ବରିଷ୍ଠ ଆଇପିଏସ୍ ଅଫିସର ତଥା ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ଡକ୍ଟର ସତ୍ୟଜିତ ମହାନ୍ତି ରବିବାର ପୁଲିସ ସେବାରୁ ଅବସର ନେଇଛନ୍ତି। ଏହି ଅବସରରେ ତାଙ୍କ ପାଇଁ ନରାଜଠାରେ ବିଦାୟୀ ପ୍ୟାରେଡ୍ର ଆୟୋଜନ କରାଯାଇଥିଲା। ଡକ୍ଟର ମହାନ୍ତି ଉକ୍ତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିବା ସହ ଭୁବନେଶ୍ବରସ୍ଥିତ ଟ୍ରେନିଂ ଏକାଡେମିରେ ଅନୁଷ୍ଠିତ ବିଦାୟ ସଭାରେ ଭାଗ ନେଇଥିଲେ। ଆଜି ସେ ଓପିଏସ୍ସିର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ୧୯୮୮ ମସିହା ବ୍ୟାଚ୍ର ଆଇପିଏସ୍Continue reading “ପୋଲିସ ସେବାରୁ ଅବସର ନେଲେ ସତ୍ୟଜିତ୍ ମହାନ୍ତି । ଆଜି ଗ୍ରହଣ କରିବେ ନୂଆ ଦାୟିତ୍ୱ”
Tag Archives: News
ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ : ଏନେଇ ବିହାର ସରକାରଙ୍କ ବଡ ଘୋଷଣା; ଘରୋଇ ହସ୍ପିଟାଲରେ ଟିକାକରଣର ଖର୍ଚ୍ଚ ବହନ କରିବେ ନୀତିଶ ସରକାର
କନକ ବ୍ୟୁରୋ : ଆଜି ସାରାଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଥିବା ବେଳେ ଟିକାକରଣ ନେଇ ବଡ ଘୋଷଣା କରିଛନ୍ତି ବିହାର ସରକାର । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ବିହାରରେ ଘରୋଇ ହସ୍ପିଟାଲଗୁଡିକରେ ଟିକା ନେଉଥିବା ଲୋକଙ୍କ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଟିକା ନେବାର କାର୍ଯ୍ୟକ୍ରମ ରହିଛି । ସାରାଦେଶରେ ୬୦ବର୍ଷରୁ ଅଧିକ ବୟସ୍କ ଏବଂ ବିଭିନ୍ନ ରୋଗ ଥିବା ୪୫ବର୍ଷରୁContinue reading “ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ : ଏନେଇ ବିହାର ସରକାରଙ୍କ ବଡ ଘୋଷଣା; ଘରୋଇ ହସ୍ପିଟାଲରେ ଟିକାକରଣର ଖର୍ଚ୍ଚ ବହନ କରିବେ ନୀତିଶ ସରକାର”
ଆଜିଠାରୁ ସାଧାରଣ ଲୋକଙ୍କ ଟିକାକରଣ : ବୟସ୍କ ଓ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତି ନେଇପାରିବେ ଟିକା
କନକ ବ୍ୟୁରୋ : ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ବଢ଼ୁଥିବା ବେଳେ ଆଜିଠାରୁ ଆରମ୍ଭ ହେଉଛି ସାଧାରଣ ଲୋକଙ୍କ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କ ଟିକାକରଣ ହେଉଥିବା ବେଳେ ଏହି ପର୍ଯ୍ୟାୟରେ ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ଟିକା । ଅବଶ୍ୟ ୪୫ରୁ ୫୯ ବର୍ଷ ମଧ୍ୟରେ ଥିବା ଯେଉଁ ବ୍ୟକ୍ତି ବିଭିନ୍ନ ରୋଗରେ ପୀଡ଼ିତ ଥିବେ, ସେମାନଙ୍କୁContinue reading “ଆଜିଠାରୁ ସାଧାରଣ ଲୋକଙ୍କ ଟିକାକରଣ : ବୟସ୍କ ଓ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତି ନେଇପାରିବେ ଟିକା”
