ଗଜପତି ପରେ ରାୟଗଡାରେ ବାଘ ଆତଙ୍କ । ନିଜେ ସୁରକ୍ଷିତ ରହିବା ସହ ଗୃହପାଳିତ ପଶୁଙ୍କୁ ଜଂଗଲକୁ ନଛାଡିବାକୁ ବନବିଭାଗର ପରାମର୍ଶ ।

କନକ ବ୍ୟୁରୋ: ଗତ କିଛି ଦିନ ହେଲା ବାଘକୁ ନେଇ ଗଜପତି ଓ ରାୟଗଡା ଜିଲ୍ଲାରେ ଆତଙ୍କ ଲାଗି ରହିଛି । ଗଜପତି ଜିଲ୍ଲାର ଆର ଉଦୟଗିରି ଅଂଚଳରେ ପ୍ରଥମେ ବାଘର ଆତଙ୍କ ଦେଖା ଦେଇଥିଲା । ଗଜପତି ବନ ବିଭାଗ ଏହି ବାଘକୁ ନେଇ ଜଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଇବା ପରେ ବାଘର ଫଟୋ କଏଦ ହୋଇଥିଲା । ଗତ କାଲି ସନ୍ଧ୍ୟାରେ ଏହି ବାଘଟି ଗଜପତି ଜିଲ୍ଲା ସୀମାନ୍ତ ଅତିକ୍ରମ କରିContinue reading “ଗଜପତି ପରେ ରାୟଗଡାରେ ବାଘ ଆତଙ୍କ । ନିଜେ ସୁରକ୍ଷିତ ରହିବା ସହ ଗୃହପାଳିତ ପଶୁଙ୍କୁ ଜଂଗଲକୁ ନଛାଡିବାକୁ ବନବିଭାଗର ପରାମର୍ଶ ।”

ଉଚ୍ଚ ବେତନର ଚାକିରି ଛାଡିଲେ, ଗାଁରେ ଖୋଲିଲେ ବୈଶାଳୀ ଡାଏରୀ । ଏବେ ମାସିକ ଲକ୍ଷାଧିକ ଟଙ୍କାର ରୋଜଗାର, ଯୁବପିଢୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଏ. ସୁରେନ୍ଦ୍ରନାଥ ।

କନକ ବ୍ୟୁରୋ : ବ୍ରହ୍ମପୁର ସଦରର କୁକୁଡ଼ାଖଣ୍ଡି ଗ୍ରାମରେ ଥିବା ବୈଶାଳୀ ଡାଏରୀର ଷ୍ଟାର୍ଟଅପ୍ ନିଶ୍ଚିତ ରୂପେ ଯୁବପୀଢ଼ିଙ୍କ ପାଇଁ ଏକ ପ୍ରେରଣାଯୋଗ୍ୟ କାହାଣୀ। ବିଟେକ୍ ଡିଗ୍ରୀଧାରୀ ଏ. ସୁରେନ୍ଦ୍ରନାଥଙ୍କୁ ନିଜ ଅଞ୍ଚଳ ପାଇଁ କିଛି କରିବା ପାଇଁ ପ୍ରବର୍ତ୍ତାଇଥିଲେ ତାଙ୍କ ବାପା, ଯାହାକି ଅଞ୍ଚଳବାସୀଙ୍କ ପାଇଁ ସହାୟକ ହେବ ଏବଂ ଅନ୍ୟ ବେକାରୀ ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ କରିବ। ଇଞ୍ଜିନିୟରିଂ ପଢ଼ିବା ପରେ ସୁରେନ୍ଦ୍ର ପୁନେର କମ୍ପାନୀରେ କାର୍ଯ୍ୟରତ ଥିଲେ। ସେ ଯେତେବେଳେ ବି ନିଜContinue reading “ଉଚ୍ଚ ବେତନର ଚାକିରି ଛାଡିଲେ, ଗାଁରେ ଖୋଲିଲେ ବୈଶାଳୀ ଡାଏରୀ । ଏବେ ମାସିକ ଲକ୍ଷାଧିକ ଟଙ୍କାର ରୋଜଗାର, ଯୁବପିଢୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଏ. ସୁରେନ୍ଦ୍ରନାଥ ।”

