କନକ ବ୍ୟୁରୋ: ରାଜସ୍ଥାନରେ ବିଜେପିକୁ ଅଡୁଆ ବସୁନ୍ଧରା ରାଜେ ସିନ୍ଧିଆ? ଏଭଳି ଚର୍ଚ୍ଚା ଏବେ ଜାତୀୟ ରାଜନୀତିରେ । ୪ ନାଁକୁ ନେଇ ଚର୍ଚ୍ଚା ହେଉଛି । ଦିଲ୍ଲୀରେ ଏ ନେଇ ଶୀର୍ଷ ନେତା କ’ଣ ନିଷ୍ପତି ନେବେ ତା ଉପରେ ସମସ୍ତଙ୍କ ନଜର ରହିଛି । ଏହାରି ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଭାବେ ଦାବିଦାର କୁହାଯାଉଥିବା ବସୁନ୍ଧରାଙ୍କୁ ୭୦ ଜଣ ବିଧାୟକ ଭେଟିଥିବା କୁହାଯାଉଛି । ଗୋଟିଏ ପଟେ ଦିଲ୍ଲୀରେ ବିଜେପିର ଶୀର୍ଷContinue reading “ରାଜସ୍ଥାନରେ କିଏ ହେବେ ମୁଖ୍ୟମନ୍ତ୍ରୀ? ବିଜେପି ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ରେସରେ ୪ ନେତା”
Tag Archives: News
ଋଣକ୍ଷେତ୍ର ସାଜିଲା ଚାଷ ଜମି । ଜମି ବିବାଦକୁ ନେଇ ଲଙ୍କାକାଣ୍ଡ , ଟ୍ରାକ୍ଟର ଚଢାଇ ୫ ଜଣଙ୍କୁ ହତ୍ୟା
କନକ ବ୍ୟୁରୋ : ସମ୍ପତ୍ତି ଆଗରେ ଫିକା ପଡିଲା ସଂପର୍କ । ଜମି ଜମା ବିବାଦରୁ ଗୋଟିଏ ପକ୍ଷର ଲୋକ ଅନ୍ୟପକ୍ଷର ଲୋକଙ୍କ ଉପରେ ଟ୍ରାକ୍ଟର ମଡାଇ ଦେବାରୁ ୫ଜଣଙ୍କର ମୃତ୍ୟୁ ହୋଇଛି । ଜମିଜମାକୁ ନେଇ ସାଧାରଣ ବିବାଦରୁ ଉପୁଜିଥିବା ହିଂସା ଉଗ୍ର ରୂପ ନେଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବିହାରର ରୁସ୍ତମପୁର ଥାନା ଅନ୍ତର୍ଗତ କର୍ମୋପୁର ଗ୍ରାମରେ । କିଛି ଜମି ପାଇଁ ଦୁଇ ପରିବାର ମଧ୍ୟରେ ବିବାଦ ଦେଖାଦେଇଥିଲା ।Continue reading “ଋଣକ୍ଷେତ୍ର ସାଜିଲା ଚାଷ ଜମି । ଜମି ବିବାଦକୁ ନେଇ ଲଙ୍କାକାଣ୍ଡ , ଟ୍ରାକ୍ଟର ଚଢାଇ ୫ ଜଣଙ୍କୁ ହତ୍ୟା”
ବାତ୍ୟା ମିଗଜୋମର ଲ୍ୟାଣ୍ଡଫଲ ପ୍ରକିୟା ଆରମ୍ଭ: ଆଗାମି ୨ଘଂଟା ଭିତରେ ସ୍ଥଳଭାଗ ଅତିକ୍ରମ କରିବ ଭୀଷଣ ବାତ୍ୟା
କନକ ବ୍ୟୁରୋ: ବାତ୍ୟା ମିଗଜୋମର ଲ୍ୟାଣ୍ଡଫଲ ପ୍ରକିୟା ଆରମ୍ଭ ହୋଇଛି । ଆଗାମି ୨ଘଂଟା ଭିତରେ ସ୍ଥଳଭାଗ ଅତିକ୍ରମ କରିବ ଭୀଷଣ ବାତ୍ୟା । ଆନ୍ଧ୍ର ଉପକୂଳ ବାପଟଲାରେ ମାଡ଼ ହେବ ମିଗଜୋମ । ଗତ ୬ ଘଂଟା ହେଲା ଘଂଟା ପ୍ରତି ୧୧ କିଲୋମିଟର ବେଗରେ ଉତର ଦିଗରେ ଗତି କରୁଛି ବାତ୍ୟା । ନେଲୋରରୁ ୧୦୦ କିଲୋମିଟର ଓ ବାପଟଲାରୁ ୬୦ କିଲୋମିଟର ଦୂରରେ ରହିଛି ମିଗଜୋମ । ସ୍ଥଳଭାଗ ଛୁଇଁବା ସମୟରେ ଘଂଟାContinue reading “ବାତ୍ୟା ମିଗଜୋମର ଲ୍ୟାଣ୍ଡଫଲ ପ୍ରକିୟା ଆରମ୍ଭ: ଆଗାମି ୨ଘଂଟା ଭିତରେ ସ୍ଥଳଭାଗ ଅତିକ୍ରମ କରିବ ଭୀଷଣ ବାତ୍ୟା”
