କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ପୂର୍ବରୁ ଶ୍ରୀକ୍ଷେତ୍ରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅରୁଣ ଷଢ଼ଙ୍ଗୀ । ଯଜ୍ଞସ୍ଥଳ, ଶ୍ରୀସେତୁ, ଶ୍ରୀମାର୍ଗ ଓ ଜଗନ୍ନାଥ ବଲ୍ଲଭ ଅଂଚଳ ବୁଲି ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ଡିଜି । ଏହି ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ କେନ୍ଦ୍ରାଂଚଳ ଆଇଜି ଓ ପୁରୀ ଏସ୍ପି । ୧୭ ଉଦ୍ଘାଟନୀ ଉତ୍ସବରେ ୪ ଥାକିଆ କଡା ସୁରକ୍ଷାରେ ରହିବ ଶ୍ରୀକ୍ଷେତ୍ର । ଟ୍ରାଫିକ୍, ଭିଆଇପି, ଭକ୍ତଙ୍କContinue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକର୍ପଣର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ପୋଲିସ ଡିଜି: ଚାରି ଥାକିଆ କଡା ସୁରକ୍ଷାରେ ରହିବ ଶ୍ରୀକ୍ଷେତ୍ର”
Tag Archives: News
ଶ୍ରୀଲଙ୍କା ନୌସେନା ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ଡଙ୍ଗା ମଧ୍ୟ ଜବତ କରାଯାଇଛି ।
ମତ୍ସ୍ୟଜୀବୀଙ୍କ ପ୍ରସଙ୍ଗ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସବୁବେଳେ ଉଠୁଥିବା ଏକ ବିବାଦୀୟ ପ୍ରସଙ୍ଗ । ଶ୍ରୀଲଙ୍କା ନୌସେନାର କର୍ମଚାରୀମାନେ ମଧ୍ୟ ପାଲ୍କ ଷ୍ଟ୍ରାଇଟରେ ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରକୁ ଗୁଳି ଚଳାଇ ଶ୍ରୀଲଙ୍କାର ଆଞ୍ଚଳିକ ଜଳକୁ ବେଆଇନ ଭାବେ ପ୍ରବେଶ କରିଥିବା ଅଭିଯୋଗରେ ସେମାନଙ୍କ ଡଙ୍ଗା ବୁଡ଼ାଇ ଦେଇଛନ୍ତି । ଦେଶର ଉତ୍ତର ଜାଫ୍ନା ଉପଦ୍ୱୀପ ଅଞ୍ଚଳରେ କରାଇନାଗର ଉପକୂଳରେ ଅବୈଧ ଶିକାର କରିବା ଅଭିଯୋଗରେ ଶ୍ରୀଲଙ୍କା ନୌସେନା ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛିContinue reading “ଶ୍ରୀଲଙ୍କା ନୌସେନା ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ଡଙ୍ଗା ମଧ୍ୟ ଜବତ କରାଯାଇଛି ।”
ଭାରତୀୟ ପାଣିପାଗ ବିଭାଗକୁ ହେଲା ୧୫୦ ବର୍ଷ । ଆଜିଠୁ ଓଡିଆ ସମେତ ୧୨ଟି ଭାଷାରେ ପଞ୍ଚାୟତସ୍ତରରେ ମିଳିବ ପାଣିପାଗ ସୂଚନା ।
