କନକ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣାକୁ ୮ ମାସ ବିତିଗଲା । ଏହି ମର୍ମନ୍ତୁଦ ଦୁର୍ଘଟଣା ଅନେକ ପରିବାର ଉଜାଡ଼ି ଦେଇଛି । ଆଉ ଦୁର୍ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି । ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ସେକ୍ ସଲିମ । ଦୁର୍ଘଟଣାରେ ରକ୍ତ ଜୁଡ଼ୁବୁଡ଼ୁ ଅବସାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଏହାପରେ ଏବେବି ତାଙ୍କର ଚିକିତ୍ସା ଚାଲିଥିବା ବେଳେ ପରିବାର ପାଖରେ ଅର୍ଥ ନାହିଁ । ତେଣୁ ସାହାଯ୍ୟ ପାଇଁ ରେଳମନ୍ତ୍ରୀଙ୍କୁContinue reading “ବାହାନଗା ଦୁର୍ଘଟଣାର ୮ ମାସ ପରେ ବି ସରିନି ଯନ୍ତ୍ରଣା । ଏମ୍ସରେ ସହାୟତା ଅପେକ୍ଷାରେ ସଲିମ୍ । ଟ୍ୱିଟ୍ କରି ରେଳମନ୍ତ୍ରୀଙ୍କୁ ଜଣାଇଲେ ଦୁଃଖ । ।”
Category Archives: News
ହାତୀ ନେଲା ଜୀବନ । ଗାଧୋଇବାକୁ ନଦୀକୁ ଯାଇଥିବାବେଳେ ଦଳିଦେଲା ଦନ୍ତା ।
କନକ ବ୍ୟୁରୋ: ହାତୀ ନେଲା ଜୀବନ । ଶୌଚ ପାଇଁ ନଦୀକୁ ଯାଉଥିବା ବେଳେ ଦଳିଦେଲା ଦନ୍ତା । ଯାଜପୁର କୋରାଇ ବ୍ଲକ ତଣ୍ଡରା ଗାଁରେ ବଣୁଆ ହାତୀ ଆତଙ୍କ । ଆଜି ସକାଳେ ଉପେନ୍ଦ୍ର କର ନାମକ ବ୍ୟକ୍ତି ନଦୀକୁ ଶୌଚ ହେବାକୁ ଯାଉଥିବା ବେଳେ ଦଳି ଦେଇଛି ହାତୀ । ହାତୀ ଆକ୍ରମଣରେ ଉପେନ୍ଦ୍ରଙ୍କ ମୃତ୍ୟୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଘରୁ ବାହାରିବାକୁ ଭୟ କରୁଛନ୍ତି । ଗାଁରେ ବନଅଧିକାରୀContinue reading “ହାତୀ ନେଲା ଜୀବନ । ଗାଧୋଇବାକୁ ନଦୀକୁ ଯାଇଥିବାବେଳେ ଦଳିଦେଲା ଦନ୍ତା ।”
ବଟି ମାଗି ବନ୍ଧାହେଲା ଗ୍ୟାଙ୍ଗଷ୍ଟର ସକିଲ । ବିଲଡରକୁ ବଟି ମାଗିବାରୁ ସକିଲ ଓ ତାର ସହଯୋଗୀ ଗିରଫ ।
