ବ୍ରହ୍ମପୁରର ତମ୍ବିନାଥ ପୁରୀର ବାବା ବୈଷ୍ଣବ । ଛାତ୍ରନେତାରୁ ଅପରାଧ ଓ ଜେଲର କାଳ କୋଠରୀରେ କାଟିଛନ୍ତି ଦିନ । ମୋହ, ମାୟା ଛାଡି ଏବେ ପାଲଟିଛନ୍ତି ନାଗାସାଧୁ ।

କନକ ବ୍ୟୁରୋ : ୯ ମାସ ପରେ ଗତ ୨୩ ତାରିଖରେ ଯେତେବେଳେ ଶ୍ରୀମନ୍ଦିର ଖୋଲିଥିଲା, ସେଦିନ ପୋଲିସକୁ ଚକମା ଦେଇ ଶ୍ରୀମନ୍ଦିର ଭିତରେ ପଶି ଜଗନ୍ନାଥଙ୍କ ଦର୍ଶନ କରିଥିଲେ ବାବା ବୈଷ୍ଣବ ପୁରୀ । କେବଳ ସେବାୟତଙ୍କ ପରିବାରର ଦର୍ଶନ ପାଇଁ ଅନୁମତି ରହିଥିଲା, ହେଲେ ଶ୍ରୀମନ୍ଦିର ଭିତରେ ଧସେଇ ପଶି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ପୁରୀ ଲଙ୍ଗୁଳି ମଠରେ ଦୀକ୍ଷା ନେଇ ସାଧୁ ପାଲଟିଥିବା ବୈଷ୍ଣବ ପୁରୀଙ୍କ ପୂରା କାହାଣୀ ଜାଣିଲେContinue reading “ବ୍ରହ୍ମପୁରର ତମ୍ବିନାଥ ପୁରୀର ବାବା ବୈଷ୍ଣବ । ଛାତ୍ରନେତାରୁ ଅପରାଧ ଓ ଜେଲର କାଳ କୋଠରୀରେ କାଟିଛନ୍ତି ଦିନ । ମୋହ, ମାୟା ଛାଡି ଏବେ ପାଲଟିଛନ୍ତି ନାଗାସାଧୁ ।”

ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । କହିଲେ, ଗଣତନ୍ତ୍ର କଣ ବୁଝିନଥିବା ବ୍ୟକ୍ତି ପଢ଼ାଉଛନ୍ତି ଗଣତନ୍ତ୍ରର ପାଠ ।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମ୍ମୁକାଶ୍ମୀରରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କଂଗ୍ରେସର ପୂର୍ବତନ ଅଧ୍ୟ କ୍ଷଙ୍କୁ ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି ଜାମ୍ମୁକାଶ୍ମୀରର ନିର୍ବାଚନ ବି ଏହା ଦେଖାଇଛି, ଦେଶରେ ଗଣତନ୍ତ୍ର କେତେ ମଜବୁତ ରହିଛି । ହେଲେ ଦିଲ୍ଲୀରେ ବସିଥିବା କିଛି ଲୋକ ଗଣତନ୍ତ୍ରକୁ ନେଇ ତାଙ୍କୁ ପାଠ ପଢାଉଛନ୍ତି । ଗଣତନ୍ତ୍ରକୁ ମାନୁନଥିବା ଲୋକ ଗଣତନ୍ତ୍ରର ପାଠ ପଢାଇବାକୁ ଉଦ୍ୟମ କରୁଛନ୍ତିContinue reading “ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । କହିଲେ, ଗଣତନ୍ତ୍ର କଣ ବୁଝିନଥିବା ବ୍ୟକ୍ତି ପଢ଼ାଉଛନ୍ତି ଗଣତନ୍ତ୍ରର ପାଠ ।”

