କନକ ବ୍ୟୁରୋ: କଟକ କାଠଯୋଡି ବିହାର ବସ୍ତିରୁ ଶିଶୁ ବିକ୍ରି ଉଦ୍ୟମ ବେଳେ ଶିଶୁକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ । ସିଡବ୍ଲୁସି ଅଧିକାରୀ ଏନେଇ ଖବର ପାଇବା ପରେ ଶିଶୁକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଏହ ଶିଶୁକୁ କିଏ କାହିଁକି ବିକ୍ରି କରୁଥିଲା ସେ ନେଇ ତଦନ୍ତ ଚାଲିଛି । ଘଟଣାରେ କାହାକୁ ଗିରଫ କରାଯାଇନାହିଁ । ଘଟଣାରେ ୩ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିବା ସୂଚନା ମିଳିଛି ।Continue reading “ଶିଶୁବିକ୍ରି ଉଦ୍ୟମ ବେଳେ ଶିଶୁକୁ ଉଦ୍ଧାର ! କଟକ କାଠଯୋଡି ବିହାର ବସ୍ତିରୁ ଶିଶୁ ବିକ୍ରି ଉଦ୍ୟମ ବେଳେ ଉଦ୍ଧାର କଲା ଚାଇଲ୍ଡ ଲାଇନ”
Tag Archives: News
ବାଲେଶ୍ୱରରେ ବିଜୁଳି ସଂଯୋଗକୁ ନେଇ ଗାଁ ଦାଣ୍ଡରେ ଖଣ୍ଡା ବୁଲିବା ଘଟଣା । ଦୁଇ ଜଣଙ୍କୁ ଗିରଫ କଲା ସଦର ଥାନା ପୋଲିସ
କନକ ବ୍ୟୁରୋ: ବାଲେଶ୍ୱର ସଦର ବ୍ଲକ କେଶରପୁର ଗାଁରେ ବିଜୁଳି ସଂଯୋଗକୁ ନେଇ ଗାଁ ଦାଣ୍ଡରେ ଖଣ୍ଡା ବୁଲିବା ଘଟଣା । ସିକୁନ୍ ମାଝି ଏବଂ ଗୋପାଳ ଦଳେଇ ନାମକ ଦୁଇଜଣଙ୍କୁ ଗିରଫ କଲା ସଦର ଥାନା ପୋଲିସ । ସେମାନଙ୍କ ନିକଟରୁ ମାରଣାସ୍ତ୍ର, ବନ୍ଧୁକ ଏବଂ ୩ଟି ଅଫୁଟା ଗୁଳି ଜବତ ହୋଇଛି । ପୋଲିସ ସୂଚନା ଅନୁସାରେ ସେମାନଙ୍କ ନାଁରେ ପୂର୍ବରୁ ଥାନାରେ ଏକାଧିକ ମାମଲା ରହିଛି । ଏହି ଘଟଣାରେ ଆଉ କିଛିContinue reading “ବାଲେଶ୍ୱରରେ ବିଜୁଳି ସଂଯୋଗକୁ ନେଇ ଗାଁ ଦାଣ୍ଡରେ ଖଣ୍ଡା ବୁଲିବା ଘଟଣା । ଦୁଇ ଜଣଙ୍କୁ ଗିରଫ କଲା ସଦର ଥାନା ପୋଲିସ”
ରାଜନଗର ଓକିଲପାଲି ଗାଁରେ ଅଘଟଣ । ଧାନ ଖଳାରେ ନିଆଁ ଲାଗି ୩ବର୍ଷର ଶିଶୁ ଜୀବନ୍ତ ଦଗ୍ଧ
କନକ ବ୍ୟୁରୋ: ରାଜନଗର ଓକିଲପାଲି ଗାଁରେ ଅଘଟଣ । ଧାନ ଖଳାରେ ନିଆଁ ଲାଗି ୩ବର୍ଷର ଶିଶୁ ଜୀବନ୍ତ ଦଗ୍ଧ । ବାପା, ମା’ ଓ ୧୨ ବର୍ଷର ଝିଅ ଗୁରୁତର ଭାବେ ଆହତ । ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଉଛନ୍ତି ରମାକାନ୍ତ ସାଉଁଟିଙ୍କ ୩ବର୍ଷର ଝିଅ କ୍ରିଷ୍ଣା । from Kanak News via <a href="https://ifttt.com/?
