ମଣ୍ଡିରୁ ଧାନ କିଣୁନାହାନ୍ତି ମିଲର : ଶୀତ କାକରରେ ଧାନ ଜଗିବାକୁ ବାଧ୍ୟ ହେଉଛନ୍ତି ଚାଷୀ

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ଏବେ ମଣ୍ଡି ସ୍ଥିତି ଗମ୍ଭୀର । ମଣ୍ଡିରୁ ଉଠୁନି ଧାନ, ଶୀତ କାକରରେ ଧାନକୁ ଜଗି ପଡି ରହିଛି ଚାଷୀ । ହଜାର ହଜାର କୁଇଂଟାଲ ଧାନ ଏବେ ମଣ୍ଡିରେ ପଡିରହିଥିବାରୁ ଚାଷୀ ପଡିଛନ୍ତି ଚିନ୍ତାରେ । କଳାହାଣ୍ଡି ଜିଲ୍ଲାର ବୋଡେନ ବ୍ଲକରେ ଦେଖିବାକୁ ମିଳିଛି ଏପରି ଚିତ୍ର । ଯୁଆଡେ ନଜର ବୁଲାଇବେ ଥାକ ମାରି ଥୁଆଯାଇଛି ଶହ ଶହ ବସ୍ତା ଧାନ । ଆଉ ଧାନ ବସ୍ତାContinue reading “ମଣ୍ଡିରୁ ଧାନ କିଣୁନାହାନ୍ତି ମିଲର : ଶୀତ କାକରରେ ଧାନ ଜଗିବାକୁ ବାଧ୍ୟ ହେଉଛନ୍ତି ଚାଷୀ”

ଦେଶର ୪ଟି ରାଜ୍ୟରେ କୋଭିଡ୍ ଟିକାକରଣର ଡ୍ରାଏ ରନର ଆଜି ଦ୍ୱିତୀୟ ଦିନ : ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ, ପଂଜାବରେ ଶୀତଳଭଣ୍ଡାରରୁ ଟିକା ପରିବହନ ଉପରେ ଫୋକସ୍

କନକ ବ୍ୟୁରୋ : ଦେଶରେ ଦୁଇ ଦିନିଆ କୋଭିଡ୍ ଭାକସିନ୍ ଡ୍ରାଏ ରନର ଆଜି ଦ୍ୱିତୀୟ ଦିନ । ଟିକା କରଣ ପାଇଁ ସରକାରଙ୍କ ପ୍ରସ୍ତୁତିକୁ ପରଖିବା ପାଇଁ ଦେଶର ୪ଟି ରାଜ୍ୟରେ ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ ଓ ପଞ୍ଜାବରେ କୋଭିଡ ଟିକାକରଣର ଡ୍ରାଏ ରନ୍ ଚାଲିଛି । ଡ୍ରାଏ ରନର ଅର୍ଥ ହେଉଛି ପୁରା ଟିକାକରଣ ପ୍ରକ୍ରିୟାର ମକଡ୍ରିଲ କରାଯିବ । ଏକ ଡମି ଭ୍ୟାକସିନ କୋଲ୍ଡ ଷ୍ଟୋରେଜରୁ ବାହାରି ଟିକାଦାନ କେନ୍ଦ୍ର ଯାଏଁ ପହଂଚିଛିContinue reading “ଦେଶର ୪ଟି ରାଜ୍ୟରେ କୋଭିଡ୍ ଟିକାକରଣର ଡ୍ରାଏ ରନର ଆଜି ଦ୍ୱିତୀୟ ଦିନ : ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ, ପଂଜାବରେ ଶୀତଳଭଣ୍ଡାରରୁ ଟିକା ପରିବହନ ଉପରେ ଫୋକସ୍”