କୋଭିଡ୍ ବିରୋଧୀ ସମୂହ ଟିକାକରଣ ପାଇଁ ଜୋରଦାର ଅଭ୍ୟାସ । ୪ଟି ରାଜ୍ୟର ଦୁଇଟି ଲେଖାଏଁ ଜିଲ୍ଲାରେ ହେବ ଟିକାକରଣର ଡ୍ରାଏ ରନ୍ । ପ୍ରତ୍ୟେକ କେନ୍ଦ୍ରରେ ଶହେ ଜଣଙ୍କୁ ଦିଆଯିବ ଡମି ଟିକା

କନକ ବ୍ୟୁରୋ : ପ୍ରାୟ ୧୩୦ କୋଟି ଲୋକଙ୍କ ଦେଶ ଏବଂ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମିତ ଭାରତରେ କିଭଳି ହେବ କୋଭିଡ୍ ଟିକାକରଣ, ତାହା ସବୁଠାରୁ ବଡ ଆହ୍ୱାନ । ଏହି ଆହ୍ୱାନର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ଭାରତ ସରକାର । ଦେଶରେ କିଭଳି ହେବ ସମୁହ ଟିକାକରଣ, ତାର ରିହାର୍ସାଲ କରାଯିବ । ଆଗାମୀ ସପ୍ତାହରେ ଦୁଇଦିନ ପାଇଁ ୪ଟି ରାଜ୍ୟରେ ହେବ କୋଭିଡ ଟିକାକରଣର ଡ୍ରାଏ ରନ୍ ।Continue reading “କୋଭିଡ୍ ବିରୋଧୀ ସମୂହ ଟିକାକରଣ ପାଇଁ ଜୋରଦାର ଅଭ୍ୟାସ । ୪ଟି ରାଜ୍ୟର ଦୁଇଟି ଲେଖାଏଁ ଜିଲ୍ଲାରେ ହେବ ଟିକାକରଣର ଡ୍ରାଏ ରନ୍ । ପ୍ରତ୍ୟେକ କେନ୍ଦ୍ରରେ ଶହେ ଜଣଙ୍କୁ ଦିଆଯିବ ଡମି ଟିକା”

ଡନ୍ ଘରର ଛାତ ଖୋଳି ବନ୍ଧୁକ କାଢିଲା ପୁଲିସ । ଡି-ବ୍ରଦର୍ସଙ୍କ ସିକ୍ରେଟ ଚାମ୍ବରର ଗୁମର ଖୋଲିଲେ କଟକ ଡିସିପି । କହିଲେ, ବନ୍ଧୁକ ଓ ଗୁଳି ରଖିବା ପାଇଁ ହୋଇଥିଲା ଗୁପ୍ତ କୋଠରୀ ।

କନକ ବ୍ୟୁରୋ : ବଲିଉଡ ଫିଲ୍ମ ଭଳି ଡନ୍, ଡି-ବ୍ରଦର୍ସଙ୍କ ଘରେ ଗୋପନରେ ଲୁଚାଯାଇଥିଲା ଅସ୍ତ୍ରଶସ୍ତ୍ର । ଚଢାଉ ସମୟ ବନ୍ଧୁକ ଲୁଚାଇଥିବା ସ୍ଥାନ ଦେଖି ରେଡ କରୁଥିବା କର୍ମଚାରୀ ତାଜୁବ ହୋଇଥିଲେ । ଦୁଇ ଗ୍ୟାଙ୍ଗଷ୍ଟରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଥିବା କମିସନରେଟ ପୁଲିସ କଟକ ସିଡିଏ ସ୍ଥିତ ଛାନଭିନ କରି ଚକିତ ହୋଇଯାଇଛି । ଧଳସାମନ୍ତଙ୍କୁ ଜେରା କରି ପାଇଥିବା ତଥ୍ୟ ଆଧାରରେ କାନ୍ଥ ଭାଙ୍ଗି, ବେଡରୁମର ସିଲିଂ ଭାଙ୍ଗି, ବନ୍ଧୁକ, ଗୁଳି ସମେତContinue reading “ଡନ୍ ଘରର ଛାତ ଖୋଳି ବନ୍ଧୁକ କାଢିଲା ପୁଲିସ । ଡି-ବ୍ରଦର୍ସଙ୍କ ସିକ୍ରେଟ ଚାମ୍ବରର ଗୁମର ଖୋଲିଲେ କଟକ ଡିସିପି । କହିଲେ, ବନ୍ଧୁକ ଓ ଗୁଳି ରଖିବା ପାଇଁ ହୋଇଥିଲା ଗୁପ୍ତ କୋଠରୀ ।”

