ଦୁଲୁକିବ ବିଶ୍ୱର ସବୁଠୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚ । ଆଜିଠୁ ବରଗଡ଼ ପାଲଟିବ ମଥୁରା ନଗରୀ, ଅମ୍ବାପଲ୍ଲୀ ହେବ ଗୋପପୁର । ୧୧ ଦିନ ଚାଲିବ କଂସ ମହାରାଜଙ୍କ ରାଜୁତି ।

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, ବରଗଡ଼ ପାଲଟିବ ମଥୁରା ନଗରୀ, ଅମ୍ବାପାଲି ହେବ ଗୋପପୁର । ଜିରା ନଦୀ ପାଲଟିଯିବ ଯମୁନା, ଆଉ ବରଗଡ଼ ସହରବାସୀ ପାଲଟିଯିବେ ଜଣେ ଜଣେ କଳାକାର । ଗଣତନ୍ତ୍ରର ଶାସନ ଭିତରେ ୧୧ଦିନ ଧରି ଚାଲିବ ମହାରାଜ କଂସଙ୍କ ପ୍ରତିକାତ୍ମକ ରାଜତନ୍ତ୍ର । ଧନୁଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପୁରା ବରଗଡ଼ ସହର ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି । ୧୧ଦିନ ଧରି ବିଶ୍ୱର ସର୍ବବୃହତContinue reading “ଦୁଲୁକିବ ବିଶ୍ୱର ସବୁଠୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚ । ଆଜିଠୁ ବରଗଡ଼ ପାଲଟିବ ମଥୁରା ନଗରୀ, ଅମ୍ବାପଲ୍ଲୀ ହେବ ଗୋପପୁର । ୧୧ ଦିନ ଚାଲିବ କଂସ ମହାରାଜଙ୍କ ରାଜୁତି ।”

ଆଜି ପବିତ୍ର ମକର ସଂକ୍ରାନ୍ତି, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ଖୋର୍ଦ୍ଧା ଅଟ୍ରି ହଟକେଶ୍ୱର ମହାଦେବଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ ।

କନକ ବ୍ୟୁରୋ: ଆଜି ପବିତ୍ର ମକର ସଂକ୍ରାନ୍ତି, ଚଳଚଂଚଳ ରାଜ୍ୟର ପ୍ରମୁଖ ଦେବାଳୟ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି, ସେପଟେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଉଷ୍ମପ୍ରସବନ ଅଟ୍ରିର ଏକାଦଶ ରୁଦ୍ର ହଟନାଥ ହଟକେଶ୍ୱର ମହାଦେବଙ୍କ ପୀଠରେ ଭକ୍ତଙ୍କ ସମାଗମ । ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲୋକମାନେ କିପରି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିବେ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତିରେContinue reading “ଆଜି ପବିତ୍ର ମକର ସଂକ୍ରାନ୍ତି, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ଖୋର୍ଦ୍ଧା ଅଟ୍ରି ହଟକେଶ୍ୱର ମହାଦେବଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ ।”

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଆଜିଠୁ ୩ଦିନ ଧରି ଚାଲିବ ଯଜ୍ଞ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ । ଅଙ୍କୁର ପୂଜନ, ମଣ୍ଡଳ ସ୍ଥାପନ ହୋଇସାରିଥିବା ବେଳେ ଆଜିଠୁ ୩ଦିନ ଧରି ଚାଲିବ ଯଜ୍ଞ । ସ୍ରୋତୀୟ ବ୍ରାହ୍ମଣଙ୍କ ମନ୍ତ୍ରୋଚାରଣରେ ମୁଖରିତ ହେବ ଗଗନ ପବନ । ଅଖଣ୍ଡ ଦୀପ ସ୍ଥାପନ ପରେ ଅପରାହ୍ନ ୩ଟାରେ ଶ୍ରୀମନ୍ଦିର ରୋଷଶାଳାରୁ ଅଗ୍ନି ଅଣାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯିବ । ଯଜ୍ଞ ସାଙ୍ଗକୁ ଶ୍ରୀମନ୍ଦିର ଚାରିଦ୍ୱାରରେ ୬୦ଜଶ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରାContinue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଆଜିଠୁ ୩ଦିନ ଧରି ଚାଲିବ ଯଜ୍ଞ ।”

ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ରାସ୍ତା । ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରି ସ୍ୱାବଲମ୍ବୀ ଭୀମସେନ ।

କନକ ବ୍ୟୁରୋ; ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ରାସ୍ତା । ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରି ଭଲ ରୋଜଗାରର ଆଶା ରଖିଛନ୍ତି ଗଞ୍ଜାମ କର୍ପୁର ନୂଅ ଗାଁର ଭୀମସେନ ଦଳାଇ । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ରୁଣ ନେଇ ସେ ଏହି ଚାଷ ଆରମ୍ଭ କରିଛନ୍ତି । ଏଥିପାଇଁ ସେ ଭୁବନେଶ୍ୱରରେ ତାଲିମ ମଧ୍ୟ ନେଇଛନ୍ତି । କୁଣ୍ଡ ନିର୍ମାଣ, ମାଛ ଜାଅାଁଳ ରକ୍ଷଣା ବେକ୍ଷଣା ପାଇଁ ତାଲିମ ନେବା ପରେ କଲିକତାରୁ ମାଛ ଜାଅାଁଳContinue reading “ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ରାସ୍ତା । ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରି ସ୍ୱାବଲମ୍ବୀ ଭୀମସେନ ।”

କୋରାପୁଟରେ କଫି ଚାଷ ଭଳି ସଫଳ ହେବ ଟସର ଚାଷ । ଉପକୃତ ହେବେ ସ୍ଥାନୀୟ ଅଞ୍ଚଳର ଚାଷୀ ।

କନକ ବ୍ୟୁରୋ: ରେଶମ ଏକ ପୋକରୁ ବାହାରୁ ଥିବା ସୁତା । ଏହା ଦେଖିବାକୁ ଯେତିକି ସୁନ୍ଦର ଏଥିରୁ ତିଆରି ହୋଇଥିବା ବସ୍ତ୍ର ତା ଠାରୁ ଅଧିକା ସୁନ୍ଦର । ଅନ୍ୟ ଚାଷ ଭଳି ରେଶମ ଚାଷ କରି ଲାଭବାନ ହେଉଛନ୍ତି ଚାଷୀ । କୋରାପୁଟ ଜିଲ୍ଳାରେ ଏହି ଚାଷ ପାଇଁ ଉତ୍ତମ ଜଳବାୟୁ ଥିବା ବେଳେ ଏହି ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ଦେଖିବାକୁ ମିଳୁନାହିଁ । ତେଣୁ ଏହି ଚାଷର ପ୍ରଚାର ପ୍ରସାର ପାଇଁContinue reading “କୋରାପୁଟରେ କଫି ଚାଷ ଭଳି ସଫଳ ହେବ ଟସର ଚାଷ । ଉପକୃତ ହେବେ ସ୍ଥାନୀୟ ଅଞ୍ଚଳର ଚାଷୀ ।”

ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ‘ଆମ୍ବ ମଣିଷ’ । କରୋନା ମହାମାରୀ ସମୟରେ ଗାଁକୁ ଫେରି ଲଗାଇଛନ୍ତି ୫୦ ଲକ୍ଷ ଆମ୍ବ ଗଛ

କନକ ବ୍ୟୁରୋ: ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ମ୍ୟାଙ୍ଗୋ ମ୍ୟାନ୍ । ସବୁଜ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ନିଜେ ଗଛ ଲଗାଇବା ସହ ଅନ୍ୟମାନଙ୍କୁ ଗଛ ଲଗେଇବାର ବାର୍ତା ଦେଉଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ଅରଡ଼ପଲ୍ଲି ପଞ୍ଚାୟତର ଶୁଭବ୍ରତ ରାୟ । କରୋନା ମହାମାରୀ ସମୟରେ ବାହାର ରାଜ୍ୟରେ ରହି କାମ କରୁଥିବା ଶୁଭବ୍ରତ ଗାଁକୁ ଫେରିଥିଲେ । ଆମ୍ବ ଏକ ଅର୍ଥକାରୀ ଫଳ ହୋଇଥିବା ବେଳେ ଆମ୍ବ ଟାକୁଆ ସଂଗ୍ରହ କରି ଗଛ ଲଗାଇବା ଆରମ୍ଭ କଲେ ।Continue reading “ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ‘ଆମ୍ବ ମଣିଷ’ । କରୋନା ମହାମାରୀ ସମୟରେ ଗାଁକୁ ଫେରି ଲଗାଇଛନ୍ତି ୫୦ ଲକ୍ଷ ଆମ୍ବ ଗଛ”

