ମଧ୍ୟପ୍ରଦେଶ ସିଦ୍ଧିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୩୮ ଜଣଙ୍କ ମୃତଦେହ ଉଦ୍ଧାର । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ । ସହାୟତା ରାଶି ଘୋଷଣା

କନକ ବ୍ୟୁରୋ : ମଧ୍ୟପ୍ରଦେଶ ସିଦ୍ଧି ଠାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩୮ ଜଣଙ୍କ ମୃତଦେହ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ ।  ବସରେ ମୋଟ ୫୦ ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି । ଏନଡିଆରଫ୍, ଏସଡିଆରଏଫ୍ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବସଟି ନର୍ସିଂ ଛାତ୍ରଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଭୀର ନାଳ ଭିତରକୁ ଖସି ପଡିଥିଲା ।Continue reading “ମଧ୍ୟପ୍ରଦେଶ ସିଦ୍ଧିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୩୮ ଜଣଙ୍କ ମୃତଦେହ ଉଦ୍ଧାର । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ । ସହାୟତା ରାଶି ଘୋଷଣା”

ନୟାଗଡ କୋର୍ଟରେ ପରୀ ମୃତ୍ୟୁ ମାମଲାରେ ଚାର୍ଜସିଟ୍ ଦାଖଲ । ୯ ପୃଷ୍ଠାର ଚାର୍ଜସିଟ ଦାଖଲ କଲା ଏସଆଇଟି, ପରୀର ଫ୍ରକରୁ ପୁରୁଷଙ୍କ ସିମେନ ମିଳିଥିବା ଚାର୍ଜସିଟରେ ଉଲ୍ଲେଖ ।

କନକ ବ୍ୟୁରୋ : ନୟାଗଡ କୋର୍ଟରେ ପରୀ ମୃତ୍ୟୁ ମାମଲାରେ ଦାଖଲ ହୋଇଛି ଚାର୍ଜସିଟ୍ । ୯ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଏସଆଇଟି । ପରୀର ଫ୍ରକରୁ ପୁରୁଷଙ୍କ ସିମେନ ମିଳିଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି । ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖିବା ପରେ ଅପରାଧ ଘଟାଇଥିଲା ଅଭିଯୁକ୍ତ । ଅଭିଯୁକ୍ତର ସ୍ୱୀକାରୋକ୍ତି ଅଡିଓ ଭିଜୁଆଲ ମୋଡରେ ରେକର୍ଡ ହୋଇଥିବା ଜଣାପଡିଛି । ପେନ ଡ୍ରାଇଭ ଜରିଆରେ ଏହା କୋର୍ଟରେ ଦାଖଲ ହୋଇଛି । ଅଭିଯୁକ୍ତContinue reading “ନୟାଗଡ କୋର୍ଟରେ ପରୀ ମୃତ୍ୟୁ ମାମଲାରେ ଚାର୍ଜସିଟ୍ ଦାଖଲ । ୯ ପୃଷ୍ଠାର ଚାର୍ଜସିଟ ଦାଖଲ କଲା ଏସଆଇଟି, ପରୀର ଫ୍ରକରୁ ପୁରୁଷଙ୍କ ସିମେନ ମିଳିଥିବା ଚାର୍ଜସିଟରେ ଉଲ୍ଲେଖ ।”

