ଗୋଟିଏ ଲିଟର ପେଟ୍ରୋଲ ପାଇଁ ଟିକସ ଦିଅନ୍ତି ୬୬ପ୍ରତିଶତ । ପାକିସ୍ତାନ, ଶ୍ରୀଲଙ୍କା ଓ ଆଫାଗନିସ୍ତାନରେ ଶସ୍ତାରେ ମିଳୁଛି ପେଟ୍ରୋଲ । ଭାରତରେ କାହିଁକି ବଢୁଛି ଦର?

କନକ ବ୍ୟୁରୋ: ଦେଶରେ ବଢୁଥିବା ତୈଳ ଦର ଏବେ ମୁଖ୍ୟ ପ୍ରସଙ୍ଗ ହୋଇଛି କାରଣ କେତେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କା ଟପିଛି । ବର୍ତମାନ ଏହି ଦର ବୃ୍ଦ୍ଧିର କାରଣ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡିକ ଦ୍ୱାରା ଲଗାଯାଉଥିବା ମାତ୍ରାଧିକ ଏକ୍ସସାଇଜ ଓ ଅନ୍ୟାନ୍ୟ ଟିକସ । ଯେଉଥିଁପାଇଁ ଭାରତୀୟ ଗ୍ରାହକଙ୍କୁ ପେଟ୍ରୋଲ ଲାଗି ଯାହା ପ୍ରଦାନ କରୁଛନ୍ତି ତାର ପ୍ରାୟ ୬୬ପ୍ରତିଶତ କେବଳ ଏହି ଟିକସ ବାଦରେ ଦିଆଯାଏ ।Continue reading “ଗୋଟିଏ ଲିଟର ପେଟ୍ରୋଲ ପାଇଁ ଟିକସ ଦିଅନ୍ତି ୬୬ପ୍ରତିଶତ । ପାକିସ୍ତାନ, ଶ୍ରୀଲଙ୍କା ଓ ଆଫାଗନିସ୍ତାନରେ ଶସ୍ତାରେ ମିଳୁଛି ପେଟ୍ରୋଲ । ଭାରତରେ କାହିଁକି ବଢୁଛି ଦର?”

ନଭେମ୍ବର ପରେ ଦେଶରେ ସବୁଠୁ ଅଧିକ ବେଗରେ ବଢିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ଘଂଟାରେ ବଢିଲେ ୪ହଜାର ୪୨୧ ରୋଗୀ ।

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ପ୍ରାୟ ଏକ ମାସ ପରେ ଫେବ୍ରୁଆରୀ ୨୦ତାରିଖରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୪ହଜାର ପାଖାପାଖି ହୋଇଥିବା ବେଳେ ଗତ ଦୁଇ ଦିନ ହେଲା ଏହି ସଂଖ୍ୟା ୧୪ହଜାର ଉପରେ ରହୁଛି । ଗତ ୨୪ ଘଂଟାରେ ଦେଶରେ ୧୪ହଜାର ୧୯୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟିContinue reading “ନଭେମ୍ବର ପରେ ଦେଶରେ ସବୁଠୁ ଅଧିକ ବେଗରେ ବଢିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ଘଂଟାରେ ବଢିଲେ ୪ହଜାର ୪୨୧ ରୋଗୀ ।”

ଏସସିବିକୁ ‘ଏମ୍ସ ପ୍ଲସ’ କରିବା ପାଇଁ ୫୦୦ କୋଟିର ବ୍ୟୟବରାଦ । ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ଓ ସ୍ଵାସ୍ଥ୍ୟବୀମା ପାଇଁ ୯୧୬୪ କୋଟି

