ଆଗାମୀ କିଛି ସପ୍ତାହ ମଧ୍ୟରେ ଦେଶରେ ଆଉ ୨ଟି କୋଭିଡ୍ ଟିକା ଉପଲବ୍ଧ ହୋଇପାରିବ। ଫଳରେ ହିତାଧିକାରୀମାନେ ୩-୪ଟି ଟିକା ଭିତରୁ ନିଜ ମନପସନ୍ଦର ଟିକା ନେବା ପାଇଁ ସୁଯୋଗ ପାଇପାରିବେ ବୋଲି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ କହିଛନ୍ତି। ସମ୍ପ୍ରତି ଦେଶରେ ପୁଣେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଦ୍ବାରା କୋଭିସିଲ୍ଡ ନାମରେ ପ୍ରସ୍ତୁତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା ଓ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଦ୍ବାରା ବିକଶିତ କୋଭାକ୍ସିନ୍ ଟିକାର ଉପଯୋଗ ଚାଲିଛି। ତେବେContinue reading “ଆଗାମୀ କିଛି ସପ୍ତାହ ମଧ୍ୟରେ ଭାରତକୁ ମିଳିବ ଆଉ ୨ଟି ଟିକା । ମନ ପସନ୍ଦର ଟିକା ନେଇପାରିବେ ଲୋକେ”
Tag Archives: News
ଆପଣ ନେଉଛନ୍ତି ତ କରୋନା ଟିକା ? କିଏ ନେଇପାରିବେ ଟିକା ? କେଉଁଠି କରିବେ ପଞ୍ଜିକରଣ ? କ’ଣ କାଗଜପତ୍ର ଆବଶ୍ୟକ ? ଜାଣନ୍ତୁ ଟିକା ନେବାର ପୁରା ପ୍ରକ୍ରିୟା
କନକ ବ୍ୟୁରୋ : ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ବଢ଼ୁଥିବା ବେଳେ ଆଜିଠାରୁ ଆରମ୍ଭ ହେଉଛି ସାଧାରଣ ଲୋକଙ୍କ ଟିକାକରଣ । ଏହି ପର୍ଯ୍ୟାୟରେ ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ଟିକା । ସେହିପରି ୪୫ରୁ ୫୯ ବର୍ଷ ମଧ୍ୟରେ ଥିବା ଯେଉଁ ବ୍ୟକ୍ତି ବିଭିନ୍ନ ରୋଗରେ ପୀଡ଼ିତ ଥିବେ, ସେମାନଙ୍କୁ ମଧ୍ୟ ଟିକା ଦିଆଯିବ । କେଉଁଠି କରିବେ ପଞ୍ଜିକରଣ ? – କୋ-ୱିନ ଆପରେContinue reading “ଆପଣ ନେଉଛନ୍ତି ତ କରୋନା ଟିକା ? କିଏ ନେଇପାରିବେ ଟିକା ? କେଉଁଠି କରିବେ ପଞ୍ଜିକରଣ ? କ’ଣ କାଗଜପତ୍ର ଆବଶ୍ୟକ ? ଜାଣନ୍ତୁ ଟିକା ନେବାର ପୁରା ପ୍ରକ୍ରିୟା”
ବାଲିଗଦା ଭିତରୁ ମୁଣ୍ଡ ବିହୀନ କଙ୍କାଳ ଉଦ୍ଧାର କଲା ଜଳେଶ୍ୱର ପୋଲିସ : କଙ୍କାଳକୁ ଫରେନସିକ୍ ଲ୍ୟାବ ପଠାଇ ପୋଲିସର ତଦନ୍ତ
