ଏକାଠି ଜଳିଲା ଜୁଇ । କାନ୍ଦବୋବାଳି ଭିତରେ କେନ୍ଦୁଝର ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଶେଷକୃତ୍ୟ ।

କନକ ବ୍ୟୁରୋ: ଦେବୀ ଦର୍ଶନ ପାଇଁ ଯାଉଥିବା ମଣିଷର ଜୁଇ ଜଳିଛି । ଘରେ କାନ୍ଦବୋବାଳି ପଡିଛି । ପରିବାର ସହ ହସଖୁସିରେ ମାଆ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ଦୁଇ ସଙ୍ଗାତ ଶବ ହୋଇ ଗାଁକୁ ଫେରିଛନ୍ତି । କେନ୍ଦୁଝର ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ଗତକାଲି ବିଳମ୍ବିତ ରାତିରେ ଗାଁରେ ପହଞ୍ଚିଥିଲା । ପ୍ରିୟଜନଙ୍କ ଶବ ଦେଖି ଅବାକ ହୋଇଯାଇଛନ୍ତି ସମସ୍ତେ । କାନ୍ଦବୋବାଳିରେ ଫାଟି ପଡୁଥିଲା ପରିବେଶ ।Continue reading “ଏକାଠି ଜଳିଲା ଜୁଇ । କାନ୍ଦବୋବାଳି ଭିତରେ କେନ୍ଦୁଝର ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଶେଷକୃତ୍ୟ ।”

ଟ୍ରକକୁ ପିଟିଲା କାର୍, ୨ ମୃତ, ଜଣେ ଗୁରୁତର । କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା କାର୍ । 

କନକ ବ୍ୟୁରୋ: ଭୁବନେଶ୍ୱର ପାହାଳ ନିକଟରେ ସଡ଼କ ଦୁର୍ଘଟଣା । ଛିଡା ହୋଇଥିବା ଟ୍ରକ୍କୁ ପଛରୁ ପିଟିଲା କାର । କାରରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ରାତି ପାଖାପାଖି ୨ଟା ୨୫ରେ ଏହି ଦୁର୍ଘଟଣା ଘଟିଛି । କାରଟି କଟକରୁ ଭୁବନେଶ୍ୱର ଯାଉଥିଲା । ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ଟ୍ରକ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଂଚି କାରରେ ଥିବା ତିନିContinue reading “ଟ୍ରକକୁ ପିଟିଲା କାର୍, ୨ ମୃତ, ଜଣେ ଗୁରୁତର । କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା କାର୍ । “

ଅଲିଭ ରିଡଲେଙ୍କ ପାଇଁ ସଚେତନତା ଶିବିର । ସମୁଦ୍ର କୂଳ ଠାରୁ ୧୦ କିଲୋମିଟର ଭିତରେ ମାଛ ମାରି ପାରିବେ ନାହିଁ ମତ୍ସ୍ୟଜୀବୀ ।

କନକ ବ୍ୟୁରୋ: ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ନେଇ ସଚେତନତା ଶିବିର । ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ବ୍ରାହ୍ମଣଦେଓ ଉଚ୍ଚ ବିଦ୍ୟାଳୟ ଠାରେ ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅଲିଭ ରିଡଲେ କଇଁଛଙ୍କୁ ମାରିବା ନାହିଁ ବରଂ ସେମାନଙ୍କର ସୁରକ୍ଷା କରିବା । ଏଥିରେ ଏଭଳି ବାତ୍ତା ଦିଆଯାଇଛି । ନଭେମ୍ବରରୁ ମେ’ ମାସ ପର୍ଯ୍ୟନ୍ତ ସମୁଦ୍ର କୂଳ ଠାରୁ ୧୦ କିଲୋମିଟର ଭିତରେ ମାଛ ମାରି ପାରିବେContinue reading “ଅଲିଭ ରିଡଲେଙ୍କ ପାଇଁ ସଚେତନତା ଶିବିର । ସମୁଦ୍ର କୂଳ ଠାରୁ ୧୦ କିଲୋମିଟର ଭିତରେ ମାଛ ମାରି ପାରିବେ ନାହିଁ ମତ୍ସ୍ୟଜୀବୀ ।”