ପୁରୀ ସର୍କଲର ପୂର୍ବତନ ଆରଆଇ ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସର ଚଢାଉ ।
କନକ ବ୍ୟୁରୋ : ଆରଆଇଙ୍କ ଘରେ ଭିଜିଲାନ୍ସ ରେଡ଼ । ଆରଆଇ ବସନ୍ତ କୁମାର ମହାନ୍ତିଙ୍କ କୁରୁଂଟି ସ୍ଥିତ ବାସଭବନରେ ଆଜି ସକାଳ ୫ଟାରୁ ରେଡ଼ କରିଛି ଭିଜିଲାନ୍ସ । ବସନ୍ତ ପୁରୀ ସର୍କଲରେ ଆରଆଇ ଅଛନ୍ତି । ଭିଜିଲାନ୍ସ ତାଙ୍କ ଘରେ ପହଂଚି ବହୁ ଗୁରୁତ୍ୱପୁର୍ଣ୍ଣ କାଗଜ ପତ୍ର ଯାଂଚ କରିଛନ୍ତି । ଭୁବନେଶ୍ୱରର ଏକ ଟିମ୍ ଚଢାଉ ଜାରି ରଖିଛି । ବସନ୍ତ ମହାନ୍ତିଙ୍କ ବଡ଼ ଭାଇ ରାଜନଗର ବ୍ଲକ କୁରୁଂଟି ପଂଚାୟତର ସମିତିContinue reading “ପୁରୀ ସର୍କଲର ପୂର୍ବତନ ଆରଆଇ ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସର ଚଢାଉ । “
ପୁଣି ଯନ୍ତ୍ରଣାରେ ଜନନୀ । ରାୟଗଡାରେ ଖଟିଆରେ ବୁହାହେଲେ ପ୍ରସୁତି । ରାସ୍ତା ଖରାପ ଥିବାରୁ ଆସିବାକୁ ମନାକଲା ଆମ୍ବୁଲାନ୍ସ
କନକ ବ୍ୟୁରୋ: ପୁଣି ସମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଦୁଃଖ । ଖଟିଆରେ ବୁହାହେଲେ ଗର୍ଭବତୀ । ଗାଁକୁ ଭଲ ରାସ୍ତା ନଥିବାରୁ ୩ କିଲୋମିଟର ଖଟିଆରେ ବୋହିନେଲେ ପରିବାର ଲୋକେ । ରାୟଗଡ଼ା କାଶିପୁର ବ୍ଲକ ବଣ୍ଡାଦୋରା ଗାଁର ଲକ୍ଷ୍ମୀ ମାଝିଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ପରିବାର ଲୋକ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସଟି ଗର୍ଭବତୀଙ୍କୁ ଆଣିବାକୁ ଯାଇଥିଲେ ମଧ୍ୟ ରାସ୍ତା ଖରାପ ଥିବାରୁ ୩ କିମି ପୂର୍ବରୁ ଆମ୍ବୁଲାନ୍ସ ଅଟକି ରହିଥିଲା ।Continue reading “ପୁଣି ଯନ୍ତ୍ରଣାରେ ଜନନୀ । ରାୟଗଡାରେ ଖଟିଆରେ ବୁହାହେଲେ ପ୍ରସୁତି । ରାସ୍ତା ଖରାପ ଥିବାରୁ ଆସିବାକୁ ମନାକଲା ଆମ୍ବୁଲାନ୍ସ”
ଜିଓ ନମ୍ବର ରିଚାର୍ଜ କଥା କହିଲେ, ଲକ୍ଷେ ୯୪ ହଜାର ଲୁଟିନେଲେ । କ୍ରାଇମବ୍ରାଞ୍ଚରେ ଏତଲା ଦେବା ପରେ ଠକାମୀର ଶିକାର ବ୍ୟକ୍ତି ଫେରି ପାଇଲେ ଲକ୍ଷେ ୭୬ ହଜାର ଟଙ୍କା ।
କନକ ବ୍ୟୁରୋ : କ୍ରାଇମବ୍ରାଞ୍ଚରେ ଏତଲା ହେବାର ମାତ୍ର ୨ ଦିନ ବ୍ୟବଧାନରେ ସାଇବର୍ନ ଅପରାଧୀଙ୍କ ଠାରୁ ଲୁଟ୍ ଟଙ୍କା ଫେରସ୍ତ ଆସିଛି। ଲୁଟର ଶିକାର ହୋଇଥିବା ମଙ୍ଗଳାବାଗର ଜଣେ ସାନିଟାରି ସାମଗ୍ରୀ ବ୍ୟବସାୟୀ ନିଜ ଲୁଟ୍ ଟଙ୍କା ଫେରିପାଇଛନ୍ତି। ମୋଟ ୧ ଲକ୍ଷ ୯୪ ହଜାର ଟଙ୍କାରୁ ୧ ଲକ୍ଷ ୭୬ ହଜାର ଟଙ୍କା ଫେରିପାଇଛନ୍ତି। କିନ୍ତୁ ଏହି ମାମଲାରେ ସମ୍ପୃକ୍ତ ସାଇବର୍ର ଅପରାଧୀଙ୍କୁ ବର୍ତ୍ତମାନ ସୁଦ୍ଧା କ୍ରାଇମବ୍ରାଞ୍ଚ ଠାବ କରିନଥିବା ସୂଚନା ମିଳିଛି। ସୂଚନାContinue reading “ଜିଓ ନମ୍ବର ରିଚାର୍ଜ କଥା କହିଲେ, ଲକ୍ଷେ ୯୪ ହଜାର ଲୁଟିନେଲେ । କ୍ରାଇମବ୍ରାଞ୍ଚରେ ଏତଲା ଦେବା ପରେ ଠକାମୀର ଶିକାର ବ୍ୟକ୍ତି ଫେରି ପାଇଲେ ଲକ୍ଷେ ୭୬ ହଜାର ଟଙ୍କା ।”
