ଖୁସିଖବର : କମୁଛି କରୋନାର ପ୍ରକୋପ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୦ କରୋନା ଆକ୍ରାନ୍ତ ଚିହ୍ନଟ । ସକ୍ରିୟ ମାମଲା ୧୨୨୪ ।

କନକ ବ୍ୟୁରୋ : ଗତ ୨୪ ଘଣ୍ଟାରେ   ରାଜ୍ୟରୁ ୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆହୁରି ୧୨୨୪ଟି ମାମଲା ସକ୍ରିୟ ରହିଛି। ଚିହ୍ନଟ ହୋଇଥିବା  ୭୦ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୪୨ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୮ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଗତ ୨୪ ଘଣ୍ଟାରେ ଅନୁଗୁଳରୁ ୩ ଜଣ, ବାଲେଶ୍ୱରରୁ ୪ଜଣ, ବରଗଡ଼ରୁ ୨ଜଣ, ବଲାଙ୍ଗୀରରୁ ଜଣେ, କଟକରୁ ୪ଜଣ, ଦେବଗଡ଼ରୁ ୨ଜଣ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୫ଜଣ,Continue reading “ଖୁସିଖବର : କମୁଛି କରୋନାର ପ୍ରକୋପ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୦ କରୋନା ଆକ୍ରାନ୍ତ ଚିହ୍ନଟ । ସକ୍ରିୟ ମାମଲା ୧୨୨୪ ।”

ଚୋରାଚାଲଣ ହେଉଥିବା ବଜ୍ରକାପ୍ତା ଉଦ୍ଧାର କରିବାକୁ ଯାଇ ହଟହଟା ବନକର୍ମଚାରୀ: ୧୬ ଜଣ କର୍ମଚାରୀଙ୍କୁ ଗୋଡାଇ ପିଟିଲେ ମାଲକାନଗିରି ନାମକୋଣ୍ଡା ଗାଁ ଲୋକେ

କନକ ବ୍ୟୁରୋ: ବଜ୍ରକାପ୍ତା ଉଦ୍ଧାର କରିବାକୁ ଯାଇ ହଟହଟା ହେଲେ ବନ କର୍ମଚାରୀ । ମାଲକାନଗିରି ନାମକୋଣ୍ଡା ଗାଁରେ ବଜ୍ରକାପ୍ତା ଥିବା ଖବର ପାଇ ଗତକାଲି ରାତିରେ ଚଢାଏ କରିଥିଲେ ୧୬ ଜଣ ବନ କର୍ମଚାରୀ । ତେବେ ବଜ୍ରକାପ୍ତା ଉଦ୍ଧାର ସମୟରେ ବନ କର୍ମଚାରୀ ମାନେ ଗ୍ରାମବାସୀଙ୍କ ବିରୋଧର ଶିକାର ହୋଇଥିଲେ । ବଜ୍ରକାପ୍ତା ଉଦ୍ଧାର କରି ଆଣୁ ଥିବା ସମୟରେ ବନ କର୍ମଚାରୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ଉତ୍ୟକ୍ତ ଗ୍ରାମବାସୀ । ବନContinue reading “ଚୋରାଚାଲଣ ହେଉଥିବା ବଜ୍ରକାପ୍ତା ଉଦ୍ଧାର କରିବାକୁ ଯାଇ ହଟହଟା ବନକର୍ମଚାରୀ: ୧୬ ଜଣ କର୍ମଚାରୀଙ୍କୁ ଗୋଡାଇ ପିଟିଲେ ମାଲକାନଗିରି ନାମକୋଣ୍ଡା ଗାଁ ଲୋକେ”

