ଦଶହରା ଛୁଟିରେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ନାବାଳିକାର ମୃତ୍ୟୁ । ମାଲକାନଗିରି ଡୁରାଲ ଗାଁରେ ଅଭାବନୀୟ ଘଟଣା ।

କନକ ବ୍ୟୁରୋ: ଦଶହରା ଛୁଟିରେ ନିଜ ସଂପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିବା ମାଲକାନଗିରି ଜିଲ୍ଲା ଅନକାଡିଲି ନିକଟସ୍ଥ ଡୁରାଲ ଗ୍ରାମର ବୁଦୁ ଶିଶାଙ୍କ ୬ ବର୍ଷର ଝିଅ ଶ୍ୱାତୀ ଶିଶା ସପ୍ତଧାରା ନଦୀରେ ଗାଧୋଇବା ବେଳେ ବୁଡ଼ି ଯିବା ଫଳରେ ମୃତ୍ୟୁ ଘଟିଛି। ମାଲକାନଗିରି ଜିଲ୍ଲାର ଅନକାଡିଲି ନିକଟସ୍ଥ ଡୁରାଲ ଗ୍ରାମର ବୁଦୁ ଶିଶା ଏବଂ ତାଙ୍କ ପରିବାର ଲୋକେ ବୈପାରିଗୁଡାର ବାଙ୍କୁଲି ଗ୍ରାମରେ ରହୁଥିବା ଜ୍ୱାଇଁ ରାମ ଶିଶାଙ୍କ ଘରକୁ ଦଶହରା ଛୁଟିରେ ବୁଲିବାକୁ ଆସିଥିଲେ।Continue reading “ଦଶହରା ଛୁଟିରେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ନାବାଳିକାର ମୃତ୍ୟୁ । ମାଲକାନଗିରି ଡୁରାଲ ଗାଁରେ ଅଭାବନୀୟ ଘଟଣା ।”

ପଶ୍ଚିମ ଓଡ଼ିଶା ପ୍ରଡ୍ୟୁସର ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ । ସାମିଲ ହେଲେ ଅଭିନେତା ମନୋଜ ମିଶ୍ର ।

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶା ପ୍ରଡ୍ୟୁସର ଆସୋସିଏସନ୍ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସାମିଲ ହୋଇଥିଲେ ଅଭିନେତା ମନୋଜ ମିଶ୍ର । ସଂଘର ସଭାପତି ସୁଧିର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ଫିଲ୍ମ ବିତରଣକୁ ନେଇ ସୃଷ୍ଟି ହୋଇଥିବା ଅବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଛି । ପଶ୍ଚିମ ଓଡ଼ିଶାର ସିନେମା ଗୁଡ଼ିକ ଯେମିତି ରାଜ୍ୟର ସବୁ ଅଞ୍ଚଳର ହଲରେ ପ୍ରଦର୍ଶିତ ହୋଇପାରିବ, ସେ ଦିଗରେ କିପରି ସରକାର ପଦକ୍ଷେପ ନେବେ ସେନେଇContinue reading “ପଶ୍ଚିମ ଓଡ଼ିଶା ପ୍ରଡ୍ୟୁସର ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ । ସାମିଲ ହେଲେ ଅଭିନେତା ମନୋଜ ମିଶ୍ର ।”

ଭାରତ ସହ କିଏ ଖେଳିବ ସେମିଫାଇନାଲ, ରେସରେ ୩ ଦଳ ।  ଜାଣନ୍ତୁ କଣ ରହିଛି ସମୀକରଣ?

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷରେ ଆଫଗାନିସ୍ତାନ ପରାଜିତ ହେବା ପରେ ବିଶ୍ୱକପରେ ୩ଟି ଟିମ୍ ସେମିଫାଇନାଲ ଟିକେଟ ହାତେଇ ସାରିଛନ୍ତି । ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସେମିଫାଇନାଟିକେଟ ହାତେଇଛନ୍ତି । ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ଖେଳାଯିବା ନେଇ ସ୍ପଷ୍ଟ ହୋଇଥିବା ବେଳେ ଭାରତ ସହ କିଏ ସେମିଫାଇନାଲ ମୁକାବିଲା ଖେଳିବ ତାହା ଉପରେ ସଭିଙ୍କର ନଜର ରହିଛି । କାରଣ ଚତୁର୍ଥ ସେମିଫାଇନାଲିଷ୍ଟ ଏଯାଏଁ ସ୍ପଷ୍ଟ ହୋଇନାହିଁ ।Continue reading “ଭାରତ ସହ କିଏ ଖେଳିବ ସେମିଫାଇନାଲ, ରେସରେ ୩ ଦଳ ।  ଜାଣନ୍ତୁ କଣ ରହିଛି ସମୀକରଣ?”