ପେସା ଶିକ୍ଷକତା, ହେଲେ ନିଶା ପାଲଟିଛି ଚାଷ । ଘରୋଇ ଶିକ୍ଷାନୁଷ୍ଠାନରେ ଚାକିରି କରିବା ସହ ବହୁମୁଖୀ ଚାଷ କରୁଛନ୍ତି କାଇମନୀ ମହାନ୍ତ

କନକ ବ୍ୟୁରୋ: କୁହାଯାଏ କଠିନ ପରିଶ୍ରମ ଓ ଦୃଢ଼ ଆତ୍ମବିଶ୍ୱାସ ମଣିଷକୁ ସଫଳତା ଦେଇଥାଏ । ଯାହାର ଉଦାହରଣ ହେଉଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ସୁଲିଆ ଗାଁର କାଇମନୀ ମହାନ୍ତ । ଉଚ୍ଚଶିକ୍ଷା ପରେ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରିବା ସହ ବାଡ଼ିରେ କରିଛନ୍ତି ବହୁମୁଖୀ ଚାଷ । ତେବେ ଚାଷରୁ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରି ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କାଇମନୀ । ପେସା, ଶିକ୍ଷକତା ନିଶା ପାଲଟିଛି ଚାଷContinue reading “ପେସା ଶିକ୍ଷକତା, ହେଲେ ନିଶା ପାଲଟିଛି ଚାଷ । ଘରୋଇ ଶିକ୍ଷାନୁଷ୍ଠାନରେ ଚାକିରି କରିବା ସହ ବହୁମୁଖୀ ଚାଷ କରୁଛନ୍ତି କାଇମନୀ ମହାନ୍ତ”

ବାଉଁଶରେ ତିଆରି ହେଉଛି ସୁନ୍ଦର ସୁନ୍ଦର ହସ୍ତକଳା । କତା ଓ ବାଉଁଶରେ ଘରସଜ୍ଜା ସାମଗ୍ରୀ ତିଆରି କରୁଛନ୍ତି ମହାବୀର ଉତ୍ପାଦିକା ଗୋଷ୍ଠୀର ସଦସ୍ୟା

କନକ ବ୍ୟୁରୋ: ବାଉଁଶରେ ତିଆରି ହେଉଛି ସୁନ୍ଦର ସୁନ୍ଦର ଘରସଜ୍ଜା ସାମଗ୍ରୀ । ଆକର୍ଷଣୀୟ ଫୁଲତୋଡ଼ା, ଫୁଲଦାନୀ, ପେନ ଷ୍ଟାଣ୍ଡ, ୱାଲ ହ୍ୟାଙ୍ଗିଙ୍ଗ ଭଳି ଜିନିଷ ତିଆରି କରୁଛନ୍ତି ମହିଳା । ସେହିପରି ଘରେ ବ୍ୟବହାର ହେଉଥିବା ଝୁଡ଼ି, ଟୋକେଇ, କୁଲା, ଫୁଲ ଚାଙ୍ଗୁଡ଼ି ସାମଗ୍ର୍ରୀ ପ୍ରସ୍ତୁତ କରୁଛନ୍ତି ଭୋଗରାଇ ବ୍ଲକ ହୁଗୁଳି ପଞ୍ଚାୟତ ବରବରିଆ ଗାଁର ଏସଏଚଜି ମହିଳା । ମହାବୀର ଉତ୍ପାଦକ ଗୋଷ୍ଠୀର ମହିଳା ମାନେ ବାଉଁଶ ଓ ନଡ଼ିଆ କତାରେ ଏହି ସବୁContinue reading “ବାଉଁଶରେ ତିଆରି ହେଉଛି ସୁନ୍ଦର ସୁନ୍ଦର ହସ୍ତକଳା । କତା ଓ ବାଉଁଶରେ ଘରସଜ୍ଜା ସାମଗ୍ରୀ ତିଆରି କରୁଛନ୍ତି ମହାବୀର ଉତ୍ପାଦିକା ଗୋଷ୍ଠୀର ସଦସ୍ୟା”

ପେସା ଅଧ୍ୟାପକ, କାମ ଠକେଇ: ନକଲି ଭିଜିଲାନ୍ସ ଅଧିକାରୀ କହି ଠିକାଦାରଙ୍କୁ ଲଗାଇଲେ ଚୂନ

କନକ ବ୍ୟୁରୋ: ପେଶା ଅଧ୍ୟାପକ । କିନ୍ତୁ ନିଶା ପରକୁ ଚୂନା ଲଗେଇବା । ଠିକାଦାରଙ୍କୁ ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ଅଧ୍ୟାପକ । ନକଲି ଭିଜିଲାନ୍ସ ଅଧିକାରୀ ହୋଇ ଲୋକଙ୍କୁ ଭୂଆଁ ବୁଲାଉଥିଲେ ଅଧ୍ୟାପକ ମନୋଜ ମାଝୀ । ନିଜକୁ ଭିଜିଲାନ୍ସ ଏସପିର ପରିଚୟ ଦେଇ ୭ ଲକ୍ଷ ୭୦ ହଜାର ଟଂକା ଚୁନା ଲଗାଇ ଦେଇଛନ୍ତି । ଠିକାଦାରଙ୍କୁ ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ଏହି ନକଲି ଭିଜିଲାନ୍ସ ଏସପି । ପେସାରେ ଜଣେContinue reading “ପେସା ଅଧ୍ୟାପକ, କାମ ଠକେଇ: ନକଲି ଭିଜିଲାନ୍ସ ଅଧିକାରୀ କହି ଠିକାଦାରଙ୍କୁ ଲଗାଇଲେ ଚୂନ”

ଅଙ୍ଗନବାଡ଼ି କର୍ମୀ ବୈଶାଳୀ ପାଣ୍ଡେଙ୍କ କେମିତି ହେଲା ମୃତ୍ୟୁ? ପୁରୀ ଯିବା କହି ଘରୁ ବାହାରିଥିଲେ, ବ୍ରହ୍ମପୁରରେ ମୃତ୍ୟୁ

କନକ ବ୍ୟୁରୋ: ଅଙ୍ଗନୱାଡି କର୍ମୀ ବୈଶାଳୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ । ଓୟୋ ହୋଟେଲରେ ସେଇ କାଳରାତିରେ କଣ ଘଟିଥିଲା, ତାହା ଜଣାପଡ଼ୁନାହିଁ । ପୁରୀ ଯିବାକୁ କହି ଘରୁ ବାହାରିଥିଲେ ଓ ଫେରିଆସିବେ ବୋଲି ଫୋନ୍ରେ କହିଥିଲେ । କିନ୍ତୁ ଏକ ଘଂଟା ଭିତରେ ଏମିତି କଣ ଘଟିଲା ଯେ, ବୈଶାଳୀଙ୍କ ମୃତ୍ୟୁ ଘଟିଲା । ବୈଶାଳୀଙ୍କ ହାର୍ଟବିଟ୍ ବନ୍ଦ ହୋଇ ଯାଇଥିବା ନେଇ ତାଙ୍କ ଘର ଲୋକଙ୍କୁ ଫୋନ କରି ଜଣାଇଥିଲେ ସଂକେତContinue reading “ଅଙ୍ଗନବାଡ଼ି କର୍ମୀ ବୈଶାଳୀ ପାଣ୍ଡେଙ୍କ କେମିତି ହେଲା ମୃତ୍ୟୁ? ପୁରୀ ଯିବା କହି ଘରୁ ବାହାରିଥିଲେ, ବ୍ରହ୍ମପୁରରେ ମୃତ୍ୟୁ”

Design a site like this with WordPress.com
Get started