କନ୍ଧମାଳର କଦଳୀଚାଷୀ ହରିଶ୍ଚନ୍ଦ୍ର । ଅଢେଇ ଏକର ଜମିରେ ଜୈବିକ ପଦ୍ଧତିରେ କରୁଛନ୍ତି ଚାଷ । ଲାଭଜନକ ଫସଲରୁ ପାଉଛନ୍ତି ଲାଭ ।  

କନକ ବ୍ୟୁରୋ : କଦଳୀ ଏକ ଲାଭ ଜନକ ଫସଲ । ଏହା ପ୍ରମାଣ କରି ଦେଖାଇଛନ୍ତି କନ୍ଧମାଳ ଫୁଲବାଣୀ ବ୍ଲକ ବୁଡାଦାନି ଗାଁର ହରିଶ୍ଚନ୍ଦ୍ର ଦେହୁରୀ । ସରକାରଙ୍କ ଠାରୁ  ଋଣ ଆଣି ଅଢେଇ ଏକର ଜମିରେ ଜୈବିକ ପଦ୍ଧତି କଦଳୀ ଚାଷ କରିଛନ୍ତି । ଆଉ ଏହାଦ୍ୱାରା ନିଜେ ରୋଜଗାର କ୍ଷମ ହେବା ସହ ପୁଅକୁ ମଧ୍ୟ ସଫଳ କଦଳୀ ଚଷୀ ଭାବେ ଗଢି ପାରିଛନ୍ତି ହରିଶ୍ଚନ୍ଦ୍ର  । ପରିଚୟ ଦେଇଛି କଦଳୀ ଚାଷContinue reading “କନ୍ଧମାଳର କଦଳୀଚାଷୀ ହରିଶ୍ଚନ୍ଦ୍ର । ଅଢେଇ ଏକର ଜମିରେ ଜୈବିକ ପଦ୍ଧତିରେ କରୁଛନ୍ତି ଚାଷ । ଲାଭଜନକ ଫସଲରୁ ପାଉଛନ୍ତି ଲାଭ ।  “

ଆରାମ ନେବା ସମୟରେ ପରିଶ୍ରମ କରି ସଫଳତା ପାଇଛନ୍ତି ମାର୍ଶାଘାଇର ପଦନ ଲେଙ୍କା । ସମବାୟ ସମିତିରୁ ଋଣ ନେଇ ତିନି ଏକର ଜମିରେ କରୁଛନ୍ତି ସମନ୍ୱିତ କୃଷି ।   

କନକ ବ୍ୟୁରୋ : ପ୍ରାଥମିକ କୃଷି ସମବାୟ ସମିତିରୁ ରୁଣ ନେଇ ଆରମ୍ଭ କରିଥିଲେ ଚାଷ ଆଉ ସେଇ ଚାଷ ଆଜି ତାଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ ଏବଂ ରୋଜଗାର  । ନିଜେ ଭଲ ଦୁଇ ପଇସା ରୋଜଗାର କରିବା ସହିତ ସ୍ଥାନିୟ ଅଂଚଳରେ ଜଣେ ସଫଳ ଏବଂ ପ୍ରତିଷ୍ଠିତ ଚାଷି ଭାପରେ ସୁନାମ ଅର୍ଜନ କରିଛନ୍ତି  । ଏହି ଚାଷ କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଛନ୍ତି ପରିବାରର ସଦସ୍ୟ ଏବଂ ଦୁଇ ପୁଅ ଏବଂContinue reading “ଆରାମ ନେବା ସମୟରେ ପରିଶ୍ରମ କରି ସଫଳତା ପାଇଛନ୍ତି ମାର୍ଶାଘାଇର ପଦନ ଲେଙ୍କା । ସମବାୟ ସମିତିରୁ ଋଣ ନେଇ ତିନି ଏକର ଜମିରେ କରୁଛନ୍ତି ସମନ୍ୱିତ କୃଷି ।   “

ପୁଣି ଆରମ୍ଭ ହେଲା ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ଛାନଭିନ । ଅଧିକ ଖୋଳତାଡ ପାଇଁ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁଙ୍କୁ ଟ୍ରାଂଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଲା ସିବିଆଇ

