କନକ ବ୍ୟୁରୋ: ରାଜ୍ୟରେ ତାତି ବଢ଼ିବା ସହିତ ଜଙ୍ଗଲ ଜଳିବା ଆରମ୍ଭ ହୋଇଛି । ଢ଼େଙ୍କାନାଳ କାମାକ୍ଷାନଗରର ଓ ମୟୂରଭଞ୍ଜ କରଞ୍ଜିଆ ଜଙ୍ଗଲରେ ମାଡିଚାଲିଛି ନିଆଁ । ଜଙ୍ଗଲ ଭିତରେ ଶୁଖିଲା ପତ୍ର ପଡିଥିବାରୁ ନିଆଁ ସହଜରେ ବ୍ୟାପି ଚାଲିଛି । ଆଉ ଏହି ନିଆଁରେ ହେକ୍ଟର ହେକ୍ଟର ଜଙ୍ଗଲ ନଷ୍ଟ ହୋଇଯାଉଛି । ଅନ୍ୟପଟେ ଏହି ନିଆଁକୁ ବନବିଭାଗ ଆୟତ୍ତ କରିପାରିନି । ଯାହା ଫଳରେ ବହୁମୂୂଲ୍ୟ ସମ୍ପଦ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି ।Continue reading “ଜଙ୍ଗଲ ନିଆଁରେ ପୋଡିଗଲେ ରାସ୍ତାରେ ଯାଉଥିବା ୫ ଜଣ ଯାତ୍ରୀ । ଅଚାନକ ପବନ ବହିବା ଯୋଗୁଁ ମାଡି ଆସିଥିଲା ନିଆଁ ଓ ଧୂଆଁ ।”
Tag Archives: News
ମହାପଞ୍ଚାୟତକୁ ସମ୍ବୋଧିତ କରି କେଜ୍ରିୱାଲ କହିଲେ ବିଜେପି କରିଥିଲା ଲାଲକିଲ୍ଲା ହିଂସା । କୃଷକ ମାନେ ନୁହନ୍ତି ଦେଶଦ୍ରୋହୀ
କନକ ବ୍ୟୁରୋ : ପୁଣି ବିଜେପିକୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଉତ୍ତରପ୍ରଦେଶର ମିରଟ ଠାରେ ଆୟୋଜିତ ଚାଷୀ ମହାପଞ୍ଚାୟତକୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି ‘ଲାଲକିଲ୍ଲା ହିଂସା ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମ’ । ଲାଲକିଲ୍ଲା ଉପରେ ଚଢି ଯେଉଁ ବ୍ୟକ୍ତି ଶିଖ୍ ପତାକା ଉଡାଇଥିଲା ସେ ବି ବିଜେପିର କାର୍ଯ୍ୟକର୍ତ୍ତା ବୋଲି ସେ କହିଛନ୍ତି । ବିଜେପି ସରକାର ଯୋଜନାବଦ୍ଧ ଭାବେ ଚାଷୀ ମାନଙ୍କୁ ଦିଲ୍ଲୀ ଆସିବାକୁ ବାଧ୍ୟ କରିଥିଲା ଓContinue reading “ମହାପଞ୍ଚାୟତକୁ ସମ୍ବୋଧିତ କରି କେଜ୍ରିୱାଲ କହିଲେ ବିଜେପି କରିଥିଲା ଲାଲକିଲ୍ଲା ହିଂସା । କୃଷକ ମାନେ ନୁହନ୍ତି ଦେଶଦ୍ରୋହୀ”
ନିଜ ଟଙ୍କାରେ ଜମି କିଣି ସରକାରଙ୍କୁ ଦାନ କଲେ ନିମାପଡ଼ାର ଅଙ୍ଗନୱାଡି କର୍ମୀ ମମତା ବେହେରା । ଗାଁରେ ତିଆରି ହେଲା ନୂଆ ଅଙ୍ଗନୱାଡି କେନ୍ଦ୍ର ।
କନକ ବ୍ୟୁରୋ: ନିଜ ଗାଁରେ ଅଙ୍ଗନୱାଡି ଘର କରିବାକୁ ସରକାରଙ୍କୁ ଜମି ଦାନ କଲେ ମମତା । ଆଉ ତାଙ୍କର ଏଭଳି ମହାନ କାମ ପରେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ କଂଟାବଣିଆ ଗାଁରେ ଛିଡା ହୋଇଛି ଏକ ସୁନ୍ଦର ଅଙ୍ଗନୱାଡି ଗୃହ । ଯେଉଁଠି ଛୋଟ ଛୋଟ ପିଲାମାନେ ପାଠ ପଢିବା ସହିତ ନିଜ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଛନ୍ତି । ମମତା ବେହେରା ହେଉଛନ୍ତି ଜଣେ ଅଙ୍ଗନୱାଡି କର୍ମୀ । ଆଉ ତାଙ୍କରିContinue reading “ନିଜ ଟଙ୍କାରେ ଜମି କିଣି ସରକାରଙ୍କୁ ଦାନ କଲେ ନିମାପଡ଼ାର ଅଙ୍ଗନୱାଡି କର୍ମୀ ମମତା ବେହେରା । ଗାଁରେ ତିଆରି ହେଲା ନୂଆ ଅଙ୍ଗନୱାଡି କେନ୍ଦ୍ର ।”
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ୧୬ ବର୍ଷର ପୁଅକୁ ଗ୍ରାସ କରିଛିି ଗଳା କ୍ୟାନସର । କାନ୍ଦି କାନ୍ଦି ସହାୟତା ମାଗୁଛି ଅସହାୟ ମାଆ ।
