ଦିଲ୍ଲୀ ଷ୍ଟାଇଲରେ ଆନ୍ଦୋଳନ । ସୁନ୍ଦରଗଡରେ ଏମସିଏଲର କୋଇଲା ପରିବହନ ବିରୋଧରେ ତାତିଛନ୍ତି ଲୋକେ

କନକ ବ୍ୟୁରୋ : ଦିଲ୍ଲୀ ଷ୍ଟାଇଲରେ ଆନ୍ଦୋଳନ । ସୁନ୍ଦରଗଡ ଟପରିଆରେ ଏମସିଏଲର କୋଇଲା ପରିବହନ ବିରୋଧରେ ତାତିଛନ୍ତି ଲୋକେ । ଗାଁ ମଝିରେ କୋଇଲା ପରିବହନକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ସହ ଜନଶକ୍ତି ବିକାଶ ପରିଷଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୮ ଦିନ ହେଲା ଏଠାରେ ୨୪ ଘଂଟିଆ ଦିବାରାତ୍ର ଆନ୍ଦୋଳନ ଚାଲିଛି । ସୁନ୍ଦରଗଡ ଟପରିଆରେ ଏମସିଏଲର କୋଇଲା ପରିବହନ ଲୋକଙ୍କ ପାଇଁ ଆଣିଛି କଷଣ । ଗାଁ ଭିତରେ ପରିବହନ ଯୋଗୁଁContinue reading “ଦିଲ୍ଲୀ ଷ୍ଟାଇଲରେ ଆନ୍ଦୋଳନ । ସୁନ୍ଦରଗଡରେ ଏମସିଏଲର କୋଇଲା ପରିବହନ ବିରୋଧରେ ତାତିଛନ୍ତି ଲୋକେ”

ରକ୍ତ ବରଫ ହୋଇଯିବା ଭଳି ଥଣ୍ଡାରେ ଗଣତନ୍ତ୍ର ଦିବସ ପାଳିଲେ ବୀର ଯବାନ । ମାଇନସ୍ ୨୫ ଡିଗ୍ରୀରେ ପତାକା ଉତୋଳନ, ବରଫ ହ୍ରଦରେ ବି ଫର ଫର ଉଡିଲା ତ୍ରିରଙ୍ଗା ।

କନକ ବ୍ୟୁରୋ : ମାଇନସ୍ ୨୫ ଡିଗ୍ରୀ ତାପମାତ୍ରାରେ ଯବାନ ପାଳିଲେ ଗଣତନ୍ତ୍ର ଦିବସ । ହିମାଳୟର ଲଦାଖ୍ ଅଂଚଳରେ ବୀର ଯବାନଙ୍କ ସାହସିକତାର ଝଲକ୍ । ବରଫପାତ ଓ ତାପମାତ୍ରା ମାଇନସ୍ ଡିଗ୍ରୀକୁ ଯିବା ସତ୍ୱେ ପତାକା ଉତୋଳନ କରିଛନ୍ତି ବୀର ଯବାନ । ଏହା ସହ ଲଦାଖରେ ମାଇନସ ଡିଗ୍ରୀ ତାପାମାତ୍ରା ଯୋଗୁଁ ବରଫ ପାଲଟିଥିବା ହ୍ରଦ ଉପରେ ପତାକା ଉଡାଇଛନ୍ତି ବୀର ଯବାନ । ଇଣ୍ଡୋ ତିବତ୍ ସୀମା ପୁଲିସ୍ ବା ଆଇଟିବିପିContinue reading “ରକ୍ତ ବରଫ ହୋଇଯିବା ଭଳି ଥଣ୍ଡାରେ ଗଣତନ୍ତ୍ର ଦିବସ ପାଳିଲେ ବୀର ଯବାନ । ମାଇନସ୍ ୨୫ ଡିଗ୍ରୀରେ ପତାକା ଉତୋଳନ, ବରଫ ହ୍ରଦରେ ବି ଫର ଫର ଉଡିଲା ତ୍ରିରଙ୍ଗା ।”

ଧୂଳିସାତ ହେଲା ହନୁମାନ ପଇସା ବିକ୍ରି କରି କୋଟିପତି ହେବାର ସ୍ୱପ୍ନ । ବ୍ରହ୍ମପୁରରୁ ଗିରଫ ହେଲେ ୭ ଜଣ

