ଜି-୨୦ ସମ୍ମିଳନୀ : ସାମିଲ ହେବେ ବିଶ୍ୱର ଅନେକ ବଡ଼ ବଡ଼ ନେତା

କନକ ବ୍ୟୁରୋ : ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ଜି-୨୦ ସମ୍ମିଳନୀର ଆୟୋଜନ କରାଯାଇଛି । ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ଜି-୨୦ ବୈଠକ ହେବାର ଅଛି । ଏଥିରେ ବିଶ୍ୱର ଅନେକ ବଡ଼ ବଡ଼ ନେତା ସାମିଲ ହେବେ । ବିଭିନ୍ନ ଦେଶ ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜୋ ବାଇଡେନଙ୍କ ସହ ମରିସସ୍, ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।Continue reading “ଜି-୨୦ ସମ୍ମିଳନୀ : ସାମିଲ ହେବେ ବିଶ୍ୱର ଅନେକ ବଡ଼ ବଡ଼ ନେତା”

ଆଜି ଶ୍ରୀକୃଷ୍ଣ ଜନ୍ମୋତ୍ସବ : ପୂଜାର୍ଚ୍ଚନା ପାଇଁ ବିଭିନ୍ନ ମନ୍ଦିରରେ ଭିଡ; ରାତିରେ ଜନ୍ମ ହେବେ ଯଶୋଦା ନନ୍ଦନ

କନକ ବ୍ୟୁରୋ : ଆଜି ଶ୍ରୀକୃଷ୍ଣ ଜନ୍ମୋତ୍ସବ । ପରମ୍ପରା ଅନୁସାରେ ଆଜି ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି କରାଯିବ । ସଂଧ୍ୟା ଧୂପ ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ । ମହାଜନ ସେବକଙ୍କ ଦ୍ୱାରା ଏହି ନୀତି କରାଯିବ । ସେହିପରି ଜନ୍ମାଷ୍ଟମୀ ପାଇଁ ଇସ୍କନ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ରାତିରେ ଜନ୍ମ ହେବେ ଯଶୋଦା ନନ୍ଦନ । ରାତି ୧୨ଟାରେ ଭଗବାନଙ୍କୁ ଅଭିଷେକ କରାଯିବ । ସକାଳୁ ବ୍ରତଧାରୀମାନେContinue reading “ଆଜି ଶ୍ରୀକୃଷ୍ଣ ଜନ୍ମୋତ୍ସବ : ପୂଜାର୍ଚ୍ଚନା ପାଇଁ ବିଭିନ୍ନ ମନ୍ଦିରରେ ଭିଡ; ରାତିରେ ଜନ୍ମ ହେବେ ଯଶୋଦା ନନ୍ଦନ”

ଆସନ୍ତାକାଲି ୪ ଦିନିଆ ଭାରତ ଗସ୍ତରେ ଆସିବେ ବାଇଡେନ୍ : କୋଭିଡ୍ ରିପୋର୍ଟ ନେଗେଟିଭ ଆସିବା ପରେ ଗସ୍ତ ନେଇ ସ୍ପଷ୍ଟ କଲା ହ୍ୱାଇଟ୍ ହାଉସ

କନକ ବ୍ୟୁରୋ : ଆସନ୍ତାକାଲି ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ୪ ଦିନିଆ ଗସ୍ତରେ ଆସୁଥିବା ବାଇଡେନ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗଦେବେ । ଭରତ ଗସ୍ତରେ ଆସିବା ପୂର୍ବରୁ ବାଇଡେନଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । କୋଭିଡ ରିପୋର୍ଟ ନେଭେଟିଭ୍ ଆସିବା ପରେ ବାଇଡେନ ଭାରତ ଆସିବା ନେଇ ସ୍ପଷ୍ଟ ହୋଇଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଇଡେନଙ୍କ ଦ୍ୱିପାକ୍ଷିକ ବୈଠକ ହେବାର ଅଛିContinue reading “ଆସନ୍ତାକାଲି ୪ ଦିନିଆ ଭାରତ ଗସ୍ତରେ ଆସିବେ ବାଇଡେନ୍ : କୋଭିଡ୍ ରିପୋର୍ଟ ନେଗେଟିଭ ଆସିବା ପରେ ଗସ୍ତ ନେଇ ସ୍ପଷ୍ଟ କଲା ହ୍ୱାଇଟ୍ ହାଉସ”