ହମାସର ନୂଆ ଚାଲ୍ । ବନ୍ଧକମାନଙ୍କୁ ପଠାଇ ଦେଉଛି ଅନ୍ୟ ଆତଙ୍କବାଦୀ ସଂଗଠନ ପାଖକୁ ।

ଆତଙ୍କବାଦୀ ସଂଗଠନ ହମାସ ଅନ୍ୟ ଆତଙ୍କବାଦୀ ସଂଗଠନ ପାଖକୁ ବନ୍ଧକ ଇସ୍ରାଏଲ ନାଗରିକମାନଙ୍କୁ  ପଠାଇ ଦେଉଛି । ଏହା ପ୍ରକାଶ ପାଇବା ପରେ ଆମେରିକୀୟ ଏବଂ ଇସ୍ରାଏଲ୍ ଏଜେନ୍ସିମାନେ ସତର୍କ ହୋଇଯାଇଛନ୍ତି । ହମାସ କବଳରେ ବନ୍ଦୀ ଥିବା ଲୋକମାନଙ୍କୁ ଅନ୍ୟ ସଂଗଠନକୁ ପଠାଯାଇଥିବା ନାଗରିକଙ୍କ ମଧ୍ୟରେ ଇସ୍ରାଏଲର ବିବାସଙ୍କ ପରିବାର ମଧ୍ୟ ଅନ୍ତର୍ଭୁକ୍ତ । ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ସାରା ବିଶ୍ୱର ନଜର ରହିଛି । ଦୁଇ ପକ୍ଷରୁ ହଜାରContinue reading “ହମାସର ନୂଆ ଚାଲ୍ । ବନ୍ଧକମାନଙ୍କୁ ପଠାଇ ଦେଉଛି ଅନ୍ୟ ଆତଙ୍କବାଦୀ ସଂଗଠନ ପାଖକୁ ।”

ଆଇଆଇସିଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା । କଟକ ବକ୍ସିବଜାର ସ୍ଥିତ ଘରୁ ମିଳିଲା ନଗଦ ୨୫ ଲକ୍ଷ । ଗତକାଲି ମିଳିଥିଲା ୭ ଲକ୍ଷ ।

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଡ଼ିଥିବା ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀଙ୍କ ଘରୁ ବିଡ଼ା ବିଡ଼ା ଟଙ୍କା ଜବତ । ଆଜି ସକାଳୁ ସକାଳୁ କଟକ ବକ୍ସିବଜାର ସ୍ଥିତ ସରକାରୀ ବାସଭବନରୁ ୨୫ ଲକ୍ଷ ଟଙ୍କା ମିଳିଥିବା ସୂଚନା ରହିଛି । ୫ଶହ ଟଙ୍କିଆ ଓ ଶହେ ଟଙ୍କିଆ ନୋଟ ଜବତ ହୋଇଥିବା ସୂଚନା ରହିଛି । ଗତକାଲି ଏକ ଘରୋଇ ବସ୍ରେ କଟକ ଆସୁଥିବାବେଳେ ଜୟପୁରରୁ ୫ କିଲୋମିଟର ଦୂର ଟାଙ୍କୁଆ ନିକଟରେContinue reading “ଆଇଆଇସିଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା । କଟକ ବକ୍ସିବଜାର ସ୍ଥିତ ଘରୁ ମିଳିଲା ନଗଦ ୨୫ ଲକ୍ଷ । ଗତକାଲି ମିଳିଥିଲା ୭ ଲକ୍ଷ ।”

ଋଣ ବୋଝ ସହିପାରିଲେନି । ୩ ପିଲାଙ୍କ ସହ ଆତ୍ମହତ୍ୟା କଲେ ଦମ୍ପତ୍ତି ।

କନକ ବ୍ୟୁରୋ: କର୍ଣ୍ଣାଟକ ତୁମକୁରୁ ସହରର ସଦାଶିବନଗର ଅଞ୍ଚଳରେ ଥିବା ଏକ ଘରୁ ଏକ ଦମ୍ପତି ଓ ସେମାନଙ୍କର ତିନି ପିଲାଙ୍କ ମୃତଦେହ ମିଳିଛି। ମୃତକମାନେ ହେଲେ ଗରୀବ ସାବ, ତାଙ୍କ ପତ୍ନୀ ସୁମୈୟା, ଝିଅ ହାଜିରା ଏବଂ ପୁଅ ମହମ୍ମଦ ଶଭନ ଓ ମହମ୍ମଦ ମୁନୀର। ସାବ ଜୀବିକା ପାଇଁ ‘କବାବ’ ବିକ୍ରି କରୁଥିଲେ। ସେ ତୁମକୁରୁର ଶିରା ତାଲୁକର ଲକ୍କେନାହଲ୍ଲୀ ଗ୍ରାମର ବାସିନ୍ଦା। ଋଣଭାରରେ ବୁଡ଼ି ରହିବା ଏବଂ ଋଣଦାତାଙ୍କ ନିର୍ୟାତନା ଯୋଗୁଁ ସେମାନେContinue reading “ଋଣ ବୋଝ ସହିପାରିଲେନି । ୩ ପିଲାଙ୍କ ସହ ଆତ୍ମହତ୍ୟା କଲେ ଦମ୍ପତ୍ତି ।”

ଟନେଲରେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆଉ ୫ରୁ ୬ ମିଟର ବାକି । ମାନୁଆଲ ଡ୍ରିଲିଂ ବେଳେ ହେଉଛି ସମସ୍ୟା । ସ୍ୱତନ୍ତ୍ର ଇଂଜିନିୟର ଟିମ୍ ନିୟୋଜିତ ।

କନକ ବ୍ୟୁରୋ: ଉତ୍ତରକାଶୀର ନିର୍ମାଣଧୀନ ସୁଡ଼ଙ୍ଗରେ ଫସିରିହିଥିବା ଶ୍ରମିକଙ୍କ ପାଖରେ ଶୀଘ୍ର ପହଞ୍ଚିବା ନେଇ ଆଶା ରହିଛି । ଶ୍ରମିକଙ୍କ ପାଖରେ ପହଞ୍ଚିିବା ପାଇଁ ଆଉ ମାତ୍ର ୫ରୁ ୬ମିଟର ବାକି ଥିବା କହିଛନ୍ତି ଟନେଲ ବିଶେଷଜ୍ଞ କ୍ରିସ୍ କୁପର । ଭୂସମାନ୍ତର ଭାବେ କରାଯାଉଥିବା ଡ୍ରିଲିଂକୁ ଜୋରଦାର କରାଯାଇଛି । ୫୭ମିଟର ପର୍ଯ୍ୟନ୍ତ ଡ୍ରିଲିଂ କରାଗଲେ ଶ୍ରମିକଙ୍କ ପାଖରେ ପହଞ୍ଚିହେବ । ଗତକାଲି ରାତିରୁ ସୁରୁଖୁରୁରେ ଡ୍ରିଲିଂ କାମ ଚାଲିଥିବ ଟନେଲ ବିଶେଷଜ୍ଞ କ୍ରିସ କୁପରContinue reading “ଟନେଲରେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆଉ ୫ରୁ ୬ ମିଟର ବାକି । ମାନୁଆଲ ଡ୍ରିଲିଂ ବେଳେ ହେଉଛି ସମସ୍ୟା । ସ୍ୱତନ୍ତ୍ର ଇଂଜିନିୟର ଟିମ୍ ନିୟୋଜିତ ।”

କଟକରେ ବସିବ କଳାଧନ ସମ୍ପର୍କିତ ଏସଆଇଟି ବୈଠକ । ନିଶା କାରବାର, ରିଅଲ ଇଷ୍ଟେଟ୍, କଳା ଟଙ୍କା ନିବେଶ ଉପରେ ହେବ ଆଲୋଚନା ।

କନକ ବ୍ୟୁରୋ: କଟକରେ ଏସଆଇଟି ବୈଠକ । ଉପାଧ୍ୟକ୍ଷ ଜଷ୍ଟିସ ଅର୍ଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ । ନିଶା କାରବାର, ରିଅଲ ଇଷ୍ଟେଟ୍, ଶିକ୍ଷାନୁଷ୍ଠାନ କ୍ଷେତ୍ରରେ କଳା ଟଙ୍କା ନିବେଶ ଉପରେ ହେବ ଆଲୋଚନା । ପୋଲିସ ଡିଜି, ଆୟକର ବିଭାଗ ଅଧିକାରୀଙ୍କ ସମେତ ବରିଷ୍ଠ ଅଧୀକାରୀ ଏହି ବୈଠକରେ ସାମିଲ ହେବେ । The post କଟକରେ ବସିବ କଳାଧନ ସମ୍ପର୍କିତ ଏସଆଇଟି ବୈଠକ । ନିଶା କାରବାର, ରିଅଲ ଇଷ୍ଟେଟ୍, କଳା ଟଙ୍କା ନିବେଶContinue reading “କଟକରେ ବସିବ କଳାଧନ ସମ୍ପର୍କିତ ଏସଆଇଟି ବୈଠକ । ନିଶା କାରବାର, ରିଅଲ ଇଷ୍ଟେଟ୍, କଳା ଟଙ୍କା ନିବେଶ ଉପରେ ହେବ ଆଲୋଚନା ।”

ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ ଶତପଥୀ । ବସରେ ଆସୁଥିବା ବେଳେଧରିଲା ଭିଜିଲାନ୍ସ । ନଗଦ ସାଢେ ୭ ଲକ୍ଷ ଟଙ୍କା ଜବତ

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଡ଼ିଥିବା ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀଙ୍କ ଘରେ ଏବେବି ଚାଲିଛି ତଲାସି । ଏକ ଘରୋଇ ବସରେ କଟକ ଆସୁଥିବାବେଳେ ଜୟପୁରରୁ ୫ କିଲୋମିଟର ଦୂର ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ଏହାସହ ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା, ଓ ବୈପାରୀଗୁଡା ଥାନାରେ ଥିବା ସୁଶାନ୍ତଙ୍କ ଚାମ୍ବରରୁ ଲକ୍ଷେ ୮୦ ହଜାର ଟଙ୍କା ଜବତ ହୋଇଛି । ଘରେ ଚଢାଉContinue reading “ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ ଶତପଥୀ । ବସରେ ଆସୁଥିବା ବେଳେଧରିଲା ଭିଜିଲାନ୍ସ । ନଗଦ ସାଢେ ୭ ଲକ୍ଷ ଟଙ୍କା ଜବତ”

କଚାଡି ମାରିଲା ହାତୀ । ସୁନ୍ଦରଗଡ ବଡଗାଁରେ ହାତୀ ଭୟ ।

କନକ ବ୍ୟୁରୋ: ହାତୀ ଆକ୍ରମଣରେ ଜଣେ ମୃତ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ଗରଗଡ଼ବାହାଲ ଗାଁରେ ଧାନ ବିଲକୁ ଜଗିବାକୁ ଯାଇଥିବା ବେଳେ କଚାଡ଼ି ମାରିଦେଲା ହାତୀ । ମୃତକ ଜଣକ ଗରଗଡ଼ବାହାଲ ଗାଁର ହିରାଲାଲ ବେହେରା । ଭୋର ସାଢ଼େ ୩ଟାରେ ବେଳେ ବିଲରେ ହାତୀ ପଶି ଫସଲ ନଷ୍ଟ କରୁଥିବା ଜାଣିବା ପରେ ହିରାଲାଲ ଧାନ ବିଲକୁ ଜଗିବାକୁ ଯାଇଥିଲେ । ଏହି ସମୟରେ କଚାଡ଼ି ମାରିଦେଇଛି ହାତୀ । ୩୦ ଟିକିଆContinue reading “କଚାଡି ମାରିଲା ହାତୀ । ସୁନ୍ଦରଗଡ ବଡଗାଁରେ ହାତୀ ଭୟ ।”

ବିଶ୍ୱକୁ ଘାରୁଛି ଗ୍ୟାଷ୍ଟ୍ରିକ୍ କର୍କଟ । ଜାଣନ୍ତୁ ଏହାର ଲକ୍ଷଣ ।

କନକ ବ୍ୟୁରୋ: ସାରା ବିଶ୍ୱରେ ଏବେ ଗ୍ୟାଷ୍ଟ୍ରିକ କର୍କଟ ଏବେ ପ୍ରମ୍ରୁଖ ରୋଗ ଭାବେ ବଢିଚାଲିଛି, ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏକ ଅଧ୍ୟୟନରୁ ଜଣାପଡିଛି ଦେଶରେ ଗ୍ୟାଷ୍ଟ୍ରିକ କର୍କଟ ରୋଗରେ ଉତର-ପୂର୍ବ ରାଜ୍ୟର ଅଧିକାଂଶ ଲୋକ ପ୍ରଭାବିତ ହେଉଛନ୍ତି । ଆକ୍ରାନ୍ତ ହୋଇଥିବା ମୋଟ ରୋଗୀଙ୍କ ମଧ୍ୟରେ ୭.୨ ପ୍ରତିଶତ ରୋଗୀ ହେଉଛନ୍ତି ଗ୍ୟାଷ୍ଟ୍ରିକ କର୍କଟ ରୋଗୀ । ଏହି ହାର ବିଶ୍ୱର ଅନ୍ୟ ଆକ୍ରାନ୍ତ ଅଂଚଳଠାରୁ ଢେର ଅଧିକ ।Continue reading “ବିଶ୍ୱକୁ ଘାରୁଛି ଗ୍ୟାଷ୍ଟ୍ରିକ୍ କର୍କଟ । ଜାଣନ୍ତୁ ଏହାର ଲକ୍ଷଣ ।”

Design a site like this with WordPress.com
Get started