କନକ ବ୍ୟୁରୋ : ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡ କାଟି ହତ୍ୟା ଘଟଣା । ପୋଲିସକୁ ମିଳିଲା ବଡ ସଫଳତା । ଭରତପୁର ଜଙ୍ଗଲରୁ ମିଳିଲା ମହିଳାଙ୍କ କଟାମୁଣ୍ଡ । ରହସ୍ୟ ଉନ୍ମୋଚନ ପାଇଁ ୨ଅଭିଯୁକ୍ତକୁ ସ୍ପଟ ଉପରକୁ ନେଇଥିଲା ପୋଲିସ । ସିନ୍ ରି-କ୍ରିଏସନରେ କଟାମୁଣ୍ଡ ଅଭିଯୁକ୍ତ ଦେଖାଇଛନ୍ତି । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ସହ ଯାଇ କଟାମୁଣ୍ଡ ଚିହ୍ନଟ କରିଛନ୍ତି । ଏଥିସହିତ ମୃତ ମହିଳାଙ୍କର ପରିଚୟ ମଧ୍ୟ ମିଳିଛି । ମୃତ ମହିଳାଙ୍କContinue reading “ଭରତପୁର ଜଙ୍ଗଲରୁ ମିଳିଲା ମହିଳାଙ୍କ କଟାମୁଣ୍ଡ : ମୃତ ମହିଳାଙ୍କ ନାଁ ପୁଷ୍ପଲତା, ଘର ଗଞ୍ଜାମରେ ସୂଚନା”
Tag Archives: News
ଗହଣା ପ୍ରେମୀଙ୍କ ପାଇଁ ଖୁସି ଖବର : ଗତ ୪ ଦିନ ମଧ୍ୟରେ ସୁନା ଦରରେ ସର୍ବୋଚ୍ଚ ହ୍ରାସ
କନକ ବ୍ୟୁରୋ : ଗହଣା ପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତରେ ସୁନା ଓ ରୁପା ଦର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଆଜି ସ୍ବର୍ଣ୍ଣ ଦର ପୁଣି ୦.୩୨ ପ୍ରତିଶତ କମ୍ ହୋଇ ୧୦ ଗ୍ରାମ୍ ପିଛା ୪୭,୮୫୭ରେ ପହଞ୍ଚିଛି । ସେହିପରି ରୌପ୍ୟ ଦର କିଲୋ ପିଛା ୬୮ ହଜାର ୨୭୫ରେ ପହଞ୍ଚିଛି। ଗତ ୪ ଦିନ ମଧ୍ୟରେ ସୁନା ଦରରେ ଆଜି ସବୁଠାରୁ ଅଧିକ ହ୍ରାସ ଘଟିଛି ।Continue reading “ଗହଣା ପ୍ରେମୀଙ୍କ ପାଇଁ ଖୁସି ଖବର : ଗତ ୪ ଦିନ ମଧ୍ୟରେ ସୁନା ଦରରେ ସର୍ବୋଚ୍ଚ ହ୍ରାସ”
ଓଡିଶା ଓ ଆନ୍ଧ୍ର ସୀମାରେ କୋଟିଆ ଅଞ୍ଚଳକୁ ନେଇ ଲାଗିଥିବା ବିବାଦ ଉପରେ କାଲି ସୁପ୍ରିମକୋର୍ଟରେ ହେବ ଶୁଣାଣି । ଓଡିଶାର ଆବେଦନକୁ ଗ୍ରହଣ କରିଛନ୍ତି ଉଚ୍ଚନ୍ୟାୟାଳୟ
କନକ ବ୍ୟୁରୋ : ଓଡିଶା ଓ ଆନ୍ଧ୍ର ସୀମାରେ ଥିବା କୋଟିଆ ଅଞ୍ଚଳରେ ଆନ୍ଧ୍ର ପକ୍ଷରୁ ବାରମ୍ବାର ସୀମା ଉଲଘଂନ କରାଯାଉଛି । ଏନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଏହା ଉପରେ ଆସନ୍ତାକାଲି ଶୁଣାଣି ହୋଇପାରେ ବୋଲି ସୁପ୍ରିମକୋର୍ଟ ଜଣାଇଛନ୍ତି । କହିରଖୁ କି ଓଡିଶା ସରକାର ଜରୁରୀ ଶୁଣାଣି ପାଇଁ କୋର୍ଟରେ ଆବେଦନ କରିଥିଲେ । ଦୀର୍ଘବର୍ଷ ହେବ କୋଟିଆ ଅଞ୍ଚଳକୁ ନେଇ ଓଡିଶା ଓContinue reading “ଓଡିଶା ଓ ଆନ୍ଧ୍ର ସୀମାରେ କୋଟିଆ ଅଞ୍ଚଳକୁ ନେଇ ଲାଗିଥିବା ବିବାଦ ଉପରେ କାଲି ସୁପ୍ରିମକୋର୍ଟରେ ହେବ ଶୁଣାଣି । ଓଡିଶାର ଆବେଦନକୁ ଗ୍ରହଣ କରିଛନ୍ତି ଉଚ୍ଚନ୍ୟାୟାଳୟ”
