ଓଡିଶାରେ ଆନ୍ଧ୍ର ନିର୍ବାଚନ: ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ । କହିଲେ, ନୈତିକ ଦାୟିତ୍ୱ ନିଅନ୍ତୁ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ଓଡିଶା ଗାଁରେ ଆନ୍ଧ୍ର ନିର୍ବାଚନକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେ ଟୁଇଟ କରି ଲେଖିଛନ୍ତି, ଆମ ସୀମାକୁ ସୁରକ୍ଷିତ ରଖିବାରେ ସରକାର ବିଫଳ ହୋଇଛନ୍ତି । ସାଢେ ୪ କୋଟି ଓଡିଆଙ୍କ ଭାବାବେଗକୁ ଆଘାତ କରିବାର ନୈତିକ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଅନ୍ତୁ । ସରକାର ଓ ପ୍ରଶାସନ କାହିଁକି ଆମ ଲୋକଙ୍କୁ ବୁଝାଇବାରେ ବିଫଳ ହେଲେ ବୋଲି ପ୍ରଶ୍ନ କରିବା ସହ ଘଟଣାସ୍ଥଳକୁ କାହିଁକContinue reading “ଓଡିଶାରେ ଆନ୍ଧ୍ର ନିର୍ବାଚନ: ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ । କହିଲେ, ନୈତିକ ଦାୟିତ୍ୱ ନିଅନ୍ତୁ ମୁଖ୍ୟମନ୍ତ୍ରୀ ।”

କର୍ଲାପାଟ ଜଙ୍ଗଲରେ ପୁଣି ଏକ ମାଇ ହାତୀର ମୃତ୍ୟୁ । ୧୪ ଦିନରେ ଆଖି ବୁଜିଲେଣି ୬ ଗଜରାଜ ।

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଜଙ୍ଗଲରେ ଆଜି ଆଉ ଏକ ମାଇ ହାତୀ ମୃତ୍ୟୁ । ଆଜି ଆଖି ବୁଜିଥିବା ହାତୀଟି ସେପ୍ଟିସେମିଆରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏଥିସହିତ ଗତ ୧୪ ଦିନ ଭିତରେ କର୍ଲାପାଟ ଜଙ୍ଗଲରେ ଆଖିବୁଜିଛନ୍ତି ମୋଟ ୬ଟି ହାତୀ । ହାତୀ ମୃତ୍ୟୁ ପରେ ବନ ବିଭାଗ ପାଇଁ ଏହା ଏକ ଚିନ୍ତାର କାରଣ ହୋଇଛି । ଅନ୍ୟପଟେ ଶନିବାର ସେଠାରେ ଭୁବନେଶ୍ୱର ଓୟୁଏଟିର ଦୁଇ ଜଣିଆContinue reading “କର୍ଲାପାଟ ଜଙ୍ଗଲରେ ପୁଣି ଏକ ମାଇ ହାତୀର ମୃତ୍ୟୁ । ୧୪ ଦିନରେ ଆଖି ବୁଜିଲେଣି ୬ ଗଜରାଜ ।”

ନନ୍ଦନକାନନ ନିକଟସ୍ଥ ବଟାନିକାଲ ଗାର୍ଡେନ ପରିସରରେ ଭୟାବହ ଅଗ୍ନିକାଣ୍ଡ । ୨ ଏକର ଜମିରେ ନିଆଁ ଲାଗିଥିବା ସୂଚନା।

