ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣା: ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

କନକ ବ୍ୟୁରୋ: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣା । ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ଅଭିଯୁକ୍ତ ସଂଜୟ ମହାନ୍ତିଙ୍କୁୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ଅନ୍ୟ ଅଭିଯୁକ୍ତଙ୍କୁୁ ଧରିବାକୁ ଟାଉନ ଥାନା ପୁଲିସ ତନାଘନା ଚଳାଇଛି । କେନ୍ଦୁଝର ଟାଉନ ଥାନା ପୁଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସୂଚନା ମୁତାବକ, ଗତକାଲି କେନ୍ଦୁଝର ଟାଉନ ଥାନା ଅଂଚଳର କାଶିପୁରରେ ପିସିସି ସଭାପତିContinue reading “ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣା: ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ”

ଆରମ୍ଭ ହେଲା ଦାମୋଦର ଘାଟ୍: ସାନ୍ତାଳୀ ସମ୍ପ୍ରଦାୟର ମହାପର୍ବ ଦାମୋଦର ମେଳା ଆରମ୍ଭ; ଚଳଚଞ୍ଚଳ ଜରାଳି ଓ ସରାଳି ନଦୀର ସଙ୍ଗମସ୍ଥଳ ତ୍ରୀବେଣୀ ଘାଟ

କନକ ବ୍ୟୁରୋ: ଆରମ୍ଭ ହୋଇଛି ଆଦିବାସୀ ତଥା ସାନ୍ତାଳୀ ସମ୍ପ୍ରଦାୟର ମହା ପର୍ବ ଦାମୋଦର ମେଳା ବା ଦାମୋଦର ଘାଟ୍ । ବାରିପଦା ସହରର ସୁନାମୁହିଁ ଘାଟ ବା ବୁଢାବଳଙ୍ଗ, ଜରାଳି ଓ ସରାଳି ନଦୀର ସଂଗମସ୍ଥଳ ତ୍ରୀବେଣୀ ଘାଟ ଏବେ ଚଳଚଂଚଳ ହୋଇଉଠିଛି । କରୋନା ସତ୍ୱେ ସାମୁହିକ ଅସ୍ଥି ବିସର୍ଜନ ପାଇଁ ଝାଡଖଣ୍ଡ, ପଶ୍ଚିମବଙ୍ଗ ସମେତ ଓଡିଶାର ବିଭିନ୍ନ ପ୍ରାନ୍ତରରୁ ସାନ୍ତାଳ ସମ୍ପ୍ରଦାୟର ଶହ ଶହ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି ଏହି ଦାମୋଦରContinue reading “ଆରମ୍ଭ ହେଲା ଦାମୋଦର ଘାଟ୍: ସାନ୍ତାଳୀ ସମ୍ପ୍ରଦାୟର ମହାପର୍ବ ଦାମୋଦର ମେଳା ଆରମ୍ଭ; ଚଳଚଞ୍ଚଳ ଜରାଳି ଓ ସରାଳି ନଦୀର ସଙ୍ଗମସ୍ଥଳ ତ୍ରୀବେଣୀ ଘାଟ”

ବ୍ରହ୍ମପୁର ଉପକଣ୍ଠ ଗୁମୁଲାରେ ଚାଲିଥିଲା ସୌନ୍ଦର୍ଯ୍ୟକରଣ କାମ : ଜେସିବିରୁ ଉଦ୍ଧାର ହେଲା ୧୧ ଫୁଟ ଲମ୍ବର ଅଜଗର; ସ୍ନେକ ହେଲପ ଲାଇନ ସହାୟତାରେ ହେଲା ଉଦ୍ଧାର

