କନକ ବ୍ୟୁରୋ : ଗଞ୍ଜେଇ ଚାଲାଣର ନୂଆ ତରିକା । କୋଟିଏରୁ ଅଧିକ ମୂଲ୍ୟ ଗଂଜେଇ ଚାଲାଣ ବେଳେ ଟ୍ରକ ସହ ଗଞ୍ଜେଇ ବସ୍ତାକୁ ଜବତ କରିଛି କ୍ରାଇମବ୍ରାଂଚ ଏସଟିଏଫ । ରାୟଗଡା ମୁନିଗୁଡାରୁ ଏହି ଗଞ୍ଜେଇ ଜବତ ହୋଇଛି । ପିଚୁ ବୋଝେଇ ଟ୍ରକରେ ଏହି ଗଞ୍ଜେଇ ଚାଲାଣ ହେଉଥିଲା । ଗଂଜେଇର ପରିମାଣ ଆନୁମାନିକ ୨ ଟନ ହେବ । ଘଟଣା ପରେ ଡ୍ରାଇଭର ହେଲପର ଫେରାର ହୋଇଯାଇଛନ୍ତି । ଏହି ରାୟଗଡା ମୁନିଗୁଡାରୁContinue reading “ଗଞ୍ଜେଇ ଚାଲାଣର ନୂଆ ତରିକା : ରାୟଗଡାରେ ପିଚୁ ଟ୍ରକରୁ ଧରାପଡିଲା କୋଟିଏ ଟଙ୍କାର ଗଞ୍ଜେଇ”
Tag Archives: News
୧୦ ଦିନ ଭିତରେ ରାଜ୍ୟରେ ପହଞ୍ଚିବ ଟିକା : ଡିଏମଇଟି କହିଲେ ଟିକା ନେବା କାହା ପାଇଁ ବାଧ୍ୟତାମୂଳକ ନୁହେଁ
କନକ ବ୍ୟୁରୋ : ଆସନ୍ତା ୧୦ ଦିନ ଭିତରେ ରାଜ୍ୟରେ ଟିକା ପହଂଚିବ । ଏହି ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ଆଗାମୀ ୧୦ ଦିନ ଭିତରେ ଟିକା ପହଂଚିବା କ୍ଷଣି ଦିନେ ଦୁଇ ଦିନ ଭିତରେ ଟିକାକରଣ ଆରମ୍ଭ ହୋଇଯିବ । ସେଇଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି ଡିଏମଇଟି । ସେ କହିଛନ୍ତି, ‘‘କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୧୦ ଦିନ ମଧ୍ୟରେ ଟିକା ପହଞ୍ଚିବ ଓContinue reading “୧୦ ଦିନ ଭିତରେ ରାଜ୍ୟରେ ପହଞ୍ଚିବ ଟିକା : ଡିଏମଇଟି କହିଲେ ଟିକା ନେବା କାହା ପାଇଁ ବାଧ୍ୟତାମୂଳକ ନୁହେଁ”
ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ରରୁ ଆସିଲା ନିର୍ଦ୍ଦେଶ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଖୁବଶୀଘ୍ର ପହଁଚିପାରେ ଟିକା; କମ୍ପାନୀରୁ ସିଧାସଳଖ ଓଡିଶା ଆସିବ ଟିକା
କନକ ବ୍ୟୁରୋ : କୋଭିଡ ଟିକାକରଣ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଯେକୌଣସି ମୁହୂର୍ତରେ ଟିକା ପହଂଚିପାରେ । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଟିକା ଆସିଯିବା ପରେ ରାଜ୍ୟ ଟିକାକରଣ ରୁମରେ ମହଜୁଦ ରଖାଯିବ । ଏହା ପରେ ଜିଲ୍ଲାରେ ପ୍ରସ୍ତୁତ କରାଯାଇଥିବା ଟିକା କେନ୍ଦ୍ରକୁ ଭ୍ୟାକସିନକୁ ପଠାଯିବ । କେଉଁଠିContinue reading “ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ରରୁ ଆସିଲା ନିର୍ଦ୍ଦେଶ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଖୁବଶୀଘ୍ର ପହଁଚିପାରେ ଟିକା; କମ୍ପାନୀରୁ ସିଧାସଳଖ ଓଡିଶା ଆସିବ ଟିକା”