ଭାରତରେ ପ୍ରସ୍ତୁତ ହେଲା ୫କୋଟି କୋଭିସିଲ୍ଡ ଭ୍ୟାକସିନ୍ : ସିରମ୍ ଇନଷ୍ଟିଚ୍ୟୁଟ କହିଲା, ଗଚ୍ଛିତ ହୋଇ ରହିଛି ସମସ୍ତ ଟିକା; ପ୍ରସ୍ତୁତ ଟିକାରୁ ୫୦ ପ୍ରତିଶତ ଭାରତ ପାଇଁ ହେବ ବ୍ୟବହାର

କନକ ବ୍ୟୁରୋ : ଭାରତରେ ପ୍ରସ୍ତୁତ ହେଲା ୫ କୋଟି କୋଭିଡ ଭ୍ୟାକସିନ କୋଭିସିଲ୍ଡ । ଏନେଇ ସିରମ ଇନଷ୍ଟିଚ୍ୟୁଟ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ଟିକା ଗଚ୍ଛିତ କରି ରଖାଯାଇଛି । ଏହାକୁ ଭାରତ ସରକାର ଅନୁମୋଦନ ଦେଲା ପରେ ପ୍ରସ୍ତୁତ ଟିକାରୁ ୫୦ପ୍ରତିଶତ ଭାରତ ପାଇଁ ବ୍ୟବହାର ହେବ ବୋଲି ସେରମ ଇନଷ୍ଟିଚ୍ୟୁଟ ସିଇଓ ଅଦର ପୁନାୱାଲା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜୁଲାଇ ୨୦୨୧ ସୁଦ୍ଧା ପ୍ରାୟ ୩୦ କୋଟିContinue reading “ଭାରତରେ ପ୍ରସ୍ତୁତ ହେଲା ୫କୋଟି କୋଭିସିଲ୍ଡ ଭ୍ୟାକସିନ୍ : ସିରମ୍ ଇନଷ୍ଟିଚ୍ୟୁଟ କହିଲା, ଗଚ୍ଛିତ ହୋଇ ରହିଛି ସମସ୍ତ ଟିକା; ପ୍ରସ୍ତୁତ ଟିକାରୁ ୫୦ ପ୍ରତିଶତ ଭାରତ ପାଇଁ ହେବ ବ୍ୟବହାର”

ଆସନ୍ତାକାଲି ଠାରୁ ୨ଦିନ ଧରି ମହାପ୍ରଭୁଙ୍କର ଦର୍ଶନ କରିପାରିବେ ପୁରୀ ସହରରେ ରହୁଥିବା ଭଡାଟିଆ, କର୍ମଜୀବୀ ଓ ଛାତ୍ରଛାତ୍ରୀ : ଦର୍ଶନ ଆଗରୁ ସମସ୍ତଙ୍କୁ ମିଳିବ ଟୋକନ୍

କନକ ବ୍ୟୁରୋ : ପୁରୀରେ ଆସନ୍ତାକାଲି ଠାରୁ ଦୁଇ ଦିନ ଧରି ମହାପ୍ରଭୁଙ୍କର ଦର୍ଶନ କରିପାରିବେ ଭଡାଟିଆ , କର୍ମଜୀବୀଙ୍କ ସହ ଛାତ୍ରଛାତ୍ରୀ । ଏଥିପାଇଁ ଡିସେମ୍ୱର ୩୦ ଓ ୩୧ ତାରିଖ ଧାର୍ଯ୍ୟ କରାଯାଇଛି । ପୁରୀରେ ବସବାସ କରୁଥିବା ଭଡାଟିଆ , କର୍ମଜୀବୀ ଓ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଟୋକନ୍ ଦିଆଯିବାର ପୁରୀ ମୁନିସିପାଲଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସମସ୍ତେ ମାର୍କେଟ ଛକରୁ ଚିରକୁଟ୍ ଦେଖାଇ ପ୍ରବେଶ କରିବେ । ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେContinue reading “ଆସନ୍ତାକାଲି ଠାରୁ ୨ଦିନ ଧରି ମହାପ୍ରଭୁଙ୍କର ଦର୍ଶନ କରିପାରିବେ ପୁରୀ ସହରରେ ରହୁଥିବା ଭଡାଟିଆ, କର୍ମଜୀବୀ ଓ ଛାତ୍ରଛାତ୍ରୀ : ଦର୍ଶନ ଆଗରୁ ସମସ୍ତଙ୍କୁ ମିଳିବ ଟୋକନ୍”

