ମହୁମାଛିଙ୍କ ଆକ୍ରମଣରେ ୬୪ ପେଙ୍ଗୁଇନ ମୃତ, କାରଣ ଜାଣି ବୈଜ୍ଞାନିକ ବି ଚକିତ

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ଯାହାର କାରଣ ଜାଣିବା ପରେ ସେଠିକାର ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜଣାପଡିନଥିବା ଏକ କାରଣରୁ ମହୁମାଛିମାନେ ରାଗରେ ୬୪ ଟି ଆଫ୍ରିକୀୟ ପେଙ୍ଗୁଇନଙ୍କୁ ହତ୍ୟା କରିଛନ୍ତି । ଯାହାକୁ ନେଇ ପେଙ୍ଗୁଇନ ପ୍ରଜାତି ଏବେ ବିପଦରେ ପଡିଛନ୍ତି । ସୂଚନା ମୁତାବକ ମହୁମାଛିମାନେ କୌଣସି କାରଣରୁ ରାଗିଯାଇ ପେଙ୍ଗୁଇନ ମାନଙ୍କର ଆଖିକୁ ଆକ୍ରମଣ କରିଥିଲେ । ମହୁମାଛିମାନେ ପେଙ୍ଗୁଇନମାନଙ୍କContinue reading “ମହୁମାଛିଙ୍କ ଆକ୍ରମଣରେ ୬୪ ପେଙ୍ଗୁଇନ ମୃତ, କାରଣ ଜାଣି ବୈଜ୍ଞାନିକ ବି ଚକିତ”

ଖୁବଶୀଘ୍ର ଲଞ୍ଚ୍ ହେବାକୁ ଯାଉଛି ‘ମେଡ ଇନ ଇଣ୍ଡିଆ’ର ଉଡନ୍ତା କାର, ୧୨୦ କି.ମି ସ୍ପିଡରେ ଉଡିବା ନେଇ ସୂଚନା

କନକ ବ୍ୟୁରୋ : ଦିନକୁ ଦିନ ସ୍ୱଦେଶୀ ଜ୍ଞାନ କୌଶଳରେ ଦେଶ ଆଗକୁ ବଢିବାରେ ଲାଗିଛି । ଅନ୍ୟ ଦେଶ ଉପରେ ନିର୍ଭର ନହୋଇ ନିଜେ କିଭଳି ଆମେ ଆମର ଆବଶ୍ୟକତା ଜିନିଷ ଉତ୍ପାଦନ କରିପାରିବା ତାହା ଉପରେ ଏବେ ଦେଶ କାମ କରୁଛି । ଏହି କ୍ରମରେ ‘ମେଡ ଇନ ଇଣ୍ଡିଆ’ ଯୋଜନା ମାଧ୍ୟମରେ ଭାରତ ପ୍ରସ୍ତୁତ କରିଛି ଉଡନ୍ତା କାର । ଏବେ ଆପଣଙ୍କୁ ଅଫିସ ଯିବା ବେଳେ ଟ୍ରାଫିକ୍ ଜାମ ଭଳି ସମସ୍ୟାରୁContinue reading “ଖୁବଶୀଘ୍ର ଲଞ୍ଚ୍ ହେବାକୁ ଯାଉଛି ‘ମେଡ ଇନ ଇଣ୍ଡିଆ’ର ଉଡନ୍ତା କାର, ୧୨୦ କି.ମି ସ୍ପିଡରେ ଉଡିବା ନେଇ ସୂଚନା”

ସୀମା ବିବାଦର ସମାଧାନ ପାଇଁ ଆଗେଇ ଆସିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି, ସମାଧାନ ପାଇଁ ଦେଲେ ୪ ପ୍ରସ୍ତାବ ।

କନକ ବ୍ୟୁରୋ : ସୀମା ବିବାଦର ସମାଧାନ ପାଇଁ ଆଗେଇ ଆସିଲେ କେନ୍ଦ୍ରମନ୍ତ୍ରୀ । ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସୀମାନ୍ତବର୍ତ୍ତୀ ଜିଲ୍ଲା କୋରାପୁଟ ଏବଂ ଗଜପତିରେ ଗାଁକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଆପୋଷ ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନ ମୋହନ ରେଡ୍ଡୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି । ଓଡିଶାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆନ୍ଧ୍ର ଏବଂ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକContinue reading “ସୀମା ବିବାଦର ସମାଧାନ ପାଇଁ ଆଗେଇ ଆସିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି, ସମାଧାନ ପାଇଁ ଦେଲେ ୪ ପ୍ରସ୍ତାବ ।”