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ :  କାରକେଡ୍ ଉପରକୁ ଆଖିବୁଜା ଗୁଳିମାଡ

ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ କାର  ଉପରେ ଆକ୍ରମଣ କରାଯାଇଛି । ଆକ୍ରମଣକାରୀମାନେ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ଏହି ମାରାତ୍ମକ ଆକ୍ରମଣରୁ ପାଲେଷ୍ଟାଇନ ରାଷ୍ଟ୍ରପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ କାର ଉପରେ ମାରାତ୍ମକ ଆକ୍ରମଣ ହୋଇଛି । ଅଜ୍ଞାତ ଆକ୍ରମଣକାରୀମାନେ ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଆକ୍ରମଣକାରୀମାନେ ସେମାନଙ୍କ ଗାଡି ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଏହି ମାରାତ୍ମକ ଆକ୍ରମଣରୁ ପାଲେଷ୍ଟାଇନContinue reading “ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ :  କାରକେଡ୍ ଉପରକୁ ଆଖିବୁଜା ଗୁଳିମାଡ”

ମାଓବାଦୀଙ୍କ ଶବ ବୋହିନେଉଛନ୍ତି ସହଯୋଗୀ ମାଓବାଦୀ । ଡ୍ରୋନ୍ କ୍ୟାମେରାରେ କଏଦ ହେଲା ପୁରା ଚିତ୍ର ।

କନକ ବ୍ୟୁରୋ: ଡ୍ରୋନ୍ କ୍ୟାମେରାରେ କଏଦ ହେଲା ମାଓବାଦୀଙ୍କ ଶବ ବୋହି ନେବାର ଚିତ୍ର । ଛତିଶଗଡ଼ ବିଜାପୁରରୁ ଆସିଲା ଦୃଶ୍ୟ । ଗତକାଲି ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ଯବାନଙ୍କ ସହ ମାଓବାଦୀଙ୍କ ଗୁଳି ବିନିମୟ ହୋଇଥିଲା । ମତଦାନ ଚାଲିଥିବା ବେଳେ ଯବାନମାନେ କମ୍ବିଂ ଅପରେସନ୍ କରିଥିଲେ । ଏହି ସମୟରେ ସିଆରପିଏଫ୍ର ୮୫ ବାଟାଲିୟନ୍ ସହ ଗୁଳି ବିନିମୟ ହୋଇଥିଲା । ଏଥିରେ ଯବାନଙ୍କ ଗୁଳିରେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛିContinue reading “ମାଓବାଦୀଙ୍କ ଶବ ବୋହିନେଉଛନ୍ତି ସହଯୋଗୀ ମାଓବାଦୀ । ଡ୍ରୋନ୍ କ୍ୟାମେରାରେ କଏଦ ହେଲା ପୁରା ଚିତ୍ର ।”

ଓଡିଆ ପ୍ରଯୋଜକଙ୍କ ସାହାଯ୍ୟ ମାଗିଲେ ସନଲିସା ପଟେଲ । ‘ପ୍ରଥା’ ପୋଷ୍ଟର ଚିରିବା ଘଟଣାରେ ପ୍ରଯୋଜକ ସଂଘର ବୈଠକ ।

