ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲା: ରାତି ବିତାଇଥିବା ଶିବସାଇ ଗେଷ୍ଟ ହାଉସରେ ପୁଲିସର ଚଢାଉ

କନକ ବ୍ୟୁରୋ: ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲାରେ ପୁଲିସର ଛାନଭିନ । ମୃତ୍ୟୁ ଉପରୁ ପରଦା ଉଠାଇବା ପାଇଁ ତନାଘନା ଚଲାଇଛି ପୁଲିସ । ମୃତ୍ୟୁ ପୂର୍ବରୁ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ଝରାଫୁଲ ରାତି ବିତାଇଥିବା ଶିବସାଇ ଗେଷ୍ଟ ହାଉସରେ ପୁଲିସ ଚଢାଉ କରିଛି । ଗେଷ୍ଟ ହାଉସରେ ଝରାଫୁଲ ରହିଥିବା ରୁମ ଓ ସିସିଟିଭି ଫୁଟେଜ ଓ ରେଜିଷ୍ଟରର ଯାଂଚ କରୁଛି ପୁଲିସ । ଯାଜପୁର କୁଆଖିଆର ଏସଡିପିଓ, ଆଇଆଇସିଙ୍କ ସମେତContinue reading “ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲା: ରାତି ବିତାଇଥିବା ଶିବସାଇ ଗେଷ୍ଟ ହାଉସରେ ପୁଲିସର ଚଢାଉ”

ଯେଉଁଠି ପ୍ରଥମ କରୋନା ରୋଗୀ ହୋଇଥିଲେ ଚିହ୍ନଟ । ଉହାନର ସେହି ଡାକ୍ତରଖାନା ପରିଦର୍ଶନ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞ ଟିମ୍ ।

କନକ ବ୍ୟୁରୋ : ଶୁକ୍ରବାର ଦିନ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ର ଏକ ଟିମ୍‌ ପ୍ରାୟ ବର୍ଷେ ତଳେ ପ୍ରଥମେ କୋଭିଡ୍‌-୧୯ ରୋଗୀମାନଙ୍କୁ ଚିକିତ୍ସିତ କରାଯାଇଥିଲା ବୋଲି ଚୀନ୍‌ କହୁଥିବା ଏକ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। କରୋନା ଭାଇରସ୍‌ର ଉତ୍ପତ୍ତି ତଲାସ ଅଭିଯାନରେ ବାହାରିଥିବା ବିଶେଷଜ୍ଞମାନଙ୍କୁ ଏଥିପାଇଁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ିଥିଲା। ଆଗାମୀ ଦିନମାନଙ୍କରେ କେନ୍ଦ୍ରୀୟ ସହର ଉହାନ ଭିତରେ ଏବଂ ବାହାରେ ଥିବା କ୍ଷେତ୍ର ପରିଦର୍ଶନରେ ଯିବା ଆଗରୁ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ଦଳରContinue reading “ଯେଉଁଠି ପ୍ରଥମ କରୋନା ରୋଗୀ ହୋଇଥିଲେ ଚିହ୍ନଟ । ଉହାନର ସେହି ଡାକ୍ତରଖାନା ପରିଦର୍ଶନ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞ ଟିମ୍ ।”

ବଢିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ: ମାସିକ ୨୦ ହଜାରରୁ ୨୮ ହଜାରକୁ ବୃଦ୍ଧି; ୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି

କନକ ବ୍ୟୁରୋ: ଦୀର୍ଘଦିନର ଦାବି ପରେ ଆଜି ସରକାରୀ ମେଡିକାଲ କଲେଜ ହାଉସ ସର୍ଜନଙ୍କ ଦାବି ଶୁଣିଛନ୍ତି ରାଜ୍ୟ ସରକାର। ଷ୍ଟାଇପେଣ୍ଡ ବୃଦ୍ଧି ନେଇ ହାଉସ ସର୍ଜନମାନେ ଦାବି କରିଆସୁଥିବା ବେଳେ ଆସନ୍ତା ୩ ବର୍ଷ ପାଇଁ ଷ୍ଟାଇପେଣ୍ଡ ୨୮୦୦୦ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। ଏହା ଜାନୁଆରି ପହିଲା ୨୦୨୧ରୁ ୩ବର୍ଷ ପାଇଁ ଲାଗୁ ହେବ। ୨୦୧୮ରେ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ୨୦ହଜାରକୁ ବୃଦ୍ଧି ପାଇଥିବା ବେଳେ ଏବେ ଏହାକୁ ୨୮ହଜାରକୁ ବୃଦ୍ଧି କରାଯାଇଛି। ଏ ନେଇContinue reading “ବଢିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ: ମାସିକ ୨୦ ହଜାରରୁ ୨୮ ହଜାରକୁ ବୃଦ୍ଧି; ୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି”

