ଆହୁରି ସହଜ ହେବ ମାଟ୍ରିକ୍ ପରୀକ୍ଷା । ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ନମୁନା ପ୍ରଶ୍ନପତ୍ର । ପରୀକ୍ଷା ଢାଞ୍ଚା ପିଲାଙ୍କ ପାଖରେ ନମୁନା ପ୍ରଶ୍ନପତ୍ର ପହଞ୍ଚାଇବାକୁ ଡିଇଓଙ୍କୁ ଚିଠି ।

କନକ ବ୍ୟୁରୋ: ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତତି । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଢାଞ୍ଚା ସହ ସମାନ ଥିବା ନମୁନା ପ୍ରଶ୍ନପତ୍ର ଯୋଗାଇ ଦିଆଯିବ । ଫଳରେ ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରଶ୍ନପତ୍ରର ଫର୍ମାଟ ସମ୍ପର୍କରେ ଅଭ୍ୟସ୍ତ ହୋଇପାରିବେ । ଯାହାଦ୍ୱାରା ପରୀକ୍ଷା ସମୟରେ ପ୍ରଶ୍ନପତ୍ରକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ । ମାଟ୍ରିକ୍ ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ଏପରି ଏକ ଅଭିନବ ବ୍ୟବସ୍ଥା ହାତକୁ ନେଇଛନ୍ତି । ଏହି ପ୍ରଶ୍ନପତ୍ରContinue reading “ଆହୁରି ସହଜ ହେବ ମାଟ୍ରିକ୍ ପରୀକ୍ଷା । ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ନମୁନା ପ୍ରଶ୍ନପତ୍ର । ପରୀକ୍ଷା ଢାଞ୍ଚା ପିଲାଙ୍କ ପାଖରେ ନମୁନା ପ୍ରଶ୍ନପତ୍ର ପହଞ୍ଚାଇବାକୁ ଡିଇଓଙ୍କୁ ଚିଠି ।”

ଓଡ଼ିଶାରେ ବାତ୍ୟା ‘ମିଗଜୋମ୍’ ପ୍ରଭାବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା । ଗଜପତିରେ ଶିକ୍ଷାନୁଷ୍ଠାନ ବନ୍ଦ, କୋରାପୁଟରେ ଧସିଲା ମାଟି ଅତଡା ।  

କନକ ବ୍ୟୁରୋ: ବାତ୍ୟାର ପ୍ରଭାବ ଓଡିଶାରେ ବି ଦେଖିବାକୁ ମିଳିଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନୂଆପଡ଼ା, ଝାରସୁଗୁଡ଼ା ଆଦି ସ୍ଥାନରେ ବର୍ଷା ହୋଇଛି । ଆଜି ପୂର୍ବାହ୍ନ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ଆଜି ଗଜପତିରେ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡି ବନ୍ଦ ରହିବ । ସେପଟେ ବର୍ଷା ଯୋଗୁଁ କୋରାପୁଟରେ ମାଟିଅତଡା ଧସିଛି । ବୋରାରୁContinue reading “ଓଡ଼ିଶାରେ ବାତ୍ୟା ‘ମିଗଜୋମ୍’ ପ୍ରଭାବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା । ଗଜପତିରେ ଶିକ୍ଷାନୁଷ୍ଠାନ ବନ୍ଦ, କୋରାପୁଟରେ ଧସିଲା ମାଟି ଅତଡା ।  “

ଚେନ୍ନାଇରେ ବର୍ଷା ତାଣ୍ଡବ । ପ୍ରବଳ ବର୍ଷା ଯୋଗୁ ଗଲାଣି ୧୭ ଜଣଙ୍କ ଜୀବନ । ପାଣିଘେରରେ ବିମାନ ବନ୍ଦର, ରେଳ ଷ୍ଟେସନ, ବସଷ୍ଟାଣ୍ଡ ।