ଯାଜପୁର କୁଆଖିଆ ଥାନା ଦିଆଲଖଣ୍ଡରେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ଝରାଫୁଲଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରେ କଲେ ଅନୁଧ୍ୟାନ
କନକ ବ୍ୟୁରୋ: ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ମାମଲାରେ ହସ୍ତକ୍ଷେପ କରିଛନ୍ତି ମହିଳା କମିଶନ । ଆଜି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଯାଜପୁର କୁଆଖିଆର ଦିଆଲଖଣ୍ଡରେ ପହଞ୍ଚିଛନ୍ତି । ଏହାଠାରୁ ଝରାଫୁଲଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଅଭିଯୁକ୍ତ ରାକେଶ ଓ ତାର ସହଯୋଗୀ ସ୍କୁଟରରେ ଝରାଫୁଲଙ୍କ ମୃତଦେହକୁ ଆଣି ଏହିଠାରେ ପିଙ୍ଗିଦେଇ ଯାଇଥିଲେ । ଏଠାରେ ଥିବା ଏକ ଇଟା ଫ୍ୟାକ୍ଟ୍ରିରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା ପୁରା ଚିତ୍ର ।Continue reading “ଯାଜପୁର କୁଆଖିଆ ଥାନା ଦିଆଲଖଣ୍ଡରେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ଝରାଫୁଲଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରେ କଲେ ଅନୁଧ୍ୟାନ”
ଅର୍ଥନୀତି ଉପରେ କରୋନା ମହାମାରୀର ପ୍ରତିକୂଳ ପ୍ରଭାବ: ଅର୍ଥନୀତିରେ ଗତି ଦେବା ପାଇଁ ବଜେଟରେ ପୁଞ୍ଜି ପ୍ରତ୍ୟାହାର ଘୋଷଣା ସମ୍ଭାବନା
କନକ ବ୍ୟୁରୋ: ବିଶ୍ୱ ମହାମାରୀ କରୋନା ପ୍ରଭାବରେ ଦୁର୍ବଳ ହୋଇପଡିଥିବା ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ପ୍ରବଳ ଚାପ ରହିଛି । ଆଗାମୀ ୧ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ । ତେଣୁ ଅର୍ଥନୀତିକୁ ଗତି ଦେବା ପାଇଁ ବ୍ୟାପକ ପୁଞ୍ଜି ପ୍ରତ୍ୟାହାର ଯୋଜନା ରଖିଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ । ଏନେଇ ବଜେଟରେ ଘୋଷଣା କରାଯାଇପାରେ । ବିଶେଷ କରି ସରକାରୀ ଜୀବନContinue reading “ଅର୍ଥନୀତି ଉପରେ କରୋନା ମହାମାରୀର ପ୍ରତିକୂଳ ପ୍ରଭାବ: ଅର୍ଥନୀତିରେ ଗତି ଦେବା ପାଇଁ ବଜେଟରେ ପୁଞ୍ଜି ପ୍ରତ୍ୟାହାର ଘୋଷଣା ସମ୍ଭାବନା”
ଝରାଫୁଲ ହତ୍ୟା ପଛରେ ପ୍ରେମ ! ଜାଣନ୍ତୁ ଭୁବନେଶ୍ୱରରୁ ନେଇ ଯାଜପୁର କୁଆଖିଆରେ କାହିଁକି ଫିଙ୍ଗିଲେ ପ୍ରେମିକ ରାକେଶ?