ଜମୁଛି ମାଲକାନଗିରି ମାଲ୍ୟାବନ୍ତ ମହୋତ୍ସବ । ମୁଖ୍ୟ ଆକର୍ଷଣ ପାଲଟିଲା ଘୋଡା ଦୌଡ ।

କନକ ବ୍ୟୁରୋ: ଚିତ୍ରକୋଣ୍ଡାରେ ବ୍ଲକ ସ୍ତରିୟ ମାଲକାନଗିରି ମାଲ୍ୟାବନ୍ତ ମହୋତ୍ସବ । ଏହି ମହୋସ୍ରବରେ ସବୁଠୁ ଆକର୍ଷଣିୟ ପାଲଟିଥିଲା ସ୍ୱାଭିମାନ ଅଞ୍ଚଳର ଘୋଡା ଦୌଡ ପ୍ରତିଯୋଗିତା । ଗତ ଦୁଇ ବର୍ଷ ଧରି ପ୍ରତିଯୋଗିତାର ଆୟୋଜନ କରି ଆସୁଛି ମାଲକାନଗିରି ଜିଲ୍ଲା ପ୍ରସାଶନ । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଅନେକ ଗ୍ରାମରେ ରାସ୍ତା ପହଞ୍ଚିିଛି, ଫଳରେ ଲୋକେ ଘୋଡା ବ୍ୟବହାର କମାଇ ଦେଲେଣି । ଏବେ ମାତ୍ର କିଛି ଗ୍ରାମରେ ହିଁ ଘୋଡା ଦେଖିବାକୁ ମିଳୁଛିContinue reading “ଜମୁଛି ମାଲକାନଗିରି ମାଲ୍ୟାବନ୍ତ ମହୋତ୍ସବ । ମୁଖ୍ୟ ଆକର୍ଷଣ ପାଲଟିଲା ଘୋଡା ଦୌଡ ।”

ଚାଷ ପାଇଁ ଗାଁରେ ବାଜିଲା ଡେଙ୍ଗୁରା । ଧରାକୋଟ ବ୍ଲକରେ ମରୁଡି ଘୋଷଣା ସହ କ୍ଷତିପୂରଣ ଦାବି କରିବାକୁ ଏକାଠି ହେଲେ ଚାଷୀ ।

କନକ ବ୍ୟୁରୋ: ଗାଁ ଗାଁରେ ମେଳି ବାନ୍ଧିଳେଣି ଚାଷି । ଡେଙ୍ଗୁରା ଦେଇ ଏକାଠି ହେଉଛନ୍ତି । ଅଭାବି ବର୍ଷା ସାଙ୍ଗକୁ ଜଳ ସେଚନର ଅବ୍ୟବସ୍ଥା ଉଜାଡି ଦେଇଛି ଚଳିତ ବର୍ଷର ଧାନ ଚାଷ । ବର୍ଷ ସାରା ଖାଇବେ କଣ ଆଉ ଚାଷ ପାଇଁ ଆଣିଥିବା ରୁଣ ପରିଷୋଧ କରିବେ କିପରି ତାହାକୁ ନେଇ ଚାଷୀ ଆତଙ୍କିତ ହୋଇପଡିଛନ୍ତି । ଗଂଜାମ ଧରାକୋଟ ବ୍ଲକ ଝାଡବନ୍ଧ ଗାଁରେ ଚାଷୀ ଆନ୍ଦୋଳନ କରିବାକୁ ଏକାଠି ହେଲେଣି ।Continue reading “ଚାଷ ପାଇଁ ଗାଁରେ ବାଜିଲା ଡେଙ୍ଗୁରା । ଧରାକୋଟ ବ୍ଲକରେ ମରୁଡି ଘୋଷଣା ସହ କ୍ଷତିପୂରଣ ଦାବି କରିବାକୁ ଏକାଠି ହେଲେ ଚାଷୀ ।”

ମୟୂରଭଞ୍ଜ ବେଢ଼ାକୁଦର ଗାଁରେ ନାହିଁନଥିବା ଉତ୍ସାହ । ଘରେ ପହଞ୍ଚିଲେ ଉତ୍ତରକାଶୀ ସୁଡ଼ଙ୍ଗରୁ ଉଦ୍ଧାର ଶ୍ରମିକ ।

