କନକ ବ୍ୟୁରୋ: ପେଟ୍ରୋଲ,ଡିଜେଲ ଦର ବୃଦ୍ଧି କଷ୍ଟଠାରୁ ବଳି ଯାଇଛି ଏଲପିଜି ଦର ବୃଦ୍ଧି । ଦେଶର ପ୍ରାୟ ଅଧିକାଂଶ ପରିବାର ଏବେ ରୋଷେଇ ପାଇଁ ଏଲପିଜି ଉପରେ ନିର୍ଭର କରୁଥିବାବେଳେ ମନଇଛା ଦର ବୃଦ୍ଧି କରି ଚାଲିଛନ୍ତି ତୈଳ କମ୍ପାନୀ । ମାସକରେ ତିନି ଥର ବଢ଼ିଲାଣି ଗ୍ୟାସ ସିଲିଣ୍ଡର ଦର । ଗୁରୁବାର ୧୪.୨ କେଜିର ଏଲପିଜି ସିଲିଣ୍ଡର ପିଛା ୨୫ ଟଙ୍କା ବଢ଼ିବା ଫଳରେ ଭୁବନେଶ୍ୱରରେ ଦର ୮୨୦ ଟଙ୍କା ୫୦ ପଇସାContinue reading “ପେଟ୍ରୋଲ, ଡିଜେଲ କଷ୍ଟକୁ ବଳିଗଲା ଏଲପିଜି । ମାସକରେ ତିନି ଥର ଦର ବଢ଼ିବା ପରେ ସାରାଦେଶରେ ଜୋରଦାର ପ୍ରତିବାଦ ।”
Tag Archives: News
ଭାରତ-ପାକିସ୍ତାନ ସୀମାରେ ଶାନ୍ତି ପାଇଁ ସହମତିକୁ ସ୍ୱାଗତ କଲା ଆମେରିକା । କହିଲା, ଏହି ପଦକ୍ଷେପ ଦକ୍ଷିଣ ଏସିଆରେ ଶାନ୍ତି ଆଣିବ ।
କନକ ବ୍ୟୁରୋ: ଦୀର୍ଘ ଦିନ ହେବ ଭାରତ, ପାକିସ୍ତାନ ଓ ଚୀନ ସୀମାରେ ଅଶାନ୍ତି ଲାଗି ରହିଥିଲା । ହେଲେ, ଅଚାନକ ଏଥିରେ ପରିବର୍ତନ ଆସିଛି । ଭାରତ, ଚୀନ ଓ ପାକିସ୍ତାନ ତିନି ରାଷ୍ଟ୍ର ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । ଯାହାକି ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ବାଟ ଖୋଲିଛି । କାରଣ, ଏହି ତିନି ପରମାଣୁ ଶକ୍ତି ସମ୍ପର୍ଣ୍ଣ ରାଷ୍ଟ୍ର ନିଜ ନିଜ ଦେଶର ସୀମାକୁContinue reading “ଭାରତ-ପାକିସ୍ତାନ ସୀମାରେ ଶାନ୍ତି ପାଇଁ ସହମତିକୁ ସ୍ୱାଗତ କଲା ଆମେରିକା । କହିଲା, ଏହି ପଦକ୍ଷେପ ଦକ୍ଷିଣ ଏସିଆରେ ଶାନ୍ତି ଆଣିବ ।”
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା । ଦିଦି-ମୋଦିଙ୍କ ଭିତରେ ଜୋରଦାର ହେବ ଲଢେଇ ।
କନକ ବ୍ୟୁରୋ: ଲଢ଼େଇ ପାଇଁ ମୋଦି ପ୍ରସ୍ତୁତ, ଲଢ଼େଇ ପାଇଁ ଦିଦି ବି ପ୍ରସ୍ତୁତ । ବାକି ଥିଲା ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା, ଆଜି ତାହା ବି ହୋଇଗଲା । ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ନିର୍ବାଚନ । ସବୁଠାରୁ ବଡ କଥା ହେଉଛି, ପଶ୍ଚିମବଙ୍ଗର ଏହି ଲଢ଼େଇ, ବହୁ ତୁଙ୍ଗ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ପଶ୍ଚିମବଙ୍ଗ ଦେଇ ଓଡିଶା ଉପରେ ନଜର ରଖିଥିବା ବିଜେପି ପାଇଁ ଏହି ନିର୍ବାଚନ ଯେତିକି ଗୁରୁତ୍ୱପୂର୍ଣ୍ଣ,Continue reading “ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା । ଦିଦି-ମୋଦିଙ୍କ ଭିତରେ ଜୋରଦାର ହେବ ଲଢେଇ ।”
