କନକ ବ୍ୟୁରୋ : ଦେଶରେ ଡିଜିଟାଲ କ୍ଷେତ୍ରରେ ଆସିବାକୁ ଯାଉଛି ବୈପ୍ଳବିକ ପରିବର୍ତନ । ଭବିଷ୍ୟତରେ ବାସ୍ତବ ରୂପ ନେବ ଡାଇରେକ୍ଟ ଟୁ ମୋବାଇଲ ବ୍ରଡକାଷ୍ଟିଂ ସିଷ୍ଟମ । ଏଣିକି ଲୋକମାନେ ବିନା ଇଂଟରନେଟ ବିନା ସିମକାର୍ଡରେ ନିଜ ମୋବାଇଲରେ ଲାଇଭ୍ ଭିଡିଓ ଦେଖିପାରିବେ । ପୂର୍ବରୁ ମୋବାଇଲ ବ୍ୟବହାରକାରୀଙ୍କୁ ଭିଡିଓ ଦେଖିବାକୁ ସିମକାର୍ଡ ଏବଂ ଇଂଟନେଟର ଆବଶ୍ୟକତା ପଡୁଥିବା ବେଳେ ବର୍ତମାନ ଏସବୁରୁ ଆଶ୍ୱସ୍ତି ମିଳିବ । ନେଟୱାର୍କ ଲୋଡ କମାଇବା ସହିତ ଟିଭି ଦେଖାContinue reading “ବିନା ଇଣ୍ଟରନେଟ ବିନା ସିମକାର୍ଡରେ ହେବ ଭିଡିଓ ଷ୍ଟ୍ରିମିଂ । ଖୁବଶୀଘ୍ର ଦେଶର ୧୯ଟି ସହରରେ ହେବ ପରୀକ୍ଷଣ”
Category Archives: News
ହାଇକୋର୍ଟ ଯିବେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ସରକାରୀ ବାସଭବନ ତୁରନ୍ତ ଖାଲି କରିବା ନୋଟିସକୁ ଦେବେ ଚ୍ୟାଲେଂଜ
କନକ ବ୍ୟୁରୋ : ହାଇକୋର୍ଟ ଯିବେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ଡିସେମ୍ବରରେ ଲୋକସଭାରୁ ବହିଷ୍କୃତ ହୋଇଥିବା ତୃଣମୂଳ ସାଂସଦ ମହୁଆ ମୋଇତ୍ରାଙ୍କୁ ପୁଣିଥରେ ସରକାରୀ ଘର ଛାଡିବାକୁ ନୋଟିସ୍ । ମଙ୍ଗଳବାର ତାଙ୍କ ସରକାରୀ ବଙ୍ଗଳାକୁ ତୁରନ୍ତ ଖାଲି କରିବାକୁ କୁହାଯାଇଛି । ଟିଏମସି ନେତ୍ରୀଙ୍କୁ ଇଷ୍ଟେଟ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ସମ୍ପଦା ନିର୍ଦ୍ଦେଶାଳୟ ସରକାରୀ ସମ୍ପଦା ପରିଚାଳନା ପାଇଁ କାର୍ଯ୍ୟ କରିଥାଏ । ନୋଟିସରେ କୁହାଯାଇଛି ଯେ ଯଦିContinue reading “ହାଇକୋର୍ଟ ଯିବେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ସରକାରୀ ବାସଭବନ ତୁରନ୍ତ ଖାଲି କରିବା ନୋଟିସକୁ ଦେବେ ଚ୍ୟାଲେଂଜ”
ପାକିସ୍ଥାନ ସୀମାରେ ପଶି ଇରାନର ଏୟାର ଷ୍ଟ୍ରାଇକ । ଆକ୍ରମଣ ପରେ ପରିଣାମ ଭୋଗିବାକୁ ଇରାନକୁ ପାକିସ୍ଥାନର ଚେତାବନୀ
କନକ ବ୍ୟୁରୋ : ଯେଉଁ ପାକିସ୍ତାନ ଅନ୍ୟ ଦେଶକୁ ନିଜ ଆତଙ୍କୀଙ୍କୁ ପଠାଇ ଆକ୍ରମଣ କରେ ଆଜି ସମାନ ସ୍ଥିିତି ନିଜେ ଭୋଗୁଛି । ଆତଙ୍କୀଙ୍କୁ ସମର୍ଥନ କରୁଥିବା, ପ୍ରୋତ୍ସାହନ ଦେଉଥିବା ପାକିସ୍ଥାନରେ ପଶି ବଡ ଧରଣର ଆକ୍ରମଣ କରିଛି ଇରାନ । ମିଳିଥିବା ସୂଚନା ଅନୁସାରେ ଜାନୁଆରୀ ୧୬ ଅଧରାତିରେ ଇରାନ-ପାକିସ୍ତାନ ସୀମାରେ ଥିବା ଆତଙ୍କୀ ସଂଗଠନ ଜୈଶ ଅଲ ଅଦଲ ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଛି ଇରାନ । କ୍ଷେପଣାସ୍ତ୍ର ମାଡ଼ରେContinue reading “ପାକିସ୍ଥାନ ସୀମାରେ ପଶି ଇରାନର ଏୟାର ଷ୍ଟ୍ରାଇକ । ଆକ୍ରମଣ ପରେ ପରିଣାମ ଭୋଗିବାକୁ ଇରାନକୁ ପାକିସ୍ଥାନର ଚେତାବନୀ”
ଯାତାୟତରେ କୁହୁଡି ସାଜିଛି କାଳ । ୨୪ଘଂଟାରେ ଯମୁନା ଏକ୍ସପ୍ରେସ ୱେରେ ୯ଟି ଦୁର୍ଘଟଣା, ୪୦ ଆହତ, ବିମାନ ସହ ରେଳ ଚଳାଚଳ ବାଧାପ୍ରାପ୍ତ
କନକ ବ୍ୟୁରୋ : କୁହୁଡ଼ି ପାଇଁ ଯାତାୟତ ବାଧାପ୍ରାପ୍ତ । ଘନ କୁହୁଡ଼ି ପାଇଁ ଦିଶୁନି ରାସ୍ତାଘାଟ । ପାଦେ ଚାଲିବା ପାଇଁ ମଧ୍ୟ ବାଧା ସାଜୁଛି ବାୟୁ ପ୍ରଦୁଷଣ ସାଙ୍ଗକୁ କୁହୁଡି । ବିଶେଷ ପରି ହାଇୱେ ଓ ହାଇୱେ ଏକ୍ସପ୍ରେସ ୱେରେ ଦ୍ରୁତ ଗତିରେ ଯାତାୟତ କରୁଥିବା ଗାଡିଗୁଡିକ ଦୁର୍ଘଟଣାର ଶିକାର ହେଉଛନ୍ତି । ଗତ ୨୪ ଘଂଟା ଭିତରେ ଯମୁନା ଏକ୍ସପ୍ରେସ ୱେରେ ୯ଟି ଦୁର୍ଘଟଣା ଘଟିବା ସହ ୪୦ଜଣ ଆହତ ହୋଇଥିବାContinue reading “ଯାତାୟତରେ କୁହୁଡି ସାଜିଛି କାଳ । ୨୪ଘଂଟାରେ ଯମୁନା ଏକ୍ସପ୍ରେସ ୱେରେ ୯ଟି ଦୁର୍ଘଟଣା, ୪୦ ଆହତ, ବିମାନ ସହ ରେଳ ଚଳାଚଳ ବାଧାପ୍ରାପ୍ତ”
ଦେଶରେ କମିଛି ଦାରିଦ୍ର୍ୟ! ଓଡିଶାରେ ବି ଦାରିଦ୍ର୍ୟ ହାର ୧୧ ପ୍ରତିଶତକୁ ହ୍ରାସ
କନକ ବ୍ୟୁରୋ: ରାଜ୍ୟରେ ଦାରିଦ୍ର୍ୟହାର କମିଛି । ନୀତି ଆୟୋଗ ରିପୋର୍ଟ ଏହା କହୁଥିବା ବେଳେ ଗ୍ରାଉଣ୍ଡଜିରୋରେ ବାସ୍ତବ ସ୍ଥିିତି କିଛି ଭିନ୍ନ କଥା କହୁଛି । ସାଧାରଣତଃ ଲୋକଙ୍କ ଆୟ ତୁଳନାରେ ବ୍ୟୟ ବଢିଛି । କିନ୍ତୁ ସବୁ ଦିନ କାମ ମିଳୁନାହିଁ । ଏଭଳି ସ୍ଥିତିରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନର ମାନକୁ ନେଇ ପ୍ରସ୍ତୁତ ହୋଇଥିବା ରିପୋର୍ଟ କେବଳ ରାଜନୈତିକ ପ୍ରଚାର ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ନୀତି ଆୟୋଗର ଏContinue reading “ଦେଶରେ କମିଛି ଦାରିଦ୍ର୍ୟ! ଓଡିଶାରେ ବି ଦାରିଦ୍ର୍ୟ ହାର ୧୧ ପ୍ରତିଶତକୁ ହ୍ରାସ”
ଚତୁର୍ଥ ଦିନରେ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା । ନାଗାଲାଣ୍ଡରେ ଦେଖିବାକୁ ମିଳୁଛି ରାହୁଲ ଗାନ୍ଧୀଙ୍କ କ୍ରେଜ,ବାଇକରର୍ସଙ୍କୁ ଭେଟିଲେ ରାହୁଲ