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ପରେ ଛୁରୀରେ ଗଳାକାଟି ଦେଲା ଦୁର୍ବୃତ୍ତ । ହତ୍ୟା ଉଦ୍ୟମକୁ ପଣ୍ଡ କରିବା ସହ ଅଭିଯୁକ୍ତଙ୍କୁ ଧରି ପୋଲିସର ଜିମା ଦେଲେ ଗାଁଲୋକେ

କନକ ବ୍ୟୁରୋ: ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ପରେ ଛୁରୀରେ ଗଳାକାଟି ଦେଲା ଦୁର୍ବୃତ୍ତ । ହତ୍ୟା ଉଦ୍ୟମକୁ ପଣ୍ଡ କରିବା ସହ ଅଭିଯୁକ୍ତଙ୍କୁ ପୋଲିସର ଜିମା ଦେଲେ ଗ୍ରାମବାସୀ । ବ୍ରହ୍ମପୁର ଏସପି ପିନାକୀ ମିଶ୍ର ଘଟଣା ସ୍ଥଳରେ ପହଂଚି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଗୁରୁତର ଅବସ୍ଥାରେ ଝିଅକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗାଁ ଲୋକେ ଯୁବକଙ୍କୁ କାବୁ କରି ନିସ୍ତୁକ ଛେଚିବା ପରେ ପୋଲିସ ଏହାର ତଦନ୍ତ ଜାରି ରଖିଛି ।Continue reading “ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ପରେ ଛୁରୀରେ ଗଳାକାଟି ଦେଲା ଦୁର୍ବୃତ୍ତ । ହତ୍ୟା ଉଦ୍ୟମକୁ ପଣ୍ଡ କରିବା ସହ ଅଭିଯୁକ୍ତଙ୍କୁ ଧରି ପୋଲିସର ଜିମା ଦେଲେ ଗାଁଲୋକେ”

ସମ୍ବଲପୁରରେ ବଣୁଆ ହାତୀଙ୍କ ଉପଦ୍ରବ: ମୁଣ୍ଡେର ଓ ବ୍ରାହ୍ମଣୀପାଲି ଗାଁରେ ଘରେ ପଶି ଭାଙ୍ଗୁଛି ଜିନିଷ ପତ୍ର

କନକ ବ୍ୟୁରୋ: ସମ୍ବଲପୁର ଜିଲ୍ଲାରେ ବଣୁଆ ହାତୀଙ୍କ ଉପଦ୍ରବ । ସମ୍ବଲପୁର ସଦର ଫରେଷ୍ଟ ରେଂଜ ଅଧିନରେ ଲଗାତର ବଣୁଆ ହାତୀଙ୍କ ଉପଦ୍ରବ ଯୋଗୁଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସଦର ରେଂଜର ମୁଣ୍ଡେର ଓ ବ୍ରାହ୍ମଣୀପାଲି ଗାଁରେ ହାତୀପଲ ପଶି ଲୋକଙ୍କ ଘର ଦ୍ୱାର ଭଙ୍ଗା ରୁଜା କରିଛନ୍ତି । ଏପରିକି ଗାଁରେ ଥିବା ଲୋକଙ୍କ ଘରର ଝରକା ଭିତରେ ଶୁଣ୍ଢ ଭର୍ତ୍ତିକରି ଘରର ଜିନିଷପତ୍ର ଭାଙ୍ଗୁଥିବାର ଦେଖିବାକୁ ମିଳିଛି । ଫଳରେContinue reading “ସମ୍ବଲପୁରରେ ବଣୁଆ ହାତୀଙ୍କ ଉପଦ୍ରବ: ମୁଣ୍ଡେର ଓ ବ୍ରାହ୍ମଣୀପାଲି ଗାଁରେ ଘରେ ପଶି ଭାଙ୍ଗୁଛି ଜିନିଷ ପତ୍ର”