ପୁଣି ପ୍ରବଚନ ଦେଇପାରିବେ ସାରଥୀ । ସତସଙ୍ଗ କରିବା ନେଇ ହାଇକୋର୍ଟଙ୍କ ଅନୁମତି ।  

କନକ ବ୍ୟୁରୋ : ପୁଣି ପ୍ରବଚନ ଦେଇପାରିବେ ସାରଥୀ । ପ୍ରବଚନ ଦେବାକୁ ହାଇକୋର୍ଟ ଦେଲେ ଅନୁମତି । ପ୍ରବଚନ ସହ ସତସଙ୍ଗ କରିପାରିବେ ସାରଥୀ । ତେବେ ସତସଙ୍ଗ ବେଳେ କୋଭିଡ କଟକଣା ମାନିବା ବାଧ୍ୟତାମୂଳକ ହେବ । ତେବେ ୨୦୦ ଲୋକଙ୍କୁ ନେଇ ସତସଙ୍ଗ କାର୍ଯ୍ୟକ୍ରମ କରିପାରିବେ ସାରଥୀ । ଜେଲରୁ ବାହାରିବା ପରେ ସତସଙ୍ଗ ଓ ପ୍ରବଚନ ଉପରେ ଲାଗିଥିଲା ରୋକ୍ । ଏନେଇ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ସାରଥୀ । ତେବେContinue reading “ପୁଣି ପ୍ରବଚନ ଦେଇପାରିବେ ସାରଥୀ । ସତସଙ୍ଗ କରିବା ନେଇ ହାଇକୋର୍ଟଙ୍କ ଅନୁମତି ।  “

୧୦୦ କୋଟି ଟଙ୍କା ଅର୍ଥ ହେରଫେର ମାମଲା । ବନ୍ଧା ହେଲେ ବଲିଉଡର ଜଣାଶୁଣା ଅଭିନେତା ତଥା ବ୍ୟବସାୟୀ

କନକ ବ୍ୟୁରୋ : ୧୦୦ କୋଟି ଟଙ୍କା ଅର୍ଥ ହେରଫେର ମାମଲାରେ ଜଣାଶୁଣା ବଲିଉଡ ଅଭିନେତା ତଥା ମୁମ୍ବାଇର ବ୍ୟବସାୟୀ ସଚିନ ଜୋସିଙ୍କୁ ଗିରଫ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମୁମ୍ବାଇର ପ୍ରତିଷ୍ଠିତ ବିଲ୍ଡର କମ୍ପାନୀ ଓମକାର ଡେଭଲପରର ବ୍ୟବସାୟରେ ୧୦୦ କୋଟି ଟଙ୍କା ହେରଫେର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସଚିନଙ୍କୁ ୨ ଦିନ ହେବ ଜେରା କରୁଥିଲା । ଏନେଇ ପୋଲିସ ପକ୍ଷରୁ ଜୋସୀଙ୍କ ବିରୋଧରେ ଅର୍ଥ ହେରଫେର ନିବାରଣ ଆଇନ ଅନୁସାରେ ବିଭିନ୍ନ ଧରାContinue reading “୧୦୦ କୋଟି ଟଙ୍କା ଅର୍ଥ ହେରଫେର ମାମଲା । ବନ୍ଧା ହେଲେ ବଲିଉଡର ଜଣାଶୁଣା ଅଭିନେତା ତଥା ବ୍ୟବସାୟୀ”

ବିର୍ସା ମୁଣ୍ଡାଙ୍କ ନାଁରେ ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମ । ରାଉରକେଲାରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । କହିଲେ, ସୁନ୍ଦରଗଡ ଓ ଓଡିଶାର ବିକାଶରେ ରାଉରକେଲାର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ।

କନକ ବ୍ୟୁରୋ: ରାଉରକେଲାରେ ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ସାମୁଣ୍ଡା ନାଁରେ ଷ୍ଟାଡିୟମକୁ ନାମିତ କରାଯାଇଥିବା ନେଇ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ଆଗାମୀ ୨୦୨୩ ହକି ବିଶ୍ୱକପରେ ରାଉରକେଲାର ଏହି ବିର୍ସାମୁଣ୍ଡା ଷ୍ଟାଡିୟମ ଏକ ଭେନ୍ୟୁ ହେବା ନେଇ କହିଛନ୍ତି ନବୀନ । ସେହିପରି, ସୁନ୍ଦରଗଡ ଜିଲ୍ଳାର ଓ ଓଡିଶାର ବିକାଶରେ ରାଉରକେଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡିଶା ଶିଳ୍ପର ମୂଳଦୁଆContinue reading “ବିର୍ସା ମୁଣ୍ଡାଙ୍କ ନାଁରେ ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମ । ରାଉରକେଲାରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । କହିଲେ, ସୁନ୍ଦରଗଡ ଓ ଓଡିଶାର ବିକାଶରେ ରାଉରକେଲାର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ।”