ଜୀବନ ସାଥୀ ବନିବେ ପରଦାର ଯୋଡ଼ି : ଆଜି ଓଲିଉଡର ସୁପରହିଟ୍ ଯୋଡ଼ି ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ବାହାଘର
କନକ ବ୍ୟୁରୋ : ଆଜି ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ବାହାଘର । ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ଖୋଦ୍ ସବ୍ୟସାଚୀ । ସୋସିଆଲ ମିଡିଆରେ ପୋଷ୍ଟ କରି ସବ୍ୟସାଚୀ ଲେଖିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ଓ ପରିବାର ଲୋକଙ୍କ ଆଶିର୍ବାଦରେ ସେ ଓ ଅର୍ଚ୍ଚିତା ବୈବାହିକ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତେବେ ସବ୍ୟସାଚୀ ତାଙ୍କ ପୋଷ୍ଟରେ ବାହାଘର ଭେନ୍ୟୁ ଓ ବିହାହ କାର୍ଯ୍ୟସୂଚୀ ନେଇ କୌଣସି ସୂଚନା ଦେଇ ନାହାନ୍ତି । ସେହିପରି ଅଭିନେତ୍ରୀContinue reading “ଜୀବନ ସାଥୀ ବନିବେ ପରଦାର ଯୋଡ଼ି : ଆଜି ଓଲିଉଡର ସୁପରହିଟ୍ ଯୋଡ଼ି ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ବାହାଘର”
ସାତକୋଶିଆ ଇକୋ-ରିଟ୍ରିଟରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ । କଟେଜରେ ଥିବା ପର୍ଯ୍ୟଟକ କହିଲେ, ଭୋର ୫ ଟାରେ ବିସ୍ଫୋରଣ ଶବ୍ଦ ହୋଇ ଲାଗିଗଲା ନିଆଁ ।
କନକ ବ୍ୟୁରୋ: ସାତକୋସିଆର ଇକୋ ରି-ଟ୍ରିଟରେ ଭୟଙ୍କର ଅଗ୍ନିକାଣ୍ଡ । ଆଉ ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି, ପରିବହନ କମିଶନର ଆଇପିଏସ ସଂଜୀବ ପଣ୍ଡା ଓ ତାଙ୍କ ପତ୍ନୀ ତଥା ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା । ଇକୋ ରି-ଟ୍ରିଟର ୩ଟି କଟେଜ ସଂପୂର୍ଣ୍ଣ ଜଳି ଯାଇଛି । ସଂଜୀବ ଓ ତାଙ୍କ ପତ୍ନୀ କହିଛନ୍ତି, ହଠାତ୍ ନିଆଁ ଲାଗି ଯାଇଥିଲା, ତୁରନ୍ତ ସେମାନେ ବାହାରି ଆସି ଅନ୍ୟମାନଙ୍କୁ ସତର୍କ କରିଥିଲେ ।Continue reading “ସାତକୋଶିଆ ଇକୋ-ରିଟ୍ରିଟରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ । କଟେଜରେ ଥିବା ପର୍ଯ୍ୟଟକ କହିଲେ, ଭୋର ୫ ଟାରେ ବିସ୍ଫୋରଣ ଶବ୍ଦ ହୋଇ ଲାଗିଗଲା ନିଆଁ ।”
ଶ୍ରୀମନ୍ଦିର ବିକାଶ ପାଇଁ ନିଜ ଦରମାରୁ ୧ ଲକ୍ଷ ଟଙ୍କାର ସହଯୋଗ ରାଶି ପ୍ରଦାନ କଲେ ଧର୍ମେନ୍ଦ୍ର ।