ଦିଲ୍ଲୀ ବିସ୍ଫୋରଣ ପାଇଁ ନିଜକୁ ଦୀୟୀ କଲା ଆତଙ୍କବାଦୀ ସଂଗଠନ ଜୈସ-ଉଲ-ହିନ୍ଦ: ବିସ୍ଫୋରଣ ପୂର୍ବରୁ ରେକି କରିଥିଲେ ଆତଙ୍କୀ, ବନ୍ଦ ପଡିଥିଲା ସିସିଟିଭି

କନକ ବ୍ୟୁରୋ: ଦିଲ୍ଲୀ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆତଙ୍କବାଦୀ ସଂଗଠନ ଜୈସ-ଉଲ-ହିନ୍ଦ । ସୋସିଆଲ ମିଡ଼ିଆରେ ପୋଷ୍ଟ କରି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ସଂଗଠନ । ଦେଶର ଗୁଇନ୍ଦା ଏଜେନ୍ସି ଗୁଡ଼ିକ ଏହି ଦାବିର ଯାଂଚ ଚଳାଇଛନ୍ତି । ଟେଲିଗ୍ରାମରେ ଏକ ଚାର୍ଟରୁ ବିସ୍ଫୋରଣ ପଛରେ ଜୈସ-ଉଲ–ହିନ୍ଦର ହାତ ସମ୍ପର୍କରେ ଜଣାପଡ଼ିଛି । ଏପରିକି ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ପୂର୍ବରୁ ଏହି ଆତଙ୍କୀ ସଂଗଠନର ସଦସ୍ୟ ରେକି କରିଥିଲେ ବୋଲିContinue reading “ଦିଲ୍ଲୀ ବିସ୍ଫୋରଣ ପାଇଁ ନିଜକୁ ଦୀୟୀ କଲା ଆତଙ୍କବାଦୀ ସଂଗଠନ ଜୈସ-ଉଲ-ହିନ୍ଦ: ବିସ୍ଫୋରଣ ପୂର୍ବରୁ ରେକି କରିଥିଲେ ଆତଙ୍କୀ, ବନ୍ଦ ପଡିଥିଲା ସିସିଟିଭି”

ରାମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲା: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କଲା ଯାଜପୁର ପୁଲିସ

କନକ ବ୍ୟୁରୋ: ରମାଦେବୀ କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଯାଜପୁର ଜିଲ୍ଲା କୁଆଖିଆ ଥାନା ପୁଲିସ  ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଗିରଫ କରିଥିଲା। ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ଯାଜପୁର ପୁଲିସ। ତେବେ ଇତି ମଧ୍ୟରେ ଜାନୁଆରି ୨୬ତାରିଖର ସିସିଟିଭ ଫୁଟେଜ ସାମ୍ନାକୁ ଆସିଛି। ଏକ ଫାଷ୍ଟଫୁଡ ଦୋକାନରେ ଲାଗିଥିବା ସିସିଟିଭିରେ ଉଭୟ ରାକେଶ ଏବଂContinue reading “ରାମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲା: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କଲା ଯାଜପୁର ପୁଲିସ”

ଆମେରିକାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ ଦୁର୍ବୃତ୍ତ । ୪ ବର୍ଷ ତଳେ କରାଯାଇଥିଲା ପ୍ରତିମୂର୍ତ୍ତି ସ୍ଥାପନା ।

