କାର ଚାଳକଙ୍କ ପାଇଁ ବଡ ଖବର । ଏଣିକି କାର‌ରେ ସାଇଟ୍ ଏୟାରବ୍ୟାଗକୁ ବାଧ୍ୟତାମୂଳକ କଲେ ସରକାର । ନିୟମ ପାଳନ ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ

ବର୍ତମାନ ହେଲମେଟ୍ ଚେକିଂ ଜୋରଦାର ହେଉଥିବା ବେଳେ ସରକାର ଆଉ ଏକ ନିୟମକୁ କଡାକଡି କରିଛନ୍ତି । ଏଣିକି କାରରେ ସାଇଟ୍ ଏୟାରବ୍ୟାଗ୍ ରହିବା ବାଧ୍ୟତାମୂଳକ ହେବ । କାର ଚାଳକଙ୍କ ସମେତ ଯାତ୍ରୀଙ୍କ ସୁରକ୍ଷା ଉପରେ ବି ସରକାର ଗୁରୁତ୍ୱ ଦେଇଛନ୍ତି । ଯାତ୍ରୀଙ୍କ ନିରାପତ୍ତା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ବିଭିନ୍ନ ସମୟରେ ନୂଆ ନୂଆ ନିୟମ ପ୍ରସ୍ତୁତ କରାଯାଉଛି। କାର୍‌ ଯାତ୍ରୀଙ୍କ ସୁରକ୍ଷାରେ ଉନ୍ନତି ଆଣିବା ଲାଗି ଭାରତ ସରକାରContinue reading “କାର ଚାଳକଙ୍କ ପାଇଁ ବଡ ଖବର । ଏଣିକି କାର‌ରେ ସାଇଟ୍ ଏୟାରବ୍ୟାଗକୁ ବାଧ୍ୟତାମୂଳକ କଲେ ସରକାର । ନିୟମ ପାଳନ ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ”

ନେପାଳରେ ଘନେଇଲା ରାଜନୈତିକ ସଂକଟ : ପ୍ରଧାନମନ୍ତ୍ରୀ ଓଲିଙ୍କ କ୍ୟାବିନେଟର ସୁପାରିଶ ପରେ ସଂସଦକୁ ଭଙ୍ଗ କଲେ ରାଷ୍ଟ୍ରପତି

କନକ ବ୍ୟୁରୋ : ନେପାଳରେ ରାଜନୈତିକ ସଂକଟ ଗମ୍ଭୀର ହେବାରେ ଲାଗିଛି । ନେପାଳରେ ଏକ ବଡ ରାଜନୈତିକ ଘଟଣାକ୍ରମ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ କ୍ୟାବିନେଟର ସୁପାରିଶ ପରେ ସଂସଦକୁ ଭଙ୍ଗ କରିଦେଇଛନ୍ତି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନିଜେ କ୍ୟାବିନେଟ ସୁପାରିଶକୁ ଧରି ରାଷ୍ଟ୍ରପତିଙ୍କ ପାଖକୁ ଯାଇଥିଲେ । ଏହା ପରେ ରାଷ୍ଟ୍ରପତି ସଂସଦ ଭଙ୍ଗ ସୁପାରିଶକୁ ଔପଚାରିକ ମଂଜୁରୀ ଦେଇଥିବା ସୂଚନାContinue reading “ନେପାଳରେ ଘନେଇଲା ରାଜନୈତିକ ସଂକଟ : ପ୍ରଧାନମନ୍ତ୍ରୀ ଓଲିଙ୍କ କ୍ୟାବିନେଟର ସୁପାରିଶ ପରେ ସଂସଦକୁ ଭଙ୍ଗ କଲେ ରାଷ୍ଟ୍ରପତି”

ହାପି ବାର୍ଥ ଡେ’ ଗୋବିନ୍ଦା । ଆଜି ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ଜନ୍ମଦିନ । ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା ।