କନକ ବ୍ୟୁରୋ : ବାଲିଗଦା ଭିତରୁ ମୁଣ୍ଡବିହୀନ କଙ୍କାଳ ଉଦ୍ଧାର କଲା ଜଳେଶ୍ୱର ପୁଲିସ୍ । ବାଳେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଜମାଳପୁର ବାଇପାସ୍ ପାଖ ବାଲିଗଦାରୁ ଏକ କଙ୍କାଳ ଉଦ୍ଧାର କରିଛି ପୁଲିସ୍ । ବିଲକୁ କାମ କରିବାକୁ ଆସିଥିବା କିଛି ଚାଷୀ ପ୍ରଥମେ ଏହାକୁ ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଜଳେଶ୍ୱର ପୁଲିସ୍ ଘଟଣାସ୍ଥଳରେ ପହଂଚି କଙ୍କାଳ ଉଦ୍ଧାର କରିବା ସହ ଫରେନସିକ୍ ଟେଷ୍ଟ ପାଇଁ ପଠାଇଥିଲା । ଏନେଇContinue reading “ବାଲିଗଦା ଭିତରୁ ମୁଣ୍ଡ ବିହୀନ କଙ୍କାଳ ଉଦ୍ଧାର କଲା ଜଳେଶ୍ୱର ପୋଲିସ : କଙ୍କାଳକୁ ଫରେନସିକ୍ ଲ୍ୟାବ ପଠାଇ ପୋଲିସର ତଦନ୍ତ”
ଝାରସୁଗୁଡା ସେନହାମାଲ ପଥର ଖାଦାନରେ ବିସ୍ଫୋରଣ : ବିସ୍ଫୋରଣରେ ଜଣେ ଗୁରୁତର ହେବା ପରେ ମୃତ ଘୋଷଣା କଲେ ଡାକ୍ତର
କନକ ବ୍ୟୁରୋ : ଝାରସୁଗୁଡ଼ା ଜିଲ୍ଲା ବନହଳପାଳି ଥାନା ଅନ୍ତର୍ଗତ ସେନହାମାଲ ପଥର ଖାଦାନ ଠାରେ ବିସ୍ଫୋରଣ ଯୋଗୁଁ ଜଣଙ୍କ ଜୀବନ ଯାଇଛି । ରବିବାର ଦ୍ୱିପହର ସମୟରେ ବିସ୍ଫୋରଣ ହୋଇଥିବା ବେଳେ ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ଗୁରୁତରଙ୍କୁ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଏହି ଦୁର୍ଘଟଣା ପରେ ପଥର ଖାଦାନରେ ଉତେଜନା ଦେଖାଦେଇଥିଲା । ଘଟଣାସ୍ଥଳରେ ପୁଲିସ୍ ପହଂଚି ତଦନ୍ତContinue reading “ଝାରସୁଗୁଡା ସେନହାମାଲ ପଥର ଖାଦାନରେ ବିସ୍ଫୋରଣ : ବିସ୍ଫୋରଣରେ ଜଣେ ଗୁରୁତର ହେବା ପରେ ମୃତ ଘୋଷଣା କଲେ ଡାକ୍ତର”
ଭିସୁଟରେ ଆଜି ହେବାକୁ ଥିବା ପରୀକ୍ଷା ସ୍ଥଗିତ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଦକ୍ଷେପ
କନକ ବ୍ୟୁରୋ : ଭିସୁଟର ବିଭିନ୍ନ ବିଭାଗରେ ଫାଇନାଲ ପରୀକ୍ଷା ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ଆଜି ହେବାର ଥିଲା । ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପରେ ଜଣାପଡିବ ଏହି ପରୀକ୍ଷା କେବେ ହେବ । ଭିସୁଟରେ ୨୫ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବିଶେଷ କରି ହଷ୍ଟେଲ ଗୁଡିକରେ କଣ୍ଟେନମେଣ୍ଟ ଜୋନ ଏବଂ ବଫର ଜୋନା ଘୋଷଣା କରାଯିବା ପରେ ପରୀକ୍ଷା ସ୍ଥଗିତ ରଖିବା ପାଇଁContinue reading “ଭିସୁଟରେ ଆଜି ହେବାକୁ ଥିବା ପରୀକ୍ଷା ସ୍ଥଗିତ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଦକ୍ଷେପ”
ଏଟିଏମରୁ ୨ହଜାର ଟଙ୍କିଆ ନୋଟ୍ ଗାଏବ୍ ! ଅଧିକ ମାତ୍ରାରେ ବାହାରୁଛି ୫ଶହ ଟଙ୍କିଆ, ଅସୁବିଧାରେ ଗ୍ରାହକ
