ଉପରେ ଗୋଖାଦ୍ୟ ତଳେ ଗଂଜେଇ ! ରାଜ୍ୟ ବାହାରକୁ ଚାଲଣ ହେଉଛି ଟନ ଟନ ଗଂଜେଇ

କନକ ବ୍ୟୁରୋ: ଉପରେ ଗୋ ଖାଦ୍ୟ ତଳେ ଗଂଜେଇ । ରାଜ୍ୟ ବାହାରକୁ ଚାଲଣ ହେଉଛି ଟନ ଟନ ଗଂଜେଇ । କୋରାପୁଟରୁ ଉତ୍ତର ପ୍ରଦେଶ ହେଉଥିଲା ଗଂଜେଇ ଚାଲଣ । ଚୋରାଚାଲଣ ବେଳେ ଦୁଇ ଟନ ଗଂଜେଇ ଜବତ କଲା ଗୁଇନ୍ଦା ଅବକାରୀ ବିଭାଗ । ଟ୍ରକ ଯୋଗେ ବାହାର ରାଜ୍ୟକୁ ଚାଲଣ ହେଉଥିଲା ୨ ଟନ ଗଂଜେଇ । ଗଂଜାମ ବ୍ରହ୍ମପୁର ନିକଟ କନିସି ଜାତୀୟ ରାଜପଥରୁ ଗଂଜେଇ ଜବତ କରିଛି ଅବକାରୀ ବିଭାଗContinue reading “ଉପରେ ଗୋଖାଦ୍ୟ ତଳେ ଗଂଜେଇ ! ରାଜ୍ୟ ବାହାରକୁ ଚାଲଣ ହେଉଛି ଟନ ଟନ ଗଂଜେଇ”

ଏପଟେ ପୁରୁଣା ନେତାଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଚଳାଇଛନ୍ତି ଚେଲ୍ଲା କୁମାର: ସେପଟେ ଦଳର ପ୍ରଦର୍ଶନକୁ ନେଇ ଦିଲ୍ଲୀରେ ଫେରାଦ ହେଉଛନ୍ତି ରାଜ୍ୟ କଂଗ୍ରେସର କିଛି ନେତା

କନକ ବ୍ୟୁରୋ: ରାଜ୍ୟରେ ପ୍ରଭାରୀ, ଦିଲ୍ଲୀରେ ଅସନ୍ତୁଷ୍ଟ ନେତା । କଂଗ୍ରେସକୁ ସଜାଡିବା ପାଇଁ ଦିଲ୍ଲୀରୁ ଆସି ପ୍ରଭାରୀ ଓଡିଶାରେ ପହଁଞ୍ଚିଛନ୍ତି । ପ୍ରଭାରୀ ଚେଲ୍ଲା କୁମାର ଓଡିଶା ଆସି ପୁରୁଣା ନେତାଙ୍କୁ ଖୋଜୁଥିବା ବେଳେ ଅନ୍ୟ କିଛି ନେତା ଦିଲ୍ଲୀରେ ଡେରା ପକାଇଛନ୍ତି । ପୂର୍ବତନ ବିଧାୟକ ଚିନ୍ମୟ କୁମାର ବେହେରାଙ୍କ ସମେତ ଦେବେନ୍ଦ୍ର ଶର୍ମା ଗତ ୨୬ ତାରିଖରୁ ଦିଲ୍ଲୀରେ ଅଛନ୍ତି । ରାଧାକାନ୍ତ ଦିଗାଲ, ରବୀନ୍ଦ୍ର କୁମାର ସେଠୀଙ୍କ ଭଳି ରାଜ୍ୟ କଂଗ୍ରେସରContinue reading “ଏପଟେ ପୁରୁଣା ନେତାଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଚଳାଇଛନ୍ତି ଚେଲ୍ଲା କୁମାର: ସେପଟେ ଦଳର ପ୍ରଦର୍ଶନକୁ ନେଇ ଦିଲ୍ଲୀରେ ଫେରାଦ ହେଉଛନ୍ତି ରାଜ୍ୟ କଂଗ୍ରେସର କିଛି ନେତା”

ଝରାଫୁଲ ନାଏକ ମୃତ୍ୟୁ ମାମଲା: ସାମ୍ନାକୁ ଆସିଲା ଫାଷ୍ଟଫୁଡ ଦୋକାନରେ ଝରାଫୁଲ ଓ ରାକେଶଙ୍କ ଆଉ ଏକ ଭିଡିଓ; ଖାଇବା ବେଳେ ବାନ୍ତି କରି ପକାଇଥିଲେ ଝରା