କନକ ବ୍ୟୁରୋ: ୨୦ ଲକ୍ଷ ଟଙ୍କା ଦାଦା ବଟି ମାଗିଲା ଗ୍ୟାଙ୍ଗଷ୍ଟର । ତାକୁ ଓ ସହଯୋଗୀଙ୍କୁ ଉଠାଇନେଲା ପୋଲିସ୍ । ଦୁଇ ବ୍ୟବସାୟୀଙ୍କୁ ୨୦ ଲକ୍ଷ ଟଙ୍କା ବଟି ମାଗି ଫସିଛି ଗ୍ୟାଙ୍ଗଷ୍ଟର ସେକ ସକିଲ । ସକିଲ ଓ ତାର ୫ ଜଣ ସହଯୋଗୀଙ୍କୁ ଉଠାଇ ନେଇଛି ପୋଲିସ୍ । ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ଗାଡ଼ି ଓ ଅନ୍ୟ କିିଛି ବେଆଇନ ସାମଗ୍ରୀ ଜବତ ହୋଇଛି । ଚୌଦ୍ୱାର ଜେଲରେ ଥିବା ସମୟରେContinue reading “ବଟି ମାଗି ବନ୍ଧାହେଲା ଗ୍ୟାଙ୍ଗଷ୍ଟର ସକିଲ । ବିଲଡରକୁ ବଟି ମାଗିବାରୁ ସକିଲ ଓ ତାର ସହଯୋଗୀ ଗିରଫ ।”
ଡାହାଣୀ ସନ୍ଦେହରେ ଭାଉଜକୁ ହତ୍ୟା କଲା ଦିଅର । ମୟୂରଭଞ୍ଜ ଜିଲ୍ଲା ପୋଖରିଆ ଗାଁର ଘଟଣା ।
କନକ ବ୍ୟୁରୋ: ଡାହାଣୀ ସନ୍ଦେହରେ ଭାଉଜକୁ ହତ୍ୟା । ଦିଅର ଘଟାଇଲା ବିଭତ୍ସ ହତ୍ୟା । ମୟୂରଭଞ୍ଜ ଜିଲ୍ଲା ଯୋକା ପଞ୍ଚାୟତ ପୋଖରିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ନେଉଥିବା ବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା । ଭାଉଜକୁ ଡାହାଣୀ ଲାଗୁଥିବା ସନ୍ଦେହ କରି ଅତି ଅମାନବୀୟ ଭାବେ ଦିୟର ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ସ୍ୱାମୀ । ଘଟଣା ସ୍ଥଳରେ ପୋଲିସ ପହଞ୍ଚିିContinue reading “ଡାହାଣୀ ସନ୍ଦେହରେ ଭାଉଜକୁ ହତ୍ୟା କଲା ଦିଅର । ମୟୂରଭଞ୍ଜ ଜିଲ୍ଲା ପୋଖରିଆ ଗାଁର ଘଟଣା ।”
ବିଜ୍ଞାପନରେ ସବୁଠୁ ଅଧିକ ଖର୍ଚ୍ଚ କରିଛି ବିଜେପି । ଗୁଗଲ ଆଡ୍ ଖର୍ଚ୍ଚରେ ଶୀର୍ଷରେ ବିଜେପି , ବର୍ଷକରେ ୧୯ କୋଟି ଖର୍ଚ୍ଚ ।
କନକ ବ୍ୟୁରୋ: ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜ୍ଞାପନ ରଣନୀତି । ବିଜ୍ଞାପନ ଜରିଆରେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରୁଛନ୍ତି ରାଜନୈତିକ ଦଳ । ଏଭଳି ଏକ ରିପୋର୍ଟ ଏବେ ସାମ୍ନାକୁ ଆସିଛି । ତଥ୍ୟ ଅନୁସାରେ ଗୁଗଲ ବିଜ୍ଞାପନ ଖର୍ଚ୍ଚରେ ବିଜେପି ଶୀର୍ଷରେ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଫଳତାକୁ ଲୋକ ଲୋଚନକୁ ଆଣିବା ପାଇଁ ଗତ ଏକ ବର୍ଷରେ ୧୯ କୋଟି ଟଙ୍କା ଖର୍ଚ୍ଚ କରିଛି ଭାରତୀୟ ଜନତା ପାର୍ଟି ।Continue reading “ବିଜ୍ଞାପନରେ ସବୁଠୁ ଅଧିକ ଖର୍ଚ୍ଚ କରିଛି ବିଜେପି । ଗୁଗଲ ଆଡ୍ ଖର୍ଚ୍ଚରେ ଶୀର୍ଷରେ ବିଜେପି , ବର୍ଷକରେ ୧୯ କୋଟି ଖର୍ଚ୍ଚ ।”