ସିବିଏସଇ ବୋର୍ଡ ପରୀକ୍ଷା ନେଇ ଡିସେମ୍ବର ୩୧ରେ ହେବ ଘୋଷଣା । ଟ୍ୱିଟ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

କନକ ବ୍ୟୁରୋ : ଡିସେମ୍ବର ୩୧ ସଂଧ୍ୟା ୬ଟା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସିବିଏସଇ ଦ୍ବାରା ପରିଚାଳିତ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିବେ । ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଗତ ମଙ୍ଗଳବାରଦିନ ଏକ ଓ୍ବେବିନାରରେ ଯୋଗ ଦେଇ ମନ୍ତ୍ରୀ କହିଥିଲେ ଯେ ବୋର୍ଡ ପରୀକ୍ଷା ଘୁଞ୍ଚାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅନୁରୋଧ କରୁଛନ୍ତି । ଦେଶରେContinue reading “ସିବିଏସଇ ବୋର୍ଡ ପରୀକ୍ଷା ନେଇ ଡିସେମ୍ବର ୩୧ରେ ହେବ ଘୋଷଣା । ଟ୍ୱିଟ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ”

ପରୀ ମାମଲାରେ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଥମ ଥର ମତ ଦେଲେ ଧର୍ମେନ୍ଦ୍ର । ସିବିଆଇ ତଦନ୍ତ ପାଇଁ ଦାବି କଲେ କେନ୍ଦ୍ରମନ୍ତ୍ରୀ । କହିଲେ ସିବିଆଇ ତଦନ୍ତ ହେଲେ ସାମ୍ନାକୁ ଆସିବ ଅସଲ ସତ ।

କନକ ବ୍ୟୁରୋ : ନୟାଗଡରେ ୫ ବର୍ଷର ଶିଶୁ ପରୀ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ ଏସଆଇଟି । ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ସରୋଜ ସେଠୀ ବିରୋଧରେ ପ୍ରମାଣ ଯୋଗାଡରେ ଲାଗିଛି ଯାଂଚକାରୀ ସଂସ୍ଥା । ଆଉ ଏତିକିବେଳେ ମାମଲାଟିକୁ ସିବିଆଇକୁ ହସ୍ତାନ୍ତର କରିଦେବା ପାଇଁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରୀର ବାପା, ମାଆ ସିବିଆଇ ତଦନ୍ତ ଦାବି କରୁଥିବା କହି, ଏକ ନିରପେକ୍ଷ ସଂସ୍ଥାଦ୍ୱାରା ତଦନ୍ତ କରାଇବାContinue reading “ପରୀ ମାମଲାରେ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଥମ ଥର ମତ ଦେଲେ ଧର୍ମେନ୍ଦ୍ର । ସିବିଆଇ ତଦନ୍ତ ପାଇଁ ଦାବି କଲେ କେନ୍ଦ୍ରମନ୍ତ୍ରୀ । କହିଲେ ସିବିଆଇ ତଦନ୍ତ ହେଲେ ସାମ୍ନାକୁ ଆସିବ ଅସଲ ସତ ।”

ପ୍ରକୃତିରାଣୀକୁ ପ୍ରତାରଣା ! ଅଟକି ରହିଛି କଳାହାଣ୍ଡିର ଡୋକରୀଚଞ୍ଚରା ପର୍ଯ୍ୟନଟସ୍ଥଳୀର ବିକାଶ, ଆଶାନୁରୁପ ବିକାଶ ନଥିବାରୁ ପର୍ଯ୍ୟଟକ ଖପ୍ପା ।