ଭୁବନେଶ୍ବର: ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ଆଜିର ବଜେଟ ଉପସ୍ଥାପନରେ ସ୍ବାସ୍ଥ୍ୟସେବାକୁ ବେଶ୍ ଗୁରୁତ୍ବ ଦିଆଯାଇଛି। ଓଡ଼ିଶାରେ ବିଶ୍ଵସ୍ତରୀୟ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ(ଏସସିବି)କୁ ଏକ “ଏମ୍ସ ପ୍ଲସ” ପ୍ରତିଷ୍ଠାନରେ ରୂପାନ୍ତରିତ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥିଲାଗି ବଜେଟରେ ବ୍ୟବସ୍ଥା ରହିଛି। ଏସସିବିକୁ ଏକ “ଏମ୍ସ ପ୍ଲସ” ପ୍ରତିଷ୍ଠାContinue reading “ଏସସିବିକୁ ‘ଏମ୍ସ ପ୍ଲସ’ କରିବା ପାଇଁ ୫୦୦ କୋଟିର ବ୍ୟୟବରାଦ । ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ଓ ସ୍ଵାସ୍ଥ୍ୟବୀମା ପାଇଁ ୯୧୬୪ କୋଟି”

ତୈଳ ଦର ବୃଦ୍ଧି ପ୍ରତିବାଦରେ ସାମିଲ ହେଲେ ରବର୍ଟ ଭଦ୍ରା । ସାଇକେଲ ଚଳାଇ ନିଜ କାର୍ଯ୍ୟାଳୟରେ ପହଂଚିଛନ୍ତି ରବର୍ଟ ।

କନକ ବ୍ୟୁରୋ : ତୈଳ ଦର ବୃଦ୍ଧିକୁ ବିରୋଧ କରି ସବୁଆଡେ ପ୍ରତିବାଦ ଚାଲିଥିବା ବେଳେ ଏବେ ଏଥିରେ ସାମିଲ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା । ପେଟ୍ରୋଲ ଦର ବୃଦ୍ଧିର ପ୍ରତିବାଦରେ ସାଇକେଲ ଚଳାଇ ନିଜ କାର୍ଯ୍ୟାଳୟରେ ପହଂଚିଛନ୍ତି ରବର୍ଟ । ଦିଲ୍ଲୀ ଖାନ ମାର୍କେଟରୁ ବାହାରି ସେ ସାଇକେଲରେ ଆସି ନିଜ କାର୍ଯ୍ୟାଳୟରେ ପହଂଚିଛନ୍ତି । ପେଟ୍ରୋଲ ଦର ବୃଦ୍ଧି ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରବର୍ଟ ।Continue reading “ତୈଳ ଦର ବୃଦ୍ଧି ପ୍ରତିବାଦରେ ସାମିଲ ହେଲେ ରବର୍ଟ ଭଦ୍ରା । ସାଇକେଲ ଚଳାଇ ନିଜ କାର୍ଯ୍ୟାଳୟରେ ପହଂଚିଛନ୍ତି ରବର୍ଟ ।”

ରାଜ୍ୟ ବଜେଟରେ ଏଥର ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟବରାଦ । ୪୪ ହଜାର କୋଟି ଋଣ କରିବେ ସରକାର ।

କନକ ବ୍ୟୁରୋ : ଓଡ଼ିଶାର ଅର୍ଥମନ୍ତ୍ରୀ ଆଜି ବିଧାନସଭାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ଏହା ମଧ୍ୟରୁ ଓଡ଼ିଶା ସରକାରଙ୍କ ରାଜସ୍ୱ ସଂଗ୍ରହ ୧ ଲକ୍ଷ ୨୫ ହଜାର ୬୦୦ କୋଟି ରହିବା ଅଟକଳ କରାଯାଉଛି । ଅବଶିଷ୍ଟ ୪୪ ହଜାର ୪୦୦ କୋଟି ଋଣ ଓ ଅନ୍ୟାନ୍ୟ ସୁତ୍ରରୁ ଆଦାୟ କରାଯିବ । ତେବେ ନିଟ୍ ଋଣ ପରିମାଣ ୧୮ ହଜାର ୪୬୫ କୋଟି ରହିବ ।Continue reading “ରାଜ୍ୟ ବଜେଟରେ ଏଥର ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟବରାଦ । ୪୪ ହଜାର କୋଟି ଋଣ କରିବେ ସରକାର ।”