ମହିଳାଙ୍କ ମୁଣ୍ଡକାଟ ଘଟଣା : କେଉଁଠି ପଡିଛି କଟାମୁଣ୍ଡ ? ଘଟଣାସ୍ଥଳରେ ଡେମୋ ଦେଖାଉଛନ୍ତି ଅଭିଯୁକ୍ତ
କନକ ବ୍ୟୁରୋ : ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣା । ସିନ୍ ରିକ୍ରିସିଏନ କରୁଛନ୍ତି ଅଭିଯୁକ୍ତ । ମହିଳାଙ୍କୁ ହତ୍ୟା କରିବା ପରେ ମୁଣ୍ଡ କାଟି ତାଙ୍କ ଶରୀରକୁ ଫୋପାଡି ଦେଇଥିଲେ । କିନ୍ତୁ ମହିଳାଙ୍କ କଟାମୁଣ୍ଡ ମିଳିପାରିନଥିଲା । ପୋଲିସ ଖୋଳତାଡ ଜାରି ରଖିଥିଲା । ଆଜି ମହିଳାଙ୍କ ପରିଚୟ ମିଳିଛି । ମହିଳାଙ୍କ ନାଁ ପୁଷ୍ପଲତା ବୋଲି କହିଛନ୍ତି ଅଭିଯୁକ୍ତ । ଆଜି ଏହି ଘଟଣାରେ ୨ଜଣଙ୍କୁ ଅଟକContinue reading “ମହିଳାଙ୍କ ମୁଣ୍ଡକାଟ ଘଟଣା : କେଉଁଠି ପଡିଛି କଟାମୁଣ୍ଡ ? ଘଟଣାସ୍ଥଳରେ ଡେମୋ ଦେଖାଉଛନ୍ତି ଅଭିଯୁକ୍ତ”
ଚଳଚିତ୍ର ଅଭିନେତ୍ରୀ ସ୍ୱରା ଭାସ୍କର ରିହାନାଙ୍କୁ କହିଲେ ଟୁକଡେ ଟୁକଡେ ଗ୍ୟାଙ୍ଗର ଇଣ୍ଟର ନ୍ୟାସନାଲ ମେମ୍ବର । ଏମିତି ଯବାବ୍ ରଖିଲେ ରିହାନା ……
କନକ ବ୍ୟୁରୋ : ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ପପ୍ ଷ୍ଟାର ରିହାନାଙ୍କ ଟ୍ୱିଟ୍ ପରେ ସେ ବେସ୍ ଚର୍ଚ୍ଚାରେ ରହିଛନ୍ତି । ଟ୍ୱିଟ୍ ମାଧ୍ୟମରେ ସେ ଭାରତୀୟଙ୍କୁ ତାଙ୍କପ୍ରତି ଆକର୍ଶିତ କରିବାକୁ ଚେଷ୍ଟା କରିଛନ୍ତି । କିଷାନ ଆନ୍ଦୋଳନକୁ ନେଇ ରିହାନାଙ୍କ ଏକ ଟ୍ୱିଟ ଉପରେ ବଲିଉଲ ଅଭିନେତ୍ରୀ ସ୍ୱରା ଭାସ୍କର ଏକ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ କି ସେ ରିହାନାଙ୍କୁ ଟୁକଡେ ଟୁକଡେ ଗ୍ୟାଙ୍ଗର ଇଣ୍ଟରନ୍ୟାସନାଲ ମେମ୍ବର ବୋଲି କହିଛନ୍ତି ।Continue reading “ଚଳଚିତ୍ର ଅଭିନେତ୍ରୀ ସ୍ୱରା ଭାସ୍କର ରିହାନାଙ୍କୁ କହିଲେ ଟୁକଡେ ଟୁକଡେ ଗ୍ୟାଙ୍ଗର ଇଣ୍ଟର ନ୍ୟାସନାଲ ମେମ୍ବର । ଏମିତି ଯବାବ୍ ରଖିଲେ ରିହାନା ……”
ଆନ୍ଧ୍ରରେ ପଢୁଛନ୍ତି ଓଡିଶା ପିଲା, ଗଞ୍ଜାମ ପାତ୍ରପୁର ବ୍ଲକର ଶତାଧିକ ଛାତ୍ରଛାତ୍ରୀ ଆନ୍ଧ୍ର ସ୍କୁଲରେ ଲେଖାଇଲେଣି ନାଁ, ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।