କନକ ବ୍ୟୁରୋ : ଜେସିବି ଇଂଜିନ ଭିତରେ ୧୧ ଫୁଟର ଅଜଗର । ବିରାଟକାୟ ଅଜଗରକୁ ଉଦ୍ଧାର କଲା ସ୍ନେକ ହେଲଫ ଲାଇନ । ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀ ଗୁମୁଲା ଗାଁ ନିକଟରୁ ୨ଟି ଅଜଗର ସାପକୁ ଉଦ୍ଧାର ହୋଇଛି । ନୂଆବନ୍ଧର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବା ବେଳେ ଜେସିବି ମେସିନ ଦ୍ୱାରା ପାଣି ବାହାର କରିବାକୁ ନାଳ ଖୋଳା ଯାଉଥିଲା । ନାଳ ଖୋଳିବା ସମୟରେ ଗୋଟିଏ ବଡ ପାଇପ ମଧ୍ୟରୁ ୨ଟି ଅଜଗରContinue reading “ବ୍ରହ୍ମପୁର ଉପକଣ୍ଠ ଗୁମୁଲାରେ ଚାଲିଥିଲା ସୌନ୍ଦର୍ଯ୍ୟକରଣ କାମ : ଜେସିବିରୁ ଉଦ୍ଧାର ହେଲା ୧୧ ଫୁଟ ଲମ୍ବର ଅଜଗର; ସ୍ନେକ ହେଲପ ଲାଇନ ସହାୟତାରେ ହେଲା ଉଦ୍ଧାର”

କୋଭିଡ କଟକଣା ଭିତରେ ଆଜି ଖୋଲିଲା ଘଟଗାଁ ତାରିଣୀ ମନ୍ଦିର: ଦର୍ଶନ ପାଇଁ ମାସ୍କ ପିନ୍ଧିବା, ସାନିଟାଇଜ ବାଧ୍ୟତାମୂଳକ; ମନ୍ଦିର ଭିତରକୁ ଭୋଗ, ଧୂପ, ଦୀପ ଓ ପୁଷ୍ପ ନେବା ମନା

କନକ ବ୍ୟୁରୋ: କୋଭିଡ କଟକଣା ଭିତରେ ଖୋଲିଲା ଘଟଗାଁ ତାରିଣୀ ମନ୍ଦିର । କଟକଣା ସହ ମାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କରୋନା କଟକଣା ପରଠାରୁ ବନ୍ଦ ରହିଥିବା ରାଜ୍ୟର ପ୍ରାୟ ସମସ୍ତ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲି ସାରିଥିବା ବେଳେ ଆଜିିଠୁ ଖୋଲିଛି ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିର । କରୋନାକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ ଜାରି କରାଯାଇଛି । ସକାଳ ୮ଟାରୁ ମଧ୍ୟାହ୍ନContinue reading “କୋଭିଡ କଟକଣା ଭିତରେ ଆଜି ଖୋଲିଲା ଘଟଗାଁ ତାରିଣୀ ମନ୍ଦିର: ଦର୍ଶନ ପାଇଁ ମାସ୍କ ପିନ୍ଧିବା, ସାନିଟାଇଜ ବାଧ୍ୟତାମୂଳକ; ମନ୍ଦିର ଭିତରକୁ ଭୋଗ, ଧୂପ, ଦୀପ ଓ ପୁଷ୍ପ ନେବା ମନା”

ଆନ୍ଦୋଳନକୁ ନେଇ କୃଷକ ସଂଗଠନର କଠୋର ଆଭିମୁଖ୍ୟ: ଦାବି ପୂରଣ ନହେଲେ ୨୦୨୪ଯାଏଁ ଆନ୍ଦୋଳନ କରିବାକୁ ପ୍ରସ୍ତୁତ; ୨୬ର ଟ୍ରାକ୍ଟର ରାଲି ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

କନକ ବ୍ୟୁରୋ: ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକ ସଂଗଠନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆସନ୍ତା ୧୯ ତାରିଖରେ ପୁଣି କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଆଲୋଚନା ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ହେଲେ ଦାବି ପୂରଣ ପାଇଁ ୨୦୨୪ ମେ ମାସ ଯାଏଁ ଆନ୍ଦୋଳନ କରିବାକୁ କୃଷକ ପ୍ରସ୍ତୁତ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ନାଗପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀContinue reading “ଆନ୍ଦୋଳନକୁ ନେଇ କୃଷକ ସଂଗଠନର କଠୋର ଆଭିମୁଖ୍ୟ: ଦାବି ପୂରଣ ନହେଲେ ୨୦୨୪ଯାଏଁ ଆନ୍ଦୋଳନ କରିବାକୁ ପ୍ରସ୍ତୁତ; ୨୬ର ଟ୍ରାକ୍ଟର ରାଲି ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି”