ଗଂଜେଇରୁ କିପରି ତିଆରି ହୁଏ ସିଗାରେଟ ? ଡେମୋ ଦେଖାଇଲେ ଅଭିଯୁକ୍ତ

କନକ ବ୍ୟୁରୋ: ଗଂଜେଇରୁ କିପରି ତିଆରି ହୁଏ ସିଗାରେଟ । ଡେମୋ କରି ଦେଖାଇଲେ ଅଭିଯୁକ୍ତ ।  ଆଜି ଭୁବନେଶ୍ୱର ଆଚାର୍ଯ୍ୟ ବିହାର ପାଖରେ ଥିବା ବିଶେଶ୍ୱର ବସ୍ତିରେ ଅବକାରୀ ବିଭାଗ ଅତର୍କିତ ଚଢାଉ  କରିଥିଲା । ଚଢାଉ ବେଳେ ୨ହଜାରରୁ ଅଧିକ ଗଂଜେଇ ସିଗାରେଟ ଓ  ୧୫ କିଲୋ ଗଂଜେଇ ଜବତ କରିଛି ଅବକାରୀ ବିଭାଗ । ସିଗାରେଟ ତିଆରି ପାଇଁ ଆବଶ୍ୟକ ହେଉଥିବା ସମସ୍ତ ସାମଗ୍ରୀ ଜବତ କରାଯାଇଛି । ଗଂଜେଇରୁ ପୁଳା ପୁଳାContinue reading “ଗଂଜେଇରୁ କିପରି ତିଆରି ହୁଏ ସିଗାରେଟ ? ଡେମୋ ଦେଖାଇଲେ ଅଭିଯୁକ୍ତ”

ଫେବ୍ରୁୟାରୀ ୧୦ ସୁଦ୍ଧା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ସାରିବାକୁ ଲକ୍ଷ୍ୟ: ପଛରେ ପଡିଥିବା ଭୁବନେଶ୍ୱର ଓ ୮ ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗର ତାଗିଦ୍

କନକ ବ୍ୟୁରୋ: ଫେବ୍ରୁଆରୀ ୧୦ ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଟିକାକରଣ ଉତ୍ସାହଜନକ ରହିଥିବା ବେଳେ ଭୁବନେଶ୍ୱର ସମେତ ୮ଟି ଜିଲ୍ଲା ପଛରେ ପଡିଛନ୍ତି । ତେଣୁ ଡେଡଲାଇନ ସୁଦ୍ଧା ସ୍ୱାସ୍ଥ୍ୟକର୍ମୀଙ୍କୁ ଶହେ ପ୍ରତିଶତ ଟିକାକରଣ କରିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଟିକାକରଣରେ ପଛରେ ଥିବା ଜିଲ୍ଲାଗୁଡିକ ହେଉଛି, ଦେବଗଡ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, ନୟାଗଡ, କଟକ, ସମ୍ବଲପୁର, କେନ୍ଦୁଝର ଓ ଭୁବନେଶ୍ୱର ସହରାଂଚଳContinue reading “ଫେବ୍ରୁୟାରୀ ୧୦ ସୁଦ୍ଧା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ସାରିବାକୁ ଲକ୍ଷ୍ୟ: ପଛରେ ପଡିଥିବା ଭୁବନେଶ୍ୱର ଓ ୮ ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗର ତାଗିଦ୍”

କରୋନା କାଳରେ କେମିତି ପ୍ରଦର୍ଶନ କରିଛି ଭାରତୀୟ ଅର୍ଥନୀତି? ସଂସଦରେ ଉପସ୍ଥାପନ ହେଲା ୨୦୨୦-୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ

କନକ ବ୍ୟୁରୋ: କରୋନା କାଳରେ କେମିତି ପ୍ରଦର୍ଶନ କରିଛି ଭାରତୀୟ ଅର୍ଥନୀତି । ସଂସଦରେ ଉପସ୍ଥାପନ ହୋଇଛି ୨୦୨୦-୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ବିତ୍ତିୟ ବର୍ଷର ସର୍ଭେ ରପୋର୍ଟକୁ ଆଗତ କରିଛନ୍ତି । ବିଶ୍ୱ ମହାମାରୀ କରୋନା କାଳରୁ ଦେଶର ଅର୍ଥନୀତି ଦୁର୍ବଳ ହୋଇଛି । ୭ଦଶମିକ ୭ ପ୍ରତିଶତ ରହିଛି ଜିଡ଼ିପି ଅଭିବୃଦ୍ଧି । ମାତ୍ର ଏପ୍ରିଲ-ଜୁନ୍ ତ୍ରୈମାସରେ ଜିଡ଼ିପି ଅଭିବୃଦ୍ଧି ୨୩ ଦଶମିକ ୯ ପ୍ରତିଶତContinue reading “କରୋନା କାଳରେ କେମିତି ପ୍ରଦର୍ଶନ କରିଛି ଭାରତୀୟ ଅର୍ଥନୀତି? ସଂସଦରେ ଉପସ୍ଥାପନ ହେଲା ୨୦୨୦-୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ”

