କନକ ବ୍ୟୁରୋ: ଘରେ ପଶି ମହିଳାଙ୍କୁ ଗୁଳି ମାଡ । ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ଅଜଣା ଦୁର୍ବୃତ୍ତ ଘରେ ପଶି ମହିଳାଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି । ନୀଳଗିରି ବ୍ଲକର ବରହମପୁର ଥାନା ଅନ୍ତର୍ଗତ ରାଇପାଳ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ରାଇପାଳ ଗାଁର ରସିକ ମୁର୍ମୁଙ୍କ ପତ୍ନୀ ଲକ୍ଷ୍ମୀ ମୁର୍ମୁଙ୍କୁ ଗୁଳି ମାଡ କରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ମହିଳାଙ୍କ ଅଣ୍ଟା ପେଟ ଓ ହାତରେ ଗୁଳିContinue reading “ବିଳମ୍ବିତ ରାତିରେ ଘରେ ପଶି ମହିଳାଙ୍କୁ ଗୁଳି ମାଡ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ମହିଳା ।”
Tag Archives: News
ଡିପଫେକ୍ ନିୟମକୁ ନେଇ କେନ୍ଦ୍ରର କଡ଼ା ଆଭିମୁଖ୍ୟ । ସୋସିଆଲ ମିଡିଆକୁ କଲେ ତାଗିଦ । ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ ।
କନକ ବ୍ୟୁରୋ: ଡିପଫେକ୍ ସମସ୍ୟାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏନେଇ ସାମାଜିକ ଗଣମାଧ୍ୟମକୁ ତାଗିଦ୍ କରାଯାଇଛି । ସାଧାରଣ ଲୋକମାନେ ଡିପଫେକ୍ ଦ୍ୱାରା ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନହେବେ, ସେନେଇ ସୁନିଶ୍ଚିତ କରିବାକୁ ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡିକୁ ରୋକଠୋକ୍ ଶୁଣାଇ ଦେଇଛନ୍ତି କେନ୍ଦ୍ର ସରକାର । ଡିପଫେକକୁ ‘ଜାଲିଆତି’ ବର୍ଗରେ ରଖି ଅପରାଧିକ ମାମଲା ଆରମ୍ଭ କରାଯାଇ ପାରିବ ବୋଲି କମ୍ପାନୀଗୁଡିକୁ ସରକାର ତାଗିଦ୍ କରିଛନ୍ତି ।Continue reading “ଡିପଫେକ୍ ନିୟମକୁ ନେଇ କେନ୍ଦ୍ରର କଡ଼ା ଆଭିମୁଖ୍ୟ । ସୋସିଆଲ ମିଡିଆକୁ କଲେ ତାଗିଦ । ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ ।”
ଓଡିଶାରେ ଖୋଲିବ ହାତୀଙ୍କ ପାଠଶାଳା । ଜଙ୍ଗଲି ହାତୀଙ୍କୁ ଆୟତ୍ତ କରିବା ପାଇଁ କୁମକି ହାତୀଙ୍କୁ ତାଲିମ୍ ଦେବେ କର୍ଣ୍ଣାଟକ ଓ ଆସାମ ମାହୁନ୍ତ ।