ରାତି ଅଧରେ ଖୋଳି ପକାଇଲା ବିଏମସି : ଶ୍ରୀବିହାରରେ ଯିବା ଆସିବା ହୋଇପଡିଲା ମୁସକିଲ; ଲୋକେ ପ୍ରଶ୍ନ କଲେ କରୁଛନ୍ତି ଅବାନ୍ତର ଯୁକ୍ତି

କନକ ବ୍ୟୁରୋ : ରାତି ଅଧରେ ଖୋଳି ପକାଇଲା ବିଏମସି । ଚନ୍ଦ୍ରଶେଖରପୁର ଶ୍ରୀବିହାରରେ ଯିବା ଆସିବା ବନ୍ଦ । ରାସ୍ତା ମରାମତି କରୁଥିବାରୁ ଯିବା ଆସିବା ମୁସକିଲ ହୋଇପଡିଛି । ବଡ କଥା ହେଲା ଆଗୁଆ କୌଣସି ସୂଚନା ଦିଆଯାଇନଥିଲା । ସକାଳୁ ଯେଉଁମାନେ ନିଜ ନିଜ କାମରେ ବାହାରୁଛନ୍ତି ସେମାନେ ରାସ୍ତା ବନ୍ଦ ଥିବା ଦେଖି ଅନେକ ସମସ୍ୟାରେ ପଡିଛନ୍ତି । ବିଏମସିର ଏପରି କାର୍ଯ୍ୟକଳାପ ଦେଖି ଲୋକେ ଏବେ ଅସନ୍ତୋଷ ପ୍ରକାଶ କରିଛନ୍ତିContinue reading “ରାତି ଅଧରେ ଖୋଳି ପକାଇଲା ବିଏମସି : ଶ୍ରୀବିହାରରେ ଯିବା ଆସିବା ହୋଇପଡିଲା ମୁସକିଲ; ଲୋକେ ପ୍ରଶ୍ନ କଲେ କରୁଛନ୍ତି ଅବାନ୍ତର ଯୁକ୍ତି”

୧୫ ଦିନରେ ଭୁଶୁଡିଲା ୫୦ଫୁଟର ପାଚେରୀ : ପରସ୍ପରକୁ ଦୋଷ ଦେଲେ କନିଷ୍ଠ ଯନ୍ତ୍ରୀ ଓ ଠିକାଦାର

କନକ ବ୍ୟୁରୋ : ମେଟାଲ କଙ୍କ୍ରିଟ୍ ବ୍ୟବହାର ନକରି ଇଟାରେ ତିଆରି ହୋଇଥିଲା ପାଚେରୀ । କିନ୍ତୁ ସାମାନ୍ୟ ବର୍ଷାରେ ଏବେ ଏହା ଭାଙ୍ଗିଯାଇଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବାଉଁଶଖଣା ଗ୍ରାମରେ ୫୦ ଫୁଟରୁ ଅଧିକ ଉଚର ଏହି ପାଚେରୀ ୧୫ ଦିନ ହେଲା ତିଆରି ହୋଇଥିଲା । ଠିକାଦାର କହୁଛନ୍ତି କନିଷ୍ଠ ଯନ୍ତ୍ରୀ ଇଟାରେ ନିର୍ମାଣ କରିବା ପାଇଁ କହିଥିଲେ । କନିଷ୍ଠ ଯନ୍ତ୍ରୀ କହୁଛନ୍ତି ମୁଁ କଙ୍କ୍ରିଟ୍ କରିବା ପାଇଁ କହିଥିଲିContinue reading “୧୫ ଦିନରେ ଭୁଶୁଡିଲା ୫୦ଫୁଟର ପାଚେରୀ : ପରସ୍ପରକୁ ଦୋଷ ଦେଲେ କନିଷ୍ଠ ଯନ୍ତ୍ରୀ ଓ ଠିକାଦାର”