କନକ ବ୍ୟୁରୋ : ହନୁମାନ ଚିତ୍ର ଥିବା ପୁରୁଣା ମୁଦ୍ରା ବିକ୍ରି କରି କୋଟିପତି ହେବାର ସ୍ବପ୍ନ ଧୂଳିସାତ୍‌ ହୋଇଛି। ବ୍ରହ୍ମପୁରସ୍ଥିତ ବଡ଼ବଜାର ଅଂଚଳରେ ହନୁମାନ ମୁଦ୍ରା ବିକ୍ରି ପାଇଁ ଯୋଜନା ଚାଲିଥିବା ବେଳେ ପୁଲିସ ଅତର୍କିତ ଭାବେ ଚଢ଼ାଉ କରିଛି। ଫଳରେ ୭ ଅଭିଯୁକ୍ତଙ୍କ ଯୋଜନା ପଣ୍ଡ ହୋଇଛି। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସମ୍ବଲପୁର କ୍ଷେତରାଜପୁର ଥାନା ଅଂଚଳର ପ୍ରଦୀପ ମହାପାତ୍ର, ସୁରେଶ ମେହେର, ସାସନ ଥାନା ଅଂଚଳର ଅନିଲContinue reading “ଧୂଳିସାତ ହେଲା ହନୁମାନ ପଇସା ବିକ୍ରି କରି କୋଟିପତି ହେବାର ସ୍ୱପ୍ନ । ବ୍ରହ୍ମପୁରରୁ ଗିରଫ ହେଲେ ୭ ଜଣ”

ଭିନ୍ନକ୍ଷମ ମାଗୁଛି ନ୍ୟାୟ, କୁଆଡେ ଗଲା ଅଭିଯୁକ୍ତ ? ଦିବ୍ୟାଙ୍ଗ ଯୁବତୀଙ୍କୁ ନିର୍ଯାତନା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାକୁ ଖୋଜୁଛି ପୁଲିସ୍, ହେଲେ ପାଉନି ଟେର୍

କନକ ବ୍ୟୁରୋ : ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଦୁଇ ମାସ ତଳୁ ଅଭିଯୋଗ ହୋଇଥିଲେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାକୁ ଏପର୍ଯ୍ୟନ୍ତ ଧରିପାରିନି ପୋଲିସ । ଅଭିଯୋଗ ସତ୍ୱେ ସୁରେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଫେରାର ହେବାରେ ସକ୍ଷମ ହୋଇଛି ସୁରେଶ । ଅନ୍ୟପଟେ ପ୍ରଶାସନର କାର୍ଯ୍ୟକୁ ଉଠିଛି ପ୍ରଶ୍ନ । ଭୁବନେଶ୍ୱର ପଳାସପଲ୍ଲୀରେ ଥିବା ନିଖିଳ ଉକ୍ରଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକContinue reading “ଭିନ୍ନକ୍ଷମ ମାଗୁଛି ନ୍ୟାୟ, କୁଆଡେ ଗଲା ଅଭିଯୁକ୍ତ ? ଦିବ୍ୟାଙ୍ଗ ଯୁବତୀଙ୍କୁ ନିର୍ଯାତନା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାକୁ ଖୋଜୁଛି ପୁଲିସ୍, ହେଲେ ପାଉନି ଟେର୍”

ଓଡିଶାର ଗୌରବ ବଢାଇଲେ ଅଖ୍ୟାତପଲ୍ଲୀର ପୂର୍ଣ୍ଣମାସି ଜାନି । ଗଛମୂଳେ ପାଠ ପଢାଇ ପଦ୍ମ ପୁରସ୍କାର ପାଇଲେ ନନ୍ଦ ସାର୍ । 

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହୋଇଛି ପଦ୍ମ ପୁରସ୍କାର । ଚଳିତ ବର୍ଷ ମୋଟ ୧୧୯ଜଣଙ୍କୁ ମିଳିବ ଏହି ସମ୍ମାନ । ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଓ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ । ସେମାନଙ୍କ ମଧ୍ୟରୁ ଓଡିଶାରୁ ୬ଜଣ ସମ୍ମାନିତ ହେବେ । ଓଡିଶାରୁ ୬ଜଣ ସମ୍ମାନିତ ହେବେ ପଦ୍ମ ପୁରସ୍କାରରେ । କଳା କ୍ଷେତ୍ରରେ ଓଡିଶାର ସୁଦର୍ଶନ ସାହୁ ପାଇବେContinue reading “ଓଡିଶାର ଗୌରବ ବଢାଇଲେ ଅଖ୍ୟାତପଲ୍ଲୀର ପୂର୍ଣ୍ଣମାସି ଜାନି । ଗଛମୂଳେ ପାଠ ପଢାଇ ପଦ୍ମ ପୁରସ୍କାର ପାଇଲେ ନନ୍ଦ ସାର୍ । “

