କନକ ବ୍ୟୁରୋ : ଆଜିଠାରୁ ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ ଟେଷ୍ଟ କରାଯିବ । ପ୍ରତିଦିନ ୫୦ ଜଣ ସେବାୟତଙ୍କ ପରୀକ୍ଷା କରାଯିବ । ଆଉ ଏହି ପରୀକ୍ଷା ଆରଟିପିସିଆର ପଦ୍ଧତିରେ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗ୍ରାଣ୍ଡରୋଡର ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ସେବାୟତମାନଙ୍କ କୋଭିଡ ଟେଷ୍ଟ କରାଯିବ । ଫେବ୍ରୁଆରୀ ୨୭ ଯାଏଁ ଏହି ପରୀକ୍ଷା ଚାଲିବ । ପ୍ରଥମେ ସୁଆର ଓ ମହାସୁଆରଙ୍କ କୋଭିଡ ଟେଷ୍ଟContinue reading “ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ ଟେଷ୍ଟ : ଆରଟିପିସିଆର ପଦ୍ଧତିରେ ପ୍ରତିଦିନ ୫୦ ଜଣଙ୍କ ପରୀକ୍ଷା କରାଯିବ; ଫେବ୍ରୁଆରୀ ୨୭ ଯାଏଁ ଚାଲିବ କୋଭିଡ ପରୀକ୍ଷା”
Tag Archives: News
ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡକୁ ସବୁଆଡ଼ୁ ସମାଲୋଚନା: ହିଂସାକାଣ୍ଡ ଲଜ୍ଜାଜନକ କହିଲେ ଯୋଗେନ୍ଦ୍ର ଯାଦବ; ରାହୁଲ କହିଲେ, ହିଂସାରୁ କିଛି ମିଳିବନି, ଆଇନ ପ୍ରତ୍ୟାହାର କରୁ କେନ୍ଦ୍ର
କନକ ବ୍ୟୁରୋ: ମଙ୍ଗଳବାର ଦିଲ୍ଲୀରେ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡକୁ ସବୁଆଡ଼ୁ ସମାଲୋଚନା କରାଯାଇଛି । ସ୍ୱରାଜ ଇଣ୍ଡିଆର ସଭାପତି ତଥା ଚାଷୀ ନେତା ଯୋଗେନ୍ଦ୍ର ଯାଦବ ଦୁଃଖ ପ୍ରକାଶ କରିଛନ୍ତି । ଯୋଗେନ୍ଦ୍ର କହିଛନ୍ତି ଯେ, ଟ୍ରାକ୍ଟର ରାଲି ବେଳେ ଏପରି ହିଂସାକାଣ୍ଡ ଲଜ୍ଜାଜନକ । ଚାଷୀ ଆନ୍ଦୋଳନରେ ସେ ସାମିଲ ରହିଆସିଥିବାରୁ ସେ ମଧ୍ୟ ଉତ୍ତରଦାୟୀ ବୋଲି କହିଛନ୍ତି । ତେବେ ଅନ୍ୟ କିଛି ଚାଷୀ ନେତା ଏହି ହିଂସାକାଣ୍ଡ ପାଇଁ କେନ୍ଦ୍ର ସରକାରଙ୍କContinue reading “ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡକୁ ସବୁଆଡ଼ୁ ସମାଲୋଚନା: ହିଂସାକାଣ୍ଡ ଲଜ୍ଜାଜନକ କହିଲେ ଯୋଗେନ୍ଦ୍ର ଯାଦବ; ରାହୁଲ କହିଲେ, ହିଂସାରୁ କିଛି ମିଳିବନି, ଆଇନ ପ୍ରତ୍ୟାହାର କରୁ କେନ୍ଦ୍ର”