କନକ ବ୍ୟୁରୋ: ଲକ କଡାଉନ ପରେ ଖୋଲିଛି କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନ ସ୍ଥଳି ଡୋକରୀ ଚଂଚରା । ସୁନ୍ଦର ପରିବେଶ ସାଙ୍ଗକୁ ପ୍ରକୃତିର ଅପରୂପ ଆନନ୍ଦ ଦେଖଣାହାରୀଙ୍କୁ ଆକୃଷ୍ଟ କରୁଛି । ଯିଏ ଥରେ ଏଠାକୁ ଆସିଛି ସେ ବାରମ୍ବାର ଆସିବାକୁ ଇଚ୍ଛା କରେ । ପ୍ରକୃତିରାଣୀ ଭାବେ ପରିଚିତ ଡୋକରୀ ଚଂଚରା ପର୍ଯ୍ୟଟନ ସ୍ଥଳ ମାନ୍ୟତା ପାଇଛି ସତ, ହେଲେ ଏଠାରେ ଆନୁସଙ୍ଗିକ ବିକାଶ ନାହିଁ  । ଯାହାକୁ ନେଇ ଖପ୍ପା ପର୍ଯ୍ୟଟକ । ଘଂଚContinue reading “ପ୍ରକୃତିରାଣୀକୁ ପ୍ରତାରଣା ! ଅଟକି ରହିଛି କଳାହାଣ୍ଡିର ଡୋକରୀଚଞ୍ଚରା ପର୍ଯ୍ୟନଟସ୍ଥଳୀର ବିକାଶ, ଆଶାନୁରୁପ ବିକାଶ ନଥିବାରୁ ପର୍ଯ୍ୟଟକ ଖପ୍ପା ।”

୬ ମାସ ହେଲା ମିଳୁନି କୁନି ପୁଅର ପତ୍ତା । ନିଖୋଜ ଶିଶୁର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର । ସମ୍ବଲପୁର ଯୁଯୁମୁରାରୁ ଆସିଲା ହୃଦୟବିଦାରକ ଘଟଣା । 

କନକ ବ୍ୟୁରୋ: ୬ ମାସ ହେଲା ମିଳୁନି କୁନି ପୁଅର ପତା । ନିଖୋଜ ଶିଶୁର ଫେରିବା ବାଟକୁ ଚାହିଁ ବସିଛନ୍ତି ସମ୍ବଲପୁର ଜିଲ୍ଲା ଯୁଯୁମୁରାର ପରିବାର । ଦିନେ ଛୁଆର ହସକାନ୍ଦରେ ପୁରି ଉଠୁଥିଲା ଘର । ହେଲେ ଘର ପଛପଟେ ଖେଳୁଥିବା ବେଳେ ନିିଖୋଜ ହୋଇଯାଇଛି ଦେଢ ବର୍ଷର ପୁଅ ଲିପୁନ୍ । ପୁଅ ନିଖୋଜ ହେବା ଦିନରୁ ଘର ଗାଏବ ହଜି ଯାଇଛି ହସ । ପୁଅର ଫଟୋ ଦେଖି କୋହ ସମ୍ଭାଳିପାରୁନିContinue reading “୬ ମାସ ହେଲା ମିଳୁନି କୁନି ପୁଅର ପତ୍ତା । ନିଖୋଜ ଶିଶୁର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର । ସମ୍ବଲପୁର ଯୁଯୁମୁରାରୁ ଆସିଲା ହୃଦୟବିଦାରକ ଘଟଣା । “

କମ ବୟସରେ ବଡ ଦାୟିତ୍ୱ । ୨୧ ବର୍ଷ ବୟସରେ ମେୟର ବନିବେ କଲେଜ ପଢୁଆ ଛାତ୍ରୀ । ଚର୍ଚ୍ଚାରେ ଦେଶର ସର୍ବ କନିଷ୍ଠ ମେୟର ଆର୍ଯ୍ୟା…