କଣ ରହିବ କୃଷକଙ୍କ ଆଗାମୀ ରଣନୀତି? ଦିଲ୍ଲୀ ଗାଜିପୁର ସୀମାରେ ଚାଷୀଙ୍କ ମହା ପଞ୍ଚାୟତ…ସମର୍ଥନରେ ପହଁଞ୍ଚିଲେ ଏକାଧିକ ବିରୋଧୀ ଦଳ ନେତା

କନକ ବ୍ୟୁରୋ: କଣ ରହିବ କୃଷକଙ୍କ ଆଗାମୀ ରଣନୀତି? ସେ ନେଇ  ଦିଲ୍ଲୀ  ଗାଜିପୁର ସୀମାରେ ବସିଛି ଚାଷୀଙ୍କ ମହାପଞ୍ଚାୟତ । ବିଶେଷ କରି ୨୬ ଜାନୁଆରୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ପରେ ବ୍ୟାକଫୁଟରେ ଅଛନ୍ତି କୃଷକ ସଂଗଠନ । ତଥାପି କୃଷି ଆଇନ ପ୍ରତ୍ୟାହାର ଦାବିରେ ଜାରି ରଖିଛନ୍ତି ଆନ୍ଦୋଳନ । ବ୍ୟାପକ ପୁଲିସ ଛାଉଣୀ ଭିତରେ ଗାଜିପୁର ସୀମାରେ ଚାଷୀଙ୍କ ହରତାଳ ଜାରି ରହିଛି । ସେହିପରି ସିଂଘୁ ସୀମାରେ ମଧ୍ୟ ଚାଷୀଙ୍କ ହଲଚଲContinue reading “କଣ ରହିବ କୃଷକଙ୍କ ଆଗାମୀ ରଣନୀତି? ଦିଲ୍ଲୀ ଗାଜିପୁର ସୀମାରେ ଚାଷୀଙ୍କ ମହା ପଞ୍ଚାୟତ…ସମର୍ଥନରେ ପହଁଞ୍ଚିଲେ ଏକାଧିକ ବିରୋଧୀ ଦଳ ନେତା”

ଦୁର୍ନୀତିଗ୍ରସ୍ତ ଓ ଅପାରଗ ବାବୁଙ୍କୁ ନିସ୍ତାର ନାହିଁ । ୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀଙ୍କ ବିରୋଧରେ ସରକାର ନେଲେ କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ :  ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଉପରେ ଜୋର ଦେଇଆସିଛନ୍ତି । ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ୱଚ୍ଛ ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେContinue reading “ଦୁର୍ନୀତିଗ୍ରସ୍ତ ଓ ଅପାରଗ ବାବୁଙ୍କୁ ନିସ୍ତାର ନାହିଁ । ୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀଙ୍କ ବିରୋଧରେ ସରକାର ନେଲେ କାର୍ଯ୍ୟାନୁଷ୍ଠାନ ।”

କେମିତି ମଲେ ଝରାଫୁଲ ? ହତ୍ୟା ନା ଫୁଡପଏଜନରୁ ହୋଇଥିଲା ରମାଦେବୀ ଛାତ୍ରୀଙ୍କ ମୃତ୍ୟୁ ? ଦ୍ୱନ୍ଦ୍ୱ ବଢାଇଲା ଅଭିଯୁକ୍ତ ରାକେଶଙ୍କ ବୟାନ

କନକ ବ୍ୟୁରୋ : କେମିତି ହେଲା ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ? ସେ ନେଇ ଅଭିଯୁକ୍ତ ରାକେଶ ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ କହିଛି । ରାକେଶର କହିବା ଅନୁସାରେ, ଗତ ୨୬ ତାରିଖ ସକାଳେ ଝରାଫୁଲ ଯଶୀପୁର ଯିବା ଲାଗି ଝାଡେଶ୍ୱର ବସରେ ଚଢିବା ପରେ ବାଣୀବିହାର ଛକରେ ଓହ୍ଲାଇ ପଡିଥିଲେ । ଚାଲିଚାଲି ରୁପାଲି ଛକ ଯାଏଁ ଯିବା ପରେ ସେଠାରେ ଅପେକ୍ଷା କରି ରହିଥିବା ରାକେଶ ତାଙ୍କୁ ସ୍କୁଟରରେ ବସାଇ ରାଜଧାନୀର ଏକContinue reading “କେମିତି ମଲେ ଝରାଫୁଲ ? ହତ୍ୟା ନା ଫୁଡପଏଜନରୁ ହୋଇଥିଲା ରମାଦେବୀ ଛାତ୍ରୀଙ୍କ ମୃତ୍ୟୁ ? ଦ୍ୱନ୍ଦ୍ୱ ବଢାଇଲା ଅଭିଯୁକ୍ତ ରାକେଶଙ୍କ ବୟାନ”