ସରକାରୀ ଚାକିରି କରାଇଦେବାକୁ କହି ଠକି ନେଲେ ହଜାର ହଜାର ଟଙ୍କା । ଲୁଟେରା ଯୁବକଙ୍କୁ ଗିରଫ କଲା ପୋଲିସ ।
କନକ ବ୍ୟୁରୋ: ଟଙ୍କା ଦେଲେ ସରକାରୀ ଚାକିରି ହୋଇଯିବ । କିଛି ଏମିତି ଲୋଭ ଦେଖାଇ ଏକାଧିକ ଯୁବକଙ୍କୁ ଚୁନ ଲଗାଇଥିବା ଏକ ବଡ ଠକକୁ ଗିରଫ କରିଛି ପୋଲିସ । ପୋଲିସ ଏବଂ ରେଲୱେରେ ଚାକିରି କରାଇ ଦେବାକୁ କହି ଯୁବକ ଜଣଙ୍କ ଏପରି ଠକେଇ କରିଆସୁଥିଲା । ଆଉ ତାଙ୍କୁ ଏଥିରେ ସହଯୋଗ କରୁଥିଲେ ଆଉ ଜଣେ ଯୁବତୀ । ଏହି ଯୁବତୀ ଜଣଙ୍କ ଏବେ ଫେରାର ଥିବା ବେଳେ ଏହି ଗ୍ୟାଙ୍ଗର ଚେରContinue reading “ସରକାରୀ ଚାକିରି କରାଇଦେବାକୁ କହି ଠକି ନେଲେ ହଜାର ହଜାର ଟଙ୍କା । ଲୁଟେରା ଯୁବକଙ୍କୁ ଗିରଫ କଲା ପୋଲିସ ।”
ସିସୋର ଚିଟଫଣ୍ଡର ସମ୍ପତି ହେବ ବାଜ୍ୟାପ୍ତ । ସମ୍ପତି ନିଲାମ କରି ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଲେ କୋର୍ଟ ।
କନକ ବ୍ୟୁରୋ: ସିସୋର ଚିଟଫଣ୍ଡ ସଂସ୍ଥାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ହେବ । ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକର ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ । ବାଜ୍ୟାପ୍ତ ସମ୍ପତ୍ତି ନିଲାମ ହେବା ପରେ ଏହି ଟଙ୍କାକୁ ଜମାକାରୀଙ୍କ ମଧ୍ୟରେ ବଂଟାଯିବ । ବାଜ୍ୟାପ୍ତ ସମ୍ପତ୍ତି ମଧ୍ୟରେ ରହିଛି ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ୩ଟି ସୌଖିନ ଗାଡି, ୧୩ ଶହ ୮୫ ଗ୍ରାମ ସୁନା, ୨ ଶହ କେଜି ରୂପା, ୧୯୭ ଏକର ଜମି ଓContinue reading “ସିସୋର ଚିଟଫଣ୍ଡର ସମ୍ପତି ହେବ ବାଜ୍ୟାପ୍ତ । ସମ୍ପତି ନିଲାମ କରି ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଲେ କୋର୍ଟ ।”
କଟକରେ କଲେଜ ଛାତ୍ରୀଙ୍କୁ ନିଆଁ ଲଗାଇବା ଘଟଣା । ଜଣେ ଯୁବତୀ ସମେତ ୩ଜଣଙ୍କୁ ଅଟକ ରଖି ପୋଲିସର ପଚରା ଉଚରା ।