ଯୋଗେନ୍ଦ୍ରଙ୍କ ଇ-ବାଇକ୍: ପେଟ୍ରୋଲରେ ଚାଲିବନି, ପରିବେଶ ପ୍ରଦୂଷଣ ହେବନି…

କନକ ବ୍ୟୁରୋ: ପେଟ୍ରୋଲରେ ଚାଲିବନି କି ପରିବେଶ ପ୍ରଦୂଷଣ ହେବନି । ପ୍ରକୃତି, ପରିବେଶ କଥା ଚିନ୍ତା କରି ନିଜ ପୁରୁଣା ବାଇକକୁ ଇ-ବାଇକରେ ବଦଳାଇଦେଲେ ଭୁବନେଶ୍ୱର କାରଗିଲ ବସ୍ତିର ଯୋଗେନ୍ଦ୍ର ମଲ୍ଲିକ । ଇ-ବାଇକ୍ ତେଲ ଖର୍ଚ୍ଚରୁ ଯେତିକି ଆଶ୍ୱସ୍ତି ଦେବ, ପରିବେଶ ପ୍ରଦୂଷଣକୁ ବି ସେତିକି ରୋକିବ । ଆଉ ପୁନଶ୍ଚ ପୃଥିବୀ ଗଢିବାରେ ଯୋଗେନ୍ଦ୍ରଙ୍କ ଏ ଉଦ୍ୟମ ବେଶ ସହାୟ ହେବ । ତେବେ ଭୁବନେଶ୍ୱର କାରଗିଲ ବସ୍ତିରେ ରହୁଥିବା ଯୋଗେନ୍ଦ୍ର ଜଣେContinue reading “ଯୋଗେନ୍ଦ୍ରଙ୍କ ଇ-ବାଇକ୍: ପେଟ୍ରୋଲରେ ଚାଲିବନି, ପରିବେଶ ପ୍ରଦୂଷଣ ହେବନି…”

ସ୍କୁଲରେ ପଡ଼ିଲା ରକ୍ତର ଛିଟା । ଶିକ୍ଷୟିତ୍ରୀ ସ୍ତ୍ରୀଙ୍କ ତଣ୍ଟି କାଟିଦେଲେ ଶିକ୍ଷକ ସ୍ୱାମୀ ।

କନକ ବ୍ୟୁରୋ : ଶିକ୍ଷୟିତ୍ରୀ ସ୍ତ୍ରୀଙ୍କ ତଣ୍ଟି କାଟିଲେ ଶିକ୍ଷକ ସ୍ୱାମୀ । ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟରେ ଏହି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀ ସଞ୍ଜୁରାଣୀ ଦେବତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାମୀ ପ୍ରଦୀପ ପଣ୍ଡାଙ୍କୁ କାବୁ କରି ଥାନାକୁ ନେଇଛି ପୋଲିସ । ଶିକ୍ଷୟିତ୍ରୀଙ୍କ କହିବା ଅନୁଯାୟୀ, ବର୍ଷକ ପୂର୍ବରୁ ଆଗଲପୁର ବନ୍ଧବାହାଲର ଶିକ୍ଷକ ପ୍ରଦୀପContinue reading “ସ୍କୁଲରେ ପଡ଼ିଲା ରକ୍ତର ଛିଟା । ଶିକ୍ଷୟିତ୍ରୀ ସ୍ତ୍ରୀଙ୍କ ତଣ୍ଟି କାଟିଦେଲେ ଶିକ୍ଷକ ସ୍ୱାମୀ ।”