ମୃତ୍ୟୁ ଆସେ ଏମିତି! ସାମ୍ନାକୁ ଆସିଲା ଜୟପୁର କାର ଦୁର୍ଘଟଣା ପୂର୍ବର ଚିତ୍ର: ନାଳ ଭିତରେ କାର ଖସିଯିବାରୁ ହୋଇଥିଲା ଜଣକର ମୃତ୍ୟୁ, ଉଦ୍ଧାର ହୋଇଥିଲେ ୩ ଜଣ

କନକ ବ୍ୟୁରୋ: ମୃତ୍ୟୁ ଆସେ ଏମିିତି  । ଗତକାଲି ଜୟପୁରରେ କୋନାଲକୁ ଖସିପଡିଥିଲା କାର । ଏଥିରେ ଜଣେ ପ୍ରାଣ ହରାଇଥିଲେ । ୨ ଜଣ ଉଦ୍ଧାର ହୋଇଥିଲେ ।  ଏବ ଆସିଛି ଦୁର୍ଘଟଣା ପୂର୍ବର ସିସିଟିଭି ଫୁଟେଜ ।  ଯେଉଁ ବ୍ୟକ୍ତିମାନେ କାରରେ ବସିଥିଲେ ସେମାନଙ୍କ ପୂର୍ବର ଚିତ୍ର ସାମ୍ନାକୁ ଆସିଛି । ଗତକାଲି ଜୟପୁର ସହର ନିକଟ ହାତୀଶାଳ କେନାଲରେ ଏହି ଦୁର୍ଘଟଣା ଘଟିଥିଲା  । ଦ୍ରୁତ ଗତିରେ ଆସୁଥିବା ଏହି କାରଟି ଭାରସାମ୍ୟContinue reading “ମୃତ୍ୟୁ ଆସେ ଏମିତି! ସାମ୍ନାକୁ ଆସିଲା ଜୟପୁର କାର ଦୁର୍ଘଟଣା ପୂର୍ବର ଚିତ୍ର: ନାଳ ଭିତରେ କାର ଖସିଯିବାରୁ ହୋଇଥିଲା ଜଣକର ମୃତ୍ୟୁ, ଉଦ୍ଧାର ହୋଇଥିଲେ ୩ ଜଣ”

ବିଶିଷ୍ଟ ସମାଜସେବୀ ଓ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

କନକ ବ୍ୟୁରୋ: ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍ ପ୍ରାୟ ସାଢ଼େ ୫ଟା ସମୟରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ଦୀର୍ଘ ମାସ ହେଲା ଅସ୍ଥିମଜ୍ଜା କ୍ୟାନ୍ସର ରୋଗରେ ପୀଡ଼ିତ ହେବାପରେ ସେ ଭୁବନେଶ୍ୱରେ ରହି ଚିକିତ୍ସାଧୀନ ଥିଲେ । ସମାଜସେବୀ ଶ୍ରୀ ନାୟକ ଗତ ଜୁନ୍ ମାସ ୨୯ ତାରିଖରେ ପଡ଼ିଯିବା କାରଣରୁ ବାମ ଗୋଡ଼ର ଜଂଘରେ ଆଘାତ ଲାଗି ଭାଂଗି ଯାଇଥିଲା । ଜୁନ୍ ୩୦Continue reading “ବିଶିଷ୍ଟ ସମାଜସେବୀ ଓ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ”

ସ୍କୁଲ ଫି ଦେଇନପାରିବାରୁ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ରୀ: ମାଲକାନଗିରିର ଏମଭି-୬୨ ଗାଁରୁ ଆସିଲା ହୃଦୟ ବିଦାରକ ଖବର

କନକ ବ୍ୟୁରୋ: ସ୍କୁଲ ଫି ଦେଇନପାରିବାରୁ ଜୀବନ ହାରିଦେଲେ ଛାତ୍ରୀ । ଏପରି ଦୁଃଖଦ ଖବର ଆସିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୬୨ ଗାଁରୁ । ସ୍ଥାନୀୟ ଏମଭି-୬୮ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲ ଫି ଦେଇନପାରି ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ଏମଭି-୬୨ ଗାଁର ବାଧଇ ଭକ୍ତଙ୍କ ଝିଅ ଆରତୀ । ସ୍କୁଲ ଫି ଦେବା ପାଇଁ ସମସ୍ତ ପିଲାଙ୍କୁ କୁହାଯାଇଥିଲା । ଏନେଇ ଆରତୀ ଘରେ ଜଣାଇବାContinue reading “ସ୍କୁଲ ଫି ଦେଇନପାରିବାରୁ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ରୀ: ମାଲକାନଗିରିର ଏମଭି-୬୨ ଗାଁରୁ ଆସିଲା ହୃଦୟ ବିଦାରକ ଖବର”

ନବରଙ୍ଗପୁର ପାଲାପଦରରେ ନିର୍ମାଣଧୀନ ପୋଲ ଭୁଷୁଡ଼ିବା ଘଟଣା । ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡିଓ ଗିରଫ ।

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଉମରକୋଟ ତାଲାପଦର ବିଜୁ ସେତୁ ପୋଲ ଭୁଷୁଡ଼ିବା ଘଟଣାରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡ଼ିଓ ଅସିତ୍ ପାତ୍ର ଗିରଫ ହୋଇଛନ୍ତି । ନବରଙ୍ଗପୁର ପୋଲିସ ଅସିତଙ୍କୁ ଗିରଫ କରି ଉମରକୋଟ ପୋଲିସକୁ ହସ୍ତାନ୍ତର କରିଛି । ଗତ ୧୦ ତାରିଖ ଦିନ ଉମରକୋଟ ତାଲାପଦରରେ ପୋଲ ଭୁସୁଡ଼ିବା ଫଳରେ ମହେନ୍ଦ୍ର ମାଳି ନାମକ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ୩ ଜଣ ଗୁରୁତର ଭାବେContinue reading “ନବରଙ୍ଗପୁର ପାଲାପଦରରେ ନିର୍ମାଣଧୀନ ପୋଲ ଭୁଷୁଡ଼ିବା ଘଟଣା । ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡିଓ ଗିରଫ ।”

ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା: ମିଳିଥିଲା ସରକାରଙ୍କ ଚିଠି, ଅଗ୍ରାହ୍ୟ କରିଥିଲେ ହାଇକୋର୍ଟ; ବିରୋଧୀଙ୍କ ଉପରେ ଗର୍ଜିଲା ବିଜେଡି

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତ ମନିଟରିଂ ପାଇଁ ଜଣେ କାର୍ୟ୍ୟରତ ବିଚାରପତି ନିଯୁକ୍ତି ଲାଗି ରାଜ୍ୟ ସରକାରଙ୍କ ନିବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ହାଇକୋର୍ଟର ଜନ ସୂଚନା ଅଧିକାରୀ ତଥା ଅତିରିକ୍ତ ଡେପୁଟି ରେଜିଷ୍ଟ୍ରାର ୧୬ ତାରିଖ ଦିନ ଆଉ ଏକ ଚିଠି ଲେଖି ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ଜଣାଇଛନ୍ତି ଯେ ଡିସେମ୍ବର ପହିଲା ଦିନ ଏ ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି।Continue reading “ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା: ମିଳିଥିଲା ସରକାରଙ୍କ ଚିଠି, ଅଗ୍ରାହ୍ୟ କରିଥିଲେ ହାଇକୋର୍ଟ; ବିରୋଧୀଙ୍କ ଉପରେ ଗର୍ଜିଲା ବିଜେଡି”

Design a site like this with WordPress.com
Get started