କନକ ବ୍ୟୁରୋ: କଟକରେ କଲେଜ ପଢୁଆ ଯୁବତୀଙ୍କୁ କିରାସିନି ଢାଳି ନିଆଁ ଲଗାଇଦେବା ଘଟଣାରେ ପୋଲିସ ୩ଜଣଙ୍କ ଅଟକ ରଖିଛି । ଅଟକଙ୍କ ଭିତରେ ଅଛନ୍ତି ଆହତ ଯୁବତୀଙ୍କ ସମ୍ପର୍କୀୟ ମାଉସୀ । ଏକତରଫା ପ୍ରେମରୁ ପ୍ରେମିକ ଏପରି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । ଆହତ ଯୁବତୀଙ୍କ ବାପା ମା ଲାଲବାଗ ଥାନାରେ ଏନେଇ ଏତଲା ଦେବା ପରେ, ସେମାନେ ଯାହାକୁ ସନ୍ଦେହ କରୁଛନ୍ତି ପୋଲିସର ତଦନ୍ତ ଏବେ ସେ ଦିଗରେ ଆଗଉଛି । ସିସିଟିଭିContinue reading “କଟକରେ କଲେଜ ଛାତ୍ରୀଙ୍କୁ ନିଆଁ ଲଗାଇବା ଘଟଣା । ଜଣେ ଯୁବତୀ ସମେତ ୩ଜଣଙ୍କୁ ଅଟକ ରଖି ପୋଲିସର ପଚରା ଉଚରା ।”
ଲଗାତାର ଦ୍ୱିତୀୟ ଦିନରେ ଦେଶର ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର । ଆସନ୍ତା ୫ ଦିନ ଯାଏଁ ଆହୁରି ବଢିବ ତାତି । କାହିଁକି ବଢ଼ୁଛି ତାପମାତ୍ରା, କାରଣ କହିଲେ ବିଶେଷଜ୍ଞ ।
କନକ ବ୍ୟୁରୋ : ଭୁବନେଶ୍ୱର ଲଗାତାର ଦ୍ୱିତୀୟ ଦିନରେ ମଧ୍ୟ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଜି ରାଜଧାନୀରେ ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଗତ ୧୦ବର୍ଷରେ ଏହା ତୃତୀୟ ସର୍ବାଧିକ ତାପମାତ୍ରା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କାହିଁକି ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର ? ଦେଶ ତଥା ରାଜ୍ୟର ଅନ୍ୟ ସହର ତୁଳନାରେ କାହିଁକି ତାତୁଛି ମନ୍ଦିର ମାଳିନୀ ଭୁବନେଶ୍ୱର ? ଏହାContinue reading “ଲଗାତାର ଦ୍ୱିତୀୟ ଦିନରେ ଦେଶର ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର । ଆସନ୍ତା ୫ ଦିନ ଯାଏଁ ଆହୁରି ବଢିବ ତାତି । କାହିଁକି ବଢ଼ୁଛି ତାପମାତ୍ରା, କାରଣ କହିଲେ ବିଶେଷଜ୍ଞ ।”
ପୁଣି ଫେରିଲା ଆଇସୋଲେସନ । ମହାରାଷ୍ଟ୍ର ସମେତ ୧୧ ରାଜ୍ୟ ଓ ଚଣ୍ଡୀଗଡରୁ ଫେରିଲେ ୭ ଦିନ ପାଇଁ ଘରୋଇ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ।
କନକ ବ୍ୟୁରୋ: ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କୁ ୭ ଦିନ ଘରୋଇ ସଙ୍ଗରୋଧ ବାଧ୍ୟତାମୂଳକ । ମହାରାଷ୍ଟ୍ର ସମେତ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଚଣ୍ଡିଗଡ଼ରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ଏଭଳି କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର । ଦେଶରେ କରୋନା ବଢ଼ୁଥିବା ବେଳେ ଏପରି ସତର୍କମୂଳକ ପଦକ୍ଷେପ ନିଆଯାଇଛି । ଏହି ସମୟରେ ବିମାନବନ୍ଦର ଓ ରେଳଷ୍ଟ୍ରେସନରେ ଯାଂଚ ବ୍ୟବସ୍ଥା କଡାକଡ଼ି କରାଯିବ । ସମସ୍ତ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ ।Continue reading “ପୁଣି ଫେରିଲା ଆଇସୋଲେସନ । ମହାରାଷ୍ଟ୍ର ସମେତ ୧୧ ରାଜ୍ୟ ଓ ଚଣ୍ଡୀଗଡରୁ ଫେରିଲେ ୭ ଦିନ ପାଇଁ ଘରୋଇ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ।”
୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ମେ’ ୨ରେ ଆସିବ ରେଜଲ. ନିର୍ବାଚନ କମିଶନଙ୍କ ଘୋଷଣା ସହ ଲାଗୁହେଲା ଆଦର୍ଶ ଆଚରଣ ବିଧି ।
କନକ ବ୍ୟୁରୋ : କରୋନା କାଳରେ ବିହାର ନିର୍ବାଚନ ପରେ ପ୍ରଥମ ଥର ପାଇଁ ଦେଶରେ ବଡ ଲଢେଇ ପାଇଁ ବିଗୁଲ ବାଜିଛି । ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି । ଜାତୀୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ କରି ୫ଟି ପ୍ରଦେଶ ପାଇଁ ୮ଟି ପର୍ଯ୍ୟାୟରେ ମତଦାନ କରିବାକୁ ତାରିଖ ଘୋଷଣା କରିଛନ୍ତି । କୋଭିଡ କଟକଣା ଭିତରେ ମାର୍ଚ୍ଚ ୨୭ ତାରିଖରୁ ନିର୍ବାଚନContinue reading “୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ମେ’ ୨ରେ ଆସିବ ରେଜଲ. ନିର୍ବାଚନ କମିଶନଙ୍କ ଘୋଷଣା ସହ ଲାଗୁହେଲା ଆଦର୍ଶ ଆଚରଣ ବିଧି । “
ରାଜ୍ୟରେ ଦ୍ରୁତ ଟିକାକରଣ ପାଇଁ ଖୋଲିଲା ବାଟ । ଘରୋଇ ହସ୍ପିଟାଲରେ ଦିଆଯିବ କରୋନା ଟିକା, ବିବାଦ ପରେ ଅନୁମତି ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
କନକ ବ୍ୟୁରୋ : ମାର୍ଚ୍ଚ ପହିଲାରୁ ଆରମ୍ଭ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ବେଳେ ରାଜ୍ୟର ଘରୋଇ ହସ୍ପିଟାଲରେ ଟିକା ଦେବାକୁ ଅନୁମତି ମିଳିଛି । ଫଳରେ ରାଜ୍ୟରେ ଦ୍ରୁତ ଟିକାକରଣ ପାଇଁ ବାଟ ଫିଟିଛି । କେନ୍ଦ୍ରର ଅନୁମତି ପରେ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ । ଆୟୁଷମାନ ଯୋଜନାରେ ଓଡିଶା ସାମିଲ ହୋଇନଥିବାରୁ ଘରୋଇ ଡାକ୍ତରଖାନାରେ ଟିକା ଦେବା ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା । ଏନେଇContinue reading “ରାଜ୍ୟରେ ଦ୍ରୁତ ଟିକାକରଣ ପାଇଁ ଖୋଲିଲା ବାଟ । ଘରୋଇ ହସ୍ପିଟାଲରେ ଦିଆଯିବ କରୋନା ଟିକା, ବିବାଦ ପରେ ଅନୁମତି ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।”