ଶୀତ ଦିନେ ବି ପାଣି ପାଇଁ ହଟହଟା । ଟ୍ୟୁବୱେଲରୁ ବାହାରୁନି ପାଣି । ନାଳ ପାଣି ପିଉଛନ୍ତି ଶହଶହ ଲୋକେ ।
କନକ ବ୍ୟୁରୋ: ଶୀତ ନସରୁଣୁ ପାନୀୟ ଜଳ ସମସ୍ୟା । ସାଧାରଣତଃ ଗ୍ରୀଷ୍ମରେ ଅନେକ ସ୍ଥାନରୁ ଜଳ ସଂକଟର ଚିତ୍ର ଆସେ । ହେଲେ ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଡୁବୁରିସିଂ ଗାଁରେ ଲୋକଙ୍କୁ ମିଳୁନି ପିଇବା ପାଣି । ଯେଉଁ ନଳକୂପ ଅଛି ସେଥିରୁ ପାଣି ବାହାରୁନି । ବାଧ୍ୟ ହୋଇ ପିଇବା ପାଣି ପାଇଁ ନାଳ ଉପରେ ଲୋକେ ଭରସା କରୁଛନ୍ତି । ପ୍ରାୟ ଦୁଇ କିଲୋମିଟର ପାହାଡ଼ ତଳକୁ ଖସିଲେ ଗାଁContinue reading “ଶୀତ ଦିନେ ବି ପାଣି ପାଇଁ ହଟହଟା । ଟ୍ୟୁବୱେଲରୁ ବାହାରୁନି ପାଣି । ନାଳ ପାଣି ପିଉଛନ୍ତି ଶହଶହ ଲୋକେ ।”
ପାକିସ୍ତାନ ଉପରେ ଇରାନ୍ ଏୟାର ଷ୍ଟ୍ରାଇକକୁ ନେଇ ଭାରତର ପ୍ରତିକ୍ରିୟା । ପ୍ରତିରକ୍ଷା ପାଇଁ ଇରାନ୍ ଏଭଳି ନିଷ୍ପତ୍ତିି ନେଇଥିବା କହିଲା ଭାରତ ।
କନକ ବ୍ୟୁରୋ: ପାକିସ୍ତାନର ଆତଙ୍କୀ ସଙ୍ଗଠନ ଉପରେ ଇରାନ୍ ଆକ୍ରମଣକୁ ନେଇ ପ୍ରଥମ ଦେଶ ଭାବେ ପ୍ରତିକ୍ରିୟା ରଖିଛି ଭାରତ । ଇରାନର ଏୟାରଷ୍ଟ୍ରାଇକକୁ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଏଥିରେ କୁହାଯାଇଛି, ଆତ୍ମରକ୍ଷା ପାଇଁ ଇରାନ୍ ଏଭଳି ନିଷ୍ପତି ନେବାକୁ ବାଧ୍ୟ ହୋଇଛି । ବିଦେଶ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ବୟାନରେ କୁହାଯାଇଛି – ଏହି ମାମଲା ଇରାନ୍ ଓ ପାକିସ୍ତାନ ମଧ୍ୟରେ ରହିଛି । ହେଲେ,Continue reading “ପାକିସ୍ତାନ ଉପରେ ଇରାନ୍ ଏୟାର ଷ୍ଟ୍ରାଇକକୁ ନେଇ ଭାରତର ପ୍ରତିକ୍ରିୟା । ପ୍ରତିରକ୍ଷା ପାଇଁ ଇରାନ୍ ଏଭଳି ନିଷ୍ପତ୍ତିି ନେଇଥିବା କହିଲା ଭାରତ ।”
ମା’ କୋଳରୁ ଚୋରି ହୋଇଗଲା ଶିଶୁ ପୁତ୍ର । ଶୋଇଥିବାବେଳେ ମା’ ପାଖରୁ ଉଠାଇ ନେଲା ଦୁର୍ବୃତ୍ତ । ସିସିଟିଭିରେ କଏଦ ପୁରା ଘଟଣା ।