କନକ ବ୍ୟୁରୋ: ବିବାଦ ଭିତରେ ଓଡିଆ ସିନେ ପ୍ରଯୋଜକ ସଂଘର ସାହାଯ୍ୟ ମାଗିଲେ ‘ପ୍ରଥା’ ଫିଲ୍ମର ପ୍ରଯୋଜିକା ସନଲିସା । ପଶ୍ଚିମ ଓଡିଶାରେ ପ୍ରଥା ଫିଲ୍ମର ପୋଷ୍ଟର ଚିରିବା ଘଟଣା ନେଇ ସଂଘ ସହ ବୈଠକରେ ଆଲୋଚନା କରିଛନ୍ତି । ବୈଠକର ଡିଷ୍ଟ୍ରିବ୍ୟୁଟର ସଂଘ ବି ଯୋଗ ଦେଇଛନ୍ତି । ଆଗକୁ ଅନ୍ୟ କୌଣସି ସିନେମା ସହ ଏଭଳି ନ ଘଟିବ ସେ ଦିଗରେ ଦୃଷ୍ଟି ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତିି ହୋଇଛି । ଏହି ବୈଠକରେContinue reading “ଓଡିଆ ପ୍ରଯୋଜକଙ୍କ ସାହାଯ୍ୟ ମାଗିଲେ ସନଲିସା ପଟେଲ । ‘ପ୍ରଥା’ ପୋଷ୍ଟର ଚିରିବା ଘଟଣାରେ ପ୍ରଯୋଜକ ସଂଘର ବୈଠକ ।”

ଢେଙ୍କାନାଳରେ ଗଜଲକ୍ଷ୍ମୀ ଭସାଣ ଉତ୍ସବ । ୩୮ଟି ମଣ୍ଡପରେ ପୂଜା ପାଉଥିବା ମା’ଙ୍କୁ ଦିଆଯିବ ମେଲାଣି । ରାତି ୧୧ଟା ଭିତରେ ଭସାଣି ଶେଷ କରିବାକୁ ପ୍ରଶାସନର ନିଷ୍ପତ୍ତି ।

କନକ ବ୍ୟୁରୋ: ଢେଙ୍କାନାଳରେ ଶେଷ ହେଲା ଗଜଲକ୍ଷ୍ମୀ ପୂଜା । ଏବେ ବାହୁଡିବେ ମା’ । ଆଜି ଅନୁଷ୍ଠିତ ହେବ ଗଜଲକ୍ଷ୍ମୀ ପୂଜାର ଭସାଣି । ୩୮ଟି ମଣ୍ଡପ ମିଳିତ ଭସାଣିରେ ଯୋଗ ଦେଉଛନ୍ତି । ପ୍ରଥମେ ମଉଡମଣୀ ମୀନାବଜାର ମେଢ଼ ଠାରେ ଜିଲ୍ଲାପାଳ ଆନୁଷ୍ଠାନିକ ଭାବେ ଭସାଣିର ଶୁଭାରମ୍ଭ କରିବା ପରେ ଆରମ୍ଭ ହୋଇଛି ଭସାଣି କାର୍ଯ୍ୟକ୍ରମ । ରାତି ୧୧ଟା ଭିତରେ ଭସାଣି ଶେଷ ହେବ ବୋଲି ପ୍ରଶାସନିକ ଅଧିକାରୀ ନିଷ୍ପତ୍ତି ନେଇଛନ୍ତି ।Continue reading “ଢେଙ୍କାନାଳରେ ଗଜଲକ୍ଷ୍ମୀ ଭସାଣ ଉତ୍ସବ । ୩୮ଟି ମଣ୍ଡପରେ ପୂଜା ପାଉଥିବା ମା’ଙ୍କୁ ଦିଆଯିବ ମେଲାଣି । ରାତି ୧୧ଟା ଭିତରେ ଭସାଣି ଶେଷ କରିବାକୁ ପ୍ରଶାସନର ନିଷ୍ପତ୍ତି ।”

ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ । ଭୁବନେଶ୍ୱର ଓ ଭଦ୍ରକର ୬ଟି ସ୍ଥାନରେ ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଟିମର ଚଢାଉ ।

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ ବିଶ୍ୱବନ୍ଧୁ ପାଣିଗ୍ରାହୀ । ଭୁବନେଶ୍ୱର ଓ ଭଦ୍ରକର ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଟିମ୍ । ଏଥିରେ ୭ଜଣ ଡିଏସ୍ପି, ୫ଜଣ ଇନ୍ସପେକ୍ଟର , ୮ଜଣ ଏଏସଆଇ ଏହି ଚଢଉରେ ସାମିଲ ହୋଇଛନ୍ତି । ଅଧିକ୍ଷଣ ଯନ୍ତ୍ରୀ ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୂଳ କରିବାର ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ଭିଜିଲାନ୍ସ ଦ୍ୱାରା ଏହି ଚଢାଉ ହୋଇଛିContinue reading “ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ । ଭୁବନେଶ୍ୱର ଓ ଭଦ୍ରକର ୬ଟି ସ୍ଥାନରେ ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଟିମର ଚଢାଉ ।”

