କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ଲେଗ୍ ସ୍ପିନର ରବି ବିଷ୍ଣୋଇ ଅଷ୍ଟ୍ରେଲିଆ ବିରୋଧରେ ଖେଳାଯାଇଥିବା ୫ଟି ଟି-୨୦ ମ୍ୟାଚରେ ଭଲ ପ୍ରଦର୍ଶନ ପାଇଁ ପୁରସ୍କାର ମିଳିଛି । ଏହି କ୍ରମରେ ବିଷ୍ଣୋଇଙ୍କୁ ଟି-୨୦ ଫର୍ମାଟରେ ନମ୍ବର ୱାନ ବୋଲର ଭାବେ ରାଙ୍କ ମିଳିଛି । ସେ ଆଫଗାନିସ୍ତାନର ତାରକା ସ୍ପିନ ବୋଲର ରାଶିଦ ଖାନଙ୍କୁ ପଛରେ ପକାଇ ଦେଇଛନ୍ତି । ଏହାସହ ରବି ବିଷ୍ଣୋଇ ଜସପ୍ରିତ ବୁମରାହଙ୍କ କ୍ଲବରେ ସାମିଲ ହୋଇଛନ୍ତି । ବୁମରାହContinue reading “ରବି ବିଷ୍ଣୋଇଙ୍କ ଧମାକା । ରାଶିଦ ଖାନଙ୍କୁ ପଛରେ ପକାଇ ଟି-୨୦ ଫର୍ମାଟରେ ହେଲେ ନମ୍ବର ୱାନ ବୋଲର”
Tag Archives: News
ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ପିଲାଙ୍କୁ ଯୋଗାଇ ଦିଆଯିବ ପରୀକ୍ଷା ଢାଞ୍ଚା ସହ ସମାନ ଥିବା ନମୁନା ପ୍ରଶ୍ନପତ୍ର ।
କନକ ବ୍ୟୁରୋ: ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତି । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଢାଞ୍ଚା ସହ ସମାନ ଥିବା ନମୁନା ପ୍ରଶ୍ନପତ୍ର ଯୋଗାଇ ଦିଆଯିବ । ଫଳରେ ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରଶ୍ନପତ୍ରର ଫର୍ମାଟ ସମ୍ପର୍କରେ ଅଭ୍ୟସ୍ତ ହୋଇପାରିବେ । ଯାହାଦ୍ୱାରା ପରୀକ୍ଷା ସମୟରେ ପ୍ରଶ୍ନପତ୍ରକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ । ମାଟ୍ରିକ୍ ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ଏପରି ଏକ ଅଭିନବ ବ୍ୟବସ୍ଥା ହାତକୁ ନେଇଛନ୍ତି । ଏହି ନମୁନାContinue reading “ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ପିଲାଙ୍କୁ ଯୋଗାଇ ଦିଆଯିବ ପରୀକ୍ଷା ଢାଞ୍ଚା ସହ ସମାନ ଥିବା ନମୁନା ପ୍ରଶ୍ନପତ୍ର ।”
ନୂଆବର୍ଷରେ ଶୃଙ୍ଖଳିତ ଭାବେ ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ । ସେଂଟ୍ରାଲ ଏସି ଟନେଲ ଛାୟାପଥର ସେଡ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ
କନକ ବ୍ୟୁରୋ: ମହାପ୍ରଭୁଙ୍କ ଦର୍ଶନ ହେବ ଶୃଙ୍ଖଳିତ । ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆରମ୍ଭ ହେଲା ସେଂଟ୍ରାଲ ଏସି ଟନେଲ ଛାୟାପଥ ସେଡ୍ ନିର୍ମାଣ ପ୍ରକ୍ରିୟା । ପ୍ରାରମ୍ଭିକ ପର୍ଯ୍ୟାୟରେ ସେଡ୍ ନିର୍ମାଣ ପାଇଁ ଲ୍ୟାଣ୍ଡ ସର୍ଭେ ଆରମ୍ଭ ହୋଇଛି । ଡିଜାଇନ୍ ଅନୁସାରେ ୮୪ ମିଟର ଲମ୍ବ, ୧୨ ମିଟର ଚଉଡ଼ା ଓ ୫ ଲେୟର ବିଶିଷ୍ଟ ହେବ ଏହି ଟନେଲ । The postContinue reading “ନୂଆବର୍ଷରେ ଶୃଙ୍ଖଳିତ ଭାବେ ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ । ସେଂଟ୍ରାଲ ଏସି ଟନେଲ ଛାୟାପଥର ସେଡ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ”
ଲୋକସଭାରେ ଜମ୍ମୁ-କାଶ୍ମୀରକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ଗୃହମନ୍ତ୍ରୀ । କହିଲେ ଧାରା ୩୭୦ ପାଇଁ ଯାଇଛି ୪୫ ହଜାର ଲୋକଙ୍କ ଜୀବନ
କନକ ବ୍ୟୁରୋ : ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି କି, ଜମ୍ମୁ-କାଶ୍ମୀରୁ ଧାରା ୩୭୦ ହଟିବା କିଛି ଲୋକଙ୍କୁ ଝଟକା ଦେଇଛି । ଜମ୍ମୁ-କାଶ୍ମୀର ସଂରକ୍ଷଣ ସଂଶୋଧନ ଅଧିନିୟମ ୨୦୨୩ ଓ ଜମ୍ମୁ-କାଶ୍ମୀର ପୁନଃଗଠନ ସଂଶୋଧନ ବିଧେୟକ ୨୦୨୩ , ୧୭ ବର୍ଷ ଧରି ଯାହା ଉପରେ ଅନ୍ୟାୟ ହେଉଥିଲା ସେମାନଙ୍କୁ ନ୍ୟାୟ ଦେବା ପାଇଁ ମୋଦୀ ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇ ସେମାନଙ୍କୁ ନ୍ୟାୟ ଦେଇଛନ୍ତି ବୋଲି ଅମିତ୍ ଶାହା କହିଛନ୍ତି ।Continue reading “ଲୋକସଭାରେ ଜମ୍ମୁ-କାଶ୍ମୀରକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ଗୃହମନ୍ତ୍ରୀ । କହିଲେ ଧାରା ୩୭୦ ପାଇଁ ଯାଇଛି ୪୫ ହଜାର ଲୋକଙ୍କ ଜୀବନ”
ପାକିସ୍ତାନରେ ଆଉ ଏକ ଭାରତର ଶତ୍ରୁକୁ ହତ୍ୟା । କରାଚିରେ ଲଶ୍କରର ଅଦନାନ୍ କୁ ଗୁଳି, CRPF ଗାଡି ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା
ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର କୁଖ୍ୟାତ ଆତଙ୍କବାଦୀ ଅଦନାନ୍ ଅହମ୍ମଦକୁ କରାଚିରେ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି । ୨୦୧୬ ରେ ଜାମ୍ମୁ କାଶ୍ମୀରର ପାମ୍ପୋର ଅଞ୍ଚଳରେ CRPF କନଭେନ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥଲା ଅଦନାନ ଅହମ୍ମଦ । ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମାନଙ୍କୁ ବିଦେଶରେ ବିଶେଷ କରି ଏବେ ପାକିସ୍ତାନରେ ଜଣକ ପରେ ଜଣକୁ ହତ୍ୟା ଚାଲିଛି । ଅଜ୍ଞାତ ଆତତାୟୀଙ୍କ ଦ୍ଵାରା ଏମାନଙ୍କୁ କିଏ ହତ୍ୟା କରୁଛି କିଛିContinue reading “ପାକିସ୍ତାନରେ ଆଉ ଏକ ଭାରତର ଶତ୍ରୁକୁ ହତ୍ୟା । କରାଚିରେ ଲଶ୍କରର ଅଦନାନ୍ କୁ ଗୁଳି, CRPF ଗାଡି ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା”
