କନକ ବ୍ୟୁରୋ : ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଏବେ ଖୋଲିବ ନାହିଁ ସ୍କୁଲ । ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ସୂଚନା । ଆଜିଠୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସ୍କୁଲ ଖୋଲିବା ନେଇ ଚର୍ଚ୍ଚା ହେଉଥିଲା । ବଢୁଥିବା ସଂକ୍ରମଣକୁ ଦେଖି ପୁନର୍ବିଚାର କରାଯାଉଛି । ସୀମାନ୍ତ ଜିଲ୍ଲା ଗୁଡିକରେ ନୋଡାଲ ଅଫିସର ପହଞ୍ଚିଛନ୍ତି । ସେଠାରେ କୋଭିଡ୍ ନିୟମ ପାଳନ ନେଇ ତଦାରଖ କରୁଛନ୍ତି । ଦେଶରେ ଦ୍ରୁତ ବେଗରେ କରୋନା ସଂକ୍ରମଣ ମାଡିଚାଲିଛିContinue reading “ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ : ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ସୂଚନା”
Tag Archives: News
ଲାଲ କିଲ୍ଲା ହିଂସା : ଜମ୍ମୁରୁ ଗିରଫ୍ ହେଲେ ଆଉ ୨ ଅଭିଯୁକ୍ତ । ହିଂସା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗ
କନକ ବ୍ୟୁରୋ : ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ରାଲି ଆଳରେ କୃଷକ ମାନଙ୍କ ଦ୍ୱାରା ଲାଲ କିଲ୍ଲାରେ ହୋଇଥିବା ହିଂସାର ତଦନ୍ତ ଜାରି ରଖିଛି ପୋଲିସ । ଏହି ହିଂସାରେ ସାମିଲ ଥିବା ଅଭିଯୁକ୍ତ ମାନଙ୍କୁ ଧରିବାକୁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଖୋଳତାଡ ଜାରି ରଖିଛି । ଖୋଳତାଡ ବେଳେ କିଛି ଅଭିଯୁକ୍ତ ଧରାପଡିଥିବା ବେଳେ ଆହୁରି କିଛି ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ପ୍ରୟାସ କରୁଛି । ଏହି କ୍ରମରେ ଦିଲ୍ଲୀ ପୋଲିସ ଜମ୍ମୁରୁ ଆଉContinue reading “ଲାଲ କିଲ୍ଲା ହିଂସା : ଜମ୍ମୁରୁ ଗିରଫ୍ ହେଲେ ଆଉ ୨ ଅଭିଯୁକ୍ତ । ହିଂସା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗ”
ପୁଣି କୋରାପୁଟ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ : ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୮ ଲକ୍ଷରୁ ଉର୍ଦ୍ଧ୍ବ ହେବ
କନକ ବ୍ୟୁରୋ : ପୁଣି କୋରାପୁଟ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଚୋରାଚାଲାଣ ସମୟରେ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ ସମୟରେ ମାଛକୁଣ୍ଡ ଓ ଲମତାପୁଟ ପୁଲିସ ଦ୍ବାରା ପେଟା ଗ୍ରାମ ନିକଟରେ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୧୮ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି । ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ସମୟରେ ମାଛକୁଣ୍ଡ ଓ ଲମତାପୁଟ ପୁଲିସ ପେଟାଗ୍ରାମ ନିକଟରେ ଏକ ପିକଅପContinue reading “ପୁଣି କୋରାପୁଟ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ : ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୮ ଲକ୍ଷରୁ ଉର୍ଦ୍ଧ୍ବ ହେବ”
ଗୁଜୁରାଟରେ କେମିକାଲ କାରଖାନାରେ ବଡ ଧରଣର ବିସ୍ଫୋରଣ । ହୁତୁହୁତୁ ହୋଇ ଜଳିଲା ନିଆଁ, ୨୪ ଜଣ ଗୁରୁତର ଆହତ ।
