କନକ ବ୍ୟୁରୋ: “ଛତିଶଗଡର ଲୋକମାନେ ଭୂପେଶ ବଘେଲ ସରକାରକୁ ରିଜେକ୍ଟ କରିଛନ୍ତି । ଆଉ ଭାରତୀୟ ଜନତା ପାର୍ଟିକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି । ଭାରତୀୟ ଜନତା ପାର୍ଟି ମୋଦୀଙ୍କ ନାମ ଏବଂ କାମକୁ ନେଇ ନିର୍ବାଚନ ଲଢିଥିଲା, ଆଉ ତାର ଫଳାଫଳ ଦଳକୁ ମିଳିଛି । ଜନତାଙ୍କୁ ମୋଦୀଙ୍କ ଗ୍ୟାରେଣ୍ଟିଂକୁ ବିଶ୍ୱାସ କରିଛନ୍ତି ”, ରବିବାର ଛତିଶଗଡରେ ବିଜେପି ଟ୍ରେଣ୍ଡରେ ଆଗୁଆ ରହିବା ପରେ ଏପରିି କହିଛନ୍ତି ବିଜେପି ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀContinue reading “ଛତିଶଗଡରେ କଂଗ୍ରେସ ଫେଲ୍, ବିଜେପି ପାସ୍ । ଟ୍ରେଣ୍ଡରେ ମ୍ୟାଜିକ୍ ନମ୍ବରଠୁ ବହୁ ଆଗରେ ଭାରତୀୟ ଜନତା ପାର୍ଟି ।”
Author Archives: Raghaba
ବଙ୍ଗୋପସାଗରରେ ବାତ୍ୟା ‘ମିଗଜାଉମ୍’ । ୫ କିମି ବେଗରେ ଗତି କରୁଛି ବାତ୍ୟା
କନକ ବ୍ୟୁରୋ: ବଙ୍ଗୋପସାଗରରେ ବଳ ଗୋଟାଇ ଆଗକୁ ବଢୁଛି ବାତ୍ୟା ‘‘ମିଗଜାଉମ୍’ । ୬ ଘଣ୍ଟା ହେବ ୫ କିଲୋମିଟର ବେଗରେ ଗତି କରୁଛି । ପାଣିପାଗ ବିଭାଗର ତଥ୍ୟ ମୁତାବକ, ୫ ତାରିଖ ପୂର୍ବାହ୍ନରେ ନେଲୋର ଓ ମଛଲିପଟନମ୍ ଉପକୂଳ ଦେଇ ଅତିକ୍ରମ କରିବ । ସୂଚନା ମୁତାବକ, ବାତ୍ୟା ପ୍ରଭାବରେ ଘଣ୍ଟାକୁ ୮୦ରୁ ୯୦ କିଲୋମିଟର ପବନ ବୋହିବ । ଏହାସହ ଆନ୍ଧ୍ରର ପୁଦୁକୋଟୋଇ, ଜଞ୍ଜାବୁର, ତିରୁବରୁତ, ନାଗପଟ୍ଟିନମ୍, ତିରୁବଲ୍ଲୁର, ଚେନ୍ନାଇ, କାଞ୍ଚିପୁରମ୍, ରାନୀପେଟ,Continue reading “ବଙ୍ଗୋପସାଗରରେ ବାତ୍ୟା ‘ମିଗଜାଉମ୍’ । ୫ କିମି ବେଗରେ ଗତି କରୁଛି ବାତ୍ୟା”
୨୪ ଫାଇନାଲ ପୂର୍ବରୁ ୨୩’ର ସେମିଫାଇନାଲରେ ବିଜେପିର ଜଲୱା । ୩ ରାଜ୍ୟରେ ଆଗୁଆ ଭାରତୀୟ ଜନତା ପାର୍ଟି । କାମ ଦେଲା ମୋଦୀଙ୍କ ମ୍ୟାଜିକ୍…
କନକ ବ୍ୟୁରୋ: ୨୪’ ଫାଇନାଲ ପୂର୍ବରୁ ୨୩’ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି । ରବିବାର ଆସୁଥିବା ୪ଟି ରାଜ୍ୟର ନିର୍ବାଚନୀ ଫଳାଫଳରୁ ୩ଟି ରାଜ୍ୟରେ ବିଜେପି ଆଗୁଆ ରହିଛି । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ସରକାରକୁ ଫେରୁଥିବା ଦେଖିବାକୁ ମିଳୁଥିବାବେଳେ, ଛତିଶଗଡରେ କଂଗ୍ରେସକୁ ଟକ୍କର ଦେଇ ଆଗୁଆ ରହିଛି ବିଜେପି । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ମଧ୍ୟପ୍ରଦେଶର ୨୩୦ ଆସନରୁ ୧୪୦ ସିଟରେ ଆଗୁଆ ରହିଛି ବିଜେପି । ସେହିପରିContinue reading “୨୪ ଫାଇନାଲ ପୂର୍ବରୁ ୨୩’ର ସେମିଫାଇନାଲରେ ବିଜେପିର ଜଲୱା । ୩ ରାଜ୍ୟରେ ଆଗୁଆ ଭାରତୀୟ ଜନତା ପାର୍ଟି । କାମ ଦେଲା ମୋଦୀଙ୍କ ମ୍ୟାଜିକ୍…”