କନକ ବ୍ୟୁରୋ : ଦେଶରେ ସବୁଠାରୁ ବଡ ଚିଟଫଣ୍ଡ ଦୁର୍ନୀତି କରିଥିବା ରୋଜଭ୍ୟାଲି ସଂସ୍ଥା ବାବଦରେ ପୁଣି ଖୋଳତାଡ ଆରମ୍ଭ କରିଛି ସିବିଆଇ । ରୋଜଭ୍ୟାଲି ଗ୍ରୁପର ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିବାର ଦିନକ ପରେ ଭୁବନେଶ୍ୱର ଆଣିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଶୁକ୍ରବାର ତାଙ୍କୁ ଗିରଫ କରିବା ପରେ କୋଲକାତାର ଏକ କୋର୍ଟରେ ହାଜର କରି ଟ୍ରାଞ୍ଜିଟ ରିମାଣ୍ଡରେ ଆଣାଯାଇଛି । ଅଧିକ ଲାଭର ଲୋଭ ଦେଖାଇ ଜମାକାରୀଙ୍କଠାରୁContinue reading “ପୁଣି ଆରମ୍ଭ ହେଲା ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ଛାନଭିନ । ଅଧିକ ଖୋଳତାଡ ପାଇଁ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁଙ୍କୁ ଟ୍ରାଂଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଲା ସିବିଆଇ”

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା । କରୋନା ଟିକା ନେବା ପରେ ୫୧ ଜଣଙ୍କ ନିକଟରେ ଦେଖାଦେଇଛି ପାଶ୍ୱର୍ ପ୍ରତିକ୍ରିୟା । 

କନକ ବ୍ୟୁରୋ : ଗତକାଲିଠାରୁ ସାରା ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ କୋଭିଡ୍‌-୧୯ ଟିକାକରଣ ଅଭିଯାନର ଶୁଭାରମ୍ଭ କରିବା ପରେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶବ୍ୟାପୀ ଟିକା ଦାନ ଆରମ୍ଭ ହୋଇଥିଲା। ଏହି ଟିକା ନିରାପଦ ବୋଲି ବୈଜ୍ଞାନିକ ଏବଂ ଡାକ୍ତରମାନେ କହିଥିବା ବେଳେ ଟିକା ନେବା ପରେ ପରେ ୫୧ଜଣଙ୍କ ପାଖରେ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇଥିବା କହିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ତାଙ୍କ କହିବା ମୁତାବକ,  ପ୍ରଥମContinue reading “ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା । କରୋନା ଟିକା ନେବା ପରେ ୫୧ ଜଣଙ୍କ ନିକଟରେ ଦେଖାଦେଇଛି ପାଶ୍ୱର୍ ପ୍ରତିକ୍ରିୟା । “

ସମସ୍ୟା ଦେଖାଇଲା ସମାଧାନର ବାଟ । ୟୁଟ୍ୟୁବରୁ ଶିଖି ବାସି ଫୁଲରୁ ଧୂପକାଠି ତିଆରି କଲେ କଲେଜ ଛାତ୍ର । ଗଞ୍ଜାମର ଶିବଙ୍କୁ ଭୁରିଭୁରି ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।

କନକ ବ୍ୟୁରୋ: ସମସ୍ୟା ଭିତରେ ସମାଧାନର ବାଟ ଖୋଜି ଜଣେ ଛାତ୍ର କେମିତି ପାଇଛନ୍ତି ସଫଳତା, ଏହି କାହାଣୀକୁ ବର୍ଣ୍ଣନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବାଦର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ଏହି କଥା ସେ କହିବା ପରେ ଚର୍ଚ୍ଚାକୁ ଆସିଛନ୍ତି ହିଂଜିଳିର ଅଖ୍ୟାତ ଗାଁର ଜଣେ କଲେଜ ଛାତ୍ର ଶିବ ପାତ୍ର । ୟୁଟ୍ୟୁବରୁ ଧୂପକାଠି ତିଆରି ଶିଖିବା ସହ ସେ ଆଜି ବ୍ୟବସାୟରେ ପାଇଛନ୍ତି ସଫଳତା । ସମ୍ବାଦର ଆୟୋଜିତ ‘ବ୍ରାଣ୍ଡସContinue reading “ସମସ୍ୟା ଦେଖାଇଲା ସମାଧାନର ବାଟ । ୟୁଟ୍ୟୁବରୁ ଶିଖି ବାସି ଫୁଲରୁ ଧୂପକାଠି ତିଆରି କଲେ କଲେଜ ଛାତ୍ର । ଗଞ୍ଜାମର ଶିବଙ୍କୁ ଭୁରିଭୁରି ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।”