ପାଇପ୍ ଫାଟିଯିବାରୁ ଶବ ବ୍ୟବଚ୍ଛେଦ ଗୃହରେ ପଶିଥିଲା ନର୍ଦ୍ଦମା ପାଣି । ମରାମତି ପରେ ସ୍ୱାଭାବିକ ହୋଇଛି ସ୍ଥିତି
କନକ ବ୍ୟୁରୋ : ଏସସିବିରେ ଅଭାବନୀୟ ସ୍ଥିତି । ଶବ ବ୍ୟବଚ୍ଛେଦ ଗୃହରେ ଲହଡ଼ି ଭାଙ୍ଗିଲା ନର୍ଦ୍ଦମା ପାଣି । ଗତକାଲି ବିନା ବର୍ଷାରେ ଶବ ବ୍ୟବଚ୍ଛେଦ ଗୃହରେ ନର୍ଦ୍ଦମା ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା । ଫଳରେ ଶବ ବ୍ୟବଚ୍ଛେଦରେ ବାଧା ସୃଷ୍ଟି ହୋଇଥିଲା । ଏପରିକି ଘଣ୍ଟା ଘଣ୍ଟା ଧରି ମୃତଦେହ ବ୍ୟବଚ୍ଛେଦ ହୋଇନପାରି ପଡ଼ିରହିଥିଲା । ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଫଳରେ ଆନାଟୋମୀ ବିଭାଗରେ ଶବ ବ୍ୟବଚ୍ଛେଦContinue reading “ପାଇପ୍ ଫାଟିଯିବାରୁ ଶବ ବ୍ୟବଚ୍ଛେଦ ଗୃହରେ ପଶିଥିଲା ନର୍ଦ୍ଦମା ପାଣି । ମରାମତି ପରେ ସ୍ୱାଭାବିକ ହୋଇଛି ସ୍ଥିତି”
ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ କିଏ ହେବ ମୁଖ୍ୟମନ୍ତ୍ରୀ ? କାହା ହାତରେ ନେତୃତ୍ୱର ଭାର ଦେବେ ବିଜେପିର ଶୀର୍ଷ ନେତୃତ୍ୱ । ପଢନ୍ତୁ, ସମ୍ପୂର୍ଣ୍ଣ ଷ୍ଟୋରୀ…
କନକ ବ୍ୟୁରୋ: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ବିଜେପିକୁ ବହୁମତ ମିଳିବା ପରେ, ଏବେ ଏହି ୩ ରାଜ୍ୟରେ ଦଳ କାହାକୁ ମୁଖ୍ୟମନ୍ତ୍ରୀ କରିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା । ଏହି ତିନି ରାଜ୍ୟରେ ଦଳ କୌଣସି ବି ନେତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସାମ୍ନାକୁ ଆଣିନଥିଲା । ନିର୍ବାଚନରେ କେବଳ ମୋଦୀଙ୍କ ଚେହେରାକୁ ନେଇ ଲୋକଙ୍କ ପାଖକୁ ଯାଇଥିଲା ବିଜେପି । ତେଣୁ ଏବେ ବହୁମତ ମିଳିବା ପରେ ଦଳ କେଉଁContinue reading “ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ କିଏ ହେବ ମୁଖ୍ୟମନ୍ତ୍ରୀ ? କାହା ହାତରେ ନେତୃତ୍ୱର ଭାର ଦେବେ ବିଜେପିର ଶୀର୍ଷ ନେତୃତ୍ୱ । ପଢନ୍ତୁ, ସମ୍ପୂର୍ଣ୍ଣ ଷ୍ଟୋରୀ…”
ଭିସା ନିୟମରେ ବ୍ୟାପକ ପରିବର୍ତ୍ତନ କଲା ବ୍ରିଟେନ । କେଉଁ ଭାରତୀୟମାନେ ପ୍ରଭାବିତ ହେବେ ?