କନକ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗ । ପାଣିପାଗ ସଂପର୍କରେ ସଠିକ୍ ସୂଚନା ଦେବାରେ ଦେଶର ବିଶ୍ୱସନୀୟ ସଂଖ୍ୟା । ବନ୍ୟା, ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍ଡି । କେବେ ବାତ୍ୟା ଆସିବ, କେଉଁଠି ଲ୍ୟାଣ୍ଡଫଲ କରିବ । ବାତ୍ୟାର ଗତିପଥ କ’ଣ ରହିବ, ତାର ସଠିକ୍ ଆକଳନ କରି ଅନେକ ସମୟରେ ପ୍ରଶଂସା ସାଉଁଟିଛି ଆଇଏମ୍ଡି । ଆଉ ଏହି ସଠିକ୍ ଆକଳନContinue reading “ଭାରତୀୟ ପାଣିପାଗ ବିଭାଗକୁ ହେଲା ୧୫୦ ବର୍ଷ । ଆଜିଠୁ ଓଡିଆ ସମେତ ୧୨ଟି ଭାଷାରେ ପଞ୍ଚାୟତସ୍ତରରେ ମିଳିବ ପାଣିପାଗ ସୂଚନା ।”
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଅପରାହ୍ନରୁ ଯଜ୍ଞ ଆରମ୍ଭ । ବେଦ ଉଚ୍ଚାରଣ, ମନ୍ତ୍ରଧ୍ୱନିରେ ମୁଖରିତ ହେବ ବଡଦାଣ୍ଡ ।
କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ । ଆଜିଠାରୁ ତିନି ଦିନ ପର୍ଯ୍ୟନ୍ତ ଚାଲିବ ହୋମଯଜ୍ଞ । ଏଥିପାଇଁ ବରଣ ହୋଇଥିବା ବ୍ରାହ୍ମଣମାନେ ଚଣ୍ଡୀପାଠ ସହ ଅନ୍ୟାନ୍ୟ ମନ୍ତ୍ରପାଠ କରୁଛନ୍ତି । ବେଦପାଠ ସାଙ୍ଗକୁ ନାମ ସଂକୀର୍ତନରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ଚାରି ଦ୍ୱାର । ଏହା ପରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରି ମହାଯଜ୍ଞର ଶୁଭାରମ୍ଭ କରାଯିବ । ଅପରାହ୍ନ ୩ଟାରେ ଶ୍ରୀମନ୍ଦିର ରୋଷଶାଳାରୁ ଅଗ୍ନି ଅଣାଯାଇContinue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଅପରାହ୍ନରୁ ଯଜ୍ଞ ଆରମ୍ଭ । ବେଦ ଉଚ୍ଚାରଣ, ମନ୍ତ୍ରଧ୍ୱନିରେ ମୁଖରିତ ହେବ ବଡଦାଣ୍ଡ ।”
ପରିକ୍ରମା ପ୍ରକଳ୍ପ ଉତ୍ସବକୁ ନେଇ ତେଜିଲା ରାଜନୀତି । ଲୋକାର୍ପଣ ଉତ୍ସବକୁ ବୟକଟ କଲେ ବିରୋଧୀ । ଲୋକାର୍ପଣକୁ ଦଳୀୟ କାର୍ଯ୍ୟକ୍ରମ କହିଲେ ବିଜେପି ସଭାପତି ।
କନକ ବ୍ୟୁରୋ: ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପକୁ ନେଇ ପୁରା ଅଞ୍ଚଳ ଉତ୍ସବ ମୁଖର ଥିବାବେଳେ ଏହାକୁ ନେଇ ରାଜନୀତି ଜୋର ଧରିଛି । ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି ବିରୋଧୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦଳୀୟ କାର୍ଯ୍ୟକ୍ରମ ବୋଲି କହିଛି ବିଜେପି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲContinue reading “ପରିକ୍ରମା ପ୍ରକଳ୍ପ ଉତ୍ସବକୁ ନେଇ ତେଜିଲା ରାଜନୀତି । ଲୋକାର୍ପଣ ଉତ୍ସବକୁ ବୟକଟ କଲେ ବିରୋଧୀ । ଲୋକାର୍ପଣକୁ ଦଳୀୟ କାର୍ଯ୍ୟକ୍ରମ କହିଲେ ବିଜେପି ସଭାପତି ।”
ଗାଜାରେ ଆଉ ଜଣେ ସାମ୍ବାଦିକଙ୍କର ମୃତ୍ୟୁ । ଚ୍ୟାନେଲର ଅଭିଯୋଗ – ଇସ୍ରାଏଲ ହତ୍ୟା କରିଛି
କାଇରୋର ଅଲ ଗାଡ ଚ୍ୟାନେଲର ଭିଡିଓ ସାମ୍ବାଦିକ ୟାଜାନ ଅଲ-ଜାୱାଇଡି ଗାଜାରେ ମୃତ୍ୟୁ ବରଣ କରିଛନ୍ତି । ଏହି ଚ୍ୟାନେଲ ତା ସାମ୍ବାଦିକଙ୍କୁ ଇସ୍ରାଏଲ ସେନା ହତ୍ୟା କରିଥିବାର ଅଭିଯୋଗ କରିଛି । ଗାଜାରେ ସାମ୍ବାଦିକଙ୍କ କ୍ରମାଗତ ମୃତ୍ୟୁକୁ ନେଇ ମିଳିତ ଜାତିସଂଘ ମଧ୍ୟ ଉଦ୍ବେଗ ପ୍ରକାଶ କରିଛି । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ହେବାର ତିନି ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ଏହି ଯୁଦ୍ଧ ଥମିବାର ନାଁ ନେଉନାହିଁ । ଇସ୍ରାଏଲ୍Continue reading “ଗାଜାରେ ଆଉ ଜଣେ ସାମ୍ବାଦିକଙ୍କର ମୃତ୍ୟୁ । ଚ୍ୟାନେଲର ଅଭିଯୋଗ – ଇସ୍ରାଏଲ ହତ୍ୟା କରିଛି”
ଅଯୋଧ୍ୟାରେ ପ୍ଲଟ୍ କିଣିଲେ ବିଗ୍ ବି ଅମିତାଭ ବଚ୍ଚନ । ମୁମ୍ବାଇଠାରୁ ବି ମୂଲ୍ୟବାନ୍ ଏଠିକାର ଜାଗା ।
କନକ ବ୍ୟୁରୋ: ଘର ତୋଳିବାକୁ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ଅଯୋଧ୍ୟାର ‘ଦି ସରଯୁ’ରେ ପ୍ଲଟ୍ କିଣିଛନ୍ତି । କିଣିଥିବା ପ୍ଲଟ୍ ବା ଜାଗାର ଆକାର ଓ ମୂଲ୍ୟ ବିଷୟରେ କୌଣସି ସୂଚନା ଦେବାକୁ ‘ଦି ହାଉସ୍ ଅଫ୍ ଅଭିନନ୍ଦନ ଲୋଢ଼ା’ ମନା କରିଦେଇଛନ୍ତି। କିନ୍ତୁ, ‘ରିୟଲ୍ ଇଷ୍ଟେଟ୍’ ଶିଳ୍ପସୂତ୍ରରୁ ଜଣାପଡ଼ିଛି ଯେ, ବଚ୍ଚନ ଯେଉଁ ପ୍ଲଟ୍ରେ ଘର ତିଆରି କରିବେ ତାହା ପ୍ରାୟ ୧୦,୦୦୦ ବର୍ଗ ଫୁଟ୍ ହେବ। ତା’ର ମୂଲ୍ୟ ୧୪.୫ କୋଟି ଟଙ୍କା।Continue reading “ଅଯୋଧ୍ୟାରେ ପ୍ଲଟ୍ କିଣିଲେ ବିଗ୍ ବି ଅମିତାଭ ବଚ୍ଚନ । ମୁମ୍ବାଇଠାରୁ ବି ମୂଲ୍ୟବାନ୍ ଏଠିକାର ଜାଗା ।”
ଚାଇନା ମାଞ୍ଜା ସୂତା ନେଲା ୨ ଶିଶୁଙ୍କ ଜୀବନ । ସବୁ ଦୋକାନ ତଲାସି କରୁଛି ପୋଲିସ ।