ଦୁଇ ଚିଟଫଣ୍ଡ କମ୍ପାନୀର କ୍ଷୁଦ୍ର ଜମାକାରୀ ଆଶ୍ୱସ୍ତ : ୨ମାସ ଭିତରେ ୮ ହଜାର ଟଙ୍କା ଲେଖାଏଁ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ : ଦୁଇ ଚିଟଫଣ୍ଡ କମ୍ପାନୀର କ୍ଷୁଦ୍ର ଜମାକାରୀ ଆଶ୍ୱସ୍ତ । ଜିଏଲପି ଓ ଗୋଲଡେନ ଲ୍ୟାଣ୍ଡ ଜମାକାରୀଙ୍କୁ ୨ ମାସ ଭିତରେ ୮ ହଜାର ଟଙ୍କା ଲେଖାଏଁ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଗୋଲଡେନ ଲ୍ୟାଣ୍ଡ ଓ ଜି ଏଲ୍ ପି ଡେଭଲପର୍ ଏହି ଦୁଇଟି ଚିଟଫଣ୍ଡ କମ୍ପାନୀ ନାଁରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ୨୦୧୭ ଜୁଲାଇ ୨୮ରେ ରାୟ ଦେଇଥିଲେ ହାଇକୋର୍ଟ । ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶContinue reading “ଦୁଇ ଚିଟଫଣ୍ଡ କମ୍ପାନୀର କ୍ଷୁଦ୍ର ଜମାକାରୀ ଆଶ୍ୱସ୍ତ : ୨ମାସ ଭିତରେ ୮ ହଜାର ଟଙ୍କା ଲେଖାଏଁ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ”

ଆରଟିଓର ପରିଚୟ ଦେଖାଇ ୩ ଯୁବକ ଗିରଫ : ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଟ୍ରକ ଡ୍ରାଇଭରଙ୍କଠାରୁ କରୁଥିଲେ ବଟି ଆଦାୟ

କନକ ବ୍ୟୁରୋ : ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ବା ଆରଟିଓର ପରିଚୟ ଦେଖାଇ ବଟି ଆଦାୟ କରିବା ମାମଲାରେ ତିନି ଯୁବକ ଗିରଫ । ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଟ୍ରକ ଡ୍ରାଇଭରଙ୍କ ଠାରୁ ଏମାନେ ବଟି ଆଦାୟ କରୁଥିବା ଅଭିଯୋଗ ରହିଛି । ଝାଡ଼ଖଣ୍ଡର ଠେଠେଇଟାଙ୍ଗର ପୁଲିସ ତିନି ଯୁବକଙ୍କୁ ଗିରଫ କରି ସିମଡେଗା ଜେଲକୁ ପଠାଇ ଦେଇଛି । ଗିରଫ ଯୁବକମାନେ ହେଲେ ସୁନ୍ଦରଗଡ଼ର ପ୍ରକାଶ ଗୁପ୍ତା, ଅନୁଗୁଳର ଟୁଟୁ ଦେହୁରି ଓ ପ୍ରବୀଣ ପ୍ରଧାନContinue reading “ଆରଟିଓର ପରିଚୟ ଦେଖାଇ ୩ ଯୁବକ ଗିରଫ : ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଟ୍ରକ ଡ୍ରାଇଭରଙ୍କଠାରୁ କରୁଥିଲେ ବଟି ଆଦାୟ”

ଚଳିତ ମାସ ୧୮ରୁ ୨୨ ସଂସଦର ସ୍ୱତନ୍ତ୍ର ଅଧିବେଶନ : କାର୍ଯ୍ୟସୂଚୀ ପ୍ରକାଶ କରିନଥିବାରୁ ଅସନ୍ତୋଷ ଝାଡିଲା କଂଗ୍ରେସ