ଯାତ୍ରୀବାହୀ ବସ୍ ଉପରକୁ ଆଖିବୁଜା ଗୁଳିମାଡ କଲେ ଆତଙ୍କବାଦୀ । ୮ ମୃତ, ୨୬ଯାତ୍ରୀ ଆହତ
କନକ ବ୍ୟୁରୋ: ଚଳନ୍ତା ବସ ଉପରକୁ ଆଖିବୁଜା ଗୁଳିମାଡ କଲେ ଆତଙ୍କବାଦୀ । ଫଳରେ ୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୨୬ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି କାଶ୍ମୀରର ଗିଲଗିତ୍ ବାଲତିସ୍ତାନ ନିକଟରେ । ବସଟି ଗିଲଗିତରୁ ରାଓଲପିଣ୍ଡି ଯାଉଥିବାବେଳେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ କରିଥିଲେ । ଚିଲାସର ଡେପୁଟି କମିସନର୍ ଆରିଫ୍ ଅହମଦ୍ କହିଛନ୍ତି, ୮ଜଣ ମୃତ ବ୍ୟକ୍ତିଙ୍କ ମଧ୍ୟରୁ ଏଯାବତ୍ ୫ଜଣଙ୍କର ପରିଚୟ ମିଳିଛି। ଆହତ ହୋଇଥିବା ୨୬ଜଣଙ୍କୁ ସ୍ଥାନୀୟContinue reading “ଯାତ୍ରୀବାହୀ ବସ୍ ଉପରକୁ ଆଖିବୁଜା ଗୁଳିମାଡ କଲେ ଆତଙ୍କବାଦୀ । ୮ ମୃତ, ୨୬ଯାତ୍ରୀ ଆହତ”
ତେଲେଙ୍ଗାନାରେ କଂଗ୍ରେସର ଖୁସି, କେସିଆର ଦୁଃଖୀ । ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ‘ହାତ’ । ଭାଙ୍ଗିଯିବ କେ. ଚନ୍ଦ୍ରଶେଖରଙ୍କ ହାଟ୍ରିକ ସ୍ୱପ୍ନ!
କନକ ବ୍ୟୁରୋ: ଭାଙ୍ଗିବାକୁ ଯାଉଛି କେସିଆରଙ୍କ ହାଟ୍ରିକ ସ୍ୱପ୍ନ । ତେଲେଙ୍ଗାନାରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖିଥିବା କେ ଚନ୍ଦ୍ରଶେଖର ରାଓଙ୍କ ସ୍ୱପ୍ନକୁ ଭାଙ୍ଗିରୁଜି ଚୁରମାର କରିଦେଇଛି କଂଗ୍ରେସ । ବର୍ତ୍ତମାନ ତେଲେଙ୍ଗାନାରୁ ଆସୁଥିବା ପ୍ରାରମ୍ଭିକ ଟ୍ରେଣ୍ଡରେ, ଏଠି କଂଗ୍ରେସ କ୍ଷମତା ଅକ୍ତିଆର କରୁଥିବା ଦେଖିବାକୁ ମିଳୁଥିବାବେଳେ, କେସିଆରଙ୍କ କ୍ଷମତାଶୀନ ବିଆରଏସ୍ ବହୁ ପଛରେ ପଡିଯାଇଛି । ଦିନ ୧୧ଟା ସୁଦ୍ଧା ଟ୍ରେଣ୍ଡ ଅନୁସାରେ କଂଗ୍ରେସ ତେଲେଙ୍ଗାନାରେ ୬୬ଟି ଆସନରେ ଆଗୁଆ ଥିବାବେଳେ,Continue reading “ତେଲେଙ୍ଗାନାରେ କଂଗ୍ରେସର ଖୁସି, କେସିଆର ଦୁଃଖୀ । ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ‘ହାତ’ । ଭାଙ୍ଗିଯିବ କେ. ଚନ୍ଦ୍ରଶେଖରଙ୍କ ହାଟ୍ରିକ ସ୍ୱପ୍ନ!”