କନକ ବ୍ୟୁରୋ: ଚେନ୍ନାଇରେ ବର୍ଷା ତାଣ୍ଡବ । ଜଳପ୍ଲାବିତ ଚେନ୍ନାଇ ସହର । ପ୍ରବଳ ବର୍ଷା ଯୋଗୁ ଗଲାଣି ୧୭ ଜଣଙ୍କ ଜୀବନ । ତଳିଆ ଅଂଚଳ ସମେତ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଛି । ବିମାନ ବନ୍ଦର, ରେଳ ଷ୍ଟେସନ, ବସଷ୍ଟାଣ୍ଡ ରେ ଜମି ରହିଛି ପାଣି । ଲୋକମାନଙ୍କ ଘରେ ମଧ୍ୟ ବର୍ଷା ପାଣି ପଶିଯାଇଛି । ଯାହା ଫଳରେ ବିଭିନ୍ନ ସ୍ଥାନରେ ଲୋକେ ଫସି ରହିଛନ୍ତି । ବିଦ୍ୟୁତ ଓ ଟେଲି ଯୋଗାଯୋଗ ମଧ୍ୟContinue reading “ଚେନ୍ନାଇରେ ବର୍ଷା ତାଣ୍ଡବ । ପ୍ରବଳ ବର୍ଷା ଯୋଗୁ ଗଲାଣି ୧୭ ଜଣଙ୍କ ଜୀବନ । ପାଣିଘେରରେ ବିମାନ ବନ୍ଦର, ରେଳ ଷ୍ଟେସନ, ବସଷ୍ଟାଣ୍ଡ ।”

ଦର୍ଶକଙ୍କ ହୃଦୟ ଜିତିଲା ସିନେମା ଡଙ୍କିର ପ୍ରଥମ ଟ୍ରେଲର । କିଙ୍ଗ ଖାନଙ୍କ ଚମକ୍ରାର ଅଭିନୟକୁ ମିଳୁଛି ପ୍ରଶଂସା

କନକ ବ୍ୟୁରୋ : ବଲିଉଡ ବାଦଶାହ ଶାହାରୁଖ ଖାନ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଡଙ୍କି’ର ଟ୍ରେଲର ରିଲିଜ୍ । ପୂର୍ବରୁ ଦୁଇଟି ଗୀତକୁ ଦର୍ଶକଙ୍କ ଆଦୃତି ମିଳିଥିବା ବେଳେ ମଙ୍ଗଳବାର ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଗୋଟିଏ ବର୍ଷରେ ଦର୍ଶକଙ୍କୁ ‘ପଠାନ’ ଓ ‘ଯବାନ’ ଭଳି ବ୍ଲକବଷ୍ଟର ମୁଭି ଭେଟି ଦେଇଥିବା କିଙ୍ଗ ଖାନ ପୁଣିଥରେ ‘ଡଙ୍କି’ ଜରିଆରେ ବଡ଼ ପରଦାକୁ ଫେରୁଛନ୍ତି । ଶାହାରୁଖ ଖାନଙ୍କ ବ୍ୟତୀତ ଏହି ଫିଲ୍ମରେ ଭିକି କୌଶଲ,Continue reading “ଦର୍ଶକଙ୍କ ହୃଦୟ ଜିତିଲା ସିନେମା ଡଙ୍କିର ପ୍ରଥମ ଟ୍ରେଲର । କିଙ୍ଗ ଖାନଙ୍କ ଚମକ୍ରାର ଅଭିନୟକୁ ମିଳୁଛି ପ୍ରଶଂସା”

ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ । ଆନ୍ଧ୍ରର ବାପଟଲାରେ ସ୍ଥଳଭାଗ ଛୁଇଁଲା, ପବନର ବେଗ ୯୦ରୁ ଶହେ କିଲୋମିଟର

କନକ ବ୍ୟୁରୋ : ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ । ଆନ୍ଧ୍ର ଉପକୂଳ ବାପଟଲାରେ ସ୍ଥଳଭାଗ ଛୁଇଁଲା ମିଗଜୋମ । ସ୍ଥଳଭାଗ ଛୁଇଁବା ସମୟରେ ଘଂଟା ପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ରହିଛି । ସର୍ବାଧିକ ୧୧୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ପବନର ଝଟକା । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଏହାର ପ୍ରଭାବରେ ଆନ୍ଧ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ଜାରିContinue reading “ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ । ଆନ୍ଧ୍ରର ବାପଟଲାରେ ସ୍ଥଳଭାଗ ଛୁଇଁଲା, ପବନର ବେଗ ୯୦ରୁ ଶହେ କିଲୋମିଟର”