କନକ ବ୍ୟୁରୋ: ଓଡିଶାରେ ଖୋଲିବ ହାତୀଙ୍କ ପାଠଶାଳା । ହାତୀଙ୍କ ପାଠଶାଳା ପାଇଁ ବିଭିନ୍ନ ରାଜ୍ୟ ସହ ଆଲୋଚନା ଚାଲିଛି । ଜଙ୍ଗଲୀ ହାତୀଙ୍କୁ ଆୟତ କରିବା ପାଇଁ ତାଲିମ୍ ପ୍ରାପ୍ତ ହାତୀ ଓ ମାହୁନ୍ତଙ୍କ ନିଆଯିବ ସାହାଯ୍ୟ । କୁମକି ହାତୀଙ୍କ ପରି ତାଲିମ୍ପ୍ରାପ୍ତ ହାତୀ ଯେଉଁମାନଙ୍କୁ ତାଙ୍କ ମାହୁନ୍ତ ତାଲିମ୍ ଦେଇଥାନ୍ତି । ସେହି ହାତୀଙ୍କ ସାହାଯ୍ୟରେ ଜଙ୍ଗଲୀ ହାତୀଙ୍କୁ ଆୟତ୍ତ କରିବା ପାଇଁ ଖୋଲାଯିବ ହାତୀଙ୍କ ପାଠଶାଳା । ଏନେଇ ସୂଚନା ଦେଇଛନ୍ତିContinue reading “ଓଡିଶାରେ ଖୋଲିବ ହାତୀଙ୍କ ପାଠଶାଳା । ଜଙ୍ଗଲି ହାତୀଙ୍କୁ ଆୟତ୍ତ କରିବା ପାଇଁ କୁମକି ହାତୀଙ୍କୁ ତାଲିମ୍ ଦେବେ କର୍ଣ୍ଣାଟକ ଓ ଆସାମ ମାହୁନ୍ତ ।”
ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଲେ ଯୁବତୀ । ୫ ବର୍ଷର ଅପେକ୍ଷା ପରେ ମିଳିଲା ଭାରତକୁ ଭିସା । ସମୀରଙ୍କୁ ବିବାହ କରିବେ ଜାଭେରିଆ ।
କନକ ବ୍ୟୁରୋ: ସୀମା ସେ ପାରିର ପ୍ରେମ, ପାକିସ୍ତାନ ପ୍ରେମିକା । ନିଜ ଦୀର୍ଘ ଦିନର ପ୍ରେମିକକୁ ବିବାହ କରିବା ପାଇଁ ଶେଷରେ ଭାରତରେ ପହଁଚିଛନ୍ତି ପାକିସ୍ତାନ ଯୁବତୀ । କେତେବେଳେ ଭିସା ପାଇଁ ତ’ ଆଉ କେତେବେଳେ ପରସ୍ପରକୁ ଦେଖା କରିବା ପାଇଁ, ପୂର୍ବରୁ ଅନେକ ଥର ଅପେକ୍ଷା କରିବାକୁ ପଡିଛି ତାଙ୍କୁ । ହେଲେ ଏବେ ନିଜ ପ୍ରେମିକଙ୍କୁ ବାହା ହେବା ପାଇଁ ଭାରତ ଆସି ପହଞ୍ଚିଛନ୍ତି ଜଣେ ପାକିସ୍ତାନୀ ଯୁବତୀ । ଏହିContinue reading “ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଲେ ଯୁବତୀ । ୫ ବର୍ଷର ଅପେକ୍ଷା ପରେ ମିଳିଲା ଭାରତକୁ ଭିସା । ସମୀରଙ୍କୁ ବିବାହ କରିବେ ଜାଭେରିଆ ।”
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ବଡ ଝଟକା । ବିବାହ ଆବେଦନକୁ ଖାରଜ କଲେ କଟକ ସବରେଜିଷ୍ଟ୍ରାର କୋର୍ଟ।
କନକ ବ୍ୟୁରୋ: ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ବଡ ଝଟକା ଲାଗିଛି । ବିବାହ ଆବେଦନକୁ କଟକ ସବରେଜିଷ୍ଟ୍ରାର କୋର୍ଟ ଖାରଜ କରିଦେଇଛନ୍ତି । ବିବାହ ଆବେଦନରେ ଭୁଲ ତଥ୍ୟ ଦେଇଥିବା ଆଧାରରେ କୋର୍ଟ ଆବେଦନକୁ ଖାରଜ କରିଛନ୍ତି । ବିଜୟ ଶଙ୍କର ଭୁଲ ତଥ୍ୟ ଦେଇଥିବା ନେଇ କୋର୍ଟଙ୍କୁ ଜଣାଇଥିଲେ ବିଜୟଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା । ଆବେଦନରେ ବିଜୟଶଙ୍କର ବିବାହ କରିବାକୁ ଥିବା ଯୁବତୀ ଅବିବାହିତା ବୋଲି ଦର୍ଶାଇଥିଲେ । କିନ୍ତୁ ସଂପୃକ୍ତContinue reading “ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ବଡ ଝଟକା । ବିବାହ ଆବେଦନକୁ ଖାରଜ କଲେ କଟକ ସବରେଜିଷ୍ଟ୍ରାର କୋର୍ଟ।”
