କନକ ବ୍ୟୁରୋ : ପରିବାର ଆଖିରୁ ଲୁହ ଶୁଖୁନି । ସ୍ତବ୍ଧ ହୋଇଯାଇଛି ପୂରା ଗାଁ । ଅବାକ ହୋଇଯାଇଛନ୍ତି ସମସ୍ତେ । ଦୁର୍ଘଟଣାରେ ଦୁଇଟି ପରିବାରର ୮ ଜଣଙ୍କ ଚାଲିଯାଇଛି ଜୀବନ । ବିଶ୍ୱାସ କରିପାରୁନାହାନ୍ତି ପରିବାର । କାନ୍ଦ ବୋବାଳିରେ ଫାଟିପଡୁଛି ପରିବେଶ । ସକାଳୁ ସକାଳୁ ତାରିଣୀ ଦର୍ଶନ ପାଇଁ ରାତିରେ ବାହାରିଥିଲେ ସାନଖେମୁଣ୍ଡି ବ୍ଲକ୍ ପୋଡାମରି ଗାଁର ଆକାଶ ପ୍ରଧାନ ଓ ବତାଗଡ଼ ଗାଁର ମଦନ ଗୌଡ଼ଙ୍କ ପରିବାରର ୨୪ଜଣ ।Continue reading “ଅଧା ରହିଗଲା ତାରିଣୀ ଦର୍ଶନ । ଘଟଗାଁ ବାଲିଯୋଡିରେ ଟ୍ରକ ପଛକୁ ଧକ୍କା ଦେଲା ଟ୍ରାଭେଲର, ୮ ମୃତ ୧୬ ଜଣଙ୍କର ଚାଲିଛି ଚିକିତ୍ସା”
Author Archives: Raghaba
ଉଠା ଜଳସେଚନ ଅଫିସରେ ଆତ୍ମହତ୍ୟା କଲେ ରାତ୍ରୀ ଜଗୁଆଳି । ଭାଇରାଲ ହେଲା ମୃତ୍ୟୁ ପୂର୍ବର ଶେଷ ଭିଡିଓ ।
କନକ ବ୍ୟୁରୋ: ମୃତ୍ୟୁ ପୂର୍ବର ଶେଷ ଭିଡିଓ । ମାଲକାନଗିରି ଉଠା ଜଳସେଚନ ବିଭାଗରେ ରାତ୍ରି ଜଗୁଆଳି ଭାବେ କାର୍ଯ୍ୟରତ ମନୋଜ ଦଳପତିଙ୍କ ଝୁଲନ୍ତା ମୃତଦେହ କାର୍ଯ୍ୟାଳୟ ଭିତରୁ ଉଦ୍ଧାର ହୋଇଛି । ଏହାସହ ମୃତ୍ୟୁ ପୁର୍ବରୁ ରେକର୍ଡ କରାଯାଇଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଭାଇରାଲ ହେଇଥିବା ଏହି ଭିଡିଓରେ ମନୋଜ ରାଜୁ ଆଇ ଲଭ ୟୁ ଏବଂ ମୋତେ ଭୁଲ ବୁଝିବୁ ନାହିଁ ବୋଲି କହୁଥିବା ସ୍ପଷ୍ଟ ଭାବେ ଜଣାପଡୁଛିContinue reading “ଉଠା ଜଳସେଚନ ଅଫିସରେ ଆତ୍ମହତ୍ୟା କଲେ ରାତ୍ରୀ ଜଗୁଆଳି । ଭାଇରାଲ ହେଲା ମୃତ୍ୟୁ ପୂର୍ବର ଶେଷ ଭିଡିଓ ।”
ଅଜଣା ରୋଗରେ ଫୁଲୁଛି ପୁଅର ପେଟ । ଚିକିତ୍ସାରେ ଅର୍ଥ ସାଜିଛି ବାଧକ । କେଉଁଠୁ ଆସିବ ଟଙ୍କା, କିଏ ହେବ ସାହା ।
କନକ ବ୍ୟୁରୋ: ଅଜଣା ରୋଗରେ ଆକ୍ରାନ୍ତ ଶିଶୁ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଶିଶୁଟିର ପେଟ ଦିନକୁ ଦିନ ଫୁଲି ଯାଉଛି । ପୁଅ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଗରିବ ବାପାଙ୍କ ଆର୍ଥିକ ଅନଟନ ଚିକିତ୍ସାରେ ବାଧା ସୃଷ୍ଟି କରିଛି । ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ କହ୍ନେଇମୁଣ୍ଡା ଗାଁର ଦାମ ନାୟକଙ୍କ ୫ ବର୍ଷର ପୁଅ ଚନ୍ଦ୍ର ନାୟକ । ଖେଳିବା ବୁଲିବା ବୟସରେ ବିଛଣାରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛି ।Continue reading “ଅଜଣା ରୋଗରେ ଫୁଲୁଛି ପୁଅର ପେଟ । ଚିକିତ୍ସାରେ ଅର୍ଥ ସାଜିଛି ବାଧକ । କେଉଁଠୁ ଆସିବ ଟଙ୍କା, କିଏ ହେବ ସାହା ।”