କନକ ବ୍ୟୁରୋ: ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲା । ଅଭିଯୁକ୍ତ ରାକେଶକୁ ରିମାଣ୍ଡରେ ନେବ ପୋଲିସ । ଗିରଫ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ଯାଜପୁର ପୋଲିସ । ଗତ ୨୭ ତାରିଖରେ ଝରାଫୁଲଙ୍କର ମୃତଦେହ ଯାଜପୁର କୁଆଖିଆ ନିକଟରୁ ମିଳିଥିଲା । ସିସିଟିଭି ଫୁଟେଜକୁ ଖୋଳତାଡ କରି ଗତକାଲି ରାକେଶ ସ୍ୱାଇଁ ନାମକ ଜଣେ ଯୁବକକୁ ରାଜଧାନୀରୁ ଗିରଫ କରିଥିଲା ଏୟାରଫିଲଡ୍ ଥାନାContinue reading “ଝରାଫୁଲ ନାଏକ ମୃତ୍ୟୁ ମାମଲା: ସାମ୍ନାକୁ ଆସିଲା ଫାଷ୍ଟଫୁଡ ଦୋକାନରେ ଝରାଫୁଲ ଓ ରାକେଶଙ୍କ ଆଉ ଏକ ଭିଡିଓ; ଖାଇବା ବେଳେ ବାନ୍ତି କରି ପକାଇଥିଲେ ଝରା”

କେତେ ନିଷ୍ଠୁର ଏ ବିଧାତା ! ଜେଜେବାପାଙ୍କ ଦଶାହ କ୍ରିୟା ବେଳେ ଦଶାହ ଘାଟରେ ବୁଡ଼ି ନାତିର ମୃତ୍ୟୁ

କନକ ବ୍ୟୁରୋ: ମୃତ୍ୟୁ କେତେବେଳେ କେଉଁଠି ଏବଂ କାହାରିକୁ ଆସେ ଏକଥା କେହି କହିପାରିବେନି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନୀଳଗିରି ବାଲିଗୋହିରୀରେ । ଜେଜେବାପାଙ୍କ ଦଶାହ କ୍ରିୟା ପାଇଁ ଦଶାହ ଘାଟରେ ବୁଡ଼ ପକାଇବା ସମୟରେ ପାଣିରେ ବୁଡ଼ିଯାଇ ନାତିର ମୃତ୍ୟୁ ହୋଇଛି । ବାଳିଗୋହିରୀ ଗାଁର ସୁରେଶ ମହାପାତ୍ରଙ୍କ ମୃତ୍ୟୁର ଦଶାହ କ୍ରିୟା ଚାଲିଥିଲା । ନାତି ଓଁକାର ମହାପାତ୍ର ଦଶାହରେ ମୁଣ୍ଡନ ପରେ ପୋଖରୀକୁ ବୁଡ଼ ପକାଇବାକୁ ଯାଇ ସେଠାରେContinue reading “କେତେ ନିଷ୍ଠୁର ଏ ବିଧାତା ! ଜେଜେବାପାଙ୍କ ଦଶାହ କ୍ରିୟା ବେଳେ ଦଶାହ ଘାଟରେ ବୁଡ଼ି ନାତିର ମୃତ୍ୟୁ”

ପୁରୀ ବେଳାଭୂମିରେ କୋଷ୍ଟାଲ ଟ୍ରେକିଂର ଶୁଭାରମ୍ଭ: ବେଳାଭୂମି ସଫେଇରେ ହାତ ମିଳାଇଲେ ବିଭିନ୍ନ କ୍ଲବ ସଦସ୍ୟ

କନକ ବ୍ୟୁରୋ: ପରିବେଶ ସଚେତନତା ଓ ବେଳାଭୂମି ପରିଷ୍କାର, ପରିଚ୍ଛନ୍ନତା ରଖିବା ପାଇଁ ପୁରୀରୁ ଆରମ୍ଭ ହୋଇଛି କୋଷ୍ଟାଲ ଟେକ୍ରିଂ । ୨ ଦିନ ଧରି ଚାଲିବ ଏହି ବେଳାଭୂମି ସଫେଇ କାର୍ଯ୍ୟ । ପୁରୀ ଚିଲିକା ଧଳାବାଲିରେ ପ୍ରାୟ ୩୨ କିଲୋମିଟରର ଏହି ଟ୍ରେକିଂ ଆଜି ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଶେଷ ହେବ । ଏହା ପୁରୀର ସ୍ୱେଚ୍ଛାସେବୀ ଅନୁଷ୍ଠାନ ବେୟାରଫୁଟ ଓ ଭୁବନେଶ୍ୱରର ସାଇକ୍ଲିଂ କ୍ଲବ ଓ ୟୌକ ଟୁରୁଜିମ ମିଳିତ ସହଯୋଗରେContinue reading “ପୁରୀ ବେଳାଭୂମିରେ କୋଷ୍ଟାଲ ଟ୍ରେକିଂର ଶୁଭାରମ୍ଭ: ବେଳାଭୂମି ସଫେଇରେ ହାତ ମିଳାଇଲେ ବିଭିନ୍ନ କ୍ଲବ ସଦସ୍ୟ”