୧୪ଟି ପ୍ରକଳ୍ପ ପାଇଁ ୪ ହଜାର ୯୧୫ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ନବୀନ : କହିଲେ, ଓଡିଶା ବିକାଶର ସାରଥୀ ହେଉଛନ୍ତି ମହିଳା; ଜୟନ୍ତୀ ଏକ୍କାଙ୍କୁ କଲେ ପ୍ରଶଂସା

କନକ ବ୍ୟୁରୋ : ରାଉରକେଲାରେ ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଆଜିର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ମହିଳାଙ୍କୁ ନବୀନ କହିଛନ୍ତି, ମହିଳାମାନେ ଓଡିଶା ବିକାଶର ସାରଥୀ । ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀର ପରିଚିତ ଚେହେରା ଜୟନ୍ତୀ ଏକ୍କାଙ୍କୁ ପ୍ରଶଂସା କରିଛନ୍ତି । ତାଙ୍କ ପରି ମହିଳା ଆମ ସମାଜ ପାଇଁ ଆଦର୍ଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୪ଟି ପ୍ରକଳ୍ପରContinue reading “୧୪ଟି ପ୍ରକଳ୍ପ ପାଇଁ ୪ ହଜାର ୯୧୫ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ନବୀନ : କହିଲେ, ଓଡିଶା ବିକାଶର ସାରଥୀ ହେଉଛନ୍ତି ମହିଳା; ଜୟନ୍ତୀ ଏକ୍କାଙ୍କୁ କଲେ ପ୍ରଶଂସା”

କାହିଁକି ଦିଲ୍ଲୀ ସୀମାରୁ କମୁଛି ଆନ୍ଦୋଳନକାରୀଙ୍କ ସଂଖ୍ୟା ? । କୃଷକ ନେତା କହିଲେ ପ୍ରସ୍ତୁତ ହେଉଛି ନୂଆ ରଣନୀତି

କନକ ବ୍ୟୁରୋ : ପାଖା ପାଖି ୩ ମାସ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ଏବେ ସଂଖ୍ୟା କମିବାରେ ଲାଗିଛି । ଆନ୍ଦୋଳନରତ କୃଷକ ମାନେ ଧିରେ ଧିରେ ଟେଣ୍ଟ ଭାଙ୍ଗି ନିଜ ନିଜ ଘରକୁ ଫେରୁଥିବା ଦେଖିବାକୁ ମିଳିଛି । ଏନେଇ ଆନ୍ଦୋଳନ କମଜୋର ହେଉଥିବା ଆଲୋଚନା ହେଉଥିବା ବେଳେ କୃଷକ ନେତା ମାନେ କହିଛନ୍ତି କି କୃଷକ ମାନେ ସେମାନଙ୍କ ଆନ୍ଦୋଳନ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି ।Continue reading “କାହିଁକି ଦିଲ୍ଲୀ ସୀମାରୁ କମୁଛି ଆନ୍ଦୋଳନକାରୀଙ୍କ ସଂଖ୍ୟା ? । କୃଷକ ନେତା କହିଲେ ପ୍ରସ୍ତୁତ ହେଉଛି ନୂଆ ରଣନୀତି”

ଓଲଟିଲା ବରଯାତ୍ରୀ ଗାଡି : ମୋହନା କଙ୍କଡାଗୁଡା ଘାଟି ନିକଟରେ ବରଯାତ୍ରୀ ବୋଝେଇ ମିନିଟ୍ରକ ଓଲଟି ପଡିବାରୁ ଏକାଧିକ ମୃତ

କନକ ବ୍ୟୁରୋ : ବରଯାତ୍ରୀ ଗାଡି ଓଲଟି ଏକାଧିକ ମୃତ । ମୋହନ ଆର ଉଦୟଗିରି ଥାନା କଙ୍କଡାଗୁଡା ଘାଟି ନିକଟରେ ବରଯାତ୍ରୀ ବୋଝେଇ ମିନିଟ୍ରକ ଓଲଟିପଡିବାରୁ ଏଭଳି ଅଘଟଣ ଘଟିଛି । କିଛି ଜଣ ଗୁରୁତର ଅଛନ୍ତି । ରାମଗିରିରୁ ଆର ଉଦୟଗିରି ଅଭିମୁଖେ ଯାଉଥିବା ବେଳେ ବରଯାତ୍ରୀ ବୋଝେଇ ମିନିଟ୍ରକଟି ଓଲଟିପଡିଥିଲା । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । from Kanak News via <a href="https://ifttt.com/?

