ । ସରକାର କହିଛନ୍ତି, ଏହି ନୂଆ ଯୋଜନା ସ୍କୁଲContinue reading “ଲାଗିଲା ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର: ପିଲାଙ୍କ ସାଇକେଲରେ କରାଗଲା ବ୍ରାଣ୍ଡିଂ”
ଓଡ଼ିଶାର ମାନ ବଢାଇଲେ ମନୀଷା: ଦେଶର ପ୍ରଥମ ମହିଳା ଏଡିସି ଭାବେ ପାଇଲେ ନିଯୁକ୍ତି
କନକ ବ୍ୟୁରୋ: ଓଡିଶାର ଗୌରବ ବଢାଇଲେ ଓଡିଆ ଝିଅ ମନୀଷା ପାଢୀ । ଦେଶର ପ୍ରଥମ ମହିଳା ଏଡିସି ଭାବେ ନିଯୁକ୍ତି ପାଇଲେ ଓଡିଆ ଝିଅ ମନୀଷା ପାଢୀ । ମିଜୋରାମ ରାଜ୍ୟପାଳ ଡ. ହରିବାବୁ କାମଭାମପତିଙ୍କ ଏଡିସି ଭାବେ ମନୀଷାଙ୍କୁ ନିଯୁକ୍ତି ମିଳିଛି । ଭୂବନେଶ୍ୱରର ମନୀଷାଙ୍କ ଏହି ସଫଳତା ରାଜ୍ୟ ତଥା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଡିସି ପଦରେ ପୁରୁଷଙ୍କ ଦବଦବା ଥିବାବେଳେ ମନୀଷା ପ୍ରଥମ ମହିଳା ଏଡିସି ହୋଇ ନୂଆContinue reading “ଓଡ଼ିଶାର ମାନ ବଢାଇଲେ ମନୀଷା: ଦେଶର ପ୍ରଥମ ମହିଳା ଏଡିସି ଭାବେ ପାଇଲେ ନିଯୁକ୍ତି”
ଛତିଶଗଡ ବିଧାନସଭା ଭୋଟିଂ ପରେ ଏକ୍ସଜିଟ୍ ପୋଲକୁ ନେଇ ବଢିଲା ଚର୍ଚ୍ଚା । ଜାଣନ୍ତୁ ଫେରିବ କି ବିଜେପି ନା କ୍ଷମତା ବଜାୟ ରଖିବେ ବଘେଲ
କନକ ବ୍ୟୁରୋ : ଛତିଶଗଡ ବିଧାନସଭା ପାଇଁ ଭୋଟ ଗ୍ରହଣ ସରିଛି । କେବଳ ବାକି ରହିଛି ଫଳାଫଳକୁ । ଡିସେମ୍ବର ୩ ତାରିଖରେ ଫଳାଫଳ ଆସିବା ପୂର୍ବରୁ ଆଜି ଅନେକ ସର୍ଭେ ସଂସ୍ଥା ସେମାନଙ୍କର ପୂର୍ବାନୁମାନ ରିପୋର୍ଟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । କ୍ଷମତାରେ ଥିବା କଂଗ୍ରେସ ପୁଣିଥରେ କ୍ଷମତାକୁ ଆସିବ ନା ରମଣ ସିଂ କଂଗ୍ରେସ ହାତରୁ କ୍ଷମତା ଛଡାଇContinue reading “ଛତିଶଗଡ ବିଧାନସଭା ଭୋଟିଂ ପରେ ଏକ୍ସଜିଟ୍ ପୋଲକୁ ନେଇ ବଢିଲା ଚର୍ଚ୍ଚା । ଜାଣନ୍ତୁ ଫେରିବ କି ବିଜେପି ନା କ୍ଷମତା ବଜାୟ ରଖିବେ ବଘେଲ”
ତେଲେଙ୍ଗାନାରେ ବିଆରଏସ ଉପରେ ଭାରି ପଡିବ କି କଂଗ୍ରେସ । ଜାଣନ୍ତୁ କଣ କହୁଛି ଏକ୍ସଜିଟ୍ ପୋଲ ରିପୋର୍ଟ