ଚାଷୀଙ୍କ ପାଖରେ ଅଛି ଟୋକନ । ହେଲେ ଟାର୍ଗେଟ ପୂରଣ କହି ମଣ୍ଡି ବନ୍ଦ ପାଇଁ ପ୍ରଶାସନର ନିଷ୍ପତି । ପ୍ରତିବାଦରେ କାଲିମେଳାରେ ରାସ୍ତାରୋକ । 

କନକ ବ୍ୟୁରୋ : ଚାଷୀଙ୍କ ପାଖରେ ଟୋକନ୍ ଅଛି, ଧାନ କିଣା ହୋଇନି । ହେଲେ ମଣ୍ଡି ବନ୍ଦ ହୋଇଯାଇଛି । ମାଲକାନଗିରି କାଲିମେଳା ଅଂଚଳର ପ୍ରାୟ ୫୦ ପ୍ରତିଶତ ଚାଷୀ, ଟୋକନ୍ ଥିବା ସତ୍ୱେ ଧାନ ବିକ୍ରି କରିପାରିନଥିବା ଅଭିଯୋଗ କରିଛନ୍ତି । ଗତ ନଭେମ୍ବର ୩୦ ତାରିଖରୁ କାଲିମେଳା ଅଂଚଳରେ ଆରମ୍ଭ ହୋଇଥିବା ଧାନ ସଂଗ୍ରହ ଅଭିଯୋଗ ଆଜିଠାରୁ ବନ୍ଦ ରହିଛି । କିନ୍ତୁ ବିଭିନ୍ନ ମଣ୍ଡି ଓ ଚାଷୀଙ୍କ ଘରେ ବିପୁଳ ପରିମାଣରେContinue reading “ଚାଷୀଙ୍କ ପାଖରେ ଅଛି ଟୋକନ । ହେଲେ ଟାର୍ଗେଟ ପୂରଣ କହି ମଣ୍ଡି ବନ୍ଦ ପାଇଁ ପ୍ରଶାସନର ନିଷ୍ପତି । ପ୍ରତିବାଦରେ କାଲିମେଳାରେ ରାସ୍ତାରୋକ । “

ବୌଦ୍ଧରୁ ଆସିଲା ଚୋରିର ନିଆରା କାହାଣୀ । ଘରେ ପଶି ବନ୍ଧୁକ ଦେଖାଇ ଲୁଟିଲେ, ୮ ଲକ୍ଷ ଟଙ୍କାର ଅଳଙ୍କାର ଲୁଟିବା ପରେ ଛାଡିଦେଲେ ସୁନା ଚୁଡ଼ି

କନକ ବ୍ୟୁରୋ : ଲୁଟେରା ଆସିଲେ ଲୁଚ କଲେ ହେଲେ ଛାଡିଗଲେ ମହିଳାଙ୍କ ସୁନାର ସଂଖା । ଏହି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଦେଉଳି ଗାଁରେ । ଲୁଟେରାମାନେ ରାତିଅଧିଆ ଘରେ ପଶିଥିଲେ । ଦୁଇଟି ତାଲା ଭାଙ୍ଗିବା ପରେ ଶୋଇବା ଘରେ ପଶି ଘରର ମାଲିକ ଏବଂ ତାଙ୍କ ପତ୍ନୀଙ୍କ ବେକରେ କାତି ରଖି ସୁନାଗହଣା ଲୁଟ କରିଥିଲେ । ପ୍ରାୟ ସାଢେ ୮ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟContinue reading “ବୌଦ୍ଧରୁ ଆସିଲା ଚୋରିର ନିଆରା କାହାଣୀ । ଘରେ ପଶି ବନ୍ଧୁକ ଦେଖାଇ ଲୁଟିଲେ, ୮ ଲକ୍ଷ ଟଙ୍କାର ଅଳଙ୍କାର ଲୁଟିବା ପରେ ଛାଡିଦେଲେ ସୁନା ଚୁଡ଼ି”

ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ବଲିଉଡ ଷ୍ଟାର ଅକ୍ଷୟ କୁମାର ଦେଲେ ଦାନ  । ରାମସେତୁର କାହାଣୀ କହି ଲୋକଙ୍କୁ ଅଭିଯାନରେ ସାମିଲ ହେବାକୁ କଲେ ଅପିଲ ।