ଛାଡିଗଲା ବର୍ଷା, ବଢିଲା ଚେନ୍ନାଇବାସୀଙ୍କ ଦୁର୍ଦ୍ଦଶା । ପାଣି ଘେରରେ ତଳିଆ ଅଂଚଳ, ଆକାଶ ମାର୍ଗରୁ ହେଲିକପ୍ଟର ବାଂଟୁଛି ଖାଦ୍ୟ ପୁଡିଆ
କନକ ବ୍ୟୁରୋ : ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତର ରୁପ ନେଇଛି । ବର୍ଷା ଛାଡି ଯାଇଛି ହେଲେ ଚେନ୍ନାଇ ସହରର ଦୁର୍ଦ୍ଦଶା ବଢିଯାଇଛି । ତଳିଆ ଅଂଚଳ ପାଣି ଘେରରେ ଥିବାରୁ ଲୋକ ହଇରାଣ ହେଉଛନ୍ତି । ବର୍ଷା ପାଣି ଘରେ ପଶିଥିବାରୁ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ବର୍ଷା ଜଳ ନିଷ୍କାସନ ହୋଇନପାରିବାରୁ ତଳିଆ ଅଂଚଳର ଲୋକେ ପାଣିଘେରରେ ରହିଛନ୍ତି । ଜଳବନ୍ଦୀ ହୋଇଥିବା ଲୋକଙ୍କୁ ସବୁଠୁ ବଡ ସମସ୍ୟା ପାଲଟିଛିContinue reading “ଛାଡିଗଲା ବର୍ଷା, ବଢିଲା ଚେନ୍ନାଇବାସୀଙ୍କ ଦୁର୍ଦ୍ଦଶା । ପାଣି ଘେରରେ ତଳିଆ ଅଂଚଳ, ଆକାଶ ମାର୍ଗରୁ ହେଲିକପ୍ଟର ବାଂଟୁଛି ଖାଦ୍ୟ ପୁଡିଆ”
ସଂସଦରେ ଆଦିବାସୀଙ୍କ ୩ ଗୁରୁତ୍ୱପୂର୍ଣ୍ଣ ଦାବି ଉଠାଇଲା ବିଜେଡି । ୫ ଭାଷାକୁ ମାନ୍ୟତା ଦେବା ସହ କେନ୍ଦୁପତ୍ରରୁ ୧୮% ଜିଏସଟି ହଟାଇବାକୁ ଦାବି କଲେ ସସ୍ମିତ ପାତ୍ର ।
କନକ ବ୍ୟୁରୋ : ସଂସଦରେ ଓଡ଼ିଶା ଆଦିବାସୀଙ୍କ ପାଇଁ ସ୍ୱର ଶାଣିତ କଲା ବିଜେଡି । ରାଜ୍ୟସଭାରେ ଆଦିବାସୀ ସମ୍ପ୍ରଦାୟର ୩ଟି ଦାବି ଉଠାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । କୁଇ ,ମୁଣ୍ଡାରି, ଭୂମିଜ, ହୋ, ସଉରା ଭାଷାକୁ ସମ୍ବିଧାନରେ ମାନ୍ୟତା ଦେବାକୁ ଦାବି କରିଛି ବିଜେଡି । ଏହି ଭାଷାକୁ ସମ୍ବିଧାନର ୮ମ ପରିଚ୍ଛେଦରେ ଅର୍ନ୍ତଭୁକ୍ତ କରିବାକୁ ଦାବି କରିନ୍ତି ସସ୍ମିତ । ଏଥିପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖିଥିବା ବେଳେ ଓଡିଶା ସରକାରଙ୍କContinue reading “ସଂସଦରେ ଆଦିବାସୀଙ୍କ ୩ ଗୁରୁତ୍ୱପୂର୍ଣ୍ଣ ଦାବି ଉଠାଇଲା ବିଜେଡି । ୫ ଭାଷାକୁ ମାନ୍ୟତା ଦେବା ସହ କେନ୍ଦୁପତ୍ରରୁ ୧୮% ଜିଏସଟି ହଟାଇବାକୁ ଦାବି କଲେ ସସ୍ମିତ ପାତ୍ର ।”
ଛତିଶଗଡ଼ ମୁହାଁ ଦୁର୍ବଳ ବାତ୍ୟା ମିଗଜୋମ । ଝିପି ଝିପି ବର୍ଷାରେ ଭିଜିଲା ଟୁଇନସିଟି, ସେପଟେ ପାଣିରେ ଭାସିଲା ପାଚିଲା ଧାନ