୭୨ତମ ସାଧାରଣତନ୍ତ୍ର ଦିବସରେ ଶକ୍ତି ଦେଖାଇଲା ଭାରତ । ଦିଲ୍ଲୀ ଆକାଶରେ ଗର୍ଜନ କରି ଉଡିଲା ରାଫେଲ ।

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ଭାରତ ଦେଖାଇଛି ଶକ୍ତି ପ୍ରଦର୍ଶନ । ଅତ୍ୟାଧୁନିକ ହତିଆର, ମିସାଇଲ, ଲଢୁଆ ବିମାନ ସହ ସେନାର ଆକର୍ଷଣୀୟ ପ୍ରଦର୍ଶନ ବିଶ୍ୱକୁ ଦେଇଛି ଦୃଢତାର ବର୍ତ୍ତା । ଦିଲ୍ଲୀ ରାଜପଥରେ ରାଫେଲ, ବ୍ରହ୍ମୋସ ଓ ଅନ୍ୟ ମିସାଇଲ ପ୍ରଦର୍ଶନ ନିଶ୍ଚିତ ଭାବେ ନାଲିଆଖି ଦେଖାଇବା ପୂର୍ବରୁ ଶତ୍ରୁ ଦେଶକୁ ବାରମ୍ବାର ଚିନ୍ତା କରିବାକୁ ପଡିବ । ୭୨ ତମ ସାଧାରଣତନ୍ତ୍ର ଦିବସରେ ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର ଭାରତ ଆଜି ତାରContinue reading “୭୨ତମ ସାଧାରଣତନ୍ତ୍ର ଦିବସରେ ଶକ୍ତି ଦେଖାଇଲା ଭାରତ । ଦିଲ୍ଲୀ ଆକାଶରେ ଗର୍ଜନ କରି ଉଡିଲା ରାଫେଲ ।”

ରେଡ଼ିଓ ଚକଲେଟ ପକ୍ଷରୁ କାଇଟ ଫେଷ୍ଟିଭାଲ କାର୍ଯ୍ୟକ୍ରମ ଆୟୋଜିତ । କାଇଟ ଫେଷ୍ଟିଭାଲକୁ ଅନ୍ତର୍ଜାତୀୟ ସ୍ତରର କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ

କନକ ବ୍ୟୁରୋ : ରେଡ଼ିଓ ଚକଲେଟ ୧୦୪ FM ପକ୍ଷରୁ ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ କାଇଟ ଫେଷ୍ଟିଭାଲ ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଖଣ୍ଡପଡା ବିଧାୟକ ତଥା ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ବାଲିଯାତ୍ରା କମିଟି ନିର୍ଦେଶକ ଜୀବନ କୁମାର ଗଡୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ବାଦ ଗ୍ରୁପ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଏହି କାର୍ୟ୍ୟକ୍ରମରେ ଯୋଗContinue reading “ରେଡ଼ିଓ ଚକଲେଟ ପକ୍ଷରୁ କାଇଟ ଫେଷ୍ଟିଭାଲ କାର୍ଯ୍ୟକ୍ରମ ଆୟୋଜିତ । କାଇଟ ଫେଷ୍ଟିଭାଲକୁ ଅନ୍ତର୍ଜାତୀୟ ସ୍ତରର କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ”

ଚାଇନା ଟିକା : ଯେଉଁ ଦେଶ ନେଇଛି ସିଏ ପସ୍ତେଇଛି, ଭାରତ ପାଖରୁ ଟିକା କିଣିବାକୁ ଆଗ୍ରହ ଦେଖାଇଲେ ଅନେକ ଦେଶ ।

