ଅଭିଯୋଗ ନଶୁଣିବାରୁ ନିଆରା ପ୍ରତିବାଦ: ବିଡିଓଙ୍କ ଆଗରେ ଆଣ୍ଠେଇଲେ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକର ୱାର୍ଡ ମେମ୍ବର

କନକ ବ୍ୟୁରୋ: ଅଭିଯୋଗ ନଶୁଣିବାରୁ ନିଆରା ପ୍ରତିବା । ନିଜ ଦାବି ନେଇ ବିଡିଓଙ୍କ ଆଗରେ ଆଣ୍ଠେଇଲେ ମହିଳା ୱାଡ ମେମ୍ବର । ଅଭିଯୋଗ କଲେ ସେମାନଙ୍କୁ କୌଣସି ବିକାଶମୂଳକ କାର୍ଯ୍ୟରେ ଡକାଯାଇନି । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଏଣ୍ଡାର ବ୍ଲକ ଜିପିରେ ଦେଖିବାକୁ ମିଳିଛି ଏହି ଘଟଣା । ପୂର୍ବରୁ ଏନେଇ ସେମାନେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ଅଭିଯୋଗ କରିଥିଲେ । ହେଲେ ସେମାନଙ୍କ କଥା ଶୁଣା ନଯିବାରୁ ଆଜି ନିଆରାContinue reading “ଅଭିଯୋଗ ନଶୁଣିବାରୁ ନିଆରା ପ୍ରତିବାଦ: ବିଡିଓଙ୍କ ଆଗରେ ଆଣ୍ଠେଇଲେ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକର ୱାର୍ଡ ମେମ୍ବର”

ବାତ୍ୟା ‘ମିଗଜୋମ’ ପ୍ରଭାବରେ ଚେନ୍ନାଇରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା: ଘରେ ପଶିଲା ପାଣି, ବୁଡିଗଲା ବଡ ବଡ ଗାଡି

କନକ ବ୍ୟୁରୋ: ବାତ୍ୟା ମିଗଜୋମ୍ ପ୍ରଭାବରେ ଚେନ୍ନାଇର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି । ଘର ଭିତରେ ପଶି ଗଲାଣି ବର୍ଷା ପାଣି । ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଚାଲୁଛି । ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ରାସ୍ତାରେ ଉପରେ ଅନେକ ଗାଡି ଅଟକି ରହିଛି । ଆମ୍ବୁଲାନ୍ସ ମଧ୍ୟ ଯିବାରେ ଅସୁବିଧାContinue reading “ବାତ୍ୟା ‘ମିଗଜୋମ’ ପ୍ରଭାବରେ ଚେନ୍ନାଇରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା: ଘରେ ପଶିଲା ପାଣି, ବୁଡିଗଲା ବଡ ବଡ ଗାଡି”

୪ ରାଜ୍ୟର ନିର୍ବାଚନ ଫଳାଫଳର ପ୍ରଭାବ ପଡିବ କି ଓଡିଶାରେ? ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡିଶା ଉପରେ ବିଜେପି ଏବଂ କଂଗ୍ରେସର ନଜର ରଖିଥିବା ସୂଚନା

କନକ ବ୍ୟୁରୋ: ଛତିଶଗଡ ବିଧାନସଭାରେ ବିଜେପି ବାଜିମାତ କରିବା ପରେ ଉତ୍ସାହିତ ରାଜ୍ୟ ବିଜେପି ଶିବିର । ପଶ୍ଚିମ ଓଡିଶାକୁ ଲାଗି କରି ରହିଛି ଏହି ପଡୋଶୀ ରାଜ୍ୟ । ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ଏହାର ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି । କାରଣ ପଶ୍ଚିମ ଓଡିଶାରେ ନିର୍ବାଚନ ବେଳେ ଛତିଶଗଡ ନେତା ପ୍ରଚାରକୁ ଆସୁଥିବା ବେଳେ ଛତିଶଗଡ ନିର୍ବାଚନ ବେଳେ ଓଡିଆ ନେତା ଯାଇ ପ୍ରଚାର କରନ୍ତି । ଅନ୍ତିମ ସାଧାରଣ ନିର୍ବାଚନContinue reading “୪ ରାଜ୍ୟର ନିର୍ବାଚନ ଫଳାଫଳର ପ୍ରଭାବ ପଡିବ କି ଓଡିଶାରେ? ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡିଶା ଉପରେ ବିଜେପି ଏବଂ କଂଗ୍ରେସର ନଜର ରଖିଥିବା ସୂଚନା”

୩ ରାଜ୍ୟରେ ବାଜିମାରିଲା ବିଜେପି, ମୋଦିଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଲେ ନବୀନ । 

