କନକ ବ୍ୟୁରୋ : ମିଳିଲା ମୁଣ୍ଡ ବିହୀନ ମହିଳାଙ୍କ ପରିଚୟ । ମହିଳା ଜଣଙ୍କ ଭୁବନେଶ୍ୱର ବସ୍ତି ଅଂଚଳର ବୋଲି ସୁଚନା ମିଳିଛି । ପରିବାର ଲୋକ ତାଙ୍କୁ ଚିହ୍ନଟ କରିଥିବା ସୁଚନା ମିଳିଛି । ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ ମହିଳାଙ୍କ ମୁଣ୍ଡ ବିହିନ ମୃତ ଦେହ ମିଳିଥିଲା । ଏପରିକି ଦୁଇ ଦୁଇ ଥର ମହିଳାଙ୍କ ଶବ ବ୍ୟବଚ୍ଛେଦ କରିଥିଲା ପୋଲିସ । ଏହା ସହ ମହିଳାଙ୍କ ପୋଷାକ ଆଧାରରେ ପ୍ରଥମେ ଓଡ଼ିଆରେ ପୋଷ୍ଟର ଓ ପରେContinue reading “ଭୁବନେଶ୍ୱରରେ କଟାମୁଣ୍ଡ ମହିଳାଙ୍କ ମିଳିଲା ପରିଚୟ : ରାଜଧାନୀର ଏକ ବସ୍ତି ଅଂଚଳର ହୋଇଥିବା ସୂଚନା”
Tag Archives: News
ଭ୍ୟାକସିନ ପାଇଁ ଭାରତକୁ ଡୋମିନିକା ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ : ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର ୩୫ ହଜାର ଭ୍ୟାକସିନ ପଠାଇଛି ଭାରତ
କନକ ବ୍ୟୁରୋ : ଭାରତ ମିତ୍ର ଦେଶ ଗୁଡିକୁ କରୋନା ଟିକା ମାଗଣା ଯୋଗାଉଥିବା ବେଳେ ଏହି ପରିପ୍ରେକ୍ଷୀରେ ଡୋମିନିକାକୁ ମଧ୍ୟ ଭ୍ୟାକସିନ ଯୋଗାଇ ଦେଇଛି ଭାରତ । ଡୋମିନିକାକୁ ୩୫ହଜାର ଟିକା ପଠାଇଛନ୍ତି ଭାରତ ସରକାର । ଏହି ୩୫ହଜାର ଟିକା ଡୋମିନକର ଅଧା ଜନସଂଖ୍ୟାକୁ ଟିକାକରଣ କରିବାରେ ସଫଳ ହେବ । କାରଣ ଡୋମିନିକାର ମୋଟ ଜନସଂଖ୍ୟା ୭୨ହଜାର । ଡୋମିନିକାନ ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତିContinue reading “ଭ୍ୟାକସିନ ପାଇଁ ଭାରତକୁ ଡୋମିନିକା ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ : ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର ୩୫ ହଜାର ଭ୍ୟାକସିନ ପଠାଇଛି ଭାରତ”
ଆଜିଠୁ ସବୁଦିନ ଖୋଲା ଶ୍ରୀମନ୍ଦିର : ରବିବାର ବି ବଡଦେଉଳରେ ମିଳିବ ବଡ ଠାକୁରଙ୍କ ଦର୍ଶନ
କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ରହିଥିବା ସମସ୍ତ ବ୍ୟବଧାନ ଦୂର ହୋଇଛି । ଏଥର ସବୁଦିନ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ଓ ଭକ୍ତ ଚଳପ୍ରଚଳ କରୁଥିବା ସ୍ଥାନଗୁଡିକର ସାନିଟାଇଜ କରିବା ପାଇଁ ପ୍ରତି ରବିବାର ଠାକୁରଙ୍କ ଦର୍ଶନ ବନ୍ଦ ରହୁଥିଲା । ଏଣିକି ଏହି କଟକଣା ହଟିବ । ଭକ୍ତଙ୍କ ପାଇଁ ସବୁଦିନ ଖୋଲା ରହିବ ଶ୍ରୀମନ୍ଦିର । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁContinue reading “ଆଜିଠୁ ସବୁଦିନ ଖୋଲା ଶ୍ରୀମନ୍ଦିର : ରବିବାର ବି ବଡଦେଉଳରେ ମିଳିବ ବଡ ଠାକୁରଙ୍କ ଦର୍ଶନ”