ମ୍ୟାଚ୍ ପୂର୍ବରୁ ପୁଣି ଆଇପିଏଲରେ ପଶିଲା କରୋନା, କିନ୍ତୁ ଏଥର ବନ୍ଦ ହେବନି ମ୍ୟାଚ୍ ।

କନକ ବ୍ୟୁରୋ : ପୁଣି ଆଇପିଏଲରେ ପଶିଲା କରୋନା । ଭାରତ ପରେ ଏବେ ଦୁବାଇରେ ବି କରୋନାରେ ସଂକ୍ରମିତ ହୋଇଛନ୍ତି ଖେଳାଳୀ । ସନରାଇଜର୍ସ ହାଇଦ୍ରାବାଦର ଖେଳାଳୀ ଟି ନଟରାଜନ କରୋନା ପିଜଟିଭ ଚିହ୍ନଟ ହୋଇଛନ୍ତି । ନଟରାଜନ ନିଜକୁ ସଙ୍ଗରୋଧରେ ରଖିଛନ୍ତି । ତେବେ ନଟରାଜନଙ୍କ ସହ ଟିମର ଅନ୍ୟ ୬ ଜଣ ସଦସ୍ୟଙ୍କୁ ମଧ୍ୟ ସଙ୍ଗରୋଧରେ ରଖାଯାଇଛି । ନଟରାଜନଙ୍କ ଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳୁନଥିବା ବେଳେ ରିପୋର୍ଟ ପଜିଟିଭି ଆସିଛିContinue reading “ମ୍ୟାଚ୍ ପୂର୍ବରୁ ପୁଣି ଆଇପିଏଲରେ ପଶିଲା କରୋନା, କିନ୍ତୁ ଏଥର ବନ୍ଦ ହେବନି ମ୍ୟାଚ୍ ।”

ଆସାମ ସରକାରଙ୍କ ଅଜବ ନିଷ୍ପତ୍ତି: ଜାଳିଲେ ଶହଶହ ଗଣ୍ଡା ଶିଙ୍ଗ, ଶିକାରୀଙ୍କୁ ଦେଲେ ବାର୍ତ୍ତା

କନକ ବ୍ୟୁରୋ: ବିଶ୍ୱ ଗଣ୍ଡା ସୁରକ୍ଷା ଦିବସରେ ଆସାମ ସକରାର ନେଲେ ଭିନ୍ନ ଧରଣର ପଦକ୍ଷେପ । ଜାଳିଦେଲେ ୨୫୦୦ ଗଣ୍ଡାଙ୍କ ଶିଙ୍ଗ, ଶରୀରର ଅନ୍ୟାନ୍ୟ ଅଙ୍ଗ ଓ ହାତୀଦାନ୍ତ । ଗଣ୍ଡାର ଶିଙ୍ଗରେ କୌଣସି ଔଷଧୀୟ କାର୍ଯ୍ୟ ନାହିଁ ତେଣୁ ତାକୁ ଅଯଥା ଶିକାର ନକରିବାକୁ ଶିକାରୀଙ୍କୁ ବାର୍ତ୍ତା ଦେବାକୁ ଆସାମ ସରକାର ଏପରି ପଦକ୍ଷେପ ନେଇଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏଠାରେ ଉପସ୍ଥିତ ଥିଲେ ।”ବାରପେଟା, ମୋରିଗାନ, ବାରପେଟା, ମଙ୍ଗଲଡୋଇ, ତେଜପୁରContinue reading “ଆସାମ ସରକାରଙ୍କ ଅଜବ ନିଷ୍ପତ୍ତି: ଜାଳିଲେ ଶହଶହ ଗଣ୍ଡା ଶିଙ୍ଗ, ଶିକାରୀଙ୍କୁ ଦେଲେ ବାର୍ତ୍ତା”

ମଧ୍ୟ ପ୍ରଦେଶରେ ରହିଛି ଦେଶର ସବୁଠୁ ସୁନ୍ଦର ଗାଁ, ‘ବେଷ୍ଟ ଟୁରିଜିମ୍ ଭିଲେଜ’ ପାଇଁ ହୋଇଛି ନୋମିନେଟ

କନକ ବ୍ୟୁରୋ : ସାରା ବିଶ୍ୱରେ ଏବେ ଲୋକମାନେ ସହର ମୁହାଁ , କିଏ କାମ ଅନ୍ୱେଷଣରେ ତ କିଏ ଉନ୍ନତ ଶିକ୍ଷା ପାଇଁ । ସମସ୍ତେ ଏବେ ସହରରେ ରହିବାକୁ ପଶନ୍ଦ କରୁଛନ୍ତି । ହେଲେ ଆପଣ କେବେ ଭାବିଛନ୍ତି କି ଆପଣ ଚାହିଁଲେ ଆପଣଙ୍କ ଗାଁ ବି ସହର ଠାରୁ ସୁନ୍ଦର ହୋଇ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ । ଏମିତି ଏକ ଗାଁ ରହିଛି ମଧ୍ୟ ପ୍ରଦେଶରେ । ମଧ୍ୟContinue reading “ମଧ୍ୟ ପ୍ରଦେଶରେ ରହିଛି ଦେଶର ସବୁଠୁ ସୁନ୍ଦର ଗାଁ, ‘ବେଷ୍ଟ ଟୁରିଜିମ୍ ଭିଲେଜ’ ପାଇଁ ହୋଇଛି ନୋମିନେଟ”