କନକ ବ୍ୟୁରୋ : ଚତୁର୍ଥ ଦିନରେ ପହଁଚିଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା । ବୁଧବାର ସକାଳୁ ରାହୁଲ ନାଗାଲାଣ୍ଡର ବିକେ ଟାଉନରୁ ପଦଯାତ୍ରାରେ ବାହାରିଥିବା ବେଳେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଛି । ପଦଯାତ୍ରାରେ ରାହୁଲ ଗାନ୍ଧୀ ବିିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହିତ ଆଲୋଚନା କରିଛନ୍ତି । ଜନସଭାରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ସମୟରେ କେନ୍ଦ୍ର ସରକାରଙ୍କ ଉପରେ ହମଲା କରିଛନ୍ତି ରାହୁଲContinue reading “ଚତୁର୍ଥ ଦିନରେ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା । ନାଗାଲାଣ୍ଡରେ ଦେଖିବାକୁ ମିଳୁଛି ରାହୁଲ ଗାନ୍ଧୀଙ୍କ କ୍ରେଜ,ବାଇକରର୍ସଙ୍କୁ ଭେଟିଲେ ରାହୁଲ”
କୋଲକାତାରୁ ଭୁବନେଶ୍ୱର: ‘କଫ୍ ସିରପ୍’ର ବେଆଇନ କାରବାର, କାଶ ପାଇଁ ନୁହେଁ ନିଶା ପାଇଁ ହେଉଛି ବ୍ୟବହାର
କନକ ବୁାରୋ: ରାଜଧାନୀରେ ବଢୁଛି ବେୟାଇନ କଫସିରପ୍ କାରବାର । କାଶ ପାଇଁ ନୁହେଁ ନିଶା ପାଇଁ ହେଉଛି କଫ୍ସିରପ୍ ବ୍ୟବହାର । କୋଲକାତାରୁ ଭୁବନେଶ୍ୱର ବେଆଇନ ଚାଲଣ ହେଉଥିବା ବେଳେ ୧୬୮୦ ବୋତଲ କଫସିରଫ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ । ବେଆଇନ କାରବାରର ମୁଖ୍ୟକୁ ଧରିବା ପାଇଁ ରାଜ୍ୟ ବାହାରକୁ ଯିବା ପାଇଁ ଯୋଜନା କରିଛି ପୁଲିସ । ଜବତ ହୋଇଥିବା ଲକ୍ଷାଧିକ ଟଙ୍କାର କଫ୍ ସିରପ୍ରContinue reading “କୋଲକାତାରୁ ଭୁବନେଶ୍ୱର: ‘କଫ୍ ସିରପ୍’ର ବେଆଇନ କାରବାର, କାଶ ପାଇଁ ନୁହେଁ ନିଶା ପାଇଁ ହେଉଛି ବ୍ୟବହାର”
ପ୍ରଭୁ ରାମଙ୍କ ପାଇଁ ଦେଶବିଦେଶର ଛୁଟୁଛି ଉପହାରର ସୁଅ । ହାଇଦ୍ରାବାଦରୁ ଆସିଲା ୧୨୬୫ କେଜିର ଲଡୁ, କର୍ଣ୍ଣାଟକରୁ ରାମନଗରୀକୁ ଗଡିଲା ସ୍ୱତନ୍ତ୍ର ରଥ
କନକ ବ୍ୟୁରୋ : ହାଇଦ୍ରାବାଦରୁ ପ୍ରଭୁ ରାମଙ୍କ ପାଇଁ ଆସିଲା ଉପହାର । ହାଇଦ୍ରାବାଦ ରାମଭକ୍ତ ନାଗଭୂଷଣ ରେଡ୍ଡୀ ନିଜ ହାତରେ ତିଆରି କରିଛନ୍ତି ୧୨୬୫ କେଜିର ଲଡୁ । ଲଡୁ ଯେପରି ଖରାପ ନହୁଏ ସେଥିପାଇଁ ଶୀତ ତାପ ନିୟନ୍ତ୍ରିତ କାଚରେ ଏହାକୁ ହାଇଦ୍ରାବାଦରୁ ଅଯୋଧ୍ୟାକୁ ପଠାଯାଇଛି । ୨୪ଜଣ ମିଠା କାରିଗର ଗୋଟିଏ ଦିନରେ ଏହି ବିଶାଳ ଲଡୁ ପ୍ରସ୍ତୁତ କରିଛନ୍ତି । ଡାଏଫ୍ରୁଟରେ ଲଡୁରେ ଲେଖାଯାଇଛି ଜୟଶ୍ରୀରାମ । ଲଡୁ ଗୁଡିକର ନାଁContinue reading “ପ୍ରଭୁ ରାମଙ୍କ ପାଇଁ ଦେଶବିଦେଶର ଛୁଟୁଛି ଉପହାରର ସୁଅ । ହାଇଦ୍ରାବାଦରୁ ଆସିଲା ୧୨୬୫ କେଜିର ଲଡୁ, କର୍ଣ୍ଣାଟକରୁ ରାମନଗରୀକୁ ଗଡିଲା ସ୍ୱତନ୍ତ୍ର ରଥ”