କନକ ବ୍ୟୁରୋ: ମୟୂରଭଞ୍ଜ ବେଢ଼ାକୁଦ ଗାଁରେ ପହଞ୍ଚିିଲେ ଉତ୍ତରକାଶୀ ସୁଡ଼ଙ୍ଗରୁ ଉଦ୍ଧାର ଶ୍ରମିକ । ଦୀର୍ଘଦିନ ପରେ ଘରକୁ ଫେରିଥିବାରୁ ଉତ୍ସାହିତ ଅଛନ୍ତି ପରିବାର ଲୋକ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ଫେରିଛନ୍ତି ୪ ଶ୍ରମିକ । ଭଗବାନ ଭତ୍ରା, ଧୀରେନ ନାୟକ, ରାଜୁ ନାୟକ ଏବଂ ବିଶ୍ୱେଶ୍ୱର ନାୟକ ଗତକାଲି ଓଡ଼ିଶା ଫେରିଛନ୍ତି । ଗତକାଲି ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କୁ ସ୍ୱାଗତ କରାଯାଥିଲା । ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ପହଁଚାଇବାର ଦାୟିତ୍ୱ ନେଇଛନ୍ତିContinue reading “ମୟୂରଭଞ୍ଜ ବେଢ଼ାକୁଦର ଗାଁରେ ନାହିଁନଥିବା ଉତ୍ସାହ । ଘରେ ପହଞ୍ଚିଲେ ଉତ୍ତରକାଶୀ ସୁଡ଼ଙ୍ଗରୁ ଉଦ୍ଧାର ଶ୍ରମିକ ।”

ପାରାଦୀପ ଜାହାଜରୁ ୨୨୦ କୋଟିର କୋକେନ୍ ପଛରେ କିଏ? ଗନ୍ତବ୍ୟସ୍ଥଳ ଓଡ଼ିଶା ନା ଡେନମାର୍କ?କ୍ର୍ୟୁ ସଦସ୍ୟ ଓ କ୍ୟାପଟେନକୁ ଜେରା ।

କନକ ବ୍ୟୁରୋ: ପାରାଦୀପରେ ଜାହାଜରୁ ଜବତ ୨୨୦ କୋଟି ଟଙ୍କାର କୋକେନ ପଛରେ କିଏ? କୋକେନର ଗନ୍ତବ୍ୟ ସ୍ଥଳ ଡେନ୍ମାର୍କ ନା ଓଡ଼ିଶା? ଏଭଳି ନିଶା କେମିତି ଏତେ ଯାଂଚ ପ୍ରକ୍ରିୟା ପାର କରି ଓଡ଼ିଶା ପର୍ଯ୍ୟନ୍ତ ଆସିଲା ତାକୁ ନେଇ ତନାଘନା ଆରମ୍ଭ ହୋଇଛି । ଏପରିକି ଓଡ଼ିଶା ବଜାରରେ ଏହାର ପ୍ରବେଶ ଲାଗି ଭିତିରି ଯୋଜନା ଚାଲିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଏବେ ଏହାର ତଦନ୍ତ କଷ୍ଟମ୍ସ ବିଭାଗ କରୁଥିବା ବେଳେContinue reading “ପାରାଦୀପ ଜାହାଜରୁ ୨୨୦ କୋଟିର କୋକେନ୍ ପଛରେ କିଏ? ଗନ୍ତବ୍ୟସ୍ଥଳ ଓଡ଼ିଶା ନା ଡେନମାର୍କ?କ୍ର୍ୟୁ ସଦସ୍ୟ ଓ କ୍ୟାପଟେନକୁ ଜେରା ।”

ଆଜି ଗଭୀର ଅବପାତର ରୂପ ନେବ ଲଘୁଚାପ । କାଲି ସୃଷ୍ଟି ହୋଇପାରେ ବାତ୍ୟା । ଓଡ଼ିଶାରେ କିଛି ଜିଲ୍ଲାରେ ବର୍ଷା ଆଶଙ୍କା ।