ସାମ୍ନାକୁ ଆସିଲା ଦିଲ୍ଲୀ ହିଂସାକାଣ୍ଡ ବେଳର ବିଚଳିତ କଲାଭଳି ଦୃଶ୍ୟ: ପୁଲିସ୍ ଅଧିକାରୀଙ୍କୁ ଆକ୍ରମଣ କରୁଛନ୍ତି ଉପଦ୍ରବୀ; ନିଜକୁ ବଞ୍ଚାଇବାକୁ ଉଚ୍ଚ ପାଚେରୀରୁ ତଳକୁ ଡେଇଁ ପଡ଼ୁଛନ୍ତି ସୁରକ୍ଷାକର୍ମୀ
କନକ ବ୍ୟୁରୋ: ଏସବୁ ଭିତରେ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ହିଂସାକାରୀମାନେ କେମିତି ପୁଲିସ୍ କର୍ମଚାରୀଙ୍କ ପ୍ରତି ଉଗ୍ର ହୋଇପଡ଼ୁଛନ୍ତି । ସେମାନଙ୍କୁ ଶାନ୍ତ କରିବାକୁ ପୁଲିସ୍ କର୍ମଚାରୀମାନେ ଚେଷ୍ଟା କରୁଥିଲେ ବି ଓଲଟା ଆକ୍ରମଣର ଶିକାର ହେଉଛନ୍ତି । ଆଉ ଏତେ ଜୋରରେ ଆକ୍ରମଣ କରାଯାଉଛି ଯେ, ନିଜକୁ ସୁରକ୍ଷିତ ରଖିବାକୁ ପୁଲିସକୁ ସେ ସ୍ଥାନ ଛାଡ଼ିବାକୁ ପଡ଼ୁଛି । ଏପରିକି ସେମାନେ ପାଚେରୀ ତଳକୁ ଡେଇଁପଡ଼ୁଛନ୍ତି । କାରଣ ଆଗରେ ଥିବାContinue reading “ସାମ୍ନାକୁ ଆସିଲା ଦିଲ୍ଲୀ ହିଂସାକାଣ୍ଡ ବେଳର ବିଚଳିତ କଲାଭଳି ଦୃଶ୍ୟ: ପୁଲିସ୍ ଅଧିକାରୀଙ୍କୁ ଆକ୍ରମଣ କରୁଛନ୍ତି ଉପଦ୍ରବୀ; ନିଜକୁ ବଞ୍ଚାଇବାକୁ ଉଚ୍ଚ ପାଚେରୀରୁ ତଳକୁ ଡେଇଁ ପଡ଼ୁଛନ୍ତି ସୁରକ୍ଷାକର୍ମୀ”
ଚାଷୀ ଆନ୍ଦୋଳନ ବେଳେ ହିଂସାକାଣ୍ଡରେ ୮୦ରୁ ଅଧିକ ପୁଲିସ୍ କର୍ମୀ ଆହତ: ହିଂସାକାରୀଙ୍କ ବିରୋଧରେ ୧୨ଟି ମାମଲା ରୁଜୁ କଲା ଦିଲ୍ଲୀ ପୁଲିସ
କନକ ବ୍ୟୁରୋ: ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟଣା । ଏହି ହିଂସାକାଣ୍ଡରେ ୮୬ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି । ପ୍ରାୟ ୨୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି । ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ନେଇ ୧୨ଟି ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍ । ସେପଟେ ପଂଜାବ ଓ ହରିୟାଣାରେ ହାଇଆଲର୍ଟ । ଏହାସହ ଦିଲ୍ଲୀରେ ଅତିରିକ୍ତ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ଏସବୁContinue reading “ଚାଷୀ ଆନ୍ଦୋଳନ ବେଳେ ହିଂସାକାଣ୍ଡରେ ୮୦ରୁ ଅଧିକ ପୁଲିସ୍ କର୍ମୀ ଆହତ: ହିଂସାକାରୀଙ୍କ ବିରୋଧରେ ୧୨ଟି ମାମଲା ରୁଜୁ କଲା ଦିଲ୍ଲୀ ପୁଲିସ”
ସହିଦଙ୍କ ବଳିଦାନକୁ କେବେ ବି ଭୁଲିବନି ଦେଶ । ଦେଶ ପାଇଁ ଲଢେଇ କରି ଜୀବନ ଦେଇଥିବା ସହିଦ ପ୍ରମୋଦଙ୍କୁ ଝୁରୁଛି ଗାଁ ମାଟି
କନକ ବ୍ୟୁରୋ : ସହିଦର ବଳିଦାନକୁ କେବେ ବି ଭୁଲି ହେବନି । ଦେଶ ପାଇଁ ଲଢେଇ କରି ଜୀବନ ଦେଇଥିବା ଯବାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକର ରକ୍ତପଟ୍ଟା ଗାଁର ପ୍ରମୋଦ ପଟ୍ଟନାୟକ । ୧୯୯୯ରେ କାର୍ଗିଲ ଯୁଦ୍ଧ ଲଢେଇ ବେଳେ ଘାଟି ଉପରେ ଶତ୍ରୁର ମୁକାବିଲା ବେଳେ ଟଳି ପଡିଥିଲେ ପ୍ରମୋଦ । ଆଜି ବି ସହିଦ ପୁଅର ସ୍ମୃତିକୁ ଝୁରି ହେଉଛି ରକ୍ତପଟ୍ଟା ଗାଁ । ୧୯୯୯ ମସିହାରContinue reading “ସହିଦଙ୍କ ବଳିଦାନକୁ କେବେ ବି ଭୁଲିବନି ଦେଶ । ଦେଶ ପାଇଁ ଲଢେଇ କରି ଜୀବନ ଦେଇଥିବା ସହିଦ ପ୍ରମୋଦଙ୍କୁ ଝୁରୁଛି ଗାଁ ମାଟି”
ବୀର ଯବାନ ଅନିରୁଦ୍ଧଙ୍କୁ ଝୁରୁଛି ଗାଁ ମାଟି । କାରଗିଲ ଯୁଦ୍ଧରେ ଶତୃକୁ ଦେଇଥିଲେ ମାତ୍ । ନାଗାଲାଣ୍ଡ ଦୀମାପୁରରେ ଦେଶ ପାଇଁ ଦେଇଥିଲେ ପ୍ରାଣବଳି ।
କନକ ବ୍ୟୁରୋ : କାର୍ଗିଲ ଯୁଦ୍ଧରେ ଲଢେଇ କରି ବୀରତ୍ୱ ଦେଖାଇଥିଲେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ସିଂହପୁର ଗାଁର ବୀର ଯବାନ ଅନିରୁଦ୍ଧ ବରାଳ । କାର୍ଗିଲରେ ବାହ୍ୟ ଶତ୍ରୁଙ୍କ ଆଗରେ ଦମ୍ ଦେଖାଇଥିଲେ । ହେଲେ ନାଗାଲାଣ୍ଡରେ ଗୃହଶତ୍ରୁଙ୍କ ସହ ଲଢେଇ ବେଳେ, ଦେଶପାଇଁ ଦେଲେ ପ୍ରାଣବଳୀ । ନାଗାଲାଣ୍ଡରେ ଆତଙ୍କବାଦୀଙ୍କ ସହ ଲଢେଇରେ ଯାଜପୁର ଜିଲ୍ଲାର ଲଢୁଆ ପୁଅ ଅନିରୁଦ୍ଧ ବରାଳ ସହିଦ ହୋଇଯାଇଥିଲେ । ହେଲେ ନାଗାଲାଣ୍ଡରେ ଯେଉଁ ବୀରତ୍ୱ ଦେଖାଇଥିଲେ,Continue reading “ବୀର ଯବାନ ଅନିରୁଦ୍ଧଙ୍କୁ ଝୁରୁଛି ଗାଁ ମାଟି । କାରଗିଲ ଯୁଦ୍ଧରେ ଶତୃକୁ ଦେଇଥିଲେ ମାତ୍ । ନାଗାଲାଣ୍ଡ ଦୀମାପୁରରେ ଦେଶ ପାଇଁ ଦେଇଥିଲେ ପ୍ରାଣବଳି ।”
ପ୍ରଥମ ଥର ପାଇଁ ବାୟୁସେନା ପରେଡରେ ମହିଳା ପାଇଲଟ ନେଲେ ନେତୃତ୍ୱ । ତେଜସ ବିମାନ, ରୋହିନି ରାଡାର୍ସ ପରେଡର ନେତୃତ୍ୱ ନେଲେ ଭାବନା କାନ୍ତ ।
କନକ ବ୍ୟୁରୋ : ପ୍ରଥମ ଥର ପାଇଁ ବାୟୁସେନା ପରେଡରେ ନେତୃତ୍ୱ ନେଲେ ମହିଳା ପାଇଲଟ । ଜଣେ ରାଜପଥରେ ଏବଂ ଅନ୍ୟ ଜଣେ ରାଜପଥ ଉପରେ । ତେଜସ ବିମାନ ଓ ରୋହିନି ରାଡାର୍ସର ନେତୃତ୍ୱ ନେଲେ ଫ୍ଲାଇଟ ଲେଫ୍ଟନାଂଟ ଭାବନା କାନ୍ତ । ସେହିପରି ଏମଆଇ-୧୭ ଭି-୫ ବିମାନ ଉଡାଇଲେ ଫ୍ଲାଇଟ ଲେଫ୍ଟନାଣ୍ଟ ସ୍ୱାତୀ ରାଠୋଡ । ଏହାସହ ଆର୍ମିର ଏକମାତ୍ର କମାଣ୍ଡର ଭାବେ ଗଣତନ୍ତ୍ର ଦିବସ ପରେଡରେ ସାମିଲ ହୋଇ ଶିଲକା ଆଣ୍ଟିContinue reading “ପ୍ରଥମ ଥର ପାଇଁ ବାୟୁସେନା ପରେଡରେ ମହିଳା ପାଇଲଟ ନେଲେ ନେତୃତ୍ୱ । ତେଜସ ବିମାନ, ରୋହିନି ରାଡାର୍ସ ପରେଡର ନେତୃତ୍ୱ ନେଲେ ଭାବନା କାନ୍ତ । “
ଲାଲକିଲ୍ଲା ଭିତରେ ଧସେଇ ପଶିଲେ ଆନ୍ଦୋଳନକାରୀ ଚାଷୀ । ଗମ୍ବୁଜ ଉପରେ ଉଠି ଉଡାଇଲେ ଶିଖ ପତାକା । ନିୟନ୍ତ୍ରଣ କରିବା ପାଇଁ ନାକେଦମ ହେଲା ପୁଲିସ ।
କନକ ବ୍ୟୁରୋ : ଦିଲ୍ଲୀ ଲାଲକିଲ୍ଲାରେ ଏମିତି ଦୃଶ୍ୟ ହୁଏତ ଆଗରୁ କେବେ ଦେଖିବାକୁ ମିଳିନଥିବ । ଅଗଷ୍ଟ ୧୫ରେ ଯେଉଁ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରନ୍ତି, ସେହିସ୍ଥାନକୁ ନିଜ ଅକ୍ତିଆରକୁ ନେଇ ଶିଖ ସମ୍ପ୍ରଦାୟର ଧାର୍ମିକ ପତାକା ଉଡାଇଥିଲେ ଆନ୍ଦୋଳନରତ ଚାଷୀ । କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଟ୍ରାକ୍ଟର ରାଲି କରୁଥିବା ଚାଷୀ ଲାଲକିଲ୍ଲାକୁ ଏକ ପ୍ରକାର କବଜାକୁ ନେଇଥିଲେ । ଆଉ ପତାକା ଉଡାଇଥିଲେ । ଦିଲ୍ଲୀ ପୋଲିସକୁ ଦେଇଥିବାContinue reading “ଲାଲକିଲ୍ଲା ଭିତରେ ଧସେଇ ପଶିଲେ ଆନ୍ଦୋଳନକାରୀ ଚାଷୀ । ଗମ୍ବୁଜ ଉପରେ ଉଠି ଉଡାଇଲେ ଶିଖ ପତାକା । ନିୟନ୍ତ୍ରଣ କରିବା ପାଇଁ ନାକେଦମ ହେଲା ପୁଲିସ ।”