କନକ ବ୍ୟୁରୋ : କରୋନା ଭୁତାଣୁ ଚୀନରୁ ବାହାରି ସମଗ୍ର ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଚୀନ ଆଗୁଆ ଟିକା ବାହାର କରି ଓ କେତେକ ଦେଶକୁ ଯୋଗାଣ କରି ନିଜର ପାରିବାପଣିଆ ପ୍ରମାଣିତ କରିବାକୁ ବସିଥିଲା । ତେବେ ଚୀନର ଯୋଜନା ଫସର ଫାଟିଯାଇଛି । କାରଣ ଯିଏ ଚୀନଠାରୁ ଏହି ଟିକା କିଣିଛି ସେ ପସ୍ତାଇଛି । ଚୀନ ଦ୍ୱାରା ପ୍ରସ୍ତୁତ ସିନୋଭାକ ଟିକା କିଣିଥିବା ତୁର୍କୀ ଓ ବ୍ରାଜିଲ ଅଭିଯୋଗ କରିଛନ୍ତିContinue reading “ଚାଇନା ଟିକା : ଯେଉଁ ଦେଶ ନେଇଛି ସିଏ ପସ୍ତେଇଛି, ଭାରତ ପାଖରୁ ଟିକା କିଣିବାକୁ ଆଗ୍ରହ ଦେଖାଇଲେ ଅନେକ ଦେଶ ।”

କୋଭିଡ କଟକଣାରେ ଆରମ୍ଭ ହେଲା ଆଦିବାସୀ ମେଳା । ଭର୍ଚୁଆଲରେ ବି ଦେଖିପାରିବେ ମେଳା । ଜାଣନ୍ତୁ କେମିତି କରିବେ ପଞ୍ଜିକରଣ ?

କନକ ବ୍ୟୁରୋ : କୋଭିଡ କଟକଣା ମଧ୍ୟରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆଦିବାସୀ ମେଳା । ଏହି ମେଳା ଜାନୁଆରି ୨୬ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୯ ତାରିଖ ଯାଏଁ ଚାଲିବ । ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଲୋକମାନେ ଆଦିବାସୀ ମେଳା ବୁଲି ପାରିବେ । ଜନଜାତିଙ୍କ ଉତ୍ପାଦିତ ସାମଗ୍ରୀ ତଥା ଲଭୁ ବନଜାତ ସାମଗ୍ରୀକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିକ୍ରୟର ବ୍ୟବସ୍ଥା କରାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀମାନେ ୨୨ଟି ଆଇଟିଡିଏContinue reading “କୋଭିଡ କଟକଣାରେ ଆରମ୍ଭ ହେଲା ଆଦିବାସୀ ମେଳା । ଭର୍ଚୁଆଲରେ ବି ଦେଖିପାରିବେ ମେଳା । ଜାଣନ୍ତୁ କେମିତି କରିବେ ପଞ୍ଜିକରଣ ?”

ଚାଷୀ-ପୋଲିସ ସଂଘର୍ଷ ପରେ ବନ୍ଦ ହେଲା ଇଣ୍ଟରନେଟ୍ ସେବା । ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଇଣ୍ଟରନେଟ୍ ସେବା ସାମୟିକ ଭାବେ ବନ୍ଦ ହୋଇଛି ।

କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀରେ ଚାଷୀ ଟ୍ରାକ୍ଟର ରାଲିରେ ହିଂସା ଘଟିବା ପରେ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଏହି ଅଞ୍ଚଳଗୁଡ଼ିକ ମଧ୍ୟରେ ସିଙ୍ଗୁ ସୀମା, ଟିକରି ସୀମା, ଗାଜିପୁର ସୀମା, ମୁବାରକା ଚୌକ ଏବଂ ନାଙ୍ଗଲୋଇ ଆଦି ରହିଛି । ଏସବୁ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ସାମୟିକ ଭାବେ ବନ୍ଦ କରାଯାଇଛି । ସରକାରଙ୍କ ଦ୍ୱାରା ଜାରି ଏହି ନିର୍ଦ୍ଦେଶ ଅନୁଯାୟୀ, ମଙ୍ଗଳବାର ରାତି ୧୨ଟା ପର୍ଯ୍ୟନ୍ତContinue reading “ଚାଷୀ-ପୋଲିସ ସଂଘର୍ଷ ପରେ ବନ୍ଦ ହେଲା ଇଣ୍ଟରନେଟ୍ ସେବା । ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଇଣ୍ଟରନେଟ୍ ସେବା ସାମୟିକ ଭାବେ ବନ୍ଦ ହୋଇଛି ।”

Design a site like this with WordPress.com
Get started