କନକ ବ୍ୟୁରୋ : ଗୁଜୁରାଟର ଭରୁଚରେ ସୋମବାର ବିଳମ୍ବିତ ରାତିରେ ଏକ ବଡ ଦୁର୍ଘଟଣା ଘଟିଯାଇଛି । ସୋମବାର ବିଳମ୍ବିତ ରାତିରେ ଗୁଜୁରାଟର ଭରୁଚରେ ଥିବା ୟୁପିଏଲ-୫ କେମିକାଲ କାରଖାନାରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁଁ ପ୍ଲାଣ୍ଟରେ କାମ କରୁଥିବା ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି ଯେ ମଙ୍ଗଳବାର ଭୋର ୨ଟା ବେଳେ ଭରୁଚର ଝଗଡ଼ିଆରେ ଥିବା ଏହି କାରଖାନାରେ ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ବର୍ତ୍ତମାନ ଦମକଳ ବାହିନୀ ପହଂଚି ନିଆଁContinue reading “ଗୁଜୁରାଟରେ କେମିକାଲ କାରଖାନାରେ ବଡ ଧରଣର ବିସ୍ଫୋରଣ । ହୁତୁହୁତୁ ହୋଇ ଜଳିଲା ନିଆଁ, ୨୪ ଜଣ ଗୁରୁତର ଆହତ ।”
ପିପିଲି ଓ ଡ଼େଲାଙ୍ଗବାସୀଙ୍କ ସହ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ : ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ଦେବେ ୬୭କୋଟି ୬୮ଲକ୍ଷର ପ୍ୟାକେଜ
କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପ୍ରସ୍ତୁତି ନେଇ ବଢିଲା ସମ୍ଭାବନା । କାରଣ ଆଜି ପିପିଲି ଓ ଡେଲାଙ୍ଗ ଜନସାଧାରଣଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ସାଢେ ୧୧ଟାରେ ପିପିଲି ଓ ୧୨ଟାରେ ଡେଲାଙ୍ଗବାସୀଙ୍କ ସହ ନବୀନ ଚର୍ଚ୍ଚା କରିବା କାର୍ଯ୍ୟକ୍ରମ ରହିଛି । ତେବେ ପିପିଲି ଓ ଡେଲାଙ୍ଗ ଏନଏସରି ସର୍ବାଙ୍ଗିନ ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପ ବାବଦରେ ପ୍ରାୟ ୬୭ କୋଟି ୬୮ ଲକ୍ଷContinue reading “ପିପିଲି ଓ ଡ଼େଲାଙ୍ଗବାସୀଙ୍କ ସହ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ : ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ଦେବେ ୬୭କୋଟି ୬୮ଲକ୍ଷର ପ୍ୟାକେଜ”
ପରିତ୍ୟକ୍ତ କୂଅରେ ପଡ଼ିଛି ଭାଲୁ : ନବରଙ୍ଗପୁର ଜିଲ୍ଲାରେ ଘଟିଛି ଏଭଳି ଘଟଣା; ଉଦ୍ଧାର କାର୍ଯ୍ୟ ଜାରି
କନକ ବ୍ୟୁରୋ : ପରିତ୍ୟକ୍ତ କୂଅରେ ପଡ଼ିଛି ଭାଲୁ । ନବରଙ୍ଗପୁର ଜିଲ୍ଲାରେ ଘଟିଛି ଏହି ଘଟଣା । ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଦେଉଳା ଗାଁର ବିଭୀଷଣ ମାଳିଙ୍କ ବାଡ଼ିରେ ଥିବା ଶୁଖିଲା କୂଅରେ ଭାଲୁ ପଡ଼ିଛି । ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଥିବା ଭାଲୁଟି ଖାଦ୍ୟ ଖୋଜୁଖୋଜୁ ଅନ୍ଧାରରେ ସ୍ପଷ୍ଟ ଭାବେ ଦେଖି ନ ପାରି କୂଅର ଖାଲ ଭିତରକୁ ଖସିପଡ଼ିଛି । ଖାଦ୍ୟ ପାଇଁ ନବରଙ୍ଗପୁରContinue reading “ପରିତ୍ୟକ୍ତ କୂଅରେ ପଡ଼ିଛି ଭାଲୁ : ନବରଙ୍ଗପୁର ଜିଲ୍ଲାରେ ଘଟିଛି ଏଭଳି ଘଟଣା; ଉଦ୍ଧାର କାର୍ଯ୍ୟ ଜାରି”
ଭାରତ ଦେଖାଇଲା ବଡ ହୃଦୟ । ଭାରତର ଆକାଶସୀମା ବ୍ୟବହାର କରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଦେଲା ଅନୁମତି
କନକ ବ୍ୟୁରୋ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତ ଏହାର ଏୟାରସ୍ପେସ ବ୍ୟବହାର କରିବାକୁ ଅନୁମତି ଦେଇଛି। ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଭାରତ ସରକାର ଇମ୍ରାନ ଖାନଙ୍କ ବିମାନକୁ ଭାରତୀୟ ଆକାଶ ସୀମା ଦେଇ ଯିବାକୁ ଅନୁମତି ଦେଇଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି (୨୩ ଫେବୃଆରୀ) ରୁ ଦୁଇ ଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ଇମ୍ରାନ ଖାନଙ୍କ ସହ କ୍ୟାବିନେଟ ପ୍ରତିନିଧି ମଣ୍ଡଳୀContinue reading “ଭାରତ ଦେଖାଇଲା ବଡ ହୃଦୟ । ଭାରତର ଆକାଶସୀମା ବ୍ୟବହାର କରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଦେଲା ଅନୁମତି”