କନକ ବ୍ୟୁରୋ: ଘାତକ ପାଲଟିଛି ଚାଇନା ମାଞ୍ଜା ସୂତା । ମକର ସଂକ୍ରାନ୍ତିରେ ମାଞ୍ଜା ସୂତା ନେଇଛି ୨ ଶିଶୁଙ୍କ ଜୀବନ । ମଧ୍ୟପ୍ରଦେଶ ଧାର ଓ ଗୁଜୁରାଟର ମହିସାଗର ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁଇ ଶିଶୁଙ୍କ ବୟସ ଯଥାକ୍ରମେ ୪ ବର୍ଷ ଓ ୭ ବର୍ଷ । ସୂଚନା ମୁତାବକ, ଦୁଇଜଣ ଯାକ ଶିଶୁ ବାପାଙ୍କ ସହ ବାଇକରେଯାଉଥିବାବେଳେ ଦେଖାଯାଉନଥିବା ମାଜ୍ଞାସୂତା ସେମାନଙ୍କ ବେକରେ ଲାଗିଯାଇଥିଲା । ଜଣଙ୍କର ହସ୍ପିଟାଲରେ ମୃତ୍ୟୁContinue reading “ଚାଇନା ମାଞ୍ଜା ସୂତା ନେଲା ୨ ଶିଶୁଙ୍କ ଜୀବନ । ସବୁ ଦୋକାନ ତଲାସି କରୁଛି ପୋଲିସ ।”
ବାଇକ୍ ଆରୋହୀଙ୍କୁ କାଳ ହଉଛି ଗୁଡି ମାଞ୍ଜା ସୂତା । କଟକରେ ମାଞ୍ଜା ସୂତା ଲାଗି ୨ ଆହତ ।
କନକ ବ୍ୟୁରୋ: ମକର ସଂକ୍ରାନ୍ତିରେ ଅଘଟଣ । ଗୁଡ଼ି ସୂତା ଲାଗି ଦୁଇ ଜଣ ଆହତ ହୋଇଛନ୍ତି । କଟକ ବାଲିକୁହା ଛକ ନିକଟରେ ଏହି ଅଘଟଣ ଘଟିଛି । ଚାଇନା ସୂତା ଲାଗିଯିବାରୁ ବାଇକରେ ଯାଉଥିବା ଦୁଇ ଜଣ ଆହତ ହୋଇଛନ୍ତି । ଜଣଙ୍କ ବେକରେ ଆଘାତ ଲାଗିଥିବା ବେଳେ ଅନ୍ୟ ଜଣଙ୍କ ହାତ ପାପୁଲିରେ ଆଘାତ ଲାଗିଛି । ଆହତ ଦୁଇ ଜଣଙ୍କ ଘର ନିଆଳି ଅଞ୍ଚଳର । ଏମାନେ ବାଇକ୍ରେ କଟକ ଯାଉଥିବାContinue reading “ବାଇକ୍ ଆରୋହୀଙ୍କୁ କାଳ ହଉଛି ଗୁଡି ମାଞ୍ଜା ସୂତା । କଟକରେ ମାଞ୍ଜା ସୂତା ଲାଗି ୨ ଆହତ ।”
ଚମ୍ପୁଆ ବସଷ୍ଟାଣ୍ଡରୁ ଶିଶୁ କନ୍ୟା ଉଦ୍ଧାର । ବସ ତଳେ ଏକ ପ୍ଲାଷ୍ଟିକ ବ୍ୟାଗରୁ ମିଳିଲା ଶିଶୁ କନ୍ୟା ।
କନକ ବ୍ୟୁରୋ: ବସଷ୍ଟାଣ୍ଡରୁ ଶିଶୁ କନ୍ୟା ଉଦ୍ଧାର । ବସ୍ ତଳୁ ଉଦ୍ଧାର ହେଲା ଶିଶୁ କନ୍ୟା । କେନ୍ଦୁଝର ଚମ୍ପୁଆ ବସଷ୍ଟାଣ୍ଡରୁ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଏକ ପ୍ଲାଷ୍ଟିକ୍ ବ୍ୟାଗ୍ ଭିତରୁ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଗତକାଲି ରାତି ପାଖାପାଖି ୯ଟା ସମୟରେ ବସଷ୍ଟାଣ୍ଡରେ ଏକ ବସ୍ର ହେଲ୍ପର ବସ୍ ତଳେ ଶିଶୁ ଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ସ୍ଥାନୀୟ ଲୋକଙ୍କୁ ଖବର ଦେବା ପରେ ପୋଲିସକୁContinue reading “ଚମ୍ପୁଆ ବସଷ୍ଟାଣ୍ଡରୁ ଶିଶୁ କନ୍ୟା ଉଦ୍ଧାର । ବସ ତଳେ ଏକ ପ୍ଲାଷ୍ଟିକ ବ୍ୟାଗରୁ ମିଳିଲା ଶିଶୁ କନ୍ୟା ।”