କନକ ବ୍ୟୁରୋ: ଯେତେବେଳେ ଗରିବ ପରିବାରରେ ଦୁଃଖ ବସା ବାନ୍ଧେ, ସେତେବେଳେ ଅସହାୟ ହୋଇପଡନ୍ତି ମୀନାଙ୍କ ଭଳି ମାଆ । ଆଖି ସାମ୍ନାରେ ସଂସାର ଉଜୁଡି ଯାଉଥିବା ଦେଖି କେହି ମାଆ କଣ ସହିପାରିବ । ଆଉ ଯଦି ପୁଅ ବା ଝିଅକୁ କ୍ୟାନ୍ସର ଭଳି ରୋଗ ହୁଏ ତେବେ କଥା ସରିଲା । କେବଳ ଭାଗ୍ୟକୁ ଆଦରି ଲୁହ ପିଇବା ଛଡା ଅନ୍ୟ କୌଣସି ଉପାୟ ନଥାଏ । ଯାହା ଏବେ ବିତୁଛି ଅସହାୟ ମାଆContinue reading “ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ୧୬ ବର୍ଷର ପୁଅକୁ ଗ୍ରାସ କରିଛିି ଗଳା କ୍ୟାନସର । କାନ୍ଦି କାନ୍ଦି ସହାୟତା ମାଗୁଛି ଅସହାୟ ମାଆ ।”
ଜଗତସିଂହପୁରର ସିଲୁ ସାରଙ୍କୁ ସାଧୁବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ତାଙ୍କର ପ୍ରଶିକ୍ଷଣ ଦେବାର ଇଚ୍ଚାଶକ୍ତି ସମାଜକୁ ପ୍ରେରଣା ଦେବ ।
କନକ ବ୍ୟୁରୋ: ଜଗତସିଂହପୁରର ସିଲୁ ସାରଙ୍କୁ ସାଧୁବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯୁବକମାନଙ୍କୁ ସେ ସେନାରେ ଭର୍ତ୍ତି ହେବା ପାଇଁ ପ୍ରଶିକ୍ଷଣ ଦେଉଥିବାରୁ କେନ୍ଦ୍ରମନ୍ତ୍ରୀ ତାଙ୍କୁ ପ୍ରଂଶସା କରିବା ସହିତ ସାଧୁବାଦ ଜଣାଇଛନ୍ତି । ରବିବାର ନିଜ ମନ୍ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଓଡିଆ ଯୁବକ ସିଲୁ ସାରଙ୍କ କଥା ଉଲ୍ଲେଖ କରିଥିଲେ । ଯାହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଦଳର କାର୍ଯ୍ୟକର୍ତ୍ତାଙ୍କ ଗ୍ରହଣରେ ବସି ଶୁଣିଥିଲେ । ଏହାପରେContinue reading “ଜଗତସିଂହପୁରର ସିଲୁ ସାରଙ୍କୁ ସାଧୁବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ତାଙ୍କର ପ୍ରଶିକ୍ଷଣ ଦେବାର ଇଚ୍ଚାଶକ୍ତି ସମାଜକୁ ପ୍ରେରଣା ଦେବ ।”
ଭାରତ ସରକାରଙ୍କ ନୂତନ ରେକର୍ଡ, ମାତ୍ର ୧୮ ଘଂଟାରେ ନିର୍ମାଣ କଲେ ୨୫ କି.ମି ଜାତୀୟ ରାଜପଥ । ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନିତ ହେଲା ନାମ
କନକ ବ୍ୟୁରୋ : ସଡକ ନିର୍ମାଣକୁ ନେଇ ଭାରତ ସରକାର ଆଉ ଏକ ରେକର୍ଡ ନିଜ ନାମରେ ନାମିତ କରିଛନ୍ତି । ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ମାତ୍ର ୧୮ ଘଂଟାରେ ୨୫.୫୪ କିଲୋମିଟର ସିଙ୍ଗଲ ଲେନ୍ ରାଜପଥ ନିର୍ମାଣ କରି ଲିମକା ବୁକ୍ ଅଫ୍ ରେକର୍ଡରେ ନିଜ ନାମ ସ୍ଥାନିତ କରିଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ୍ ଗଡକରୀ । ଟ୍ୱିଟ୍ ରେ କହିଛନ୍ତି କି ମାତ୍ରContinue reading “ଭାରତ ସରକାରଙ୍କ ନୂତନ ରେକର୍ଡ, ମାତ୍ର ୧୮ ଘଂଟାରେ ନିର୍ମାଣ କଲେ ୨୫ କି.ମି ଜାତୀୟ ରାଜପଥ । ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନିତ ହେଲା ନାମ”
ଟିକା ପାଇଁ ପଞ୍ଜିକରଣ ଦ୍ୱନ୍ଦ୍ୱ ଦୂର କଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ । କହିଲେ, କୋ-ୱିନ ଆପରେ ଆବଶ୍ୟକ ତଥ୍ୟ ଦେଇ କରିପାରିବେ ପଞ୍ଜିକରଣ ।