ବଜେଟରେ ହକି ଷ୍ଟାଡିୟମ । ଓଡ଼ିଶାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ ୯୦ କୋଟି ଟଙ୍କା ବ୍ୟୟବରାଦ ।

କନକ ବ୍ୟୁରୋ: ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ।୨୦୨୧-୨୨ବଜେଟରେ ସ୍ବାସ୍ଥ୍ୟ ସହ କ୍ରୀଡ଼ା କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। ଓଡ଼ିଶାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ ୯୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଭୁବନେଶ୍ବର ଓ ରାଉରକେଲାରେ ୨୦୨୩ରେ ହକି ବିଶ୍ଵକପର ୧୫ତମ ସଂସ୍କରଣ ଆୟୋଜନ ହେବ। ଏ ନେଇ ସୁନ୍ଦରଗଡ଼ ଜିଲ୍ଲାରେ ହକିକୁ ପ୍ରୋତ୍ସା ହିତ କରିବା ପାଇଁ ଏବଂContinue reading “ବଜେଟରେ ହକି ଷ୍ଟାଡିୟମ । ଓଡ଼ିଶାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ ୯୦ କୋଟି ଟଙ୍କା ବ୍ୟୟବରାଦ ।”

ବିଧାନସଭାରେ ଅର୍ଥପେଡି ଖୋଲିଲେ ନିରଞ୍ଜନ ପୂଜାରୀ । ଗତବର୍ଷ ଅପେକ୍ଷା କମିଲା କୃଷି ବ୍ୟୟବରାଦ।

କନକ ବ୍ୟୁରୋ : କରୋନା ମହାମାରୀ ଯୋଗୁଁ ରାଜ୍ୟର ରାଜସ୍ୱ ଆଦାୟ ପ୍ରଭାବିତ ହୋଇଛି । ଏହାଯୋଗୁଁ କୃଷି ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ପାଇଁ ବ୍ୟୟବରାଦ ହ୍ରାସ ପାଇଛି । ଏହାର ପ୍ରତିଫଳନ ଆଜି ଉପସ୍ଥାପିତ ରାଜ୍ୟ କୃଷି ବଜେଟରେ ଦେଖିବାକୁ ମିଳିଛି । ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ କୃଷି ପାଇଁ ୧୭,୪୬୮ କୋଟିର ବ୍ୟୟବରାଦ କରାଯାଇଛି । ଯାହାକି ୨୦୨୦-୨୧ ବର୍ଷର ବ୍ୟୟ ବରାଦ ୧୯,୪୦୮ କୋଟି ଠାରୁ ପ୍ରାୟ ୧୦ ପ୍ରତିଶତ କମContinue reading “ବିଧାନସଭାରେ ଅର୍ଥପେଡି ଖୋଲିଲେ ନିରଞ୍ଜନ ପୂଜାରୀ । ଗତବର୍ଷ ଅପେକ୍ଷା କମିଲା କୃଷି ବ୍ୟୟବରାଦ।”

କ୍ୱାରେଣ୍ଟିନ୍ ପାଇଁ ବ୍ୟବହାର ରଙ୍ଗ, ବାଉଁଶର ହିସାବ ଦେଲେ ମନ୍ତ୍ରୀ । ଖର୍ଚ୍ଚ ହୋଇଛି ୧୩ କୋଟି ୪୪ ଲକ୍ଷ ୬୧ ହଜାର ଟଙ୍କା ।