ପାରିବାରିକ କଳହରୁୁ କରୁଣ ପରିଣତି : ବୋହୂକୁ ଲଣ୍ଡା କଲେ ଶାଶୁଘର ଲୋକେ; ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ଆସିଲା ଅଭାବନୀୟ ଦୃଶ୍ୟ
କନକ ବ୍ୟୁରୋ : କୁଚିଣ୍ଡା ଥାନା ପାରୁଆଭାଡ଼ି ଗାଁରେ କଙ୍ଗାରୁ କୋର୍ଟରେ ଜଣେ ମହିଳାଙ୍କ ପ୍ରତି ଜଘନ୍ୟ ଅବିଚାର କରାଯାଇଛି। ସାମାନ୍ୟ ଘଟଣାକୁ କେନ୍ଦ୍ର କରି ତାଙ୍କୁ ଲଣ୍ଡା କରିବା ସହିତ ଜରିମାନା ଆଦାୟ କରାଯାଇଛି। ଏହି ଘଟଣାରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମହିଳାଙ୍କ ଶାଶୁ ଦୁଃଖୀ ଛତ୍ରିଆ, ଦେଡ଼ଶାଶୂ ସରସ୍ବତୀ ପ୍ରଧାନ, ନଣନ୍ଦ ଜୟକାନ୍ତୀ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ଅନ୍ୟମାନଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଥିବାContinue reading “ପାରିବାରିକ କଳହରୁୁ କରୁଣ ପରିଣତି : ବୋହୂକୁ ଲଣ୍ଡା କଲେ ଶାଶୁଘର ଲୋକେ; ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ଆସିଲା ଅଭାବନୀୟ ଦୃଶ୍ୟ”
ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡିପାରନ୍ତି ଇଂଲଣ୍ଡ ପେସ୍ ବୋଲର୍ ଜେମ୍ସ ଆଣ୍ଡରସନ୍ : ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଆଣ୍ଡରସେନ୍
କନକ ବ୍ୟୁରୋ : ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିନପାରନ୍ତି ଇଂଲଣ୍ଡ ପେସ ବୋଲର ଜେମ୍ସ ଆଣ୍ଡରସନ୍ । ପ୍ରଥମ ଟେଷ୍ଟରେ ଇଂଲଣ୍ଡର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଆଣ୍ଡରସନ୍ । ତେବେ ଦ୍ୱିତୀୟ ଟେଷ୍ଟରୁ ଦଳ ତାଙ୍କୁ ବାହାରେ ରଖି, ଚୂଡାନ୍ତ ଦଳରେ ଷ୍ଟୁଆର୍ଟ ବ୍ରଡଙ୍କୁ ଖେଳାଇପାରେ । ଦ୍ବିତୀୟ ଟେଷ୍ଟରେ ଦଳ ଆଣ୍ଡରସନଙ୍କୁ ବିଶ୍ରାମ ଦେଇ ଅନ୍ୟତମ ପ୍ରମୁଖ ପେସ୍ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦେବାକୁ ଦଳ ବିଚାରContinue reading “ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡିପାରନ୍ତି ଇଂଲଣ୍ଡ ପେସ୍ ବୋଲର୍ ଜେମ୍ସ ଆଣ୍ଡରସନ୍ : ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଆଣ୍ଡରସେନ୍”