ଭୀମାକୋରେଗାଁଓ ମାମଲାରେ ତେଲୁଗୁ କବି ୱାରାୱାରା ରାଓଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ବମ୍ବେ ହାଇକୋର୍ଟ । ୬ ମାସ ପାଇଁ ମିଳିଲା ଅନ୍ତରୀଣ ଜାମିନ
କନକ ବ୍ୟୁରୋ : ଭୀମାକୋରେଗାଁଓ ହିଂସା ମାମଲାର ଅଭିଯୁକ୍ତ ତଥା ବଶିଷ୍ଠ ତେଲୁଗୁ କବି ୱାରାୱାରା ରାଓଙ୍କୁ ସୋମବାର ବମ୍ବେ ହାଇକୋର୍ଟ ସତ୍ତର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ଏହି ଅନ୍ତରୀଣ ଜାମିନ ୬ ମାସ ପାଇଁ ପ୍ରଦାନ କରିଛନ୍ତି । ୱାରାୱାରା ରାଓଙ୍କୁ ସ୍ୱାସ୍ଥ୍ୟଗତ କାରଣରୁ ଜାମିନ୍ ପ୍ରଦାନ କରାଯାଇଥିବା କୋର୍ଟ କହିଛନ୍ତି । ୱାରାୱାରାଙ୍କ ଅତ୍ୟାଧିକ ବୟସ ଓ ସ୍ୱାସ୍ଥ୍ୟଗତ କାରଣକୁ ନେଇ ତାଙ୍କୁ ଜାମିନ ପ୍ରଦାନ କରାଯିବା ଆବଶ୍ୟକ ବୋଲି ଜଷ୍ଟିସ୍Continue reading “ଭୀମାକୋରେଗାଁଓ ମାମଲାରେ ତେଲୁଗୁ କବି ୱାରାୱାରା ରାଓଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ବମ୍ବେ ହାଇକୋର୍ଟ । ୬ ମାସ ପାଇଁ ମିଳିଲା ଅନ୍ତରୀଣ ଜାମିନ”
ଭାରତ ଠାରୁ ନେପାଳରେ ଶସ୍ତା ପେଟ୍ରୋଲ ଓ ଡିଜେଲ ଦର : ପଡୋଶୀ ଦେଶରେ ପେଟ୍ରୋଲ ୨୨ଟଙ୍କା ଶସ୍ତା ହୋଇଥିବାରୁ ଚୋରାରେ ହେଉଛି ସୀମା ପାର
କନକ ବ୍ୟୁରୋ : ନେପାଳରୁ ଚୋରାରରେ ଭାରତ ଆସୁଛି ପେଟ୍ରୋଲ ଓ ଡିଜେଲ । ଆମ ଦେଶରେ ପ୍ରତିଦିନ ତେଲଦର ବଢି ଚାଲିଥିବା ବେଳେ, ଭାରତ ଉପରେ ତେଲ ଚାହିଦା ପାଇଁ ନିର୍ଭରଶୀଳ ନେପାଳ ପୁଣି ଭାରତକୁ କରୁଛି ତେଲ ଚୋରାଚାଲାଣ । ବିଶେଷ କରି ଟିକସରେ ରହିଥିବା ଭିନ୍ନତା କାରଣରୁ ନେପାଳରେ ତେଲ ଶସ୍ତାରେ ମିଳୁଛି । ଆଉ ନେପାଳରୁ ସ୍ଥଳଭାଗ ଦେଇ ଟ୍ୟାଙ୍କର ଜରିଆରେ ଭାରତକୁ ପେଟ୍ରୋଲ ଓ ଡିଜେଲ ଚୋରାଚାଲାଣ ହେଉଛି ।Continue reading “ଭାରତ ଠାରୁ ନେପାଳରେ ଶସ୍ତା ପେଟ୍ରୋଲ ଓ ଡିଜେଲ ଦର : ପଡୋଶୀ ଦେଶରେ ପେଟ୍ରୋଲ ୨୨ଟଙ୍କା ଶସ୍ତା ହୋଇଥିବାରୁ ଚୋରାରେ ହେଉଛି ସୀମା ପାର”
କାୟା ମେଲାଉଛି କରୋନା । ସାଧାରଣ ଲୋକଙ୍କ ପାଇଁ କଠୋର ଗାଇଡଲାଇନ, ବିବାହ ଭୋଜିକୁ ବିନା ମାସ୍କରେ ଯାଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ : ଗତବର୍ଷ ଫେବ୍ରୁଆରୀରେ କରୋନା ମହାମାରୀ ସାରା ଦେଶରେ ବ୍ୟାପିବାରେ ଲାଗିଥିଲା । ଯେଉଁଥିପାଇଁ ମାର୍ଚ୍ଚରେ ଲକଡାଉନ୍ ଲାଗୁ କରିବାକୁ ପଡିଥିଲା । ଆଉ ଦୁଇଟି ଟୀକା ଆସିବା ପରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଥିଲା, କିନ୍ତୁ ମହାରାଷ୍ଟ୍ରର ଲୋକଙ୍କ ଅବହେଳା ହେତୁ କରୋନା ମାମଲାରେ ପୁଣି ବୃଦ୍ଧି ଘଟିଛି। ଯାହାକୁ ନେଇ ପୁଲିସ ଓ ସ୍ଥାନୀୟ ପ୍ରଶାସନ ଏବେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ତେବେ ବର୍ତ୍ତମାନ ପୂର୍ବତନ ବିଜେପିContinue reading “କାୟା ମେଲାଉଛି କରୋନା । ସାଧାରଣ ଲୋକଙ୍କ ପାଇଁ କଠୋର ଗାଇଡଲାଇନ, ବିବାହ ଭୋଜିକୁ ବିନା ମାସ୍କରେ ଯାଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । “