କଟକ ପାଲଟିଛି ନକଲି କାରଖାନାର ହବ୍ । ପୁଣି ନକଲି ଘିଅ କାରଖାନା ଠାବ । କଟକ ପିଠାପୁରରୁ ନକଲି ଘିଅ କରାଖନା ଠାବ କଲା ବାଦାମବାଡି ପୁଲିସ ।

କନକ ବ୍ୟୁରୋ : କଟକରୁ ପୁଣି ଠାବ ହେଲା ନକଲି ଘିଅ କାରଖାନା । ପିଠାପୁର ଅଞ୍ଚଳରୁ ଏକ ନକଲି ଘିଅ କାରଖାନା ଉପରେ ଚଢାଉ କରିଛି ବାଦାମବାଡି ପୋଲିସ । ବିପୁଳ ପରିମାଣର କଞ୍ଚାମାଲ ସହ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ ହୋଇଛି । ଏହାସହ ବହୁ ନାମୀଦାମୀ କମ୍ପାନୀର ଖୋଳ ମଧ୍ୟ ଜବତ କରିଛି ପୋଲିସ । କଟକରୁ ବାରମ୍ବାର ନକଲି ସାମଗ୍ରୀର କାରଖାନା ଉପରେ ପୋଲିସ ଚଢାଉ କରୁଛି । ଏଭଳି ବିପୁଳContinue reading “କଟକ ପାଲଟିଛି ନକଲି କାରଖାନାର ହବ୍ । ପୁଣି ନକଲି ଘିଅ କାରଖାନା ଠାବ । କଟକ ପିଠାପୁରରୁ ନକଲି ଘିଅ କରାଖନା ଠାବ କଲା ବାଦାମବାଡି ପୁଲିସ ।”

ବିନା ପାପୁଲିରେ ବିଲାତି ଚାଷ କରି ଚର୍ଚ୍ଚାରେ ବିଭୂତି । ଦିବ୍ୟାଙ୍ଗ ହୋଇ ବି ହାରି ନାହାନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ୨୦ ପରିବାରକୁ ଦେଇଛନ୍ତି ରୋଜଗାର ।

କନକ ବ୍ୟୁରୋ: ଚାଷ କାମ ଯାହାର କେଡେ ସୁଖ ତାହାର… ଏ କଥାକୁ କେବଳ କଥାରେ ରହିବାକୁ ଦେଇନାହାନ୍ତି ଏ ବ୍ୟକ୍ତି । ଜନ୍ମରୁ ଦିବ୍ୟାଙ୍ଗ ହେଲେ ଏ ସବୁଜ ଫସଲ, ଏ ବିରାଟ କ୍ଷେତର ପନିପରିବା ଯେ ତାଙ୍କ ହାତର ସ୍ପର୍ଶରେ ଫଳିଛି ତାହା କେହି ବିଶ୍ୱାସ କରିବେନି । ଆଜ୍ଞା ହଁ, ହାତର ପାପୁଲି ନଥାଇ ବି ସେ ହାରି ନଯାଇ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗContinue reading “ବିନା ପାପୁଲିରେ ବିଲାତି ଚାଷ କରି ଚର୍ଚ୍ଚାରେ ବିଭୂତି । ଦିବ୍ୟାଙ୍ଗ ହୋଇ ବି ହାରି ନାହାନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ୨୦ ପରିବାରକୁ ଦେଇଛନ୍ତି ରୋଜଗାର ।”

ଆଜି ବର୍ଷର ସବୁଠୁ ଛୋଟ ଦିନ । ଆଜିଠୁ ମହାକାଶରେ ହେବ ଅନେକ ପରିବର୍ତ୍ତନ

କନକ ବ୍ୟୁରୋ : ପ୍ରତିବର୍ଷ ଏହି ଦିନଟି ଭିନ୍ନ ଭିନ୍ନ ତାରିଖରେ ପଡିଥାଏ । ତେବେ ଗତବର୍ଷ ଏହି ଦିନ ଡିସେମ୍ବର ୨୨ ତାରିଖରେ ପଡିଥିବା ବେଳେ ଚଳିତ ବର୍ଷ ଏହି ଦିନଟି ଆଜି ତଥା ଡିସେମ୍ବର ୨୧ତାରିଖରେ ପଡିଛି । ସେହିଭଳି ବର୍ଷର ଏହି ସବୁଠାରୁ ଛୋଟ ଦିନକୁ ୱିଣ୍ଟର ସୋଲଷ୍ଟିକ ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ବୈଜ୍ଞାନିକ କାରଣ ରହିଛି । ୱିଣ୍ଟର ସୋଲଷ୍ଟିକ କଣ ?Continue reading “ଆଜି ବର୍ଷର ସବୁଠୁ ଛୋଟ ଦିନ । ଆଜିଠୁ ମହାକାଶରେ ହେବ ଅନେକ ପରିବର୍ତ୍ତନ”

କରୋନା ଭୂତାଣୁର ନୂଆ ଷ୍ଟ୍ରେନ ନେଇ ଭାରତ ସରକାରଙ୍କ ପଦକ୍ଷେପ । ବ୍ରିଟେନରୁ ସମସ୍ତ ବିମାନ ବାତିଲ କଲା ଭାରତ ।

କନକ ବ୍ୟୁରୋ: କରୋନା ଭୂତାଣୁର ନୂଆ ଷ୍ଟ୍ରେନ ନେଇ ଭାରତ ସରକାରଙ୍କ ବଡ ପଦକ୍ଷେପ । ବ୍ରିଟେନରୁ ସମସ୍ତ ବିମାନକୁ ବାତିଲ କଲା ଭାରତ । ଆଜି ରାତି ୧୨ଟାରୁ ଏହି କଟକଣା ଲାଗୁ ହେବ । ଏହାପୂର୍ବରୁ ଆସୁଥିବା ବିମାନର ସମସ୍ତ ପାସେଞ୍ଜରଙ୍କ ଆରଟି-ପିସିଆର ଟେଷ୍ଟ କରାଯାଉଛି । ଏନେଇ ଭାରତ ସରକାର ଟ୍ୱିଟ କରି ସୂଚନା ଦେଇଛନ୍ତି । ତେବେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଏବେ ଚିନ୍ତାରେ ସାରା ବିଶ୍ୱ । ତେବେContinue reading “କରୋନା ଭୂତାଣୁର ନୂଆ ଷ୍ଟ୍ରେନ ନେଇ ଭାରତ ସରକାରଙ୍କ ପଦକ୍ଷେପ । ବ୍ରିଟେନରୁ ସମସ୍ତ ବିମାନ ବାତିଲ କଲା ଭାରତ ।”

ପରୀ ହତ୍ୟା ମାମଲାରେ ଏସଆଇଟିର ଛାନଭିନ ଜାରି: ବୋଥ୍ରା କହିଲେ, ଅଭିଯୁକ୍ତ ବିରୋଧରେ ମିଳିଛି ଯଥେଷ୍ଟ ପ୍ରମାଣ; ଯୌନ ନିର୍ଯାତନା ଉଦ୍ଦେଶ୍ୟରେ ଘଟିଛି ହତ୍ୟାକାଣ୍ଡ

କନକ ବ୍ୟୁରୋ: ପରୀ ହତ୍ୟା ମାମଲାରେ ଛାନଭିନ୍ ଚଳାଇଛି ଏସଆଇଟି । ଆଜି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି । ଯୈ÷ାନ ନିର୍ଯାତନା ଉଦ୍ଦେଶ୍ୟରେ ଘଟିଛି ଅପରାଧ । ଅଭିଯୁକ୍ତ ବିରୋଧରେ ଯାହା ବି ତଥ୍ୟ ମିଳିବ ମିଡିଆ ସହ ସେୟାର କରାଯିବ ବୋଲି ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ । ପ୍ରେସମିଟରେ ଏନେଇ ବିସ୍ତୃତ ତଥ୍ୟ ଦିଆଯିବ । ଅପରାଧର ପ୍ରମାଣ ମିଳିଛି । ଆଗକୁ ତଦନ୍ତContinue reading “ପରୀ ହତ୍ୟା ମାମଲାରେ ଏସଆଇଟିର ଛାନଭିନ ଜାରି: ବୋଥ୍ରା କହିଲେ, ଅଭିଯୁକ୍ତ ବିରୋଧରେ ମିଳିଛି ଯଥେଷ୍ଟ ପ୍ରମାଣ; ଯୌନ ନିର୍ଯାତନା ଉଦ୍ଦେଶ୍ୟରେ ଘଟିଛି ହତ୍ୟାକାଣ୍ଡ”

କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ : ବ୍ରିଟେନରୁ ସବୁ ବିମାନ ରଦ୍ଦ କଲା ବେଲଜିୟମ ଓ ନେଦରଲ୍ୟାଣ୍ଡ; ସେପଟେ,ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ସତର୍କ ଅଛନ୍ତି ସରକାର, ଭୟଭୀତ ହୁଅନ୍ତୁ ନାହିଁ

କନକ ବ୍ୟୁରୋ : ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ପୁଣି କରୋନାର ଭୟ ଦେଖାଦେଇଛି । ଏହାପରେ ୟୁରୋପୀୟ ମହାଦେଶର ଅନେକ ରାଷ୍ଟ୍ର ବ୍ରିଟେନରୁ ଆସୁଥିବା ବିମାନ ସେବା ଉପରେ ରୋକ ଲଗାଇଛନ୍ତି । ବ୍ରିଟେନରେ ମଧ୍ୟ ଗତକାଲିଠାରୁ ଲକଡାଉନ୍ କଡାକଡି ଭାବେ ଲାଗୁ କରାଯାଇଛି । କରୋନାର ନୂଆ ଷ୍ଟ୍ରେନର ମାରାତ୍ମକ ସଂକ୍ରମଣକୁ ଆଖିରେ ରଖି ଜର୍ମାନୀ ସରକାର ବ୍ରିଟେନ ଓ ଆଫ୍ରିକାର ଆସୁଥିବା ବିମାନ ଉପରେ ରୋକ ଲଗାଇବାContinue reading “କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ : ବ୍ରିଟେନରୁ ସବୁ ବିମାନ ରଦ୍ଦ କଲା ବେଲଜିୟମ ଓ ନେଦରଲ୍ୟାଣ୍ଡ; ସେପଟେ,ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ସତର୍କ ଅଛନ୍ତି ସରକାର, ଭୟଭୀତ ହୁଅନ୍ତୁ ନାହିଁ”

ପରୀ ହତ୍ୟା ମାମଲାରେ ଏସଆଇଟିର ଛାନଭିନ: ପ୍ରମାଣ ପାଇଁ ପରୀ ମୃତଦେହ ମିିଳିଥିବା ପୋଖରୀକୁ ଶୁଖାଇବାକୁ ଯୋଜନା

କନକ ବ୍ୟୁରୋ: ପରୀ ହତ୍ୟା ମାମଲାରେ ଛାନଭିନ୍ ଚଳାଇଛି ଏସଆଇଟି । ପ୍ରମାଣ ପାଇଁ ପରୀ ମୃତଦେହ ମିଳିଥିବା ପୋଖରୀକୁ ଶୁଖାଇବାକୁ ଯୋଜନା କରୁଛି ଏସଆଇଟି । ୩ଟି ମଟର ଲଗାଇ ପୋଖରୀରୁ ପାଣି ବାହାର କରାଯିବ । ସେପଟେ ଯଦୁପୁରରେ ଏସଆଇଟି ଟିମ୍ ପହଚିଂ ଅଭିଯୁକ୍ତ ମାଙ୍କ ସହ ଆଲୋଚନା କରିଛି । ନୟାଗଡର ନାବାଳିକା ପରୀ ହତ୍ୟା ମାମଲାରେ ଗତକାଲି ହୋଇଥିଲା ପ୍ରଥମ ଗିରଫଦାରୀ । ଘଟଣାର ଦୀର୍ଘ ୫ ମାସ ପରେ ଅଭିଯୁକ୍ତକୁContinue reading “ପରୀ ହତ୍ୟା ମାମଲାରେ ଏସଆଇଟିର ଛାନଭିନ: ପ୍ରମାଣ ପାଇଁ ପରୀ ମୃତଦେହ ମିିଳିଥିବା ପୋଖରୀକୁ ଶୁଖାଇବାକୁ ଯୋଜନା”

ବରମୁଣ୍ଡା ବସଷ୍ଟାଣ୍ଡରେ ଉଚ୍ଚେଦ କାମ ଆରମ୍ଭ: ଜମି ଜବରଦଖଲ କରି ରହିଥିବା ଦୋକାନକୁ ବିଡିଏ ଓ ବିଏମସି ଉପସ୍ଥିତିରେ କରାଯାଉଛି ଉଚ୍ଛେଦ

କନକ ବ୍ୟୁରୋ: ବରମୁଣ୍ଡା ବସଷ୍ଟାଣ୍ଡରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି । ଜମି ଜବରଦଖଲ କରି ରହିଥିବା ଦୋକାନ ଓ ବଜାରକୁ ବିଡିଏ ଓ ବିଏମସି ଉପସ୍ଥିତିରେ ଉଚ୍ଚେଦ କରାଯାଉଛି । ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଦୋକାନ କରି ଆସୁଥିବା ଦୋକାନୀ ମାନେ ଏହାକୁ ବିରୋଧ କରିଛନ୍ତି । ଜବରଦଖଲ ଉଚ୍ଚେଦ ବେଳେ ଦୋକାନୀ ମାନେ ଆତ୍ମହୂତି ଦେବାକୁ ଚେତାବନୀ ଦେଇଛନ୍ତି । from Kanak News via <a href="https://ifttt.com/?