ରାଜସ୍ଥାନରେ କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ଘରେ ପଶି ହତ୍ୟା । ବୈଠକ ଭିତରେ ଆଖିବୁଜା ଗୁଳିମାଡ କରି ଦୁବୁର୍ତ ଫେରାର

କନକ ବ୍ୟୁରୋ : ରାଜସ୍ଥାନରୁ ଆସିଛି ଚାଂଚଲ୍ୟକର ଖବର । ଜାତୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷକଙ୍କ ଦିନ ଦ୍ୱିପହରରେ ହତ୍ୟା । ସୁଖଦେବ ସିଂ ଗୋଗାମେଡି ଓ ତାଙ୍କର ଦୁଇଜଣ ସହଯୋଗୀଙ୍କୁ ବିଭତ୍ସ ହତ୍ୟା କରି ଫେରାର ଅଛନ୍ତି ଦୁବୁର୍ତ । ହତ୍ୟା ସମୟର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ତେବେ ଏହି ଦୃଶ୍ୟ ବିଚଳିତ କରୁଥିବାରୁ ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ଭିଡିଓ ଦେଖାଇ ପାରୁନୁ । ଭିଡିଓରେ ଦେଖିବାକୁ ମିଳିଛି କି ହତ୍ୟାକାରୀContinue reading “ରାଜସ୍ଥାନରେ କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ଘରେ ପଶି ହତ୍ୟା । ବୈଠକ ଭିତରେ ଆଖିବୁଜା ଗୁଳିମାଡ କରି ଦୁବୁର୍ତ ଫେରାର”

ଇଣ୍ଡିଆ ମେଂଟ ଉପରେ ନିର୍ବାଚନ ଫଳାଫଳର ସାଇଡ ଇଫେକ୍ଟ । ସ୍ଥଗିତ ରହିଲା ମେଂଟର ଦିଲ୍ଲୀ ବୈଠକ

କନକ ବ୍ୟୁରୋ : ଚକିତ କରିଛି ୫ ରାଜ୍ୟର ବିଧାନସଭା ଫଳାଫଳ । ୩ରାଜ୍ୟରେ ବିଜେପି ଓ ଗୋଟିଏ ରାଜ୍ୟରେ କଂଗ୍ରେସ ଅକ୍ତିଆର କରିବା ପରେ ଜାତୀୟ ରାଜନୀତିରେ ଓଲଟପାଲଟ ହୋଇଛି ପୂର୍ବ ସମୀକରଣ । ଯେଉଁ ଇଣ୍ଡିଆ ମେଂଟ ମୋଦୀ ଲହରକୁ ରୋକିବା ପାଇଁ ଗଠନ ହୋଇଥିଲା ତା ଉପରେ ପଡିଛି ନିର୍ବାଚନ ଫଳାଫଳର ବଡ ପ୍ରଭାବ । କୁହାଯାଉଛି ଫଳାଫଳର ସାଇଡ ଇଫେକ୍ଟରେ ମେଂଟରେ ଥିବା ଫାଟ ପୁଣି ବଢ଼ିଯାଇଛି । ଡିସେମ୍ବର ୬ରେContinue reading “ଇଣ୍ଡିଆ ମେଂଟ ଉପରେ ନିର୍ବାଚନ ଫଳାଫଳର ସାଇଡ ଇଫେକ୍ଟ । ସ୍ଥଗିତ ରହିଲା ମେଂଟର ଦିଲ୍ଲୀ ବୈଠକ”