କନକ ବ୍ୟୁରୋ: ଆଜି ଗଭୀର ଅବପାତର ରୂପ ନେବ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେରେ ସୃଷ୍ଟ ଲଘୁଚାପ । ଆସନ୍ତାକାଲି ଏହା ବାତ୍ୟାରେ ପରିଣତ ହେବ । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୪ ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତର ତାମିଲନାଡୁ ଉପକୂଳରେ ପହଞ୍ଚିବ । ଏହା ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ୫ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳର ନେରୋଲ ଓ ମଛଲିପଟନମ୍ ଅତିକ୍ରମ କରିବା ସମ୍ଭାବନାContinue reading “ଆଜି ଗଭୀର ଅବପାତର ରୂପ ନେବ ଲଘୁଚାପ । କାଲି ସୃଷ୍ଟି ହୋଇପାରେ ବାତ୍ୟା । ଓଡ଼ିଶାରେ କିଛି ଜିଲ୍ଲାରେ ବର୍ଷା ଆଶଙ୍କା ।”

ମୁହାଁମୁହିଁ ହେଲେ ରଣପୁର ବିଧାୟକ ଓ ବ୍ଲକ ଅଧ୍ୟକ୍ଷା । କାର୍ଯ୍ୟକ୍ରମକୁ ନଡାକିବାରୁ କଳାପତାକା ଦେଖାଇଲେ ବ୍ଲକ ଅଧକ୍ଷ୍ୟା,ଗୋ ବ୍ୟାକ୍ ନାରା ଦେଲେ ସମର୍ଥକ ।

କନକ ବ୍ୟୁରୋ: ମୁହାଁମୁହିଁ ହେଲେ ବିଧାୟକ ଓ ବ୍ଲକ ଅଧ୍ୟକ୍ଷା । ନୟାଗଡ଼ ଜିଲ୍ଲା ରଣପୁର ନି ର୍ବାଚନୀ ମଣ୍ଡଳୀର କନ୍ଧନୟାଗଡ଼ ପଂଚାୟତରେ ପ୍ରକଳ୍ପ ଉଦଘାଟନକୁ ନେଇ ବିଧାୟକ ଓ ବ୍ଲକ ଅଧ୍ୟକ୍ଷା ମୁହାଁମୁହିଁ ହୋଇଛନ୍ତି । ଏପରିକି ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କୁ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ଓ ତାଙ୍କ ସମର୍ଥକ କଳପତାକା ଦେଖାଇନ୍ତି । ବିଧାୟକ ସତ୍ୟନାରାୟଣ ପ୍ରଧାନ ଶୁକ୍ରବାର ଏକ ନୂତନ ଉପସ୍ୱାସ୍ଥ୍ୟକେନ୍ଦ୍ର ଗୃହକୁ ଉଦଘାଟନ କରିବାକୁ ଆସିଥିଲେ । ଏହିContinue reading “ମୁହାଁମୁହିଁ ହେଲେ ରଣପୁର ବିଧାୟକ ଓ ବ୍ଲକ ଅଧ୍ୟକ୍ଷା । କାର୍ଯ୍ୟକ୍ରମକୁ ନଡାକିବାରୁ କଳାପତାକା ଦେଖାଇଲେ ବ୍ଲକ ଅଧକ୍ଷ୍ୟା,ଗୋ ବ୍ୟାକ୍ ନାରା ଦେଲେ ସମର୍ଥକ ।”

ଟି-୨୦ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୩-୧ରେ ଆଗୁଆ । ଦମ୍ ଦେଖାଇଲେ ଅକ୍ଷର ପଟେଲ ।

କନକ ବ୍ୟୁରୋ: ଟି-୨୦ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ । ଚତୁର୍ଥ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୦ ରନ୍ରେ ହରାଇଲା ଭାରତ । ବିଜୟ ସହ ଭାରତ ପାଂଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୧ରେ ଆଗୁଆ ଜିତି ନେଇଛି । ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ କରିଥିଲା ୧୭୪ ରନ୍ । ଦଳ ପକ୍ଷରୁ ରିଙ୍କୁ ସିଂହ ସର୍ବାଧିକ ୪୬ ରନ୍ର ଇନିଂସ୍ ଖେଳିଥିଲେ । ସେହିପରି ଯଶସ୍ୱୀContinue reading “ଟି-୨୦ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୩-୧ରେ ଆଗୁଆ । ଦମ୍ ଦେଖାଇଲେ ଅକ୍ଷର ପଟେଲ ।”

Design a site like this with WordPress.com
Get started