ଜାତୀୟ ରାଜପଥରେ ଶୋଇଛି ପାଟ୍ରୋଲିଂ ଦାୟିତ୍ୱରେ ଥିବା ପୋଲିସ । ଦେଖନ୍ତୁ ଏନଏଚ କଡର ଏ ଦୃଶ୍ୟକୁ ।
କନକ ବ୍ୟୁରୋ: ଜାତୀୟ ରାଜପଥରେ ଶୋଇଛି ପୋଲିସ । ଜାତୀୟ ରାଜପଥରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଥିବା ବେଳେ ପେଟ୍ରୋଲିଂ ଦାୟିତ୍ୱରେ ଥିବା ପୋଲିସ ଶୋଇଥିବାର ଦେଖିବାକୁ ମିଳିଛି । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ପୋଲିସ ଅଧିକାରୀଙ୍କ ଏପରି ମନୋଭାବ ଯୋଗୁ ଏପରି ପରିସ୍ଥିତି ଦେଖିବାକୁ ମିଳୁଥିବା ଚର୍ଚ୍ଚା ହେଉଛି । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ବେଆଇନ ପାର୍କିଂ ଉଚ୍ଛେଦ କରିବାକୁContinue reading “ଜାତୀୟ ରାଜପଥରେ ଶୋଇଛି ପାଟ୍ରୋଲିଂ ଦାୟିତ୍ୱରେ ଥିବା ପୋଲିସ । ଦେଖନ୍ତୁ ଏନଏଚ କଡର ଏ ଦୃଶ୍ୟକୁ । “
ଶେଷ ହେଲା କୋଣାର୍କ ମହୋତ୍ସବ । ଶେଷ ସଂନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଲା ସୂର୍ଯ୍ୟ ଉପାସନା ।
କନକ ବ୍ୟୁରୋ: ସରିଲା କୋଣାର୍କ ମହୋତ୍ସବ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ୫ ଦିନ ଧରି ଚାଲିଥିବା ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତର ମହାକୁମ୍ଭ ଗତକାଲି ଶେଷ ହୋଇଛି । ଶେଷ ସଂଧ୍ୟାର ପ୍ରଥମ ଅର୍ଘ୍ୟରେ ଭୁବନେଶ୍ୱର ଗୀତ ଗୋବିନ୍ଦ ଟ୍ରଷ୍ଟ ପକ୍ଷରୁ ଗୁରୁ କୁମକୁମ୍ ମହାନ୍ତି ମଂଚସ୍ଥ କରିଥିଲେ ଓଡ଼ିଶୀ ନୃତ୍ୟ । ଏହା ପରେ ଦ୍ୱିତୀୟ ଅର୍ଘ୍ୟରେ କୋଲକାତାର ଲୁନା ପୋଦାର ଓ ସାଥୀ କଳାକାର କଥକ ନୃତ୍ୟ ପରିବେଷଣ କରିଥିଲେ । ଏଥିରେContinue reading “ଶେଷ ହେଲା କୋଣାର୍କ ମହୋତ୍ସବ । ଶେଷ ସଂନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଲା ସୂର୍ଯ୍ୟ ଉପାସନା ।”
ମୁଖ୍ୟମନ୍ତ୍ରୀ ପଦ ନେଇ ତୁହାକୁ ତୁହା ବୈଠକ । ରାଜସ୍ଥାନରେ ଦୌଡ଼ରେ ୫ ନେତା । କାଲି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଭାନ୍ତ ରେଡ୍ଡୀ ।
କନକ ବ୍ୟୁରୋ: କେଉଁ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଚାଲିଛି ଘନଘନ ବୈଠକ । ଏହି ପଦରେ କାହାକୁ ଆସୀନ କରାଯିବ ସେନେଇ ଚର୍ଚ୍ଚା ବି ଜୋରଦାର ହେଉଛି । ରାଜସ୍ଥାନରେ ଏହି ପଦ ପାଇଁ ଜଣ ଚେହେରା ଥିବାବେଳେ ଅନ୍ୟ ରାଜ୍ୟରେ ଆଦିବାସୀ କାର୍ଡକୁ ନେଇ ଚର୍ଚ୍ଚା ହେଉଛି । ଅନ୍ୟପଟେ କେ, ରେଭାନ୍ତ ରେଡ୍ଡୀ ହେବେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତ୍ତି ହୋଇସାରିଛି । ବିଧାୟକଙ୍କ ସହ ଆଲୋଚନାContinue reading “ମୁଖ୍ୟମନ୍ତ୍ରୀ ପଦ ନେଇ ତୁହାକୁ ତୁହା ବୈଠକ । ରାଜସ୍ଥାନରେ ଦୌଡ଼ରେ ୫ ନେତା । କାଲି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଭାନ୍ତ ରେଡ୍ଡୀ ।”
ରାଜଧାନୀରେ ମାତିଛନ୍ତି ମହିଳା ଲୁଟେରା । ଭୁବନେଶ୍ୱର ନୀଳାଦ୍ରିବିହାର ଅଞ୍ଚଳରେ ଘରେ ପଶି ଟଙ୍କା ଓ ଅଳଙ୍କାର ନେଇ ଫେରାର ।
କନକ ବ୍ୟୁରୋ: ରାଜଧାନୀରେ ମାତିଛନ୍ତି ମହିଳା ଲୁଟେରା । ଆଉ ପୁରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଭୁବନେଶ୍ୱର ନୀଳାଦ୍ରିବିହାର ଅଞ୍ଚଳରେ ଗେଟ ଭିତରେ ଘରୁ ଟଙ୍କା, ରୂପା ଅଳଙ୍କାର ଓ ଆବଶ୍ୟକ କାଗଜପତ୍ର ନେଇ ଫେରାର ହୋଇଯାଇଛନ୍ତି ମହିଳାଜଣକ । ଏଠାରେ ରହୁଥିବା କୈଳାସ ଚନ୍ଦ୍ର ପଣ୍ଡାଙ୍କ ଘରେ ଏହି ଚୋରି ହୋଇଛି । ଏ ନେଇ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ତନାଘନା ଆରମ୍ଭ କରିଛି କମିଶନରେଟContinue reading “ରାଜଧାନୀରେ ମାତିଛନ୍ତି ମହିଳା ଲୁଟେରା । ଭୁବନେଶ୍ୱର ନୀଳାଦ୍ରିବିହାର ଅଞ୍ଚଳରେ ଘରେ ପଶି ଟଙ୍କା ଓ ଅଳଙ୍କାର ନେଇ ଫେରାର ।”
ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମଞ୍ଜୁରୀ । ବକେୟା ମୋଟର ଯାନ ଟିକସ ଓ ଜରିମାନା ଛାଡ ନିଷ୍ପତ୍ତିି ଉପରେ ମୋହର । ପୁରୁଣା ଗାଡି ସ୍କ୍ରାପ କଲେ ଛାଡ ହେବ ଜରିମାନା ।
କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମୋହର ବାଜିଛି । ବୈଠକରେ ବକେୟା ମୋଟର ଯାନ ଛାଡ ଓ ରିହାତି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପ୍ରସ୍ତାବ ଅନୁସାରେ, ଯେଉଁ ଗାଡି ମାଲିକମାନେ ନିଜର ପୁରୁଣା ଗାଡିକୁ ସ୍କ୍ରାପ କରିବାକୁ ଇଚ୍ଛୁକ ଥିବେ, ସେମାନଙ୍କ କ୍ଷେତ୍ରରେ ବକେୟା ଟିକସ ଓ ଜରିମାନା ସଂପୂର୍ଣ୍ଣ ଛାଡ କରିବାର ବ୍ୟବସ୍ଥା ହୋଇଛି । ଏହାଦ୍ୱାରା ପ୍ରାୟ ୫୦ ହଜାର ଗାଡି ମାଲିକ ଉପକୃତ ହେବେ । ଯେଉଁମାନେ ଟିକସContinue reading “ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମଞ୍ଜୁରୀ । ବକେୟା ମୋଟର ଯାନ ଟିକସ ଓ ଜରିମାନା ଛାଡ ନିଷ୍ପତ୍ତିି ଉପରେ ମୋହର । ପୁରୁଣା ଗାଡି ସ୍କ୍ରାପ କଲେ ଛାଡ ହେବ ଜରିମାନା ।”