କାହାର ହେବ ଛତିଶ ’ଗଡ’ ? ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । ନିଜ ଆସନରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପଛୁଆ ।
କନକ ବ୍ୟୁରୋ: ଛତିଶଗଡ ଛାତିରେ କିଏ ଉଡାଇବ ବିଜୟ ବାନା ? କାହାର ହେବ ଛତିଶ ’ଗଡ’? ଏ ଚର୍ଚ୍ଚା ଆଲୋଚନା ଭିତରେ ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ପ୍ରାରମ୍ଭିକ ଟ୍ରେଣ୍ଡ । ଆଉ ଏହି ଟ୍ରେଣ୍ଡ ଦେଖି ଛତିଶଗଡ ନେତାଙ୍କ ଛାତିରେ ଛନକା ପଶିଛି । କାରଣ ଛତିଶଗଡରେ ବିଜେପି- କଂଗ୍ରେସ ମଧ୍ୟରେ କଣ୍ଟେ କା ଟକ୍କର ଚାଲିଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଯଦିଓ କଂଗ୍ରେସ ଆଗେଇ ଚାଲିଥିଲା ମାତ୍ର ପରେ ଏହିContinue reading “କାହାର ହେବ ଛତିଶ ’ଗଡ’ ? ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । ନିଜ ଆସନରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପଛୁଆ ।”
ମଧ୍ୟପ୍ରଦେଶରେ ସରକାର ଗଢିବ ବିଜେପି! ଟ୍ୱିଟ୍ କରି ଶିବରାଜ କହିଲେ ଜନତାଙ୍କ ଆଶୀର୍ବାଦରୁ ରାଜ୍ୟକୁ ପୁଣି ଫେରିବ ପଦ୍ମ ।
କନକ ବ୍ୟୁରୋ: ଏବେଯାଏଁ ହୋଇଥିବା ଭୋଟ ଗଣତିରୁ ଯାହା ଜଣାପଡୁଛି । ମଧ୍ୟପ୍ରଦେଶରେ ପୁଣି ସରକାର ଗଢିପାରେ ବିଜେପି । କାରଣ ଏଠାରେ ବହୁମତରେ ଆଗେଇ ଚାଲିଛି ବିଜେପି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳକୁ ନେଇ ଖୁସି ବ୍ୟକ୍ତ କରିବା ସହ ଟ୍ୱିଟ୍ କରି ରାଜ୍ୟର ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ଶିବରାଜ । ଶିବରାଜ କହିଛନ୍ତି ଯେ, ରାଜ୍ୟର ଜନତାଙ୍କ ଆଶୀର୍ବାଦ ଓ ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱକୁ ନେଇ ମଧ୍ୟପ୍ରଦେଶରେ ବିଜେପି ପୁଣିଥରେ ସରକାର ଗଢିବାକୁContinue reading “ମଧ୍ୟପ୍ରଦେଶରେ ସରକାର ଗଢିବ ବିଜେପି! ଟ୍ୱିଟ୍ କରି ଶିବରାଜ କହିଲେ ଜନତାଙ୍କ ଆଶୀର୍ବାଦରୁ ରାଜ୍ୟକୁ ପୁଣି ଫେରିବ ପଦ୍ମ ।”
ରାଜସ୍ଥାନରେ ବଜାୟ ରହିବ ପରମ୍ପରା! ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ, ପଛରେ ପଡିଲା ‘ହାତ’ ।