କନକ ବ୍ୟୁରୋ : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କୁ ଭୁବନେଶ୍ୱରରେ ହତ୍ୟା କରିବା ପରେ ଯାଜପୁରରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଭୁବନେଶ୍ୱରରୁ ପୋଲିସ ଗିରଫ କରିବା ପରେ ଝରାଫୁଲଙ୍କ ମର୍ଡର ମିଷ୍ଟ୍ରି ଉପରୁ ଧୀରେ ଧୀରେ ପରଦା ହଟୁଛି । ଭୁବନେଶ୍ୱରରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଓ ମୃତଦେହକୁ ଫୋପାଡିବା ପାଇଁ ଅଭିଯୁକ୍ତ କରିଥିଲା ଷଡ଼ଯନ୍ତ୍ର । ମୃତଦେହକୁ ଦୁଇଜଣ ସ୍କୁଟିରେ ନେଇ ଯାଉଥିବାରContinue reading “ଝରାଫୁଲ ହତ୍ୟା ପଛରେ ପ୍ରେମ ! ଜାଣନ୍ତୁ ଭୁବନେଶ୍ୱରରୁ ନେଇ ଯାଜପୁର କୁଆଖିଆରେ କାହିଁକି ଫିଙ୍ଗିଲେ ପ୍ରେମିକ ରାକେଶ?”
ବହୁ ଚର୍ଚ୍ଚିତ ମାଲକାନାଗିରି ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲା : ରହସ୍ୟ ଖୋଜିବାକୁ ତଦନ୍ତ କରିବ କ୍ରାଇମବ୍ରାଂଚ
କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାପାଲଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ପୁଣି ନୁଆ ମୋଡ । ତତ୍କାଳିନ ମାଲକାନଗିରି ଜିଲ୍ଲାପାଳଙ୍କ ପରେ ଏବେ ମାଲକାନଗିରି ଏସପିଙ୍କ ବିରୋଧରେ କୋର୍ଟରେ ଦ୍ୱାରସ୍ତ ହେଲେ ମୃତ ପିଏଙ୍କ ପରିବାର । ତତ୍କାଳିନ ଜିଲ୍ଲାପାଳ ମନିଷ ଅଗ୍ରଓାଲଙ୍କ ପରେ ଏବେ ମାଲକାନଗିରି ଏସପି ରିଷିକେଶ କିଲ୍ଲାରୀ, ମାଲକାନଗିରି ଥାନା ଆଇଆଇସି ଓ ଓରକେଲ ଥାନା ଆଇଆଇସିଙ୍କ ସମେତ ୬ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ଏସଡିଜେଏମ କୋର୍ଟରେ ଦ୍ୱାରସ୍ତContinue reading “ବହୁ ଚର୍ଚ୍ଚିତ ମାଲକାନାଗିରି ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲା : ରହସ୍ୟ ଖୋଜିବାକୁ ତଦନ୍ତ କରିବ କ୍ରାଇମବ୍ରାଂଚ”