ଆଜିଠାରୁ ଖୋଲିଲା ଯାଜପୁର ବିରଜା ମନ୍ଦିର : ସକାଳ ୬ରୁ ସଂଧ୍ୟା ୫ ଟା ଯାଏଁ ଦର୍ଶନ ସୁବିଧା

କନକ ବ୍ୟୁରୋ : ଦୀର୍ଘ ୯ ମାସ ପରେ ଆଜି ଠାରୁ ଖୋଲିଛି  ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର । ସକାଳ ୬ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଭକ୍ତମାନେ ମାଙ୍କ ଦର୍ଶନ କରିପାରିବେ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ଅନେକ କଟକଣା ଜାରି କରାଯାଇଛି । ଉଭୟ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଭିନ୍ନଭିନ୍ନ ଧାଡିରେ ଆସି ମାଙ୍କ ଚଣ୍ଡି ମଣ୍ଡପରୁ ବିରଜାଙ୍କ ଦର୍ଶନ କରିବେ ଏବଂ ସିଧା ବାହାରକୁContinue reading “ଆଜିଠାରୁ ଖୋଲିଲା ଯାଜପୁର ବିରଜା ମନ୍ଦିର : ସକାଳ ୬ରୁ ସଂଧ୍ୟା ୫ ଟା ଯାଏଁ ଦର୍ଶନ ସୁବିଧା”

ତୀବତ ପ୍ରସଙ୍ଗରେ ଚୀନକୁ ଆଉ ଏକ ଶକ୍ତ ଝଟକା ଦେଲେ ଟ୍ରମ୍ପ : ଆମେରିକା କଂଗ୍ରେସରେ ପାରିତ ହେଲା ଆମେରିକାର ତିବତ ଆଇନ୍

କନକ ବ୍ୟୁରୋ : ରାଷ୍ଟ୍ରପତି ଭାବେ କାର୍ଯ୍ୟକାଳ ସରିବା ଆଗରୁ ଚୀନକୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଆଉ ଏକ ଶକ୍ତ ଚାପୁଡା । ଏହି ଚାପୁଡା ଆସିଛି ତୀବତକୁ ନେଇ । ଯାହାକୁ ଆଗାମୀ ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ବଦଳାଇବା ସଂହଜ ହେବନି । ଟ୍ରମ୍ପ ଚୀନର ଚେତାବନୀକୁ ଖଣ୍ଡନ କରି , ପରବର୍ତି ଦଲାଇଲାମା ନେଇ ଆଇନରେ ଦସ୍ତଖତ କରିଛନ୍ତି । ଯାହା ପରବର୍ତି ଦଲାଇଲାମା ବାଛିବାରେ ତୀବତୀୟଙ୍କ ଅଧିକାରକୁ ନିଶ୍ଚିତ କରିଛିContinue reading “ତୀବତ ପ୍ରସଙ୍ଗରେ ଚୀନକୁ ଆଉ ଏକ ଶକ୍ତ ଝଟକା ଦେଲେ ଟ୍ରମ୍ପ : ଆମେରିକା କଂଗ୍ରେସରେ ପାରିତ ହେଲା ଆମେରିକାର ତିବତ ଆଇନ୍”