କନକ ବ୍ୟୁରୋ: ରାଜସ୍ଥାନରେ କିଏ ଗଢିବ ସରକାର? କିଏ ହେବ ରାଜସ୍ଥାନର ମୁଖ୍ୟମନ୍ତ୍ରୀ? ରାଜସ୍ଥାନର ପୁଣି ବଜାୟ ରହିବ ପଟ୍ଟ ପରିବର୍ତ୍ତନ ପରମ୍ପରା । ଏସବୁ ଚର୍ଚ୍ଚା ଭିତରେ ଏବେ ଆସୁଛି ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଟ୍ରେଣ୍ଡ । ଟ୍ରେଣ୍ଡ ଅନୁସାରେ ବିଜେପି ଏଠି କ୍ଷମତାକୁ ଫେରୁଥିବା ଦେଖିବାକୁ ମିଳୁଥିବାବେଳେ, ଶାସକ କଂଗ୍ରେସ ପଛରେ ପଡିଯାଇଛି । ଦିନ ସାଢେ ୧୦ଟା ସୁଦ୍ଧା ରାଜସ୍ଥାନରେ ବିଜେପି ୧୨୦ ଆସନରେ ଆଗୁଆ ଥିବାବେଳେ, କଂଗ୍ରେସ କେବଳ ୬୬ ଆସନରେContinue reading “ରାଜସ୍ଥାନରେ ବଜାୟ ରହିବ ପରମ୍ପରା! ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ, ପଛରେ ପଡିଲା ‘ହାତ’ । “
ରାଜଧାନୀରେ ଭୀଷଣ ଦୁର୍ଘଟଣା । ଡମଣା ପେଟ୍ରୋଲ ପମ୍ପ ନିକଟରେ ବସକୁ ପିଟିଲା କାର୍, ଜଣଙ୍କ ମୃତ୍ୟୁ, ୩ ଗୁରୁତର ।
କନକ ବ୍ୟୁରୋ: ରାଜଧାନୀରେ ଭୀଷଣ ଦୁର୍ଘଟଣା ଘଟିଛି । ଏଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ପାଖରେ ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ଏକ ଦ୍ରୁତଗାମୀ କାର୍ ଡିଭାଇଡର ଉପରକୁ ମାଡ଼ିଯାଇ ଅପରପାର୍ଶ୍ୱରେ ଥିବା ବସକୁ ପିଟିଥିଲା। ଏହାଫଳରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଛିଡା ହୋଇଥିବାContinue reading “ରାଜଧାନୀରେ ଭୀଷଣ ଦୁର୍ଘଟଣା । ଡମଣା ପେଟ୍ରୋଲ ପମ୍ପ ନିକଟରେ ବସକୁ ପିଟିଲା କାର୍, ଜଣଙ୍କ ମୃତ୍ୟୁ, ୩ ଗୁରୁତର ।”
ମଧ୍ୟପ୍ରଦେଶରେ ପୁଣି ଫୁଟିବ କି ପଦ୍ମ? ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଆଗରେ ଚାଲୁଛି ବିଜେପି । ଛତିଶଗଡ, ତେଲେଙ୍ଗାନାରେ କଂଗ୍ରେସର ଦବଦବା ।
କନକ ବ୍ୟୁରୋ: ୪ଟି ରାଜ୍ୟରେ ଏବେ ସୁଦ୍ଧା ଭୋଟ ଗଣତି ଅନୁସାରେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ବହୁମତ ନେଇ ବହୁ ଆଗରେ ରହିଛି । ଅନ୍ୟପଟେ ଛତିଶଗଡରେ କଂଗ୍ରେସ ଆଗରେ ରହିଛି । ବର୍ତ୍ତମାନର ଗଣନା ଅନୁସାରେ ବାଘେଲ ସରକାର ପୁଣି ଫେରିବା ନେଇ ଆଶା କରାଯାଉଛି । ତେଲେଙ୍ଗାନା ପଛରେ ପଡିଛି ବିଆରଏସ୍, ଭାରୀ ସଂଖ୍ୟାରେ ଆଗେଇ ଚାଲିଛି କଂଗ୍ରେସ । The post ମଧ୍ୟପ୍ରଦେଶରେ ପୁଣି ଫୁଟିବ କି ପଦ୍ମ? ମଧ୍ୟପ୍ରଦେଶ ଓContinue reading “ମଧ୍ୟପ୍ରଦେଶରେ ପୁଣି ଫୁଟିବ କି ପଦ୍ମ? ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଆଗରେ ଚାଲୁଛି ବିଜେପି । ଛତିଶଗଡ, ତେଲେଙ୍ଗାନାରେ କଂଗ୍ରେସର ଦବଦବା ।”