କନକ ବ୍ୟୁରୋ: ଆର୍ଯ୍ୟାଙ୍କ ଉପରେ ସାରା ଦେଶର ନଜର । କମ ବୟସରୁ ଲୋକଙ୍କୁ ବୁଝିଛନ୍ତି, ଲୋକଙ୍କ ପାଖରେ ପହଞ୍ଚିଛନ୍ତି । ସେଇଥିପାଇଁ ତ ଏତେ କମ ବୟସରେ ମେୟର ବନିବାକୁ ଯାଉଛନ୍ତି ଆର୍ଯ୍ୟା । ମାତ୍ର ୨୧ ବର୍ଷ ବୟସରେ ଆର୍ଯ୍ୟା ରାଜେନ୍ଦ୍ରନ ମେୟର ହେବାକୁ ଯାଉଛନ୍ତି ଯାହା ଦେଶର ସର୍ବକନିଷ୍ଠ ମେୟର ବୋଲି କୁହାଯାଉଛି । ଆଉ ଆର୍ଯ୍ୟାଙ୍କୁ ନେଇ ଏବେ ସାରା ସୋସିଆଲ ମିଡିଆ ଉଠୁଛି ପଢୁଛି । ଟ୍ୱିଟର, ଫେସବୁକ, ଇଷ୍ଟାContinue reading “କମ ବୟସରେ ବଡ ଦାୟିତ୍ୱ । ୨୧ ବର୍ଷ ବୟସରେ ମେୟର ବନିବେ କଲେଜ ପଢୁଆ ଛାତ୍ରୀ । ଚର୍ଚ୍ଚାରେ ଦେଶର ସର୍ବ କନିଷ୍ଠ ମେୟର ଆର୍ଯ୍ୟା…”

ବିଜେଡି ପ୍ରତିଷ୍ଠା ଦିବସରେ ମହିଳା ସଂରକ୍ଷଣ ଦାବି ଦୋହରାଇଲେ ନବୀନ । କହିଲେ, ମହିଳା ଆଗେଇଲେ ଦେଶ ଆଗେଇବ । ଜାତୀୟ ଦଳଙ୍କୁ କଟାକ୍ଷ କଲେ ମୁଖ୍ୟମନ୍ତ୍ରୀ । ସେପଟେ ଜବାବ ରଖିଲେ ଧର୍ମେନ୍ଦ୍ର ।

କନକ ବ୍ୟୁରୋ : ଅବସର ଥିଲା ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ । ଦଳର ଜନ୍ମ ଦିନରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ । ବିଧାନସଭା, ଲୋକସଭା, ରାଜ୍ୟସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ନବୀନ । ନବୀନ କହିଛନ୍ତି, ୧୯୯୨ ମସିହାରେ ବିଜୁବାବୁ ମହିଳାଙ୍କ ପାଇଁ ପଂଚାୟତ ଓ ପୌର ନିର୍ବାଚନରେ ଏକ-ତୃତୀୟାଂଶ ଆସନ ସଂରକ୍ଷଣ ରଖି ଦେଶରେContinue reading “ବିଜେଡି ପ୍ରତିଷ୍ଠା ଦିବସରେ ମହିଳା ସଂରକ୍ଷଣ ଦାବି ଦୋହରାଇଲେ ନବୀନ । କହିଲେ, ମହିଳା ଆଗେଇଲେ ଦେଶ ଆଗେଇବ । ଜାତୀୟ ଦଳଙ୍କୁ କଟାକ୍ଷ କଲେ ମୁଖ୍ୟମନ୍ତ୍ରୀ । ସେପଟେ ଜବାବ ରଖିଲେ ଧର୍ମେନ୍ଦ୍ର ।”

Design a site like this with WordPress.com
Get started