୨ୟ ଦିନରେ ଚାଲିଛି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଅନୁଷ୍ଠାନ କାର୍ଯ୍ୟକ୍ରମ । ରାମଲାଲଙ୍କ ବିଗ୍ରହ ପ୍ରବେଶ ପୂର୍ବରୁ ଗର୍ଭଗୃହର କରାଗଲା ପୂଜାର୍ଚ୍ଚନା
କନକ ବ୍ୟୁରୋ : ମର୍ଯ୍ୟାଦା ପୁରୁଷୋତମଙ୍କ ଆଗମନକୁ ନେଇ, ସବୁଠି ଉକ୍ରଣ୍ଠା, ସବୁଠି ଉତ୍ସାହ । ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅପେକ୍ଷା କରି ରହିଛି ସାରା ଭାରତବର୍ଷ । ଗର୍ଭଗୃହରେ ଶ୍ରୀରାମଙ୍କ ବାଳକ ରୂପର ବିଗ୍ରହ ସ୍ଥାପନ ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଂଚି ସାରିଛି । ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଯଜମାନର ଦାୟିତ୍ୱ ନିର୍ବାହ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକାଧିକ ନାଁ’କୁ ନେଇ ଚର୍ଚ୍ଚାContinue reading “୨ୟ ଦିନରେ ଚାଲିଛି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଅନୁଷ୍ଠାନ କାର୍ଯ୍ୟକ୍ରମ । ରାମଲାଲଙ୍କ ବିଗ୍ରହ ପ୍ରବେଶ ପୂର୍ବରୁ ଗର୍ଭଗୃହର କରାଗଲା ପୂଜାର୍ଚ୍ଚନା”
ମୁଖ୍ୟ ଯଜମାନ ହେବେ ପ୍ରଧାନମନ୍ତ୍ରୀ: ୩ ଦିନ ତପସ୍ୟା ଓ ଧ୍ୟାନ କରିବେ ମୋଦୀ
କନକ ବ୍ୟୁରୋ: ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅପେକ୍ଷା କରି ରହିଛି ସାରା ଭାରତବର୍ଷ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଜାନୁଆରୀ ୨୨ ତାରିଖରେ ନବ ନିର୍ମିତ ଶ୍ରୀରାମ ମନ୍ଦିର ଗର୍ଭଗୃହରେ ପ୍ରଭୁ ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ତେବେ ବଡ କଥା ହେଉଛି ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଯଜମାନର ଦାୟିତ୍ୱ ନିର୍ବାହ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମର୍ଯ୍ୟାଦା ପୁରୁଷୋତମଙ୍କ ଆଗମନକୁ ନେଇ,Continue reading “ମୁଖ୍ୟ ଯଜମାନ ହେବେ ପ୍ରଧାନମନ୍ତ୍ରୀ: ୩ ଦିନ ତପସ୍ୟା ଓ ଧ୍ୟାନ କରିବେ ମୋଦୀ”