କନକ ବ୍ୟୁରୋ : ଚଳିତ ମାସ ୧୮ରୁ ୨୨ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ । ଏହାପୂର୍ବରୁ କିନ୍ତୁ ଅଧିବେଶନର କାର୍ଯ୍ୟସୂଚୀ ବାବଦରେ ସରକାର କିଛି ସ୍ପଷ୍ଟ କରି ନାହାନ୍ତି । ଏହାକୁ ନେଇ ସରକାରଙ୍କୁ କଂଗ୍ରେସ ତୀବ୍ର ଭର୍ତ୍ସନା କରିଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ଯେତେବେଳେ ବି ସ୍ୱତନ୍ତ୍ର ଅଧିବେଶନ ଡକାଯାଏ, ସବୁ ଦଳକୁ ଏଜେଣ୍ଡା ସମ୍ପର୍କରେ ଆଗୁଆ ସୂଚନା ଦିଆଯାଇଥାଏ । ଏବଂ ବିରୋଧୀ ଦଳମାନଙ୍କ ସହ ଏକContinue reading “ଚଳିତ ମାସ ୧୮ରୁ ୨୨ ସଂସଦର ସ୍ୱତନ୍ତ୍ର ଅଧିବେଶନ : କାର୍ଯ୍ୟସୂଚୀ ପ୍ରକାଶ କରିନଥିବାରୁ ଅସନ୍ତୋଷ ଝାଡିଲା କଂଗ୍ରେସ”

ଲଘୁଚାପ ପ୍ରଭାବ : ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ଆଇଏମଡିର ଆକଳନ; ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୮ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବା ବୋଲି ସୂଚନା ରହିଛି । ଆଜି ଓ ଆସନ୍ତାକାଲି ମୁଖ୍ୟତଃ ପ୍ରବଳ ବର୍ଷା ହେବା ନେଇ ଆଇଏମଡି ଆକଳନ କରିଛି । ଆକଳନ ଅନୁସାରେ ସୃଷ୍ଟ ଲଘୁଚାପ ଉତ୍ତର ଓଡିଶା ଓ ଉତ୍ତର ଛତିଶଗଡ ଆଡକୁ ଗତି କରିବ । ଆଜି ୧୬ରୁ ଅଧିକ ଜିଲ୍ଲାରେContinue reading “ଲଘୁଚାପ ପ୍ରଭାବ : ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ଆଇଏମଡିର ଆକଳନ; ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି”

ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ଶାହାରୁଖ ଖାନଙ୍କ ଆଗାମୀ ସିନେମା ଯବାନ । ମୁକ୍ତିଲାଭର ପ୍ରଥମ ଦିନ ପ୍ରଥମ ଶୋ ପାଇଁ ଲକ୍ଷ ଟିକେଟର ଆଡଭାନ୍ସ ବୁକିଂ

କନକ ବ୍ୟୁରୋ : ସମସ୍ତଙ୍କ ନଜର ଅଟକିଛି କିଙ୍ଗଖାନ୍ ଶାହାରୁଖଙ୍କ ସିନେମା ‘ଯବାନ’ ଉପରେ । ସିନେମା ବଡ ପରଦାକୁ ଆସିବାକୁ ଆଉ ମାତ୍ର ୨ ଦିନ ବାକି ରହିଛି । ଏହା ଭିତରେ ଆଡାଭାନ୍ସ ଟିକେଟ୍ ବିକ୍ରିରେ ରେକର୍ଡ ଭାଙ୍ଗିଛି ‘ଯବାନ । ୭ ସେପ୍ଟେମ୍ବରେ ଆସିବାକୁ ଥିବା ଏହି ସିନେମା ପାଇଁ ୭ ଲକ୍ଷର ଟିକେଟ୍ ବିକ୍ରି ସରିଛି । କେବଳ ପ୍ରଥମ ଦିନ ପାଇଁ ଆଗୁଆ ୭ ଲକ୍ଷର ଟିକେଟ୍ ବିକ୍ରି ହୋଇସାରିଛିContinue reading “ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ଶାହାରୁଖ ଖାନଙ୍କ ଆଗାମୀ ସିନେମା ଯବାନ । ମୁକ୍ତିଲାଭର ପ୍ରଥମ ଦିନ ପ୍ରଥମ ଶୋ ପାଇଁ ଲକ୍ଷ ଟିକେଟର ଆଡଭାନ୍ସ ବୁକିଂ”

Design a site like this with WordPress.com
Get started