କନକ ବ୍ୟୁରୋ : ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶର ଏକ ପାର୍କରେ ଥିବା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିକୁ ଅଜ୍ଞାନ୍ତ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ସହ ବେସ୍ ଉଠାଇ ଦେଇଛନ୍ତି। ଏହି ଘଟଣାରେ ଭାରତୀୟ-ଆମେରିକୀୟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଜଘନ୍ୟ ଅପରାଧର ତଦନ୍ତ କରିବା ଲାଗି ଦାବି କରିଛନ୍ତି। ଉତ୍ତର କାଲିଫର୍ଣ୍ଣିଆର ଡେଭିସ୍‌ ସହର ଅନ୍ତର୍ଗତ କେନ୍ଦ୍ରୀୟ ପାର୍କରେ ଅବସ୍ଥିତ ୬ଫୁଟ୍‌ ଉଚ୍ଚ ଏବଂ ୨୯୪ କିଲୋ ଓଜନବିଶିଷ୍ଟ ଗାନ୍ଧୀଙ୍କର କାଂସ୍ୟ ପ୍ରତିମୂର୍ତ୍ତିର ଗୋଡ଼ ବଳାଗଣ୍ଠି ପାଖରୁContinue reading “ଆମେରିକାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ ଦୁର୍ବୃତ୍ତ । ୪ ବର୍ଷ ତଳେ କରାଯାଇଥିଲା ପ୍ରତିମୂର୍ତ୍ତି ସ୍ଥାପନା ।”

ଦୂତାବାସ ବିସ୍ଫୋରଣ ପଛରେ ରହିଛି କାହାର ହାତ? ବୋମା ବିସ୍ଫୋରଣ ପରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେଲା ଭଳି ତଥ୍ୟ

କନକ ବ୍ୟୁରୋ: ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ବୋମା ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ହେଲେ ବ୍ୟବହାର ହୋଇଥିବା ବିସ୍ଫୋରକକୁ ଏହା ଆତଙ୍କବାଦୀଙ୍କ କାର୍ଯ୍ୟ ବୋଲି ସନ୍ଦେହ କରାଯାଉଛି । ଇସ୍ରାଏଲ ସରକାର ମଧ୍ୟ ଏହାକୁ ଆଦଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି । ଭାରତରେ ଥିବା ଇସ୍ରାଏଲ ଅଧିକାରୀଙ୍କ ସୁରକ୍ଷା ପାଇଁ ଭାରତ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ଇସ୍ରାଏଲ ଦୃଢୋକ୍ତି ପ୍ରକାଶ କରିଛିContinue reading “ଦୂତାବାସ ବିସ୍ଫୋରଣ ପଛରେ ରହିଛି କାହାର ହାତ? ବୋମା ବିସ୍ଫୋରଣ ପରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେଲା ଭଳି ତଥ୍ୟ”

ଆସିଲା ଫେବ୍ରୁଆରୀ ମାସ ପାଇଁ ଗାଇଡଲାଇନ । ପହିଲାରୁୁ ଖୋଲିବ ଅଙ୍ଗନୱାଡି, ବିବାହ ଓ ଶେଷକୃତ୍ୟରେ ସାମିଲ ହୋଇପାରିବେ ୫୦୦ ଜଣ ।

କନକ ବ୍ୟୁରୋ : ଫେବ୍ରୁଆରୀ ମାସ ପାଇଁ ଆସିଲା କରୋନା ଗାଇଡଲାଇନ । ଫେବ୍ରୁଆରୀ ୧ରୁ ୨୮ ଯାଏଁ ଜାରି ରହିବ ଏହି ଗାଇଡଲାଇନ । ନୂଆ ଗାଇଡଲାଇନ ଅନୁଯାୟୀ, ୧ ଫେବ୍ରୁଆରୀରୁ ଖୋଲିବ ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ର । ବିବାହ ଓ ଶେଷକୃତ୍ୟରେ ୫୦୦ ଜଣ ସାମିଲ ହେବାକୁ ଅନୁମତି ମିଳିଥିବା ବେଳେ ସାମାଜିକ, ଧାର୍ମିକ, ରାଜନୈତିକ, କ୍ରୀଡା ସମାବେଶ ପାଇଁ ମଧ୍ୟ ୫୦୦ ଜଣଙ୍କୁ ଅନୁମତି ମିଳିଛି । ଏନେଇ ସ୍ଥାନୀୟ ପ୍ରଶାସନContinue reading “ଆସିଲା ଫେବ୍ରୁଆରୀ ମାସ ପାଇଁ ଗାଇଡଲାଇନ । ପହିଲାରୁୁ ଖୋଲିବ ଅଙ୍ଗନୱାଡି, ବିବାହ ଓ ଶେଷକୃତ୍ୟରେ ସାମିଲ ହୋଇପାରିବେ ୫୦୦ ଜଣ ।”

Design a site like this with WordPress.com
Get started