ଜାନୁଆରୀ ୩୧ ଯାଏଁ ବଢିଲା କୋଭିଡ ଗାଇଡଲାଇନ । କରୋନାର ନୂଆ ଷ୍ଟ୍ରେନ ପାଇଁ ନିଷ୍ପତ୍ତି ନେଲା କେନ୍ଦ୍ର ଗୃହମନ୍ତ୍ରାଳୟ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପୂର୍ବରୁ ଲାଗୁ କରାଯାଇଥିବା ଗାଇଡଲାଇନକୁ ଜାନୁୁଆରି ୩୧ ପର୍ୟ୍ୟନ୍ତ ବଳବତ୍ତର ରଖିଛନ୍ତି ‌‌କେନ୍ଦ୍ର ସରକାର। କରୋନାଭାଇରସ୍ ର ନୂଆ ଷ୍ଟ୍ରେନ (ନୂତନ ରୂପ) ଏବେ ସମଗ୍ର ବିଶ୍ବର ଚିନ୍ତା ବଢ଼ାଇଥିବା ବେଳେ ଏ କ୍ଷେତ୍ରରେ ଅଧିକ ସତର୍କ ରହିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରାଳୟ ଜାନୁଆରି ୩୧,୨୦୨୧ ପର୍ୟ୍ୟନ୍ତ ପୂର୍ବରୁ ଲାଗୁଥିବା ଗାଇଡଲାଇନକୁ ବଳବତ୍ତର ରଖିବାକୁ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁContinue reading “ଜାନୁଆରୀ ୩୧ ଯାଏଁ ବଢିଲା କୋଭିଡ ଗାଇଡଲାଇନ । କରୋନାର ନୂଆ ଷ୍ଟ୍ରେନ ପାଇଁ ନିଷ୍ପତ୍ତି ନେଲା କେନ୍ଦ୍ର ଗୃହମନ୍ତ୍ରାଳୟ”

ଉତର ଭାରତରେ ଜାଡର ପ୍ରକୋପ । ହିମାଚଳ ପ୍ରଦେଶ ଓ ଜମ୍ମୁକଶ୍ମୀରରେ ପ୍ରବଳ ତୁଷାରପାତ, ସର୍ତକ କଲା ପାଣିପାଗ ବିଭାଗ ଆସନ୍ତା ୩ଦିନ ଲାଗି ରହିବ ବରଫ ବର୍ଷା ।

କନକ ବ୍ୟୁରୋ : ଥଣ୍ଡାରେ ଥରୁଛି ଉତ୍ତର ଭାରତ । ଦେଶର ଉତ୍ତର ଭାଗରେ ରହିଥିବା ରାଜ୍ୟ ଗୁଡିକରେ ଏବେ ଜାରି ରହିଛି ଶୀତ ଲହରି । ଜମ୍ମୁକଶ୍ମୀର, ହିମାଚଳ ପ୍ରଦେଶ ଓ ଉତରାଖଣ୍ଡ ପରି ରାଜ୍ୟରେ ପ୍ରବଳ ତୁଷାରପାତ ହୋଇଛି । ବରଫ ଚାଦରରେ ଘୋଡେଇ ହୋଇ ରହିଛି ସାରା ଅଂଚଳ । ଖସୁଛି ପାରଦ, ଥରୁଛି ଦେଶ । ଦେଶର ଅଧିକାଂଶ ସ୍ଥାନରେ ଶୀତ ଲହରି ଜାରି ରହିଛି । କେଉଁଠି ପ୍ରବଳ ତୁଷାରପାତContinue reading “ଉତର ଭାରତରେ ଜାଡର ପ୍ରକୋପ । ହିମାଚଳ ପ୍ରଦେଶ ଓ ଜମ୍ମୁକଶ୍ମୀରରେ ପ୍ରବଳ ତୁଷାରପାତ, ସର୍ତକ କଲା ପାଣିପାଗ ବିଭାଗ ଆସନ୍ତା ୩ଦିନ ଲାଗି ରହିବ ବରଫ ବର୍ଷା ।”