କନକ ବ୍ୟୁରୋ: ଖବର ବାଜିଲା ପରେ ତଦନ୍ତ ଆରମ୍ଭ । ଆନ୍ଧ୍ର ସ୍କୁଲରେ ଓଡ଼ିଶାର ଛାତ୍ରଛାତ୍ରୀ ପଢୁଥିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ତେବେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକର ସିମାନ୍ତ ଅଂଚଳରେ ଓଡ଼ିଶାର ଛାତ୍ରଛାତ୍ରୀ ମାନେ ଆନ୍ଧ୍ର ସ୍କୁଲରେ ପଢୁଥିବା ଘଟଣା ସାମ୍ନାକୁ ଆସିଥିଲା । ଇଛାପୁର ମଣ୍ଡଳରେ ଥିବା ଆନ୍ଧ୍ର ସ୍କୁଲର ଛାତ୍ର ଛାତ୍ରୀଙ୍କ ସଂଖ୍ୟା ହେଉଛି ୪୩୭ କିନ୍ତୁ ଏହି ସ୍କୁଲରେ ଓଡ଼ିଶାର ୩୫୦ ଜଣ ଛାତ୍ର ଛାତ୍ରୀContinue reading “ଆନ୍ଧ୍ରରେ ପଢୁଛନ୍ତି ଓଡିଶା ପିଲା, ଗଞ୍ଜାମ ପାତ୍ରପୁର ବ୍ଲକର ଶତାଧିକ ଛାତ୍ରଛାତ୍ରୀ ଆନ୍ଧ୍ର ସ୍କୁଲରେ ଲେଖାଇଲେଣି ନାଁ, ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।”
ବଜେଟ ଅଧିବେଶନ ନେଇ ସର୍ବଦଳୀୟ ବୈଠକ । ଫେବୃଆରୀ ୧୭ ତାରିଖକୁ ବୈଠକ ଡାକିଲେ ବାଚସ୍ପତି । କୋଭିଡ୍ କଟକଣାକୁ ଗୁରୁତ୍ୱ
କନକ ବ୍ୟୁରୋ: ବଜେଟ୍ ଅଧିବେଶନ ପୂର୍ବରୁ ରାଜ୍ୟ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ । ଫେବୃଆରୀ ୧୭ ତାରିଖରେ ବୈଠକ ବସିବା ନେଇ ସୂଚନା ଦେଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏହି ବୈଠକ ଫେବୃଆରୀ ୧୭ ତାରିଖ ୧୧.୩୦ ମିନିଟ୍ ରେ ବସିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବାଚସ୍ପତି । ହେଲେ ବୈଠକରେ ଉପସ୍ଥିତ ହେବାକୁ ଥିବା ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କର କୋଭିଡ ଟେଷ୍ଟ କରାଯିବ । ଫେବୃଆରୀ ୧୫ ତାରିଖରୁ ୧୭Continue reading “ବଜେଟ ଅଧିବେଶନ ନେଇ ସର୍ବଦଳୀୟ ବୈଠକ । ଫେବୃଆରୀ ୧୭ ତାରିଖକୁ ବୈଠକ ଡାକିଲେ ବାଚସ୍ପତି । କୋଭିଡ୍ କଟକଣାକୁ ଗୁରୁତ୍ୱ”
ମନ୍ତ୍ରୀଙ୍କୁ ଘେରିଲେ ଚାଷୀ : ଟୋକନ ଥାଇ ଟାର୍ଗେଟ ନଥିବାରୁ ଧାନ ବିକ୍ରି କରିପାରିନଥିବା ଅଭିଯୋଗ
କନକ ବ୍ୟୁରୋ : ମନ୍ତ୍ରୀଙ୍କୁ ଘେରିଲେ ଚାଷୀ । ଧାନ ସଂଗ୍ରହରେ ଅଚଳାବସ୍ଥା ନେଇ ସୁନ୍ଦରଗଡ଼ର ଶତାଧିକ ଚାଷୀ ଆଜି ସର୍କିଟହାଉସ ଆଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରାଉ କରିଛନ୍ତି । ଦୁଇଦିନିଆ ସୁନ୍ଦରଗଡ଼ ଗସ୍ତରେ ଆସି ମନ୍ତ୍ରୀ ସର୍କିଟହାଉସରେ ରାତ୍ରିଯାପନ କରିଥିଲେ। ଆଜି ସକାଳୁ ଶତାଧିକ ଚାଷୀ ଧାନ ଉଠାଣ ଦାବିରେ ଯାଇ ନାରାବାଜି କରି ସର୍କିଟ ହାଉସ ରାସ୍ତାକୁ ଅବରୋଧ କରିଛନ୍ତି। ମନ୍ତ୍ରୀ ଭିତରେ ରହିଯାଇଥିଲେ । ସର୍କିଟ ହାଉସରେ ଘଣ୍ଟାଏ ଅଟକି ରହିଲେ ମନ୍ତ୍ରୀ।