ଭୁବନେଶ୍ୱର ଫେରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ, ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ , ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ । ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ । ସେମାନେ ସମସ୍ତେ ଭଲ ଅଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସହୃଦୟତା ପାଇଁ ଧନ୍ୟବାଦ୍Continue reading “ଭୁବନେଶ୍ୱର ଫେରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ, ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ ।”
ମନର ବଳ ଆଗରେ ହାର ମାନିଛି ବୟସ । ପୁଅ ମୃତ୍ୟୁ ପରେ ବୟସ୍କ କାନ୍ଧରେ ସ୍ତ୍ରୀ ଓ ବିଧବା ବୋହୂର ଦାୟିତ୍ୱ । ଚେରମୂଳି ବିକି ପୋଷୁଛନ୍ତି ପରିବାର ।
କନକ ବ୍ୟୁରୋ: ସାଇକେଲ ଧରି ଗାଁରୁ ଗାଁ ବୁଲୁଥିବା ଏହି ବୃଦ୍ଧ ଜଣଙ୍କ ଜଣେ ହତଭାଗା ବାପା । ଗୋଡ ହାତ ଥରୁଛି, ଚର୍ମ ଧୁଡୁଧୁଡୁ ହେଲାଣି । ବୁଲା ବୁଲି କରିବାକୁ ବୟସ ଅନୁମତି ଦେଉନାହିଁ ସତ କିନ୍ତୁ ପରିସ୍ଥିତି ବାଧ୍ୟ କରୁଛି, ଥକି ପଡିଥିବା ପାଦକୁ ପୁଣି ଚଳଚଞ୍ଚଳ କରିବାକୁ । ଗାଁରୁ ଗାଁ ବୁଲି ଚେରମୂଳି ବିକ୍ରି କରି ପରିବାର ପ୍ରତିପୋଷଣ କରିବା ପାଇଁ । ୪୦ ବର୍ଷୀୟ ପୁଅର ଦେହାନ୍ତ ପରେContinue reading “ମନର ବଳ ଆଗରେ ହାର ମାନିଛି ବୟସ । ପୁଅ ମୃତ୍ୟୁ ପରେ ବୟସ୍କ କାନ୍ଧରେ ସ୍ତ୍ରୀ ଓ ବିଧବା ବୋହୂର ଦାୟିତ୍ୱ । ଚେରମୂଳି ବିକି ପୋଷୁଛନ୍ତି ପରିବାର ।”
ହେ ଭଗବାନ ! ଏ କି ଯନ୍ତ୍ରଣା… ପରିବାରର ସମସ୍ତେ ଦିବ୍ୟାଙ୍ଗ । ବଞ୍ଚିବା ପାଇଁ ଅସହାୟ ମଣିଷଙ୍କ ଆର୍ତ୍ତଚିତ୍କାର…
କନକ ବ୍ୟୁରୋ: ବଞ୍ଚିବାର ରାହା ଖୋଜୁଛି ଅସହାୟ ପରିବାର । ୬ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଦିବ୍ୟାଙ୍ଗ । ୩ ପୁଅ ଦିବ୍ୟାଙ୍ଗ, ବାପା ପକ୍ଷାଘାତ ପୀଡିତ । କଳାହାଣ୍ଡି ଧର୍ମଗଡ ବ୍ଲକ ପର୍ଲା ପଞ୍ଚାୟତ ବାରିକ ପଡାର ବୃଦ୍ଧ ଦମ୍ପତି ରମେଶ ବାରିକ ଓ ଗନ୍ଧର୍ବୀ ବାରିକ । ଏମାନଙ୍କ ୩ଟି ସନ୍ତାନ, ସମସ୍ତେ ଦିବ୍ୟାଙ୍ଗ । ବଡପୁଅ ମନୋଜ ବାରିକ ଓ ସାନ ପୁଅ ଅଜିତ୍ ବାରିକ ବିବାହ କରିନଥିବା ବେଳେContinue reading “ହେ ଭଗବାନ ! ଏ କି ଯନ୍ତ୍ରଣା… ପରିବାରର ସମସ୍ତେ ଦିବ୍ୟାଙ୍ଗ । ବଞ୍ଚିବା ପାଇଁ ଅସହାୟ ମଣିଷଙ୍କ ଆର୍ତ୍ତଚିତ୍କାର…”