ବ୍ରିଟେନ ଏହାର ଭିସା ନିୟମ ପରିବର୍ତ୍ତନ କରିଛି । ଯଦିଓ ଏହା ସମସ୍ତ ଦେଶକୁ ପ୍ରଭାବିତ କରିବ କିନ୍ତୁ ଭାରତ, ଯେଉଁଠାରୁ ବହୁସଂଖ୍ୟାରେ ଲୋକମାନେ ଅଧ୍ୟୟନ, ଚାକିରି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ବ୍ରିଟେନ ଯାଆନ୍ତି । ଏହା ନୂତନ ନିୟମ ଦ୍ୱାରା ସେମାନେ ପ୍ରଭାବିତ ହୋଇପାରନ୍ତି । ବ୍ରିଟେନରେ ନୂତନ ନିୟମ ଆସନ୍ତା ବର୍ଷ ୨୦୨୪ ରୁ କାର୍ଯ୍ୟକାରୀ ହେବ ।ବ୍ରିଟେନରେ ଏହି ନିଷ୍ପତ୍ତି ନିଆଯାଇଛି କିନ୍ତୁ ଏହାର ପ୍ରତିଧ୍ଵନି ଅନେକ ଦେଶରେContinue reading “ଭିସା ନିୟମରେ ବ୍ୟାପକ ପରିବର୍ତ୍ତନ କଲା ବ୍ରିଟେନ । କେଉଁ ଭାରତୀୟମାନେ ପ୍ରଭାବିତ ହେବେ ?”
ବାତ୍ୟା ପ୍ରଭାବ : ଆସନ୍ତାକାଲି ଗଜପତି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା
କନକ ବ୍ୟୁରୋ : ବାତ୍ୟା ପ୍ରଭାବରେ ଆସନ୍ତାକାଲି ଗଜପତି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ଜିଲ୍ଲାପାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୋହନାରେ ଝିପି ଝିପି ବର୍ଷା ଲାଗି ରହିଛି । ଗତ ରାତିଠାରୁ ବର୍ଷା ଲାଗି ରହିଥିବା ବେଳେ ଜନ ଜୀବନ ପ୍ରଭାବିତ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ତେଣୁ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକContinue reading “ବାତ୍ୟା ପ୍ରଭାବ : ଆସନ୍ତାକାଲି ଗଜପତି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା”
ଆରପାରିରେ ‘ସିଆଇଡି’ ଇନ୍ସପେକ୍ଟର । ହାର୍ଟ ଆଟାକ୍ ପରେ ହସ୍ପିଟାଲରେ ହେଇଥିଲେ ଭର୍ତ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ।
କନକ ବ୍ୟୁରୋ: ଆରପାରିରେ ଲୋକପ୍ରିୟ ଟିଭି ସୋ’ ସିଆଇଡିର ଇନ୍ସପେକ୍ଟର ଫ୍ରେଡିକ୍ସ । ଏହି ଚରିତ୍ରରେ ଅଭିନୟ କରୁଥିବା ଦିନେଶ ଫଡନୀଶଙ୍କର ଆଜି ଦେହାନ୍ତ ଘଟିଛି । ତେବେ କିଛି ଦିନ ହେଲା ହାର୍ଟ ଆଟାକ୍ ଆସିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହେଇଥିଲେ । ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଡିସେମ୍ବର ୫ ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦିନେଶ ଫଡନୀଶ ଗତ କିଛି ଦିନContinue reading “ଆରପାରିରେ ‘ସିଆଇଡି’ ଇନ୍ସପେକ୍ଟର । ହାର୍ଟ ଆଟାକ୍ ପରେ ହସ୍ପିଟାଲରେ ହେଇଥିଲେ ଭର୍ତ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ।”
ହିନ୍ଦୀ ହାର୍ଟଲ୍ୟାଣ୍ଡ ବିଜୟ ପରେ ମୋଦୀ ଗ୍ୟାରେଣ୍ଟିକୁ ନେଇ ବଢିଲା ଚର୍ଚ୍ଚା । ବିରୋଧୀ ମାଳ ମାଳ ମାଗଣା ଯୋଜନା ଘୋଷଣା କରିଥିଲେ ବି ମୋଦୀ ଗ୍ୟାରେଣ୍ଟି ଆଗରେ ସବୁ ପଡିଲା ଫିକା
କନକ ବ୍ୟୁରୋ : ହିନ୍ଦୀ ହାର୍ଟଲ୍ୟାଣ୍ଡ ବିଜୟ ପରେ ମୋଦୀ ଗ୍ୟାରେଣ୍ଟିକୁ ନେଇ ବଢିଲା ଚର୍ଚ୍ଚା । ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନଥିଲା ବିଜେପି । ବିରୋଧୀ ମାଳ ମାଳ ମାଗଣା ଯୋଜନା ଘୋଷଣା କରିଥିଲେ ବି ମୋଦୀ ଗ୍ୟାରେଣ୍ଟି ଆଗରେ ସବୁ ପଡିଲା ଫିକା । ‘ମୋଦୀ କି ଗ୍ୟାରେଣ୍ଟି’ ଉପରେ ଭରସା କରିବାକୁ କହିଥିଲେ ପ୍ରଧାନମନ୍ତ୍ରୀ । ଅନ୍ୟ ମାନଙ୍କର ଗ୍ୟାରେଣ୍ଟି ଯେଉଁଠି ଶେଷ ହୁଏ ସେଠାରୁ ମୋଦୀଙ୍କContinue reading “ହିନ୍ଦୀ ହାର୍ଟଲ୍ୟାଣ୍ଡ ବିଜୟ ପରେ ମୋଦୀ ଗ୍ୟାରେଣ୍ଟିକୁ ନେଇ ବଢିଲା ଚର୍ଚ୍ଚା । ବିରୋଧୀ ମାଳ ମାଳ ମାଗଣା ଯୋଜନା ଘୋଷଣା କରିଥିଲେ ବି ମୋଦୀ ଗ୍ୟାରେଣ୍ଟି ଆଗରେ ସବୁ ପଡିଲା ଫିକା”
ବ୍ରହ୍ମପୁର ଏମକେସିଜିରେ ପ୍ରସବ ବେଳେ ଆଖି ବୁଜିଦେଲେ ଯୁବତୀ । କୁଆଁରୀ ମାଆ ବୋଲି ଅନାଥ ଝିଅଟିକୁ ମିଳିଲାନି ଉପଯୁକ୍ତ ଯତ୍ନ
କନକ ବ୍ୟୁରୋ : ସଭ୍ୟ ସମାଜରେ ମାନବିକତା ମରିଯାଉଥିବାର ଖବର ଅନେକ ସମୟରେ ଆସେ । ଏହା ଆମକୁ ବିଚଳିତ କରେ, ଆଉ ଅସମୟରେ କାହିଁକି ସହାୟତାର ହାତ ବଢିଆସୁନି, ସେନେଇ ଆମେ ଚିନ୍ତାପ୍ରକଟ କରୁ । ଆଉ ଏବେ ଯେଉଁ ଖବର ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ, ତାହା ଆପଣଙ୍କୁ ହଜାରେ ଥର ଚିନ୍ତା କରିବାକୁ ବାଧ୍ୟ କରିବ ଯେ ପ୍ରକୃତରେ କଣ ମଣିଷପଣିଆ ସମାଜରେ ଅଛି । ଆଜି ଆମେ ଏକ କୁଆଁରୀ ମା’ରContinue reading “ବ୍ରହ୍ମପୁର ଏମକେସିଜିରେ ପ୍ରସବ ବେଳେ ଆଖି ବୁଜିଦେଲେ ଯୁବତୀ । କୁଆଁରୀ ମାଆ ବୋଲି ଅନାଥ ଝିଅଟିକୁ ମିଳିଲାନି ଉପଯୁକ୍ତ ଯତ୍ନ “