ରାଜ୍ୟରୁ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ । ଏହାସହ ୩ ଲକ୍ଷ ୨୪ ହଜାର ୩୯୨ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା ।

କନକ ବ୍ୟୁରୋ: ଆଜି ରାଜ୍ୟରୁ ୩୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୨୪୩୯୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଖୋର୍ଧାରୁ ୩୪ଜଣ, ସୁନ୍ଦରଗଡ଼ରୁ ୩୧ଜଣ, ବାଲେଶ୍ବରରୁ ୨୬ଜଣ, ସମ୍ବଲପୁରରୁ ୨୫ଜଣ, ମୟୁରଭଞ୍ଜରୁ ୨୨ଜଣ, ପୁରୀରୁ ୨୨ଜଣ, ଅନୁଗୁଳରୁ ୨୦ଜଣ, ବରଗଡ଼ରୁ ୧୭ଜଣ, କଟକରୁ ୧୭ଜଣ, ନୂଆପଡ଼ାରୁ ୧୧ଜଣ, ଯାଜପୁରରୁ ୧୦ଜଣ,କେନ୍ଦ୍ରାପଡ଼ାରୁ ୧୦ଜଣ, ଗଞ୍ଜାମରୁ ୮ଜଣ,Continue reading “ରାଜ୍ୟରୁ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ । ଏହାସହ ୩ ଲକ୍ଷ ୨୪ ହଜାର ୩୯୨ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା ।”

ବିହାରରେ ଜେଡିୟୁ ଓ ବିଜେପି ଭିତରେ ବଢୁଛି ତିକ୍ତତା ।  ବିଜେପିରେ ଜେଡ଼ିୟୁ ନେତା ସାମିଲ ହେବାକୁ ଗ୍ରହଣ କରିପାରୁନାହାନ୍ତି ନୀତିଶ କୁମାର,  ନୀତିଶଙ୍କ ବଡ ବୟାନ, କହିଲେ, ମୁଖ୍ୟମନ୍ତ୍ରୀ ହେବାର ନାହିଁ ଇଚ୍ଛା ।

କନକ ବ୍ୟୁରୋ : ବିହାରରେ ଜେଡିୟୁ ଓ ବିଜେପି ଭିତରେ ବଢୁଛି ତିକ୍ତତା । ଅରୁଣାଚଳରେ ଜେଡିୟୁ ନେତା ଦଳ ଛାଡି ବିଜେପିରେ ସାମିଲ ହେବା ଘଟଣାକୁ ସହଜରେ ଗ୍ରହଣ କରିପାରିନାହିଁ ନୀତିଶ ସରକାର । ଏପରିକି ବଡ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମୁଖ୍ୟମନ୍ତ୍ରୀ ହେବାର ତାଙ୍କର ଇଚ୍ଛା ନାହିଁ ଓ ବିଜେପି ଚାହିଁଲେ ଆଉ କାହାକୁ ମୁଖ୍ୟମନ୍ତ୍ରୀ ବନାଇପାରେ ବୋଲି କହିଛନ୍ତି । ସେପଟେ ନୀତିଶ କୁମାରଙ୍କ ନେତୃତ୍ୱରେ ବିହାରରେ ୫ବର୍ଷContinue reading “ବିହାରରେ ଜେଡିୟୁ ଓ ବିଜେପି ଭିତରେ ବଢୁଛି ତିକ୍ତତା ।  ବିଜେପିରେ ଜେଡ଼ିୟୁ ନେତା ସାମିଲ ହେବାକୁ ଗ୍ରହଣ କରିପାରୁନାହାନ୍ତି ନୀତିଶ କୁମାର,  ନୀତିଶଙ୍କ ବଡ ବୟାନ, କହିଲେ, ମୁଖ୍ୟମନ୍ତ୍ରୀ ହେବାର ନାହିଁ ଇଚ୍ଛା ।”

Design a site like this with WordPress.com
Get started