କନକ ବ୍ୟୁରୋ: ମା’ କୋଳରୁ ଚୋରି ହୋଇଗଲା ଶିଶୁ ପୁତ୍ର । ପୁଅ ଚୋରି ହେବାର ଦୃଶ୍ୟ ସିସିଟିଭିରେ ହେଲା କଏଦ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ । ଜଣେ ସ୍ୱାମୀ ପରିତ୍ୟକ୍ତ ମହିଳାଙ୍କ କୋଳରୁ ଶିଶୁ ପୁତ୍ରକୁ ଚୋରି କରି ନେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଗତ ରାତିରେ ଖଲ୍ଲିକୋଟର ଏକ ଦୋକାନ ବାରଣ୍ଡାରେ ମା ତାର ଏକ ୯ମାସର ପୁଅContinue reading “ମା’ କୋଳରୁ ଚୋରି ହୋଇଗଲା ଶିଶୁ ପୁତ୍ର । ଶୋଇଥିବାବେଳେ ମା’ ପାଖରୁ ଉଠାଇ ନେଲା ଦୁର୍ବୃତ୍ତ । ସିସିଟିଭିରେ କଏଦ ପୁରା ଘଟଣା ।”
ଡକାୟତି ଯୋଜନା କରିବାବେଳେ ମାଡି ବସିଲା ପୋଲିସ । ବନ୍ଧୁକ ଓ ମାରଣାସ୍ତ୍ର ସହ ୬ ଡକାୟତ ଗିରଫ ।
କନକ ବ୍ୟୁରୋ: ଡକାୟତି ଯୋଜନା କରିବା ବେଳେ ଡକାୟତ ଗ୍ୟାଙ୍ଗକୁ ମାଡି ବସିଲା ପୋଲିସ ଟିମ୍ । ୪ ଟି ଦେଶୀ ବନ୍ଧୁକ, ଗୋଟିଏ ଖେଳଣା ବନ୍ଧୁକ, ୬ଟି ଗୁଳି ସହ ୬ ଡକାୟତଙ୍କୁ ରାଉରକେଲା ପୋଲିସ ଗିରଫ କରିଛି । ଡିଏଭି ପୋଖରୀ ନିକଟ ପଡିଆରେ ଡକାୟତ ଦଳ ବସି ଉଦିତନଗର ଥାନା ଅଞ୍ଚଳର ଏକ ସୁନା ଦୋକାନ ଲୁଟ କରିବାକୁ ଯୋଜନା କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରିContinue reading “ଡକାୟତି ଯୋଜନା କରିବାବେଳେ ମାଡି ବସିଲା ପୋଲିସ । ବନ୍ଧୁକ ଓ ମାରଣାସ୍ତ୍ର ସହ ୬ ଡକାୟତ ଗିରଫ ।”
ଆଗ ପଛ ହୋଇ ଆରପାରିକୁ ଚାଲିଗଲେ ମା’ , ପୁଅ । ଗୋଟିଏ ଘରୁ ଆଗପଛ ହୋଇ ଉଠିଲା ଦୁଇଟି କୋକେଇ ।
କନକ ବ୍ୟୁରୋ: ଆଗ ପଛ ହୋଇ ଚାଲିଗଲେ ମା’ ଓ ପୁଅ । ପୁଅର ମୃତ୍ୟୁର ୨୪ ଘଣ୍ଟା ନପୁରୁଣୁ ଗୋଟିଏ ଘରୁ ଉଠିଲା ଦୁଇଟି କୋକେଇ, ଆଉ ମଶାଣୀରେ ଜଳିଲା ୨ଟି ଜୁଇ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ କାଞ୍ଜିଆପାଟଣା ଗାଁରେ । ମଙ୍ଗଳବାର ରବୀନ୍ଦ୍ର ମଲ୍ଲିକଙ୍କ ପୁଅ ପରେଶ ମଲ୍ଲିକ ଆତ୍ମହତ୍ୟା କରିଥିଲେ । ପୁଅର ଆତ୍ମହତ୍ୟା କରିଥିବା ଦୁଃଖକୁ ସହିନପାରି ବୁଧବାର ଆରପାରିକୁContinue reading “ଆଗ ପଛ ହୋଇ ଆରପାରିକୁ ଚାଲିଗଲେ ମା’ , ପୁଅ । ଗୋଟିଏ ଘରୁ ଆଗପଛ ହୋଇ ଉଠିଲା ଦୁଇଟି କୋକେଇ ।”