କନକ ବ୍ୟୁରୋ : ଗୋବିନ୍ଦା । ଏହି ନାଁ ଆଜିବି ଲୋକଙ୍କ ମନରେ ରାଜ କରୁଛି । ୯୦ ଦଶକରେ ତାଙ୍କ ଅଭିନୟ ଲୋକଙ୍କ ମନକୁ ବେଶ ଛୁଇଁଥିଲା । ଏବେ ବି ତାଙ୍କ ଗୀତ ବାଜିଲେ ପିଲାଠୁ ବୁଢା ଯାଏଁ ସବୁ ଝୁମି ଉଠନ୍ତି । ଆକ୍ଟିଙ୍ଗ ହେଉ ଅବା ଡ୍ୟାନ୍ସ ସବୁଠି ସେ ନିଜର କରାମତି ଦେଖାଇଛନ୍ତି । କମେଡିଠାରୁ ଆକ୍ସନ ସବୁ ଫିଲ୍ମରେ ତାଙ୍କର ଅଭିନୟର ଯାଦୁ ବେଶ ଆକର୍ଷଣୀୟ ରହିଛି ।Continue reading “ହାପି ବାର୍ଥ ଡେ’ ଗୋବିନ୍ଦା । ଆଜି ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ଜନ୍ମଦିନ । ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା ।”

ବ୍ରିଟେନରେ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନ୍ ବଢାଇଲା ଚିନ୍ତା : ମୁକାବିଲା ରଣନୀତି ପାଇଁ ଆଜି ବସିବ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜରୁରୀ ବୈଠକ

କନକ ବ୍ୟୁରୋ : ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ଓ ପଜିଟିଭ ମାମଲା ବଢିବା ଖବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଚିନ୍ତା ବଢାଇ ଦେଇଛି । ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଆଜି ଜଏଂଟ ମନିଟରିଂ ଗ୍ରୁପର ଜରୁରୀକାଳୀନ ବୈଠକ ଡକାଯାଇଛି । ଡାଇରେକ୍ଟର ଜେନେରାଲ ଅଫ ହେଲଥ ସର୍ଭିସ ବା ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟ କ୍ଷତାରେ ଆଜି ବୈଠକ ବସିବ । ଏଥିରେ ଭାରତରେ ଥିବା ବିଶ୍ୱContinue reading “ବ୍ରିଟେନରେ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନ୍ ବଢାଇଲା ଚିନ୍ତା : ମୁକାବିଲା ରଣନୀତି ପାଇଁ ଆଜି ବସିବ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜରୁରୀ ବୈଠକ”

ଶୀତରେ ଥରହର ଭୁବନେଶ୍ବର : ଆସନ୍ତା ୩ ଦିନରେ ୧୦ ଡିଗ୍ରୀକୁ ଖସିବ ତାପମାତ୍ରା; ସେପଟେ,୫ଟି ଜିଲ୍ଲା ପାଇଁ ଅରେଂଜ ଓ ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ସକାଳୁ ସକାଳୁ କମ୍ବଳରୁ ମୁହଁ କାଢ଼ିବାକୁ ଇଚ୍ଛା ହେଉନି । ମୁହଁ ଧୋଇଲା ବେଳକୁ ଟାଙ୍କି ପାଣି ବରଫ ଭଳି ଲାଗୁଛି । ସକାଳର କାଲୁଆ ପବନକୁ କୁହୁଡ଼ିଆ ପାଗ ଓ ପ୍ରବଳ ଜାଡ଼ ରାଜଧାନୀକୁ ଥରାଇ ଦେଇଛି । ରାଜଧାନୀବାସୀ ଆଜି ସକାଳୁ ପ୍ରବଳ ଶୀତ ଅନୁଭବ କରିଛନ୍ତି। ବିଶେଷକରି ବସ୍ତି ଅଞ୍ଚଳରେ ରହୁଥିବା ଲୋକେ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି । ଶୀତରୁ ରକ୍ଷା ପାଇବା ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେContinue reading “ଶୀତରେ ଥରହର ଭୁବନେଶ୍ବର : ଆସନ୍ତା ୩ ଦିନରେ ୧୦ ଡିଗ୍ରୀକୁ ଖସିବ ତାପମାତ୍ରା; ସେପଟେ,୫ଟି ଜିଲ୍ଲା ପାଇଁ ଅରେଂଜ ଓ ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି”