କନକ ବ୍ୟୁରୋ : ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ନିର୍ମାଣ ପାଇଁ ଧନସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଯେଉଁ ଅଭିଯାନରେ ସାମିଲ ହେବା ସହ ଲୋକେ ନିଜ କ୍ଷମତା ଅନୁସାରେ ଦାନ କରୁଛନ୍ତି । ଆଉ ଏହି ତାଲିକାରେ ଯୋଡି ହୋଇଛନ୍ତି ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର । ରାମ ମନ୍ଦିର ନିର୍ମାଣ ପାଇଁ ଅର୍ଥ ଦାନ କରିବା ସହ ଭିଡ଼ିଓ ଜାରି କରି ସମସ୍ତଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଅପିଲ କରିଛନ୍ତିContinue reading “ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ବଲିଉଡ ଷ୍ଟାର ଅକ୍ଷୟ କୁମାର ଦେଲେ ଦାନ  । ରାମସେତୁର କାହାଣୀ କହି ଲୋକଙ୍କୁ ଅଭିଯାନରେ ସାମିଲ ହେବାକୁ କଲେ ଅପିଲ ।”

୨୧ରୁ ଜଗା ଦର୍ଶନ ପାଇଁ ନୂଆ ଏସଓପି ଜାରି କଲା ପ୍ରଶାସନ । ବାଧ୍ୟତାମୂଳକ ହେବ ନାହିଁ କୋଭିଡ଼ ନେଗେଟିଭ ରିପୋର୍ଟ 

କନକ ବ୍ୟୁରୋ : ଏଣିକି ସହଜ ହୋଇଯିବ ଜଗା ଦର୍ଶନ । ପୁରୀ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଆସନ୍ତା ୨୧ ତାରିଖରୁ ଏସଓପି ଆଧାରରେ ହେବ ଜଗନ୍ନାଥଙ୍କ ଦର୍ଶନ । ବଡ କଥା ହେଲା ଶ୍ରୀମନ୍ଦିର ପ୍ରବେଶ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ନୁହେଁ । ପ୍ରତିଦିନ ୩୦ ହଜାର ଭକ୍ତ ଦର୍ଶନ କରିବା ନେଇ ବ୍ୟବସ୍ଥା ହୋଇଛି । ପୁରୀର ସ୍ଥାନୀୟ ବାସିନ୍ଦା ସକାଳ ୬ଟାରୁ ୭ଟା ମଧ୍ୟରେ ସିଂହଦ୍ୱାରା ଦେଇ ଦର୍ଶନ କରିପାରିବେContinue reading “୨୧ରୁ ଜଗା ଦର୍ଶନ ପାଇଁ ନୂଆ ଏସଓପି ଜାରି କଲା ପ୍ରଶାସନ । ବାଧ୍ୟତାମୂଳକ ହେବ ନାହିଁ କୋଭିଡ଼ ନେଗେଟିଭ ରିପୋର୍ଟ “

ଟିକାକରଣ ନେଇ ଆସିଲା ଉତ୍ସାହଜନକ ଖବର । ଟିକା ନେଇଥିବା ବ୍ୟକ୍ତି କହିଲେ, ଅଛନ୍ତି ସୁସ୍ଥ, ଅନୁଭବ କରୁନାହାନ୍ତି ପାଶ୍ୱର୍ ପ୍ରତିକ୍ରିୟା । 

କନକ ବ୍ୟୁରୋ : କରୋନା ଟିକା ନେଇ ଯେତିକି ବ୍ୟାକୁଳତାର ସହ ଲୋକେ ଅପେକ୍ଷା କରିଥିଲେ, ମନରେ ରହିଥିଲା ସେତିକି ଆଶଙ୍କା । ତେବେ ପ୍ରଥମ ଦିନର ଟିକାକରଣ ଅନେକ ଆଶ୍ୱସ୍ତି ଆଣିଦେଇଛି । ଟିକା ନେଇଥିବା ବ୍ୟକ୍ତି କହିଛନ୍ତି, ସେମାନଙ୍କ ଦେହରେ ବିଶେଷ କିଛି ପ୍ରାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇନି । ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କହିଛନ୍ତି, ଢେଙ୍କାନାଳ, ସାଲେପୁର ଓ ରାୟଗଡ଼ାରେ କିଛି ବ୍ୟକ୍ତିଙ୍କ ମଧ୍ୟରେ ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇଥିଲା ।Continue reading “ଟିକାକରଣ ନେଇ ଆସିଲା ଉତ୍ସାହଜନକ ଖବର । ଟିକା ନେଇଥିବା ବ୍ୟକ୍ତି କହିଲେ, ଅଛନ୍ତି ସୁସ୍ଥ, ଅନୁଭବ କରୁନାହାନ୍ତି ପାଶ୍ୱର୍ ପ୍ରତିକ୍ରିୟା । “

Design a site like this with WordPress.com
Get started