ରାଜ୍ୟରେ ଜୋରସୋରରେ ଆଗେଇ ଚାଲିଛି କରୋନା ଟିକାକରଣ । ଅନୁପାତ ଦୃଷ୍ଟିରୁ ଓଡ଼ିଶା ୧ନମ୍ବର, ଟିକା ନେଲେଣି ୧ଲକ୍ଷ ୯୪ ହଜାର ୫୮ଜଣ ।

କନକ ବ୍ୟୁରୋ: କରୋନା ମୁକାବିଲା ହେଉ କି ଟିକାକରଣ ସବୁଥିରେ ଓଡ଼ିଶା ନୂଆ ନୂଆ ମାଇଲଷ୍ଟୋନ୍ ଛୁଇଁଛି । ପୁଣି ଥରେ ଓଡ଼ିଶା ରଚିଛି ଇତିହାସ, ରାଜ୍ୟ ଭାବେ ଟିକାକରଣରେ ଓଡିଶା ଏବେ ପ୍ରଥମ ସ୍ଥାନରେ ଅଛି । ପ୍ରଥମ ସ୍ଥାନରେ ଥିବା ଲାକ୍ଷାଦୀପ କେନ୍ଦ୍ର ଶାସିତ ଅଂଚଳ । ତେଣୁ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଆଗରେ ଅଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଯେଉଁ ସ୍ୱାସ୍ଥ୍ୟକର୍ମୀContinue reading “ରାଜ୍ୟରେ ଜୋରସୋରରେ ଆଗେଇ ଚାଲିଛି କରୋନା ଟିକାକରଣ । ଅନୁପାତ ଦୃଷ୍ଟିରୁ ଓଡ଼ିଶା ୧ନମ୍ବର, ଟିକା ନେଲେଣି ୧ଲକ୍ଷ ୯୪ ହଜାର ୫୮ଜଣ ।”

ଝରାଫୁଲ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଆଉ ଏକ ସିସିଟିଭି ଫୁଟେଜ୍ : ୨୬ ତାରିଖ ରାତିରେ ଭୁବନେଶ୍ୱର ଗେଷ୍ଟ ହାଉସରେ ଥିଲେ ଝରାଫୁଲ, ସାଙ୍ଗରେ ଥିଲେ ରାକେଶ 

କନକ ବ୍ୟୁରୋ : ଝରାଫୁଲଙ୍କ ମର୍ଡର ମିଷ୍ଟ୍ରି ଉପରୁ ଧୀରେ ଧୀରେ ପରଦା ହଟୁଛି । ଭୁବନେଶ୍ୱରରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଓ ମୃତଦେହକୁ ଫୋପାଡିବା ପାଇଁ ଅଭିଯୁକ୍ତ କରିଥିଲା ଷଡ଼ଯନ୍ତ୍ର । ଏହି ଘଟଣାକୁ ନେଇ ଆଉ ଏକ ସିସିଟିଭି ଫୁଟେଜ୍ ପୋଲିସ ହାତରେ ଲାଗିଛି । ଗତ ୨୬ ତାରିଖରେ ରାତିରେ ଶିବଶାଇ ଗେଷ୍ଟ ହାଉସରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ରହିଥିଲେ ଝରାଫୁଲ। ଏହା ପରେ ୨୭Continue reading “ଝରାଫୁଲ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଆଉ ଏକ ସିସିଟିଭି ଫୁଟେଜ୍ : ୨୬ ତାରିଖ ରାତିରେ ଭୁବନେଶ୍ୱର ଗେଷ୍ଟ ହାଉସରେ ଥିଲେ ଝରାଫୁଲ, ସାଙ୍ଗରେ ଥିଲେ ରାକେଶ “

Design a site like this with WordPress.com
Get started