ତେଜୁଛି ନୂଆ କୃଷି ଆଇନ ହଟାଓ ଦାବି : ଆଜି ୨୪ ଘଂଟିଆ ଉପବାସ ଅନଶନ କରିବେ କୃଷକ

କନକ ବ୍ୟୁରୋ : ତିନି ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । କୃଷି ଆଇନ ହଟାଇବା ଦାବିରେ ଆଜି ୨୪ ଘଂଟିଆ ଉପବାସ ଅନଶନ କରିବାକୁ ଘୋଷଣା କରିଛନ୍ତି ଆନ୍ଦୋଳନରତ କୃଷକ ସଂଗଠନ । ଦିଲ୍ଲୀର ବିଭିନ୍ନ ସୀମାରେ ବିରୋଧ ପ୍ରଦର୍ଶନ କରୁଥିବା ୧୧ ଜଣ କୃଷକ ଆଜି ଅନାହାର ରହି କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ପ୍ରଦର୍ଶନ କରିବେ । ଡିସେମ୍ବର ୨୩ ତାରିଖ କୃଷକ ଦିବସରେContinue reading “ତେଜୁଛି ନୂଆ କୃଷି ଆଇନ ହଟାଓ ଦାବି : ଆଜି ୨୪ ଘଂଟିଆ ଉପବାସ ଅନଶନ କରିବେ କୃଷକ”

ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ପଦଯାତ୍ରାର ଆଜି ଦ୍ୱିତୀୟ ଦିନ : ରାଜଧାନୀରୁ ନୟାଗଡ ଯଦୁପୁରକୁ ବାହାରିଛନ୍ତି ବିଜେପିର ତୁଙ୍ଗ ନେତା

କନକ ବ୍ୟୁରୋ : ପରୀ ପାଇଁ ବିଜେପିର ମହାପଦଯାତ୍ରାର ଆଜି ଦ୍ୱିତୀୟ ଦିନ । ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟର ୧୪୭ ନିର୍ବାଚନମଣ୍ଡଳିରେ ପଦ ଯାତ୍ରା କରିବା ସହ ଭୁବନେଶ୍ୱରରୁ ପରୀର ଗାଁ ଯଦୁପୁରକୁ ଚାଲିବା ଆରମ୍ଭ କରିଛନ୍ତି ବିଜେପି ନେତା ଓ କର୍ମୀ । ଏଥିରେ ୫ ଦିନ ଧରି ହେବାକୁ ଥିବା ଏହି ପଦଯାତ୍ରାରେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବନତି ଶ୍ରୀନିବାସନ୍, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର,Continue reading “ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ପଦଯାତ୍ରାର ଆଜି ଦ୍ୱିତୀୟ ଦିନ : ରାଜଧାନୀରୁ ନୟାଗଡ ଯଦୁପୁରକୁ ବାହାରିଛନ୍ତି ବିଜେପିର ତୁଙ୍ଗ ନେତା”

ପରୀ ହତ୍ୟା ମାମଲାରେ ପ୍ରଥମ ଗିରଫଦାରୀ : ଲଗାଇଲା ଦୁଷ୍କର୍ମ, ହତ୍ୟା ଓ ଅପହରଣ ମାମଲା; ଅଭିଯୁକ୍ତକୁ ଆଜି ନୟାଗଡ ପକସୋ କୋର୍ଟରେ କରାଯିବ ହାଜର

କନକ ବ୍ୟୁରୋ : ନୟାଗଡର ନାବାଳିକା ପରୀ ହତ୍ୟା ମାମଲାରେ ହୋଇଛି ପ୍ରଥମ ଗିରଫଦାରୀ । ଘଟଣାର ଦୀର୍ଘ ୫ ମାସ ପରେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଂଚ । ଆଜି ତାକୁ ନୟାଗଡ ପକସୋ କୋର୍ଟରେ ହାଜର କରାଯିବ । ପରୀ ହତ୍ୟା ମାମଲାରେ ଖିଅ ଖୋଜୁଥିବା ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ବା ଏସଆଇଟି ନୟାଗଡର ସେହି ଯଦୁପୁର ଗାଁରୁ ଅଭିଯୁକ୍ତକୁ ଧରିଛି । ଅଭିଯୁକ୍ତ ବିରୋଧରେ ୩୭୬ ଏ, ଅର୍ଥାତ୍ ଦୁଷ୍କର୍ମର ଧାରା ଲଗାଇଛିContinue reading “ପରୀ ହତ୍ୟା ମାମଲାରେ ପ୍ରଥମ ଗିରଫଦାରୀ : ଲଗାଇଲା ଦୁଷ୍କର୍ମ, ହତ୍ୟା ଓ ଅପହରଣ ମାମଲା; ଅଭିଯୁକ୍ତକୁ ଆଜି ନୟାଗଡ ପକସୋ କୋର୍ଟରେ କରାଯିବ ହାଜର”