ଲାଲବାହିନୀଙ୍କ ନାରକୀୟ କାଣ୍ଡ । ପୁଲିସ ଇନଫର୍ମ ସନ୍ଦେହରେ ୨ ଯୁବକଙ୍କ ହାତଗୋଡ଼ ବାନ୍ଧି ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ

କନକ ବ୍ୟୁରୋ: ମାଓବାଦୀଙ୍କ ଉନ୍ମତ କାଣ୍ଡ । ପୁଲିସ ଇନଫର୍ମ ସନ୍ଦେହରେ ୨ ଯୁବକଙ୍କ ହାତଗୋଡ଼ ବାନ୍ଧି ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ । କନ୍ଧମାଳ ତୁମୁଡିବନ୍ଧ ବ୍ଲକର ଭଣ୍ଡରି ପଂଚାୟତରେ ଗତକାଲି ରାତିରେ ୨୦ରୁ ୩୦ ସଶସ୍ତ୍ର ମାଓବାଦୀ ଗାଁରେ ପଶିଥିଲେ । ପ୍ରଥମେ ସରପଂଚଙ୍କ ପୁଅ ପଂଚାୟତ କାର୍ଯ୍ୟାଳୟରେ ଶୋଇଥିବା ବେଳେ ତାଙ୍କର ହାତ ଗୋଡ଼ ବାନ୍ଧି ନିର୍ମମ ହତ୍ୟା କରିଥିଲେ । ପରେ ଗୋଛପଡ଼ା ଗାଁକୁ ଯାଇ ହେମନ୍ତଙ୍କୁ ଘରୁ ଟାଣିContinue reading “ଲାଲବାହିନୀଙ୍କ ନାରକୀୟ କାଣ୍ଡ । ପୁଲିସ ଇନଫର୍ମ ସନ୍ଦେହରେ ୨ ଯୁବକଙ୍କ ହାତଗୋଡ଼ ବାନ୍ଧି ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ”

କୁମ୍ଭୀର ଗଣନା ରିପୋର୍ଟରୁ ଆସିଲା ସାଂଘାତିକ ତଥ୍ୟ । ଭିତରକନିକା ଜାତୀୟ ଉଦ୍ୟାନରୁ ଗାଏବ ୩୬ଟି କୁମ୍ଭୀର

କନକ ବ୍ୟୁରୋ: ଭିତରକନିକା ଜାତୀୟ ଉଦ୍ୟାନରୁ ଗାଏବ ହେଲେ କୁମ୍ଭୀର । ଏହି ଉଦ୍ୟାନରୁ ଗୋଟିଏ କି ଦୁଇଟି ନୁହେଁ ୩୬ ବଡ଼ କୁମ୍ଭୀର ଗାଏବ ହୋଇଯାଇଛନ୍ତି । କୁମ୍ଭୀର ଗଣନା ରିପୋର୍ଟରୁ ଆସିଲା କୁମ୍ଭୀର ଗାଏବ ହୋଇଥିବାର ତଥ୍ୟ । ଚଳିତମାସ ୧୫ରୁ ୨୩ ତାରିଖ ଯାଏଁ ବନବିଭାଗ ପକ୍ଷରୁ ହୋଇଥିବା ଗଣନାରେ ଏହା ଜଣାପଡ଼ିଛି । ୩୬ଟି କୁମ୍ଭୀର ଭିତରକନିକା ନଦୀ ନାଳରୁ ନିଖୋଜ ଥିବା ସବୁ ମହଲରେ ଉଦବେଗ ସୃଷ୍ଟି କରିଛି ।Continue reading “କୁମ୍ଭୀର ଗଣନା ରିପୋର୍ଟରୁ ଆସିଲା ସାଂଘାତିକ ତଥ୍ୟ । ଭିତରକନିକା ଜାତୀୟ ଉଦ୍ୟାନରୁ ଗାଏବ ୩୬ଟି କୁମ୍ଭୀର”

କଟକରେ କାୟା ମେଲାଇଛି ନକଲି ସାମଗ୍ରୀ: ନକଲି ଘିଅ କାରବାର ଅଭିଯୋଗରେ ସୁବାସ ଘିଅ ମାଲିକ ସୁବାସ ମଲ୍ଲିକ ଗିରଫ; ଜଗତପୁର ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: ସୁବାସ ଘିଅର ମାଲିକ ସୁବାସ ମଲ୍ଲିକଙ୍କୁ ଗିରଫ କଲା ଜଗତପୁର ପୋଲିସ । ନକଲି ଘିଅ କାରବାର ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ । ଦୀର୍ଘଦିନ ହେଲା ପୋଲିସ ଖୋଜୁଥିବା ବେଳେ ତାଙ୍କୁ ଆଜି ଗିରଫ କରିଛି । ଗତ କିଛି ଦିନ ହେଲା କଟକରେ ନକଲି ସାମଗ୍ରୀ ଉପରେ ପୋଲିସ ଚଢଉ ଜାରି ରଖିଥିଲା । ତେବେ ଅନ୍ୟମାନେ ଲୁଚାଛପାରେ ନକଲି କାରବାର ଚଳାଉଥିବା ବେଳେ ସୁବାସ ଘିଅ ଏକ ଲୋକାଲContinue reading “କଟକରେ କାୟା ମେଲାଇଛି ନକଲି ସାମଗ୍ରୀ: ନକଲି ଘିଅ କାରବାର ଅଭିଯୋଗରେ ସୁବାସ ଘିଅ ମାଲିକ ସୁବାସ ମଲ୍ଲିକ ଗିରଫ; ଜଗତପୁର ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ”

ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ସିସିଟିଭି ଫୁଟେଜରୁ ଚାଲିଛି ଖିଅ ଖୋଜା । ସେପଟେ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ବାତିଲ

କନକ ବ୍ୟୁରୋ: ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ବିସ୍ଫୋରଣ ସ୍ଥଳ ନିକଟରୁ ଠାବ ହୋଇଛି ଇସ୍ରାଏଲ ଦୂତାବାସ ନାଁରେ ଆସିଥିବା ଲଫାପା । ଏହାକୁ ତଦନ୍ତ କରୁଥିବା ଦିଲ୍ଲୀ ପୋଲିସ ଜବତ କରିଛି । ଏହା କେଉଁଠାରୁ ଆସିଥିଲା, କିଏ ପଠାଇଥିଲା ତାହା ନେଇ ତଦନ୍ତ ଜାରି ରହିଛି । ନିକଟବର୍ତ୍ତି ଅଂଚଳରୁ ୩ଟି ସିସିଟିଭିକୁ ପୋଲିସ ଜବତ କରି ଏଥିରୁ ପ୍ରଣାଣ ଖୋଜୁଛି । ସେପଟେ ଘଟଣା ପରେ ପରେ ଦିଲ୍ଲୀContinue reading “ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା । ସିସିଟିଭି ଫୁଟେଜରୁ ଚାଲିଛି ଖିଅ ଖୋଜା । ସେପଟେ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ବାତିଲ”

କଟକ ପରେ ଏବେ ଅନୁଗୁଳରେ ନକଲି ତେଲ କାରଖାନା ଠାବ: ଅନୁଗୁଳ ସଦର ଅଂଚଳରୁ ବିଭିନ୍ନ ବ୍ରାଣ୍ଡ ନାଁରେ ବଜାରକୁ ଯାଉଥିଲା ଅପମିଶ୍ରିତ ତେଲ

କନକ ବ୍ୟୁରୋ: ଅନୁଗୁଳରୁ ନକଲି ତେଲ କାରାଖାନା ଠାବ । କୋଲକାତାରୁ ଆସୁଥିଲା ଏହି ଅପମିଶ୍ରିତ ତେଲ । ଅନୁଗୁଳ ସଦର ମହକୁମାରେ ଥିବା ଏକ ତେଲ କାରଖାନା ଉପରେ ପୋଲିସର ଚଢ଼ାଉ । ପୁଲିସର ସ୍ପେଶିଆଲ ସ୍କ୍ୱାର୍ଡ ଓ ଜନସ୍ୱାସ୍ଥ୍ୟ ବିଭାଗ ମିଳିତ ଚଢ଼ାଉ କରି ନକଲି ପାମୋଲିନ ତେଲକୁ ଜବତ କରିଛନ୍ତି । ଏହି ତେଲ ବିଭିନ୍ନ କମ୍ପାନୀର ବ୍ରାଣ୍ଡରେ ପ୍ୟାକିଂ କରାଯାଇ ବଜାରକୁ ଛଡା ଯାଉଥିଲା । ଚଢ଼ାଉ ବେଳେ ବିପୁଳ ପରିମାଣContinue reading “କଟକ ପରେ ଏବେ ଅନୁଗୁଳରେ ନକଲି ତେଲ କାରଖାନା ଠାବ: ଅନୁଗୁଳ ସଦର ଅଂଚଳରୁ ବିଭିନ୍ନ ବ୍ରାଣ୍ଡ ନାଁରେ ବଜାରକୁ ଯାଉଥିଲା ଅପମିଶ୍ରିତ ତେଲ”

Design a site like this with WordPress.com
Get started