ଚର୍ଚ୍ଚାରେ ମିଜୋରମ ଜେଡପିଏମ ଦଳର ମୁଖ୍ୟ ଲାଲଦୁହୋମା । ମିଜୋରମରେ ହେବେ ଆଗାମୀ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ମିଜୋରମର ନୂଆ ମୁଖ୍ୟମନ୍ତ୍ରୀ ହେବେ ଜେଡପିଏମ ଦଳର ମୁଖ୍ୟ ଲାଲଦୁହୋମା । ଗୋଆ କ୍ୟାଡରର ପୂର୍ବତନ ଆଇପିଏଏସ ଅଧିକାରୀଙ୍କ ଜୀବନଯାତ୍ରା ଯେତିକି ରୋଚକ ସେତିକି ସଂଘର୍ଷପୂର୍ଣ୍ଣ ରହିଛି । ଲାଲଦୁହୋମା ନିଜ ପ୍ରଶାସନିକ ଅଧିକାରୀରୁ ରାଜନେତା ଜୀବନ ଅନେକ ଉଥାନପତନ ଦେଖିଥିଲେ । କେବଳ ସେତିକି ନୁହେଁ ଏହି ସଚ୍ଚୋଟ ଆଇପିଏସ ଅଧୀକାରୀ ଅତିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୁଖ୍ୟ ସୁରକ୍ଷାକର୍ମୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଳାଇସାରିଛନ୍ତି । ସୁରକ୍ଷା ମୁଖ୍ୟରୁContinue reading “ଚର୍ଚ୍ଚାରେ ମିଜୋରମ ଜେଡପିଏମ ଦଳର ମୁଖ୍ୟ ଲାଲଦୁହୋମା । ମିଜୋରମରେ ହେବେ ଆଗାମୀ ମୁଖ୍ୟମନ୍ତ୍ରୀ”

ରେବନ୍ତ ରେଡ୍ଡୀ ହେବେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ । ବିଧାୟକଙ୍କ ସହ ଅଲୋଚନା ପରେ ନିଆଗଲା ନିଷ୍ପତି

କନକ ବ୍ୟୁରୋ : କେ, ରେବନ୍ତ ରେଡ୍ଡୀ ହେବେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ । ବିଧାୟକଙ୍କ ସହ ଆଲୋଚନା ପରେ କଂଗ୍ରେସ ହାଇକମାଣ୍ଡ ରେବାନ୍ତଙ୍କ ନାମ ଉପରେ ମୋହର ଲଗାଯାଇଥିବା ସୂଚନା ମିଳିଛି । ଡିସେମ୍ବର ୭ ତାରିଖରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି । ୨୦୨୧, ଜୁନ୍-ଜୁଲାଇରେ ତାଙ୍କୁ ତେଲେଙ୍ଗାନା କଂଗ୍ରେସର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା । ଏହା ପରେ ସେ ଲଗାତର ତୃଣମୂଳ ସ୍ତରରେ କାମ କରିଆସୁଛନ୍ତି ।Continue reading “ରେବନ୍ତ ରେଡ୍ଡୀ ହେବେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ । ବିଧାୟକଙ୍କ ସହ ଅଲୋଚନା ପରେ ନିଆଗଲା ନିଷ୍ପତି”

ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ତୁହାକୁ ତୁହା ବୈଠକ । ବସୁନ୍ଧରା ରାଜେଙ୍କ ଘରେ ବିଧାୟକଙ୍କ ଭିଡ

କନକ ବ୍ୟୁରୋ : ପାଂଚ ରାଜ୍ୟର ନିର୍ବାଚନ ଫଳାଫଳ ଆସିସାରିଛି । ବିଜେପି ଚମକ୍ରାର ପ୍ରଦର୍ଶନ କରି ୩ଟି ରାଜ୍ୟରେ ବଡ଼ ବିଜୟ ହାସଲ କରିଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଜେପି ଖାତାକୁ ଯାଇଥିବା ବେଳେ କଂଗ୍ରେସ ତେଲେଙ୍ଗାନା ଦଖଲ କରିଛି । ହେଲେ ଏବେ ବିଜୟ ପରେ ରାଜ୍ୟ ପାଇଁ ମୁଖିଆ ବାଛିବାର ସମୟ । କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚାଲିଛି ଅଙ୍କକଷା । କାରଣ ମୁଖ୍ୟମନ୍ତ୍ରୀ ପଦ ପାଇଁContinue reading “ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ତୁହାକୁ ତୁହା ବୈଠକ । ବସୁନ୍ଧରା ରାଜେଙ୍କ ଘରେ ବିଧାୟକଙ୍କ ଭିଡ”

Design a site like this with WordPress.com
Get started