ଆଜି ତ୍ରିବେଣୀ ଅମାବାସ୍ୟା : ମାଆ ବିରଜାଙ୍କ ଜନ୍ମତିଥୀ; ବିରଜା ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି
କନକ ବ୍ୟୁରୋ : ଆଜି ହେଉଛି ତ୍ରିବେଣୀ ଅମାବାସ୍ୟା । ମାଆ ବିରଜାଙ୍କ ଜନ୍ମତିଥୀ । ଏହି ଅବସରରେ ଯାଜପୁରରେ ମାଆଙ୍କ ପ୍ରସିଦ୍ଧ ପୀଠ ବିରଜା ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି ହେଉଛି । ବଡି ଭୋରରୁ ନିତ୍ୟସ୍ନାନ ପରେ ବେଶ ଲାଗି ଓ ନୈବେଦ୍ୟ ସମର୍ପଣ ପରେ ସକାଳ ମହାସ୍ନାନ, ଚନ୍ଦନଲାଗି ପରି ନୀତି ହେବ । ସିଂହାସନରେ ଷୋଡଶ ଉପଚାର ଓ ସ୍ୱନ କ୍ଷେତ୍ର ପୂଜା କରାଯିବ । ପ୍ରତିବର୍ଷ ଏହି ତ୍ରିବେଣୀ ଅମାବାସ୍ୟାରେ ବହୁContinue reading “ଆଜି ତ୍ରିବେଣୀ ଅମାବାସ୍ୟା : ମାଆ ବିରଜାଙ୍କ ଜନ୍ମତିଥୀ; ବିରଜା ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି”
ସୁପ୍ରିମକୋର୍ଟରେ କୋଟିଆ ମାମଲା : ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ଦାଏର କଲା ଓଡିଶା; ଆଜି ହୋଇପାରେ ମାମଲାର ଶୁଣାଣି
କନକ ବ୍ୟୁରୋ : କୋଟିଆ ସୀମା ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗଲେ ଓଡିଶା ସରକାର । କୋଟିଆ ମାମଲାକୁ ନେଇ ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟରେ ଓଡିଶା ଦାଏର କରିଛି ଅଦାଲତ ଅବମାନନା ମାମଲା । କୋଟିଆରେ ଆନ୍ଧ୍ରର ନିର୍ବାଚନ ପଦକ୍ଷେପ ସୁପ୍ରିମକୋର୍ଟଙ୍କ ନିଷ୍ପତିର ଉଲଂଘନ ଦର୍ଶାଇ ରାଜ୍ୟ ସରକାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତ୍ୱରିତ ଶୁଣାଣି ନେଇ ରାଜ୍ୟ ସରକାର ପିଟିସନ କରିଛନ୍ତି । ମୁଖ୍ୟ ଶାସନ ସଚିବ ଦାଏର କରିଥିବା ଏହି ମାମଲାରେ ,Continue reading “ସୁପ୍ରିମକୋର୍ଟରେ କୋଟିଆ ମାମଲା : ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ଦାଏର କଲା ଓଡିଶା; ଆଜି ହୋଇପାରେ ମାମଲାର ଶୁଣାଣି”
ଧରାପଡ଼ିଲେ ହତ୍ୟା ଅଭିଯୁକ୍ତ ଦମ୍ପତି : ଭୁବନେଶ୍ୱରରୁ ଗାଡ଼ି ଭଡ଼ା ନେଇ ଗୁପ୍ତେଶ୍ୱର ଯାଉଥିବା ବେଳେ ଡ୍ରାଇଭରଙ୍କୁ ହତ୍ୟା କରି ଲୁଟି ନେଇଥିଲେ କାର