କଟକରେ ବେଧଡକ ଚାଲିଛି ନକଲି ସାମଗ୍ରୀ କାରବାର : ସଦରଥାନା ଅଂଚଳରୁ ଠାବ ହେଲା ନକଲି ଚା’ ପତି କାରଖାନା; ରେଡ୍ କରୁଛି ପୋଲିସ୍
କନକ ବ୍ୟୁରୋ : କଟକରେ ବଢୁଛି ନକଲି ସାମଗ୍ରୀର କାରବାର । କଟକ ସଦର ମୁକାମେଶ୍ୱର ଅଂଚଳରୁ ବିପୁଳ ପରିମାଣର ନକଲି ଚା ପତି ଜବତ ହୋଇଛି । ଆଜି ସକାଳୁ କଟକ ସଦର ପୁଲିସ କୌଣସି ସୁତ୍ରରୁ ଖବର ପାଇଁ ଚଢାଉ କରି ଏହି ସାମଗ୍ରୀ ଜବତ କରିଛି । ଉକ୍ତ କମ୍ପାନିରେ ଚଢ଼ାଉ କରିଥିବା ବେଳେ ପ୍ରାୟ ୪ କ୍ବିଣ୍ଟାଲ୍ରୁ ଅଧିକ ପରିମାଣର ନକଲି ଚା’ ପତି, ନାମୀଦାମୀ କମ୍ପାନିର ଲୋଗୋ, ଷ୍ଟିକର ଜବତContinue reading “କଟକରେ ବେଧଡକ ଚାଲିଛି ନକଲି ସାମଗ୍ରୀ କାରବାର : ସଦରଥାନା ଅଂଚଳରୁ ଠାବ ହେଲା ନକଲି ଚା’ ପତି କାରଖାନା; ରେଡ୍ କରୁଛି ପୋଲିସ୍”
ମଧ୍ୟପ୍ରଦେଶ ଇନ୍ଦୋର ପୋଲିସ ହାତରେ ଲାଗିଛି ବଡ ଡ୍ରଗ୍ସ ରାକେଟ୍ । ୫ ଜଣଙ୍କୁ ଗିରଫ୍ ସହ ୭୦ କୋଟି ଟଙ୍କାର ଡ୍ରଗ୍ସ ଜବତ୍
କନକ ବ୍ୟୁରୋ : ଇନ୍ଦୋର ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ମଧ୍ୟପ୍ରଦେଶରେ ଏକ ବଡ ଡ୍ରଗ୍ସ ରାକେଟକୁ ଧରିବାରେ ସଫଳ ହୋଇଛି । କୁହାଯାଉଛି କି ଏହା ମଧ୍ୟପ୍ରଦେଶରୁ ଧରାପଡିଥିବା ଡ୍ରଗ୍ସ ରାକେଟ୍ ମଧ୍ୟରେ ସବୁଠାରୁ ବଡ ରାକେଟ୍ । ଏହି ରାକେଟ୍ ରେ ସଂପୃକ୍ତ ଥିବା ୫ ଜଣଙ୍କୁ ଗିରଫ୍ କରାଯିବା ସହ ସେମାନଙ୍କ ଠାରୁ ୭୦ କେ.ଜି ଡ୍ରଗ୍ସ ଜବତ୍ କରାଯାଇଛି । ପୋଲିସ ଅନୁମାନ କରିଛି କି ଜବତ୍ ହୋଇଥିବା ଡ୍ରଗ୍ସରContinue reading “ମଧ୍ୟପ୍ରଦେଶ ଇନ୍ଦୋର ପୋଲିସ ହାତରେ ଲାଗିଛି ବଡ ଡ୍ରଗ୍ସ ରାକେଟ୍ । ୫ ଜଣଙ୍କୁ ଗିରଫ୍ ସହ ୭୦ କୋଟି ଟଙ୍କାର ଡ୍ରଗ୍ସ ଜବତ୍”
କଳାହାଣ୍ଡି ଆମପାଣି ଘାଟିରେ ବୁଲୁଛି କଲରାପତରିଆ ବାଘ : ଆଗେ ଆଗେ ଗାଡି ପଛେ ପଛେ ବାଘ; ମୋବାଇଲରେ କଏଦ ହେଲା ବାଘର ଚିତ୍ର