ଅଧିକାଂଶ ଏଟିଏମ୍ରେ ଆଉ ୨ ହଜାର ଟଙ୍କିଆ ନୋଟ୍ ଗ୍ରାହକଙ୍କୁ ମିଳୁନାହିଁ । ମାର୍ଚ୍ଚ ୧ ତାରିଖରୁ ଇଣ୍ଡିଆନ୍ ବ୍ୟାଙ୍କର ଏଟିଏମ୍ରେ ୨୦୦୦ ଟଙ୍କିଆ ନୋଟ୍ ମିଳିବ ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ତେବେ କେବଳ ଇଣ୍ଡିଆନ୍ ବ୍ୟାଙ୍କ ନୁହେଁ ପ୍ରାୟ ସବୁ ବ୍ୟାଙ୍କର ଏଟିଏମ୍ରେ ୨୦୦୦ ଟଙ୍କିଆ ନୋଟ୍ ଆଉ ଗ୍ରାହକଙ୍କୁ ମିଳୁନାହିଁ । ମୋଦୀ ସରକାର ୨୦୧୬ ନଭେମ୍ବର ୮ ତାରିଖରେ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍କୁ ଅଚଳ ଘୋଷଣାContinue reading “ଏଟିଏମରୁ ୨ହଜାର ଟଙ୍କିଆ ନୋଟ୍ ଗାଏବ୍ ! ଅଧିକ ମାତ୍ରାରେ ବାହାରୁଛି ୫ଶହ ଟଙ୍କିଆ, ଅସୁବିଧାରେ ଗ୍ରାହକ”
ସ୍ୱାଭିମାନ ଅଂଚଳର ଗାଈ ଚରାଳି ଏବେ ସଫଳ ବାଲୁକା ଶିଳ୍ପୀ : କୋୟା ଜନଜାତିର ଯୁବକ ମୁକା କାବାସିଙ୍କ ସଂଘର୍ଷ ଓ ସଫଳତାର କାହାଣୀ
କନକ ବ୍ୟୁରୋ : ବାଲୁକା କଳା ତାଙ୍କୁ ଦେଇଛି ଏକ ନୂଆ ରାହା ଓ ପରିଚୟ । ବାଲୁକା କଳାରେ ସେ ନିଜକୁ କରିଦେଇଛନ୍ତି ନିମଗ୍ନ । ଗଢ଼ିବସୁଛନ୍ତି ଭଳିକି ଭଳି ବାଲୁକା କଳା । ବେଶ୍ ସୁନ୍ଦର ଓ ଆକର୍ଷଣୀୟ । ଏହେଉଛନ୍ତି ସ୍ୱାଭିମାନ ଅଂଚଳର କୋୟା ଜନଜାତିର ଯୁବକ ମୁକା କାବାସିଙ୍କ କାହାଣୀ । ମାଲକାନଗିରି କାଲିମେଳା ବ୍ଳକ ତୁମ୍ବାଗୁଡ଼ା ଗାଁର ମୁକା କାବାସି ଏବେ ବାଲୁକା କଳାକୁ ନେଇ ଏବେ ଆଗକୁ ବଢ଼ୁଛନ୍ତିContinue reading “ସ୍ୱାଭିମାନ ଅଂଚଳର ଗାଈ ଚରାଳି ଏବେ ସଫଳ ବାଲୁକା ଶିଳ୍ପୀ : କୋୟା ଜନଜାତିର ଯୁବକ ମୁକା କାବାସିଙ୍କ ସଂଘର୍ଷ ଓ ସଫଳତାର କାହାଣୀ”
ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ : ପ୍ରଚଣ୍ଡ ଖରା ଯୋଗୁଁ ସ୍କୁଲରେ ପର୍ଯ୍ୟାପ୍ତ ପିଇବା ପାଣି, ଓଆରଏସ ମହଜୁଦ ରଖିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ
କନକ ବ୍ୟୁରୋ :ଆଜିଠୁ ସକାଳୁଆ ସ୍କୁଲ । କରୋନା ସଂକ୍ରମଣ ଯୋଗୁଁ ଏବେ କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢା ଚାଲିଛି । ଏବେ ଏହି ଛାତ୍ରଛାତ୍ରୀଙ୍କ ପାଠପଢା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ଗୋଟାଏ ମଧ୍ୟରେ ଶେଷ ହେବ । ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ହେବ । ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢା ୯ଟାରୁ ଗୋଟାଏ ପର୍ଯ୍ୟନ୍ତContinue reading “ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ : ପ୍ରଚଣ୍ଡ ଖରା ଯୋଗୁଁ ସ୍କୁଲରେ ପର୍ଯ୍ୟାପ୍ତ ପିଇବା ପାଣି, ଓଆରଏସ ମହଜୁଦ ରଖିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ”
ପ୍ରଧାନମନ୍ତ୍ରୀ ନେଲେ କରୋନା ଟିକା : ଦିଲ୍ଲୀ ଏମ୍ସରେ ପୁଡୁଚେରୀର ସିଷ୍ଟର ନିବେଦା ଦେଲେ କୋଭାକ୍ସିନର ପ୍ରଥମ ଡୋଜ
କନକ ବ୍ୟୁରୋ : ସମ୍ପୂର୍ଣ୍ଣ ସ୍ୱଦେଶୀ ଟିକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ଏମସରେ ଟିକାର ପ୍ରଥମ ଡ଼ୋଜ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏନେଇ ସେ ଟୁଇଟ କରି ସୁଚନା ଦେଇଛନ୍ତି । ପୁଡ଼ୁଚେରୀର ସିଷ୍ଟର ପି.ନିବେଦା ତାଙ୍କୁ ଟିକା ଦେଇଛନ୍ତି । ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ନେଇଛନ୍ତି ପ୍ରଧାନମନ୍ତ୍ରୀ । Took my first dose of the COVID-19 vaccine at AIIMS. Remarkable how our doctorsContinue reading “ପ୍ରଧାନମନ୍ତ୍ରୀ ନେଲେ କରୋନା ଟିକା : ଦିଲ୍ଲୀ ଏମ୍ସରେ ପୁଡୁଚେରୀର ସିଷ୍ଟର ନିବେଦା ଦେଲେ କୋଭାକ୍ସିନର ପ୍ରଥମ ଡୋଜ”
କରୋନା ସଂକ୍ରମଣ ବଢ଼ୁଥିବା ବେଳେ ୧୦ଟି ରାଜ୍ୟକୁ ଗଲା କେନ୍ଦ୍ରୀୟ ଟିମ : ନିଆଯାଉଥିବା ପଦକ୍ଷେପ ଉପରେ ନଜର ରଖିବ ଟିମ୍
କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ୁଥିବା ବେଳେ ଏନେଇ ସତର୍କତା ପଦକ୍ଷେପ ବଢ଼ିଚାଲିଛି । ୧୦ଟି ରାଜ୍ୟକୁ କେନ୍ଦ୍ରୀୟ ଟିମ୍ ପଠାଯାଇଛି । କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଂଗ, ଛତିଶଗଡ଼, ପଂଜାବ, ମଧ୍ୟପ୍ରଦେଶ, ଗୁଜୁରାଟ ଓ ଜମ୍ମୁକାଶ୍ମୀରକୁ କେନ୍ଦ୍ରୀୟ ଟିମ୍ ଯାଇଛି । ସଂକ୍ରମଣ ରୋକିବାକୁ ନିଆଯାଉଥିବା ପଦକ୍ଷେପ ଉପରେ ଏହି ଟିମର ନଜର ରହିବ । ସଂକ୍ରମଣ ରୋକିବା ପଦକ୍ଷେପକୁ କଡ଼ାକଡ଼ି ଲାଗୁ କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶContinue reading “କରୋନା ସଂକ୍ରମଣ ବଢ଼ୁଥିବା ବେଳେ ୧୦ଟି ରାଜ୍ୟକୁ ଗଲା କେନ୍ଦ୍ରୀୟ ଟିମ : ନିଆଯାଉଥିବା ପଦକ୍ଷେପ ଉପରେ ନଜର ରଖିବ ଟିମ୍”