ଏକାମ୍ରକ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର ଦାବିରେ ସେବାୟତଙ୍କ ପ୍ରତିବାଦ : ନିଖିଳ ଓଡ଼ିଶା ସେବାୟତ ସମିତି ପକ୍ଷରୁ ସାରା ରାଜ୍ୟର ମନ୍ଦିର ଗୁଡ଼ିକରେ ଘଂଟମାଡ଼ ପ୍ରତିବାଦ

କନକ ବ୍ୟୁରୋ : ଏକାମ୍ରକ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର ଦାବିରେ ସେବାୟତଙ୍କ ପ୍ରତିବାଦ । ନିଖିଳ ଓଡ଼ିଶା ସେବାୟତ ସମିତି ପକ୍ଷରୁ ସାରା ରାଜ୍ୟର ମନ୍ଦିର ଗୁଡ଼ିକରେ ଘଂଟମାଡ଼ ପ୍ରତିବାଦ କରାଯାଇଛି । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଏକାଠି ହୋଇଥିଲେ ସେବାୟତ । ଶ୍ରୀକ୍ଷେତ୍ର ଭଳି ଏକାମ୍ରକ୍ଷେତ୍ରରୁ ମଧ୍ୟ ଜାତୀୟ ସ୍ମାରକୀ ପ୍ରାଧିକରଣର ପ୍ରସ୍ତାବିତ ଚିଠା ପ୍ରସ୍ତାବକୁ ପ୍ରତ୍ୟାହାର ଦାବି କରିଆସୁଛନ୍ତି ସେବାୟତ ଓ ସାଧାରଣ ଭକ୍ତ । ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ କରିଡରକୁ ବାଧା ଦେବାକୁ ଆସିଥିବାContinue reading “ଏକାମ୍ରକ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର ଦାବିରେ ସେବାୟତଙ୍କ ପ୍ରତିବାଦ : ନିଖିଳ ଓଡ଼ିଶା ସେବାୟତ ସମିତି ପକ୍ଷରୁ ସାରା ରାଜ୍ୟର ମନ୍ଦିର ଗୁଡ଼ିକରେ ଘଂଟମାଡ଼ ପ୍ରତିବାଦ”

ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନାଳକୁ ଖସିଲା ବସ୍ । ୩୮ ଶବ ଉଦ୍ଧାର । ମୃତକଙ୍କ ପରିବାରକୁ ୫ ଲକ୍ଷର ସହାୟତା

କନକ ବ୍ୟୁରୋ : ମଙ୍ଗଳବାର ସକାଳୁ ମଧ୍ୟପ୍ରଦେଶର ସିଦ୍ଧିରୁ ସତାନା ଯାଉଥିବା ଏକ ଘରୋଇ ବସ୍ ଦୁର୍ଘଟଣାରେ ଶିକାର ହୋଇଛି । ରାସ୍ତାକଡରେ ଥିବା ନାଳକୁ ବସଟି ଓଲଟି ପଡିବାରୁ ବସ୍ ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩୮ ଜଣଙ୍କର ଜୀବନ ଯାଇଛି । ସୂଚନା ମୁତାବକ ଦୁର୍ଘଟଣା ବେଳେ ବସରେ ୬୦ ଜଣ ଯାତ୍ରୀ ଥିଲେ । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ନାଳ ଭିତରୁ ୩୮ ଜଣଙ୍କ ଶବ ଉଦ୍ଧାର କରାଯାଇଛି ।Continue reading “ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନାଳକୁ ଖସିଲା ବସ୍ । ୩୮ ଶବ ଉଦ୍ଧାର । ମୃତକଙ୍କ ପରିବାରକୁ ୫ ଲକ୍ଷର ସହାୟତା”

Design a site like this with WordPress.com
Get started