କନକ ବ୍ୟୁରୋ: ନନ୍ଦନକାନନ ବଟାନିକାଲ ଗାର୍ଡେନ ପରିସରରେ ଭୟାବହ ଅଗ୍ନିକାଣ୍ଡ । ୨ ଏକର ଜମିରେ ନିଆଁ ଲାଗିଥିବା ସୂଚନା । ନିଆଁ ଲଗାଇବାକୁ ଲାଗିଛନ୍ତି ଅଗ୍ନିଶମ କର୍ମଚାରୀ । ଆଜି ନନ୍ଦନକାନନ ନିକଟରେ ଥିବା ବଟାନିକାଲ ଗାର୍ଡେନ ପରିସରରେ ହଠାତ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଏହାପରେ ନିଆଁର ମାତ୍ରା ବଢିବାକୁ ଲାଗିଥିଲା । ଏହାପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ଗାଡି ପହଞ୍ଚି ସେଠାରେ ନିଆଁ ଲିଭା କାମରେ ଲାଗିଛି । ଆହୁରିContinue reading “ନନ୍ଦନକାନନ ନିକଟସ୍ଥ ବଟାନିକାଲ ଗାର୍ଡେନ ପରିସରରେ ଭୟାବହ ଅଗ୍ନିକାଣ୍ଡ । ୨ ଏକର ଜମିରେ ନିଆଁ ଲାଗିଥିବା ସୂଚନା।”

ଜମ୍ମୁ ବସ ଷ୍ଟାଣ୍ଡରୁ ଜବତ୍ ହେଲା ୭ କେ.ଜି ବିସ୍ଫୋରକ । ପୁଲୱାମା ଆକ୍ରମଣର ଦ୍ୱିତୀୟ ବାର୍ଷିକୀରେ ଆତଙ୍କବାଦୀଙ୍କ ଯୋଜନା ପଣ୍ଡ

କନକ ବ୍ୟୁରୋ : ଆଜିର ଦିନରେ ଆତଙ୍କବାଦୀ ମାନେ ଜମ୍ମୁର ପୁଲୱାମା ଠାରେ ବିସ୍ଫୋରକ କରି ଭାରତର ୪୦ ଯବାନଙ୍କ ଜୀବନ ନେଇଥିଲେ । ଠିକ୍ ଯେତେବେଳେ ଭାରତୀୟ ସେନା ଆଜି ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ପ୍ରସ୍ତୁତ ହେଉଛି ସେତିକି ବେଳେ ଜମ୍ମୁର ଏକ ବସ ଷ୍ଟାଣ୍ଡରୁ ୭ କେ.ଜି ବିସ୍ଫୋରକ ଜବତ କରାଯାଉଛି । ସୂଚନା ମୁତାବକ ପୁଲୱାମା ଆକ୍ରମଣର ଦ୍ୱିତୀୟ ବାର୍ଷିକୀରେ ଆତଙ୍କବାଦୀ ମାନେ ପୁଣି ବିସ୍ଫୋରଣ କରିବାକୁ ଯୋଜନା କରିଥିଲେContinue reading “ଜମ୍ମୁ ବସ ଷ୍ଟାଣ୍ଡରୁ ଜବତ୍ ହେଲା ୭ କେ.ଜି ବିସ୍ଫୋରକ । ପୁଲୱାମା ଆକ୍ରମଣର ଦ୍ୱିତୀୟ ବାର୍ଷିକୀରେ ଆତଙ୍କବାଦୀଙ୍କ ଯୋଜନା ପଣ୍ଡ”

ଆସନ୍ତା ୨ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ । କଂଗ୍ରେସର ଓଡିଶା ବନ୍ଦ ଡାକରା ପରେ ନିଷ୍ପତ୍ତି ନେଲେ ଗଣଶିକ୍ଷା ମନ୍ତ୍ରୀ ।

କନକ ବ୍ୟୁରୋ: ଆସନ୍ତା ୨ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ । କଂଗ୍ରେସର ଓଡିଶା ବନ୍ଦ ଡାକରା ନେଇ ଘୋଷଣା କରିବା ପରେ ଏନେଇ ଆଜି ନିଷ୍ପତ୍ତି ନେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି । ଆସନ୍ତାକାଲି ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଛି । କାଲିContinue reading “ଆସନ୍ତା ୨ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ । କଂଗ୍ରେସର ଓଡିଶା ବନ୍ଦ ଡାକରା ପରେ ନିଷ୍ପତ୍ତି ନେଲେ ଗଣଶିକ୍ଷା ମନ୍ତ୍ରୀ ।”