କନକ ବ୍ୟୁରୋ : କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟିରେ ରାତିରେ ଦେଖିବାକୁ ମିଳଛି କଲରାପତରିଆ ବାଘ । ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ଲୋକେ ଜୟପୁର ପଟୁ ଫେରୁଥିବାବେଳେ ଆମପାଣି ଘାଟି ଜଙ୍ଗଲରେ ଏହି କଲରାପତରିଆ ବାଘକୁ ଦେଖିବାକୁ ପାଇଥିଲେ । ପୂର୍ବରୁ ଏଠାରେ ଭାଲୁକୁ ବି ଦେଖିବାକୁ ମିଳିଥିଲା । ଏ ନେଇ ଆମପାଣି ଜଙ୍ଗଲ ବନପାଳକୁ ଯୋଗାଯୋଗ କରାଯାଇଥିଲେ ବି ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । from Kanak NewsContinue reading “କଳାହାଣ୍ଡି ଆମପାଣି ଘାଟିରେ ବୁଲୁଛି କଲରାପତରିଆ ବାଘ : ଆଗେ ଆଗେ ଗାଡି ପଛେ ପଛେ ବାଘ; ମୋବାଇଲରେ କଏଦ ହେଲା ବାଘର ଚିତ୍ର “
ରାଉରକେଲା ଷ୍ଟିଲପ୍ଲାଣ୍ଟରେ ବିଶାକ୍ତ ଗ୍ୟାସ୍ ଲିକ ଘଟଣା । ଚିକିତ୍ସାଧିନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ । ଆଇଜିଏଚ୍ ରେ ଜୀବନ ସହ ସଂଗ୍ରାମ କରୁଛନ୍ତି ଅନ୍ୟ ୨ଜଣ
କନକ ବ୍ୟୁରୋ: ଶିଳ୍ପ ମାନଙ୍କର ବେପରୁଆ ପରିଚାଳନା ଫଳରେ ପ୍ରତିବର୍ଷ ଶହ ଶହ କର୍ମଚାରୀଙ୍କ ସଂସାର ଉଜୁଡି ଯାଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଓଡିଶାର ସର୍ବବୃହତ ଇସ୍ପାତ ଶିଳ୍ପ ରାଉରକେଲା ଷ୍ଟିଲପ୍ଲାଣ୍ଟ (ଆରଏସପି) ରେ ଗ୍ୟାସ ଲିକ୍ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଶ୍ରମିକଙ୍କ ସ୍ଥିତି ସଂକଟାପନ୍ନ ଥିବା ସୂଚନା ମିଳିଛି । ସୂଚନା ମୁତାବକ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ର କୋଲ କେମିକାଲ ବିଭାଗରେ ଅଚାନକ୍Continue reading “ରାଉରକେଲା ଷ୍ଟିଲପ୍ଲାଣ୍ଟରେ ବିଶାକ୍ତ ଗ୍ୟାସ୍ ଲିକ ଘଟଣା । ଚିକିତ୍ସାଧିନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ । ଆଇଜିଏଚ୍ ରେ ଜୀବନ ସହ ସଂଗ୍ରାମ କରୁଛନ୍ତି ଅନ୍ୟ ୨ଜଣ”
ବ୍ରିଟେନରେ ଭୟଙ୍କର ହେଉଛି କରୋନା ନୂଆ ଭୂତାଣୁ ସଂକ୍ରମଣ : ଗୋଟିଏ ଦିନରେ ୬୦ ହଜାର ଆକ୍ରାନ୍ତ ଚିହ୍ନଟ