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବିଜେପିର ବିଜୟ ପାଇଁ ଆଜି ସକାଳୁ ଫୋନ୍ ଯୋଗେ କଥା ହେବା ସହ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ । ଗତକାଲି ୪ଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିଥିବା ବେଳେ ୩ଟି ରାଜ୍ୟରେ ବିଜେପି ବହୁମତ ହାସଲ କରିଛି । ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପି ବଡContinue reading “୩ ରାଜ୍ୟରେ ବାଜିମାରିଲା ବିଜେପି, ମୋଦିଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଲେ ନବୀନ । “

ନବଜାତକ ଶିଶୁକୁ ମୁହଁରେ ଧରି ବୁଲୁଥିଲା କୁକୁର । ଦେଖଣାହାରୀ ଭୟରେ ଦୌଡିଲେ

ବିହାରର ଭାଗଲପୁରରେ ଏକ ହୃଦୟ ବିଦାରକ ଫଟୋ  ସାମ୍ନାକୁ ଆସିଛି । ଏଠାରେ ଗୋଟିଏ କୁକୁର ଏକ ନବଜାତ ଝିଅର ମୃତଦେହ ପାଟିରେ ଧରି ବୁଲୁଥିଲା । ଯିଏ ଏହି ଦୃଶ୍ୟ ଦେଖିଲା ଭୟରେ ଥରି ଉଠିଲା । ବହୁ କଷ୍ଟରେ ଲୋକମାନେ ଝିଅର ମୃତ ଶରୀରକୁ କୁକୁରର ମୁହଁରୁ ଛଡାଇ  କରି ପୋଲିସକୁ ଜଣାଇଥିଲେ । ବିହାରର ଭାଗଲପୁରରେ ମନକୁ ବିବ୍ରତ କଲାପରି ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ଏକ କୁକୁର ନବଜାତ ଶିଶୁରContinue reading “ନବଜାତକ ଶିଶୁକୁ ମୁହଁରେ ଧରି ବୁଲୁଥିଲା କୁକୁର । ଦେଖଣାହାରୀ ଭୟରେ ଦୌଡିଲେ”

ବାୟୁସେନାର ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ । ପ୍ରାଣ ହରାଇଲେ ୨ ପାଇଲଟ, ଶୋକବ୍ୟକ୍ତ କଲେ ପ୍ରତିରକ୍ଷା ମନ୍ତ୍ରୀ ।

କନକ ବ୍ୟୁରୋ : ତେଲେଙ୍ଗାନାରେ ବାୟୁସେନାର ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ । ଯେଉଁଥିରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ଏନେଇ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଭାରତୀୟ ବାୟୁସେନାର ଅଧିକାରୀଙ୍କ ସୂଚନା ଅନୁଯାୟୀ, ସକାଳ ୮ଟା ୫୫ରେ ତେଲେଙ୍ଗାନାର ଡେଣ୍ଡିଗୁଲରେ ଏହି ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ପ୍ରାଣ ହରାଇଥିବା ଦୁଇ ପାଇଲଟଙ୍କ ମଧ୍ୟରେ ଜଣେ ପ୍ରଶିକ୍ଷକ ଓ ଜଣେ ବାୟୁସେନାର କ୍ୟାଡେଟ ଥିଲେ । ନିୟମିତ ଟ୍ରେନିଂ ଉଡାଣContinue reading “ବାୟୁସେନାର ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ । ପ୍ରାଣ ହରାଇଲେ ୨ ପାଇଲଟ, ଶୋକବ୍ୟକ୍ତ କଲେ ପ୍ରତିରକ୍ଷା ମନ୍ତ୍ରୀ ।”

ତେଲେଙ୍ଗାନାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ: ଟ୍ରେନିଂ ବେଳେ ଖସିପଡ଼ି ଜଳିଗଲା ବିମାନ, ୨ ପାଇଲଟଙ୍କ ମୃତ୍ୟୁ

କନକ ବ୍ୟୁରୋ: ତେଲେଙ୍ଗାନାରେ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ । ବାୟୁସେନାର ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨ ଜଣ ପାଇଲଟ୍ଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବିମାନଟି ହୁତୁ ହୁତୁ ହୋଇ ଜଳିଯାଇଥିଲା । ବିମାନଟି ଜଳୁଥିବାରୁ ଭିଡିଓ ସାମ୍ନାକୁ ଆସିଛି । ଭାରତୀୟ ବାୟୁସେନାର ସୂଚନା ଅନୁସାରେ, ବିମାନରେ ଦୁଇ ଜଣ ପାଇଲଟ୍ ଉପସ୍ଥିତ ଥିଲେ । ଏଥିରେ ଥିବା ଜଣେ ଟ୍ରେନର ଟ୍ରେନିଂ ଦେଉଥିଲେ ।Continue reading “ତେଲେଙ୍ଗାନାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ: ଟ୍ରେନିଂ ବେଳେ ଖସିପଡ଼ି ଜଳିଗଲା ବିମାନ, ୨ ପାଇଲଟଙ୍କ ମୃତ୍ୟୁ”