ପୁରୀ ଭଳି ଲିଙ୍ଗରାଜରୁ ମଧ୍ୟ ପ୍ରତ୍ୟାହୃତ ହେବ ବାଇ-ଲ । ବିବାଦ ଭିତରେ ବଡ଼ ବୟାନ ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

କନକ ବ୍ୟୁରୋ: ବାଇ-ଲ ପ୍ରସଙ୍ଗକୁ ନେଇ ବିବାଦ ଥମୁନଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢଙ୍ଗୀ । ସେ କହିଛନ୍ତି ଏହା ଏକ ଚିଠା ଅଧିନିୟମ । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛୁ । ପୁରୀ ଶ୍ରୀମନ୍ଦିରରୁ ଏହି ବାଇ-ଲ’ ପ୍ରତ୍ୟାହୃତ ହୋଇଛି । ଲିଙ୍ଗରାଜରୁ ମଧ୍ୟ ପ୍ରତ୍ୟାହୃତ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଅନ୍ୟପଟେ  ଏ ସମ୍ପର୍କରେ ଆଜିContinue reading “ପୁରୀ ଭଳି ଲିଙ୍ଗରାଜରୁ ମଧ୍ୟ ପ୍ରତ୍ୟାହୃତ ହେବ ବାଇ-ଲ । ବିବାଦ ଭିତରେ ବଡ଼ ବୟାନ ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।”

ନିର୍ବାଚନ ପୂର୍ବରୁ କେରଳରେ ନାଗରିକତା ସଂଶୋଧନ ଆଇନକୁ ନେଇ ଜୋର ଧରୁଛି ରାଜନୀତି । ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଲେ ଲାଗୁ ହେବନାହିଁ ସିଏଏ

କନକ ବ୍ୟୁରୋ : କରୋନା ଟିକାକରଣ ପରେ ଦେଶରେ ସିଏଏ ଲାଗୁହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା କହିବା ପରେ କେରଳରେ ଏହାକୁ ନେଇ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ଏବେ ଦେଶରେ ଗୋଟିଏ ମାତ୍ର ବାମସରକାର ଥିବା କେରଳର ମୁଖ୍ୟମନ୍ତ୍ରୀ ଏନେଇ ଜବାବ୍ ରଖିଛନ୍ତି । ସେ କହିଛନ୍ତି କି କେରଳରେ କୌଣସି ପରିସ୍ଥିତିରେ ସିଏଏ ଲାଗୁ ହୋଇ ପାରିବ ନାହିଁ । ଗୃହମନ୍ତ୍ରୀ ସିଏଏ ଲାଗୁ କରିବା ନେଇ କହିବାର ଗୋଟିଏContinue reading “ନିର୍ବାଚନ ପୂର୍ବରୁ କେରଳରେ ନାଗରିକତା ସଂଶୋଧନ ଆଇନକୁ ନେଇ ଜୋର ଧରୁଛି ରାଜନୀତି । ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଲେ ଲାଗୁ ହେବନାହିଁ ସିଏଏ”

ଚାଷୀ ଘରେ ଥିଲେ ବି ମରିଥାନ୍ତେ । କୃଷକ ଆନ୍ଦୋଳନରେ ଚାଷୀ ମୃତ୍ୟୁକୁ ନେଇ ଏଭଳି ବୟାନ ରଖିଲେ ହରିୟାଣାର ମନ୍ତ୍ରୀ ।