ଓଡ଼ିଶା- ଆନ୍ଧ୍ର ସୀମାନ୍ତ ଜମି ବିବାଦ ମାମଲା: ଏସକାବିଟି ନିକଟ ବିବାଦୀୟ ଜମି ଅଂଚଳରେ ମାପଚୁପ; ଉଭୟ ଜିଲ୍ଲା ପ୍ରଶାସନ ଅଧିକାରୀ ଉପସ୍ଥିତ

କନକ ବ୍ୟୁରୋ: ଓଡ଼ିଶା- ଆନ୍ଧ୍ର ସୀମାନ୍ତ ଜମି ବିବାଦ ମାମଲା । ଏସକାବିଟି ନିକଟ ବିବାଦୀୟ ଜମି ଅଂଚଳରେ ଚାଲିଛି ମାପଚୁପ । ଉଭୟ ଗଜପତି ଜିଲ୍ଲା ପ୍ରଶାସନ ଓ ରାଜଶ୍ୱ ଅଧିକାରୀଙ୍କ ଉପସ୍ଥିତରେ ଚାଲିଛି ମାପଚୁପ । ଦୀର୍ଘ ଦିନ ଧରି ଓଡ଼ିଶାର ଗଜପତି ସୀମାନ୍ତରେ ଆନ୍ଧ୍ରପ୍ରଦେଶ ଅନୁପ୍ରବେଶ କରି ବିବାଦ ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପାରଳାଖେମୁଣ୍ଡିର ୧୨ ଜଣ ଭୂମିହୀନ ଚାଷୀଙ୍କୁ ୧୨ ଏକର ଜମି ଯୋଗାଇ ଦିଆଯାଇଥିଲା ।Continue reading “ଓଡ଼ିଶା- ଆନ୍ଧ୍ର ସୀମାନ୍ତ ଜମି ବିବାଦ ମାମଲା: ଏସକାବିଟି ନିକଟ ବିବାଦୀୟ ଜମି ଅଂଚଳରେ ମାପଚୁପ; ଉଭୟ ଜିଲ୍ଲା ପ୍ରଶାସନ ଅଧିକାରୀ ଉପସ୍ଥିତ”

ଆଉ ଦିନକ ପରେ ଖୋଲିବ ଶ୍ରୀମନ୍ଦିର : ମହାପ୍ରଭୁଙ୍କ ଦର୍ଶନ ନେଇ ଚାଲିଛି ଏସଓପିର ପ୍ରସ୍ତୁତି; ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

କନକ ବ୍ୟୁରୋ : ଆଉ ଦିନକ ପରେ ଖୋଲିବ ପୁରୀ ଶ୍ରୀମନ୍ଦିର । ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ । ଦର୍ଶନ ବ୍ୟବସ୍ତାକୁ ନେଇ ଚାଲିଛି ଏସଓପିର ପ୍ରସ୍ତୁତି । ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଏନେଇ ଚାଲିଛି ବୈଠକ । ସମସ୍ତ ଅଧିକାରୀଙ୍କୁ ଏସଓପି ବିଷୟରେ ଅବଗତ କରୁଛନ୍ତି ଜିଲ୍ଲାପାଳ । ପୌରସଂସ୍ଥା, ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, ଅତିରିକ୍ତ ଏସପି ବୈଠକରେ ଉପସ୍ଥିତ ଅଛନ୍ତି । ୨୩ ତାରିଖ ମନ୍ଦିର ଖୋଲିଲେContinue reading “ଆଉ ଦିନକ ପରେ ଖୋଲିବ ଶ୍ରୀମନ୍ଦିର : ମହାପ୍ରଭୁଙ୍କ ଦର୍ଶନ ନେଇ ଚାଲିଛି ଏସଓପିର ପ୍ରସ୍ତୁତି; ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ”

Design a site like this with WordPress.com
Get started