ଚାଷୀ ଆନ୍ଦୋଳନ ବେଳେ ଦୋହଲିଗଲା ଦିଲ୍ଲୀ । ବେକାବୁ ହୋଇଗଲା ଟ୍ରାକ୍ଟର ରାଲି । ବ୍ୟାରିକେଡ ଭାଙ୍ଗିଲେ, ପୁଲିସ ସହ ଲଢିଲେ ଆନ୍ଦୋଳନକାରୀ
କନକ ବ୍ୟୁରୋ : ଦିଲ୍ଲୀରେ ଟ୍ରାକ୍ଟର ରାଲିକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ତାହା ହିଁ ଘଟିଲା । କଟକଣାକୁ ଖାତିର୍ ନକରି, ନିର୍ଦ୍ଧାରିତ ସୀମାକୁ ଅତିକ୍ରମ କରି, ଚାଷୀଙ୍କ ଟ୍ରାକ୍ଟର ପରେଡ୍ ଯେତେବେଳେ ଆଗକୁ ମାଡ଼ି ଚାଲୁଥିଲା, ଚାଷୀଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା ପୁଲିସ୍ । ଆଉ ସାମ୍ନାକୁ ଆସିଥିଲା ଖଣ୍ଡଯୁଦ୍ଧର ଚିତ୍ର । ରାସ୍ତା ଉପରେ ପୁଲିସ୍-ଚାଷୀଙ୍କ ମୁହାଁମୁହିଁର ଚିତ୍ର । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍ ମୃଦୁ ଲାଠି ଚାର୍ଚ୍ଚ କଲା,Continue reading “ଚାଷୀ ଆନ୍ଦୋଳନ ବେଳେ ଦୋହଲିଗଲା ଦିଲ୍ଲୀ । ବେକାବୁ ହୋଇଗଲା ଟ୍ରାକ୍ଟର ରାଲି । ବ୍ୟାରିକେଡ ଭାଙ୍ଗିଲେ, ପୁଲିସ ସହ ଲଢିଲେ ଆନ୍ଦୋଳନକାରୀ “
ଭାରତ ପାକ୍ ୱାଘା ଅଟାରୀ ସୀମାରେ ଗଣତନ୍ତ୍ର ଉତ୍ସବ । ବିଟିଂ ରିଟ୍ରିଟ୍ ଅବସରରେ ପରେଡ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ।
କନକ ବ୍ୟୁରୋ : ଭାରତ ପାକିସ୍ତାନ ୱାଘା ଅଟାରୀ ସୀମାରେ ଗଣତନ୍ତ୍ରର ସ୍ୱତନ୍ତ୍ର ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ବିଟିଂ ରିଟ୍ରିଟ୍ ବେଳେ ପରେଡ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ସାମିଲ ହୋଇଥିଲେ ଦର୍ଶକ । ଚଳିତ ବର୍ଷ ଗଣତନ୍ତ୍ର ଦିବସ ଅବସରରେ ପାକିସ୍ତାନ ସହ ମିଠା ଆଦାନ ପ୍ରଦାନ ହୋଇନାହିଁ । ତେବେ ବିଏସଏଫ ପକ୍ଷରୁ ଯବାନ ମାନଙ୍କୁ ମିଠା ବଂଟାଯାଇଥିଲା । ଏହାସହ ବିଟିଂ ଦ ରିଟ୍ରିଟ୍Continue reading “ଭାରତ ପାକ୍ ୱାଘା ଅଟାରୀ ସୀମାରେ ଗଣତନ୍ତ୍ର ଉତ୍ସବ । ବିଟିଂ ରିଟ୍ରିଟ୍ ଅବସରରେ ପରେଡ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ।”