କନକ ବ୍ୟୁରୋ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ସରିଛି । ଏହାସହ ଭୋଟ ଗ୍ରହଣ ଶେଷ ହେବା ପରେ ଏକ୍ସଜିଟ୍ ପୋଲ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି । ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ନେଇ ପୋଲ ଅଫ୍ ପୋଲ୍ସ ଯେଉଁ ଆକଳନ କରିଛି ସେ ମୁତାବକ କଂଗ୍ରେସକୁ ୫୬ଟି ଆସନ ମିଳିପାରେ ଓ ଶାସକ ବିଆରଏସକୁ ୪୮ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି । ସେହିଭଳି ସିଏନଏନ ରିପୋର୍ଟ ମୁତାବକContinue reading “ତେଲେଙ୍ଗାନାରେ ବିଆରଏସ ଉପରେ ଭାରି ପଡିବ କି କଂଗ୍ରେସ । ଜାଣନ୍ତୁ କଣ କହୁଛି ଏକ୍ସଜିଟ୍ ପୋଲ ରିପୋର୍ଟ”
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଆସିଲା ଏକ୍ସଜିଟ୍ ପୋଲ ରିପୋର୍ଟ । ଜାଣନ୍ତୁ କଂଗ୍ରେସର କମଳନାଥ ନା ବିଜେପିର ଶିବରାଜ ସିଂ ହେବେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଡିସେମ୍ବର ୩ ତାରିଖରେ ଆସିବାକୁ ଯାଉଛି । ତା ପୂର୍ବରୁ କିଛି ସର୍ଭେ ସଂସ୍ଥା ସେମାନଙ୍କର ପୂର୍ବାନୁମାନ ରିପୋର୍ଟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ମୁତାବକ ମଧ୍ୟପ୍ରଦେଶରେ ପୁଣିଥରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ଜନ୍ କି ବାତର ରିପୋର୍ଟ ମୁତାବକ ମଧ୍ୟପ୍ରଦେଶରେ ବିଜେପିକୁ ୧୧୬ ଓ କଂଗ୍ରେସକୁ ୧୧୧ଟି ଆସନ ମିଳିପାରେ । ସେହିଭଳି ଟିଭି-୯ ରିପୋର୍ଟContinue reading “ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଆସିଲା ଏକ୍ସଜିଟ୍ ପୋଲ ରିପୋର୍ଟ । ଜାଣନ୍ତୁ କଂଗ୍ରେସର କମଳନାଥ ନା ବିଜେପିର ଶିବରାଜ ସିଂ ହେବେ ମୁଖ୍ୟମନ୍ତ୍ରୀ”
ଭୋଟ ଗଣତି ପୂର୍ବରୁ ଆସିଲା ‘ଜନ୍ କି ବାତ୍’ ର ପୂର୍ବାନୁମାନ ରିପୋର୍ଟ । ଜାଣନ୍ତୁ ରାଜସ୍ଥାନରେ କିଏ ଗଢିପାରେ ସରକାର
କନକ ବ୍ୟୁରୋ : ୫ଟି ରାଜ୍ୟରେ ବିଧାନସଭା ପାଇଁ ଭୋଟ ଗ୍ରହଣ ସରିଛି । ୩ ତାରିଖରେ ଆସିବାକୁ ଯାଉଛି ନିର୍ବାଚନ ଫଳାଫଳ । ତା ପୂର୍ବରୁ କିଛି ସର୍ଭେ ସଂସ୍ଥା ସେମାନଙ୍କର ଆଗୁଆ ଆକଳନ ରିପୋର୍ଟ ପ୍ରକାଶ କରିଛନ୍ତି । ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ହେଲେ ତେଲେଙ୍ଗାନା ଓ ମିଜୋରମରେ ଆଞ୍ଚଳିକ ଦଳମାନଙ୍କର ଦବଦବା ରହିପାରେ । ‘ଜନ୍ କି ବାତ୍’ ରContinue reading “ଭୋଟ ଗଣତି ପୂର୍ବରୁ ଆସିଲା ‘ଜନ୍ କି ବାତ୍’ ର ପୂର୍ବାନୁମାନ ରିପୋର୍ଟ । ଜାଣନ୍ତୁ ରାଜସ୍ଥାନରେ କିଏ ଗଢିପାରେ ସରକାର”