କନକ ବ୍ୟୁରୋ: ଶ୍ରୀମନ୍ଦିର ବିକାଶ ପାଇଁ ମନ୍ଦିର ପ୍ରଶାସନକୁ ନିଜ ଦରମାରୁ ୧ଲକ୍ଷ ଟଙ୍କା ସହଯୋଗ ରାଶି ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସମଗ୍ର ହିନ୍ଦୁ ସମାଜ ବିଶେଷ ଭାବରେ ଓଡିଶାବାସୀଙ୍କୁ ପୁରୀ ତଥା ଶ୍ରୀମନ୍ଦିର ବିକାଶ ପାଇଁ ସହଯୋଗ କରିବା ପାଇଁ ଆଗେଇ ଆସିବାକୁ ସେ ନିବେଦନ କରିଛନ୍ତି । ରବିବାର ପୁରୀ ଶ୍ରୀମନ୍ଦିରରେ ଦର୍ଶନ କରିବା ପରେ ଧର୍ମେନ୍ଦ୍ର କହିଛନ୍ତି ଶ୍ରୀକ୍ଷେତ୍ର ପୁରୀ ଧାମର ବିକାଶ ଆରମ୍ଭ ହୋଇଛିContinue reading “ଶ୍ରୀମନ୍ଦିର ବିକାଶ ପାଇଁ ନିଜ ଦରମାରୁ ୧ ଲକ୍ଷ ଟଙ୍କାର ସହଯୋଗ ରାଶି ପ୍ରଦାନ କଲେ ଧର୍ମେନ୍ଦ୍ର ।”
ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାକୁ ବିତିଲା ମାସେ, ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ବି ଯାଜପୁର ପୋଲିସର ହାତ ଖାଲି ।
କନକ ବ୍ୟୁରୋ: ଗୋଟିଏ କମିଶନରେଟ ପୋଲିସକୁ ବାଃ ବାଃ ଆଉ ଗୋଟେପଟେ ଯାଜପୁର ପୋଲିସ ହାତ ଖାଲି । ଆମେ କହୁଛୁ ସେହି ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ଘଟଣା । ବହୁଚର୍ଚ୍ଚିତ ଗୁଣଦୁଷ୍କର୍ମ ଘଟଣାରେ ୨୨ବର୍ଷ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ବେଳେ ଯାଜପୁର ପୋଲିସ ଝରାଫୁଲ ମୃତ୍ୟୁ ଘଟଣାର ରହସ୍ୟ ଉପରୁ ପରଦା ଉଠାଇପାରିନାହିଁ । ଏହାକୁ ନେଇ ଯାଜପୁର ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ଝରାଫୁଲଙ୍କ ବାପା ।Continue reading “ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାକୁ ବିତିଲା ମାସେ, ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ବି ଯାଜପୁର ପୋଲିସର ହାତ ଖାଲି ।”
ପୁରୀର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଦେଇଛନ୍ତି ୧୭୫ କୋଟି: ଧର୍ମେନ୍ଦ୍ର ପ୍ରଧାନ
କନକ ବ୍ୟୁରୋ: ପୁରୀର ବିକାଶ ପାଇଁ ମୋଦି ଦେଇଛନ୍ତି ୧୭୫ କୋଟି । ଶ୍ରୀକ୍ଷେତ୍ର ପୁରୀର ସର୍ବାଙ୍ଗୀନ ବିକାଶ ତଥା ଲୋକଙ୍କ ଜୀବନଜୀବିକାରେ ପରିବର୍ତ୍ତନ ଓ ରୋଜଗାର ବଢ଼ାଇବା ପାଇଁ ମୋଦି ସରକାର ପୁରୀ ପାଇଁ ୧୭୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁରୀ ଠାରେ ସିଏସଆର ଅନ୍ତର୍ଗତ ପ୍ରାୟ ଦେଢ କୋଟି ଟଙ୍କାର ପ୍ରକଳ୍ପ ତଥା କମ୍ୟୁନିଟି ସେଂଟର ଓ କଲ୍ୟାଣ ମଣ୍ଡପର ଲୋକାର୍ପଣ ଓ ଶିଳାନ୍ୟାସContinue reading “ପୁରୀର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଦେଇଛନ୍ତି ୧୭୫ କୋଟି: ଧର୍ମେନ୍ଦ୍ର ପ୍ରଧାନ”