କନକ ବ୍ୟୁରୋ: ମହାମାରୀ କରୋନା ଯେତେବେଳେ ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିଲା, ସେତେବେଳେ ହଜାର ହଜାର ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ କରୋନା କବଳିତ ରାଜ୍ୟରୁ ଫେରୁଥବାରୁ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥିଲା । ଏଭଳି ସମୟରେ ରାଜ୍ୟ ବାହାରୁ ଆସୁଥିବା ଶ୍ରମିକଙ୍କ ପାଇଁ କ୍ୱାରେଟିଂନ କେନ୍ଦ୍ରର ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର । ହେଲେ, ଏହି ସବୁ କେନ୍ଦ୍ର ପାଇଁ ହୋଇଥିବା ଖର୍ଚ୍ଚ ଜାଣିଲେ ଆପଣContinue reading “କ୍ୱାରେଣ୍ଟିନ୍ ପାଇଁ ବ୍ୟବହାର ରଙ୍ଗ, ବାଉଁଶର ହିସାବ ଦେଲେ ମନ୍ତ୍ରୀ । ଖର୍ଚ୍ଚ ହୋଇଛି ୧୩ କୋଟି ୪୪ ଲକ୍ଷ ୬୧ ହଜାର ଟଙ୍କା ।”

୧୯୯୯ ମସିହାର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣା । ମୁଖ୍ୟ ଅଭିଯୁକ୍ତ ବିବନକୁ ୨୨ ବର୍ଷ ପରେ ଗିରଫ କଲା କମିଶନରେଟ୍ ପୋଲିସ ।

କନକ ବ୍ୟୁରୋ: ଓଡ଼ିଶା ଇତିହାସର ସବୁଠାରୁ କଳଙ୍କିତ ଅପରାଧ କାହାଣୀ ପୁଣି ଥରେ ଦୃଶ୍ୟପଟ୍ଟକୁ ଫେରି ଆସିଛି । ଯେତେବେଳେ ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିଛି କମିଶନରେଟ୍ ପୁଲିସ୍ । ଦୀର୍ଘ ୨୨ ବର୍ଷ ପରେ ପୁରୁଣା ଫାଇଲକୁ ଏଭଳି ଢ଼ଙ୍ଗରେ ଓଲଟାଇ ସାମ୍ନାକୁ ଆଣିଛି ପୁଲିସ୍, ଯାହା ଅପରାଧର ଶେଷ ଫର୍ଦ୍ଦ ଲେଖିବାର ସୁଯୋଗ ଆଣିଛି । ପୁଲିସ୍ ଓ ସିବିଆଇକୁ ଚକମା ଦେଇ ଦୀର୍ଘ ୨୨Continue reading “୧୯୯୯ ମସିହାର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣା । ମୁଖ୍ୟ ଅଭିଯୁକ୍ତ ବିବନକୁ ୨୨ ବର୍ଷ ପରେ ଗିରଫ କଲା କମିଶନରେଟ୍ ପୋଲିସ ।”

ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ । ଓଡିଶାରେ ସଂକ୍ରମଣ ଆଶଙ୍କା ବଢିଲା । ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ସ୍ଥିତି ବିଗିଡିଲେ ଲକଡାଉନ୍ ।

କନକ ବ୍ୟୁରୋ: ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ହେଲେ, ୫ ଦିନ ପରେ ପୁଣି ଥରେ ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଛି । ରବିବାର ଥିଲେ ମଧ୍ୟ ଶେଷ ୨୪ ଘଂଟାରେ ରାଜ୍ୟରେ ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଭୟ ବଢ଼ାଇ ଦେଇଛି । ପରିସ୍ଥିତିକୁ ଦେଖି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ କହିଛନ୍ତି, ଲୋକଙ୍କୁ ସଚେତନ କରାଯାଉଛି । ସ୍ଥିତି ବିଗିଡିଲେ ରାଜ୍ୟରେContinue reading “ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ । ଓଡିଶାରେ ସଂକ୍ରମଣ ଆଶଙ୍କା ବଢିଲା । ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ସ୍ଥିତି ବିଗିଡିଲେ ଲକଡାଉନ୍ ।”

Design a site like this with WordPress.com
Get started