କନକ ବ୍ୟୁରୋ: କୃଷକ ଆନ୍ଦୋଳନକୁ ନେଇ ହରିୟାଣା ମନ୍ତ୍ରୀଙ୍କ ବିବାଦୀୟ ବୟାନ । ଆନ୍ଦୋଳନ ସ୍ଥଳରେ ଚାଷୀଙ୍କ ମୃତ୍ୟୁକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ହରିୟାଣା କୃଷିମନ୍ତ୍ରୀ ଜେପି ଦଲାଲ । ସେ କହିଛନ୍ତି, ଚାଷୀ ଘରେ ରହିଥିଲେ ମଧ୍ୟ ମରିଥାନ୍ତେ । କୃଷକ ଆନ୍ଦୋଳନ ସମୟରେ ଧାରଣାସ୍ଥଳରେ ୨ଶହ ଚାଷୀଙ୍କ ମୃତ୍ୟୁ ହୋଇଥିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏହା କହିଥିଲେ ଜେପି ଦଲାଲ । आंदोलन में संघर्षरत अन्नदाताओं केContinue reading “ଚାଷୀ ଘରେ ଥିଲେ ବି ମରିଥାନ୍ତେ । କୃଷକ ଆନ୍ଦୋଳନରେ ଚାଷୀ ମୃତ୍ୟୁକୁ ନେଇ ଏଭଳି ବୟାନ ରଖିଲେ ହରିୟାଣାର ମନ୍ତ୍ରୀ ।”

ବାଇ-ଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କହିଲେ, ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମରେ ସମସ୍ୟା ସୃଷ୍ଟି କରିବା ଚିନ୍ତାଜନକ ।

କନକ ବ୍ୟୁରୋ: ଜାତୀୟ ସ୍ମାରକୀ ପ୍ରାଧିକରଣର ବାଇ-ଲ’କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଏହାରି ଭିତରେ ଆଜି ଏହାକୁ ନେଇ ମୁହଁ ଖୋଲିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯେତେବେଳେ ଲିଙ୍ଗରାଜ ମନ୍ଦିରର ବିକାଶ କାମକୁ ହାତକୁ ନେଇଛନ୍ତି ଠିକ୍ ସେତେବେଳେ ବାଇ-ଲ’ ଆଣି ବିକାଶ କାମରେ ସମସ୍ୟା ସୃଷ୍ଟି କରିବା ଚିନ୍ତାଜନକ । ଲୋକଙ୍କ ଭାବାବେଗ ଓ ସେବାୟତଙ୍କ ଦାବିକୁ ଦୃଷ୍ଟିରେContinue reading “ବାଇ-ଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କହିଲେ, ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମରେ ସମସ୍ୟା ସୃଷ୍ଟି କରିବା ଚିନ୍ତାଜନକ ।”

ଭାରତୀୟ ସେନା ହାତକୁ ଅର୍ଜୁନ ଟ୍ୟାଙ୍କ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ । ସ୍ୱଦେଶୀ କୌଶଳରେ ନିର୍ମିତ ହୋଇଛି ଭାରତୀୟ ବ୍ରହ୍ମାସ୍ତ୍ର

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲନାଡୁ ଓ କେରଳ ଗସ୍ତରେ ଅଛନ୍ତି । ତାଙ୍କର ଏହି ଗସ୍ତବେଳେ ସେ ପ୍ରଥମେ ଚେନ୍ନାଇ ପହଂଚି ସେଠାରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅର୍ଜୁନ ଟ୍ୟାଙ୍କକୁ ସେନା ହାତରେ ଅର୍ପଣ କରିଛନ୍ତି । ଏହା ସହ ସେ ଚେନ୍ନାଇରେ ବହୁ ଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିବା ଯୋଜନା ମଧ୍ୟରେ ଚେନ୍ନାଇରContinue reading “ଭାରତୀୟ ସେନା ହାତକୁ ଅର୍ଜୁନ ଟ୍ୟାଙ୍କ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ । ସ୍ୱଦେଶୀ କୌଶଳରେ ନିର୍ମିତ ହୋଇଛି ଭାରତୀୟ ବ୍ରହ୍ମାସ୍ତ୍ର”

Design a site like this with WordPress.com
Get started