ପଞ୍ଚାୟତବାସୀଙ୍କ ପାଇଁ ପାଣି ପ୍ରକଳ୍ପ କରି ଅଡୁଆରେ ସରପଞ୍ଚ । ସରିଗଲା କାମ, ମେଣ୍ଟିଲା ଶୋଷ । ହେଲେ ବିଲ୍ ପାସ କରୁନାହାନ୍ତି ଅଧିକାରୀ ।
କନକ ବ୍ୟୁରୋ: ପ୍ରକଳ୍ପ କରି ଅଡୁଆରେ ସରପଞ୍ଚ । ଆକ୍ସନ ପ୍ଲାନ ନଥିବାରୁ ହୋଇପାରୁନି ବିଲ୍ । ରାୟଗଡା ସଦର ବ୍ଳକ ପିତାମହଲ ପଚାଂୟତ ଲାଡା ଗାଁର ନୂଆସାହିରେ ସୋଲାର ଡୁଆଲ ପମ୍ପ ପ୍ରକଳ୍ପକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରକଳ୍ପର ବିଲ୍ ହୋଇପାରୁନଥିବାରୁ ନିର୍ମାଣକାରୀ ସଂସ୍ଥା ସ୍ଥାନୀୟ ସଂରପଂଚକୁ ଟଙ୍କା ମାଗୁଛି । ଆଉ ଏବେ ଅଡୁଆରେ ପଡିଛନ୍ତି ସରପଂଚ । ନୂଆସାହିରେ ପିଇବା ପାଣିକୁ ନେଇ ସମସ୍ୟା ରହିଥିଲା । ଗାଁContinue reading “ପଞ୍ଚାୟତବାସୀଙ୍କ ପାଇଁ ପାଣି ପ୍ରକଳ୍ପ କରି ଅଡୁଆରେ ସରପଞ୍ଚ । ସରିଗଲା କାମ, ମେଣ୍ଟିଲା ଶୋଷ । ହେଲେ ବିଲ୍ ପାସ କରୁନାହାନ୍ତି ଅଧିକାରୀ ।”
ବିଧାୟକ ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ମିଟିଂ ହେଲା ମଣ୍ଡି ଖୋଲିଲା । କିନ୍ତୁ ଚାଷୀ ମୋବାଇଲକୁ ଆସିନି ଟୋକନ କି ମଣ୍ଡିକୁ ମିଳିନି ଟାର୍ଗେଟ
କନକ ବ୍ୟୁରୋ : ବଲାଙ୍ଗିର ଜିଲ୍ଲାରେ ଖରିଫ୍ ଧାନ କିଣା ବିକା ପାଇଁ ଗତ ନଭେମ୍ବର ୧୬ରେ ବୈଠକ ବସିଲା । ଜିଲ୍ଲାପାଳ ଓ ସମସ୍ତ ବିଧାୟକଙ୍କ ଉପସ୍ଥିତିରେ ନିଷ୍ପତି ଅନୁସାରେ ଗତ ୨୮ ତାରିଖରେ ଲୋଇସିଂହାରରେ ଧାନ କିଣା ପ୍ରକ୍ରିୟା ଆରମ୍ଭ କରାଯାଇଛି । ହେଲେ ଆଜି ଯାଏଁ ଚାଷୀଙ୍କ ପାଖକୁ ଟୋକନ ଆସିନଥିବା ଅଭିଯୋଗ ହୋଇଛି । ମଣ୍ଡିରେ ପଂଜିକରଣ କରିଥିଲେ ସୁଦ୍ଧା ଟୋକନ ଆସିନଥିବାରୁ ଅନିଶ୍ଚିତତା ଭିତରେ ଅମଳ ଧାନକୁ ଜଗି ରହିଛନ୍ତିContinue reading “ବିଧାୟକ ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ମିଟିଂ ହେଲା ମଣ୍ଡି ଖୋଲିଲା । କିନ୍ତୁ ଚାଷୀ ମୋବାଇଲକୁ ଆସିନି ଟୋକନ କି ମଣ୍ଡିକୁ ମିଳିନି ଟାର୍ଗେଟ”
ମହିଳାମାନଙ୍କର ଅତି କମରେ ଆଠଟି ସନ୍ତାନ ଜନ୍ମକରିବା ଉଚିତ । କାହିଁକି ଏମିତି କହିଲେ ରାଷ୍ଟ୍ରପତି ପୁଟିନ ?
ଭ୍ଲାଦିମିର ପୁଟିନଙ୍କ ଏହି ମନ୍ତବ୍ୟ ୟୁକ୍ରେନ ଯୁଦ୍ଧ ସହିତ ଜଡିତ ଅଛି କି ? ଯେଉଁଥିରେ ବହୁ ସଂଖ୍ୟକ ରୁଷ ସୈନିକ ପ୍ରାଣ ହରାଇଛନ୍ତି । ତେବେ ପୁଟିନ ତାଙ୍କ ଅଭିଭାଷଣରେ ନିହତ ସୈନିକଙ୍କ ସଂଖ୍ୟା ବିଷୟରେ କିଛି ଉଲ୍ଲେଖ କରିନାହାଁନ୍ତି । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଭାଷଣରେ ଦେଶର ମହିଳାମାନଙ୍କୁ ଏକ ଅଜବ ଧରଣର ଆବେଦନ କରିଛନ୍ତି । ପୁଟିନ ରଷିଆନ ପିପୁଲ୍ସ କାଉନସିଲରେ ଦେଇଥିବା ଅଭିଭାଷଣରେ ଅନ୍ତତପକ୍ଷେ ଆଠଟି ସନ୍ତାନ ଜନ୍ମContinue reading “ମହିଳାମାନଙ୍କର ଅତି କମରେ ଆଠଟି ସନ୍ତାନ ଜନ୍ମକରିବା ଉଚିତ । କାହିଁକି ଏମିତି କହିଲେ ରାଷ୍ଟ୍ରପତି ପୁଟିନ ?”
୨୦୨୪ରେ ଭାରତରେ ଖେଳାଯାଇ ନପାରେ ଆଇପିଏଲ? ପୂର୍ବରୁ ମଧ୍ୟ ୨ଥର ଏମିତି ସ୍ଥିତିର ସାମ୍ନା କରିଛି ବିସିସିଆଇ, ଜାଣନ୍ତୁ ପୂରା କାରଣ କଣ?
କନକ ବ୍ୟୁରୋ : ଆଇପିଏଲ ଟ୍ରେଡ ଶେଷ ହେବା ପରେ ଦଳ ଗୁଡିକ ନିଜ ପସନ୍ଦର ଖେଳାଳୀଙ୍କୁ ରିଟେନ ରଖି ଅନ୍ୟ ଖେଳାଳିଙ୍କୁ ରିଲିଜ କରିଛନ୍ତି । ଡିସେମ୍ବର ମାସର ତୃତୀୟ ସପ୍ତାହରେ ଆଇପିଏଲ ନିଲାମୀ ହେବାକୁ ଥିବା ବେଳେ ଆଇପିଏଲକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ଆଇପିଏଲ ୨୦୨୪ ଭାରତରେ ହେବା ନେଇ ସସପେନ୍ସ ଲାଗି ରହିଛି । ୨୦୨୪ରେ ହେବାକୁ ଥିବା ଆଇପିଏଲର ୧୭ତମ ସଂସ୍କରଣ ଭାରତରେ ଖେଳାଯାଇ ନପାରେContinue reading “୨୦୨୪ରେ ଭାରତରେ ଖେଳାଯାଇ ନପାରେ ଆଇପିଏଲ? ପୂର୍ବରୁ ମଧ୍ୟ ୨ଥର ଏମିତି ସ୍ଥିତିର ସାମ୍ନା କରିଛି ବିସିସିଆଇ, ଜାଣନ୍ତୁ ପୂରା କାରଣ କଣ?”