ଗୁଲଗୁଲାରେ ବିଷ ଦେଇ ୫ଟି କୁକୁରଙ୍କୁ ମାରିଦେଲା ମଣିଷ । କଟକରୁ ଆସିଲା ମଣିଷସମାଜର ମୁଣ୍ଡ ନୁଆଁଇଦେବା ଭଳି ଖବର ।

କନକ ବ୍ୟୁରୋ : କଟକ ଚୌଦାର ଶଙ୍କରପୁର ଅଞ୍ଚଳରୁ ଏକ ଏମିତି ଖବର ସାମ୍ନାକୁ ଆସିଛି ଯାହା ମଣିଷ ସମାଜର ମୁଣ୍ଡକୁ ତଳକୁ କରିଦେବ । ମଣିଷ ଏତେ ତଳକୁ ବି ଖସିଯାଇପାରେ, ତାହା ଏହି ଘଟଣା ମୁହଁ ଖୋଲି ବର୍ଣ୍ଣନା କରୁଛି । ଖାଇବାରେ ବିଶ୍ୱାସର ବିଷ ଦେଇ ୫ଟି କୁକରଙ୍କ ଜୀବନ ନେଇଯାଇଛି ମଣିଷ । ଅରକ୍ଷିତ ସାହୁ ନାମକ ଜଣେ ବ୍ୟକ୍ତି ଗୁଲୁଗୁଲାରେ ଦାନାଦାର ଦେଇ କୁକୁରଙ୍କୁ ମାରିଦେଇଛି । ମିଳିଥିବା ସୂଚନାContinue reading “ଗୁଲଗୁଲାରେ ବିଷ ଦେଇ ୫ଟି କୁକୁରଙ୍କୁ ମାରିଦେଲା ମଣିଷ । କଟକରୁ ଆସିଲା ମଣିଷସମାଜର ମୁଣ୍ଡ ନୁଆଁଇଦେବା ଭଳି ଖବର ।”

ମହନ୍ତ ନରେନ୍ଦ୍ର ଗିରିଙ୍କୁ ଦିଆଗଲା ଭୂ-ସମାଧି । ପ୍ରୟାଗରାଜର ବାଙ୍ଘମାରି ମଠରେ ମନ୍ତ୍ର ଉଚ୍ଚାରଣ ଭିତରେ ଦିଆଗଲା ସମାଧି । 

କନକ ବ୍ୟୁରୋ : ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଦିଆଗଲା ଭୂ-ସମାଧି । ପ୍ରୟାଗରାଜର ବାଙ୍ଘମାରି ମଠରେ ମନ୍ତ୍ରଉଚ୍ଚାରଣ ଭିତରେ ନରେନ୍ଦ୍ର ଗିରିଙ୍କୁ ସମାଧି ଦିଆଯାଇଛି । ଏହି ଅନ୍ତିମ ସଂସ୍କାର ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଅନେକ ସାଧୁ ସନ୍ଥ ।  ବିଭିନ୍ନ ଆଖଡା ଓ ମଠର ସାଧୁସନ୍ଥ ନରେନ୍ଦ୍ର ଗିରିଙ୍କ ସମାଧି ବେଳେ ସେଠାରେ ଉପସ୍ଥିତ ରହିଛନ୍ତି । ସମାଧି ଦିଆଯିବା ପୂର୍ବରୁ ତାଙ୍କ ମରଶରୀରକୁ ସଙ୍ଗମ ସ୍ଥଳକୁ ନିଆଯାଇଥିଲାContinue reading “ମହନ୍ତ ନରେନ୍ଦ୍ର ଗିରିଙ୍କୁ ଦିଆଗଲା ଭୂ-ସମାଧି । ପ୍ରୟାଗରାଜର ବାଙ୍ଘମାରି ମଠରେ ମନ୍ତ୍ର ଉଚ୍ଚାରଣ ଭିତରେ ଦିଆଗଲା ସମାଧି । “

Create your website with WordPress.com
Get started