କନକ ବ୍ୟୁରୋ : ଧରାପଡିଲେ ହତ୍ୟା ଅଭିଯୁକ୍ତ ଦମ୍ପତି । ଭୁବନେଶ୍ୱରରୁ ଗୁପ୍ତେଶ୍ୱର ଯିବା ପାଇଁ ଗାଡି ଭଡାରେ ନେଇ ଡ୍ରାଇଭରକୁ ହତ୍ୟା କରି କାର ଲୁଟ କରିଥିବା ଲୁଟେରା ଦମ୍ପତିକୁ ଗିରଫ କରିଛି ପୁଲିସ । ରାଉରକେଲାର ଏକ ହୋଟେଲରୁ ଦୁଇ ଅଭିଯୁକ୍ତକୁ ବୋରିଗୁମା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଓ ଯୁବତୀଙ୍କ ଘର ଯାଜପୁର ବୋଲି ସୂଚନା ଦେଇଛନ୍ତି କୋରାପୁଟ ଏସପି । ତାଙ୍କ ନିକଟରୁ ଗୋଟିଏContinue reading “ଧରାପଡ଼ିଲେ ହତ୍ୟା ଅଭିଯୁକ୍ତ ଦମ୍ପତି : ଭୁବନେଶ୍ୱରରୁ ଗାଡ଼ି ଭଡ଼ା ନେଇ ଗୁପ୍ତେଶ୍ୱର ଯାଉଥିବା ବେଳେ ଡ୍ରାଇଭରଙ୍କୁ ହତ୍ୟା କରି ଲୁଟି ନେଇଥିଲେ କାର”
ମୃତ୍ୟୁର ଯନ୍ତା ପାଲଟିଛି କୋଏଲ ନଦୀ : ପାଣିରେ ଭାସୁଥିବା ଅବସ୍ଥାରେ ନଦୀରୁ ଉଦ୍ଧାର ହେଲା ୩ ନାବାଳକଙ୍କ ମୃତଦେହ
କନକ ବ୍ୟୁରୋ : ମୃତ୍ୟୁର ଯନ୍ତା ପାଲଟିଛି କୋଏଲ ନଦୀ । ପୁଣି କୋଏଲ ନଦୀରେ ବୁଡ଼ି ଗଲା ଜୀବନ । ନଦୀ ପାଣିରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତଦେହ ନଦୀପାଣିରେ ଭାସୁଥିବା ବେଳେ ଝିରିପାଣି ପୁଲିସ୍, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । କୋଏଲନଗର ଭାଟା ବସ୍ତି ନିକଟ ନଦୀ କୂଳରେ ନାବାଳକଙ୍କ ଚପଲ ଓ ପୋଷାକ ପଡ଼ିରହିବାକୁ ଦେଖିବାକୁ ମିଳିଥିଲା । ଅନୁମାନ କରାଯାଉଛି କିContinue reading “ମୃତ୍ୟୁର ଯନ୍ତା ପାଲଟିଛି କୋଏଲ ନଦୀ : ପାଣିରେ ଭାସୁଥିବା ଅବସ୍ଥାରେ ନଦୀରୁ ଉଦ୍ଧାର ହେଲା ୩ ନାବାଳକଙ୍କ ମୃତଦେହ “
ଲଦାଖର ବିବାଦୀୟ ଅଂଚଳରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ : ଭାରତ-ଚୀନ୍ ମଧ୍ୟରେ ନବମ ରାଉଣ୍ଡ ଆଲୋଚନା ପରେ ନେଲେ ନିଷ୍ପତ୍ତି
କନକ ବ୍ୟୁରୋ : ଲଦାଖର ବିବାଦୀୟ ଅଂଚଳରୁ ଭାରତ ଓ ଚୀନ୍ ଆରମ୍ଭ କରିଛନ୍ତି ସୈନ୍ୟ ପ୍ରତ୍ୟାହାର । ଦୀର୍ଘ ମାସ ଧରି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସ୍ତରୀୟ ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ଥିବା ଫ୍ରିକ୍ସନ ପଏଂଟରୁ ସୈନ୍ୟ ଅପସାରଣ ନେଇ ସହମତ ହେବା ପରେ ଦୁଇ ଦେଶ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି । ଗତ ବର୍ଷ ଜୁନ୍ ମାସରେ ପୂର୍ବ ଲଦାଖର ବିବାଦୀୟ ପ୍ୟାଙ୍ଗୋଙ୍ଗ ସୋ ଅଂଚଳରେ ଭାରତୀୟ ସୈନ୍ୟଙ୍କContinue reading “ଲଦାଖର ବିବାଦୀୟ ଅଂଚଳରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ : ଭାରତ-ଚୀନ୍ ମଧ୍ୟରେ ନବମ ରାଉଣ୍ଡ ଆଲୋଚନା ପରେ ନେଲେ ନିଷ୍ପତ୍ତି”