ଆସନ୍ତାକାଲି ବୁର୍ଲା ଭିସୁଟରେ ହେବାକୁ ଥିବା ଶେଷ ପରୀକ୍ଷା ସ୍ଥଗିତ । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପାଇଁ ପରୀକ୍ଷା ସ୍ଥଗିତ ରଖିବା ନେଇ ସୂଚନା ଦେଲେ ଭିସୁଟ୍ କୂଳପତି ।
କନକ ବ୍ୟୁରୋ: ଭିସୁଟର ବିଭିନ୍ନ ବିଭାଗରେ ଫାଇନାଲ ପରୀକ୍ଷା ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ଆସନ୍ତାକାଲି ହେବାର ଥିଲା । ପରବର୍ତ୍ତି ନିର୍ଦ୍ଦେଶନାମା ଆସିବା ପରେ ଜଣାପଡିବ ଏହି ପରୀକ୍ଷା କେବେ ହେବ । ଭିସୁଟରେ ୨୫ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବିଶେଷ କରି ହଷ୍ଟେଲ ଗୁଡିକରେ କଣ୍ଟେନମେଣ୍ଟ ଜୋନ ଏବଂ ବଫର ଜୋନ୍ ଘୋଷଣା କରାଯିବା ପରେ ପରୀକ୍ଷା ସ୍ଥଗିତ ରଖିବା ପାଇଁ କର୍ତୃପକ୍ଷContinue reading “ଆସନ୍ତାକାଲି ବୁର୍ଲା ଭିସୁଟରେ ହେବାକୁ ଥିବା ଶେଷ ପରୀକ୍ଷା ସ୍ଥଗିତ । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପାଇଁ ପରୀକ୍ଷା ସ୍ଥଗିତ ରଖିବା ନେଇ ସୂଚନା ଦେଲେ ଭିସୁଟ୍ କୂଳପତି ।”
ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱର ସାଂସଦଙ୍କ ଚିଠି: ଶ୍ରୀକ୍ଷେତ୍ର ଓ ଏକାମ୍ର କଥା ଉଠାଇ ଅପରାଜିତା ଲେଖିଲେ ଚିଠି । କହିଲେ, ବିସ୍ଥାପିତଙ୍କ ତାଲିକା ପ୍ରକାଶ କର, କ୍ଷତିପୂରଣ କିଭଳି ମିଳୁଛି ତଥ୍ୟ ସାମ୍ନାକୁ ଆସୁ ।
କନକ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀ ଏବଂ ଏକାମ୍ର କ୍ଷେତ୍ରରେ ବିକାଶ ପ୍ରକଳ୍ପକୁ ଯେପରି ଭାବେ କାର୍ଯ୍ୟକାରୀ ହେଉଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ମର୍ମରେ ସାଂସଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ଅପରାଜିତା ଦର୍ଶାଇଛନ୍ତି, ପୁରୀରେ ଐତିହ୍ୟର ବିକାଶ ନାଁରେ ମଠର ଉଚ୍ଛେଦ କରାଯାଇ ଜଗନ୍ନାଥ ସଂସ୍କୃତି ସହିତ ସମ୍ପର୍କ ରଖୁଥିବା ପ୍ରାଚୀନ ଐତିହ୍ୟକୁ ନଷ୍ଟ କରାଯାଇଛି । ଏହା କରିବାContinue reading “ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱର ସାଂସଦଙ୍କ ଚିଠି: ଶ୍ରୀକ୍ଷେତ୍ର ଓ ଏକାମ୍ର କଥା ଉଠାଇ ଅପରାଜିତା ଲେଖିଲେ ଚିଠି । କହିଲେ, ବିସ୍ଥାପିତଙ୍କ ତାଲିକା ପ୍ରକାଶ କର, କ୍ଷତିପୂରଣ କିଭଳି ମିଳୁଛି ତଥ୍ୟ ସାମ୍ନାକୁ ଆସୁ ।”