କନକ ବ୍ୟୁରୋ : ବ୍ରିଟେନରେ ଭୟଙ୍କର ହେଉଛି କରୋନା ସଂକ୍ରମଣ । ଗୋଟିଏ ଦିନରେ ୬୦ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ପରିସ୍ଥିତିକୁ ନଜରରେ ରଖି ବ୍ରିଟେନରେ ବଜାର ବନ୍ଦ । ଦୋକାନ, ଅଫିସ, ସ୍କୁଲ, କଲେଜ ସବୁଠି ତାଲା । ରାସ୍ତାଘାଟ ଶୂନସାନ । ଗତବର୍ଷ ମାର୍ଚ୍ଚ, ଏପ୍ରିଲ ପରେ ତୃତୀୟଥର ପାଇଁ ଇଂଲଣ୍ଡରେ ଏଭଳି ଶକ୍ତ ଲକଡାଉନ ଲଗାଯାଇଛି । ନୂଆ ରୂପରେ କରୋନାର ସଂକ୍ରମଣ ପରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛିContinue reading “ବ୍ରିଟେନରେ ଭୟଙ୍କର ହେଉଛି କରୋନା ନୂଆ ଭୂତାଣୁ ସଂକ୍ରମଣ : ଗୋଟିଏ ଦିନରେ ୬୦ ହଜାର ଆକ୍ରାନ୍ତ ଚିହ୍ନଟ”
ଇସ୍ରୋର ଓଡିଆ ବୈଜ୍ଞାନିକ ତପନ ମିଶ୍ରଙ୍କ ଚାଂଚଲ୍ୟକର ବୟାନ : ଦୋଷା ଓ ଚଟନୀରେ ବିଷ ଦେଇ ଓ ଘରେ ସାପ ଛାଡି ହୋଇଥିଲା ମାରିବାକୁ ଉଦ୍ୟମ
କନକ ବ୍ୟୁରୋ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ, ଇସ୍ରୋର ଜଣେ ବରିଷ୍ଠ ଓଡିଆ ବୈଜ୍ଞାନିକ ତପନ ମିଶ୍ର ବଡ ଖୁଲାସା କରିଛନ୍ତି । ମଙ୍ଗଳବାର ଦିନ ସେ ଦାବି କରିଛନ୍ତି, ୩ ବର୍ଷ ତଳେ ତାଙ୍କୁ ଖାଦ୍ୟରେ ବିଷ ଦେଇ ମାରିବାକୁ ଉଦ୍ୟମ କରାଯାଇଥିଲା । ସେ ଅଭିଯୋଗ କରିଛନ୍ତି, ୨୦୧୭ରେ ସେ ବେଙ୍ଗାଲୁରୁର ଇସ୍ରୋ ମୁଖ୍ୟାଳୟରେ ପଦୋନ୍ନତି ପାଇଁ ସାକ୍ଷାତକାର ପାଇଁ ଆସିଥିବାବେଳେ ôତାଙ୍କୁ ବିଷ ଦେଇ ହତ୍ୟା କରିବାକୁ ଯୋଜନା ହୋଇଥିଲା ।Continue reading “ଇସ୍ରୋର ଓଡିଆ ବୈଜ୍ଞାନିକ ତପନ ମିଶ୍ରଙ୍କ ଚାଂଚଲ୍ୟକର ବୟାନ : ଦୋଷା ଓ ଚଟନୀରେ ବିଷ ଦେଇ ଓ ଘରେ ସାପ ଛାଡି ହୋଇଥିଲା ମାରିବାକୁ ଉଦ୍ୟମ”
ଏଥର ସ୍ୱତନ୍ତ୍ର ଭାବେ ପାଳିତ ହେବ ଗଣତନ୍ତ୍ର ଦିବସ । ଉପସ୍ଥିତ ରହିବେ ନାହିଁ କୌଣସି ମୁଖ୍ୟ ଅତିଥି । ବିଦେଶୀ ଅତିଥିଙ୍କୁ ବି ଦିଆଯିବ ନାହିଁ ନିମନ୍ତ୍ରଣ ।
କନକ ବ୍ୟୁରୋ : ଏଥର ଗଣତନ୍ତ୍ର ଦିବସ ପ୍ୟାରେଡରେ କୌଣସି ବିଦେଶୀ ଅତିଥି ଯୋଗ ଦେବେ ନାହିଁ । ସରକାରଙ୍କ ତରଫୁରୁ ଏନେଇ ଅନ୍ୟ କୌଣସି ବିଦେଶୀ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ଏହା ପୂର୍ବରୁ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲେ ଏବେ ବ୍ରିଟେନରେ କରୋନାର ନୂଆ ଷ୍ଟେନ୍ ଦେଖିବାକୁ ମିଳିବା ପରେ ଏହାକୁ ନଜରରେ ରଖି ସେ ଭାରତ ଗସ୍ତ ରଦ୍ଦContinue reading “ଏଥର ସ୍ୱତନ୍ତ୍ର ଭାବେ ପାଳିତ ହେବ ଗଣତନ୍ତ୍ର ଦିବସ । ଉପସ୍ଥିତ ରହିବେ ନାହିଁ କୌଣସି ମୁଖ୍ୟ ଅତିଥି । ବିଦେଶୀ ଅତିଥିଙ୍କୁ ବି ଦିଆଯିବ ନାହିଁ ନିମନ୍ତ୍ରଣ ।”