Continue reading “ମନ୍ତ୍ରୀଙ୍କୁ ଘେରିଲେ ଚାଷୀ : ଟୋକନ ଥାଇ ଟାର୍ଗେଟ ନଥିବାରୁ ଧାନ ବିକ୍ରି କରିପାରିନଥିବା ଅଭିଯୋଗ”
ରାଜ୍ୟସଭାରେ ଚୀନ ଉପରେ ବର୍ଷିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । କହିଲେ, ଚୀନ ସେନାକୁ ଫିଙ୍ଗର-୮ ପର୍ଯ୍ୟନ୍ତ ଫେରିବାକୁ ହେବ
କନକ ବ୍ୟୁରୋ : ଚୀନ ଓ ଭାରତ ମଧ୍ୟରେ ଚାଲିଥିବା ସୀମା ବିବାଦ ଏବେ ବି ଲାଗି ରହିଛି । ଭାରତର କିଛି ଅଞ୍ଚଳକୁ ଦଖଲ କରିବାକୁ ଚୀନ ପକ୍ଷରୁ ବାରମ୍ବାର ପ୍ରୟାସ ଜାରି ରହିଛି । ଏହାକୁ ନେଇ ଆଜି ରାଜ୍ୟସଭାରେ ଚୀନ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି କି ପୂର୍ବ ଲଦାଖରେ ଭାରତୀୟ ସେନା ଚୀନ ସେନାକୁ କଡା ଜବାବ୍ ଦେଉଛି । ହେଲେ ଚୀନ ଏଲଏସିରେContinue reading “ରାଜ୍ୟସଭାରେ ଚୀନ ଉପରେ ବର୍ଷିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । କହିଲେ, ଚୀନ ସେନାକୁ ଫିଙ୍ଗର-୮ ପର୍ଯ୍ୟନ୍ତ ଫେରିବାକୁ ହେବ”
ଲିଙ୍ଗରାଜ ମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହାର ଦାବି : ଏନଏମଏକୁ ଚିଠି ଲେଖିଲେ ଖୋର୍ଦ୍ଧା ଜିଲ୍ଲାପାଳ
କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିର ପାଇଁ ପ୍ରସ୍ତାବିତ ସ୍ୱତନ୍ତ୍ର ବାଇ-ଲ ଓ ଉପନିୟମକୁ ପ୍ରତ୍ୟାହାର ପାଇଁ ଖୋର୍ଧା ଜିଲ୍ଲାପାଳ ଜାତୀୟ କୀର୍ତିରାଜି କର୍ତୃପକ୍ଷ, ଏନଏମଏ ଙ୍କୁ ଚିଠି ଲେଖିଛନ୍ତି । ଚିଠିରେ କୁହାଯାଇଛି, ଏହି ଶୈବପୀଠ କୋଟି କୋଟି ହିନ୍ଦୁଙ୍କ ଭାବାବେଗ ସହ ଜଡିତ ହୋଇ ରହିଛି । ପ୍ରତ୍ୟେକ ଦିନ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଲିଙ୍ଗରାଜ ଆସୁଛନ୍ତି । ପ୍ରତ୍ୟେକ ସୋମବାର, ଛୁଟିଦିନ ଓ ସପ୍ତାହନ୍ତରେ ଭକ୍ତ ସଂଖ୍ୟା ଲକ୍ଷେContinue reading “ଲିଙ୍ଗରାଜ ମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହାର ଦାବି : ଏନଏମଏକୁ ଚିଠି ଲେଖିଲେ ଖୋର୍ଦ୍ଧା ଜିଲ୍ଲାପାଳ”