ସମ୍ଭାବ୍ୟ ବାତ୍ୟା ବଢ଼ାଇଲା ଚାଷୀର ଚିନ୍ତା: ବର୍ଷା ଆଶଙ୍କାରେ ଫସଲ ଅମଳରେ ଲାଗିପଡ଼ିଛନ୍ତି ଚାଷୀ

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ବର୍ଷାକୁ ନେଇ ଚିନ୍ତାରେ ଚାଷୀ । ତରବରିଆ ଭାବେ ଫସଲ କାଟି ସୁରକ୍ଷିତ କରିବାକୁ ଚେଷ୍ଟା କରୁଛି ଚାଷୀ । ଧାନ ଅମଳ ସମୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ତରବରିଆ ହୋଇ ଧାନ କାଟୁଛନ୍ତି ଚାଷୀ । କଟା ଯାଇଥିବା ଧାନ କିପରି ସୁରକ୍ଷିତ ରହିବ ସେନେଇ ବିଭିନ୍ନ ଉପାୟ କରୁଛି ଚାଷୀ । କିଏ କଟା ଯାଇଥିବା ଧାନ ଉଂଚ୍ଚା ସ୍ଥାନରେ ରଖୁଛିContinue reading “ସମ୍ଭାବ୍ୟ ବାତ୍ୟା ବଢ଼ାଇଲା ଚାଷୀର ଚିନ୍ତା: ବର୍ଷା ଆଶଙ୍କାରେ ଫସଲ ଅମଳରେ ଲାଗିପଡ଼ିଛନ୍ତି ଚାଷୀ”

ଓଡ଼ିଶାରେ କେବଳ ନବୀନ ମଡେଲ କାମ କରିବ, କେଉଁଠି କିଏ ଜିତିଲେ ତାହାର ପ୍ରଭାବ ପଡିବନି । ମନମୋହନଙ୍କ ବୟାନର କଡା ଜବାବ ରଖିଲା ବିଜେଡି ।

କନକ ବ୍ୟୁରୋ : ୩ ରାଜ୍ୟରେ ବିଜୟୀ ବାନା ଉଡାଇବା ପରେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ବଡ ବୟାନ ଦେଇଛନ୍ତି । ୩ ରାଜ୍ୟରେ ଫଳାଫଳ ଯେମିତି ହେଲା ତାହାର ପୁନରାବୃତ୍ତି ଓଡ଼ିଶାରେ ଦେଖିବାକୁ ମିଳିବ ବୋଲି ମନମୋହନ କହିଛନ୍ତି । ଯାହାର ଜବାବ ରଖିଛି ବିଜେଡି । ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ୨୦୦୦ ରୁ ୨୦୨୩ ମଧ୍ୟରେ ଓଡ଼ିଶାରେ କେଉଁ ମଡେଲ କାମ କରିନିContinue reading “ଓଡ଼ିଶାରେ କେବଳ ନବୀନ ମଡେଲ କାମ କରିବ, କେଉଁଠି କିଏ ଜିତିଲେ ତାହାର ପ୍ରଭାବ ପଡିବନି । ମନମୋହନଙ୍କ ବୟାନର କଡା ଜବାବ ରଖିଲା ବିଜେଡି ।”

ତିନୋଟି ରାଜ୍ୟରେ ବିଜେପିର ବିଜୟରେ ଗଦଗଦ୍ ଆମେରିକୀୟ ଗାୟିକା । ମୋଦୀଙ୍କୁ କହିଲେ ସର୍ବଶ୍ରେଷ୍ଠ ନେତା

ଭାରତୀୟ ଜାତୀୟ ସଂଗୀତ ପରିବେଷଣ ତଥା ଭକ୍ତି ଭଜନ ‘ଓମ୍ ଜୟ ଜଗଦୀଶ ହରେ’ ପାଇଁ ଆମେରିକୀୟ ଗାୟିକା ମିଲବେନ୍ ଭାରତରେ ଖୁବ ଲୋକପ୍ରିୟ । ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଏକ କାର୍ଯ୍ୟକ୍ରମରେ ସେ ଭାରତର ଜାତୀୟ ସଂଗୀତ ‘ଜନ ଗଣ ମନ’ ଗାଇଥିଲେ । ସେ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନେକ ଥର ପ୍ରଶଂସା କରିଛନ୍ତି । ପ୍ରସିଦ୍ଧ ଆଫ୍ରିକୀୟ-ଆମେରିକୀୟ ଗାୟିକା ତଥା ଅଭିନେତ୍ରୀ ମେରି ମିଲବେନ ଛତିଶଗଡ,Continue reading “ତିନୋଟି ରାଜ୍ୟରେ ବିଜେପିର ବିଜୟରେ ଗଦଗଦ୍ ଆମେରିକୀୟ ଗାୟିକା । ମୋଦୀଙ୍କୁ କହିଲେ ସର୍ବଶ୍ରେଷ୍ଠ ନେତା”

Design a site like this with WordPress.com
Get started