କେନ୍ଦୁଝର ଚମ୍ପୁଆ ରେଞ୍ଜ ଅଞ୍ଚଳରେ ୩୮ ଟିକିଆ ହାତୀପଲଙ୍କ ଆତଙ୍କ । ନଷ୍ଟ କରୁଛନ୍ତି ଏକର ଏକର ଫସଲ  । ଲୋକଙ୍କୁ ଛାଡୁନାହାଁନ୍ତି ବାଟ ।

କନକ ବ୍ୟୁରୋ: କେନ୍ଦୁଝର ଚମ୍ପୁଆ ରେଞ୍ଜ ଅଞ୍ଚଳରେ ହାତୀ ପଲଙ୍କ ଉପଦ୍ରବ । ୩୮ ଟିକିଆ ହାତୀ ପଲ ଏହି ଅଂଚଳରେ ଏବେ ଡେରା ପକାଇଛନ୍ତି । ଆଉ ଜଙ୍ଗଲ ପାଖିଆ ଗାଁ ଗୁଡିକରେ ଏକର ଏକର ଧାନ ଚାଷ ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ହାତୀମାନେ ଯେପରି ଜନବସତି ମୁହାଁ ନହେବେ ଓ ଧନଜୀବନ ହାନି ନଘଟିବ ସେଥିପ୍ରତି ବନବିଭାଗରେ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ତେବେ ଗଲକାଲି ଠାରୁContinue reading “କେନ୍ଦୁଝର ଚମ୍ପୁଆ ରେଞ୍ଜ ଅଞ୍ଚଳରେ ୩୮ ଟିକିଆ ହାତୀପଲଙ୍କ ଆତଙ୍କ । ନଷ୍ଟ କରୁଛନ୍ତି ଏକର ଏକର ଫସଲ  । ଲୋକଙ୍କୁ ଛାଡୁନାହାଁନ୍ତି ବାଟ ।”

ନରସିଂହ ମିଶ୍ରଙ୍କୁ ତେରଛା ବାଣ ମାରିଲେ ପୂର୍ବତନ ସାଂସଦ କଳିକେଶ ସିଂଦେଓ  । କହିଲେ କଳାକାରଙ୍କ କଳିରେ ପଶନ୍ତୁ ନାହିଁ ରାଜନେତା । 

କନକ ବ୍ୟୁରୋ: କଳାକାରଙ୍କ କଳି ପ୍ରସଙ୍ଗରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ତେର୍ଛା ବାଣ । କହିଲେ, କଳାକାରଙ୍କ କଳି କଳାକାରଙ୍କ ଭିତରେ ସମାଧାନ କରାଯାଉ । ରାଜନେତା ଏଥିରେ ମୁଣ୍ଡ ପୁରାଇବା ଅନୁଚିତ । ଆଗକୁ ନିର୍ବାଚନ ଆସୁଥିବାରୁ ଏହି ଘଟଣାକୁ ନେଇ ରାଜନୀତି କରାଯାଉଛି ବୋଲି କହିଛନ୍ତି କଳିକେଶ ନାରାୟଣ ସିଂଦେଓ । ଏବେ ଘଟଣାକୁ ନେଇ ବିଧାୟକ ପଶ୍ଚିମ ଓଡ଼ିଶାକୁ ଅବହେଳା କଥା କହୁଛନ୍ତି, ୧୦Continue reading “ନରସିଂହ ମିଶ୍ରଙ୍କୁ ତେରଛା ବାଣ ମାରିଲେ ପୂର୍ବତନ ସାଂସଦ କଳିକେଶ ସିଂଦେଓ  । କହିଲେ କଳାକାରଙ୍କ କଳିରେ ପଶନ୍ତୁ ନାହିଁ ରାଜନେତା । “

Design a site like this with WordPress.com
Get started