ସମ୍ବଲପୁର ହାତୀବାରି ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ : ହାତୀପଲ ଟ୍ରାକ ପାରିହେବା ବେଳେ ମାଡିଗଲା ପୁରୀ-ସୁରଟ ଏକ୍ସପ୍ରେସ

କନକ ବ୍ୟୁରୋ : ସମ୍ବଲପୁର ନିକଟ ହାତୀବାରି ଷ୍ଟେସନରୁ ଅଳ୍ପ ଦୂରରେ ପୁରୀ ସୁରଟ ସ୍ପେଶାଲ ଟ୍ରେନ ହାତୀକୁ ଧକ୍କା ଦେଇ ଧାରଣାରୁ ଖସିଗଲା ଇଂଜିନ । ଭବାନୀପାଲି ଗାଁ ନିକଟରେ ୧୫ ଜଣିଆ ହାତୀପଲ ଟ୍ରେନ ଟ୍ରାକ ପାରି ହେଉଥିବା ବେଳେ ଦନ୍ତା ହାତୀ ଉପରେ ମାଡି ଯାଇଥିଲା ପୁରୀ-ସୁରଟ ଏକ୍ସପ୍ରେସ । ଟ୍ରେନ ଧକ୍କାରେ ଦନ୍ତା ହାତୀର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଟ୍ରେନ ଧକ୍କାରେ ଦନ୍ତା ଖଣ୍ଡ ଖଣ୍ଡ ହୋଇଯାଇଥିବା ବେଳେ ଟ୍ରେନContinue reading “ସମ୍ବଲପୁର ହାତୀବାରି ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ : ହାତୀପଲ ଟ୍ରାକ ପାରିହେବା ବେଳେ ମାଡିଗଲା ପୁରୀ-ସୁରଟ ଏକ୍ସପ୍ରେସ”

ମଦପିଇ ବସ୍ ଚଳାଉଥିବା ବେଳେ ଧରାପଡିଲେ ୨ ଡ୍ରାଇଭର । ଜଣଙ୍କୁ ୧୫ ହଜାର, ଜଣଙ୍କୁ ୫ ହଜାର ଫାଇନ ।

କନକ ବ୍ୟୁରୋ : ବସ୍ ଡ୍ରାଇଭରଙ୍କୁ ମହଙ୍ଗା ପଡିଲା ମଦପିଇବା । ମଦ ପିଇ ବସ୍ ଚଳାଉଥିବା ବେଳେ ଧରାପଡିଲେ ୨ ଜଣ ବସ୍ ଡ୍ରାଇଭର । ୨ ଜଣଙ୍କୁ ଧରିବା ପରେ ଫାଇନ ଆଦାୟ କରାଯାଇଛି । ଜଣଙ୍କଠାରୁ ୧୫ ହଜାର ଟଙ୍କା ଓ ଅନ୍ୟ ଜଣଙ୍କଠାରୁ ୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି । ଆରଟିଓ-୧ର ଚେକିଂ ବେଳେ ଧରାପଡିଥିଲେ ବସ ଡ୍ରାଇଭର । ଡିସେମ୍ବର ମାସରୁ ଟ୍ରାଫିକ ନିୟମକୁ ପୁଣି କଡାକଡିContinue reading “ମଦପିଇ ବସ୍ ଚଳାଉଥିବା ବେଳେ ଧରାପଡିଲେ ୨ ଡ୍ରାଇଭର । ଜଣଙ୍କୁ ୧୫ ହଜାର, ଜଣଙ୍କୁ ୫ ହଜାର ଫାଇନ ।”

Design a site like this with WordPress.com
Get started