କନକ ବ୍ୟୁରୋ: କାଲିଠୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ଏହି ପର୍ଯ୍ୟାୟରେ ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସର ବ୍ୟକ୍ତି ଏବଂ ୪୫ରୁ ୫୯ ବର୍ଷ ମଧ୍ୟରେ ଯେଉଁମାନେ ବିଭିନ୍ନ ରୋଗରେ ପୀଡ଼ିତ ଥିବେ ସେମାନଙ୍କୁ ଟିକାକରଣ କରାଯିବ । ଏହାସହିତ ୨୦ ପ୍ରକାର ରୋଗକୁ ଗାଇଡଲାଇନ୍ରେ ଅନ୍ତର୍ଭୁକ୍ତ କରାଯାଇଛି । ସେମାନେ ଡାକ୍ତରଙ୍କଠାରୁ ପ୍ରମାଣପତ୍ର ଆଣି କୋ-ୱିନ୍ ଆପ୍ ଜରିଆରେ ନିଜର ନାମ ପଞ୍ଜିକରଣ କରିପାରିବେ । ତାପରେ ବିଭିନ୍ନ ପ୍ରକ୍ରିୟାContinue reading “ଟିକା ପାଇଁ ପଞ୍ଜିକରଣ ଦ୍ୱନ୍ଦ୍ୱ ଦୂର କଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ । କହିଲେ, କୋ-ୱିନ ଆପରେ ଆବଶ୍ୟକ ତଥ୍ୟ ଦେଇ କରିପାରିବେ ପଞ୍ଜିକରଣ ।”
କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସ୍ଥାନୀୟ ପ୍ରଶାସନକୁ ଦେଲେ ନିର୍ଦ୍ଦେଶ ।
କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏହି ଗସ୍ତରେ ସେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜଙ୍ଗଲ ସଫାରୀ ଓ ନୌବିହାର ପାଇଁ ସ୍ଥାନ ବାଛିବାକୁ ପ୍ରଶାସନିକ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ କହିଛନ୍ତି । ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେଲେ ଅର୍ଥନୀତିର ବିକାଶରContinue reading “କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସ୍ଥାନୀୟ ପ୍ରଶାସନକୁ ଦେଲେ ନିର୍ଦ୍ଦେଶ ।”
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ । ଆଖି ବୁଜିଲେ ଆଉ ଜଣେ ଆକ୍ରାନ୍ତ।
କନକ ବ୍ୟୁରୋ: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୩ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୫୪ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୧୯୧ରେ ପହଞ୍ଚିଛି। ସେ ଭିତରୁ ଏବେ ସୁଦ୍ଧା ୩ ଲକ୍ଷ ୩୪ ହଜାର ୫୧୯ଜଣ ସୁସ୍ଥ ହୋଇ ସାରିଲେଣି ଓ ଏବେ ବି Continue reading “ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ । ଆଖି ବୁଜିଲେ ଆଉ ଜଣେ ଆକ୍ରାନ୍ତ।”
ପୁଣେରେ ପୁଣି କଡାକଡି ହେଲା କୋଭିଡ୍ ନିୟମ । ମାର୍ଚ୍ଚ ୧୪ ଯାଏଁ ସ୍କୁଲ, କଲେଜ ବନ୍ଦ । ରାତି ୧୧ରୁ ସକାଳ ୬ ନାଇଟ୍ କର୍ଫ୍ୟୁ ବଳବତ୍ତର ।
କନକ ବ୍ୟୁରୋ: ମହାରାଷ୍ଟ୍ରର ପୁଣେ ସହରରେ କରୋନାର ବଢୁଥିବା ସଂକ୍ରମଣକୁ ଦେଖି ପୁଣି କଡାକଡି ହେଲା ନିୟମ । ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର । ଏନେଇ ଆଜି ପୁଣେର ମେୟର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହ ରାତି ୧୧ଟାରୁ ସକାଳ ୬ଟା ଯାଏଁ ସେଠାରେ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଛି। ଗତ କିଛି ଦିନ ଧରି ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣContinue reading “ପୁଣେରେ ପୁଣି କଡାକଡି ହେଲା କୋଭିଡ୍ ନିୟମ । ମାର୍ଚ୍ଚ ୧୪ ଯାଏଁ ସ୍କୁଲ, କଲେଜ ବନ୍ଦ । ରାତି ୧୧ରୁ ସକାଳ ୬ ନାଇଟ୍ କର୍ଫ୍ୟୁ ବଳବତ୍ତର ।”