କନକ ବ୍ୟୁରୋ : ମିଗଜୋନ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ରହି ରହି ଝିପି ଝିପି ବର୍ଷା ହେଉଛି । ଏଥିସହ ପବନର ବେଗ ୩୦ରୁ ୪୦ କିମି ବେଗରେ ପବନ ବୋହୁଛି । ରାତି ତମାମ ଏଭଳି ସ୍ଥିତ ଲାଗି ରହଛି । ତେବେ ଏଯାଏଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ସେପଟେ ଜିଲ୍ଲାର ୩ଟି ସମ୍ବେଦନଶୀଳ ସ୍ଥାନ ମୋଟୁ, ଧୁଙ୍ଗିଆପୁଟ ଓ ଗିରକାନପାଲିଠାରେ ୩ଟି ଓଡ୍ରାଫ୍ ଟିମ ମୁତୟନ କରାଯାଇଛି । ସମସ୍ତ ବ୍ଲକContinue reading “ଛତିଶଗଡ଼ ମୁହାଁ ଦୁର୍ବଳ ବାତ୍ୟା ମିଗଜୋମ । ଝିପି ଝିପି ବର୍ଷାରେ ଭିଜିଲା ଟୁଇନସିଟି, ସେପଟେ ପାଣିରେ ଭାସିଲା ପାଚିଲା ଧାନ”
ଯାଜପୁର ରୋଡ ଉପକାରାଗାରରୁ ଝୁଲନ୍ତା ମୃତଦେହ ଉଦ୍ଧାର । ବେକରେ ଗାମୁଛା ଲଗାଇ ଝୁଲିପଡିଲେ ବିଚାରଧିନ କଏଦୀ ।
କନକ ବ୍ୟୁରୋ: ଜେଲରେ କଏଦୀଙ୍କ ଆତ୍ମହତ୍ୟା । ଯାଜପୁର ରୋଡ ରଗଡି ସବ ଜେଲରେ ଜଣେ ବିଚାରଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି । ଆଜି ସକାଳେ ଜେଲ ପରିସରରେ ଥିବା ଏକ ନିର୍ମାଣଧୀନ ଗୃହରେ ସେ ସୁଇସାଇଡ୍ କରିଛନ୍ତି । ବେକରେ ଗାମୁଛା ଲଗାଇ ଝୁଲିପଡିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।Continue reading “ଯାଜପୁର ରୋଡ ଉପକାରାଗାରରୁ ଝୁଲନ୍ତା ମୃତଦେହ ଉଦ୍ଧାର । ବେକରେ ଗାମୁଛା ଲଗାଇ ଝୁଲିପଡିଲେ ବିଚାରଧିନ କଏଦୀ । “
ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜୟ ପରେ ବିଜେପି ଫୋକସରେ ଓଡିଶା । ଆଗାମୀ ନିର୍ବାଚନ ରଣନୀତି ନେଇ ଦିଲ୍ଲୀ ଗସ୍ତରେ ରାଜ୍ୟ ସଭାପତି ମନମୋହନ ସାମଲ ।
କନକ ବ୍ୟୁରୋ: ତିନିଟି ରାଜ୍ୟ ବିପୁଳ ବିଜୟ ପରେ ଏବେ ବିଜେପି ଫୋକସରେ ଓଡିଶା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଏନେଇ ଦିଲ୍ଲୀରୁ ଡାକରା ଆସିଛି । ଆଉ ଡାକରା ପାଇଁ ଦିଲ୍ଲୀ ଯାଇଛନ୍ତି ମନମୋହନ । ଦିଲ୍ଲୀରେ କେନ୍ଦ୍ରୀୟ ଦଳଙ୍କ ସହ ଓଡିଶାର ଆଗାମୀ ନିର୍ବାଚନୀ ରଣନୀତି ନେଇ ଆଲୋଚନା କରିବେ । ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜୟ ପରେ ଏବେ ଓଡିଶାକୁ ଫୋକସରେ ରଖିଛନ୍ତି ବିଜେପିର କେନ୍ଦ୍ରୀୟ ଟିମ୍Continue reading “ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜୟ ପରେ ବିଜେପି ଫୋକସରେ ଓଡିଶା । ଆଗାମୀ ନିର୍ବାଚନ ରଣନୀତି ନେଇ ଦିଲ୍ଲୀ ଗସ୍ତରେ ରାଜ୍ୟ ସଭାପତି ମନମୋହନ ସାମଲ ।”